-
1.ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି।
-
2.ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ବାହାରିନଙ୍କ ନେତୃତ୍ୱରେ ଏକ ପ୍ରସ୍ତାବ ପାସ୍ କରିଛି, ଯେଉଁଥିରେ ଦାବି କରାଯାଇଛି ଯେ ଇରାନକୁ ଉପସାଗରୀୟ ଦେଶଗୁଡ଼ିକ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ପଡିବ।
-
3.ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମେନେଇଙ୍କୁ ଟ୍ରମ୍ପ ଧମକ ଦେଇଥିବାରୁ ଅଲୀ ଲାରିଜାନି ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି, “ତୁମ ଠାରୁ ବଡ଼ବଡ଼ ଲୋକ ଇରାନକୁ ଖତମ କରି ପାରି ନାହାନ୍ତି। ସାବଧାନ ରୁହ, କାଳେ ତୁମେ ବି ଖତମ ହୋଇ ନଯାଅ।”
-
4.ସୁପ୍ରିମକୋର୍ଟ ୩୧ ବର୍ଷୀୟ ହରିଶ ରାଣାଙ୍କୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରଦାନ କରିଛନ୍ତି। ବିଚାରପତି ଜେବି ପାରଦିୱାଲା ଏବଂ ବିଚାରପତି ଆର ମହାଦେବନଙ୍କ ଖଣ୍ଡପୀଠ ଦୁଇଟି ମେଡିକାଲ ବୋର୍ଡର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି।
-
5.ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ନୂତନ ତୈଳ ବିଶୋଧନାଗାର ଖୋଲିବାକୁ ଯାଉଛି। ରିଲାଏନ୍ସ ଟେକ୍ସାସର ବ୍ରାଉନ୍ସଭିଲରେ ଏକ ତୈଳ ବିଶୋଧନାଗାର ଖୋଲିବ।
-
6.ଭାରତୀୟ ତୈଳ କମ୍ପାନିଗୁଡ଼ିକ ରୁଷରୁ ୩୦ ନିୟୁତ ବ୍ୟାରେଲ ତେଲ କିଣିଛନ୍ତି।
-
7.ମଧ୍ୟପ୍ରାଚ୍ୟରେ ଭୟଙ୍କର ଲଢ଼େଇ ଜାରି ରହିଥିବାବେଳେ ଦିନକୁ ଦିନକୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଯୁଦ୍ଧର ଦ୍ବାଦଶ ଦିନରେ ରଣନୀତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ଆଜି ୩ଟି ଜାହାଜ ଉପରେ ଆକ୍ରମଣ ହୋଇଛି।
-
8.ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଶକ୍ତି ବଜାର ଉପରେ ପ୍ରଭାବକୁ ମୁକାବିଲା କରିବା ପାଇଁ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ବୁଧବାର ଦିନ ଇତିହାସର ସର୍ବବୃହତ ଜରୁରୀକାଳୀନ ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହୋଇଛି।
-
9.ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍ଅପ୍ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ଗାଡ଼ିକୁ ଅଟକାଇ ୬୩୧ କଇଁଛ ଜବତ କରିଛି। ସେଥିମଧ୍ୟରୁ ୭୦ଟି କଇଁଛ ମୃତ ଥିବା ଜଣାପଡ଼ିଛି।
-
10.ସମ୍ବଲପୁର ସହରର ପ୍ରାୟ ୨ ଶହରୁ ଅଧିକ ବର୍ଷର ସ୍ୱତନ୍ତ୍ର ଖାଦ୍ୟ ସରସତିଆକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କାମ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଏହାକୁ ଯାଞ୍ଚ କରି ଭୌଗୋଳିକ ମାନ୍ୟତା ବା ଜିଆଇ ଟ୍ୟାଗ୍ ପ୍ରଦାନ କରିବେ ।
-
11.ନିତି ଆୟୋଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି କରାଯାଇଥିବା ‘ଆର୍ଥିକ ସ୍ବାସ୍ଥ୍ୟ ସୂଚୀ ରିପୋର୍ଟ-୨୦୨୬’ରେ ଓଡ଼ିଶା ପୁଣି ଏକ ନମ୍ବର ସ୍ଥାନ ଦଖଲ କରିଛି। ଓଡ଼ିଶା ୧୦୦ ସ୍କୋର୍ରୁ ସର୍ବାଧିକ ୭୩.୧ ହାସଲ କରି ଦେଶର ସବୁଠୁ ଆର୍ଥିକ ସୁସ୍ଥ ରାଜ୍ୟର ମୁକୁଟକୁ ବଜାୟ ରଖିଛି। ୨୦୨୨-୨୩ ରିପୋର୍ଟରେ ୬୭.୪ ସ୍କୋର ସହ ମଧ୍ୟ ଓଡ଼ିଶା ଏକ ନମ୍ବର ସ୍ଥାନରେ ଥିଲା।
-
12.ମାର୍ଚ୍ଚ ୧୨ରେ ବିଶ୍ଵ କିଡ୍ନି ଦିବସ ପାଳିତ ହେଉଛି। ୨୦୨୩-୨୪ ବର୍ଷରେ କଟକ ବଡ଼ଡାକ୍ତରଖାନାରେ ୪୧ ହଜାର ୨୨୬ ଜଣ କିଡ୍ନି ରୋଗୀ ବହିର୍ବିଭାଗରେ ଚିକିତ୍ସିତ ହୋଇଥିଲେ। କଟକ ଜିଲ୍ଲାର ନରସିଂହପୁର, ଢେଙ୍କାନାଳ, ବଲାଙ୍ଗୀର ଓ ଝାରସୁଗୁଡ଼ା କିଡ୍ନି ରୋଗର ହଟସ୍ପଟ୍ ପାଲଟିଛି।
-
13.ରାଜ୍ୟରେ ୭ ଲକ୍ଷ ଭୂତ ରାସନକାର୍ଡ ହିତାଧିକାରୀ ନାଁରେ ଲୁଟ ହେଉଥିଲା ରାସନ। ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ବି ହାତେଇ ଥିଲେ ରାସନକାର୍ଡ । ନୂଆ ସରକାର ଇ-କେଓ୍ବାସି ପ୍ରକିୟା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
-
14.ଫୁଲବାଣୀ ରିଜର୍ଭ ପୋଲିସ୍ ପଡ଼ିଆରେ ଆତ୍ମସମର୍ପଣ କଲେ ୧୦ ମାଓବାଦୀ ।
-
15.ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ଵତନ୍ତ୍ର ଜୋନାଲ କମିଟି (ଡିକେଏସ୍ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।
-
16.ରାଜ୍ୟର ୩୦ଟି ଜିଲାରେ MSME ଇ-ପାର୍କ ହେବ । ଏ ନେଇ ଗୃହରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏହା ୧୪ ଜିଲାରେ ଶେଷ ହୋଇଛି। ଏପ୍ରିଲ ମାସରେ ଆହୁରି ୪ରୁ ୫ଟି ପାର୍କ କାର୍ଯ୍ୟ ସମାପ୍ତ ହେବ।
-
17. ରାଜ୍ୟରେ 2024, 2025ରେ 305 ଜଣ ପ୍ରବାସୀ (ଦାଦନ) ଶ୍ରମିକଙ୍କ ମୃତ୍ୟୁ ଘଟିଛି। 2024, 2025 ସହ ଚଳିତ ବର୍ଷର ଏପର୍ଯ୍ୟନ୍ତ ସମୟକୁ ଦେଖିଲେ ଅର୍ଥାତ୍ 2024ରୁ 2026ର ପ୍ରାୟ ଅଢ଼େଇ ମାସ ସମୟକୁ ମିଶାଇଲେ ଏହି ସଂଖ୍ୟା 325 ହୋଇଛି।
-
18.ପୁଣେସ୍ଥିତ ପିୱାଇସି ଜିମ୍ଖାନା ଷ୍ଟାଡିୟମରେ ଚାଲିଥିବା ୨୩ବର୍ଷରୁ କମ୍ ମହିଳା ଏକଦିବସୀୟ କ୍ରିକେଟ୍ ପ୍ରତିଯୋଗିତାର ବୁଧବାର ମ୍ୟାଚ୍ରେ କେରଳଠାରୁ ଓଡ଼ିଶା ପରାସ୍ତ ହୋଇଛି।
-
19.ଓଡ଼ିଶା ଟେନିସ୍ ସଂଘ (ଓଟିଏ) ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଆଇଟା-ଓଟିଏ ୧୦ ବର୍ଷରୁ କମ୍ ଟେନିସ୍ ପ୍ରତିଯୋଗିତାର ବାଳିକା ଏକକରେ ଓଡ଼ିଶାର ପ୍ରାପ୍ତି ପଦ୍ମାବତୀ ବିଜେତା ହୋଇଛନ୍ତି।
-
20.ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଗୁଜରାଟର ଅହମାଦାବାଦଠାରେ ଆୟୋଜିତ ହେବାକୁ ଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାକୁ ସ୍ଥଗିତ କରି ଦିଆଯାଇଛି। ଏହି ପ୍ରତିଯୋଗିତା ପୂର୍ବରୁ ଆସନ୍ତା ମାସ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ଥିଲା।