-
1.ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଅଂଶୁଘାତ ସମସ୍ୟା ବଢ଼ୁଥିବା ବେଳେ ପ୍ରଖ୍ୟାତ ଶ୍ବସନ ରୋଗ ବିଶେଷଜ୍ଞ ଡାକ୍ତର ରଣଦୀପ ଗୁଲେରିଆ ଲୋକମାନଙ୍କୁ ପ୍ରବଳ ଗରମଜନିତ ଅସୁସ୍ଥତା, ଜଳଶୁଷ୍କତା ଓ ଅତ୍ୟଧିକ ଥକା ଲାଗିବା ଭଳି ସଙ୍କେତ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
-
2. ରାଷ୍ଟ୍ରପତି (୨୫ ମେ, ୨୦୨୬) ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ବେସାମରିକ ଅଳଙ୍କରଣ ସମାରୋହରେ ୨୦୨୬ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।
-
3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶୀ ମୁଦ୍ରା ସଞ୍ଚୟ ଆହ୍ବାନକୁ ସମର୍ଥନ ଜଣାଇ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମନ କହିଛନ୍ତି ଯେ ଆମକୁ ୩ଟି ଏଫ୍-ଫୁଏଲ୍ (ଇନ୍ଧନ), ଫର୍ଟିଲାଇଜର (ସାର) ଓ ଫୋରେକ୍ସ (ବିଦେଶୀ ମୁଦ୍ରା ଭଣ୍ଡାର) ଉପରେ ଧ୍ୟାନ ଦେବାକୁ ପଡ଼ିବ।
-
4.ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ସମ୍ମିଳନୀ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ।
-
5.ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୩ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଝାରସୁଗୁଡ଼ା,ସୁବର୍ଣ୍ଣପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରିର ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼ ଓ କନ୍ଧମାଳ ଜିଲ୍ଲାରେ ବି ଗ୍ରୀଷ୍ମ ଲହରିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୭ ତାରିଖ ଯାଏଁ ରାଜ୍ୟରେ ଏହିଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିବ।
-
6.ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ମଧ୍ୟରେ ଆମେରିକୀୟ ସୈନ୍ୟମାନେ ଦକ୍ଷିଣ ଇରାନରେ ଆକ୍ରମଣ କରିଛନ୍ତି।
-
7.ଉତ୍ତର ଚିଲିରେ ସୋମବାର ଦିନ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।
-
8.ମହାନଦୀ ଜଳ ବିବାଦ ମାମଲାର ଆପୋସ ସମାଧାନ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ସମାଧାନର ବାଟ ଫିଟାଇବା ପାଇଁ ଉଦ୍ଦିଷ୍ଟ ତଥ୍ୟକୁ ନେଇ ବି ଉଭୟ ରାଜ୍ୟ ସହମତ ହୋଇସାରିଛନ୍ତି। ଗତକାଲି ଟ୍ରିବ୍ୟୁନାଲ୍ର ଶୁଣାଣି ବେଳେ ଏହା ସ୍ପଷ୍ଟ ହୋଇଛି।
-
9.ବିଶ୍ଵର ଏକ ପ୍ରମୁଖ ତୈଳ ଯୋଗାଣ ମାର୍ଗ ପ୍ରଭାବିତ ହୋଇଛି। ତଥାପି ୟୁଏଇ ଓ କତର ପରି ତୈଳ ସମୃଦ୍ଧ ଦେଶ ଶକ୍ତି ଆବଶ୍ୟକ କରୁଥିବା ରାଷ୍ଟ୍ରଗୁଡ଼ିକୁ ପାରସ୍ୟ ଉପସାଗର ଦେଇ ସେମାନଙ୍କ ତୈଳ ଓ ଗ୍ୟାସ ପରିବହନ ଜାରି ରଖିଛନ୍ତି।
-
10.ଗତ ୧୧ ଦିନ ମଧ୍ୟରେ ଚାରି ଥର ଦରବୃଦ୍ଧି କରିବା ପରେ ତୈଳ କମ୍ପାନିଗୁଡ଼ିକର ଦୈନିକ କ୍ଷତି ୬୦୦ କୋଟି ଟଙ୍କାକୁ ହ୍ରାସ ପାଇଛି।
-
11.ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ।
-
12.ବରିଷ୍ଠ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଆଶିଷ ଚନ୍ଦ୍ର ମହାନ୍ତି ଭୁବନେଶ୍ୱରସ୍ଥିତ ଆୟକର ବିଭାଗର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
13.ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ଅଧ୍ୟକ୍ଷ ପଦରୁ ସୋମବାର ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ।
-
14.କଙ୍ଗୋର ଇଟୁରି ପ୍ରଦେଶର ରାଜଧାନୀ ବୁନିଆରେ ଇବୋଲା ଆଉ କେବଳ ଏକ ରୋଗ ନୁହେଁ, ବରଂ ଏକ ଭାଇରସ ୫ ମଇରେ ପ୍ରଥମ ସତର୍କତା ପରେ ମାତ୍ର ୨୦ ଦିନ ମଧ୍ୟରେ, ୮୬୭ ସନ୍ଦିଗ୍ଧ ମାମଲା ଏବଂ ୨୦୪ ଜଣଙ୍କ ମୃତ୍ୟୁ ରିପୋର୍ଟ କରାଯାଇଛି।
-
15.ବାଲେଶ୍ବର ଜିଲା ନୀଳଗିରିର ମାଟିର ସନ୍ତାନ ଗରଡ଼ିହି ପଞ୍ଚାୟତ ଅସ୍ତରୁଖି ଗାଁର ଇଂ. ଶ୍ୟାମସୁନ୍ଦର ମାଝୀ ପ୍ରସ୍ତୁତ କରିଥିବା କ୍ଷୁଦ୍ର ସାନ୍ତାଳୀ ଚଳଚ୍ଚିତ୍ର ‘କୁକଲି’କୁ ମିଳିଲାଣି ୧୩୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ପୁରସ୍କାର।