-
1.ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ତାଲିକାରେ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶର ଅନେକ ସ୍ଥାନ ରହିଛି। ବିହାରର ଭାଗଲପୁର, ଓଡ଼ିଶାର ତାଳଚେର ଓ ପଶ୍ଚିମବଙ୍ଗର ଆସନସୋଲ ବିଶ୍ୱର ଟପ୍ ୩ ଉତ୍ତପ୍ତ ସହର ବନିଛନ୍ତି।
-
2.ଖରାଛୁଟିରେ ସମର ଲଣ୍ଣିଂ ବ୍ୟବସ୍ଥା ବ୍ୟବସ୍ଥା ବାପା ମାଆଙ୍କ ହ୍ବାଟ୍ସଆପ ଜରିଆରେ ଛାତ୍ରଛାତ୍ରଙ୍କୁ ଦିଆଯିବ ଆସାଇନମେଣ୍ଟ। ଓସେପାର ଚିଠି ଅନୁସାରେ ଶିଶୁ ବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବ୍ୟବସ୍ଥା ହେବ । ସବୁ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଆସନ୍ତା ୨୫ସୁଦ୍ଧା ହ୍ବାଟ୍ବଆପ ଗ୍ରୁପ କରିବା ପାଇଁ ଚିଠି।
-
3.ରିପୋର୍ଟ ଅନୁଯାୟୀ ସାଉଦି ଆରବର ପାଣ୍ଠି ବନ୍ଦ କରିବାର ଧମକ ଦେବା ପରେ ପାକିସ୍ତାନ ସୁଦାନ ସହିତ ୧.୫ ବିଲିୟନ ଡଲାର ମୂଲ୍ୟର ଏକ ମେଗା ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନ ଚୁକ୍ତିକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି।
-
4.ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଆରମ୍ଭ ହେବା ସହିତ ପ୍ରଶାସନ ବଦ୍ରିନାଥ, କେଦାରନାଥ, ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ ତୀର୍ଥକ୍ଷେତ୍ରରେ ସୁରକ୍ଷା ଏବଂ ବ୍ୟବସ୍ଥା ପ୍ରତି ସମ୍ପୂର୍ଣ୍ଣ ସତର୍କ ରହିଛି।
-
5.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ଵର ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଗତ ଫେବ୍ରୁଆରି ୨୦ରେ ଅବୈଧ ଘୋଷଣା କରିଥିଲେ। ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଆମେରିକାର ଆମଦାନିକାରୀମାନେ ପୈଠ କରିଥିଲେ। ଏପ୍ରିଲ ୨୦ରୁ ତାହାର ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।
-
6.ଚାଇନା ତାଇୱାନର ରାଷ୍ଟ୍ରପତି ୱିଲିୟମ୍ ଲାଇ ଚିଙ୍ଗ-ତେଙ୍କ ବିରୁଦ୍ଧରେ ଏକ ସାଇଲେଣ୍ଟ ଗେମ୍ ଖେଳିଛି। ଫଳସ୍ୱରୂପ, ରାଷ୍ଟ୍ରପତି ଲାଇ ତାଙ୍କ ଘର ଅର୍ଥାତ୍ ଦେଶ ବାହାରକୁ ଯାଇ ପାରିବେ ନାହିଁ।
-
7.ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଗବେଷକମାନେ କନେକ୍ଟିକଟ୍ ୟୁନିଭର୍ସିଟିରେ ୯ ବର୍ଷରେ ସଂଗୃହୀତ ୧.୧ ନିୟୁତରୁ ଊର୍ଦ୍ଧ୍ୱ ସାଟେଲାଇଟ୍ ଚିତ୍ର ଉପରେ ଅଧ୍ୟୟନ କରିଥିଲେ। ଉକ୍ତ ଗବେଷଣାରୁ ଜାଣିବାକୁ ପାଇଥିଲେ ଯେ, ପୃଥିବୀ ଉପରେ ୨୦୧୪ରୁ ୨୦୨୨ ମଧ୍ୟରେ କୃତ୍ରିମ ଆଲୋକ ୧୬% ବଢ଼ିଛି।
-
8. ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ ପିଟର ମାଗୟାର ଏକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଯଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହଙ୍ଗେରୀ ଗସ୍ତ କରନ୍ତି, ତେବେ ତାଙ୍କୁ ଗିରଫଦାରୀର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହାର କାରଣ ହେଉଛି ଅନ୍ତର୍ଜାତୀୟ ଅପରାଧ ଅଦାଲତ (ICC) ନେତାନ୍ୟାହୁଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରିସାରିଛି।
-
9.ଭାରତର ପଡ଼ୋଶୀ ଦେଶ ନେପାଳ, ଏବେ କର୍ମଚାରୀମାନଙ୍କୁ ଦରମା ଦେବାର ପଦ୍ଧତିରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି। ସରକାରୀ କର୍ମଚାରୀମାନଙ୍କୁ ଏବେ ପ୍ରତି 15 ଦିନରେ ସେମାନଙ୍କର ଅଧା ଦରମା ଦେବେ। ଦଶନ୍ଧି ପୁରୁଣା “ମାସ ଶେଷରେ ଦରମା ପ୍ରଦାନ” ବ୍ୟବସ୍ଥାରୁ ଦୂରେଇ ଯାଇ ସରକାର “ପାକ୍ଷିକ ଦେୟ ବ୍ୟବସ୍ଥା” କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
10.ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇଚକିଆ ଯାନ ଉପରେ ନିର୍ବାଚନ କମିଶନର ବ୍ୟାନ କରିଛନ୍ତି । ଏହା ସହିତ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ ଏହା ବାଇକ୍ ରାଲିକୁ ନିଷେଧ କରିଛି ।
-
11. ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ସୂଚନା ଅନୁସାରେ ଢ଼େଙ୍କାନାଳ ଜିଲ୍ଲାରେ ହେବାକୁ ଯାଉଛି ବାର୍ଷିକ ୬ ନିୟୁତ ଟନ ଉତ୍ପାଦନ କ୍ଷମତାଯୁକ୍ତ ଏକ ନୂଆ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ । ଦକ୍ଷିଣ କୋରିଆର ପୋସ୍କୋ ଏବଂ ଭାରତର ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ମିଳିତ ହୋଇ ଏହାକୁ ନିର୍ମାଣ କରିବେ ।
-
12.କେଦାରନାଥ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରାଯାଇଛି। ନିୟମ ଅନୁଯାୟୀ ମନ୍ଦିର ପରିସରକୁ ମୋବାଇଲ୍ ଫୋନ୍ ନେବା, ଫଟୋ, ଭିଡିଓ ଏବଂ ରିଲ୍ ରେକର୍ଡିଂ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଯେକୌଣସି ଭକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-
13.ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ସ୍ୱାସ୍ଥ୍ୟ ସପ୍ଲିମେଣ୍ଟରେ ଅଶ୍ୱଗନ୍ଧା ପତ୍ର ଏବଂ ଏହାର ନିର୍ଯାସ ବ୍ୟବହାର ଉପରେ କଟକଣା ଲଗାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଉଠାଯାଇଥିବା ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
-
14.କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିର ନମୁନା ସଂଗ୍ରହ କରାଯାଇ ଗତବର୍ଷ ଡିସେମ୍ବର ୮ରେ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ୍ ଲ୍ୟାବ୍କୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ ଭିତରେ ଥିବା ବାଲିଗୁଡ଼ିକ ପୂର୍ବପରି ସୁରକ୍ଷିତ ରହିଛି ଏବଂ ବାଲି କାଢ଼ିଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
-
15.ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) କିମ୍ବା ବୀମା କରି ନଥିଲେ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (ଆର୍ସି) ସ୍ଵତଃ ବାତିଲ ହେବ। ଏଥିସହ ରାସ୍ତାରେ ଚଳାଉଥିବା ସମୟରେ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିବ।