-
1.ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ସୁନ୍ନି ଏବଂ ସିଆ ଉଗ୍ରବାଦ ଉଭୟ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛନ୍ତି।
-
2.ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ ଭାରତୀୟ ପତାକାଯୁକ୍ତ ଟ୍ୟାଙ୍କରଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ ପାଇଁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ଇରାନୀ ଅଧିକାରୀମାନେ ଏପରି କୌଣସି ଚୁକ୍ତିକୁ ଅସ୍ୱୀକାର କରିଛନ୍ତି।
-
3.ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
-
4. ପଶ୍ଚିମ ଇରାକରେ ଆମେରିକୀୟ ବାୟୁସେନାର ଏକ KC-135 ଷ୍ଟ୍ରାଟୋଟାଙ୍କର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
-
5. ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ରାତିରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି।
-
6.ଇରାନର ନୂତନ ସର୍ବୋଚ୍ଚ ନେତା ମୋଜ୍ତାବା ଖାମେନେଇ ସମ୍ପର୍କରେ ଏକ କଡ଼ା ବିବୃତ୍ତି ଜାରି କରି ବେଞ୍ଜାମିନ୍ ନେତାନ୍ୟାହୁ ଦୃଢ଼ ଭାବରେ କହିଛନ୍ତି ଯେ ତାଙ୍କ ପାଇଁ କୌଣସି “ଜୀବନ ବୀମା” ନାହିଁ।
-
7.ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) କ୍ଷୀର ଉତ୍ପାଦନ ଏବଂ ବିକ୍ରୟ ପାଇଁ ଲାଇସେନ୍ସକୁ ବାଧ୍ୟତାମୂଳକ କରିଛି। ଏବେ କୌଣସି ବ୍ୟକ୍ତି କିମ୍ବା ସଂଗଠନ ଉପଯୁକ୍ତ ପଞ୍ଜିକରଣ କିମ୍ବା ଲାଇସେନ୍ସ ବିନା କ୍ଷୀର ବ୍ୟବସାୟ କରିପାରିବେ ନାହିଁ।
-
ଏବେସୁଦ୍ଧା ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ସଂପୂର୍ଣ୍ଣଭାବେ ମୋବାଇଲ୍ ନେଟ୍ୱର୍କ ପହଞ୍ଚିପାରିନି। ସୁନ୍ଦରଗଡ଼ ସମେତ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ୨୭୮ଟି ଗାଁରେ ମୋବାଇଲ୍ ନେଟୱର୍କ ଅପହଞ୍ଚ।
-
9.ରାଜଧାନୀ ଭୁବନେଶ୍ଵରକୁ ବସ୍ତିମୁକ୍ତ କରି ବିକଶିତ ସହର ଯୋଜନା କ୍ରମରେ ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ(ସହରାଞ୍ଚଳ) ଆଫୋର୍ଡେବଲ୍ ହାଉସିଂ ପ୍ରକଳ୍ପରେ ଘର ଯୋଗାଇ ଦିଆଯାଉଛି। ବିଏମ୍ସି ପକ୍ଷରୁ ଲଟେରି ଜରିଆରେ ୧୦ ବସ୍ତିର ୩୦୩ଟି ପରିବାରକୁ ଘର ବଣ୍ଟାଯାଇଛି ।
-
10.ଏହି ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୩.୨୧ ପ୍ରତିଶତକୁ ବୃଦ୍ଧି ପାଇଛି। ଓଡ଼ିଶାରେ ତାହା ଜାତୀୟ ହାରଠାରୁ ଅଧିକ ଅର୍ଥାତ୍ ୩.୨୭ ପ୍ରତିଶତ ରହିଛି। ରାଜ୍ୟର ଗ୍ରାମାଞ୍ଚଳରେ ଦରଦାମ୍ ଚାପ ଅଧିକ ରହିଥିବାରୁ ସେଠାକାର ଖୁଚୁରା ମୁଦ୍ରାସ୍ଫୀତି ୩.୪୦ ପ୍ରତିଶତ ରହିଛି।
-
11.ଭୁବନେଶ୍ବର କୋଭିଡ୍ ମହାମାରୀ ପରବର୍ତ୍ତୀ ସମୟରେ ଏଠାରେ ଉଭୟ ଜମି ଓ ଫ୍ଲାଟ୍ ଦରରେ ଅହେତୁକ ବୃଦ୍ଧି ଘଟିଛି। ୨ବିଏଚ୍କେ ଓ ୩ବିଏଚ୍କେ ଫ୍ଲାଟ୍ ମୂଲ୍ୟ ବଢ଼ିଛି।
-
12.ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ୧୮ବର୍ଷରୁ ଊର୍ଦ୍ଧ୍ବ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଯେଉଁଥିରୁ ୪୫ ହଜାର ଟଙ୍କା ସିଧାସଳଖ ନଗଦ ହସ୍ତାନ୍ତର ମାଧ୍ୟମରେ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଛି।
-
13.ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଓ ଘୋଡ଼ା ବେପାର ଭୟରେ କଂଗ୍ରେସ ତା’ର ବିଧାୟକମାନଙ୍କୁ ଓଡ଼ିଶା ବାହାରକୁ ସ୍ଥାନାନ୍ତର କରିଛି।
-
14.ବାଲୁଗାଁ ବନାଞ୍ଚଳ ପ୍ରାଣଦେଇପୁର ଗାଁ ନିକଟସ୍ଥ ଶୋଲେରୀ ପାହାଡ଼ରେ ଲାଗିଛି ନିଆଁ। ପାହାଡ଼ରେ ଥିବା ବାଉଁଶ ଜଙ୍ଗଲ ଓ ଅନନ୍ତ ମୂଳ ଭଳି ଅନେକ ଔଷଧୀୟ ଗୁଳ୍ମ ଲତା ଜଳିପୋଡି ନଷ୍ଟ ହେଉଛି।
-
15.ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଗୁରୁବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୦.୮ ଡିଗ୍ରୀ ଛୁଇଁଛି। ୧୭ଟି ସ୍ଥାନରେ ପାରଦ ୩୭ଡିଗ୍ରୀ ଟପିଛି।