-
1.ବାଂଲାଦେଶର କଠୋରପନ୍ଥୀ ଭାରତ ବିରୋଧୀ ଯୁବ ନେତା ଶରିଫ୍ ଓସମାନ୍ ହାଦିଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ବିରୋଧୀ ଆଭିମୁଖ୍ୟ ବଢ଼ିବାରେ ଲାଗିଛି।
-
2.ଆମେରିକୀୟ ସେନା ଆଇଏସ୍ ଭିତ୍ତିଭୂମି ଓ ଅସ୍ତ୍ରଶସ୍ତ୍ର ସହ ଜଡିତ କେନ୍ଦ୍ରୀୟ ସିରିଆର ୭୦ଟି ଟାର୍ଗେଟ୍କୁ ନଷ୍ଟ କରିଛି।
-
3.ଚୀନ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଭାରତ ବିରୋଧରେ ଅଭିଯୋଗ କରିଛି। ଟେଲିକମ୍ ଉପକରଣ ଭଳି ଉତ୍ପାଦ ଉପରେ ଭାରତ ଯେଉଁ ଶୁଳ୍କ ଲଗାଇଛି ଓ ସୌର ଶକ୍ତି ଶିଳ୍ପକୁ ଯେଉଁ ସବ୍ସିଡି ଦିଆଯାଉଛି ତାହାକୁ ଚୀନ ବିରୋଧ କରିଛି।
-
4.ତୋଶାଖାନା-୨ ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ୧୭ ବର୍ଷ ଜେଲ୍ଦଣ୍ଡ ଦିଆଯାଇଛି।
-
5.ବାଂଲାଦେଶରେ ୨ ପ୍ରମୁଖ ଖବରକାଗଜ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାର୍ ସମେତ କେତେକ ପ୍ରମୁଖ ଗଣମାଧ୍ୟମ ଅଫିସ ଉପରେ ଶୁକ୍ରବାର ରାତିରେ ଭୟଙ୍କର ଆକ୍ରମଣ ଘଟଣା ଗଣମାଧ୍ୟମ ଜଗତରେ ଆତଙ୍କ ଖେଳାଇ ଦେଇଛି। ବିଶୃଙ୍ଖଳ ଜନତା ଖବରକାଗଜ ଅଫିସ ଭଙ୍ଗାରୁଜା କରୁଛନ୍ତି ଏବଂ ଅଫିସରେ ନିଆଁ ଲଗାଇ ଦେଉଛନ୍ତି।
-
6.କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍ ୧୧ଟି ଏୟାରପୋର୍ଟ ପାଇଁ ବିଡ୍ ଦାଖଲ କରିବାକୁ ଯାଉଛି।
-
7.ବରିଷ୍ଠ ମାଲାୟାଲମ୍ ଅଭିନେତା, ଚିତ୍ରନାଟ୍ୟ ଲେଖକ ଓ ଚଳଚ୍ଚିତ୍ର ନିର୍ମାତା ଶ୍ରୀନିବାସନଙ୍କର ଶନିବାର କୋଚିର ତ୍ରିପୁନିଥୁରା ତାଲୁକ ହସ୍ପିଟାଲରେ ୬୯ ବର୍ଷରେ ପରଲୋକ ହୋଇଛି।
-
8.ବନ୍ଦର, ବିମାନବନ୍ଦର ଭଳି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ବ୍ୟବସାୟ ପରେ ଆଦାନୀ ଗ୍ରୁପ୍ ଆତିଥେୟତା ଶିଳ୍ପରେ ପ୍ରବେଶ କରିବାକୁ ଯାଉଛି। ସାରା ଦେଶରେ ୬୦ରୁ ଅଧିକ ହୋଟେଲ ଖୋଲିବା ଯୋଜନା ରଖିଛି।
-
9.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ ଆଉ ସେମାନଙ୍କ ଔଷଧ ପାଇଁ ବିଶ୍ୱର ଯେକୌଣସି ସ୍ଥାନରେ ନିଆଯାଇଥିବା ସର୍ବନିମ୍ନ ମୂଲ୍ୟଠାରୁ ଅଧିକ ଦେବାକୁ ପଡ଼ିବ ନାହିଁ।
-
10.କଟକ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଟାଙ୍କିରେ ତେଲ ପକାଇବାକୁ ଅନୁମତି ମିଳିବନି।
-
11.ରୋଗଗ୍ରସ୍ତ ବୃଦ୍ଧ ଭାଇଙ୍କୁ ଚିକିତ୍ସା କରିବା ତ ଦୂର କଥା, କେହି ନ ଜାଣିବାକୁ ରାଜଧାନୀ ଭୁବନେଶ୍ବରରୁ ୪୦୦ କିମି ଦୂର ରାଉରକେଲା ଆଣି ରାସ୍ତାରେ ଫିଙ୍ଗିଦେଇ ପଳାଇଲେ।
-
12.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୨୪ଟି ପଦବୀର ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନ ପାଇଁ ସମୟ ସୀମା ୨୦୨୫ ଡିସେମ୍ବର ୨୨ ତାରିଖ ରୁ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
-
13.ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ ନିର୍ମାଣ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ କରାଯିବ।
-
14. ବୌଦ୍ଧ ପୁଲିସ ୧୮ ମାଓବାଦୀଙ୍କ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।
-
15.ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଆଇ ସି ସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି।