- 1.ସୁପ୍ରିମକୋର୍ଟ ଭଡାଟିଆ ଓ ମାଲିକ ମାମଲାରେ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଭଡ଼ାଟିଆ, ଯିଏ କୌଣସି ସମ୍ପତ୍ତିରେ ଭଡ଼ା ଦେବା ବଦଳେ ରେଣ୍ଟ ଡିଡ୍ (ଭଡ଼ା ବୁଝାମଣା) ରେ ରହୁଛନ୍ତି ସେ ପରେ ଘର ମାଲିକଙ୍କ ମାଲିକାନା ହକ୍ କୁ ଚ୍ୟାଲେଞ୍ଜ କରିପାରିବେ ନାହିଁ।
-
2.ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ସୁପ୍ରିମ ଅଦାଲତ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।
-
3.ତାମିଲନାଡୁର ମାୟିଲାଦୁଥୁରାଇ ଜିଲ୍ଲାର ୧୪ ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ସେମାନେ ଚଳିତ ମାସ ୮ ତାରିଖରେ ମାଛ ଧରିବାକୁ ଯାଇଥିଲେ।
-
4ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ରଣନୈତିକ ସ୍ୱାର୍ଥକୁ ବୃଦ୍ଧି କରିବ।
-
5.ଟ୍ରମ୍ପ କହିଛନ୍ତି ଯେ ଖୁବ ଶୀଘ୍ର ପ୍ରତ୍ୟେକ ଆମେରିକୀୟ ନାଗରିକ (ଧନୀ ବ୍ୟକ୍ତି ବ୍ୟତୀତ) ୨,୦୦୦ ଡଲାର ପେମେଣ୍ଟ ପାଇବେ। ଏହି ପରିମାଣ ତାଙ୍କ ପ୍ରଶାସନ ଦ୍ୱାରା ସଂଗୃହୀତ ଟାରିଫ ରାଜସ୍ବରୁ ପ୍ରଦାନ କରାଯିବ।
-
6.ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି।
-
7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନ୍କୁ ଦୁଇ ଦିନିଆ ଗସ୍ତରେ ଯିବେ । ଭାରତ ଓ ଭୁଟାନ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଏବଂ ସ୍ୱତନ୍ତ୍ର ବନ୍ଧୁତ୍ୱକୁ ଅଧିକ ସଶକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ
-
8.ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ବାର୍ କାଉନସିଲ୍ ନିର୍ବାଚନ ସମ୍ପୃକ୍ତ ରାଜ୍ୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ହେବ ବୋଲି ସୋମବାର ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
9.ବଲିଉଡ୍ ଅଭିନେତ୍ରା ଧର୍ମେନ୍ଦ୍ରଙ୍କ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ଦେହାନ୍ତ ।
-
10.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଇଙ୍ଗିତ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଭାରତ ରୁଷରୁ ତେଲ କିଣିଥିବାରୁ ଏହି ଶୁଳ୍କ ଲଗାଯାଇଥିଲା, ଯାହାକୁ ଭାରତ ଏବେ ବନ୍ଦ କରିଦେଇଛି।
-
11.ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
-
12.ଦେଶର ରାଜଧାନୀ ନୂଆଦିଲ୍ଲୀର ପ୍ରସିଦ୍ଧ ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗିବା କାମ ଖୁବ୍ ଶୀଘ୍ର ଆରମ୍ଭ ହେବ। କ୍ରୀଡ଼ା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ, ଏହି ସ୍ଥାନରେ ଏକ କ୍ରୀଡ଼ା ସହର(ସ୍ପୋର୍ଟ୍ସ ସିଟି) ନିର୍ମାଣ କରାଯିବ।
-
13.ବ୍ଲୁ ଅରିଜିନ୍ କମ୍ପାନିର ନ୍ୟୁ ଗ୍ଲେନ୍ ରକେଟ୍ରେ ମଙ୍ଗଳ ଗ୍ରହକୁ ଉଚ୍ଚାଭିଳାଷୀ ଏସ୍କାପେଡ୍ ମିସନ ପାଇଁ ନୂତନ ଉତ୍କ୍ଷେପଣ ତାରିଖ ଓ ସମୟ ଘୋଷଣା କରାଯାଇଛି। ନୂତନ ଘୋଷଣା ଅନୁସାରେ, ନଭେମ୍ବର ୧୩ ତାରିଖ ଦିନ ଭାରତୀୟ ସମୟ ରାତି ୧ଟା ୨୦ରେ ନ୍ୟୁ ଗ୍ଲେନ୍ ରକେଟ୍ ଦ୍ବାରା ଉତ୍କ୍ଷେପିତ ହେବା ପରେ ନାସାର ଏସ୍କାପେଡ୍ ମିସନ ମଙ୍ଗଳ ଗ୍ରହ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିବ।
-
14.ଛୋଟ ପିଲାମାନେ ଯଦି କମ୍ ବୟସରୁ ଅନଲାଇନ୍ ଗେମିଂ ଦୁନିଆରେ ପଶିବେ ତାହେଲେ ପିଲାମାନଙ୍କର ଉଭୟ ଶାରୀରିକ ଓ ମାନବିକ ବିକାଶ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଗବେଷକ, ଶିକ୍ଷାବିତ୍ ଏବଂ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।
-
15.ଓଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କୁ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି।