- 1.ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ (GTRI)ର ଏକ ରିପୋର୍ଟ ଅନୁଯାୟୀ, ଚାଇନା ସହିତ ଭାରତର ବାଣିଜ୍ୟ ନିଅଣ୍ଟ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ୨୦୨୫ ସୁଦ୍ଧା ଏହା ୧୦୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହା ଏକ ଅତ୍ୟନ୍ତ ଚିନ୍ତାଜନକ ସ୍ତର।
-
2.୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ ଦିଆଯାଇଛି ।
-
3.ସଂସଦର ଶୀତ ଅଧିବେଶନର ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିସନ୍ (ଗ୍ରାମୀଣ) ବିଲ୍ ୨୦୨୫ (ଭିବି-ଜି ରାମ ଜି) ଉଭୟ ସଦନରେ ପାସ୍ ହେବା ସଂସଦୀୟ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
-
4.ରାଜ୍ୟ ସରକାର ଓଡ଼ିଶାରେ ଜଳ ପରିବହନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯୋଜନା କରିଛନ୍ତି। ଏଥିପାଇଁ ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୩୬ ସୁଦ୍ଧା ଦେଶର ବନ୍ଦରଭିତ୍ତିକ କାର୍ଗୋ ପରିବହନର ୩୩% ଓଡ଼ିଶାରୁ ହେବ।
-
5.ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନର ଜନ୍ମ ନିୟନ୍ତ୍ରଣ ସାମଗ୍ରୀ (କଣ୍ଡୋମ/ଗର୍ଭ ନିରୋଧକ) ଉପରେ ଲାଗୁ ହୋଇଥିବା ୧୮ ପ୍ରତିଶତ ସାଧାରଣ ବିକ୍ରୟ କର (GST)କୁ ତୁରନ୍ତ ଛାଡ଼ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଏହା ଦୁନିଆର ଦ୍ରୁତତମ ଜନସଂଖ୍ୟା ବୃଦ୍ଧି ହାର ସହ ସଂଗ୍ରାମ କରୁଥିବା ପାକିସ୍ତାନ ସରକାରଙ୍କ ପାଇଁ ଏକ ବଡ଼ ଝଟ୍କା।
-
6.ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର ମୂଲ୍ୟ ୨୦% ପର୍ଯ୍ୟନ୍ତ ବୃଦ୍ଧି କରିବେ ବୋଲି ଚର୍ଚ୍ଚା ହେଉଛି।
-
7.ଜଣେ ଜମିମାଲିକଙ୍କ ଠାରୁ ତାଙ୍କ ଜମିର ଅନୁକୂଳ ସୀମା ନିର୍ଦ୍ଧାରଣ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲର ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ସେଠୀ।
-
8. ବିହାରରର ଛପରା ଜିଲ୍ଲାରେ ପ୍ରବଳ ଥଣ୍ଡା ଏବଂ ଶୀତଳ ଲହରୀ ଯୋଗୁଁ ଅଙ୍ଗନୱାଡି କେନ୍ଦ୍ର ସମେତ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ଡିସେମ୍ବର ୨୧ ୨୦୨୫ ପର୍ଯ୍ୟନ୍ତ ସ୍ଥଗିତ ରହିବ।
-
9.କନ୍ଧମାଳ ଜିଲ୍ଲାରେ ଥମିବାର ନା ଧରୁନି ଗଞ୍ଜେଇ କାରବାର। ଶୁକ୍ରବାର ଗୋଛାପଡା ପୁଲିସ ଏକ ପିକ୍ଅପ୍ ଗାଡ଼ିରୁ ୩୭୮ କିଲୋ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି।
-
10.ଭବାନୀପାଟଣା ଏକ ସ୍ବୟଂ ସହାୟିକା ଗୋଷ୍ଠୀଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଲାଞ୍ଜିଗଡ଼ର ପୂର୍ବତନ ସିଡିପିଓ ମୀନା ପାତ୍ରଙ୍କୁ ଭିଜିଲାନ୍ସ କୋର୍ଟ ୪ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।
-
11.ବେଆଇନ ବେଟିଂ ଆପ ମାମଲାରେ ଇଡି ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରିଛି। ଯୁବରାଜ ସିଂଙ୍କ ଅଢ଼େଇ କୋଟି, ଉଥାପ୍ପାଙ୍କ ୮.୨୬ ଲକ୍ଷର ସମ୍ପତ୍ତି ଜବତ ହୋଇଛି। ସେହିପରି ଉର୍ବଶୀ ରୌତେଲାଙ୍କ ୨ କୋଟି, ସୋନୁ ସୁଦ୍ଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।
-
12.ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ ନାହିଁ। ଆହ୍ଲାବାଦ୍ ହାଇକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
-
13.ଗତ ୫ ବର୍ଷରେ ସମଗ୍ର ଦେଶରେ ପ୍ରାୟ ୮.୭ ଲକ୍ଷ ଖାଦ୍ୟ ନମୁନା ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୧.୭୪ ଲକ୍ଷରୁ ଅଧିକ ନମୁନା ସୁରକ୍ଷା ଏବଂ ଗୁଣବତ୍ତାର ଧାର୍ଯ୍ୟ ମାନକରେ ଫେଲ୍ ହୋଇଛି। ଏହି ଅପମିଶ୍ରଣରେ ଜଡ଼ିତ ପ୍ରାୟ ୪୮୦୦ ଲୋକଙ୍କୁ ଦଣ୍ଡ ଦିଆଯାଇଛି ଏବଂ ସେମାନଙ୍କ ଉପରେ ୨୫୭ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଯାଇଛି।
-
14.ଭାରତରେ ଗତ ୨୫ ବର୍ଷ ମଧ୍ୟରେ ମଧୁମେହ ରୋଗୀଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୬୦୦ ନିୟୁତ ଲୋକ ମଧୁମେହରେ ପୀଡିତ ହୋଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ପ୍ରତି ନଅ ସେକେଣ୍ଡରେ ଜଣେ ବ୍ୟକ୍ତି ମଧୁମେହ ଯୋଗୁଁ ମୃତ୍ୟୁବରଣ କରୁଥିଲେ।
-
15.ହାଇଦ୍ରାବାଦରେ ଅନୁଷ୍ଠିତ ମେଗା ରୋଡ୍ ସୋ ‘ଓଡ଼ିଶା ନିବେଶକ ସମ୍ମିଳନୀରେ ୨୭,୬୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୧୩ଟି ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି। ଏଥିସହିତ ୩୯,୧୩୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି।
-
16.ରାଜ୍ୟ ସରକାର ‘ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ’ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୬ଟି ପ୍ରକଳ୍ପ ପାଇଁ ୫ବର୍ଷରେ (୨୦୨୫-୨୬ରୁ ୨୦୨୯-୩୦) ମଧ୍ୟରେ ୧୭୯୦କୋଟି ଟଙ୍କା ଖର୍ଚ୍ଚ ହେବ।
-
17.ଆମେରିକା ପୁଣି ଥରେ ସିରିଆରେ ଇସଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି। ପାଲମିରା ଅଞ୍ଚଳରେ ଏକ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ, ପେଣ୍ଟାଗନ୍ କଡ଼ା ଜବାବ ଦେବାକୁ ନିଷ୍ପତ୍ତି ନେଇଛି।
-
18.ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ ସର୍ବନିମ୍ନ ୪.୩ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି।
-
19.କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।
-
20.ଅହମ୍ମଦାବାଦ- ଅହମ୍ମଦାବାଦ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍ରେ ପରାସ୍ତ କରିଛି । ଗୋଟିଏ ମ୍ୟାଚ ବାତିଲ୍ ହୋଇଥିବା ବେଳ ଭାରତ ତିନୋଟି ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତିଛି।