-
1.ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ ।
-
2.ପଶ୍ଚିମବଙ୍ଗରେ ଇଡି ଓ ମମତା ବାନାର୍ଜୀ ମୁହାଁମୁହିଁ ଘଟଣାରେ ଇଡ଼ିକୁ ଲାଗିଛି ଶକ୍ତ ଝଟକା । ଇଡି ନିବେଦନ ଖାରଜ କଲେ କୋଲକତା ଉଚ୍ଚ ଅଦାଲତ । ଆସନ୍ତା ୧୪ ତାରିଖରେ ଶୁଣାଣି ଘୁଞ୍ଚାଇ ଥିଲେ ଉଚ୍ଚ ଅଦାଲତ । ଏହାକୁ ବିରୋଧ କରି ଅନ୍ୟ ଏକ ବେଞ୍ଚରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ଇଡି । ଜରୁରୀ ଶୁଣାଣି ଆବେଦନ ଖାରଜ କରିଛି କୋଲକତା ଉଚ୍ଚ ଅଦାଲତ ।
-
3.100 ରେଳ ଅଧିକାରୀ ପୁରସ୍କୃତ ହେଲେ; ଶ୍ରେଷ୍ଠ ପ୍ରଦର୍ଶନକାରୀ ରେଳ ଜୋନକୁ ମିଳିଲା 26ଟି ଶିଲ୍ଡ, ପୂର୍ବତଟ ରେଳବାଇର ୩ କର୍ମଚାରୀ ପୁରସ୍କାର ପାଇଲେ।
-
4.ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁରରେ ତିନି ସହରରେ ଦକ୍ଷତା କେନ୍ଦ୍ର ହେବ।
-
5.ଗୋପାଳପୁରରେ ଟାଟା ସୋଲାର ସେଟ୍ ୧୦,୦୦୦ କୋଟି ଟଙ୍କା ନିବେଶ କରିବ ।
-
6.ଭୁବନେଶ୍ଵର ଶୈଳଶ୍ରୀବିହାରସ୍ଥିତ ସୂର୍ଯ୍ୟୋଦୟ ବ୍ୟାଙ୍କର ଜଣେ ପଦସ୍ଥ ଅଧିକାରୀ ତୁଷାରକାନ୍ତି ଦାସଙ୍କ ନେତୃତ୍ବରେ କନ୍ଧମାଳରେ ଶତାଧିକ ଗ୍ରାହକଙ୍କ ନାମରେ ମ୍ୟୁଲ୍ ଆକାଉଣ୍ଟ ଖୋଲାଯାଇଥିଲା। ଠକେଇର ତଦନ୍ତ କରି କନ୍ଧମାଳ ପୁଲିସ ମୁଖ୍ୟ ଅଭିଯୁକ୍ତ ତୁଷାରକାନ୍ତିଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି।
-
7.ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଡ଼ିଶା ଗ୍ରୀଡ୍ ଇନସାଇଟ୍: http://ogri.optcl.co.inର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟର ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଏହି ୱେବସାଇଟରେ ଉପଲବ୍ଧ ରହିବ।
-
8.ଜାନୁଆରିରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର। ଏନେଇସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।
-
9.୨୦୧୩ ମସିହା ଜାନୁଆରି ପହିଲାରେ ରାଜ୍ୟ ସରକାର ଗୁଟ୍ଖା ଉତ୍ପାଦନ, ବିକ୍ରି ଓ ବିତରଣ ସମେତ ନିକୋଟିନଯୁକ୍ତ ପାନ ମସଲାକୁ ନିଷିଦ୍ଧ ଘୋଷଣା କରିଥିଲେ। ଏହାଭିତରେ ୧୩ବର୍ଷ ବିତିଗଲାଣି। ସରକାରଙ୍କ ଏହି ଉଦ୍ୟମଟି ସଂପୂର୍ଣ୍ଣ ପାଣିରେ ପଡ଼ିଛି। ଆଜି ବି ସବୁଠି ଗୁଟ୍ଖା ବିକ୍ରି ଚାଲିଛି।
