-
1.ଇସଲାମାବାଦରେ ହୋଇଥିବା ବୋମା ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିଥିବା ଶ୍ରୀଲଙ୍କା ଦଳର ଆଠ ଜଣ ଖେଳାଳି ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
-
2.ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଡାକ୍ତର ଓମାର ମହମ୍ମଦଙ୍କ ଭୂମିକାକୁ ଡିଏନଏ ପରୀକ୍ଷା ଦ୍ୱାରା ନିଶ୍ଚିତ କରାଯାଇଛି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମାନବ ଶରୀର ଓମାରଙ୍କ ପରିବାରର ଡିଏନଏ ସହିତ ମେଳ ଖାଉଛି।
-
3.ରାଜସ୍ଥାନର ମରୁଭୂମିରୁ ଗୁଜୁରାଟର କଚ୍ଛ ପର୍ଯ୍ୟନ୍ତ ତିନି ସଶସ୍ତ୍ର ଭାରତୀୟ ସେନାର ଅଭ୍ୟାସ ‘ତ୍ରିଶୂଳ’ ବୁଧବାର ଦିନ ପର୍ଯ୍ୟନ୍ତ ଜାରି ରହିଛି।
-
4.ଦିଲ୍ଲୀ ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ହେବାର ୨ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ କ୍ୟାବିନେଟ୍ ସୁରକ୍ଷା କମିଟି (ସିସିଏସ୍) ବୈଠକ କରିଛନ୍ତି। ସରକାର ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣକୁ କଡ଼ା ନିନ୍ଦା କରି ପ୍ରସ୍ତାବ ଗୃହୀତ କରିଛନ୍ତି।
-
5.ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶା ଲିଙ୍କ୍ କଥା ଜଣାପଡ଼ିଛି। ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି। ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍ ହାତରେ ଲାଗିଛି।
-
6.ଦେଶରେ ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫ ପ୍ରତିଶତକୁ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଓଡ଼ିଶାର ମୁଦ୍ରାସ୍ଫୀତି ବିଯୁକ୍ତାତ୍ମକ ରହିଛି।
-
7.ଅକ୍ଟୋବର ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫%କୁ ହ୍ରାସ ପାଇଛି। ଫଳରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି।
-
8.ଅଭିନେତା ପ୍ରକାଶ ରାଜଙ୍କୁ ବୁଧବାର ତେଲଙ୍ଗାନା ସରକାରଙ୍କ ଏସଆଇଟି ଦଳ ପଚରାଉଚରା କରିଛି। ତାଙ୍କୁ ଅନଲାଇନ୍ ଜୁଆ ଆପର ପ୍ରଚାର ସହ ଜଡିତ ମାମଲାରେ ପ୍ରଶ୍ନ କରାଯାଇଛି।
-
9.କଟକ ବାଲିଯାତ୍ରାରେ ଅଘଟଣ । ୧୬ ଜଣ ଲୋକ ଏକ ଦୋଳିରେ ଥିବା ବେଳେ ଏହା ହଠାତ୍ ବନ୍ଦ ହୋଇଯାଇଥିଲା । ୭୦ ଫୁଟ୍ ଉପରେ ଏମାନେ ଫସି ରହିଥିଲେ । ୨ ଘଣ୍ଟା ଧରି ଏମାନେ ଫସି ରହିଥିଲେ।
-
10.କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ୨୭୩୬ ପରୀକ୍ଷାର୍ଥି କୃତକାର୍ଯ୍ୟ ହୋଇଛନ୍ତି।
-
11.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି। ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାରମାନେ କ୍ଷମତାପ୍ରାପ୍ତ ହେବେ।
-
12.ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ସୁସ୍ଥ ହୋଇ ଘରକୁ ଫେରିଲେ । ସ୍ଵତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ବାସଭବନକୁ ନିଆଯାଇଛି।
-
13.ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରେ ଗୋବିନ୍ଦା ତାଙ୍କ ଘରେ ଅଚେତ ହୋଇଯାଇଥିଲେ।
-
14.କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ସବୁ ସମୟରେ ଫିଲ୍ମ ସୁଟିଂ ଲାଗି ନିର୍ଦ୍ଦେଶକ ଓ ନିର୍ମାତାଙ୍କୁ ଆକୃଷ୍ଟ କରି ଆସିଛି । ବର୍ତ୍ତମାନ ଦକ୍ଷିଣ ଭାରତୀୟ ଫିଲ୍ମ(ତେଲୁଗୁ ଓ ତାମିଲ)ସୁଟିଂ ପାଇଁ କୋରାପୁଟ ଜିଲ୍ଲାରେ ନିର୍ମାତା, ନିର୍ଦ୍ଦେଶକ, କଳାକାରଙ୍କ ଭିଡ଼ ଜମୁଛି ।
-
15.ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି। କଟକ ବାରବାଟୀ ଷ୍ଟାଡିୟମ୍ରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସୁବ୍ୟବସ୍ଥିତ ଭାବେ ଭାବେ ଆୟୋଜନ କରାଯାଇଛି। ତେଣୁ, ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ।