-
1.ସୋମନାଥର ଗୌରବମୟ ଇତିହାସ ଉପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରେରଣାଦାୟକ ଲେଖା ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଜୟ ସୋମନାଥ! ସୋମନାଥ ଉପରେ ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ୨୦୨୬ରେ ପୂରଣ ହେଉଛି।
-
2.ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ୯୫% ସମାଧାନ ହୋଇଛି ।
-
3.ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଘର,ସପିଂ ମଲ,ହାଟ,ହୋଟେଲ,କ୍ୟାଫେ ଆଦିରୁ ସଫେଇ ପାଇଁ ଦେୟ ଆଦାୟ କରିବ ବିଏମସି । ପ୍ରତି ଜାଗାରୁ ଅଳିଆ ସଫେଇ ବାବଦରେ ଏହି ଦେୟ ଆଦାୟ କରିବ ବିଏମସି ।
-
4.ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଦୁଇଦିନିଆ ସରକାରୀ ଗସ୍ତରେ ଭାରତ ଆସିବେ। ଚାନ୍ସେଲର ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଫ୍ରେଡ୍ରିଚ୍ଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ଜାନୁଆରି ୧୨-୧୩ରେ ହେବ। ଭାରତ-ଜର୍ମାନୀ ସମ୍ପର୍କ ଦୃଷ୍ଟିରୁ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
-
5.ଭେନେଜୁଏଲାରେ କ୍ଷମତା ପରିବର୍ତ୍ତନ ପରେ ଆମେରିକା ସ୍ପଷ୍ଟ କରିଛି ଯେ ତୁରନ୍ତ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଆମେରିକା କହିଛି ଯେ ପ୍ରଥମେ ଦେଶକୁ ସ୍ଥିର କରିବା ଏବଂ ପରିସ୍ଥିତିକୁ ଉନ୍ନତ କରିବା ଆବଶ୍ୟକ। ତା'ପରେ ହିଁ ଜନସାଧାରଣ ଭୋଟ ଦେଇପାରିବେ।
-
6.ସିଲିକନ୍ ଟେକ୍ ଲ୍ୟାବ୍ର ଏମ୍ଡି ସୁରେଶ ନାୟକ ଓପିଆର୍ବିଠାରୁ ପୁଲିସ ଏସ୍ଆଇ ପରୀକ୍ଷା ପ୍ରଶ୍ନପତ୍ରର ଏକ ସେଟ୍ ନେଇଥିଲେ। ସେହି ପ୍ରଶ୍ନପତ୍ରକୁ ଆଶାୟୀଙ୍କୁ ଦେଖାଇ ପ୍ରଭାବିତ କରିଥିଲେ। ଯେଉଁମାନେ ୨୫ଲକ୍ଷ ଟଙ୍କା ଦେବେ ସେମାନଙ୍କୁ ପ୍ରଶ୍ନପତ୍ର ମିଳିବା ସହ ଚାକିରି ପକ୍କା ବୋଲି କହିଥିଲେ।ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ରେ ଏଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି।
-
7.ରାଜ୍ୟର ୭୬୨ଟି ପିଏମ୍ଶ୍ରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି। ଜାନୁଆରି ୬ରୁ ୧୦ ମଧ୍ୟରେ ବିଦ୍ୟାଳୟ ସ୍ତରରେ ମୌଖିକ ଭାଷା ବିକାଶ, ଫୋନିକ୍ସ/ଡିକୋଡିଂ, ବିସ୍ତୃତ ପଠନ, ଲିଖନ ଭଳି କାର୍ଯ୍ୟକଳାପ କରାଯିବ। ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ହେବା ପରେ ଜାନୁଆରିରେ ରାଜ୍ୟସ୍ତରୀୟ ରିଡିଂ ଏକ୍ସଲେନ୍ସ ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
-
8.ନିତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଅମିତାଭ କାନ୍ତଙ୍କ ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ୭୭ ଲକ୍ଷରୁ ଅଧିକ ଲୋକ ଗିଗ୍ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୩୦ ସୁଦ୍ଧା ସେମାନଙ୍କ ସଂଖ୍ୟା ୨ କୋଟି ୩୫ ଲକ୍ଷରୁ ଅଧିକ ହେବ।
-
9. ଭେନେଜୁଏଲାର ଗାଦିଚ୍ୟୁତ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ସିଲିଆ ଫ୍ଲୋରେସଙ୍କୁ ସୋମବାର ମାନ୍ହଟନସ୍ଥିତ ଅଦାଲତରେ ହାଜର କରାଯାଇଛି। ଗତ ଶନିବାର ଆମେରିକା ସେନା ମାଦୁରୋ ଦମ୍ପତିଙ୍କୁ ଗିରଫ କରିବା ସହ ବ୍ରୁକଲିନର ମେଟ୍ରୋପଲିଟାଲ ଡିଟେନସନ୍ ସେଣ୍ଟର(ଏମ୍ଡିସି)ରେ ରଖିଥିଲା।
-
10.କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୁଣେରୁ ପୂର୍ବତନ ସାଂସଦ ସୁରେଶ କଲମାଡିଙ୍କ ୮୨ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ରାଜନୀତିରେ ଏକ ଲମ୍ବା କ୍ୟାରିଅର ଥିଲା। ସୁରେଶ କଲମାଡି କ୍ରୀଡା କ୍ଷେତ୍ରରେ ମଧ୍ୟ ବହୁତ କିଛି କରିଛନ୍ତି।
-
11.ବାଂଲାଦେଶରେ ଜଣେ ୪୦ ବର୍ଷୀୟା ବିଧବା ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଏହା ପରେ ତାଙ୍କୁ ଏକ ଗଛରେ ବାନ୍ଧି ଅତ୍ୟାଚାର କରାଯିବା ସହ ତାଙ୍କ କେଶ କାଟିଦିଆଯାଇଛି । ଚାରିପଟେ ଶହ ଶହ ଲୋକ ଦେଖୁଥିଲେ ବି ମୁକଦର୍ଶକ ସାଜିଥିଲେ। ଘଟଣାଟି ଘଟିଛି ଝିନାଇଦା ଜିଲ୍ଲାର କାଳିଗଞ୍ଜରେ ।
-
12.ଆଉ ନାହାନ୍ତି ନାମକରା ଖଳନାୟକ ଜ୍ଞାନ ରଞ୍ଜନ ସାହୁ। ତୁଳସୀ, ଧଉଳି, ଶିବାନୀ, ରଙ୍ଗମହଲ ଭଳି ପାର୍ଟିରେ ତାଙ୍କର ଅଭିନୟର ଜଲୱା ଦେଖାଇଥିଲେ।
-
13.ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ବିଦା ପରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଫଳରେ ବାଂଲାଦେଶ ଟି୨୦ ବିଶ୍ବକପ-୨୦୨୬ର ଭାରତରେ ମ୍ୟାଚ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛି।
-
14. ଅମ୍ବାନୀ ପରିବାର ବୋଟାଡ ଜିଲାର ପ୍ରସିଦ୍ଧ ଶ୍ରୀ କଷ୍ଟଭଞ୍ଜନ ଦେବ ହନୁମାନଜୀ ମନ୍ଦିର (ସାରଙ୍ଗପୁର ହନୁମାନ ମନ୍ଦିର) ପରିଦର୍ଶନ କରିଥିଲେ, ଯେଉଁଠାରେ ସେମାନେ ରୀତିଗତ ପ୍ରାର୍ଥନା କରିଥିଲେ ଏବଂ ଦେବତାଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ଦର୍ଶନ ପରେ, ମୁକେଶ ଅମ୍ବାନୀ ମନ୍ଦିରର ବିକାଶକୁ ସମର୍ଥନ କରିବା ଏବଂ ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇବା ପାଇଁ ମନ୍ଦିର ଟ୍ରଷ୍ଟକୁ ୫ କୋଟି ଦାନ ଘୋଷଣା କରିଥିଲେ।
-
15.IMD ଅନୁଯାୟୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଥଣ୍ଡା ଲହରୀ ଏବଂ ଥଣ୍ଡା ଦିନ ପରିସ୍ଥିତି ସୃଷ୍ଟି ହୋଇପାରେ।