-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୧ରୁ ଡିସେମ୍ବର ୧୯, ୨୦୨୫ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
-
2.ବିଶ୍ବ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ ପ୍ରକାଶିତ ଆର୍ଥିକ କ୍ଷେତ୍ର ଆକଳନ କାର୍ଯ୍ୟକ୍ରମ (ଏଫ୍ଏସ୍ଏପି) ରିପୋର୍ଟରେ ଏହା କୁହାଯାଇଛି। ୨୦୧୭ ମସିହାରେ କରଯାଇଥିବା ଆକଳନ ତୁଳନାରେ ବର୍ତ୍ତମାନ ଆକଳନରେ ଏହି ଉନ୍ନତି ଆସିଛି।
-
3.ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଉଭୟ ମେରୁ ଅଞ୍ଚଳରୁ କେତେକ ରାଡାର ଫଟୋ ପଠାଇଛି। ୨୦୧୯ରୁ ଅର୍ବିଟର ପ୍ରାୟ ୧୪୦୦ ରାଡାର ଡେଟାସେଟ୍ ପଠାଇଲାଣି। ମିଶନର ଡୁଆଲ୍ ଫ୍ରିକ୍ୟୁଏନ୍ସି ସିନ୍ଥେଟିକ୍ ଆପେର୍ଚର ରାଡାରରୁ ମିଳିଥିବା ଉକ୍ତ ଡେଟାଗୁଡ଼ିକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅହମଦାବାଦରେ ଥିବା ସ୍ପେସ୍ ଆପ୍ଲିକେଶନ୍ସ ସେଣ୍ଟର (ଏସ୍ଏସି) ଅନୁଧ୍ୟାନ କରୁଛି।
-
4.ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଟପିଛି। ଦିଲ୍ଲୀ ଆଜି ‘ରେଡ୍ ଜୋନ୍’ରେ ପ୍ରବେଶ କରି ଦେଶରେ ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)ର ତଥ୍ୟ ଦର୍ଶାଉଛି ଯେ ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ଅପରାହ୍ନ ୪ଟାରେ ୩୬୧ ରହିଛି।
-
5.ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ଉପରକୁ ଆଉ ଚଢ଼ିପାରିବେନି ବନ୍ଦ କଲା ଏଏସ୍ଆଇ ।
-
6.ଜାମ୍ମୁ କଶ୍ମୀରର କୁପୱାଡାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଆତଙ୍କବାଦୀ ନିହତ।
-
7.ସମସ୍ତିପୁରରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସରାଇରଞ୍ଜନ ବିଧାନସଭା ନିର୍ବାଚନ ମଣ୍ଡଳୀର ଶୀତଲପଟ୍ଟି ଗାଁ ନିକଟରେ ହଜାର ହଜାର VVPAT ସ୍ଲିପ୍ ଅଳିଆ ଗଦାରେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି।
-
8.ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ଘଟଣାରେ ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିସ୍ କରାଯାଇଛି।
-
9.ଦିନେ ବିଶ୍ୱର ନମ୍ବର ୧ ଖେଳାଳି ଥିବା ତାଇ ଜୁ-ୟିଙ୍ଗ। ଟୋକିଓ ଅଲିମ୍ପିକ୍ରେ ରୌପ୍ୟ ପଦକ ବିଜୟିନୀ ଏବଂ ଚାଇନିଜ୍ ତାଇପେର ମହାନ ମହିଳା ବ୍ୟାଡମିଣ୍ଟନ ଖେଳାଳି ତାଇ ଜୁ-ୟିଙ୍ଗ ଖେଳରୁ ଅବସର ଘୋଷଣା କରିଛନ୍ତି।
-
10.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଆଉ ୪ଟି 'ବନ୍ଦେ ଭାରତ' ଟ୍ରେନ୍ ଉପହାର ଦେଇଛନ୍ତି। ବାରାଣସୀରୁ ୪ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି।
-
11..ପଶ୍ଚିମ ଉତ୍ତର ପ୍ରଦେଶ ବାଗପତ ଜିଲ୍ଲାରେ ୬୯ ଜଣ ବିବାହିତ ମହିଳାମାନେ ନିଜକୁ ଅବିବାହିତା ଝିଅ ଭାବରେ ପରିଚୟ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଗଣ ବିବାହ ଯୋଜନା ଅଧୀନରେ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ନଗଦ ଏବଂ ଜିନିଷପତ୍ରରେ କନ୍ୟା ପାଉଥିବା ଏକ ଲକ୍ଷ ଟଙ୍କାର ପ୍ରଲୋଭନ ପାଇଁ ସେମାନେ ଏଭଳି କରିଥିଲେ।
-
12.ଦେଶରେ ୪୨ ଦିନ ମଧ୍ୟରେ ଦେଶରେ ୫୨ ଲକ୍ଷ ୩୮ ହଜାର ୪୦୧ଟି ଗାଡ଼ି ବିକ୍ରି ହୋଇଛି ବୋଲି ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ) ରିପୋର୍ଟରୁ ଜଣାଯାଇଛି।
-
13.କଟକ ସହରର ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର ଉପରେ କୋଠା ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୪ ବର୍ଷୀୟ ଶିଶୁ ରହିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଅବଦୁଲ ମୁଜାହିଦ(୪), ଅବଦୁଲ ଜଲିଲ(୬୦), ଅବଦୁଲ ଜହିଦ(୩୦)। ଅନ୍ୟ ଜଣେ ମହିଳା ସାଇନା ବେଗମ(୨୯) ଗୁରୁତର ଅଛନ୍ତି।
-
14.ଅକ୍ଷୟ ପରିଜାଙ୍କ ଐତିହାସିକ ଫିଲ୍ମ ‘ପାପା ବୁକା’ ଗୋଆରେ ଅନୁଷ୍ଠିତ ୫୬ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରତିଷ୍ଠିତ ରେଡ କାର୍ପେଟ ଗାଲା ପ୍ରିମିୟର ପାଇଁ ମନୋନୀତ ହୋଇଛି।
-
15.ଲକ୍ଷେଶ୍ଵର ପ୍ରଡ଼କ୍ସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ର ପୋଷ୍ଟ ପ୍ରଡ଼କ୍ସନ କାମ ଶେଷ ହୋଇଛି। ଆଗାମୀ ଜାନୁଆରୀରେ ଏହାର ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି।
-
16.ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମ୍ରେ ଶୁକ୍ରବାର ସକାଳେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।
-
17.କେବଳ ଦରମା ଓ ପେନସନ ବାବଦରେ ରାଜ୍ୟଗୁଡ଼ିକ ବଜେଟ୍ର ୬୨% ବ୍ୟୟ କରୁଛନ୍ତି। ପିଆର୍ଏସ୍ ଲେଜିସ୍ଲେଟିଭ୍ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଷ୍ଟେଟ୍ ଅଫ୍ ଷ୍ଟେଟ୍ ଫାଇନାନ୍ସ ୨୦୨୫ ଶୀର୍ଷକ ରିପୋର୍ଟରେ କୁହାଯାଇଛି ।
-
18.ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ ଡିସେମ୍ବର ୩୧ ସୁଦ୍ଧା କରିବାରେ ବିଫଳ ହେଲେ, ୨୦୨୬ ଜାନୁଆରୀ ପହିଲାରୁ ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ।
-
19.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସୁନା ଏବଂ ରୁପା ବଦଳରେ ଋଣ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି।
-
20.ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି।