-
1.ଓଡିଶାର କଳା ଓ କାରିଗରୀକୁ ବିଶ୍ୱ ମଞ୍ଚରେ ଆଉ ଏକ ବଡ ସମ୍ମାନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେ କିଙ୍ଗ୍ ହାରାଲ୍ଡ ଭି’ଙ୍କୁ ରୁପା ତାରକସି ସେଲବୋଟ ଭେଟି ଦେଲେ । ନରୱେ ମହାରାଣୀ ସୋନଜାଙ୍କୁ ତାଳପତ୍ର ପଟ୍ଟଚିତ୍ର ଭେଟିଦେଲେ।
-
2.ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳି କରି ବା ପରେ ଆତଙ୍କବାଦୀର ମୃତ୍ୟୁ ଘଟିଛି।
-
3.ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ଜବରଦଖଲ ଉଚ୍ଛେଦ ଅଭିଯାନ ସମୟରେ ପଥର ଫିଙ୍ଗା ଘଟଣାରେ ପୁଲିସ ୧୬ ଜଣଙ୍କୁ ଗିରଫ କରିଛି ଏବଂ ୧୫୦ରୁ ଅଧିକ ଲୋକଙ୍କୁ ଖୋଜୁଛି।
-
4.ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ।
-
5.ପୁଣିଥରେ ଝାରସୁଗୁଡ଼ା ବିମାନବନ୍ଦରରୁ ଷ୍ଟାର୍ଏୟାର୍ ବିମାନ ସେବା ଆରମ୍ଭ ହୋଇଛି। ୪୨ ଦିନ ପରେ ଭୁବନେଶ୍ବର ଓ ହାଇଦ୍ରାବାଦକୁ ବିମାନ ଉଡ଼ିଛି।
-
6.ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ରିପୋର୍ଟ ଅନୁସାରେ ଭାରତୀୟ ପରିବାରଗୁଡ଼ିକ ୨୦୨୪-୨୫ରେ ଷ୍ଟକ୍ ବଜାରରେ ୬.୯୧ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି।
-
7.ସ୍ୱିଗି ଓ ଜୋମାଟୋ ଭଳି କମ୍ପାନିର ଖର୍ଚ୍ଚ ବୃଦ୍ଧି କରିଛି। ଏଲାଇରା କ୍ୟାପିଟାଲର ଏକ ରିପୋର୍ଟ ଅନୁଯାୟୀ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ସିଧାସଳଖ କମ୍ପାନିଗୁଡ଼ିକର ମାର୍ଜିନକୁ ପ୍ରଭାବିତ କରୁଛି। କମ୍ପାନିଗୁଡ଼ିକ ଏହି ଅତିରିକ୍ତ ଖର୍ଚ୍ଚ ଗ୍ରାହକଙ୍କ ଉପରେ ଲଦିବା ଆଶଙ୍କା ରହିଛି।
-
8.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ଅନୁଯାୟୀ ଶାନ୍ତି କଥାବାର୍ତ୍ତା ଏବେ ହଁ ଓ ନାହିଁ ମଝିରେ ଅର୍ଥାତ୍ ବର୍ଡରଲାଇନରେ ରହିଛି। ଏ ପରିସ୍ଥିତିରେ କଥାବାର୍ତ୍ତାରେ ମଧ୍ୟସ୍ଥତା କରିବା ଲାଗି ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ଇରାନ ଗସ୍ତ କରିଛନ୍ତି।
-
9. ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତକୁ ୱାସିଂଟନ୍ ଯେତେ ଶକ୍ତି କିଣିବାକୁ ଚାହୁଁଛି ସେତିକି ବିକ୍ରୟ କରିବାକୁ ପ୍ରସ୍ତୁତ।
-
10.ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ିବ। କଥାବାର୍ତ୍ତା ପାଇଁ ଆମେରିକାର ଏକ ପ୍ରତିନିଧି ଦଳ ଆସନ୍ତା ମାସରେ ଭାରତ ଆସୁଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।
-
11.ଶିକାରୀଙ୍କ କବଳରେ ଶିମିଳିପାଳ।ଶିମିଳିପାଳରେ ପୁଣିଥରେ ଜଣେ କଳା ମହାବଳ ବାଘ ଛୁଆର ଚମଡ଼ା ଜବତ ହେବା ଘଟଣା ସମଗ୍ର ବନ୍ୟପ୍ରାଣୀ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି।
-
12.ଜାତୀୟ ରାଜପଥ-57 ରେ ନୟାଗଡ ଏବଂ ଖୋର୍ଦ୍ଧା ମଧ୍ୟରେ ଚାରି ଲେନ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି।
-
13.ମାର୍ଚ୍ଚ 2027 ସୁଦ୍ଧା ଓଡ଼ିଶାର ସମସ୍ତ ଗ୍ରାମକୁ ପାଇପ୍ ପାନୀୟ ଜଳ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା, ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି।
-
14.ଓଡିଶା ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା କୌଣସି ନିଯୁକ୍ତି କିମ୍ବା କାର୍ଯ୍ୟ କରିବାରୁ ନିବୃତ୍ତ ରହିବାକୁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
-
15.କଲିକତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଗୁରୁବାର ଦିନ ଆର.ଜି. କର ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଏକ ତିନି ଜଣିଆ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଦ୍ୱାରା ନୂତନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।