-
1.ଆସନ୍ତା ୨୫ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ଉଭୟଙ୍କ ଜୀବନି ଉପରେ ବକ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ କୋଷାଗୁମୁଡା ବ୍ଲକ ଉନ୍ନୀତ ଉଚ୍ଚବିଦ୍ୟାଳୟ ମାଝୀଧନୁଆର ଛାତ୍ର ବସନ୍ତ ଚଣ୍ଡାଳ ମନୋନୀତ ହୋଇଛନ୍ତି। ସାରା ଭାରତରୁ ୩୬ ଜଣ ଓ ଓଡିଶାରୁ ମାତ୍ର ଦୁଇ ଜଣ ଛାତ୍ର ଏହି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି I
-
2.ରାୟଗଡା ସ୍ତ୍ରୀହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଆଜି ରାୟଗଡା ଅତିରିକ୍ତ ଜିଲ୍ଲା ଦୈରା ଜଜ ଅଳ୍ପନା ସ୍ଵାଇଁ ଶୁଣାଇଛନ୍ତି I
-
3.ଡିସେମ୍ବର ୨୩, ମଙ୍ଗଳବାର ସକାଳେ ଦିଲ୍ଲୀ-ଏନସିଆରର ରାସ୍ତାଗୁଡ଼ିକୁ କୁହୁଡ଼ି ଘୋଡ଼ାଇ ଦେଇଥିଲା। ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରି ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ସେଲସିୟସ୍ ରହିଛି।
-
4.କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ୧୦୮ଟି ଏସଇବିସି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାରଙ୍କୁ ଚିଠି ଲେଖିଛନ୍ତି ।
-
5.ଲଣ୍ଡନରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ ମିଳିଛି ।
-
6.କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସସିବି) ମେଡିକାଲ କଲେଜରେ ୧୭ ମହଲା ବିଶିଷ୍ଟ ପାର୍କିଂ ଅଟ୍ଟାଳିକା ତିଆରି ହେବ । ଏହି ବିଲ୍ଡିଂରେ ୧୨ ମହଲା ପର୍ଯ୍ୟନ୍ତ ପାର୍କିଂ ସୁବିଧା ଏବଂ ଅବଶିଷ୍ଟ ମହଲାଗୁଡିକରେ ପ୍ରଶାସନିକ ବ୍ଲକ, ଆନାଟୋମୀ ବ୍ଲକ, ବି. ଫାର୍ମା ଏବଂ ଡି. ଫାର୍ମା କଲେଜ୍ ଇତ୍ୟାଦି କାର୍ଯ୍ୟକ୍ଷମ ହେବ।
-
7.ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି।
-
8.ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।
-
9.ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ।
-
10.ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ ୪,୪୦୦ ଅତିକ୍ରମ କରି ଏକ ନୂତନ ରେକର୍ଡ ସ୍ଥାପନ କରିଥିଲା। ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ୧୩୩,୯୭୦ ଟଙ୍କା ଥିଲା। ଆଜି ସୁନା ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ୪,୪୮୮.୬୧ ରେ ପହଞ୍ଚିଛି । ୧୦ ଗ୍ରାମ୍କୁ ଲକ୍ଷେ ୩୮ ହଜାର ୫ ଶହ ୫୦ ଟଙ୍କା ହୋଇଛି ।
-
11.ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏସ୍ଟି ତାଲିକାରେ ରେକର୍ଡ ଅଫ୍ ରାଇଟ୍ସ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖାଯିବ।
-
12.ମାଲକାନଗିରିରେ ଓଡ଼ିଶା ସରକାରଙ୍କ ଆତ୍ମନିର୍ଭରଶୀଳ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆଜି ୨୨ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
-
13.ବଲାଙ୍ଗୀର/ଦେଓଗାଁ ରେ ପରମ୍ପରା ଓ ବିଶ୍ୱାସକୁ ନେଇ ଶୁଲିଆ ଦେବତାଙ୍କ ପାଖରେ ହଜାର ହଜାର ବଳି ପଡ଼ିଛି । ପୋଢ଼, ବୋଦା, କୁକୁଡ଼ା ବଳି ରକ୍ତରେ ଭିଜିଛି ଶୁଲିଆ ମାଟି।
-
14.ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ରତ୍ନଭଣ୍ଡାର ମରାମତି କାମ ଶେଷ ହେବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏଏସ୍ଆଇ ହସ୍ତାନ୍ତର କରିଛି।
-
15.ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି’ରେ ୨.୫ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ମହିଳା କ୍ରିକେଟରମାନେ ଆର୍ଥିକ ସ୍ତରରେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ।