- 1.ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓମାନରେ ପହଞ୍ଚିଛନ୍ତି। ତାଙ୍କୁ ଓମାନ ତରଫରୁ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ନାନିତ କରାଯାଇଛି।
-
2.ରୁଷ ରାଷ୍ଟ୍ରପତି ପୁଟିନ ଚେତାବନୀ ଦେଇଛନ୍ତି ଯେ, ଯଦି କିଭ୍ ଏବଂ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଶାନ୍ତି ଆଲୋଚନାରେ କ୍ରେମଲିନ୍ର ଦାବିକୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ମସ୍କୋ ୟୁକ୍ରେନ୍ରେ ନିଜର ଲାଭ ବୃଦ୍ଧି କରିବାକୁ ଚେଷ୍ଟା କରିବ ।
-
3.ଗଣତନ୍ତ୍ର ଦିବସ-୨୦୨୬ ପାଇଁ ୟୁରୋପୀୟ ସଂଘ (EU)ର ଶୀର୍ଷ ନେତା, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ।
-
4.ରାଜ୍ୟସଭାରେ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି ବିଲ୍ ୨୦୨୫ ( ଶାନ୍ତି ବିଲ୍, ୨୦୨୫) ଗୃହୀତ ହୋଇଛି। ରାଜ୍ୟସଭା ଏହି ବିଲକୁ ବାଚନିକ ଭୋଟ ଦ୍ୱାରା ପାସ୍ କରିଛି ।
-
5.ଷ୍ଟାଚ୍ୟୁ ଅଫ୍ ୟୁନିଟି ତିଆରି କରି ଇତିହାସ ସୃଷ୍ଟି କରିଥିବା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ।
-
6.ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍ସିଏସ୍) ଅନୁଯାୟୀ ଗୁରୁବାର ସକାଳେ ମିଆଁମାରରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି ।
-
7.ଲୋକସଭାରେ ବହୁ ବିରୋଧ ପରେ ଭିବି-ଜି ରାମ୍-ଜି ବିଲ୍ ପାରିତ ହେଲା ।
-
8.୨୦୧୨ମସିହାରେ ମହାରାଷ୍ଟ୍ରରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟାକୁ ଚକୋଲେଟ୍ ଦେଇ ଅପହରଣ କରି ଦୁଷ୍କର୍ମ ଏବଂ ହତ୍ୟା କରିଥିଲା ଅଭିଯୁକ୍ତ ରବି ଅଶୋକ ଘୁମାରେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୯ରେ ଅକ୍ଟୋବର ୩ତାରିଖରେ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଦୋଷୀଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
-
9.ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।
-
10.ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ଠାରେ ଥିବା ପ୍ରାଚୀନ ଐତିହ୍ୟସ୍ଥଳୀରୁ ବେଆଇନ ଜବରଦଖଲ ଉଚ୍ଛେଦ ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ।
-
11.ନବକଳେବର ଚଳଚ୍ଚିତ୍ର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ ଏବଂ ଭାରତର ବିଭିନ୍ନ ସ୍ଥାନ) ଏବଂ ୪ଟି ମହାଦେଶ (ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଓ ଇଉରୋପ) ଜୁରି ଯାତ୍ରା କରି ଏପର୍ଯ୍ୟନ୍ତ ପ୍ରାୟ ୧୩ଟି ସହରରେ ଦର୍ଶକମାନଙ୍କ ପାଖରେ ପହଞ୍ଚିଛି ।
-
12.ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ନୂତନ ଭାବେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ (MKBY) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ୫୧,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ବାଲ୍ୟ ବିବାହ ରୋକିବା ଏବଂ କନ୍ୟା ସନ୍ତାନର ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ।
-
13.ମହାରାଷ୍ଟ୍ରର ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ ଶେନ୍ଦୁରୁସାନି ଗ୍ରାମ ପଞ୍ଚାୟତରେ ମାତ୍ର ୩ ମାସ ମଧ୍ୟରେ ୨୭,୩୯୭ ଜନ୍ମ ପଞ୍ଜିକରଣ କରାଯାଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗ୍ରାମର ମୋଟ ଜନସଂଖ୍ୟା ମାତ୍ର ୧,୫୦୦।
-
14.ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଅଦାଲତୀ ଝଟକା ଲାଗିଛି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମେ’୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
-
15.କଟକ ପ୍ରତାପନଗରୀ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ସ୍କୁଲରୁ ଫେରିବା ରାସ୍ତାରେ ଦୁଷ୍କର୍ମର ଶିକାର ହୋଇଥିବା ଏହି ନାବାଳିକା ଗର୍ଭବତୀ ହୋଇଥିଲେ।
-
16.ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦ ପାକିସ୍ତାନୀ ଭିକାରୀଙ୍କୁ ନିଜ ଦେଶରୁ ବାହାର କରିଦେଇଛି।
-
17.ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ ପରିମାଣର ୩୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଏଣିକି ଆଉ ଠିକାରେ ଶିକ୍ଷକ ନିଯୁକ୍ତ ହେବେନାହିଁ। ରାଜ୍ୟରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ୩ ବର୍ଷ ମଧ୍ୟରେ ୪୫ ହଜାର ଶିକ୍ଷକ ପଦବୀ ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଛି।
-
18.ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି।
-
19.ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିଲେ। ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୋଲିସ ଏବଂ ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
-
20.ଫ୍ରାନ୍ସ ତଥା ପ୍ୟାରିସ ସେଣ୍ଟ ଜର୍ମାନ ଫରୱାର୍ଡ ଓସୁମେନେ ଡେମ୍ବେଲେ ପୁରୁଷ ଓ ସ୍ପେନ ତଥା ବାର୍ସିଲୋନାର ମିଡଫିଲଡର ଆଇଟାନେ ବୋନମାତି ମହିଳାରେ ଫିଫା ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି।