-
1.ଇରାନରେ ଚାଲିଥିବା ଅପରେସନରେ ୩୭୩ ଜଣ ଆମେରିକୀୟ ସୈନିକ ଆହତ ହୋଇଥିବା ଆମେରିକାର କେନ୍ଦ୍ରୀୟ କମାଣ୍ଡ ରିପୋର୍ଟ କରିବା ପରେ ଏହି ସୂଚନା ଆସିଛି।
-
2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ ବଡ଼ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି – ଇରାନକୁ ଗୋଟିଏ ରାତିରେ ଧ୍ୱଂସ କରାଯାଇ ପାରେ ଏବଂ ଏହା ସମ୍ଭବତଃ ମଙ୍ଗଳବାର ରାତି ହୋଇ ପାରେ।
-
3.ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ ।
-
4.ଭାରତୀୟ ତୈଳ ନିଗମର ସିଜିଏମ୍ କମଲ୍ଶୀଲ କହିଛନ୍ତି, ୫ କେଜି ଗ୍ୟାସ ସିଲିଣ୍ଡର ବାହାରେ ମିଳିବ ନାହିଁ। କେବଳ ତୈଳ କମ୍ପାନିଙ୍କ ସ୍ବୀକୃତିପ୍ରାପ୍ତ ଗ୍ୟାସ୍ ଏଜେନ୍ସିରେ ଏହା ମିଳିବ। ସିଲିଣ୍ଡର ପାଇଁ ୯୦୦ ଟଙ୍କା ଓ ଗ୍ୟାସ ପାଇଁ ପ୍ରାୟ ୫୫୦ ଟଙ୍କା ଦେବାକୁ ପଡ଼ିବ।
-
5.ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ସୋମବାର ଉତ୍ସାହଜନକ କାରବାର ହୋଇଥିଲା। ଏହାର ପ୍ରଭାବରେ ସେନ୍ସେକ୍ସ ୭୮୭ ପଏଣ୍ଟ୍ ବୃଦ୍ଧି ପାଇ ୭୪,୧୦୬ ପଏଣ୍ଟ୍ରେ ବନ୍ଦ ହୋଇଛି।
-
6.ଆଗାମୀ ଦିନରେ କପଡ଼ାର ଦାମ୍ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ଯୁଦ୍ଧ ଯୋଗୁଁ ଇନ୍ଧନ ଏବଂ କଞ୍ଚା ମାଲର ଦାମ୍ ବଢ଼ିଛି । କଟନ୍ କପଡ଼ା ତିଆରି ମହଙ୍ଗା ହୋଇଛି। ସିନ୍ଥେଟିକ୍ କପଡ଼ାରେ ବ୍ୟବହୃତ କ୍ରୁଡ୍ ଅଏଲ୍ ମହଙ୍ଗା ହେବାରୁ ପଲିଷ୍ଟରର ଦାମ୍ ଗତ ୨-୩ ମାସରେ ପ୍ରାୟ ୨୫% ବଢ଼ିଛି।
-
7.ରାଜ୍ୟସଭାରେ ଓଡ଼ିଶାର ୩ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଛନ୍ତି।
-
8.୧୪ ବିଶ୍ୱବିଦ୍ୟାଳୟ ପାଇଁ ସୋମବାର କୁଳପତି ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟ , ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟ, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀର ମୋହନ ବିଶ୍ୱବିଦ୍ୟାଳୟ , ପ୍ରଫେସର ସଞ୍ଜୟ କୁମାର ପାତ୍ର ଧରଣୀଧର ବିଶ୍ୱବିଦ୍ୟାଳୟ, ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ପ୍ରଫେସର ଅସୀମା ସାହୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ପ୍ରଫେସର ପବନ କୁମାର ଅଗ୍ରୱାଲ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ପ୍ରଫେସର ଶିବରାମ ତ୍ରିପାଠୀ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।
-
9.ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ପିପିଲି ଅଞ୍ଚଳର ଶିଳ୍ପପତି ଏବଂ ସମାଜସେବୀ ରବି ସ୍ଵାଇଁଙ୍କର ୭୫ବର୍ଷ ବୟସରେ ଅବସ୍ଥାରେ ବିୟୋଗ ଘଟିଛି ।
-
10.ଟାଟା ଗ୍ରୁପ୍ ଏୟାରଲାଇନ୍ସ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ୱିଲସନ୍ ଇସ୍ତଫା ଦେଇଛନ୍ତି।
-
11.ବିଧାନସଭା ନିର୍ବାଚନ ବେଳେ ରାଜ୍ୟର ମାଲଦା ଜିଲ୍ଲାରେ ନ୍ୟାୟିକ ଅଧିକାରୀଙ୍କୁ ଘେରାବନ୍ଦୀ କରିବା ମାମଲାରେ ସୁପ୍ରିମକୋର୍ଟ ପଶ୍ଟିମବଙ୍ଗ ସରକାରଙ୍କ ବିରୋଧରେ ବର୍ଷିଛନ୍ତି।
-
12.ବର୍ତ୍ତମାନ ସୁଦ୍ଧା ଓଡ଼ିଶା କାଉନ୍ସିଲ ଅଫ୍ ମେଡିକାଲ ଏଜୁକେଶନ(ଓସିଏମ୍ଆର୍) ଅଧୀନରେ ୩୫ ହଜାର ୯୧୪ ଏଲୋପାଥିକ ଡାକ୍ତର ପଞ୍ଜୀକୃତ ହୋଇ ଓଡ଼ିଶାର ବିଭିନ୍ନ ସରକାରୀ ମେଡିକାଲ ଓ ଘରୋଇ ମେଡିକାଲ/କ୍ଲିନିକ୍ରେ ସେବା ଯୋଗାଉଛନ୍ତି।
-
13.ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନ୍ ଜୁଲାଇ ୨୦୨୭ରେ ତାଙ୍କ ଚୁକ୍ତିନାମା ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି।
-
14.ଇରାନର ପାୱାର ପ୍ଲାଣ୍ଟ ଏବଂ ସେତୁ ଉପରେ ବୋମା ପକାଇବାକୁ ଧମକ ଦେଇଥିବା ଟ୍ରମ୍ପ୍ ମଧ୍ୟ କହିଛନ୍ତି ଯେ ତାଙ୍କର ବିଶ୍ୱାସ ଯେ ଇରାନୀମାନେ "ସ୍ୱାଧୀନତା ପାଇବା ପାଇଁ ଏହା ସହିବାକୁ ପ୍ରସ୍ତୁତ ହେବେ।"
-
15.ଛତିଶଗଡ଼ ହାଇକୋର୍ଟ ୨୦୦୩ରେ ଏନସିପି ନେତା ରାମାବତାର ଜଗ୍ଗିଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅମିତ ଯୋଗୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।