# |
Date |
Type |
Current Affairs |
No. Of Views |
Status |
Action |
3351 |
02-12-2020 |
Odia |
1. ଭାରତୀୟ ନୌସେନା ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ୍ ମିସାଇଲର ଆଣ୍ଟି ସିପ୍ ବା ଜାହାଜ ବିଧ୍ୱଂସୀ ଭର୍ସନକୁ ମଙ୍ଗଳବାର ସଫଳ ପରୀକ୍ଷଣ କରିଛି । ଆଣ୍ଡାମାନ ନିକୋବର ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଥିଲା ।
2. ବିଜ୍ଞାନ ଭବନରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହିତ ତିନି ମନ୍ତ୍ରୀ ଓ କୃଷକ ସଂଗଠନର ୩୦ରୁ ଅଧିକ ପ୍ରତିନିଧିଙ୍କ ମଧ୍ୟରେ ମଙ୍ଗଳବାର ଦିନ ବିଚାର ବିମର୍ଶ ପରେ କେବଳ, ଉଭୟ ପକ୍ଷ ମଧ୍ୟରେ ପୁଣି ଥରେ ଡିସେମ୍ବର ୩ରେ ଆଲୋଚନା ହେବ। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନରତ କୃଷକ ଓ ସରକାର ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ।
3. ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ। ଦୀର୍ଘ ୧୩୩ ବର୍ଷ ବିଶ୍ଵ ବିଦ୍ୟାଳୟ ଇତିହାସରେ ଏବଂ ୨୦୦୫ରେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ମାନ୍ୟତା ମିଳିବା ପରେ ପ୍ରଥମ ମହିଳା କୂଳପତି ଭାବରେ ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ନୂତନ କୂଳପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।
4. ଦେଶରେ ଆଗାମୀ ଦିନରେ ଆଉ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ହେବ।ଏହାସହ ୫ କୋଟିର ପିଏନଜି ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି ।
5. ଭାରତରେ କରୋନା ସଂକ୍ରମଣ ମାମଲା କମୁଛି। କାରଣ ପ୍ରତି ୧୦ ଲକ୍ଷରେ କରୋନା ସଂକ୍ରମଣ ହାର ବିଶ୍ବର ଅନ୍ୟ ଦେଶ ତୁଳନାରେ କମ୍ ରହିଛି। ବଡ଼ ଦେଶ ତୁଳନାରେ ଗତ ସପ୍ତାହରେ ଭାରତର ସଂକ୍ରମଣ ହାର କେବଳ ୩.୭୨ ପ୍ରତିଶତ ରହିଛି ବୋଲି ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
6. ଖୁବଶୀଘ୍ର ଫେସବୁକ୍ ତାର ଗ୍ରାହକମାନଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି କଷ୍ଟୋମର୍ ସର୍ଭିସ୍ । ଏହି ସେବା ପ୍ରଦାନକାରୀ କମ୍ପାନୀର ନାଁ ହେଉଛି Kustomer । ଏହାକୁ ପ୍ରାୟ ୧୦୦ କୋଟି ଟଙ୍କାରେ କିଣିଛି ଫେସବୁକ୍ ।
7. ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଚନ୍ଦା କୋଚରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଆବେଦନ ଖାରଜ କରିଛନ୍ତି।
8. ଆମେରିକାର ଫାର୍ମା କମ୍ପାନୀ ମଡେର୍ଣ୍ଣା ଆଇଏନସି କରୋନା ଭ୍ୟାକସିନ୍ ବାହାର କରିଥିବା ନେଇ ଦୃଢକ୍ତି ପ୍ରକାଶ କରିଛି । ତେବେ ଏହି ଭ୍ୟାକସିନର ମାନବ ପରୀକ୍ଷଣ ପାଇଁ ଖୁବଶୀଘ୍ର ଆବେଦନ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆମେରିକା ଏବଂ ୟରୋପର ନିୟାମକ ସଂସ୍ଥାକୁ ଏହି ଭ୍ୟାକସିନକୁ ଗୁରୁତର ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ଆବେଦନ କରାଯିବ ।
9. ଶିବସେନା ମୁଖ୍ୟ ଉଦ୍ଧବ ଠାକରେ,ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକରେଙ୍କ ଠାରୁ ଉର୍ମିଳା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥାତ ୨୦୧୯ ମାର୍ଚ୍ଚ ୨୭ ରେ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ।
10. ଟିକା ଉତ୍ପାଦନ, ତାର ପ୍ରଭାବ ଏବଂ ବିତରଣ ରାସ୍ତାରେ ଏବେବି ଅନେକ ଚ୍ୟାଲେଞ୍ଜ ରହିଛି । ମାତ୍ର ୨୦୨୨ ଶେଷ ସୁଦ୍ଧା ଭାରତର ପ୍ରତ୍ୟେକ ଜନସାଧାରଣକୁ ଟିକାକରଣ ନେଇ ଆଶା ରହିଛି ।
11. ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ । ଆସାମ ଓ ମେଘାଳୟୁ ଯୋଡୁଥିବା ଏହି ବ୍ରିଜର ଲମ୍ବ ୧୮ କିମିରୁ ଅଧିକ ହେବ । ଏହାଫଳରେ ଚୀନ ସୀମାରୁ ବାଂଲାଦେଶ ସୀମା ଯାଏଁ ସୁଦୀର୍ଘ ରାସ୍ତା ପ୍ରସ୍ତୁତ ହୋଇଯିବ ।
12. ଭାରତୀୟ ସମୟଅନୁସାରେ ମଙ୍ଗଳବାର ଦିନ ସକାଳ ସମୟରେ ଋଷ୍ ଓ ଆର୍ଜେଣ୍ଟିନାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଓ ୬.୩ ଥିବା ଜଣାପଡ଼ିଛି ।
13. ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
14. ଆସନ୍ତା ବର୍ଷ ସୁଦ୍ଧା ୨୦ ନିୟୁତ ଟନ୍ ଲୁହାପଥର ଉତ୍ତୋଳନ ନିମନ୍ତେ ଓଡ଼ିଶା ଖଣି ନିଗମର ଲକ୍ଷ୍ୟ ରାଜ୍ୟର ବିକାଶରେ ଓଡ଼ିଶା ଖଣି ନିଗମର ଅବଦାନ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ମୁଖ୍ୟମନ୍ତ୍ରୀ ।
15. ଦିଲ୍ଲୀସ୍ଥିତ ଏମ୍ସର ମୁଖ୍ୟ ସ୍ନାୟୁବିଶେଷଜ୍ଞ ଡାକ୍ତର ଏମବି ପଦ୍ମା ଶ୍ରୀବାସ୍ତବ କହିଛନ୍ତି, ଭାରତ ଶସ୍ତାରେ ଟିକା ତିଆରି କରିବା ଦିଗରେ ଆଗକୁ ବଢ଼ୁଛି। ଡାକ୍ତର ଶ୍ରୀବାସ୍ତବ ଗତ ସପ୍ତାହରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ ହୋଇଥିଲେ।
16. ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୩୧ ହଜାର ୧୧୮ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୪ ଲକ୍ଷ ଟପିଯାଇଛି । ୪୮୨ ଜଣ ମୃତ୍ୟୁବରଣ କରିଛନ୍ତି ।
17. ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଛଅଟି ରାଜ୍ୟରେ ଗୁରୁତର ରୋଗରେ ପୀଡିତ ୧୦୦ ଜଣ ବଞ୍ଚିତ ଶିଶୁଙ୍କ ଚିକିତ୍ସା ଲାଗି ଆର୍ଥିକ ସହାୟତା କରିବେ ଫାଉଣ୍ଡେସନ ମାଧ୍ୟମରେ ତେନ୍ଦୁଲକର ।
18. ଡିପାର୍ଟମେଣ୍ଟ ଅଫ୍ ଇନ୍ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟର ସଚିବ ରୂପେ ଅବସ୍ଥାପିତ ୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ତୁହିନ କାନ୍ତ ପାଣ୍ଡେଙ୍କୁ କେନ୍ଦ୍ର କର୍ପୋରେଟ୍ ବ୍ୟାପାରର ସଚିବ ରୂପେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବା ନେଇ ନିଯୁକ୍ତି ସମ୍ପର୍କୀତ କ୍ୟାବିନେଟ୍ ଅନୁମୋଦନ କରିଛି।
19. ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ସମୟରେ କୃଷକ ଆନ୍ଦୋଳନ ପରିସ୍ଥିତିକୁ ଆହୁରି ଅଧିକ ବିଗାଡ଼ି ଦେଇପାରେ। କୃଷକ ଆନ୍ଦୋଳନକୁ ବିଶେଷଜ୍ଞମାନେ ‘ସୁପର୍ସ୍ପ୍ରେଡର୍ ଆନ୍ଦୋଳନ’ କହିଛନ୍ତି। ବିନା ମାସ୍କରେ ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ ନକରି କୃଷକମାନେ ଆନ୍ଦୋଳନ କରୁଥିବାର ଦୃଶ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି।
20. ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ର ଝାରଖଣ୍ଡ ରାଜ୍ୟ ସଭାପତି ସଲଖାନ ମୁର୍ମୁ କହିଛନ୍ତି, ଯଦି କେନ୍ଦ୍ର ସରକାର ରାଜ୍ୟ ବିଧାନସଭା ଦ୍ଵାରା ଗୃହୀତ ଆଦିବାସୀ କୋଡ୍କୁ ଅନୁମୋଦନ ନଦିଅନ୍ତି ତେବେ ଡିସେମ୍ବର ୬ରେ ଦେଶବ୍ୟାପୀ ଚକା ଜାମ କରାଯିବ। |
634 |
Y |
|
3352 |
02-12-2020 |
English |
- The World AIDS Day is observed on 1st December every year all over the world. It was founded in 1988 by the World Health Organization (WHO) and was the first ever global health day with a motto of raising public awareness about Acquired Immuno Deficiency Syndrome (AIDS). In 2019, 6,90,000 people died from HIV-related causes and 1.7 million people were newly infected, with nearly 62% of these new infections occurring among key populations and their partners.
- The government offered to set up a committee to look into issues raised by farmers protesting against new farm laws on Tuesday, but it was rejected by representatives of 35 farmers’ organisations during their marathon meeting with three Union ministers.The meeting remained inconclusive and the government has called for another round of discussions on Thursday, December 3, farmers’ union leaders and government officials said.
- The Minister of Social Justice and Empowerment has virtually inaugurated an Assistance to Disabled Persons (ADIP) Camp for free distribution of assistive aids and devices to Divyangjan or Divyang.
- The Vice President of India has launched the first ever SCO Online Exhibition on Shared Buddhist Heritage.The launch happened during the 19th Meeting of the Shanghai Cooperation Organisation Council of Heads of Government (SCO CHG), held in New Delhi.
- Peacock soft-shelled turtle (a turtle of a vulnerable species) has been rescued from a fish market in Assam’s Silchar.
- India on Tuesday test-fired the anti-ship version of the BrahMos supersonic cruise missile in the Andaman and Nicobar Islands territory.“BrahMos Supersonic Cruise Missile in Anti-Ship mode was successfully test-fired today at 9 am against a decommissioned ship,” the Defence Ministry said.
- The government on Tuesday offered to set up a committee to look into issues raised by farmers protesting against new farm laws, but it was rejected by representatives of 35 agitating organisations during their marathon meeting with three union ministers that ended without any resolution.
- Dr Reddy's Laboratories and Russian Direct Investment Fund (RDIF) on Tuesday said they have commenced adaptive phase 2/3 clinical trials for the Sputnik V COVID-19 vaccine in India.
- Facebook said Tuesday it will launch its news tab feature in Britain from next year, paying publishers for stories delivered through the world's leading social network.
- Moderna will also submit an application for Conditional Marketing Authorisation (CMA) with the European Medicines Agency (EMA).
- The European Medicines Agency will convene a meeting on Dec. 29 to decide if there is enough data about the safety and efficacy of the COVID-19 vaccine developed by Pfizer and BioNTech for it to be approved, the regulator said Tuesday.
- Multi-lateral funding agency Asian Development Bank (ADB) on Tuesday said it will provide loan of USD 562.8 million (about Rs 4,143 crore) for power projects in Uttar Pradesh and Meghalaya.
- Odisha may well be staring at a huge power crisis from the beginning of 2021 as NTPC’s 460 MW Talcher Thermal Power Station (TTPS) faces closure from January 1 for failing to fulfill the environmental conditions laid by the Central Pollution Control Board (CPCB).
- Apprehensive of a second COVID-19 wave during winter, the State government on Monday adopted a cautious approach by prohibiting large gatherings and congregations till December 31 under its Unlock 7 guidelines.
- The Election Commission is technically and administratively ready to extend this facility in general elections to legislative assemblies of Assam, West Bengal, Kerala, Tamil Nadu, and Puducherry,' the poll panel said
- At Rs 1,04,963 crore, the November 2020 collections were higher than Rs 1.03 lakh crore recorded in November 2019 but were Rs 192 crore lower than October 2020 collectionsThe jeweller has been in prison in connection with the PNB scam case since his arrest on 19 March, 2019, on an extradition warrant executed by Scotland Yard. UK court extends Nirav Modi's remand till 29 Dec, final hearings in Jan 2021
- Special PMLA judge PP Rajvaidya rejected the "regular'' bail application of Deepak Kochhar filed on merits of the case as against technical grounds
- It will be a prestige issue for BJP and Shiv Sena, whose govt with Congress and NCP recently completed one year amid COVID-19 pandemic. Counting of votes will be conducted on 3 Dec
- Delhi govt directs private labs to reduce price of RT-PCR COVID-19 test from Rs 2,400 to Rs 800
- Justice Bijoy Krishna Patel today took charge as the Chairperson of Odisha Human Rights Commission (OHRC).Former High Court judge Justice Patel was appointed as the Chairperson of OHRC on November 27,
|
987 |
Y |
|
3353 |
01-12-2020 |
English |
- Konark Festival of classical dance performances with the grand Sun Temple in the backdrop and the International Sand Art Festival will kick start in Odisha’s Konark on December 1 and go on till December 5.
- Mission COVID Suraksha is India’s targeted effort to enable the development of indigenous, affordable and accessible vaccines for the country and will complement the ongoing mission of Atmanirbhar Bharat. Phase-I of the Mission has been allotted Rs. 900 Crore for a period of 12 months.
- Chinese authorities have given the go ahead for a Chinese hydropower company to construct the first downstream hydropower project on the lower reaches of the river Brahmaputra (known as Yarlung Zangbo in Tibet).
- Paytm Money wholly-owned subsidiary of Paytm aiming for 8-10 percent IPO market share in the first year of launch
- The research titled “Lifetime risk of diabetes in metropolitan cities in India,’’ was done by a team of authors in India, U.K. and U.S., led by Shammi Luhar, Department of Public Health and Primary Care, University of Cambridge, U.K. More than half of men (55%) and two thirds (65%) of women aged 20 years in India are more likely to develop diabetes, with most of those cases (around 95%) likely to be type 2 diabetes (T2D) in their lifetime.
- While around 8,60,976 candidates had registered for the UGC NET exam, 5,26,707 candidates had appeared for it over September and November
- Indian Railways has set a target to complete Electrification of its Broad gauge network by December 2023.More than 66% of the Broad gauge route has already been electrified.
- BJP leader and MLA from Rajsamand in Rajasthan Kiran Maheshwari, who had tested positive for coronavirus, died at a hospital in Gurgaon. She was 59.
- Madhya Pradesh has lost 290 tigers over the last 19 years but the central Indian state still has more than 675 tigers, including 125 cubs, in the designated reserves and in the wild, a top Forest department official said on Monday.
- New laws bigger threat than coronavirus, say protesting farmers
- India's gross domestic product (GDP) had contracted by a record 23.9 percent in the first quarter (April-June) of the 2020-21 fiscal as the coronavirus lockdown pummelled economic activity
- Delhi had recorded a mean minimum temperature of 10.2 degrees Celsius in November 1949. Normally, the mean minimum temperature for November is 12.9 degrees Celsius
- Delhi chief minister Arvind Kejriwal on Monday said he has issued directives to reduce the price of the RT-PCR test in the National Capital, saying it will help those going to private labs forCovid-19 tests.Currently, people have to spend Rs 2,400 for the RT-PCR test at private labs.
- Narendra Modi to chair all party meet to discuss covid-19 situation at 10.30 AM on 4th December2020
- Dr Sheetal Amte-Karajkl, grand daughter of Baba Amte found dead in Maharastra's Chandrapur
- The Russian space agency has said that a satellite sent into space by the Indian Space Research Organisation (ISRO) recently had a close pass-by with a Roscosmos satellite.
- Tamil Nadu to reopen public beaches, final-year undergraduate classes from 7 Dec, says CM K Palaniswami
- Odisha is now a step ahead in preparations for covid vaccination in all parameters of national guideline.
- COVID-19 Vaccine: UK Becomes First Country to Approve Vaccine by Pfizer Inc and Biontech
- As many as 418 more persons in Odisha contracted Coronavirus in the last 24 hours taking the state’s total caseload to 3,18,725.
|
869 |
Y |
|
3354 |
01-12-2020 |
Odia |
1. ଗୋର୍ଖା ମୁକ୍ତି ମୋର୍ଚ୍ଚାର ମୁଖ୍ୟ ରୋଶନ ଗିରି ଆଗାମୀ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।
2. ପୂର୍ବ ଇଣ୍ଡୋନେସିଆରେ ଜ୍ୱାଳାମୁଖୀ ଫାଟିବା ପରେ ପାଖାପାଖି ୨୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ପରେ ପାଉଁଶ ଆକାଶରେ ପାଖାପାଖି ୪ ହଜାର ମିଟର ଉପରକୁ ଉଠିଥିଲା।
3. ବାବା ଆମତେଙ୍କ ନାତୁଣୀ ଏବଂ ଆନନ୍ଦବନର ମହାରୋଗୀ ସେବା ସମେତର ସିଇଓ ଡାକ୍ତର ଶୀତଲ ଆମତେ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ଶୀତଲ ଆମତେଙ୍କୁ ୨୦୧୬ମସିହା ଜାନୁୟାରୀରେ ବିଶ୍ବ ଆର୍ଥିକ ମଞ୍ଚ ଦ୍ବାରା ‘ୟଙ୍ଗ୍ ଗ୍ଲୋବାଲ୍ ଲିଡର ୨୦୧୬’ ଭାବେ ମନୋନୀତ କରାଯାଇଥିଲା।
4. ଡିସେମ୍ୱର ପହିଲାରୁ ପ୍ରକାଶ ହେବାକୁ ଯାଉଛି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ । ଏହାର ସମ୍ପାଦକ ଦାୟିତ୍ୱ ନେଇଛନ୍ତି ଡଃ ଉମାକାନ୍ତ ମିଶ୍ର । ପିଆଇବିର ପୂର୍ବତନ ନିର୍ଦ୍ଦେଶକ ଡଃ ମିଶ୍ର ୧୯୭୩ ମସିହାରେ ଭାରତୀୟ ସୂଚନା ସେବାରେ ଯୋଗ ଦେଇଥିଲେ ।
5. ରାଜସ୍ଥାନର ରାଜସମନ୍ଦରୁ ବିଜେପି ବିଧାୟକ କିରଣ ମାହେଶ୍ବରୀଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ତାଙ୍କ ରିପୋର୍ଟ କରୋନା ରିପୋର୍ଟ ପଜିଟିଭ ଆସିଥିଲା,ଯାହା ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
6.ଓଡ଼ିଶାରେ ଗତ କିଛି ଦିନ ମଧ୍ୟରେ ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟରେ ରେକର୍ଡ଼ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ରାଜ୍ୟରେ ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
7. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲଗାତାର ଦ୍ବିତୀୟ ବାର ରାଷ୍ଟ୍ରପତି ହେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ୨୦୨୪ ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଜାନୁଆରିରୁ ସେ ଏ ସଂକ୍ରାନ୍ତ ଅଭିଯାନ ଆରମ୍ଭ କରିବେ ବୋଲି ସଙ୍କେତ ଦେଇଛନ୍ତି।
8. ଜାତୀୟ ଜୁଡ଼ିସିଆଲ ଡାଟା ଗ୍ରିଡ୍ ଅନୁସାରେ ବର୍ତ୍ତମାନ ଦେଶର ସମସ୍ତ ହାଇକୋର୍ଟ ମାନଙ୍କରେ ୯୧ ଲକ୍ଷ ୫୬ ହଜାରରୁ ଅଧିକ ଜାମିନ ଆବେଦନ ବିଚାରାଧୀନ ରହିଛି। ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ ଏହି ବିଚାରାଧୀନ ମାମଲାଗୁଡ଼ିକର ମନିଟରିଂର ଆବଶ୍ୟକତା ରହିଛି।
9. ଦେଶର ସମସ୍ତ ରେଳ ଷ୍ଟେସନରେ ଆଗକୁ ପ୍ଲାଷ୍ଟିକ କପ ବଦଳରେ ମାଟି କପରେ ମିଳିବ ଚା’। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ।
10. ବିଏସ୍ଏନ୍ଏଲ୍, ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ। ଏହି ଚାରି କଂପାନି ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବରରେ (ଦ୍ବିତୀୟ ତ୍ରୟମାସ) ରାଜ୍ୟରୁ ୧୨୨୨ କୋଟି ଟଙ୍କା ଆୟ କରିଛନ୍ତି।
11. ସମ୍ବଲପୁରର ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୃତ୍ରିମ ଅଙ୍ଗ ଏବଂ ନିକଟରେ ଏକ ଇ-ରିକ୍ସା ଯୋଗାଇ ଦିଆ ଯାଇଥିଲା। ଏହାର ସୁବିନିଯୋଗ କରି ରାଜେନ୍ଦ୍ର ଏବେ ଦୈନିକ ୭୦୦ ଟଙ୍କା ରୋଜଗାର କରୁଛନ୍ତି।
12. ଇରିକସନ୍ ଟେଲିକମ୍ କମ୍ପାନୀର ରିପୋର୍ଟ ଅନୂଯାୟୀ ୨୦୨୬ ସୁଦ୍ଧା ସାରା ବିଶ୍ବରେ ପ୍ରାୟ ୩.୫ ବିଲିୟନ ଏବଂ ଭାରତରେ ୩୫୦ ମିଲିୟନ ଲୋକଙ୍କ ନିକଟରେ 5-G ସଂଯୋଗ ପହଞ୍ଚିବ । ତେବେ ଭାରତ ଆସନ୍ତାବର୍ଷ ଅର୍ଥାତ ୨୦୨୧ରେ ପ୍ରଥମ 5-G ସଂଯୋଗ ପାଇପାରେ ବୋଲି କମ୍ପାନୀ ମୁଖ୍ୟ ନୀତିନ ବଂଶଲ କହିଛନ୍ତି ।
13. ବର୍ତ୍ତମାନ ଆପଣଙ୍କୁ ସଞ୍ଚୟ ଖାତାରେ ୫ ଶହ ଟଙ୍କା ସର୍ବନିମ୍ନ ବାଲାନ୍ସ ଭାବରେ ରଖିବାକୁ ପଡିବ । ଯଦି ସେଭିଂ ଆକାଉଣ୍ଟରେ ଜମା ପରିମାଣ ଶୂନ୍ୟ ହୋଇଯାଏ ତେବେ ସେହି ଆକାଉଣ୍ଟ ବନ୍ଦ ହୋଇଯିବ । ଏହି ନିୟମ ଡିସେମ୍ବର ୧୨ରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି ।
14. ବିଏମ୍ସି ପକ୍ଷରୁ ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରାଯାଇଛି। ବାହାରୁ ଆସୁଥିବା ଯାତ୍ରୀ କରି ପାରିବେ ଟେଷ୍ଟ। ଭୁବନେଶ୍ବରରେ ବିଭିନ୍ନ ବସ୍ତିରେ ମଧ୍ୟ ଟେଷ୍ଟ କରାଯିବ। ଡିସେମ୍ବର ଶେଷ କିମ୍ବା ଜାନୁଆରୀରେ ସେରୋ ସର୍ଭେ କରାଯିବ।
15. ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ କୋଣାର୍କର ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ମିନିଟ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେଉଛି।
16. ଆମେରିକା ଟିକା ନିର୍ମାଣ କାରୀ ସଂସ୍ଥା ମଡର୍ଣ୍ଣାର ବଡ ଘୋଷଣା । ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ପ୍ରଶାସନ ଓ ୟୁରୋପଠୁ ଆଜି ମାଗିବ ଅନୁମତି । ଏହି ଟିକା ୯୪.୧ ପ୍ରତିଶତ ଫଳପ୍ରଦ ଥିବା କମ୍ପାନି ଦାବି କରିବା ପରେ ଏବେ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିବାକୁ ଯାଉଛି ।
17. ସୋନୁ ସୁଦ ଏବେ ୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଦେବାକୁ ଘୋଷଣା କରିଛନ୍ତି। ଏ ନେଇ ସୋନୁଆଇଏସଏମ.ଓରାଜି ନାମରେ ଏକ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଡାକ୍ତରୀ ପଢ଼ିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ଏହାର ସୁବିଧା ଉଠାଇପାରିବେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଦିଆଯିବ, ଯାହା ସେମାନଙ୍କୁ ବିଦେଶରେ ଥିବା ବଡ଼ ବଡ଼ କଲେଜ ଏବଂ ବିଶ୍ବବିଦ୍ୟାଳୟ ପଢ଼ିବାକୁ ସାହାଯ୍ୟ କରିବ।
18. ରୋୟାଲ ଏନଫିଲ୍ଡର କ୍ଲାସିକ୍ ୩୫୦ ମଡେଲ କମ୍ପାନୀର ଅଧିକ ବିକ୍ରି ହେଉଥିବା ବାଇକ ମଧ୍ୟରୁ ଅନ୍ୟତମ ।ଏବେ କମ୍ପାନୀ ସେହି ବାଇକରେ କିଛିଟା ଅଦଳବଦଳ କରିବାକୁ ଯାଉଛି । ଯେଉଁଥିରେ ଅନେକ ଗୁଡିଏ ନୂଆ ପିଚର୍ସ ସାମିଲ ହେବ । ତେବେ ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲରେ ହିଁ କ୍ଲାସିକ୍ ୩୫୦ର ନୂଆ ମଡେଲ ଲଞ୍ଚ ହେବ ।
19. ଭୁବନେଶ୍ଵରର ସବୁ ରୁଟ୍ରେ ମୋ ବସ୍ ଚଳାଚଳ କରିବ । ଆସନ୍ତାକାଲିଠୁ ୨୨ଟି ରୁଟରେ ଗଡିବ ୧୪୪ଟି ମୋ ବସ।କେବଳ ରୁଟ୍ ନମ୍ବର ୨୯କୁ ଛାଡି ଅନ୍ୟ ସବୁ ରୁଟ୍ରେ ମୋ’ ବସ୍ ଚାଲିବ ।
20. କେନ୍ଦ୍ର ୨୦୨୧ମସିହା ଅଗଷ୍ଟ ମାସ ସୁଦ୍ଧା ୨୫-୩୦ କୋଟି ଲୋକଙ୍କୁ କରୋନା ଟିକା ଦେବା ପାଇଁ ଯୋଜନା କରିବା ସହ ସେହି ଅନୁସାରେ ପ୍ରସ୍ତୁତି କରୁଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। |
636 |
Y |
|
3355 |
30-11-2020 |
Odia |
- ସମୁଦାୟ ୩୨୩ ଦିଲ୍ଲୀ ପୋଲିସ କର୍ମଚାରୀ ନଭେମ୍ବର ୨୩ ପର୍ଯ୍ୟନ୍ତ ପ୍ଲାଜମା ଦାନ କରିଛନ୍ତି। ସେଥି ମଧ୍ୟରୁ ୮୨ ଜଣ ସହକର୍ମୀଙ୍କ ପାଇଁ ୧୦୭ ଜଣ ପରିବାର ସଦସ୍ୟ ଓ ବନ୍ଧୁଙ୍କ ପାଇଁ ଏବଂ ୧୩୪ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ପାଇଁ ଦାନ କରିଛନ୍ତି।
- ଓଇସିଡି (ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ)ର ୩୭ଟି ସଦସ୍ୟ ରାଷ୍ଟ୍ରରେ ପ୍ରାୟ ୧୨ କୋଟି ପ୍ରବାସୀ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ୩୦ରୁ ୩୫ ପ୍ରତିଶତ ହେଉଛନ୍ତି ଉଚ୍ଚ ଶିକ୍ଷିତ।
- ୨୦୧୮ ମସିହାରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ୧,୦୬,୮୮୨ ଜଣ ଘରଡିହଶୂନ୍ୟ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଆବଶ୍ୟକ ଯାଞ୍ଚ୍ ପରେ ରୁ ୪୯,୧୩୬ ଜଣ ବ୍ୟକ୍ତି ଅଯୋଗ୍ୟ । ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୪୭,୪୬୪ ଜଣ ଘରଡିହଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଜମି ଯୋଗାଇ ଦିଆଗଲାଣି। ୧୦.୨୮୨ ଜଣ ଘରଡିହଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଜମି ଯୋଗାଇ ଦେବାକୁ ବାକି ଅଛି।
- .ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ୨୦୨୧ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ନେଇ ଗଠିତ ଟାର୍ଗେଟ ଅଲିମ୍ପିକ୍ସ ପୋଡ଼ିୟମ (ଟପ୍) କୋର ଗ୍ରୁପ୍ରେ ୭ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ନୂତନ ଭାବେ ୨୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ସେଥିମଧ୍ୟରୁ ନୂତନ ଭାବେ ୭ଜଣ ଆଥ୍ଲେଟ୍ଙ୍କୁ ଡେଭଲପମେଣ୍ଟାଲ ଗ୍ରୁପରେ ସାମିଲ କରାଯାଇଛି। ଟପ୍ କୋର ଗ୍ରୁପରେ ପୂର୍ବରୁ ଓଡ଼ିଶାରୁ ବିଶ୍ବ ଚମ୍ପିଆନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରେମାଦ ଭଗତ ସ୍ଥାନ ପାଇଥିବା ବେଳେ ନୂତନ ଭାବେ ଅଲିମ୍ପିଆନ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ସ୍ଥାନମିିଳିଛି।
- ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ ଜାରି କରି ପୂର୍ବବର୍ଷମାନଙ୍କ ତୁଳନାରେ ଚଳିତବର୍ଷ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ସତର୍କ କରିଛନ୍ତି। ଉତ୍ତର ଭାରତର କେତେକ ସ୍ଥାନରେ ଶୀତ ଋତୁରେ ନିୟମିତ ତାପମାତ୍ରା ଶୁନ୍ୟରୁ ବିଯୁକ୍ତ ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରିଛନ୍ତି।
- ସ୍ଥଳସେନା ମୁଖ୍ୟ ଏମଏମ ନରଓ୍ବାଣେ କହିଛନ୍ତି, ‘ଦେଶର ପଶ୍ଚିମ ସୀମାରେ ବର୍ତ୍ତମାନ ପରିସ୍ଥିତିରେ ଆତଙ୍କବାଦ ଏବେ ଗମ୍ଭୀର ରୂପ ଧାରଣ କରିଛି। ବହୁ ପ୍ରଚେଷ୍ଟା ପରେ ବି ଆତଙ୍କବାଦ କମ୍ ହେବାର ନାଁ ନେଉନାହିଁ। ନିୟନ୍ତ୍ରଣ ରେଖା (ଏଲଓସି)ରେ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ଅଛି। ସାମାନ୍ୟ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ବାଧା ଦେବା ପାଇଁ ଜାମ୍ମୁ ଓ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଆତଙ୍କବାଦୀ ଚେଷ୍ଟା ଚଳାଇଛନ୍ତି।’
- ୫ ବର୍ଷରେ ଓଡ଼ିଶାକୁ ଏନଡିଆରଏଫ୍ରୁ ୫୧୩୬ କୋଟି ଟଙ୍କା ଦେଇଛି କେନ୍ଦ୍ର ।
- ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଛି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ।ପ୍ରବଳ ହୋ ହାଲ୍ଲା ମଧ୍ୟରେ ୧୧ ହଜାର ୭୦୦ କୋଟି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି ।
- ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ - ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ରବିବାର ବହିଷ୍କୃତ କରାଯାଇଛି।
- ଭାରତୀୟ ରିଜର୍ଭ ବ୍ୟାଙ୍କ୍ କହିଛି ଯେ, ଡିସେମ୍ବର ୧ ତାରିଖରୁ RTGS କାରବାରର ସୁବିଧା ୨୪ ଘଣ୍ଟିଆ ଉପଲବ୍ଧ ହେବ ।
- ଡିସେମ୍ବର ୧ରୁ ଅନେକ ରୁଟରେ ଟ୍ରେନ ଚଳାଚଳ ଆରମ୍ଭ ହେବ । ଯାତ୍ରୀଙ୍କ ପାଇଁ ଝେଲମ ଏକ୍ସପ୍ରେସ୍ ଏବଂ ପଞ୍ଜାବ ମେଲ ଟ୍ରେନ ସେବା ଆରମ୍ଭ ହେବ ।
- କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ଏହି ଅଧିବେଶନ ରେ ୨ ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଆଉ ଗୋଟିଏ ସ୍ୱତନ୍ତ୍ର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୭ ଟି ବିଲ୍ ପାରିତ ହୋଇଛି।
- ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ନିରାଶ ହୋଇଥିଲେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର। କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଶିବସେନାରେ ଯୋଗଦେବାକୁ ଯାଉଛନ୍ତି।
- ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଭାରତକୁ ୩୦ ବିଲିଅନ ଡଲାର ବା ୨.୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏଫଡିଆଇ (ପ୍ରତ୍ୟକ୍ଷ ପୁଞ୍ଜି ନିବେଶ) ଆସିଛି। ଗତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଆସିଥିବା ୨୬ ବିଲିଅନ ଡଲାର ମୂଲ୍ୟର ଏଫ୍ଡିଆଇ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ।
- ରୁଚି ସୋୟା ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବୋର୍ଡରେ ଯୋଗଗୁରୁ ବାବା ରାମଦେବ ସାମିଲ ହୋଇଛନ୍ତି। ଏଥିସହିତ ରାମଦେବଙ୍କ ସାନ ଭାଇ ରାମ ଭରତଙ୍କୁ କମ୍ପାନିର ଏମ୍ଡି ଭାବେ ନିଯୁକ୍ତି ଦିଆଯାଇଛି।
- ରାଜ୍ୟର ୨୭୮ଟି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ୨୫.୪୭ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ୩୬୧ଟି ଉଦ୍ୟୋଗକୁ ୩୪.୫୨ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିଲା।
- ୨୦୨୧ ଶିକ୍ଷାବର୍ଷ ପାଇଁ ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ରର ବିଶ୍ବବିଦ୍ୟାଳୟଗୁଡ଼ିକରେ ଆବେଦନ ପ୍ରକ୍ରିୟା ଏବେଠାରୁ ଆରମ୍ଭ ହୋଇଗଲାଣି। ଆମେରିକା, କାନାଡ଼ା, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆରେ ଅଧ୍ୟୟନରତ ଅନ୍ତର୍ଜାତୀୟ ଛାତ୍ରଙ୍କ ମଧ୍ୟରେ ସବୁଠୁ ଅଧିକ ହେଉଛନ୍ତି ଭାରତୀୟ।
- ସୁପରହିଟ୍ ମ୍ୟୁଜିକାଲ ଡ୍ରାମା ପିଲ୍ମ ‘ଆଶିକି’ର ଅଭିନେତା ରାହୁଲ ରାୟଙ୍କୁ ବ୍ରେନ ଷ୍ଟ୍ରୋକ୍ ହୋଇଥିବା ସୂଚନା ମିଳିଛି । ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ବର୍ତ୍ତି କରାଯାଇଛି । ଶ୍ରୀନଗରର କାରଗିଲରେ ଫିଲ୍ମ ସୁଟିଂ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି ।
- ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହା ଧୀରେ ଧୀରେ ପଶ୍ଚିମ ଆଡ଼କୁ ଗତି କରିବା ସହ ୨ ତାରିଖ ବେଳକୁ ଦକ୍ଷିଣ ତାମିଲନାଡୁ ଉପକୂଳ ସ୍ପର୍ଶ କରିବ। ପ୍ରଭାବରେ ତାମିଲନାଡୁର ଦକ୍ଷିଣ ଉପକୂଳବର୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଓଡ଼ିଶାରେ ବର୍ଷାର ସମ୍ଭାବନା କ୍ଷୀଣ। ମାତ୍ର ପାଗ ମେଘୁଆ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
- ପ୍ରଯୁକ୍ତିବିଦ୍ୟା ବଳରେ ସଂସ୍କୃତି ଭାବାବେଗକୁ ସ୍ୱାଭାବିକ କରିପାରୁଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ ର ୭୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
|
614 |
Y |
|
3356 |
30-11-2020 |
English |
- The 'penumbral lunar eclipse' will begin at 12:59:09 PM and continue till 05:25:09 PM on Monday, Rajendraprakash Gupt, superintendent of the observatory, said on Sunday.
- India's daily coronavirus deaths remained under the 600 threshold this month
- The country's active caseload is 4,53,956 on Sunday and the present contribution of active caseload to India's total positive cases stand at 4.83%
- Farmers protesting against the Centre's three farm laws decided on Sunday not to shift to the Burari ground in the national capital and stay put at the Delhi borders.
- The Delhi Government on Friday rejected the request of the Delhi Police to use the city's nine stadiums as temporary prisons in view of the farmers' “Delhi Chalo” protest march.
- After Nivar, another cyclone is forming over Bay of Bengal. According to the India Meteorological Department, it is”very likely” to concentrate into a depression in the next 48 hours and intensify further before moving towards the Tamil Nadu coast.
- Uttar Pradesh Governor Anandiben Patel on Saturday gave assent to an Ordinance against forcible or fraudulent religious conversions that provides for imprisonment up to 10 years and a maximum fine of Rs 50,000 under different categories.
- Chief Minister Bhupesh Baghel will honour 11 persons who have served themselves for Chhattisgarhi dialect on the occasion of the 8th Chhattisgarhi Rajbhasha Diwas of Chhattisgarhi Rajbhasha Aayog on Saturday.
- The State Government has extended financial incentives of Rs25.47 crore to 278 MSME units till November of the current fiscal, taking the total incentivised units to 639 from April, 201
- Forest Minister Parimal Suklabaidya unveiled a map of the proposed national park at the Manas National Park on Saturday.
- The average 24-hour AQI on Sunday was 236 in Faridabad, 242 in Gurgaon, 268 in Noida, 273 in Greater Noida and 300 in Ghaziabad
- Odisha government launches ‘Mission Zero F’ to improve pass rate in exams.
- Eight track and field athletes, including Dutee Chand and KT Irfan, have been included in the core group of the Target Olympic Podium Scheme while seven others have been included in the TOPS developmental group, Sports Authority of India (SAI) informed on Sunday.
- Indian racing star Jehan Daruvala earns maiden FIA Formula 2 podium.
- Gopalpur MLA Pradeep Panigrahi was today expelled from the primary membership of the ruling Biju Janata Dal (BJD) over alleged anti-people activities,
- The Regional Meteorological Centre has forecasted that minimum temperature (Night Temperature) is very likely to fall by 3-4 °C at many places over the districts of Odisha during next 2 days and no large change thereafter.
- Reports suggest that the government will have stricter set of rules for the Pollution Under Control (PUC) certificate that is issued to all vehicles plying on Indian roads.
- RBI had earlier projected consumer price inflation (CPI) at 6.8% for the second quarter and 5.4-4.5% for the second half of fiscal 2021. This is likely to see an upward revision, as per economists
- With closure of schools till December-end, the State government has decided to offer digital learning to younger students through radio and television for another month.
- In a significant decision the J&K Administrative Council in its meeting on Friday approved the proposal for development of 850 MW Rattle Hydroelectric Project in Joint Venture Mode by NHPC and JKSPDC.The Rs 5,300 crore project would be executed by a new Joint Venture Company-Jammu Hydroelectric Power Corporation Limited to be formed between the JK Power Development Corporation (JKPDC) and the National Hydroelectric Power Corporation (NHPC).
|
685 |
Y |
|
3357 |
29-11-2020 |
Odia |
୧ .ଡିସେମ୍ବର ୨୦୨୦ରେ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଏହା ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକ କର୍ମଚାରୀ କ୍ଷମତାର ୭୫ ପ୍ରତିଶତ ଗ୍ରୁପ୍-ଏ ଅଧିକାରୀଙ୍କ ସମେତକୁ ନେଇ କାର୍ଯ୍ୟ କରିବ.
୨ . କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର ମାସ ସୁଦ୍ଧା ୭ ଲକ୍ଷ ୮ ହଜାର ୩୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି।
୩ . ପେନ୍ସନଭୋଗୀମାନଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସମୟସୀମାକୁ କର୍ମଚାରୀ ଭବିଷ୍ୟ ପାଣ୍ଠି ସଂଗଠନ ଆସନ୍ତାବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାଦ୍ୱାରା ୩୫ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ।
୪ . ଉତ୍ତରପ୍ରଦେଶ ଆଇନ ବିରୁଦ୍ଧ ଧର୍ମପରିବର୍ତ୍ତନ ପ୍ରତିରୋଧ ଅଧ୍ୟାଦେଶ ଆଇନର ଡ୍ରାଫ୍ଟ ରାଜ୍ୟପାଳଙ୍କ ଅନୁମୋଦନ ପାଇବା ପରେ ଏକ ନିୟମ ଭାବରେ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଏହି ନିୟମକୁ ୬ ମାସ ମଧ୍ୟରେ ବିଧାନସଭାର ଉଭୟ ଗୃହରେ ପାରିତ ହେବାକୁ ପଡିବ।
୫ . ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତ ଓ ବ୍ରିଟେନ୍ ଏକାଠି ମିଶି କାର୍ଯ୍ୟ କରିପାରିବେ ବୋଲି ଉଭୟ ମତବ୍ୟକ୍ତ କରିଛନ୍ତି।
୬ . ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ ଲକ୍ଷ ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଟିକା ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ପ୍ରସ୍ତୁତ କରୁଥିବା ତିନୋଟି କମ୍ପାନୀର କାରଖାନା ପରିଦର୍ଶନ କରିଛନ୍ତି।
୭ . ଅହମଦାବାଦ ଏବଂ ଗୁଜରାଟର କେୱାଡ଼ିଆରେ ଥିବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ମଧ୍ୟରେ ଚାଲିଥିବା ‘ସିପ୍ଲେନ୍’ ସେବା ୧୫ ଦିନ ପାଇଁ ବାତିଲ କରାଯାଇଛି। ଭାରତର ଏହି ପ୍ରଥମ ‘ସିପ୍ଲେନ୍’ ସେବା ଦୁଇ ସପ୍ତାହରୁ ଅଧିକ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା।
୮ . ଶନିବାର ଦିନ ପଶ୍ଚିମବଙ୍ଗର ଆସାନସୋଲ୍ରେ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ (ସିବିଆଇ) ଚଢ଼ାଉ କରୁଥିବା ସମୟରେ କୋଇଲା ଖଣି ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଧନଞ୍ଜୟ ରାୟଙ୍କର ହୃଦ୍ଘାତ ଯୋଗୁଁ ମୃତ୍ୟୁ ଘଟିଛି।
୯ . ଆସନ୍ତା ଡିସେମ୍ବର ୨୧ ତାରିଖ ସନ୍ଧ୍ୟା ଆକାଶରେ ବୃହସ୍ପତି ଏବଂ ଶନି ଗ୍ରହ ପରସ୍ପରର ଖୁବ୍ ନିକଟରେ ଦେଖାଯିବ। ପ୍ରାୟ ୪୦୦ ବର୍ଷ ପରେ ଏହି ଗ୍ରହ ଦୁଇଟି ପରସ୍ପରର ଏତେ ନିକଟରେ ଥିବାପରି ଦେଖାଯିବ। ତେଣୁ ଏହା ଏକ ଅତ୍ୟନ୍ତ ବିରଳ ଘଟଣା।
୧୦ . ଆମେରିକାରେ କରୋନା ଟିକା ବିତରଣ ପାଇଁ ଚାର୍ଟର ବିମାନ ଉଡ଼ାଣ ଆରମ୍ଭ କରାଯାଇଛି। ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ଦ୍ୱାରା ଫାଇଜର କରୋନା ଟିକା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଛି।
୧୨ . ଭାରତର କର୍ଟୋସାଟ୍ ୨ଏଫ୍ ଉପଗ୍ରହ ଏବଂ ରୁଷିଆର ଭୂ-ନିରୀକ୍ଷଣ ଉପଗ୍ରହ (କାନୋପସ୍-ଭି) ପରସ୍ପରର ଖୁବ୍ ନିକଟକୁ ଆସିଯାଇଛନ୍ତି। ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି, ଉଭୟ ଉପଗ୍ରହ ମଧ୍ୟରେ ଦୂରତା ମାତ୍ର ୨୨୪ ମିଟର ରହିଛି।
୧୩ . ସରକାର ଦୁଇ ଚକିଆ ଚାଳକଙ୍କ ପାଇଁ କେବଳ ଭାରତରେ ନିର୍ମିତ ହେଉଥିବା ବିଆଇଏସ୍ ମାର୍କା ହେଲମେଟ୍ର ନିର୍ମାଣ ଓ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦେଶରେ ଦୁଇ ଚକିଆ ଯାନର ଚାଳକମାନେ ନିମ୍ନମାନର ହେଲମେଟ୍ ପିନ୍ଧିବାକୁ ଏଡ଼ାଇ ଦିଆଯାଇ ପାରିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଗତ ୨୬ ତାରିଖରେ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିଷ୍ପତ୍ତି ୨୦୨୧ ଜୁନ୍ ରୁ ଲାଗୁ ହେବ।
୧୪ . ସୋମା ମଣ୍ଡଳ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍)ର ପରବର୍ତ୍ତୀ ଅଧ୍ୟକ୍ଷା ହେବେ । ଆସନ୍ତା ଜାନୁଆରି ୧ ତାରିଖରୁ ସେ ଏହି ଦାୟିତ୍ବ ତୁଲାଇବେ। ୨୦୨୩ ଏପ୍ରିଲ୍ ପର୍ଯ୍ୟନ୍ତ ସେ ଏହି ପଦରେ କାର୍ଯ୍ୟ କରିବେ।
୧୫ . ଯଦି ଗାଡ଼ିର ପ୍ରକୃତ ମାଲିକଙ୍କ ମୃତ୍ୟୁ ହୁଏ ତେବେ ନୋମିନିଙ୍କ ଜରିଆରେ ସୁବିଧାରେ ଗାଡ଼ିର ପଞ୍ଜୀକରଣକୁ ଅନ୍ୟ ଜଣଙ୍କ ନାମକୁ ସ୍ଥାନାନ୍ତର କରାଯାଇପାରିବ। ଏହାକୁ ବିଚାରକୁ ନେଇ ଗାଡ଼ି ପଞ୍ଜୀକରଣ ବେଳେ ନୋମିନିଙ୍କ ନାମ ସାମିଲ କରିବା ଲାଗି ବ୍ୟବସ୍ଥା କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି।
୧୬ . ଏୟାର ଇଣ୍ଡିଆକୁ କିଣିବା ପାଇଁ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଟାଟା ଗ୍ରୁପ୍ ଆଗ୍ରହୀ ଅଛି। ଏଥିପାଇଁ ଟାଟା ଗ୍ରୁପ୍ ଏହାର ଅନ୍ୟତମ ସହଯୋଗୀ ସିଙ୍ଗାପୁର ଏୟାରଲାଇନ୍ସ ସହିତ ଆଲୋଚନା ଚଳାଇଛି।
୧୭ . ଦେଶରେ କୋଭିଡ୍ ମୃତ୍ୟୁହାର ୧.୪୬% ରହିଛି।
୧୮ . ଶୁକ୍ରବାର ତିଲକ ମୈଦାନ ଷ୍ଟାଡିୟମରେ ଖେଳାଯାଇଥିବା ସପ୍ତମ ସଂସ୍କରଣର ଅଷ୍ଟମ ମ୍ୟାଚ୍ରେ ଏଟିକେ ମୋହନ ବାଗାନ ୨-୦ ଗୋଲ୍ରେ ଆଇଏସ୍ଏଲ୍ ପଦାର୍ପଣ କରିଥିବା
୧୯ .ରାଉରକେଲାର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସ୍ଓ ୯୦୦୧-୨୦୧୫ ପ୍ରମାଣପତ୍ର ମିଳିଥିବାରୁ ରାଉରକେଲା ମହାନଗର ନିଗମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦ .ସୁପରପାୱାର ଆମେରିକାକୁ କରୋନା ଭୟ । ୧ କୋଟି ୨୮ ଲକ୍ଷ ସଂକ୍ରମିତ, ଅଢେଇ ଲକ୍ଷରୁ ଅଧିକ ମୃତ୍ୟୁ । |
641 |
Y |
|
3358 |
29-11-2020 |
English |
- Defence Ministers of India and Vietnam have discussed collaboration in defence industry capability building, training and cooperation in United Nations (UN) peacekeeping operations, etc.
- The Minister of Agriculture and Farmers’ Welfare has virtually inaugurated the Honey Farmer Producer Organisation (FPO) Programme of the National Agricultural Cooperative Marketing Federation of India Limited (NAFED).
- Union Environment, Forest and Climate Change Minister, Prakash Javadekar has virtually launched the India Climate Change Knowledge Portal in New Delhi.National Organ Donation Day was celebrated on 27th November by the Ministry of Health and Family Welfare.
- The Centre for Cellular and Molecular Biology (CSIR-CCMB) has got the permission of the Indian Council of Medical Research (ICMR) to commercially use the dry swab RNA-extraction free testing method for the Covid-19.
- PM Modi chaired a high-level meeting with Chief Ministers of all States and UTs yesterday via video conferencing, to review the status and preparedness of COVID-19 response and management, with special emphasis on eight high focus States. These States were Haryana, Delhi, Chhattisgarh, Kerala, Maharashtra, Rajasthan, Gujarat and West Bengal.
- More than 80000 CRPF personnel pledge their organs donation : The commitment of the Central Reserve Police force to serve the nation even beyond death, led the force personnel to join hands with ORBO and AIIMS Delhi for a massive organ donation campaign-'e-sanjeevani'.
- After Cyclone Nivar, another storm brews in Bay of Bengal; may hit Tamil Nadu-Puducherry coasts on Dec 2
- Travel agents’ apex body directs members to refund airfares for flights booked during lockdown.
- India has emerged as the country with the highest bribery rate of 39% in the Asian region, according to a survey by global civil society organisation Transparency International
- Uttar Pradesh Governor Anandiben Patel on Saturday gave assent to an ordinance against forcible or “dishonest” religious conversions, an official said
- Iran’s most prominent senior nuclear scientist Mohsen Fakhrizadeh was assassinated near Tehran. He died in a hospital after an attack in Absard in Damavand country. Fakhrizaseh was 59 years old. He had been added to the U.S. sanctions list against Iran in 2008, and additional sanctions were placed on his research organization last year.
- The Rs 5,300 crore project would be executed by a new Joint Venture Company-Jammu Hydroelectric Power Corporation Limited to be formed between the JK Power Development Corporation (JKPDC) and the National Hydroelectric Power Corporation (NHPC)
- In an initiative to help the pensioners to submit their annual life certificate during COVID-19 pandemic, Odisha Government made a new service functional for them to get the Digital Life Certificate (DLC) at their doorstep.
- The air quality remained “moderate” in Faridabad but slipped to “poor” level in Gurgaon, Noida, Greater Noida and Ghaziabad on Saturday, according to a government agency.
- The CBI on Saturday started a massive search operation at 45 locations across four states after registering a case against an alleged coal pilferer who acted in collusion with two general managers and three security personnel of the Eastern Coalfields Ltd (ECL), officials said.
- The Uttar Pradesh Government is targeting to set up solar projects for generating 10,700 megawatt solar power by 2022. The focus of solar power generation will be on Bundelkhand region and a green energy corridor will be set up to create 4,000 MW solar power in the region.
- It’s not only people living in urban areas, but even their counterparts in rural settings are facing high health risk due to air pollution, according to a study conducted by the researchers from Colorado State University (CSU), USA and Indian Institute of Technology Bombay (IIT Bombay).
- The National Water Award for the year 2019 will be given to the State Chhattisgarh for commendable works on conservation and promotion of water sources in two of its districts – Bilaspur and Surajpur.
- Prime Minister Narendra Modi on Saturday congratulated the scientists at Bharat Biotech facility at Hyderabad for the progress made by them in manufacturing Covaxin vaccine trials.
- Nepal’s foreign ministry announced the visit by Wei Fenghe, a general in the People’s Liberation Army who also holds the rank of state councillor in the Chinese cabinet.
|
917 |
Y |
|
3359 |
28-11-2020 |
English |
- All medical colleges in Odishawill reopen from December 1.
- Former judge of Orissa High Court Justice Bijaya Krushna Patel has been appointed as the new Chairperson of Odisha Human Rights Commission (OHRC).
- The Odisha Vigilance arrested IFS officer Abhay Kant Pathak and his son Akash Kumar Pathak, who are accused of amassing assets worth crores disproportionate.
- The Russian Direct Investment Fund (RDIF) and Hetero, one of India’s generic pharmaceutical companies, have agreed to produce in India over 100 million doses per year of Sputnik V Covid-19 vaccine in India.The parties intend to start the production of Sputnik V at the beginning of 2021.
- Chief Minister Naveen Patnaik today ordered an SIT probe into the alleged abduction and murder of a five-year-old girl of Jadupur village in Nayagarh district.
- After 26 years, the rare Nagarjuna Besha of Lord Jagannath and his divine siblings was held at Puri Srimandir with the deities taking the form of Naga warriors. The deities were dressed with golden attire and adorned with 16 types of traditional weapons , including Trishul (trident), Hala (plough), Chakra (wheel), Musala (mace), arrows and bows along with decorative helemts.
- The President of the United States of America (USA) has exercised his powers under the constitution to pardon his former National Security Advisor.Unlike the USA President, whose powers to grant pardons are almost unrestrained, the President of India has to act on the advice of the Cabinet.
- India had Estimated 74 Million Covid Cases by August 2020
- All central government pensioners will submit life certificate from November 1 to February 28, 2021. Earlier the extension was allowed until December 31,2020.
- The Union Cabinet has given its approval to the proposal for equity infusion by the Government of Rs. 6000 crores in NIIF Debt Platform - sponsored by the National Investment and Infrastructure Fund (NIIF).
- .As the farmers protest entered it's second day, the Delhi Police Commissioner on Friday afternoon said that the agitators would be allowed to enter the national capital. They will have the permission to protest at the Nirankari Samagam Ground in the Burari area.
- Covid-19: Only women, no children allowed in Mumbai's local trains
- .The Ministry of Social Justice and Empowerment has launched the National Portal for Transgender Persons and has inaugurated Garima Greh, a shelter home for transgender persons.
- West Bengal Transport Minister Suvendu Adhikari has resigned from his post.
- Indian Navy’s MiG-29K trainer jet crashes into sea; one pilot saved, another missing.
- Jindal Steel & Power Ltd (JSPL) has been honoured with India International CSR Impact Awards – 2020.
- The Supreme Court said on Friday that states would have to rise above politics, and harsh measures were required to contain the surge of COVID-19, observing, after submissions by the Centre.
- The ICSE and ISC board exams are not likely to take place “before the end of May or in June”, ICSE council chief executive and secretary Gerry Arathoon said on Thursday evening.
- The Supreme Court on Friday asked the Union government to ensure that all steps are taken for the implementation of its decision to let go of interest on eight specified categories of loans paid upto Rs 2 crore in view of the coronavirus pandemic. The eight categories of loans include MSME (Micro, Small & Medium Enterprises), Education, Housing, Consumer durable, Credit card, Automobile, Personal and Consumption.
- The Indian economy contracted by 7.5 per cent in the July-September quarter of this fiscal amid the COVID-19 crisis, official data showed on Friday.
|
760 |
Y |
|
3360 |
28-11-2020 |
Odia |
1.ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ୍ କଲେଜ୍ ଖୋଲିବ।
2.ରାଜ୍ୟ ସରକାର ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ଘୋଷଣା କରିଛନ୍ତି। ୨୦୧୬ ମସିହା -ଚିତ୍ରଶିଳ୍ପୀ ବନବିହାରୀ ପରିଡା, ୨୦୧୭ -ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ -ଜଗଦୀଶ ଚନ୍ଦ୍ର କାନୁନଗୋ, ୨୦୧୯ -ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ - ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଧର୍ମପଦ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା, ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯିବ।
3.୨୦୧୭ରେ ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ଆସନ୍ତା ୩୦ ତାରିଖରେ ଭାରତ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ
4.ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ଭାରତକୁ ୬୬ ରନରେ ପରାସ୍ତ କରି ବିଜୟ ହାସଲ କରିଛି।
5.ହାଇଦରାବାଦର ଫାର୍ମା କମ୍ପାନୀ ହେଟେରୋ ଲ୍ୟାବ୍ସ୍ ୧୦ କୋଟି ସ୍ପୁଟନିକ୍-ଭି ଭ୍ୟାକସିନ୍ ତିଆରି କରିବା ପାଇଁ ଲକ୍ଷ ରଖିଛି । ୨୦୨୧ରୁ ଭାରତରେ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ ରଖିଛି ଏହି ଫାର୍ମା କମ୍ପାନୀ ।
6.ଆସନ୍ତା ଶିକ୍ଷାବର୍ଷରୁ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା କରିପାରିବେ ଛାତ୍ରଛାତ୍ରୀ। ଏପରିକି ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଏନଆଇଟିରେ ମଧ୍ୟ ଛାତ୍ରଛାତ୍ରୀ ନିଜ ଆଞ୍ଚଳିକ ଭାଷାରେ ଶିକ୍ଷା ଲାଭ କରିପାରିବେ। ଏନେଇ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।
7.ଭାରତର ସର୍ବ ବୃହତ ସୂଚନା ଓ ପ୍ରାଦ୍ୟୋଗିକ (ଆଇଟି) ସଂସ୍ଥା ଟାଟ କନସଲ୍ଟାନ୍ସି ସର୍ଭିସ (ଟିସିଏସ୍) ସଂସ୍ଥାପକ ଫକୀର ଚନ୍ହ କୋହଲୀଙ୍କର ଗୁରୁବାର ୯୬ ବର୍ଷ ବୟସରେ ପରଲୋକ ହୋଇଛି।ସେ ଭାରତୀୟ ଆଇଟି ଉଦ୍ୟୋଗର ଜନକ ବୋଲିପରିଚିତ । ଜଣେ ଟେକ୍ନୋକ୍ରାଟ୍ ଭାବେ ଜଣାଶୁଣା ଫକୀର ଚନ୍ଦ ୧୯୯୧ ମସିହାରେ ଆଇବିଏମକୁ ଟାଟା-ଆଇବିଏମ ଭାବେ ଭାରତ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
8.ଓଡ଼ିଶା ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତ କରାଯାଇଛି।
9.ଯଦି ଓଡ଼ିଶା ଭଳି ରାଜ୍ୟରେ ଗୋଟିଏ ଦିନର ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୁଏ ତେବେ ରାଜ୍ୟ ଅର୍ଥନୀତିକୁ ୧୪୬୨ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼େ। ଟିକସ ଆଦାୟ ଠାରୁ ଆରମ୍ଭ କରି ବ୍ୟାଙ୍କ କାରବାର, ରେଳ ଓ ବସ୍ ସେବା, ପେଟ୍ରୋଲ୍ ପମ୍ପ୍, କଳ କାରଖାନା, ଖଣି ଖାଦାନ ଆଦି ବନ୍ଦ ରହିବା ଯୋଗୁଁ ଉତ୍ପାଦକତା ପ୍ରଭାବିତ ହୋଇଥାଏ।
10.ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶ୍ରୀଲଙ୍କା ଗସ୍ତ କରି ଭାରତ, ଶ୍ରୀଲଙ୍କା ଏବଂ ମାଳଦ୍ବୀପ ମଧ୍ୟରେ ସମୁଦ୍ରୀ ସୁରକ୍ଷାକୁ ନେଇ ଆଲୋଚନା କରିବେ ।
11.ଇରାନ ଆଣବିକ କାର୍ଯ୍ୟକ୍ରମର ବୈଜ୍ଞାନିକ ମୋହସୀନ ଫକିରଜ୍ୟାଦାଙ୍କୁ ହତ୍ୟା କରାଯାଇଥିବା ଖବର ଆସୁଛି।
12.ଭାରତୀୟ ଆୟର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର)ଙ୍କ ପୂର୍ବତନ ମୁଖ୍ୟ ଡା. ରମନ ଗଙ୍ଗାଖେଡକର କହିଛନ୍ତି ଏବେଠାରୁ ଆମେ ମାସ୍କକୁ ଆମ ଜୀବନର ଏକ ଅଙ୍ଗ କରିନେଲେ ଆଗକୁ ଉପୁଜିବାକୁ ଥିବା ଗୁରୁତର ସ୍ୱାସ୍ଥ୍ୟ ସଂକଟରୁ ଆମେ ରକ୍ଷା ପାଇପାରିବା ।
13.ଦେଶରେ କେବଳ ବିଆଇଏସ ସାର୍ଟିଫିକେଟ ଯୁକ୍ତ ହେଲମେଟ୍ ହିଁ ବିକ୍ରି ପାଇଁ ତିଆରି କରାଯାଇପାରିବ ।
14.ବିପୁଳ ଆୟବର୍ହିଭୂତ ସଂପତ୍ତି ଠୁଳ ଓ ଅନିୟମିତତା ମାମଲାରେ ଗିରଫ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଜେଲ୍ ଯାଇଛନ୍ତି।
15.ଉତ୍କଳ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ଵ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ।
16.ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ସମ୍ମିଳନୀ -୨୦୨୦ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦ ସମ୍ମାନରେ ସମ୍ମାନିତ କରାଯାଇଛି |
17.ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ (ଜୁଲାଇ-ସେପ୍ଟେମ୍ବର) ଜିଡିପି ୭.୫% ହ୍ରାସ କରିଛି। ଏଥି ସହିତ, ଗତ ଆର୍ଥିକ ଦ୍ୱିତୀୟ ତ୍ରୟମାସିକରେ ଜିଡିପି ୪.୪% ବୃଦ୍ଧି ପାଇଛି।
18.ଯେ ପର୍ଯ୍ୟନ୍ତ କରୋନା ଟିକା ବାହାରିନାହିଁ, ସେ ପର୍ଯ୍ୟନ୍ତ ଅଫିସ ଯିବାକୁ ଡ଼ରୁଛନ୍ତି ୮୩% ଭାରତୀୟ ଚାକିରିଜୀବୀ ।
19.ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନଙ୍କ ନିଧନ ପରେ ରାଜ୍ୟସଭା ସିଟ୍ ଖାଲି ପଡ଼ିଥିବାରୁ ବିଜେପି ସୁଶିଲ ମୋଦିଙ୍କୁ ପ୍ରାର୍ଥୀ କରିଛି।
20.ହିମାଚଳ ପ୍ରଦେଶ କଳ୍ପା ଓ କୁଫୁରୀରେ ଶୁକ୍ରବାର ତାଜା ହୀମପାତ ହୋଇଛି। ଏହି ସମୟରେ କେଲଙ୍ଗର ତାପମାତ୍ରା ବିଯୁକ୍ତ ୯.୯ ଡିଗ୍ରି ସେଲସିୟସ୍ରେ ପହଞ୍ଚିଛି। କଳ୍ପାରେ ତୁଷାରପାତ ସହ କିନ୍ନୁର ଜିଲ୍ଲାରେ ୧୭ ସେଣ୍ଟିମିଟର ବରଫ ପଡିଛି। |
703 |
Y |
|