-
1.ରୁଷ ସ୍ପଷ୍ଟ ଭାବରେ କହିଛି ଯେ ଭାରତ ଏହାର ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ କ୍ରୟ ପାଇଁ ଯେକୌଣସି ଦେଶ ସହିତ କାରବାର କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ।
-
2.ପଶ୍ଚିମ ନାଇଜେରିଆର କ୍ୱାରା ରାଜ୍ୟର ଦୁଇଟି ଗାଁ-ୱାରୋ ଏବଂ ନୁକୁରେ ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୨୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି।
-
3.ବହୁ-ରାଜ୍ୟ ସମବାୟ ସମାଜ ଆଇନ, ୨୦୦୨ ଅଧୀନରେ ପଞ୍ଜିକୃତ ଭାରତ ଟ୍ୟାକ୍ସି ୬ ଜୁନ୍ ୨୦୨୫ରେ ପ୍ରତିଷ୍ଠିତ ହୋଇଥିଲା। ଏହା ଏକ ଶୂନ୍ୟ-କମିସନ୍ ଏବଂ ବୃଦ୍ଧି-ମୁକ୍ତ ମୂଲ୍ୟ ମଡେଲରେ କାର୍ଯ୍ୟ କରେ, ସିଧାସଳଖ ଡ୍ରାଇଭରମାନଙ୍କୁ ଲାଭ ବଣ୍ଟନ କରେ। କେନ୍ଦ୍ରମନ୍ତ୍ରୀ ଅମିତ ଶାହ 'ଭାରତ ଟ୍ୟାକ୍ସି' ଶୁଭାରମ୍ଭ କରିବେ।
-
4.କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରତିଷ୍ଠିତ ସ୍ୱଚ୍ଛତା ପଖୱାଡା ପୁରସ୍କାର ୨୦୨୫ରେ ପାରାଦୀପ ବନ୍ଦର ପ୍ରାଧିକରଣକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି।
-
5.ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି. ଅମ୍ବାନୀ କହିଛନ୍ତି ଯେ ଆଗାମୀ ୨୦-୩୦ ବର୍ଷ ମଧ୍ୟରେ ଭାରତ ୨୫ରୁ ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ସମ୍ଭାବନା ରଖିଛି।
-
6. ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସମେତ ବିଶ୍ୱର ପ୍ରମୁଖ ମହାକାଶ ଏଜେନ୍ସିଗୁଡ଼ିକ ହାଇ-ଆଲର୍ଟ ଜାରି କରିଛନ୍ତି । ଗତ କିଛି ଦିନ ମଧ୍ୟରେ ସୂର୍ଯ୍ୟଙ୍କ ପୃଷ୍ଠରେ ଏକ ବିଶାଳ ସନ୍ସ୍ପଟ୍ରୁ ଏକାଧିକ ‘ଏକ୍ସ-କ୍ଲାସ୍’ ସୌରକଣିକା ନିର୍ଗତ ହୋଇଛି। ଏଥିମଧ୍ୟରୁ ଫେବ୍ରୁଆରି ୧ ତାରିଖରେ ହୋଇଥିବା ଏକ୍ସ ୮.୩ ଶ୍ରେଣୀର ସୌରଝଡ଼ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି।
-
7.କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ଆଇଏଏସ୍ କିମ୍ବା ଆଇଏଫ୍ଏସ୍ ଭାବେ ନିଯୁକ୍ତି ପାଇସାରିଛନ୍ତି ଏବଂ ସେହି ପଦବିରେ କାର୍ଯ୍ୟରତ ଅଛନ୍ତି, ସେମାନେ ସିଏସ୍ଇ ୨୦୨୬ ପାଇଁ ଆବେଦନ କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀ ପୂର୍ବ ବର୍ଷର ପରୀକ୍ଷା ଆଧାରରେ ପ୍ରାଥମିକ ପରୀକ୍ଷା (ପ୍ରିଲିମ୍) ପରେ ଏହି ସେବାଗୁଡ଼ିକରେ ଯୋଗ ଦିଅନ୍ତି, ତେବେ ସେମାନେ ପରବର୍ତ୍ତୀ ମୁଖ୍ୟ ପରୀକ୍ଷା ଦେବାକୁ ଅଯୋଗ୍ୟ ବିବେଚିତ ହେବେ।
-
8.ମୟୂରଭଞ୍ଜର ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ 'ଅବକାଶ ଗୃହ'ର ଶୁଭ ଉଦ୍ଘାଟନ କରିଛନ୍ତି।
-
9.ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ପୂର୍ଣ୍ଣାଙ୍ଗ ବେଶରେ ଦର୍ଶନ କଲେ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦେଖି ଲୁହ ଝରାଇଲେ।
-
10.ତୁରେକେଲା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ତୁରେକେଲା ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାବେଳେ ଏମାନଙ୍କୁ କିଶୋର ନ୍ୟାୟ ପରିଷଦରେ ହାଜର କରାଯିବ ବୋଲି ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ୍ ଓ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
-
11.ବିଶ୍ୱର ପ୍ରମୁଖ ଗଣମାଧ୍ୟମ ସଂଗଠନ ମଧ୍ୟରୁ ଅନ୍ୟତମ ‘ୱାସିଂଟନ ପୋଷ୍ଟ’ ବୁଧବାର ବଡ଼ଧରଣର ଛଟେଇ ଘୋଷଣା କରିଛି। ଜେଫ୍ ବେଜୋସ୍ ଙ୍କ ସଂଗଠନ ଏହାର ବିଦ୍ୟମାନ ସ୍ପୋର୍ଟ୍ସ ଡେସ୍କକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଅନ୍ତର୍ଜାତୀୟ ରିପୋର୍ଟିଂ ମଧ୍ୟ ହ୍ରାସ କରିଛି।
-
12.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିର୍ବାଚନ କମିସନଙ୍କ ବିରୋଧରେ ଗର୍ଜିଛନ୍ତି। ଜଣେ ଆଇନଜୀବୀ ଭାବେ ସେ ନିଜେ ମାମଲା ପରିଚାଳନା କରି ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍)କୁ ଚ୍ୟାଲେଞ୍ଜ କରିଛନ୍ତି।
-
13.ଫେବ୍ରୁଆରି ୫ ସୁଦ୍ଧା ଭାରତ ସରକାର ନୂତନ ବୀମା ଆଇନ ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ନୂଆ ଆଇନ କାର୍ଯ୍ୟକାରୀ ହେଲେ ବୀମା ଶିଳ୍ପରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ସୀମା ୧୦୦ ପ୍ରତିଶତକୁ ବୃଦ୍ଧି ପାଇବ।
-
14. ସାତକୋଶିଆରେ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍ କରିବା ପାଇଁ ୧୦୦ କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)କୁ ମଞ୍ଜୁରୀ ମିଳିଛି।
-
15.ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି ।