-
1.ନାଇଜେରିଆର ଡ୍ରଗ୍ ପ୍ରବର୍ତ୍ତନ ସଂସ୍ଥା ଲାଗୋସର ମୁଖ୍ୟ ବନ୍ଦରରେ ଏକ ବାଣିଜ୍ୟ ଜାହାଜରୁ ୩୧.୫ କିଲୋଗ୍ରାମ କୋକେନ୍ ଉଦ୍ଧାର କରିବା ପରେ ୨୨ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଗିରଫ କରିଛି।
-
2.ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ଅନୁଯାୟୀ ଆସାମର ମୋରିଗାଓଁ ଜିଲ୍ଲାରେ ୫.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ଭୋର ୪ଟା ୧୭ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ୨୬.୩୭ ଉତ୍ତର ଅକ୍ଷାଂଶ ଏବଂ ୯୨.୨୯ ପୂର୍ବ ଦ୍ରାଘିମାରେ ୫୦ କିଲୋମିଟର ଗଭୀରତାରେ ଥିଲା।
-
3.ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ଅତି କମରେ ୩୦ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
-
4.ନୂଆବର୍ଷ ଆରମ୍ଭରେ ଦିଲ୍ଲୀ ସରକାର ଗରିବ ଏବଂ ଅଭାବୀ ପରିବାରକୁ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ମାଗଣା ଚିନି ବଣ୍ଟନକୁ ମଞ୍ଜୁରୀ ଦିଆଯାଇଛି।
-
5.କୋରାପୁଟର ଜଳବାୟୁ ମସଲା ଜାତୀୟ ଫସଲ ପାଇଁ ବେଶ ଉପଯୋଗୀ। କଫି, ଗୋଲମରିଚ, ଅଳେଇଚ, ଅଦା, ହଳଦୀ, ମାଣ୍ଡିଆ, ସୁଆଁ, ତେନ୍ତୁଳି ବହୁଳ ପରିମାଣରେ ଉତ୍ପାଦିତ ହେଉଛି ଏହି ଜିଲ୍ଲାରୁ। ହେଲେ ବଜାର ବ୍ୟବସ୍ଥା ଓ ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ଫାଇଦା ଉଠାଉଛି।
-
6.ଖୋର୍ଦ୍ଧା ପିଏମ୍ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ (ହେପାଟାଇଟିସ୍-ସି) ଆତଙ୍କ। ବିଦ୍ୟାଳୟରେ ଜଣ୍ଡିସ୍ ଏଭଳି କୋକୁଆଭୟ ସୃଷ୍ଟି କରିଛି ଯେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ପଳାଇ ଗଲେଣି। ଘରକୁ ଯାଇଥିବା ବିଦ୍ୟାର୍ଥୀଙ୍କ ରକ୍ତ ନମୁନା ମଧ୍ୟ ପଜିଟିଭ୍ ବାହାରୁଛି।
-
7.ଆମ ବସ୍ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଡ୍ରାଇଭରଙ୍କ ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ। ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଗାଡ଼ି ଚଳାଇବାକୁ ଡ୍ରାଇଭରଙ୍କୁ ଅନୁମତି ମିଳିବ। ନଚେତ ମିଳିବ ନାହିଁ ବୋଲି ସଚିବ ପାଢୀ ଗଣମାଧ୍ୟମକୁ କହିଛନ୍ତି।
-
8.ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି ।
-
9. ନୂତନ ବର୍ଷ ଆରମ୍ଭରେ ସରକାରୀ ଟେଲିକମ କମ୍ପାନୀ BSNL ତାର ଗ୍ରାହକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇଛି। ଜାନୁଆରୀ 1, 2026 ଠାରୁ, BSNL ଦେଶବ୍ୟାପୀ ଭଏସ ଓଭର ୱାଇଫାଇ (VoWiFi) ସେବା ଆରମ୍ଭ କରିଛି।
-
10. ରୋହତକର ସୁନାରିଆ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ୪୦ ଦିନର ପାରୋଲ ଦିଆଯାଇଛି। ପାରୋଲ ଅବଧି ମଧ୍ୟରେ ସେ ହରିୟାଣାର ସିରସାରେ ଥିବା ଡେରା ସଚ୍ଚା ସୌଦାରେ ରହିବେ।
-
11. ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ । ମହାପ୍ରଭୁ ବର୍ଷସାରା ବାହାରକୁ ଆସି ପରିବେନି କହି ନିଜ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜ ।
-
12.ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ସରକାରକୁ ଏକ ବର୍ଷ ପୂରଣ ହୋଇଥିବାବେଳେ ମେଣ୍ଟରେ ମତଭେଦ ଦେଖିବାକୁ ମିଳିଛି।
-
13.ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣକୁ ନେଇ ଚୀନ ଉଦ୍ବେଗ ପ୍ରକାଶ କରିବା ସହିତ ୱାଶିଂଟନକୁ କଡା ଚେତାବନୀ ଦେଇଛି।
-
14.ଆନ୍ଧ୍ରପ୍ରଦେଶର ବାରୁଆ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୃତ ବେଗରେ ଆସୁଥିବା କାର ଲରିର ପଛପଟୁ ଧକ୍କା ଦେବାରୁ ଘଟିଛି ଏଭଳି ଅଘଟଣ ।
-
15.୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି।