-
1. ଟ୍ରମ୍ପପ୍ରଶାସନର ଏଚ୍-୧ବି ଭିସା ଫି ବୃଦ୍ଧିକୁ ଆମେରିକାର ୨୦ଟି ରାଜ୍ୟ ବିରୋଧ କରିଛନ୍ତି। ଏଚ୍-୧ବି ଭିସା ଫି ୧ ଲକ୍ଷ ଡଲାରକୁ ବୃଦ୍ଧି କରାଯିବା
-
2.ପାକିସ୍ତାନର ଲାହୋର ବିଶ୍ୱବିଦ୍ୟାଳୟ ପରିଚାଳନା ବିଜ୍ଞାନ (LUMS) ଦ୍ୱାରା ପ୍ରାଚୀନ ଭାଷା ସଂସ୍କୃତର ଆନୁଷ୍ଠାନିକ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି ପାଠ୍ୟକ୍ରମରେ ସଂସ୍କୃତ ଭାଷା ସହିତ ମହାଭାରତ ଏବଂ ଭଗବଦ ଗୀତା ଭଳି ପ୍ରାଚୀନ ଗ୍ରନ୍ଥଗୁଡ଼ିକର ଅଧ୍ୟୟନ ଅନ୍ତର୍ଭୁକ୍ତ ହେବ।
-
3.ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ଅତିକମରେ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାକୁ ବର୍ତ୍ତମାନର ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।
-
4.କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ‘ବିକଶିତ ଭାରତ ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା। କିନ୍ତୁ ନୂଆ ଜି ରାମ ଜି ଯୋଜନାରେ କୁହାଯାଇଛି ଯେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିବେ।
-
5.ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩ ପ୍ରତିଶତ, ସେମାନଙ୍କର ବ୍ରିଟିଶ ନାଗରିକତା ହରାଇପାରନ୍ତି।
-
6.ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର ଶୀର୍ଷ କମାଣ୍ଡର ରାଏଦ ସଇଦଙ୍କ ମୃତ୍ୟୁ ହୋଇଛି।
-
7.ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ଅଧିକାରୀ ହୋଇ ଦେଶ ସେବା କରିବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନୌସେନା ଏକାଡେମୀ ପରୀକ୍ଷା (ଏନଡିଏ ଏବଂ ଏନଏ) ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
-
8.ଓଡ଼ିଆ ପୁଅ ସୁମିତ ସିଂହ ଦୀର୍ଘ ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଚାଲି ଚାଲି ସୃଷ୍ଟି କରିଛନ୍ତି ଏକ ବିରଳ ବିଶ୍ଵ ରେକର୍ଡ। ସେ ଏହି ସମୟ ମଧ୍ୟରେ ଟ୍ରେଡ ମିଲ୍ରେ ୨୦୧ କିଲୋମିଟର ପଥ ଚାଲିଛନ୍ତି।
-
9.ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି ।
-
10.ଶିଶୁ କର୍କଟ ଚିକିତ୍ସା ନିମନ୍ତେ ଓଡିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ କ୍ୟାନକିଡ୍ସ କିଡ୍ସକ୍ୟାନ ମଧ୍ୟରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।
-
11.କେନ୍ଦ୍ରାପଡ଼ାରେ ଶୀତଳଭଣ୍ଡାର ଲୋକାର୍ପଣ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କଲେ ।
-
12.କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି।
-
13.ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଜାନୁଆରୀ ୧, ୨୦୨୬ରୁ ଲାଗୁ ହେବ ବର୍ଦ୍ଧିତ ଷ୍ଟାଇପେଣ୍ଡ।
-
14.ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’ । ବରମୁଣ୍ଡା ବସ୍ ଟର୍ମିନାଲ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ
-
15.ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍ ଡେଣ୍ଟିଷ୍ଟ୍ରି (ISPPD) ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି ।ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ।
-
16.କେନ୍ଦ୍ରୀୟ ମେକ୍ସିକୋରେ ଏକ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଛୋଟ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି।
-
17.ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବରରେ ବେକାରି ହାର ୫.୨ ପ୍ରତିଶତ ଥିଲା। ମୋଟ ଉପରେ ପୁରୁଷ ବେକାରି ହାର ଗତ ଅକ୍ଟୋବରର ୫.୧ ପ୍ରତିଶତ ତୁଳନାରେ ନଭେମ୍ବରରେ ୪.୬ ପ୍ରତିଶତକୁ ହ୍ରାସ ପାଇଛି।
-
18.ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ସୋମବାର ଏକ ଡଲାର ମୂଲ୍ୟ ୯୦ ଟଙ୍କା ୭୦ ପଇସା ହୋଇଯାଇଥିଲା।
-
19.ଧଉଳି ବୁଲିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଛନ୍ତି।
-
20.୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟିର ପରୀକ୍ଷା ସମୟ ବଦଳିଛି । ଏହାର ସମୟ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅପରାହ୍ନ ୧.୩୦ ରୁ ୪ଟା ଯାଏଁ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏବେ ଏହା ଅପରାହ୍ନ ୨ଟାରୁ ୪.୪୦ ଯାଏଁ ଅନୁଷ୍ଠିତ ହେବ।