-
1.ତେହରାନ: ଇରାନରେ ହିଂସା ତୀବ୍ର ହେବାରେ ଲାଗିଛି। ଇରାନରେ ହିଂସାରେ ଏପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି।
-
2.ଇଣ୍ଡୋନେସିଆ ପାକିସ୍ତାନ ଏବଂ ଚୀନ ଦ୍ୱାରା ମିଳିତ ଭାବରେ ବିକଶିତ ଏକ ବହୁ-ଭୂମିକା ଲଢ଼ୁଆ ବିମାନ JF-17 ଲଢ଼ୁଆ ବିମାନ ପାଇଁ ଏକ ଚୁକ୍ତି ଉପରେ ନଜର ରଖିଛି। ପାକିସ୍ତାନରୁ ଇଣ୍ଡୋନେସିଆ ଶାହପର ଡ୍ରୋନ ମଧ୍ୟ ଚାହୁଁଛି।
-
3.ଇରାନରେ ଉତ୍ତେଜନା ଓ ହିଂସା ପରିସ୍ଥିତି ପାଇଁ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ଅଛନ୍ତି। ନାଗରିକଙ୍କ ସୁରକ୍ଷା ପାଇଁ ଆମେରିକା ପରାମର୍ଶ ଜାରି କରିବା ସହିତ ସ୍ଵଦେଶ ଫେରି ଆସିବାକୁ ପରାମର୍ଶ ଦେଇଛି।
-
4.ଭେନେଜୁଏଲାର ରାଷ୍ଟ୍ରପତି ଦମ୍ପତି ନିକୋଲସ ମାଦୁରୋ ଓ ସିଲିଆ ଫ୍ଲୋରେସଙ୍କୁ ଅପହରଣ କରି ଆମେରିକା ଅଣାଯାଇଛି। ନ୍ୟୁୟର୍କ ଅଦାଲତରେ ମାଦୁରୋ ଦମ୍ପତିଙ୍କର ଶୁଣାଣି ଚାଲିଛି। ଅପରପକ୍ଷରେ ଟ୍ରମ୍ପ ନିଜକୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କରିଛନ୍ତି।
-
5.ବରିଷ୍ଠ ତଥା ସୁପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ ଚଳିତବର୍ଷ ବସନ୍ତ ନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯିବ।
-
6.ସାମାଜିକ ଗଣମାଧ୍ୟମ ‘ଏକ୍ସ’ରୁ ଦୂରେଇଲେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ।
-
7.୨୦୨୫-୨୬ ଆର୍ଥିକ ବର୍ଷରେ ଭୁବନେଶ୍ବର ସର୍କଲକୁ ମଞ୍ଜୁର ହୋଇଥିବା ଅର୍ଥ ଏଏସ୍ଆଇ ମଣ୍ଡଳ ଅଧୀକ୍ଷକଙ୍କ ଖର୍ଚ୍ଚ ରିପୋର୍ଟ ମହାନିର୍ଦେଶକଙ୍କୁ ସନ୍ତୋଷ କରିପାରିନଥିଲା। ଏଏସ୍ଆଇ ମହାନିର୍ଦେଶକ ବଳକା ଅର୍ଥକୁ ଫେରାଇ ନେଇଥିବା ଜଣାପଡ଼ିଛି।
-
8.ଚିଲିକା ହ୍ରଦର ବିକାଶ ପାଇଁ ରାଜ୍ୟ ସରକାର ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାର ମୁହାଣ ଖୋଳାଯିବା ସହ ହ୍ରଦକୁ ସଂଯୋଗ କରୁଥିବା ପାଣି ଚ୍ୟାନେଲ୍ଗୁଡ଼ିକର ଖନନ ହେବ। ଚିଲିକାର ମୁଖ୍ୟ ପାଣି ଚ୍ୟାନେଲ ସହିତ ବାଲୁଗାଁ ଚ୍ୟାନେଲ, ମଗରମୁଖ ଚ୍ୟାନେଲ ଓ ପାଲୁର ଚ୍ୟାନେଲକୁ ଖୋଳାଯାଇ ମାଟି କଢ଼ାଯିବ।
-
9.ଟିପିସିଓଡିଏଲ୍ ଯେଉଁ ତଥ୍ୟ ପ୍ରଦାନ କରିଛି ସେଥିରେ ଏପ୍ରିଲ ୨୦୨୪ ଠାରୁ ସେମାନେ ଆଉ ମିଟର ଭଡ଼ା ଆଦାୟ କରି ନାହାନ୍ତି। ମାର୍ଚ୍ଚ ୨୦୨୪ ସୁଦ୍ଧା ୧୮କୋଟି ୬୮ଲକ୍ଷ ଟଙ୍କା ଆଦାୟ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି।
-
10.ଆମେରିକୀୟ ପ୍ରଯୁକ୍ତି କମ୍ପାନି ଆପଲ୍ର ପ୍ରମୁଖ ଉତ୍ପାଦ ଆଇଫୋନ୍ ଉତ୍ପାଦନ ଓ ରପ୍ତାନୀରେ ଭାରତ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ଭାରତରୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଆଇଫୋନ୍ ରପ୍ତାନୀ କରାଯାଇଛି।
-
11.ଆଗାମୀ ୭୦ରୁ ୧୦୦ ବର୍ଷକୁ ନଜରରେ ରଖି ରାଜ୍ୟ ସରକାର ନୂଆ ବିଧାନସଭା କୋଠାର ଯୋଜନା କରିଛନ୍ତି। ଏଠାରେ ପ୍ରାୟ ୩୦୦ ବିଧାୟକ ବସିବା ଭଳି ଦୁଇମହଲା ବିଶିଷ୍ଟ କୋଠା (ବି+ଜି+୧) ଢାଞ୍ଚାରେ ବିଧାନସଭା କୋଠା ନିର୍ମାଣ ହେବ। ଏଠାରେ ଭୂତଳ ପାର୍କିଂ ଏବଂ ସ୍ବତନ୍ତ୍ର ପାର୍କିଂ ଅଞ୍ଚଳ ରହିବ। ଏଥିପାଇଁ ୩୮୭.୯୪ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କହିଛନ୍ତି।
-
12.ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ ହେବାକୁ ଯାଉଛି। କଲକାତା (ହାୱଡା)ରୁ ଗୁଆହାଟୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
-
13. ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଇଛନ୍ତି ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୂଚନା ଅନୁସାରେ ଶ୍ରୀ ଧନଖଡ଼ ଅସୁସ୍ଥତା କାରଣରୁ ୨ଥର ଚେତା ହରାଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି ।
-
14.ହରିୟାଣାର ଗୁରୁଗ୍ରାମ ଏବଂ ପଞ୍ଜାବର ବାଥିଣ୍ଡାରେ ସର୍ବନିମ୍ନ ତାପମାତ୍ରା ୦.୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜସ୍ଥାନର ଫତେହପୁର (ସିକର)ରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଫରିଦାବାଦ ଏବଂ ରେୱାରି ସମେତ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ତାପମାତ୍ରା ଶୂନ୍ୟସ୍ତରକୁ ପହଞ୍ଚିବା ସହିତ ଭୂମିରେ ତୁଷାର ଜମାଟ ବାନ୍ଧିଛି।
-
15.ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତରେ ହେବାକୁ ଥିବା T20 ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି।