-
1.ଓଡ଼ିଶା ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି । ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି।
-
2.ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ଆମେରିକୀୟ ସେନାର ହେପାଜତରେ ଅଛନ୍ତି।
-
3.ପାକିସ୍ତାନ ବାୟୁସେନା ଶନିବାର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ତୈମୂର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୬୦୦ କିଲୋମିଟର ରହିଛି।
-
4.ଆମେରିକାର ଆରିଜୋନା ରାଜ୍ୟର ପିନାଲ୍ କାଉଣ୍ଟିର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।
-
5.ବୁଦ୍ଧଙ୍କ ପବିତ୍ର ଅବଶେଷ କେବଳ କଳାକୃତି ନୁହେଁ, ବରଂ ଭାରତର ପବିତ୍ର ଐତିହ୍ୟର ଅଂଶବିଶେଷ। ୧୮୯୮ରେ ଆବିଷ୍କୃତ ପିପରହଓ୍ବା ରତ୍ନ ୧୨୭ ବର୍ଷ ପରେ ଭାରତ ଫେରିଥିବାବେଳେ ନୂଆଦିଲ୍ଲୀରେ ଏହାର ପ୍ରଦର୍ଶନ ପାଇଁ ବିଶାଳ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।
-
6.ମଧ୍ୟପ୍ରଦେଶର ଖରଗୋନ୍ ଜିଲାରେ ନର୍ମଦା ନଦୀକୂଳରୁ ପ୍ରାୟ ୨୦୦ ଶୁଆଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏତେ ସଂଖ୍ୟକ ଶୁଆ ମରିବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
-
7.ଶ୍ରୀନଗର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ଏକ ବିବାଦୀୟ ବୟାନ ଜାରି କରି କହିଛନ୍ତି। ଆମେ କଶ୍ମୀରରେ ହିନ୍ଦୁତ୍ୱକୁ ପ୍ରଚଳନ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।
-
8.ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ମୋଟଙ୍ଗା ଥାନା ବଦାଳୋ ନିକଟସ୍ଥ ଗୋପାଳପୁରଠାରେ ଥିବା କଳାମୁଗୁନି ପଥର ଖଣିରେ ଏକ ବଡ଼ଧରଣର ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।
-
9.ଏହି ମାସରେ ସମସ୍ତ ଆରଟିଓକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
-
10.ସାମାଜିକ ଗଣମାଧ୍ୟମରେ ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନରେ ରିଲ୍ସ, ଭିଡିଓ ଉତ୍ତୋଳନ ଉପରେ ସରକାର କଟକଣା ଲଗାଇଛନ୍ତି।
-
11. ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି।
-
12.ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ୧୪ଟି, ଓଡ଼ିଶା ରାଜସ୍ବ ସେବା (ଓଆର୍ଏସ୍)ରେ ୧୧୩ଟି, ଓଡ଼ିଶା ପରିବହନ ସେବା (ଓଟିଏସ୍)ରେ ୧୬ଟି ଓ ଓଡ଼ିଶା ମଙ୍ଗଳ ସେବା (ଓଡବ୍ଲ୍ୟୁଏସ୍)ରେ ୮ଟି ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)କୁ ଅନୁରୋଧ କରାଯାଇଛି।
-
13.୨୦୨୫ ନଭେମ୍ବର ମାସରେ ଓଡ଼ିଶାରେ ୧.୫୫ ଲକ୍ଷ(୧,୫୪,୯୨୨) ନୂଆ ମୋବାଇଲ ଫୋନ ଗ୍ରାହକ ସୃଷ୍ଟି ହୋଇଛନ୍ତି। ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୬୧ ଲକ୍ଷ ୩୬ ହଜାର ୮୨୪ରେ ପହଞ୍ଚିଛି।
-
14.ମାଓ ଦମନରେ ସୀମାନ୍ତ ଛତିଶଗଡ଼ର ସୁକମା ଓ ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଦୁଇଟି ସ୍ଥାନରେ ହୋଇଥିବା ଏନ୍କାଉଣ୍ଟରରେ ୧୪ ନକ୍ସଲ ନିହତ ହୋଇଛନ୍ତି।
-
15.ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) IPL ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (KKR)କୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛି।