-
1.ଭେନେଜୁଏଲା ଆମେରିକାକୁ ୩୦-୫୦ ନିୟୁତ ବ୍ୟାରେଲ ତେଲ ବିକ୍ରି କରିବାକୁ ରାଜି ହୋଇଛି। ଆମେରିକା ଏହି ତେଲକୁ ବଜାର ମୂଲ୍ୟରେ କିଣିବ।
-
2. ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଅତି କମରେ ୨୪ ଜଣ ଭେନେଜୁଏଲା ସୁରକ୍ଷା ଅଧିକାରୀ ନିହତ ହୋଇଛନ୍ତି। ଏହା ଦ୍ୱାରା ସରକାରୀ ମୃତ୍ୟୁ ସଂଖ୍ୟା ୫୬କୁ ପହଞ୍ଚୁଛି।
-
3.ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସିନ୍ସିନାଟିସ୍ଥିତ ଘର ଉପରେ ଆକ୍ରମଣ ହୋଇଛି। ଘରର ଅନେକ ଝରକା ଭାଙ୍ଗିଯାଇଛି।
-
4.ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ନଗର ନିଗମର ଅଧିକାରୀମାନେ ସୟଦ ଫୈଜ ଏଲାହି ମସଜିଦ ଏବଂ ତୁର୍କମାନ ଗେଟ୍ ସ୍ଥିତ କବରସ୍ଥାନ ସଂଲଗ୍ନ ଏକ ଜମିରେ ଭଙ୍ଗା ଅଭିଯାନ ଚଳାଇବା ସମୟରେ ସଂଘର୍ଷ ଘଟିଛି।
-
5.ନିତି ଆୟୋଗ ରିପୋର୍ଟ ଅନୁଯାୟୀ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗଠାରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିବାକୁ ଆସିଛନ୍ତି। ଓଡ଼ିଶାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଶାରେ ୨୩୬୨ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। ସେଥିମଧ୍ୟରୁ କେବଳ କିଟ୍ରେ ବିଶ୍ୱର ୭୦ଟି ଦେଶରୁ ୨ ହଜାରରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି।
-
6.ପାଟନା ମୁନ୍ୟନିସିପାଲ କର୍ପୋରେସନ ଜନସାଧାରଣଙ୍କ ପାଇଁ ଏକ ନିର୍ଦ୍ଦେଶ ଅନୁଯାୟୀ, ଖୋଲାରେ ଛେପ ପକାଉଥିବା ଯେକୌଣସି ବ୍ୟକ୍ତିଙ୍କୁ ଏବେ “ସହର ଶତ୍ରୁ” ଭାବରେ ଆଖ୍ୟା ଦିଆଯିବ। ଏହା ସହିତ ୫୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯିବ।
-
7.ଆଇଆରସିଟିସି ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଧାର କାର୍ଡ ଲିଙ୍କ କରିବାକୁ ପଡିବ । ନୂତନ ନିୟମ ଅନୁସାରେ ଆସନ୍ତା ୧୨ ଜାନୁଆରୀରୁ ଟ୍ରେନ ଟିକେଟ ବୁକିଂର ପ୍ରଥମ ଦିନରେ ଟିକେଟ ବୁକିଂ କରିପାରିବେ ନାହିଁ ।
-
8.ଉତ୍ତରପ୍ରଦେଶରେ ୨.୮୯ କୋଟି ଭୋଟରଙ୍କ ନାମ କଟିଗଲା। ନିର୍ବାଚନ କମିଶନରଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ପରେ ଏସବୁ ନାମ କାଟି ଦିଆଯାଇଛି।
-
9.ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ଵତୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ଶେଖ ହାସିନାଙ୍କୁ ଦାୟୀ କରିଛନ୍ତି ।
-
10.ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
11.ବାୟୁ ପ୍ରଦୂଷଣ ରୋକିବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବାଲେଶ୍ଵର ପରେ କଟକ, ଭୁବନେଶ୍ବର, ଅନୁଗୁଳ ଓ ତାଳଚେର ସହରରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି। ସହର ଭିତରେ କୌଣସି ପ୍ରକାର ଭଙ୍ଗା କାର୍ଯ୍ୟ ହୋଇପାରିବ ନାହିଁ।
-
12.୨୦୨୫ ମସିହାରେ ଓଡ଼ିଶାରେ ମୋଟ ୮ ଲକ୍ଷ ୯୧ ହଜାର ୭୫୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୪ ତୁଳନାରେ ଏହା ୧୦.୨୪ ପ୍ରତିଶତ ଅଧିକ। ୨୦୨୫ ମସିହାରେ ରାଜ୍ୟରେ ବିକ୍ରି ହୋଇଥିବା ସମୁଦାୟ ଗାଡ଼ି ମଧ୍ୟରୁ ୨ ଚକିଆ ଯାନ ସଂଖ୍ୟା ହେଉଛି ୭ ଲକ୍ଷ ୧୪ ହଜାର ୭୨୦।
-
13.ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ଵତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି ପେପର୍-୨ ପରୀକ୍ଷା ଦେଇପାରିବେ।
-
14.ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ବାଳିକା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାର୍ଚ୍ଚ ୮ ପୂର୍ବରୁ ଯେପରି ଶୌଚାଳୟ ସୁନିଶ୍ଚିତ ହେବ ସେନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଂପୃକ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
15.ଚିଳିକାଙ୍କୁ ଆସୁଥିବା ୨୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଗୋଡରେ ବନ ବିଭାଗ ପକ୍ଷରୁ ସାଟେଲାଇଟ ଟ୍ରାନ୍ସମିଟର ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସାଟେଲାଇଟ ଟ୍ରାନ୍ସମିଟର ଦ୍ୱାରା ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି ତାହା ଜଣାପଡିବ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।