-
1.ନୂଆ ବର୍ଷ ୨୦୨୬ର ଆରମ୍ଭ ହେବା ପୂର୍ବରୁ ଗଣତନ୍ତ୍ର ଦିବସ ପରେଡ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୨୬ ଜାନୁଆରୀରେ ଭାରତୀୟ ସେନା ବିଶେଷ ଭାବରେ ଚୟନିତ ପଶୁ ଦଳକୁ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡ୍ରେ ସାମିଲ୍ କରିବେ ।
-
2.ଜାନୁଆରି ୧ ତାରିଖରେ ସାରା ଦେଶରେ ନୂଆବର୍ଷ ପାଳନ ଚାଲିଥିବା ବେଳେ, ଗ୍ୟାସ୍ ଏଜେନ୍ସିଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ମୁଦ୍ରାସ୍ଫୀତିଜନିତ ଝଟକା ଦେଇଛନ୍ତି। IOCL ତଥ୍ୟ ଅନୁଯାୟୀ, ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ନଭେମ୍ୱର ୨୦୨୩ ପରଠାରୁ ଏହା ପ୍ରଥମ ଥର ପାଇଁ ୧୦୦ ରୁ ଅଧିକ ବୃଦ୍ଧି। ଅକ୍ଟୋବର ୨୦୨୩ ପରଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହା ସବୁଠାରୁ ବଡ଼ ବୃଦ୍ଧି।
-
3.ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଦାବି କରିଛନ୍ତି ଯେ ବେଜିଂ ୨୦୨୫ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟସ୍ଥତା କରି ଯୁଦ୍ଧବିରତି କରାଇଥିଲା।ଅସ୍ତ୍ରବିରତି ଶ୍ରେୟ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁହାକୁ ତୁହା ଦାବି କରୁଥିବା ବେଳେ ଏବେ ଚୀନ୍ର ଦାବି ଏହାର ବିବାଦୀୟ କୂଟନୀତିକୁ ଦର୍ଶାଉଛି।
-
4.୨୦୩୦ ସୁଦ୍ଧା ‘ନାସା’ର ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍ ଅବସର ନିମନ୍ତେ ପ୍ରସ୍ତୁତି କରୁଛି ସେହେତୁ ଘରୋଇ ଅର୍ବିଟାଲ୍ ଇଣ୍ଡଷ୍ଟ୍ରି ଉକ୍ତ କ୍ଷେତ୍ରରେ ପ୍ରବେଶ କରିବାକୁ ସଜବାଜ ହେଉଛି।
-
5.ଆସନ୍ତା ୬ ତାରିଖରେ ଭାରତୀୟ ବଜାରରେ ରିଏଲ୍ମି ଏହାର ୧୬ ପ୍ରୋ ସିରିଜର ଦୁଇଟି ଫୋନ୍ ଉନ୍ମୋଚିତ କରିବ। ସେଥି ମଧ୍ୟରୁ ୧୬ ପ୍ରୋ ପ୍ଲସ୍ ମଡେଲ୍ର ବିଭିନ୍ନ ଫିଚର୍ସ ଲୋକଲୋଚନକୁ ଆସିଛି।
-
6.୨୦୨୫ ବର୍ଷ ସାରାରେ ଓଡିଶା ରାଜ୍ୟ ସରକାର ୫.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛନ୍ତି ଓ ୨୫୫ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।
-
7.ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ କରାଯାଇଛି । ଏହି ଜୀବନ ରକ୍ଷାକାରୀ ଚିକିତ୍ସା ସେବା ପ୍ରଦାନ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ବିଶେଷ ଲାଭ ପ୍ରଦାନ କରିବ । ଚଳିତ ମାସ ୨୦ ତାରିଖରେ ଏମ୍ସ ଭୁବନେଶ୍ୱର ପ୍ରଥମ ଲିଭର ପ୍ରତିରୋପଣ କରାଯାଇଛି ।
-
8.ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ଅନୁ ଗର୍ଗ ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି ।
-
9.ଅରବିନ୍ଦ ପାଢୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚୀବ ଭାବେ ଦାୟିତ୍ୱ ମିଳିଛି । ଏହା ସହ ସୁଶୀଲ କୁମାର ଲୋହାନୀଙ୍କୁ ସ୍ତର-୧୭ ପେ ମାଟ୍ରିକ୍ସ ପଦୋନ୍ନତି ଦିଆଯାଇଛି ।
-
10.ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପାଲକୋଟୀ ଅଞ୍ଚଳ ତେହରି ଜଳବିଦ୍ୟୁତ୍ ଉନ୍ନୟନ ନିଗମ (THDC) ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡଙ୍ଗରେ ଦୁଇଟି କାର୍ଯ୍ୟରତ ରେଳଗାଡ଼ି ଧକ୍କା ହୋଇଛି । ଫଳରେ ୬୫ ଜଣ ଶ୍ରମିକ ଆହତ ହୋଇଛନ୍ତି।
-
11.ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର ମାନ୍ୟତା ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟରେ ଏକାଧିକ ନୂଆ ପୌର ପରିଷଦ ଓ ବିଜ୍ଞପିତ ଅଞ୍ଚଳ ପରିଷଦ (NAC) ଗଠନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୧୪ଟି ଜିଲାରେ ୨୪ଟି ନୂଆ NAC ଏବଂ ୩ଟି ଜିଲ୍ଲାରେ ୫ଟି ନୂଆ ମ୍ୟୁନିସିପାଲିଟି ଗଠନ କରାଯାଇଛି।
-
12.ଓଡିଶାରେ ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYC ଅବଧି ଶେଷ ହେଉଥିବା ବେଳେ ଆହୁରି ଦୁଇମାସ ସମୟ ବଢିଥାଏ ।
-
13.କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ କରି ଭାରତ ଏବେ ବିଶ୍ୱର ନମ୍ବର-୧ ଧାନ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି। ବିଶ୍ୱର ମୋଟ ଧାନ ଉତ୍ପାଦନରେ ଭାରତର ଅଂଶ ଏବେ ୨୮% ଅତିକ୍ରମ କରିଛି।
-
14.ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି । ସାମ୍ପ୍ରତିକ ତଥ୍ୟ ଅନୁସାରେ, ୨୦୩୦ ସୁଦ୍ଧା ଭାରତ ଜର୍ମାନୀକୁ ଅତିକ୍ରମ କରି ତୃତୀୟ ସ୍ଥାନ ଅଧିକାର କରିବା ପଥରେ ଅଗ୍ରସର ହେଉଛି ।
-
15.ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍ରେ ପରାସ୍ତ କରିଛି।