-
1.ହଙ୍ଗେରୀୟ-ବ୍ରିଟିଶ୍ ଲେଖକ ଡାଭିଡ୍ ଜାଲେ ଭାରତୀୟ ଔପନ୍ୟାସିକା କିରନ୍ ଦେଶାଇଙ୍କୁ ପଛରେ ପକାଇ ୨୦୨୫ ବୁକର୍ ପୁରସ୍କାର ବିଜୟୀ ହୋଇଛନ୍ତି। ଲୋକପ୍ରିୟ ଉପନ୍ୟାସ ‘ଫ୍ଲେସ୍’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ ଭୁଟାନକୁ ଦୁଇ ଦିନିଆ ଗସ୍ତରେଯାଇଛନ୍ତି। ତାଙ୍କ ଗସ୍ତ ସମୟରେ, ସେ ଭୁଟାନ ସରକାରଙ୍କ ଦ୍ୱାରା ଆୟୋଜିତ ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବରେ ଯୋଗଦେବେ, ଯାହା ବିଶ୍ୱ ଶାନ୍ତି ଏବଂ ମାନବତାର ଉନ୍ନତି ପାଇଁ ଆୟୋଜିତ ହେଉଛି।
-
3.ଅସୁସ୍ଥ ସ୍ବାମୀଙ୍କ ପାଇଁ ଚିନ୍ତାରେ ଥିବା ବେଳେ କିଛି ଗଣମାଧ୍ୟମ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ବଜାଉଥିବା ମିଥ୍ୟା ଖବର ହେମାଙ୍କୁ ଖବୁ କଷ୍ଟ ଦେଇଛି।
-
4.କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ ୧୧୦ ବର୍ଷୀୟ ବୃଦ୍ଧା କାଲିୟା ଦେବୀ ମତଦାନ କରିଛନ୍ତି।
-
5.ବିହାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୭.୧୪%ରେ ପହଞ୍ଚିଛି। ଏହା ସହିତ ୨୭ ବର୍ଷର ରେକର୍ଡ ଭଙ୍ଗ ହୋଇଛି।
-
6.୯ଟି ସଂସ୍ଥାର ‘ବୁଥ୍ ବାହୁଡ଼ା ମତ’ ଅନୁଯାୟୀ ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବ। ଅଧିକାଂଶ ଏକ୍ଜିଟ୍ ପୋଲ୍ ଅନୁଯାୟୀ ନିର୍ବାଚନ ହୋଇଥିବା ୨୪୩ ଆସନରୁ ଏନ୍ଡିଏ ମେଣ୍ଟ ୧୩୦ରୁ ୧୬୭ ଆସନରେ ଜିତିବ।
-
7.ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଭୟାନକ ବିସ୍ଫୋରଣ ଏକ ଆତ୍ମଘାତୀ ଆତଙ୍କୀ ଆକ୍ରମଣ ବୋଲି ଆଜି ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି। ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ଫରିଦାବାଦ ମଡ୍ୟୁଲ୍ ଏହି ଆକ୍ରମଣ କରିଛି ବୋଲି ତଦନ୍ତରୁ ଜଣାପଡ଼ିଛି।
-
8. ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ ମାମଲାରେ ଗିରଫ ହୋଇଥିବା ଲକ୍ଷ୍ନୌର ଜଣେ ମହିଳା ଡାକ୍ତର ଶାହୀନ୍ ଶାହିଦକୁ ଭାରତରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମହିଳା ଶାଖା ପ୍ରତିଷ୍ଠା ଦାୟିତ୍ବ ଦିଆଯାଇଥିଲା।
-
9.ମଙ୍ଗଳବାର ଦିନ ପାକିସ୍ତାନର ଇସଲାମାବାଦରେ ଦିଲ୍ଲୀ ଭଳି ଘଟଣା ଘଟିଛି। ଇସଲାମାବାଦରେ ଥିବା ଏକ କୋର୍ଟ ବାହାରେ ପାର୍କିଂ ହୋଇଥିବା ଏକ କାର୍ ବିସ୍ଫୋରଣ ହେବା ଫଳରେ ଅତି କମରେ ୯ଜଣଙ୍କର ମୃତ୍ୟୁ ହୋଇଛି।
-
10. ଚଳିତବର୍ଷ ଅକ୍ଟୋବର ମାସରେ ମ୍ୟୁଚୁଆଲ୍ ଫଣ୍ଡ୍ କ୍ଷେତ୍ରରେ ଏସ୍ଆଇପି (ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍) ନିବେଶ ଭଲ ରହିଛି। ଏସ୍ଆଇପି ନିବେଶ ସ୍ତର ରେକର୍ଡ ୨୯,୫୨୯ କୋଟିରେ ପହଞ୍ଚିଛି। ସେପ୍ଟେମ୍ବର ମାସରେ ଏହା ୨୯,୩୬୧ କୋଟି ଟଙ୍କାରେ ରହିଥିଲା ବୋଲି ଆମ୍ଫି(ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍ ଫଣ୍ଡ୍ସ ଇନ୍ ଇଣ୍ଡିଆ) ତଥ୍ୟରୁ ଜଣାଯାଇଛି।
-
11.ରୁଷ୍ରୁ ଭାରତୀୟ କମ୍ପାନିଗୁଡ଼ିକ ତେଲ କିଣିବା ବନ୍ଦ କରିଛନ୍ତି। ଡିସେମ୍ବର ମାସରେ ଆସିବାକୁ ଥିବା ତେଲ ପାଇଁ ୫ଟି ଭାରତୀୟ କମ୍ପାନି ଆଦେଶନାମା ରୁଷ୍କୁ ଦେଇନାହାନ୍ତି ।
-
12. ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ)। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି।
-
13.ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୧୭ ତାରିଖରେ OTET-୨୦୨୫ ପରୀକ୍ଷା ଅନୁଷ୍ଠିତ ହେବ।
-
14.ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ବେରୋଜଗାରୀ ହାର ପୂର୍ବ ତ୍ରୈମାସିକର ୫.୪%ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି।
-
15.ନିଜ ଉତ୍ପାଦକୁ ଭଲ ଦେଖାଇବାକୁ ଯାଇ ଅନ୍ୟମାନଙ୍କ ଉତ୍ପାଦକୁ 'ଧୋକା' କହିବା ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀକୁ ମହଙ୍ଗା ସାବ୍ୟସ୍ତ ହୋଇଛି । ତିନି ମଧ୍ୟରେ ଚ୍ୟୱନପ୍ରାସ ବିଜ୍ଞାପନକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ପତଞ୍ଜଳିକୁ ନିର୍ଦ୍ଦେଶ ଦେଇଛନ୍ତି ।