Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 05-07-2026 Odia
  1. 1.ଭାରତର ଅର୍ଥନୈତିକ ବିକାଶକୁ ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ  ପ୍ରଶଂସା କରିଛନ୍ତି। ଭାରତ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛି ବୋଲି ସେ କହିଛନ୍ତି। ଗତବର୍ଷ ଜୁଲାଇ ମାସରେ ସେ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହିବା ପରେ ଏବେ ତାଙ୍କ ମତ ବଦଳାଇଛନ୍ତି।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜସ୍ଥାନ ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ ବିଲ୍‌ଡିଂ ସହିତ ଦେଶ ପାଇଁ ନୂଆ ଉଡାନ୍‌ (ଉଡେ ଦେଶ୍‌ କା ଆମ୍‌ ନାଗରିକ୍‌) ସ୍କିମ୍‌ର ଶୁଭାରମ୍ଭ କରିଛନ୍ତି।

  3. 3.ଚଳିତବର୍ଷ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ

  4. 4.ରାଜ୍ୟସଭା ସାଂସଦ ତଥା ଲଭଲି ପ୍ରଫେସନାଲ ୟୁନିଭରସିଟି ପ୍ରତିଷ୍ଠାତା ଅଶୋକ କୁମାର ମିତ୍ତଲ ପୁଣି ଥରେ ଜାତୀୟ ପୁରୁଷ କମିସନ ଗଠନ କରିବାକୁ ଦାବି କରିଛନ୍ତି।

  5. 5.ଓଡ଼ିଶା ପୁଲିସ ଗଲା ୧୫ ବର୍ଷ ଭିତରେ ୨୦ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଚାକିରିରେ ଥାଇ ଆତ୍ମହତ୍ୟା କରିଛନ୍ତି। ୪ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସୌଭାଗ୍ୟକ୍ରମ ବର୍ତ୍ତିଯାଇଛନ୍ତି।

  6. 6.ବରଗଡ଼ ଜିଲ୍ଲାରେ ଲଘୁଚାପ ବର୍ଷା ଜାରି ରହିଛି। ଏବେ ବି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୨ ଲକ୍ଷ ୫୦ ହଜାର କ୍ବିଣ୍ଟାଲ୍‌ ଧାନ ଖୋଲା ଆକାଶ ତଳେ ପଡ଼ି ରହିଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ଅଭିଯୋଗ କରିଛନ୍ତି।

  7. 7.ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନିଗୁଡ଼ିକ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଡିଜେଲ ବିକ୍ରିରେ ଲିଟର ପିଛା  ୧୮ ଟଙ୍କା ୯୦ ପଇସା ଏବଂ ପେଟ୍ରୋଲରେ ୬ ଟଙ୍କା କ୍ଷତି ସହିଛନ୍ତି।

  8. 8.ବଫର୍‌ ଷ୍ଟକ୍‌ ସ୍ଥିତିରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ସରକାର ଚଳିତ ସିଜନ୍‌‌ରେ ପୁଣି ଥରେ ପିଆଜ ସଂଗ୍ରହ ମୂଲ୍ୟ ବଢ଼ାଇଛନ୍ତି। ମୂଲ୍ୟ ୧୩ ପ୍ରତିଶତ ବୃଦ୍ଧି ହୋଇ କ୍ବିଣ୍ଟାଲ ପିଛା ୨୧୨୫ ଟଙ୍କା ରଖାଯାଇଛି।

  9. 9.ଆଗାମୀ ମାସଗୁଡ଼ିକରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ‘ଏଲ୍‌ ନିନୋ’ ପ୍ରକ୍ରିୟା ଅତି ଦ୍ରୁତ ଗତିରେ ସକ୍ରିୟ ହେବାକୁ ଯାଉଛି। ଏହାର ପ୍ରଭାବରେ ସାରା ବିଶ୍ୱରେ ମାରାତ୍ମକ ଗ୍ରୀଷ୍ମ ପ୍ରବାହ, ମରୁଡ଼ି ଏବଂ ଅତ୍ୟଧିକ ବୃଷ୍ଟିପାତ ଭଳି ଚରମ ପାଣିପାଗ ବିପର୍ଯ୍ୟୟ ସୃଷ୍ଟି ହେବା ଆଶଙ୍କା ରହିଛି ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି।

  10. 10.ଭାରତ ଚଳିତ ବର୍ଷ ଗତ ଏକ ଶତାବ୍ଦୀ ମଧ୍ୟରେ ସବୁଠାରୁ ଶୁଖିଲା ଜୁନ୍ ମାସର ସାମ୍ନା କରିଛି। ଏହି ମାସରେ ସ୍ବାଭାବିକ ଠାରୁ ପ୍ରାୟ ୪୦ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି, ଯାହା ଗତ ୧୦୦ ବର୍ଷ ମଧ୍ୟରେ ତୃତୀୟ ସର୍ବନିମ୍ନ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରକାଶ କରିଛି।

  11. 11.  ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁଦାନ ହେରଫେର ମାମଲାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିରରୁ ଚୋରି ହୋଇଥିବା ସୁନା ଓ ରୁପା ର ଅଳଙ୍କାର ଗୁଡ଼ିକର ଅସ୍ତିତ୍ୱ ଲୁଚାଇବା ପାଇଁ ଅଭିଯୁକ୍ତମାନେ ତାହାକୁ ତରଳାଇ ସୁନା ବିସ୍କୁଟ୍‌ରେ ପରିଣତ କରିଥିବା ସନ୍ଦେହ ବଢ଼ୁଛି।

  12. 12.ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାଲ ଗ୍ରାମରେ ବନ୍ଧୁକ ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

  13. 13.ଫୋନ୍ ନମ୍ବର ପ୍ରକାଶ ନକରି କେବଳ ୟୁଜରନେମ ମାଧ୍ୟମରେ ଯୋଗାଯୋଗ କରିବାର ସୁବିଧାକୁ ଅପବ୍ୟବହାର କରି ସାଇବର ଅପରାଧୀମାନେ ଲୋକଙ୍କୁ ଠକୁଥିବା ଘଟଣା ବଢ଼ୁଛି। ଭାରତ ସରକାର ସାଇବର ଠକେଇ ଓ ପାଇରେସି ରୋକିବା ଦିଗରେ ପଦକ୍ଷେପ ନେଇ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ଏବଂ ସିଗନାଲକୁ ଆନୁଷ୍ଠାନିକ ନୋଟିସ ଜାରି କରିଛନ୍ତି।

  14. 14.ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା OMSA । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ OMSAର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନିଆଯାଇଛି ।

  15. 15.ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶି​ଷ୍ଟ ଦିନିକିଆ ଶୃଙ୍ଖଳା ଚଳିତ ଜୁଲାଇ ୧୪ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ। ଉକ୍ତ ଦିନିକିଆ ଶୃଙ୍ଖଳା ବର୍ମିଂହାମ, କାର୍ଡିଫ ଓ ଲର୍ଡସରେ ଖେଳାଯିବ।

22 Y
2 05-07-2026 English
  1. 1.Prime Minister Narendra Modi on Saturday said that India is building the entire electronics value chain from products and components to semiconductors which is the country's roadmap to 'Viksit Bharat'

  2. 2. Prime Minister Narendra Modi Saturday greeted President Donald Trump and the people of the United States on the 250th anniversary of America's independence and said the two countries' shared belief in democracy and the rule of law.

  3. 3.Union Parliamentary Affairs Minister Kiren Rijiju on Saturday announced that the Monsoon Session will commence on July 20 and will continue until August 13,

  4. 4.The central goveronment on Saturday said it has increased the procurement price of onions by 13 per cent to Rs 2,125 per quintal from Rs 1,875 per quintal.

  5. 5.Vice President CP Radhakrishnan is scheduled to visit Odisha July 9 during which he will take part in the convocation ceremony of a central research institute and attend other events,

  6. 6.The Ministry of Information & Broadcasting (I&B) has directed Telegram to take immediate action against pirated films and OTT content and submit a report within 15 days.

  7. 7.The agitating doctors in Odisha decided to call off their cease-work agitation after a meeting with health Minister Mukesh Mahaling

  8. 8.The Kalinga Literary Festival (KLF) has announced the English shortlist for the KLF Book Awards 2026 across five categories—Fiction, Non-Fiction, Poetry, Translation, and Debut.

  9. 9.Assam has emerged among the top performing major states in the country in terms of monthly GST growth, reflecting improving economic activity and stronger revenue administration.

  10. 10.The Odisha government has directed the Regional Transport Officers (RTOs) for stringent enforcement measures to track down vehicles plying without valid documents, including fitness certificate and permit.

  11. 11.During a high-level review meeting chaired by Director General of Police (DGP) Y.B. Khurania, it was revealed around 12,000 police personnel will be deployed for the event of the annual Rath Yatra of Lord Jagannath in Puri,

  12. 12. NDTV Profit reported that executives from both companies said concerns surrounding E20 fuel are largely unfounded and that vehicle-related complaints are more likely linked to fuel contamination or adulteration rather than the ethanol content.

  13. 13.Beauty Mohanty, inspector-in-charge (IIC) of Chauliaganj Police Station, was found dead at her official quarters in Kataka Saturday.

  14. 14.Cockroach Janta Party (CJP)'s protest at Jantar Mantar entered its 15th day Saturday, drawing fresh political support from AAP MP Sanjay Singh and CPI(M) MP John Brittas, while climate activist Sonam Wangchuk continued the seventh day of his hunger strike.

  15. 15.The southwest monsoon is set to advance further into parts of the North Arabian Sea, Gujarat, the remaining areas of Haryana and Punjab, and more parts of Rajasthan over the next four days,

10 Y
3 04-07-2026 Odia
  1. 1.ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ନାମରେ ଜଣାଶୁଣା ହେବ। ପୂର୍ବରୁ ବିଜେତାଙ୍କୁ ୫୦ ହଜାର ପାଉଣ୍ଡ (ପ୍ରାୟ ୬୪ ଲକ୍ଷ ଟଙ୍କା) ମିଳୁଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧ ଲକ୍ଷ ପାଉଣ୍ଡ (ପ୍ରାୟ ୧.୨୮ କୋଟି ଟଙ୍କା)ରେ ପହଞ୍ଚିଛି।

  2. 2.ସାର୍ଟିଫିକେଟ୍‌ ଅଫ୍‌ ରେକଗ୍‌ନେସନ୍‌ (ସିଓଆର) ବିନା କୌଣସି ଘରୋଇ ବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିବ ନାହିଁ।

  3. 3.ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ପରେ ଜୁଲାଇ ୧ ତାରିଖରୁ ବନ୍ଦ ହୋଇଗଲା। ଏହି ଯୋଜନାରେ ରାଜ୍ୟରେ ୩୩୮.୨୦ କୋଟି ଟଙ୍କା ବକେୟା ରହିଛି। କେବଳ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ବାବଦରେ ୩୬ କୋଟି ୦୧ ଲକ୍ଷ ଟଙ୍କା ରହିଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।

  4. 4.ଭୁବନେଶ୍ବରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଆଇଟି କମ୍ପାନି ସିଏସ୍‌ଏମ୍‌ ଟେକ୍ନୋଲୋଜିର ସେୟାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି।

  5. 5.ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ୫୨୧ଟି ବିଦ୍ୟାଳୟରେ ଭର୍ଚୁଆଲ୍ କ୍ଲାସରୁମ୍‌ ସ୍ଥାପନ କରାଯିବ। ଏଥିମଧ୍ୟରୁ ୩୧୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୬ରୁ ୮ ଶ୍ରେଣୀ) ଥିବାବେଳେ ୨୦୮ଟି ମାଧ୍ୟମିକ (ନବମରୁ ଦଶମ) ବିଦ୍ୟାଳୟ ଅନ୍ତର୍ଭୁକ୍ତ।

  6. 6.ଗତ ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଲିଥିବା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି।

  7. 7.ଝାରପଡା ଜେଲ୍ ପରେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ। ଏଥି ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି ।

  8. 8.ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲ୍ଲା ପୁଲିସର ଡିଭିଏଫ୍ ଯବାନମାନେ ମାଓବାଦୀଙ୍କ ଏକ ଡମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।

  9. 9.କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଇପିଏଫ୍ ଜମା ଉପରେ ୮.୨୫% ସୁଧ ହାର ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

  10. 10.ପାକିସ୍ତାନର ଲାହୋର ସହର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ଫାରୁକବାଦ୍‌ ଠାରେ ଗତ ୨୪ ତାରିଖରେ ଏକ ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର ଭଙ୍ଗାଯବାକୁ ନେଇ ଭାରତ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

  11. 11.ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍ ୱେଲଫେୟାର କର୍ପୋରେସନ ଲିମିଟେଡ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କୁ ୨୧.୨୮ କୋଟି ଟଙ୍କାର ରେକର୍ଡ ଲାଭାଂଶ ପ୍ରଦାନ କରିଛି, ଯାହା ରାଜ୍ୟ ମାଲିକାନା ସାର୍ବଜନୀନ କ୍ଷେତ୍ରର ଉପକ୍ରମ ଦ୍ୱାରା ଘୋଷଣା କରାଯାଇଥିବା ସର୍ବାଧିକ ଲାଭାଂଶ।

  12. 12.ଜୁନ୍ ୨୪ ତାରିଖରେ ଭେନେଜୁଏଲାରେ ହୋଇଥିବା ଦୁଇଟି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୬୪୫ କୁ ବୃଦ୍ଧି ପାଇଛି ଏବଂ ୧୨,୬୬୬ ଜଣ ଆହତ ହୋଇଛନ୍ତି, ଭେନେଜୁଏଲାର ଜାତୀୟ ପରିଷଦର ସଭାପତି ଜର୍ଜ ରୋଡ୍ରିଗେଜ କହିଛନ୍ତି।

  13. 13.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ଅଜିତ କୁମାର ଶାସନୀଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଉପ-ଚାନ୍ସେଲର ଭାବରେ ନିଯୁକ୍ତ କରିଛନ୍ତି, ବିଭାଗ କହିଛି।

  14. 14.ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଯଦି ଆମେରିକା ପୁରୁଷ ଫୁଟବଲ ଦଳ ଚଳିତ ବିଶ୍ୱକପ ଟ୍ରଫି ହାସଲ କରେ, ତେବେ ସଂସ୍ଥା ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଏକ ଫୁଟବଲ ପଠାଯିବ ବୋଲି ନାସାର ପ୍ରଶାସକ ଜାରେଡ ଆଇଜାକ୍‌ମ୍ୟାନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।

  15. 15.ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି।

20 Y
4 04-07-2026 English
  1. 1.President Donald Trump proclaimed July 4, 2026, as the 250th anniversary of the adoption of the US Declaration of Independence, calling it a celebration of America's founding ideals.

  2. 2.The death toll from the twin earthquakes that struck Venezuela on June 24 has risen to 2,645, and 12,666 people were injured, Venezuelan National Assembly President Jorge Rodriguez said.

  3. 3.President Droupadi Murmu has appointed Dr. Ajit Kumar Shasany as the Vice Chancellor of Central University of Odisha (CUO), said the department. 

  4. 4.The Department of Social Security and Empowerment of Persons with Disabilities (SSEPD) is organising ‘Samarthya-2026’—a national-level short film festival—in Odisha.

  5. 5.The Odisha State Police Housing & Welfare Corporation Limited (OPHWC) has paid a record dividend of Rs 21.28 crore to the Government of Odisha for the financial year 2024-25, marking the highest-ever dividend declared by the state-owned public sector undertaking.

  6. 6. India is nearing completion of its first bullet train corridor, the Mumbai–Ahmedabad High‑Speed Rail (MAHSR) project, which will provide a standardised template for upcoming bullet train corridors across the country, a statement said on Friday.

  7. 7.The Gujarat Anti-Terrorist Squad (ATS) has arrested eight people for their alleged association with the banned terror organisation Jaish-e-Mohammed (JeM).

  8. 8.Union Minister for Electronics and Information Technology Ashwini Vaishnaw has reportedly directed the Ministry of Electronics and Information Technology (MeitY) to summon officials of Meta over advertisements hosted on Instagram that allegedly promoted child sexual abuse.

  9. 9.As activist Sonam Wangchuk's hunger strike at Jantar Mantar entered the sixth day Friday, the Cockroach Janta Party (CJP) said he appeared far weaker and more exhausted and urged supporters across the country to observe a one-day fast in solidarity with the protest. Sharing Wangchuk's latest health.

  10. 10.Beijing: Over 800 Chinese entrepreneurs, investors and tour operators Friday took part in a conference highlighting investment opportunities in India in China's Hangzhou city.

  11. 11.Odisha Vigilance Friday arrested two former Panchayat Executive Officers (PEOs) of Puri district for allegedly embezzling more than Rs 30.78 lakh meant for beneficiaries of the Madhu Babu Pension Yojana (MBPY).

  12. 12.Dr Ajit Kumar Shasany, Director of CSIR-National Botanical Research Institute (NBRI) in Lucknow, has been appointed as the new Vice-Chancellor of Central University of Odisha (CUO).

  13. 13.The Election Commission has appointed 10 senior IAS officers as Electoral Roll Observers (ERO) to oversee the ongoing special intensive revision (SIR) in the state, according to a notification issued Friday. 

  14. 14.Police arrested a man posing as an Odisha Police constable after he was found wandering suspiciously outside the office of the Superintendent of Police (SP) in Anugola Thursday.

  15. 15.Bank staff told the SIT that before the theft came to light, donations to the Ram Janmabhoomi Teerth Kshetra Trust's bank accounts averaged Rs 16 to Rs 18 lakh per day. After the case surfaced, however, the amount rose to Rs 24 to Rs 26 lakh per day

7 Y
5 03-07-2026 Odia
  1. 1.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଶିଳ୍ପ ବିଭାଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ମଧ୍ୟରେ ୧ ଲକ୍ଷ ୧ ହଜାର କୋଟିର ଏମଓୟୁ ସ୍ବାକ୍ଷର ହୋଇଛି। ଏହି ଏମଓୟୁ ଦ୍ବାରା ୫୩,୫୦୦ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣାପଡ଼ିଛି।

  2. 2.୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଦେଶରେ ହାରାହାରି ୩୦ ଦିନ ପାଇଁ ଏଲ୍‌ପିଜି ମହଜୁଦ ରଖିବା ଲାଗି ଯୋଜନା କରୁଛନ୍ତି।

  3. 3.ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ଅନୁଷ୍ଠିତ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (CPET-୨୦୨୬)ର ପରୀକ୍ଷାଫଳ ପ୍ରକାଶ ପାଇଛି।

  4. 4. ସଂସଦର ମୌସୁମି ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି।

  5. 5.ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ ନୋଟିସ ଜାରି କରିଛି, ସେମାନଙ୍କର ବିଦ୍ୟମାନ ୟୁଜରନେମ ଫିଚରଗୁଡ଼ିକୁ ପ୍ରଶ୍ନ କରିଛି।

  6. 6.ସୁପ୍ରିମକୋର୍ଟ ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି।

  7. 7.ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଥିଲା ଯେ କୋଝିକୋଡ ଏବଂ କୁୱେତ ମଧ୍ୟରେ ଶୁକ୍ରବାର ଦିନ ବିମାନ ସେବା ଆରମ୍ଭ ହେବ, ଯେତେବେଳେ ବେଙ୍ଗାଲୁରୁ, କର୍ନାଟକରୁ କୁୱେତକୁ ସେବା ୪ ଜୁଲାଇରେ ଆରମ୍ଭ ହେବାକୁ ସ୍ଥିର ହୋଇଛି।

  8. 8.କାତାରର ରାଜଧାନୀ ଦୋହାରେ ଇରାନ ସହିତ ହୋଇଥିବା ଆଲୋଚନା ସକାରାତ୍ମକ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

  9. 9.ଆଫଗାନିସ୍ତାନ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଇଏସଆଇଏସ ଘାଟି ଉପରେ ଆକ୍ରମଣ କରିଛି, ଯେଉଁଥିରେ ଅନେକ ଆତଙ୍କବାଦୀ ଆହତ ହୋଇଥିବା କୁହାଯାଉଛି।

  10. 10.ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତେଲ୍ଲା ଅଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ବରିଷ୍ଠ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମନ ଖୁର୍ସିଦ ଓ କଂଗ୍ରେସ ଦଳର ଗଣମାଧ୍ୟମ ଶାଖା ମୁଖ୍ୟ ପୱନ ଖେଡାଙ୍କୁ ନିମନ୍ତ୍ରଣ କରାଯାଇଛି।

  11. 11.ପ୍ରତିବର୍ଷ ଜାନୁଆରୀ ୧ ଓ ଜୁଲାଇ ୧ରେ ଏହି  ଭାରତ ଓ ପାକିସ୍ତାନର ବନ୍ଦୀ ତାଲିକା ବିନିମୟ ହୋଇଥାଏ। ଏହି ବନ୍ଦୀ ତାଲିକା ଅନୁଯାୟୀ ପାକିସ୍ତାନର ଜେଲ୍‌ରେ ୨୫୦ଜଣ ଭାରତୀୟ ନାଗରିକ ବନ୍ଦୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୯୮ଜଣ ମତ୍ସ୍ୟଜୀବୀ ଓ ୫୨ଜଣ ସାଧାରଣ ନାଗରିକ।

  12. 12.ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

  13. 13.ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାର ମୁକ୍କାବରିପାଲି ଗ୍ରାମରୁ ଗୁରୁବାର ଜାତୀୟ ସ୍ତରରେ ‘ବିକଶିତ ଭାରତ-ଜି ରାମ ଜି  ଯୋଜନା’ ଆରମ୍ଭ ହୋଇଛି।

  14. 14.ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ କରିଛନ୍ତି, ଯାହା ଆଙ୍ଗ୍‌ଜାଇଟି ବା ମାନସିକ ଉଦ୍‌ବେଗ ବା ଉତ୍କଣ୍ଠାର ଲକ୍ଷଣ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଛି। ଏହା ମଧ୍ୟରୁ ୩୯ଟି ଦିଗ ସମ୍ପୂର୍ଣ୍ଣ ନୂତନ ଭାବେ ଆବିଷ୍କୃତ ହୋଇଛି। ଆଙ୍ଗ୍‌ଜାଇଟିକୁ ନେଇ ଆନୁବଂଶିକ କ୍ଷେତ୍ରରେ ଏହା ବିଶ୍ୱର ସବୁଠାରୁ ବଡ଼ ଗବେଷଣା ବୋଲି କୁହାଯାଇଛି।

  15. 15.ଆସନ୍ତା ୬ ମାସରେ ଭାରତରେ ହେବ ୧୧ ଅନ୍ତର୍ଜାତୀୟ ପ୍ରତିଯୋଗିତା। ଏହା ମଧ୍ୟରେ ଅଗଷ୍ଟରେ ଭୁବନେଶ୍ବରରେ ରହିଛି ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ୍‌ ଟୁର୍‌ (ରୌପ୍ୟ ସ୍ତରୀୟ)। ସେହିପରି ବ୍ୟାଡ୍‌ମିଣ୍ଟନ ବିଶ୍ବ ଚାମ୍ପିଅନ୍‌ସିପ୍‌ ଅଗଷ୍ଟ ୧୭ରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡି ୟମ୍‌ରେ ଅନୁଷ୍ଠିତ ହେବ।

13 Y
6 03-07-2026 English
  1. 1.Odisha government Thursday signed an MoU with UAE-based International Holding Company (IHC) and the Adani Group for setting up an integrated aluminium project worth Rs 1.10 lakh crore, officials said.

  2. 2.Union Petroleum and Natural Gas Minister Hardeep Singh Puri Thursday said there is no justification for lowering retail fuel prices at this stage.

  3. 3.Food safety regulator Food Safety and Standards Authority of India (FSSAI) has issued notices to beverage brands over use of term ‘energy drink’ and alleged misleading claims on product labels.

  4. 4.Amid the ongoing controversy over errors in recently published text books by SCERT, Odisha, the state government on Thursday announced PDF versions of the revised tex tbooks have been uploaded online for public feedback.

  5. 5.The Odisha government on Thursday urged doctors currently on strike to immediately withdraw their agitation, resume duties, and participate in discussions with the authorities.

  6. 6.The Block Education Officers (BEOs), the Directorate of Elementary Education, Odisha stated immediate steps must be taken to clear the outstanding electricity bills of primary and upper primary schools.

  7. 7.The Higher Education Department in Odisha has published the results of the Common PG Entrance Test (CPET)-2026.

  8. 8.Authorities of all government and aided private colleges have been directed to ensure no outlets selling alcohol, tobacco, narcotic drugs, psychotropic substances, or any other intoxicants operate within this 500-metre perimeter.

  9. 9.The annual Shri Amarnath Ji Yatra 2026 will commence on Friday, with thousands of devotees .

  10. 10.Foreign Secretary Vikram Misri's tenure has been extended by a year beyond its scheduled end in mid-July. 

  11. 11.With the onset of the US-Iran war on February 28, the registration of EVs have jumped significantly in India. From average 1.3 lakh registration in 2025, the March-June period exhibited average 2.3 lakh registrations.

  12. 12.The Gujarat High Court on Thursday sought the state government's stand on the "completely illegal" demolition carried out in Narisnagar locality of Surat on May 30 resulting in around 100 houses being razed without any prior notice.

  13. 13. Russia hammered Kyiv in a major drone and missile attack overnight into Thursday morning, killing at least 17 civilians and injuring scores more.

  14. 14.Forest department personnel rescued 297 live and 113 dead seagulls and arrested a poacher during a raid on illegal bird hunting activities in the sea near Subarnadandi under Bhograi block in Baleshwar district, officials said Thursday.

  15. 15.Observing that “a case of murder cannot be proved on mere hunches or possibilities” and that courts cannot presume a witness is truthful solely because of his relationship with the victim, the Orissa High Court has acquitted a man who was convicted two decades.

11 Y
7 02-07-2026 Odia
  1. 1. ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ ବଡ଼ ବଡ଼ ସହରଗୁଡ଼ିକରେ ବାସ କରିବେ ବୋଲି ଜଣାପଡ଼ିଛି। 

  2. 2.ହିନ୍ଦୁ ବିବାହକୁ କେବଳ ବିବାହ ପ୍ରମାଣପତ୍ର ଆଧାରରେ ବୈଧ ବୋଲି ଧରାଯାଇପାରିବ ନାହିଁ। ହିନ୍ଦୁ ବିବାହ ଆଇନରେ ନିର୍ଦ୍ଧାରିତ ଆବଶ୍ୟକୀୟ ରୀତିନୀତି ପାଳନ ହୋଇଥିଲେ ହିଁ ବିବାହ ବୈଧ ହେବ ବୋଲି ଗୁଜୁରାଟ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି।

  3. 3.ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ଏକ ସ୍ଥାୟୀ ନୀତି ଗ୍ରହଣ କରିଛି; ଏଥିରେ ନଭେମ୍ବର ୧ ରୁ ଜାନୁଆରୀ ୩୧ପର୍ଯ୍ୟନ୍ତ ସିଭିଲ୍ ନିର୍ମାଣ କାର୍ଯ୍ୟକଳାପ ଉପରେ ନିଷେଧ ଅନ୍ତର୍ଭୁକ୍ତ। ଏହା ସହିତ, ନଭେମ୍ବର ୧ ରୁ, ୫୦% ଅଫିସ୍ କର୍ମଚାରୀଙ୍କ ପାଇଁ ‘ଘରରୁ କାମ’ ନିର୍ଦ୍ଦେଶ ଏବଂ ପାର୍କିଂ ଫି ଦ୍ୱିଗୁଣିତ କରିବାର ଏକ ନିୟମ କାର୍ଯ୍ୟକାରୀ ହେବ ।

  4. 4.ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର ସବୁଠାରୁ ବଡ଼ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ‘ମନରେଗା’ (MGNREGA) ଆକ୍ଟ, ୨୦୦୫କୁ ରଦ୍ଦ (Repeal) କରି ସେହି ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ଆଇନ ‘VB-G RAM G’ (ବିକଶିତ ଭାରତ – ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ – ଗ୍ରାମୀଣ) ଲାଗୁ କରିଛନ୍ତି।

  5. 5.ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ ଏଭଳି ବଡ଼ ହ୍ରାସ ଦେଖିବାକୁ ମିଳିଛି।  କମ୍ପାନୀ ପକ୍ଷରୁ ସାରା ଦେଶରେ ପେଟ୍ରୋଲ୍ ଦର ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ଦର ଲିଟର ପିଛା ୩ ଟଙ୍କା ହ୍ରାସ କରାଯାଇଛି। କମ୍ପାନୀର ଏହି ନୂଆ ଦର ଦେଶବ୍ୟାପୀ ଥିବା ନାୟରାର ୭,୦୦୦ରୁ ଅଧିକ ଫ୍ୟୁଏଲ୍ ଷ୍ଟେସନରେ ଲାଗୁ ହୋଇଯାଇଛି।

  6. 6.ହ୍ୱାଟ୍ସଆପ୍ ଆନୁଷ୍ଠାନିକ ଭାବେ ଏହି ନୂଆ ଫିଚର୍‌ର ସୁଭାରମ୍ଭ କରିଦେଇଛି। ଏବେ ଆପଣ ନିଜ ନମ୍ବର ସେୟାର ନକରି, କେବଳ ଏକ ‘ୟୁଜରନେମ୍’ (Username) ଜରିଆରେ ଯେକୌଣସି ବ୍ୟକ୍ତିଙ୍କ ସହ ଚାଟ୍ ଆରମ୍ଭ କରିପାରିବେ। ଏହି ଫିଚର୍‌ଟି ମୂଳତଃ ୟୁଜର୍ସଙ୍କ ପ୍ରାଇଭେସିକୁ ବଢ଼ାଇବା ପାଇଁ ଅଣାଯାଇଛି।

  7. 7.ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ସୁବିଧାକୁ ବନ୍ଦ କରିବା ପାଇଁ ଏହାର ମାଲିକାନା ସଂସ୍ଥା ‘ମେଟା’କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। 

  8. 8.ଆସନ୍ତା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ୮.୨୦ ପ୍ରତିଶତ ସୁଧ ମିଳିବ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ମାସ ଅବଧି ପାଇଁ ବିଭିନ୍ନ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା କରାଯାଇଛି।

  9. 9.ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (ଇ-୨୦) ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଏକ ଚଳିତ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବ ବୋଲି ମଙ୍ଗଳବାର ଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। 

  10. 10.ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ବିକଶିତ ଭାରତ: ରୋଜଗାର ଗ୍ୟାରେଣ୍ଟି ଓ ଆଜୀବିକା ମିସନ-ଗ୍ରାମୀଣ (ଭିବି ଜି ରାମ ଜି) ଯୋଜନାରେ ଓଡ଼ିଶାର ଅଣ-କୁଶଳୀ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରି ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

  11. 11.ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ବ ଦେଇଛନ୍ତି । ବର୍ଷକୁ ଏଥିପାଇଁ ୮୯୫ କୋଟି ଖର୍ଚ୍ଚ ହେବ । ଆସନ୍ତା ପାଞ୍ଚ ବର୍ଷରେ ୫ ହଜାର ୪୬୭ କୋଟି ବ୍ୟୟ ହେବ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‌ରେ ନାମଲେଖା ମାଗଣା ରହିବ । ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ନାମଲେଖା ଦେୟ ଦେବାକୁ ପଡ଼ିବ ନାହିଁ ।

  12. 12.ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମିଡଡେ ମିଲ୍ ଦିଆଯିବ । ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳୁଥିବା ବେଳେ ସରକାର ଏବେ ଦଶମ ଶ୍ରେଣୀ ଯାଏ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ୫୭ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଉପକୃତ ହେବେ ।

  13. 13.ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର ।

  14. 14.ସରକାର ହ୍ୱାଟ୍ସଆପ୍ ସହିତ ଜଡିତ ନୂତନ ଫିଚରଗୁଡିକୁ ଯାଞ୍ଚ କରିବେ ଏବଂ ସେମାନଙ୍କର ସୁରକ୍ଷା ପ୍ରଭାବକୁ ମୂଲ୍ୟାଙ୍କନ କରିବେ। ଅଧିକାରୀମାନେ କହିଛନ୍ତି ଯେ ସମୀକ୍ଷା ସମୟରେ ଯଦି ଆବଶ୍ୟକତା ପଡ଼େ, ତେବେ ସେମାନେ ମେଟାକୁ ନୋଟିସ୍ ଜାରି କରିବା ବିଷୟରେ ବିଚାର କରିବେ। 

  15. 15.ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ ପାଇବାକୁ ହକଦାର ନୁହନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

14 Y
8 02-07-2026 English
  1. The OdishaCabinet has  approved the lowest turnkey bid for the upgradation of the 9.5-km Jaydev Vihar–Nandankanan Road.

  2. The state government has extended the validity period of Odisha  Electric Vehicle Policy, 2021 till September 30 this year. 

  3. The state Cabinet, has approved a proposal for establishment of the Odisha State Data Centre 2.0 (OSDC 2.0). The OSDC 2.0 will be established with a project cost of Rs 268.44 crore, 

  4. The Odisha Cabinet has approved a new scheme ‘Gyanodaya—Shiksharu Samruddhi’ to provide free education from kindergarten (KG) to postgraduate (PG) level in the state.

  5. Odisha School and Mass Education Department on Wednesday assured that corrected and error-free versions of the books will be made available to students soon.

  6. Urbanization is increasing in the world. If this trend continues, it is estimated that 38% of the population will live in big cities by 2100.

  7. A Hindu marriage cannot be considered valid on the basis of a marriage certificate alone. The Gujarat High Court has clarified in a landmark judgment that a marriage will be valid only if the necessary rituals prescribed by the Hindu Marriage Act are observed.

  8. Delhi has adopted a permanent policy to combat winter pollution; this includes a ban on civil construction activities from November 1 to January 31. In addition, from November 1, a ‘work from home’ order for 50% of office workers and a rule to double parking fees will come into effect.

  9. The company has reduced petrol prices by Rs 5 per liter and diesel prices by Rs 3 per liter across the country. These new prices of the company have been implemented at more than 7,000 fuel stations of Naira across the country.

  10. The interest rate on Sukanya Samriddhi Yojana will be 8.20 percent in the next July-September quarter.

  11. The process of blending 20 percent ethanol (E-20) in petrol is currently in an ongoing trial phase and its real impact will be clear by next year, the central government told the Supreme Court on Tuesday.

  12. The Ministry of Rural Development has fixed a daily wage of Rs 300 for unskilled workers in Odisha under the VBG Ramji scheme.

  13. The Odisha government has given importance to free education from KG to PG. An annual expenditure of Rs 895 crore will be incurred for this. An expenditure of Rs 5,467 crore will be incurred in the next five years. Enrollment in government and government-aided schools will be free. No registration fee will be required till post-graduation.

  14. Earlier, children were provided mid day meals only up to class VIII, but now the government has decided to provide it up to class X. This will benefit more than 5.7 million students.

  15. The Karnataka High Court has held a major hearing on a maintenance dispute between a husband and wife. The court has clarified that if a woman's income is more than that of her husband, then she is not entitled to maintenance.

11 Y
9 01-07-2026 English
  1. 1.The Odisha government has appointed senior OAS officer Pinaki Pattnaik as Officer on Special Duty (OSD) to Chief Secretary Anu Garg.

  2. 2.Odisha Govt Directs DGP to Initiate Disciplinary Proceedings Against Suspended IPS Officer Dayal Gangwar.

  3. 3.Lieutenant General Dhiraj Seth has taken charge as the new Chief of the Indian Army.

  4. 4.In a powerful act of justice, the Additional District and Sessions Court here on Tuesday sentenced a 62-year-old man to death by hanging for the shocking murder of his 13-year-old niece.

  5. 5.The Odisha government extended the Rabi paddy procurement period till July 3 to ensure smooth lifting of stocks from mandis across five districts where paddy remains piled up.

  6. 6.Odisha Vigilance on Tuesday unearthed two buildings, 20 valuable land plots, cash worth over Rs 19.72 lakh, a Hyva truck, a four-wheeler and several other assets during simultaneous linked to Dhanurdhar Biswal, Establishment Officer-cum-Office Superintendent of VIMSAR, Burla,

  7. 7.The ADJ court sentenced a man to life imprisonment for the brutal murder of a married woman in Bhimatangi Housing Board Colony in Bhubaneswar in July 2021.

  8. 8.Indian Railways on Tuesday approved three projects with a total investment of Rs 1,131 crore which include laying an optic fibre cable across 1,700 route km across South Eastern Railway.

  9. 9.Commerce and Industry Minister Piyush Goyal on Tuesday said that with unified payments interface (UPI) now live in Greece, eligible customers can transfer money instantly.

  10. 10.The Iranian delegation is only in Doha to discuss the release of 6 billion US dollars in funds deposited in Qatar and the interim agreement.

  11. 11.According to the new price of Indian Oil, the price of a 19 kg commercial cylinder has been reduced by Rs 183.50 to Rs 2,930 from Rs 3,113.50 earlier.

  12. 12.The state government has taken steps to accelerate and accelerate the work of major mega national highway projects like the Coastal Highway and the Capital Region Ring Road.

  13. 13.WhatsApp has launched a new username feature. Through this feature, users can chat with others using only their username without revealing their mobile number.

  14. 14.IPL franchise Sunrisers Hyderabad owner Kavya Maran is going to get married. 33-year-old Kavya will hold the hand of famous musician Anirudh Ravichander.

  15. 15.The southwest monsoon is set to regain momentum over Odisha from July 1, the India Meteorological Department (IMD) said.

13 Y
10 01-07-2026 Odia
  1. 1.ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଦାୟିତ୍ୱ ଗ୍ରହଣ କରିଛନ୍ତି।

  2. 2.ସମ୍ଭବତଃ ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେଣୁ ମୌସୁମୀ ଅଧିବେଶ ପରେ ଅର୍ଥାତ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ମୋଦି ସରକାର ନିଜ କ୍ୟାବିନେଟ ସଂପ୍ରସାରଣ କରିପାରନ୍ତି।

  3. 3. ଦିଲ୍ଲୀରେ ନୂଆ ନିୟମ ଅନୁଯାୟୀ ୩୦ ଲକ୍ଷ କିମ୍ବା ତା’ଠାରୁ କମ୍ ଦାମର ଇଲେକ୍‌ଟ୍ରିକ୍ କାର୍‌ ଉପରୁ ୧୦୦% ରୋଡ୍ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଫି ଛାଡ଼ କରାଯାଇଛି। ଏହି ସୁବିଧା ମାର୍ଚ୍ଚ ୩୧, ୨୦୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ। ୨୦୨୮ ଏପ୍ରିଲ ୧ରୁ ଦିଲ୍ଲୀରେ କୌଣସି ନୂଆ ପେଟ୍ରୋଲ କିମ୍ବା ସିଏନଜି ଚାଳିତ ଦୁଇଚକିଆ ଯାନର ପଞ୍ଜୀକରଣ ହେବ ନାହିଁ।

  4. 4.ଇରାନର ପ୍ରତିନିଧି ଦଳ କେବଳ କତରରେ ଜମା ରହିଥିବା ୬ ବିଲିୟନ ଆମେରିକୀୟ ଡଲାରର ପାଣ୍ଠି ମୁକ୍ତ କରିବା ଏବଂ ଅନ୍ତରୀଣ ଚୁକ୍ତି ସମ୍ପର୍କରେ ଆଲୋଚନା କରିବାକୁ ଦୋହା ଯାଉଛନ୍ତି।

  5. 5.ଇଣ୍ଡିଆନ ଅଏଲର ନୂତନ ଦର ଅନୁସାରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୩.୫୦ ଟଙ୍କା ହ୍ରାସ ପାଇ ୨,୯୩୦ ଟଙ୍କା ହୋଇଛି, ଯାହା ପୂର୍ବ ୩,୧୧୩.୫୦ ଟଙ୍କା ଥିଲା।

  6. 6.ସମ୍ବଲପୁରରେ ଥିବା ‘ଜେଏସ୍‌ଡବ୍ଲ୍ୟୁ ଜେଏଫ୍‌ଇ କଳିଙ୍ଗ’ ପ୍ରକଳ୍ପରେ ଜାପାନର ଜେଏଫ୍‌ଇ ଷ୍ଟିଲ୍‌ ଅତିରିକ୍ତ ୭,୮୭୫ କୋଟି ଟଙ୍କା ନିବେଶ କରି ଆଉ ୨୫ ପ୍ରତିଶତ ଅଂଶଧନ ହାସଲ କରିଛି। 

  7. 7.କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜନ ରିଙ୍ଗରୋଡ୍ ଭଳି ପ୍ରମୁଖ ମେଗା ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଗତିଶୀଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

  8. 8. ଆସନ୍ତା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନା  ଉପରେ ୮.୨୦ ପ୍ରତିଶତ ସୁଧ ମିଳିବ।

  9. 9.ରାଜଧାନୀ ଭୁବନେଶ୍ୱରର ଭୀମଟାଙ୍ଗୀର ବହୁଚର୍ଚ୍ଚିତ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟାକାଣ୍ଡର ଦୋଷୀ ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। 

  10. 10.ନାବାଳିକା ଭାଣିଜୀଙ୍କୁ ନିଆଁରେ ପୋଡ଼ି ହତ୍ୟା କରିବା ଘଟଣାରେ ମାମୁଙ୍କୁ ମିଳିଛି ଫାଶୀ ଦଣ୍ଡାଦେଶ। ଏହି ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ନାଁ ସିପ୍ରୁନ ଦିଗାଲ। ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (ଆଡ୍‌ହକ୍‌) ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ।

  11. 11.ଡାକ ଘର ସଞ୍ଚୟ ଖାତା ସୁଧ ୪ ପ୍ରତିଶତ, ବର୍ଷିକିଆ ମିଆଦୀ ଜମା ସୁଧ ୬.୯ ପ୍ରତିଶତ, ଦୁଇ ବର୍ଷିଆ ମିଆଦୀ ଜମା ସୁଧ ୭ ପ୍ରତିଶତ, ୩ ବର୍ଷିଆ ମିଆଦୀ ଜମା ସୁଧ ୭.୧ ପ୍ରତିଶତ ଓ ୫ ବର୍ଷିଆ ମିଆଦୀ ଜମା ସୁଧ ୭.୫ ପ୍ରତିଶତ ରହିଛି। ୫ ବର୍ଷିଆ ରିକରିଂ ଡିପୋଜିଟ୍‌ (ଆର୍‌ଡି) ଜମା ସୁଧ ୬.୭ ପ୍ରତିଶତ, ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ ସୁଧ ୮.୨ ପ୍ରତିଶତ, ମାସିକ ଆୟ ଖାତା ସୁଧ ୭.୪ ପ୍ରତିଶତ, ଜାତୀୟ ସଞ୍ଚୟ ସାର୍ଟିଫିକେଟ ସୁଧ ୭.୭ ପ୍ରତିଶତ ଓ ପବ୍ଲିକ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ସ୍କିମ୍‌ ସୁଧ ୭.୧ ପ୍ରତିଶତ ରହିଛି।

  12. 12.ଭାରତର  ୟୁପିଆଇ( ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ସେବା ଗ୍ରୀସରେ ଆରମ୍ଭ ହୋଇଛି। ଏଥେନ୍ସସ୍ଥିତ ୟୁରୋବ୍ୟାଙ୍କ ମୁଖ୍ୟାଳୟରେ ୟୁରୋ ବ୍ୟାଙ୍କ ଓ ଏନ୍‌ପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ ଲିମିଟେଡ (ଏନ୍‌ଆଇପିଏଲ୍‌) ସହଭାଗିତାରେ ଉକ୍ତ ସେବା ଆରମ୍ଭ କରାଯାଇଛି। 

  13. 13.ହ୍ୱାଟ୍ସଆପ୍ ନୂତନ ୟୁଜରନେମ୍ ଫିଚର ଲଞ୍ଚ କରିଛି। ଏହି ଫିଚର ମାଧ୍ୟମରେ ୟୁଜରମାନେ ନିଜ ମୋବାଇଲ୍ ନମ୍ବର ପ୍ରକାଶ ନକରି କେବଳ ୟୁଜରନେମ୍ ବ୍ୟବହାର କରି ଅନ୍ୟମାନଙ୍କ ସହ ଚାଟ୍ କରିପାରିବେ।

  14. 14.ମୌସୁମୀ ବାୟୁ  ଏବେ ଦେଶବ୍ୟାପୀ ସକ୍ରିୟ ହେବାରେ ଲାଗିଛି। ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଦୁଇଟି ପ୍ରଭାବଶାଳୀ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି।

  15. 15.ଆଇପିଏଲ୍‌‌ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦରାବାଦର ମାଲିକାଣୀ କାବ୍ୟା ମାରାନ୍‌ ବିବାହ କରିବାକୁ ଯାଉଛନ୍ତି। ୩୩ ବର୍ଷୀୟା କାବ୍ୟା ପ୍ରସିଦ୍ଧ ସଙ୍ଗୀତକାର ଅନିରୁଦ୍ଧ ରବିଚନ୍ଦରଙ୍କ ହାତ ଧରିବେ।

14 Y