-
1.ରବିବାର ଆଇଟି (IT) ସେକ୍ଟରକୁ ଛାଡ଼ି ପ୍ରାୟ ସମସ୍ତ ପ୍ରମୁଖ ସେକ୍ଟର ଲାଲ୍ ସଙ୍କେତରେ ବନ୍ଦ ହୋଇଛନ୍ତି। ପିଏସୟୁ ବ୍ୟାଙ୍କ ୪% ହ୍ରାସ, ମେଟାଲ୍ ୩.୮% ହ୍ରାସ, ଅଏଲ୍ ଏବଂ ଗ୍ୟାସ୍ ୨.୭% ହ୍ରାସ ଏବଂ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଯଥାକ୍ରମେ ୨.୨% ଏବଂ ୨.୮% ହ୍ରାସ ପାଇଛି।
-
2.ସେନସେକ୍ସ ୧,୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ପାଇ ୮୦,୭୨୨.୯୪ ସ୍ତରରେ ବନ୍ଦ ହୋଇଛି। ନିଫ୍ଟି ୪୯୫.୨୦ ପଏଣ୍ଟ (୧.୯୬%) ହ୍ରାସ ସହ ୨୪,୮୨୫.୪୫ ସ୍ତରରେ ରହିଛି। ବଜାରରେ ଏହି ବଡ଼ ହ୍ରାସ ଯୋଗୁଁ ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
-
3.ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
-
4.କେନ୍ଦ୍ର ସରକାର ମଧ୍ୟ ଲକ୍ଷପତି ଦିଦି ଯୋଜନା ଜାରି ରଖିବା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫ ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯାଏ, ଯାହା ସେମାନଙ୍କୁ ଆର୍ଥିକ ସ୍ଵାଧୀନତା ହାସଲ କରିବାରେ ସକ୍ଷମ କରିଥାଏ। ମହିଳାମାନେ ଏହି ଋଣ ଉପରେ ସରକାରୀ ସବସିଡି ମଧ୍ୟ ପାଆନ୍ତି।
-
5.ପ୍ରତ୍ୟେକ ଜିଲାରେ ବାଳିକା ଛାତ୍ରାବାସ ଖୋଲିବା ଘୋଷଣା କରିଛନ୍ତି। ଦେଶର ୭୦୦ ରୁ ଅଧିକ ଜିଲାରେ ବାଳିକା ଛାତ୍ରାବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।
-
6.କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଯୋଜନାର ସଫଳତା ପରେ, ଅର୍ଥମନ୍ତ୍ରୀ ‘ଶି ମାର୍ଟସ’ ଘୋଷଣା କରିଛନ୍ତି। ଏହି ମାର୍ଟଗୁଡ଼ିକ ସ୍ବୟଂ ସହାୟକ ଉଦ୍ୟୋଗୀମାନଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଖୁଚୁରା ଦୋକାନ ଭାବରେ କାର୍ଯ୍ୟ କରିବ।
-
7.ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ISM) ୨.୦ ର ଶୁଭାରମ୍ଭ ଘୋଷଣା ହୋଇଛି। ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୪୦,୦୦୦ କୋଟି ଟଙ୍କାର ବୃହତ୍ ବ୍ୟୟବରାଦ ଘୋଷଣା କରିଛନ୍ତି।
-
8.ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କର୍ତ୍ତୃପକ୍ଷ କୁମ୍ଭୀରଙ୍କ ପୋଷ୍ଟମର୍ଟମ କରିଛନ୍ତି ।
-
9.୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ଆଇଟିଆର୍-୧, ଆଇଟିଆର୍ -୨ ଲୋକେ ରିଟର୍ଣ୍ଣ ଭରିପାରିବେ। ଆୟକର ଫାଙ୍କିଲେ ଆଉ ଦଣ୍ଡ ମିଳିବନି। ଅତିରିକ୍ତ ୩୦ ପ୍ରତିଶତ ଟିକସ ଦେଇ ମୁକୁଳିପାରିବେ।
-
10ଓଡ଼ିଶା ସମେତ ୫ଟି ରାଜ୍ୟରେ ବିରଳ ଖଣିଜ କରିଡର ନେଇ ଘୋଷଣା କରିଛନ୍ତି । କେରଳ, ଓଡ଼ିଶା, ତାମିଲନାଡୁ, ଛତିଶଗଡ ଓ ଝାଡଖଣ୍ଡରେ ଏହି କରିଡର ନିର୍ମାଣ ହେବ । ନିର୍ମଳା କହିଛନ୍ତି ଆମ ସରକାର ନିଯୁକ୍ତି ଓ ଉତ୍ପାଦନକୁ ଗୁରୁତ୍ୱ ଦେଇଛନ୍ତି ।
-
11.ଆଗାମୀ ୫ ବର୍ଷ ମଧ୍ୟରେ ୨୦ଟି ନୂତନ ଜଳପଥ କାର୍ଯ୍ୟକ୍ଷମ କରିବା ପାଇଁ, ଓଡ଼ିଶାରେ ଜାତୀୟ ଜଳପଥ ୫ ସହିତ ଆରମ୍ଭ କରି ତାଳଚେର ଏବଂ ଅନୁଗୁଳର ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ କଳିଙ୍ଗନଗର ଭଳି ଶିଳ୍ପ କେନ୍ଦ୍ରଗୁଡ଼ିକୁ ପାରାଦୀପ ଏବଂ ଧାମରାବନ୍ଦର ସହିତ ସଂଯୋଗ କରିବା ପାଇଁ ଅନ୍ତଭୃକ୍ତ।
-
12.ବଜେଟରେ -ମଦ, ଖଣିଜ ପଦାର୍ଥ, ସ୍କ୍ରାପ୍, ସିଗାରେଟ୍, ପାନ ମସଲା, ସୌଖୀନ ପୋଷାକ, ତମାଖୁ ସାମଗ୍ରୀ , ଆମଦାନୀ ଘଣ୍ଟା ମହଙ୍ଗା ହେବ
-
13. ବଜେଟରେ - କ୍ୟାନସର ରୋଗର ୧୭ଟି ଔଷଧ, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ,ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା , ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ, ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ ସିଏନ୍ଜି ଗ୍ୟାସ୍ ଶସ୍ତା ହେବ।
-
14.ବଜେଟରେ - ଜାମନଗରରେ WHO ଗ୍ଲୋବାଲ ଟ୍ରାଡିସନାଲ ମେଡିସିନ ସେଣ୍ଟର ହେବ।
-
15.ବଜେଟରେ - ବାରଣାସୀ ଓ ପାଟଣାରେ ଜାହାଜ ମରାମତି ଇକୋ ସିଷ୍ଟମ୍ , ୭ଟି ହାଇସ୍ପିଡ୍ ରେଲଓ୍ବେ କରିଡର ନିର୍ମାଣ ହେବ।
-
16.ବଜେଟରେ - କଷ୍ଟମ ଡ୍ୟୁଟି ୧୦ ପ୍ରତିଶତକୁ ହ୍ରାସ ହେବ ।
-
17.ପ୍ରତିବର୍ଷ ବଜେଟ୍ ଦିବସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଶାଢ଼ି ମାଧ୍ୟମରେ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାନ୍ତି। ଏଥର, ସେ କାଞ୍ଜିଭରମ୍ ସିଲ୍କ ଶାଢ଼ି ପିନ୍ଧି ତାଙ୍କ ଗୃହ ରାଜ୍ୟ ତାମିଲନାଡୁର ପ୍ରାଚୀନ ବୟନ କଳାକୁ ସମ୍ମାନ ଜଣାଇଛନ୍ତି।