1.ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଚାନ୍ଦା ଆଦାୟ ଘଟଣାରେ ବମ୍ୱେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନୀଲ ଦେଶମୁଖ ଇସ୍ତଫା ଦେଇଛନ୍ତି । 2.ମହାରାଷ୍ଟ୍ର ଗୃହମନ୍ତ୍ରୀ ହେବେ ଦିଲୀପ ୱାଲସେ ପାଟିଲ, ଅବକାରୀ ମନ୍ତ୍ରାଳୟ ଦାୟିତ୍ବ ତୁଲାଇବେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ବୋଲି ଜଣା ପଡିଛି । 3.ଚଣ୍ଡିଖୋଲରେ ହେବ ଦେଶର ବୃହତ ପେଟ୍ରୋଲିୟମ୍ ରିଜର୍ଭ ନିବେଶ ହେବ ୨.୧୩ ଲକ୍ଷ କୋଟି ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ତରୁଣ କାପୁରଙ୍କ ସୂଚନା । 4.ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ସାଢେ ୮କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ, ଫ୍ରାନ୍ସ ପବ୍ଲିକେଶନରେ ପ୍ରକାଶ ପାଇଲା ରିପୋର୍ଟ । 5.ତାଳଚେରରେ ଖୁବ୍ ଶୀଘ୍ର ନୂଆ ତାପଜ ୟୁନିଟ୍, ପୁଞ୍ଜି ନିବେଶ ହେବ ୭୭୦୦ କୋଟି ଟଙ୍କା। 6.ଅନଲାଇନ ସଟ୍ଟା କାରବାର ପରିଚାଳନାକାରୀ ବେଟ-୩୬୫ ଗ୍ରୁପର ଲିମିଟେଡର ପ୍ରତିଷ୍ଠାତା ଏହି ୫୩ ବର୍ଷୀୟ ମହିଳା ଡେନିସ୍ କମ୍ପାନୀର ସିଇଓ ମଧ୍ୟ ରହିଛନ୍ତି। ତାଙ୍କର ବାର୍ଷିକ ବେତନ ୪୭୬୧ କୋଟି ଟଙ୍କା ରହିଛି। ପୂର୍ବ ବର୍ଷ ତୁଳନାରେ ଡେନିସ୍ କମ୍ପାନୀରୁ ୫୦ ପ୍ରତିଶତ ଅଧିକ ବେତନ ନେଉଛନ୍ତି। ଏହା ଫଳରେ ସେ ହୋଇଛନ୍ତି ବିଶ୍ବର ସର୍ବାଧିକ ବେତନଧାରୀ ମହିଳା ବସ୍। 7.ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୭ଟାରେ ଭିଡିଓ କନଫରେନ୍ସିଂ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ।ସମିଲହେବେ ବିଶ୍ୱର କୋଣଅନୁକୋଣରୁ ଛାତ୍ରଛାତ୍ରୀ । 8.ପୁରୀ ପିପିଲି ତରକାଜ୍ ଛକରୁ ସୋମବାର ୫୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ । ବାଇକ୍ରେ ଯାଉଥିବା ୨ ଆରୋହୀଙ୍କଠାରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଉଭୟ ଯୁବକ ବଳଙ୍ଗା ଅଞ୍ଚଳର ହୋଇଥିବା ସୂଚନା। 9.ରାଜ୍ୟ ଶାସନ ଡ଼ୋରି ଧରିବାର ୧୧୦୦ ସପ୍ତାହ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭୭୦୦ ଦିନ ପୂର୍ବରୁ ୨୦୦୦ ମାର୍ଚ୍ଚ ୫ ତାରିଖରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ୧୦.ସାମୟିକ ଆଶ୍ୱସ୍ତି ପରେ ଏବେ ପୁଣି ଥରେ ଉପରମୁହାଁ ହେବ ସର୍ବୋଚ୍ଚ ତାପମାତ୍ରା । କାଳବୈଶାଖୀ କମିବ । ତତଲା କଡେଇରେ ଭାଜିହେବ ଓଡିଶା । ଦୁଇଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । 11.ଆସାମ ବିଧାନସଭା ନିର୍ବାଚନରେ ହୋଇଥିବା ଅନିୟମିତତା ଧିରେ ଧିରେ ପଦାକୁ ଆସିବାରେ ଲାଗିଲାଣି। ଏଥିରେ ଦିମା ହସାଓ ଜିଲ୍ଲାର ଭୋଟ ଗ୍ରହଣ କେନ୍ଦ୍ରରେ ହୋଇଥିବା ଭୋଟିଂ ଅନିୟମିତତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୯୦ ଜଣ ମତଦାତା ଥିବା ଏକ ପୋଲିଂ ବୁଥରେ ୧୭୧ଟି ଭୋଟ ପଡିଛି। ମାମଲାରେ ୫ ନିର୍ବାଚନ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। 12.ଗ୍ରୀଷ୍ମପ୍ରବାହକକୁ ଦୃଷ୍ଟିରେ ରଖି କରୋନା ଟିକାକରଣ ସମୟ ପରିବର୍ତ୍ତନ, ଏଣିକି ସକାଳ ୮ରୁ ଦିନ ୧୨ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୋନା ଟିକାକରଣ କରାଯିବ। 13.ଆସାମରେ ଆଉ ଏକ ଭୋଟ ହେରାଫେରି ; ଗୋଟିଏ ବୁଥରେ ଭୋଟର ସଂଖ୍ୟା ୯୦, କିନ୍ତୁ ଭୋଟ ପଡ଼ିଛି ୧୮୧ । 14.ଆସନ୍ତା ୧୯ ତାରିଖ ଦିନ ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ପରୀ ମାମଲାର ଶୁଣାଣି ହେବ। ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ରାଜେଶ କୁମାର ଗୋଏଲଙ୍କ କୋର୍ଟରେ ତାରିଖ ଧାର୍ଯ୍ୟ । 15.ଗତକାଲି ପ୍ରାୟ ରାତି ୮ଟା ରେ ଭୂମିକମ୍ପରେ ଥରିଲା ସିକିମ, ଆସାମ, ପଶ୍ଚିମବଙ୍ଗର କିଛି ଅଂଶ ଏବଂ ବିହାର ରେ । ରିକ୍ଟର ସ୍କେଲରେ ତିବ୍ରତା ୫.୪ ଡିଗ୍ରୀ ରେକର୍ଡ । 16. ଫିଲ ଟାଓ୍ବରଠୁ ବଡ଼ ରେଲଓ୍ବେ ବ୍ରିଜର ମୁଖ୍ୟ ନିର୍ମାଣ କାର୍ଯ୍ୟ ଶେଷ, ଜମ୍ମୁ-କଶ୍ମୀରର ଚେନାବ ନଦୀ ଠାରୁ ୩୫୯ ମିଟର ଉଚ୍ଚରେ ରେଲ୍ଓ୍ବେ ବ୍ରିଜ ମଝିରେ ଥିବା ଗଳା ବାଟ (ଆର୍କ)ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । 17.ମୁମ୍ବାଇରେ ଦର୍ଶକବିହୀନ ମ୍ୟାଚ୍କୁ ଅନୁମତି: ପଡିକଲ୍ ଖେଳିନପାରନ୍ତି ପ୍ରଥମ ମ୍ୟାଚ୍, ମୁମ୍ବାଇ ଅଭିମୁଖେ ରବାଦା, ନର୍ଖିୟା 18.ଜମ୍ମୁ କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜର ଅନ୍ତିମ ପର୍ଯ୍ଯାୟ ନିର୍ମାଣ କାର୍ଯ୍ଯ ଶେଷ ହୋଇଛି। 19.ଆଜି ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ପଶ୍ଚିମବଙ୍ଗର ୩୧ଟି ନିର୍ବାଚନ ମଣ୍ଡଳୀକୁ ନିର୍ବାଚନ ଆୟୋଗ ସମ୍ବେଦନଶୀଳ ଘୋଷଣା କରିବା ସହ ଜରୁରୀ ଆଦେଶ ବଳରେ ସମସ୍ତ ୩୧ଟି ନିର୍ବାଚନ ମଣ୍ଡଳୀରେ ଧାରା ୧୪୪ ଜାରି କରିଛନ୍ତି। ଏହି ସବୁ ଆସନଗୁଡିକ ମଧ୍ୟରେ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ୧୬ଟି ଆସନ, ହୁଗୁଳିର ୮ଟି ଓ ହାଓଡ଼ାର ୭ଟି ଆସନ ରହିଛି। 20.ଛତିଶଗଡର ସୁକ୍ମାରେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଜଣ ଯବାନ ଶହୀଦ ହୋଇଥିଲେ । ମୃତକଙ୍କ ପରିବାରକୁ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଏବଂ ପରିବାରର ଜଣକୁ ନିଯୁକ୍ତି ମିଳିବ । ଏ ନେଇ ଛତିଶଗଡ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି