-
1.ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାର ସମ୍ଭାବନା ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି।
-
2.ବିବିସି ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି। ଏହା ଦ୍ଵାରା କମ୍ପାନି ବାର୍ଷିକ ୧୦ ପ୍ରତିଶତ ସଞ୍ଚୟ କରିବାକୁ ଚାହୁଛି।
-
3.ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଘୋଷଣା କରିଛନ୍ତି, ୱାସିଂଟନ ଆଉ ଛାଡ ଅବଧି ବୃଦ୍ଧି କରିବ ନାହିଁ। ଏବେ ରୁଷ ଏବଂ ଇରାନରୁ ତେଲ କିଣିବାକୁ ଅନୁମତି ଦିଆଯିବ ନାହିଁ। ରୁଷ ତେଲ ପାଇଁ ୱାସିଂଟନର ୩୦ ଦିନିଆ ଛାଡ ଅବଧି ଏପ୍ରିଲ ୧୧ ରେ ଶେଷ ହୋଇଯାଇଛି।
-
4.ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
-
5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଟି ସର୍ତ୍ତ ରଖିଥିବା ଜଣାପଡିଛି। ପ୍ରଥମ ସର୍ତ୍ତ ହେଲା, ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ କୌଣସି ବିଦେଶୀ ଟ୍ୟାଙ୍କରକୁ ଯାତ୍ରା ଅନୁମତି ନ ଦିଏ, ତେବେ ଇରାନର ଟ୍ୟାଙ୍କରଗୁଡିକ ମଧ୍ୟ ଏହି ପ୍ରଣାଳୀ ଅତିକ୍ରମ କରିବ ନାହିଁ।
-
6.ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ ଟାଉନସା ସହରରେ, ୩୩୧ ଜଣ ଶିଶୁ HIV ପଜିଟିଭ ଚିହ୍ନଟ ହୋଇଛନ୍ତି । ପିଲାମାନଙ୍କ ମଧ୍ୟରେ HIV ସଂକ୍ରମଣର ଏହି ମାମଲା ନଭେମ୍ବର ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ରେକର୍ଡ କରାଯାଇଛି।
-
7.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖି ସଫଳତା ହାସଲ କରିଥିବା ରାଜ୍ୟର ଦୁଇ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଉଭୟ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ରୂପା ତାରକସି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।
-
8.ଦେଶର ଅଗ୍ରଣୀ ଏଫ୍ଏମ୍ସିଜି କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର ଏହାର ସାବୁନଗୁଡ଼ିକର ଦାମ୍ ବୃଦ୍ଧି କରିଛି। କମ୍ପାନିର ଲୋକପ୍ରିୟ ସାବୁନ ଯଥା ଡୋଭ୍,ପିୟର୍ସ, ସର୍ଫ ଓ ରେଡ୍ ଲାବେଲ୍ ମହଙ୍ଗା ହୋଇଛି। ଏହି ଉତ୍ପାଦଗୁଡ଼ିକ ଦାମ୍ରେ ୧ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତର ବୃଦ୍ଧି ଘଟିଛି।
-
9.ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ବିରୋଧୀ ଦଳଗୁଡିକ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
10.ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ବିବାଦରେ ପଡିଥିଲେ ଦୁର୍ଗା ପ୍ରସାଦ।
-
11.ଉଦୀୟମାନ ବଜାର ନିବେଶକ ଭାବେ ପରିଚିତ ପ୍ରବୀଣ ନିବେଶକ ମାର୍କ ମୋବିୟସ୍ଙ୍କ ୮୯ ବର୍ଷ ବୟସରେ ସିଙ୍ଗାପୁରରେ ଦେହାନ୍ତ ହୋଇଛି।
-
12.କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ମହିଳା ସଂରକ୍ଷଣ ଆଇନ, ୨୦୨୩ ଗୁରୁବାରଠାରୁ କାର୍ଯ୍ୟକାରୀ ହୋଇଛି।
-
13.ଦେଶରେ ଭୋଟ୍ ଦେବାକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)କୁ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।
-
14.ନାସିକର ଏକ ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍ଏନସି)ରେ ଧର୍ମାନ୍ତରୀକରଣ ଏବଂ ଯୌନ ନିର୍ଯାତନା ଅଭିଯୋଗ ପରେ ଗୁରୁବାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରାଯାଇଥିଲା ଯେଉଁଥିରେ ପ୍ରତାରଣାମୂଳକ ଧର୍ମାନ୍ତରୀକରଣକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଥିଲା।
-
15.ମହାକାଶ ସଂସ୍ଥା ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ, ମହାକାଶଯାନ ମଧ୍ୟରେ ଧକ୍କା ଏଡାଇବା ପାଇଁ ଗତ ବର୍ଷ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପୃଥିବୀ-ପରିକ୍ରମା କରୁଥିବା ଉପଗ୍ରହ ପାଇଁ ୧.୫ ଲକ୍ଷରୁ ଅଧିକ ନିକଟ-ଆନୁକୂଳନ ସତର୍କତା ଜାରି କରାଯାଇଥିଲା।