-
10.ପ୍ରଦୂଷଣ ପ୍ରମାଣପତ୍ର ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚ ଅଦାଲତଙ୍କ ବଡ଼ ଝଟକା । ମୋଟର ଯାନ ଆଇନ ଉଲଙ୍ଘନ ଅଭିଯୋଗରେ ପରିବହନ ପ୍ରାଧିକରଣକୁ ନୋଟିସ ।ପିୟୁସିସି ପ୍ରସଙ୍ଗରେ ପରିବହନ ସଚିବ ଓ ରାଜ୍ୟ ପରିବହନ ପ୍ରାଧିକରଣକୁ ଜବାବ ମାଗିଲା ଉଚ୍ଚ ଅଦାଲତ ।
-
11.ଚଳିତ ମାସ ବସନ୍ତ ପଞ୍ଚମୀରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିପାରେ । ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ୩ ଦିନରେ ବିନା ଶୁଳ୍କରେ ଦର୍ଶନ କରିବେ ଭକ୍ତ । ପରେ ୧୦ଟଙ୍କା ଟିକଟ କାଟି ଦର୍ଶନ କରିବେ ଭକ୍ତ । ନାଟମଣ୍ଡପରେ ଶୀତତାପ ନୀୟନ୍ତ୍ରିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସାରିଥିବା କହିଛନ୍ତି ଶ୍ରୀ ପାଢ଼ୀ ।
-
12.ଛତିଶଗଡ଼ର ଦନ୍ଦେୱାଡାରେ ୬୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଧ୍ୟରେ ବାରସେ ଦେବା ମଧ୍ୟ ସାମିଲ ଅଛନ୍ତି। କୁହାଯାଉଛି ଯେ, ଏମାନଙ୍କ ନାମରେ ୧ କୋଟି ୧୯ ଲକ୍ଷ ଟଙ୍କା ପୁରସ୍କାର ଥିଲା।
-
13.ଉତ୍ତରପ୍ରଦେଶର ମୋଦୀନଗରଠାରେ ଆରମ୍ଭ ହୋଇଥିବା ଅସ୍ମିତା ମହିଳା ଭାରୋତ୍ତୋଳନ ଲିଗ୍ରେ ଓଡ଼ିଆ ଝିଅ ବନିତା ନାୟକ ୩ଟି ରୌପ୍ୟ ପଦକ ଜିତିଛନ୍ତି।
-
14.ଡିୟୁରେ ଚାଲିଥିବା ଦ୍ବିତୀୟ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସର ପେନ୍ଚାକ୍ ସିଲାଟ୍ରେ ଓଡ଼ିଶା ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ବିଚ୍ ପେନ୍ଚାକ୍ ସିଲାଟ୍ ଟାଣ୍ଡିଂ ଇଭେଣ୍ଟ୍ (କ୍ଲାସ୍ ସି) ୫୫ରୁ ୬୦ କେଜି ବର୍ଗରେ ଓଡ଼ିଶାର ସୋହିଲ ଗୁରୁଙ୍ଗ ରୌପ୍ୟ ପଦକ ଜିତିଛନ୍ତି।
-
15.ଜେଏସ୍ଡବ୍ଲ୍ୟୁ ସୁର୍ମା ହକି କ୍ଲବ୍ ଚଳିତ ପୁରୁଷ ହକି ଇଣ୍ଡିଆ ଲିଗ୍ରେ ପ୍ରଥମ ବିଜୟ ବିଜୟ ପାଇଛି। ନିଜର ପ୍ରଥମ ଦୁଇ ମ୍ୟାଚ୍ ହାରିଥିବା ଏହି ଦଳ ଶୁକ୍ରବାର ହାଇଦ୍ରାବାଦ ତୁଫାନ୍ସକୁ ୩-୧ (୧-୧) ସୁଟ୍ଆଉଟ୍ରେ ପରାସ୍ତ କରିଛନ୍ତି ।