- 1.ସଶସ୍ତ୍ରବାହିନୀର ଯୁଦ୍ଧ ଦକ୍ଷତାକୁ ଅଧିକ ସୁଦୃଢ଼ କରିବାକୁ କ୍ଷେପଣାସ୍ତ୍ର, ରକେଟ୍, ରାଡାର ସିଷ୍ଟମ୍ ଏବଂ ଡ୍ରୋନ୍ କିଣିବା ପାଇଁ କେନ୍ଦ୍ର ସରକାର ୭୯ ହକାର କୋଟି ଟଙ୍କାର ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିକୁ ଅନୁମୋଦନ କରିଛନ୍ତି।
-
2.ଆର୍ଥିକ ବର୍ଷ ୨୦୨୫-୨୬ ଦେଶର ବିମାନ ଶିଳ୍ପ ପାଇଁ ଏୟାରଲାଇନ୍ସଗୁଡ଼ିକ ୧୭-୧୮ ହଜାର କୋଟି ଟଙ୍କାର କ୍ଷତି ସହିବେ ବୋଲି ରେଟିଂ ଏଜେନ୍ସି ‘ଇକ୍ରା’ ଆକଳନ କରିଛି।
-
3.ଭାରତୀୟ ପରିବାରଗୁଡ଼ିକ ପାଖରେ ଯେତିକି ପରିମାଣର ସୁନା ରହିଛି ତାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ଠାରୁ ଅଧିକ। ଗୃହିଣୀମାନଙ୍କ ପାଖରେ ୩୪,୬୦୦ ଟନ୍ ସୁନା ଥିବା ଆକଳନ କରାଯାଇଛି। ତାହାର ମୂଲ୍ୟ ହେଉଛି ପାଖାପାଖି ୪୫୦ ଲକ୍ଷ କୋଟି ଟଙ୍କା। ଡଲାର ହିସାବରେ ତାହା ୫ ଟ୍ରିଲିଅନ୍ ଡଲାରରୁ ଅଧିକ।
-
4.ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସଫଳତାର ସହ ଲଙ୍ଗ୍ରେଞ୍ଜ ଗାଇଡେଡ୍ ରକେଟ୍ ‘ପିନାକ’ର ସଫଳ ପରୀକ୍ଷା ହୋଇଛି। ରକେଟ୍ଟି ୧୨୦ରୁ ୩୦୦ କିଲୋମିଟର ଦୂର ୧୦ ମିଟର ପରିଧି ମଧ୍ୟରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କ କିମ୍ବା ଅନ୍ୟ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି।
-
5.୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ସୁପ୍ରିମକୋର୍ଟରେ ଶକ୍ତ ଝଟ୍କା ଲାଗିଛି। ସେନଗାରଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ ରଖିବା ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି।
-
6.ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବ । ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ‘ଆତ୍ମନିର୍ଭର ଭାରତ’ ଗଠନ ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ରହିଛି ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’।
-
7.ଏସ୍ବିଆଇ ରିପୋର୍ଟ ‘ଭିବି-ଜି ରାମ ଜି’ ଯୋଜନା ଦ୍ବାରା ରାଜ୍ୟଗୁଡ଼ିକୁ ୧୭ ହଜାର କୋଟି ଟଙ୍କାର ଲାଭ ମିଳିବ। ରାଜ୍ୟଗୁଡ଼ିକର ଗତ ୭ ବର୍ଷର ହାରାହାରି ଆବଣ୍ଟନ ବିଚାରକୁ ନେଇ ଏହି ହିସାବ କରାଯାଇଛି। ସେହି ଅନୁସାରେ ଓଡ଼ିଶାକୁ ୫୮୩ କୋଟି ଟଙ୍କାର ଫାଇଦା ମିଳିବ ବୋଲି ରିପୋର୍ଟ କହୁଛି।
-
8.ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ବୋଲଡିମିର ଜେଲେନ୍ସ୍କିଙ୍କ ମଧ୍ୟରେ ରବିବାର ଦୀର୍ଘ ସମୟଧରି ଆଲୋଚନା ହୋଇଛି। ଦୁଇ ନେତା କୌଣସି ବଡ଼ଧରଣର ଘୋଷଣା କରିନାହାନ୍ତି।
-
9.ବାଂଲାଦେଶର ପିରୋଜପୁର ଜିଲ୍ଲା ଦୁମ୍ରିତଲା ଗ୍ରାମରେ ପୁଣି ୫ ଜଣ ହିନ୍ଦୁଙ୍କ ଘରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ନିଆଁ ଲଗାଇ ଦେଇଛନ୍ତି।
-
10.ଚୀନ ତାଇୱାନକୁ ଚାରିପଟୁ ଘେରି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ‘ଜଷ୍ଟିସ ମିଶନ ୨୦୨୫’ ନାମରେ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଆରମ୍ଭ କରିଥିବାବେଳେ ଏଥିରେ ସ୍ଥଳସେନା, ନୌସେନା, ବାୟୁସେନାକୁ ତାଇୱାନର ଚତୁର୍ଦିଗରେ ମୁତୟନ କରାଯାଇଛି।
-
11.ପୁଟିନ୍ଙ୍କ ଘର ଉପରେ ଡ୍ରୋନ୍ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ସୂଚନା ଦେଇଛନ୍ତି ।
-
12.ତାମିଲନାଡୁର ତିରୁଭଲ୍ଲୁର ନିକଟ ପୋଥରଥୁରପେଟ୍ଟଇ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ୫୬ ବର୍ଷୀୟ ଗଣୋ। ୩ କୋଟି ଟଙ୍କାର ବୀମା ରାଶି ଏବଂ ବାପାର ସରକାରୀ ଚାକିରି ପାଇବା ନିଶାରେ ପୁଅ ବାପାକୁ ହତ୍ୟା କରିଛି। ତାହା ପୁଣି ସର୍ପ ଦଂଶନ କରାଇ।
-
13.ଆରାବଲ୍ଲୀ ମାମଲାରେ ନଭେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ।
-
14.ଥଲାପତି ନାଁ ଶୁଣିଲେ ପ୍ରଶଂସକଙ୍କ ମଧ୍ୟରେ ଏକ କ୍ରେଜ୍ ଦେଖିବାକୁ ମିଳେ। ଦୀର୍ଘ ଦଶନ୍ଧି ଧରି ସେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ଅଭିନୟ ଜଗତରୁ ସନ୍ନ୍ୟାସ ନେଇଛନ୍ତି ସାଉଥ ସୁପରଷ୍ଟାର ଥଲାପତି ବିଜୟ ।
-
15.ଭୂଟାନର ବାମହାତୀ ବୋଲର ସୋନମ ୟେଶେ। ଟି-୨୦ରେ ୮ ଉଇକେଟ ଅକ୍ତିଆର କରିବାରେ ସେ ବିଶ୍ଵର ପ୍ରଥମ ଖେଳାଳି ଆଖ୍ୟା ଅର୍ଜନ କରିଛନ୍ତି। ମ୍ୟାନମ୍ୟାର ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ସେ ଏହି ବିରଳ ବିଶ୍ଵ ରେକର୍ଡର ଅଧିକାରୀ ହୋଇଛନ୍ତି।