- 1.ଟ୍ରମ୍ପ ପୁନରାବୃତ୍ତି କରିଛନ୍ତି ଯେ ଆମେରିକା ଏବଂ ଭେନେଜୁଏଲା ମିଳିତ ଭାବରେ ବିଶ୍ୱର ତୈଳ ସଂରକ୍ଷଣର ୬୮ ପ୍ରତିଶତ ରଖିଛନ୍ତି।
-
2.ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ସମ୍ପ୍ରତି ବର୍ଗୀକୃତ କୁଖ୍ୟାତ ଜେଫ୍ରି ଏପଷ୍ଟାଇନ ଫାଇଲ୍ ତାଙ୍କୁ ତାଙ୍କର ପଦବି ହରାଇବାକୁ ବାଧ୍ୟ କରିପାରେ।
-
3.ଆମେରିକାର ଫେଡେରାଲ୍ କର୍ତ୍ତୃପକ୍ଷ ଭାରତର ଏକ ଅନ୍ତର୍ଜାତୀୟ ଆପରାଧିକ ସଂଗଠନ ସହ ଜଡିତ ୨୦୦ରୁ ଅଧିକ ୱେବ୍ସାଇଟ୍ ଡୋମେନ୍କୁ ସିଜ୍ କରିବା ସହ ୪ ଜଣଙ୍କୁ ଗିରଫ କରିଛି।
-
4.ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଗସ୍ତରେ । ଦ୍ଵିତୀୟ ଦିବସରେ ରାଷ୍ଟ୍ରପତି ପାହାଡପୁର ଗସ୍ତ କରିଛନ୍ତି। ପାରମ୍ପରିକ ନୂତ୍ୟ ଓ ବାଦ୍ୟଯନ୍ତ୍ର ରେ ପାହାଡପୁରବାସୀ ସ୍ଵାଗତ କରିଛନ୍ତି।
-
5. ଓଡିଶାରେ ଶୀତର ପ୍ରକୋପ ପୁଣି ଥରେ ଅନୁଭୂତ ହେବାକୁ ଲାଗିଛି। ଗତ ଦୁଇ ଦିନ ହେଲା ରାତିର ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତ ବଢ଼ିଥିବା ଲକ୍ଷ୍ୟ କରାଯାଇଛି।
-
6.ଲୋକସଭାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ସ୍ଥଗିତ ରହିବା ପରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଧନ୍ୟବାଦ ପ୍ରସ୍ତାବ ପାରିତ କରିଦିଆଯାଇଛି।
-
7. ହିନ୍ଦୁ ଅବିଭକ୍ତ ପରିବାରର ସମ୍ପତ୍ତିକୁ ନେଇ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଯଦି ଏକ ଯୌଥ ପରିବାର ପାଖରେ ପୂର୍ବରୁ ପୈତୃକ ସମ୍ପତ୍ତି ରହିଛି ଏବଂ ସେଥିରୁ ଆୟ ହେଉଛି, ତେବେ ପରିବାରର ମୁଖ୍ୟ ବା ‘କର୍ତ୍ତା’ଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ କିଣାଯାଇଥିବା ସମସ୍ତ ସମ୍ପତ୍ତିକୁ ‘ଯୌଥ ପରିବାରର ସମ୍ପତ୍ତି’ ବୋଲି ଧରାଯିବ।
-
8.ସୁପ୍ରିମ୍କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ଅପରାଧ ପାଇଁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି ସେଭଳି କ୍ଷେତ୍ରରେ ପୁଲିସ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଗିରଫ କରିବା ପୂର୍ବରୁ ନୋଟିସ୍ ଜାରି କରିବା ଅନିବାର୍ଯ୍ୟ।
-
9.ଭାରତୀୟ ସେନା ବ୍ରିଟିଶ ଉପନିବେଶ ସମୟର ୨୪୬ଟି ରାସ୍ତା,କୋଠା ଏବଂ ସୁବିଧାର ନାମ ପରିବର୍ତ୍ତନ କରିଛି । ଦେଶର ଇତିହାସ, ନୀତି ଏବଂ ସାମରିକ ପରମ୍ପରାର ମୂଳ ସାଂଗଠନିକ ପରିଚୟକୁ ମଜବୁତ କରିବା ଲକ୍ଷ ରଖି ଦେଶର ବୀରତା ପୁରସ୍କାର ବିଜେତା, ଯୁଦ୍ଧ ନାୟକ ଏବଂ ବିଶିଷ୍ଟ ସାମରିକ ନେତାମାନଙ୍କ ନାମରେ ନାମିତ କରାଯାଇଛି ।
-
10.ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ବାଚସ୍ପତି ଓମ୍ ବିର୍ଲା ଏଭଳି କିଛି ବିସ୍ଫୋରକ ବୟାନ ଗୃହରେ ରଖିଛନ୍ତି ।
-
11.ଅଶାନ୍ତ ମଣିପୁରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁନଃସ୍ଥାପିତ ହେବାର ଗୋଟିଏ ଦିନ ପରେ ପୁଣି ହିଂସା ଦେଖାଦେଇଛି ।
-
12.ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ ପୁନଃ ବୃଦ୍ଧି କରାଯାଇଛି।
-
13.ଓଟଙ୍କୁ ନେଇ ସାଉଦି ଆରବ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ସାରା ଙ୍କ ପକ୍ଷରୁ ପାସ୍ପୋର୍ଟ ଦିଆଯିବ।
-
14.ସାବରମତୀ ନଦୀ କୂଳରେ ମୋଟେରା ଗାଁର ଏକ ପୋଖରୀ ଜମିରେ ନିର୍ମିତ ଆଶାରାମ ଆଶ୍ରମର ବେଆଇନ ଅଂଶକୁ ଭାଙ୍ଗି ଦିଆଯିବ। ଗୁଜୁରାଟ ହାଇକୋର୍ଟ ଗୁରୁବାର ଆଶାରାମ ଆଶ୍ରମ ଦ୍ୱାରା ଦାୟର ଆବେଦନକୁ ଖାରଜ କରି ପ୍ରଶାସନକୁ ଜବରଦଖଲ ହଟାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।
-
15.ଦ୍ଵିତୀୟ ଥର ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ଚମ୍ପିଆନ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ଗୁରୁବାର ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍ରେ ଆର୍ସିବି ପରାସ୍ତ କରିଛି।