- 1.ସାରା ଦେଶରେ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ରାଜ୍ୟଗୁଡ଼ିକ ଘର ତାଲିକା ଓ ଗୃହ ଗଣନା କରିବେ। ଏହି ୬ମାସ ମଧ୍ୟରୁ ଓଡ଼ିଶାରେ ଏପ୍ରିଲରୁ ମେ’ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ ।
-
2.ଭାରତ ସରକାର ପାସପୋର୍ଟ ସେବା ୨.୦ ଅଧୀନରେ ଇ-ପାସପୋର୍ଟ ସିଷ୍ଟମ ଆରମ୍ଭ କରିଛନ୍ତି, ଯାହା ଭବିଷ୍ୟତ ପାଇଁ ପାସପୋର୍ଟ ସେବାକୁ ଅପଡେଟ୍ କରୁଛି। ଏବେ, ଏକ ନୂତନ ପାସପୋର୍ଟ ପାଇବା କିମ୍ବା ପୁରୁଣା ପାସପୋର୍ଟ ନବୀକରଣ କରିବା ପରେ, ନାଗରିକମାନେ ଏକ ଚିପ୍ ସହିତ ଏକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଇ-ପାସପୋର୍ଟ ପାଇବେ।
-
3.ଚଳିତ ଆର୍ଥିକ ବର୍ଷ (୨୦୨୫-୨୬)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ପ୍ରଥମ ଅଗ୍ରିମ ଆକଳନରେ ଉଲ୍ଲେଖ କରାଯାଇଛି।
-
4.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର କର୍ମଚାରୀ ପେନ୍ସନ୍ ସ୍କିମ୍ (ଇପିଏସ୍-୯୫)ରେ ବ୍ୟାପକ ପରିବର୍ତ୍ତନ ଆଣିବା ସୂଚନା ଅନୁସାରେ ସର୍ବନିମ୍ନ ମାସିକ ପେନ୍ସନ୍ ଯାହା ବର୍ତ୍ତମାନ ୧୦୦୦ ଟଙ୍କା ରହିଛି ତାହା ୫ ଗୁଣା ବୃଦ୍ଧି ପାଇ ୫୦୦୦ ଟଙ୍କା ହୋଇଯିବ।
-
5.ଉତ୍ତର ପ୍ରଦେଶରେ ଝିଅମାନଙ୍କ ପାଇଁ ଶିକ୍ଷା ସହଜ ହେବ। ଯଦି ଦୁଇଟି ଝିଅ ଗୋଟିଏ ସ୍କୁଲରେ ପଢ଼ନ୍ତି, ତେବେ ସରକାର ଦ୍ୱିତୀୟ ଝିଅର ଶିକ୍ଷା ଫି’ ମାଗଣା କରିବାକୁ ଯୋଜନା କରୁଛନ୍ତି।
-
6.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ୨୦୨୭ ପାଇଁ ଆମେରିକାର ସାମରିକ ବଜେଟକୁ ୧.୫ ଟ୍ରିଲିୟନ ଡଲାରରେ ସୀମିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି।
-
7.ବାଂଲାଦେଶରେ ରାଜନୈତିକ ହିଂସା ନିରନ୍ତର ଜାରି ରହିଛି। ରାଜଧାନୀ ଢାକାରେ ଅଜ୍ଞାତ ଆକ୍ରମଣକାରୀମାନେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଯୁବ ନେତା ଅଜିଜୁର ରହମାନ ମୁସାବ୍ବିରଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
-
8.ମାଓବାଦୀଙ୍କ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ୍ର ୨୬ଜଣ ସଦସ୍ୟ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
-
9.ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି ମତ ଦେଇ କୁହାଯାଇଛି ଯେ କୁକୁର କେତେବେଳେ କାମୁଡ଼ିବ ତାହା ନିର୍ଣ୍ଣୟ କରିବା ପାଇଁ କେହି ତା’ର ମନ ପଢ଼ିପାରିବ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ରାଜ୍ୟଗୁଡ଼ିକ ଏସମ୍ପର୍କରେ ପ୍ରତିକ୍ରିୟା ଦେଇନାହାଁନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
-
10.ରାଜ୍ୟରେ ମୋଟ ୧୨୦୦୦କୋଟି ବ୍ୟୟ ଅଟକଳରେ ୨୨୦୦ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୦ଗୋଟି ଜିଲ୍ଲାରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
-
11. ବେଦାନ୍ତ ଗ୍ରୁପର ଅଧ୍ୟକ୍ଷଏବଂ ପ୍ରସିଦ୍ଧ ଉଦ୍ୟୋଗପତି ଅନିଲ୍ ଅଗ୍ରୱାଲଙ୍କ ବଡ଼ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କର ବୁଧବାର ନ୍ୟୁୟର୍କରେ ନିଧନ ହୋଇଯାଇଛି। ସେ କେବଳ ୪୯ ବର୍ଷର ଥିଲେ।
-
12.ଦିର୍ଘଦିନ ପରେ ଆମେରିକା ଓ ରୁଷିଆ ମଧ୍ୟରେ ପୁଣି ମୁହାଁମୁହିଁ ହୋଇଛନ୍ତି । ସୂଚନ ଅନୁସାରେ ଆମେରିକା ରୁଷିଆର ତେଲ ଟ୍ୟାଙ୍କରକୁ ନିଜ କବଜାକୁ ନେଇଛି ।
-
13. ଭାରତର ଅର୍ଥନୀତିକୁ ମାପିବାର ମୁଖ୍ୟ ମାପକ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (GDP) ବଦଳରେ ନେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (NDP) ଆସିପାରେ। ଦେଶର ଅର୍ଥନୀତିକୁ ଆକଳନ କରିବାର ମୂଳ ମାପକରେ ପରିବର୍ତ୍ତନ ଆଣିବା ପାଇଁ ପରିସଂଖ୍ୟାନ ମନ୍ତ୍ରଣାଳୟ ବିଚାର କରୁଥିବା ଜଣାପଡ଼ିଛି।
-
14.ପାଣିପାଗ ବିଭାଗ ଜାନୁଆରୀ ୮ ତାରିଖରେ ତାମିଲନାଡୁ, କେରଳ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପାଇଁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ।
-
15.ଭାରତରେ ଟି-୨୦ ବିଶ୍ୱକପ ମ୍ୟାଚ ନ ଖେଳିବା ଜିଦରେ ଅଟଳ ବାଂଲାଦେଶ କ୍ରିକେଟ ବୋର୍ଡ। ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ବିଶ୍ୱକପ ମ୍ୟାଚର ସ୍ଥାନ ବଦଳାଇବାକୁ କହିଥିଲା ବିସିବି।