-
1.ରଜ ମହୋତ୍ସବ ପାଇଁ ଆସନ୍ତା ସୋମବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବଟାନିକାଲ ଗାର୍ଡେନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।
-
2.ଶ୍ରୀଜଗନ୍ନାଥ ମନ୍ଦିରର “ପତିତପାବନ ଓ ଆନନ୍ଦବଜାର” ନାମକୁ ବୁଧବାର ମିଳିଛି ଟ୍ରେଡ ମାର୍କ ସ୍ୱୀକୃତି । ଏହାଛଡା “ନୀଳଚକ୍ର” ଲୋଗୋ ମଧ୍ୟ ପଞ୍ଜୀକୃତ ହୋଇଛି ।
-
3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୁନ୍ ୧୯ ଏବଂ ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ।
-
4.ପାକିସ୍ତାନ ସେନା ଆଭିଏସନ୍ର ଏକ ଏମ୍ଆଇ-୧୭ ହେଲିକପ୍ଟର ଉଡ଼ାଣ ଆରମ୍ଭ କରିବା ସମୟରେ ମୁଜାଫରାବାଦ ନିକଟରେ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ସେନା କର୍ମଚାରୀଙ୍କ ମୁତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।
-
.5.ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ବୁଧବାର ଅପରାହ୍ଣରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷାଗାର (ଆଇଟିଆର୍)ର ଲଞ୍ଚ୍ କମ୍ପ୍ଲେକ୍ସ-୩ (ଏଲ୍ସି-୩)ରୁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।
-
6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୨୬ ମେ’୨୦୧୪ରୁ ଅଦ୍ୟାବଧି ଲଗାତାର ୧୨ବର୍ଷ ଅର୍ଥାତ୍ ୪,୩୯୯ ଦିନ ଧରି ଲଗାତାର ଭାବେ ଦେଶ ସେବାରେ ସମର୍ପିତ ହୋଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ସର୍ବୋଚ୍ଚ ୪୩୯୮ ଦିନର ରେକର୍ଡ ଅତିକ୍ରମ କରିଛନ୍ତି ।
-
7.ଛାତ୍ରଛାତ୍ରୀମାନେ ଜୁନ୍ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲକୁ ଯାଇ ସ୍ନାତକ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
-
8.ଇରାନ ସେନା କହିଛି ଯେ ଏହି ସମୁଦ୍ର ପଥ ଦେଇ କୌଣସି ତେଲ ଟ୍ୟାଙ୍କର କିମ୍ବା ବାଣିଜ୍ୟିକ ଜାହାଜ ଯିବାକୁ ଅନୁମତି ଦିଆଯିବ ନାହିଁ। ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ଟାର୍ଗେଟ କରି ଗୁଳି ମରାଯିବ । ଜାହାଜର ସୁରକ୍ଷା ସେମାନଙ୍କର ନିଜସ୍ୱ ଦାୟିତ୍ୱ ହେବ ।
-
9.ଆର୍ଥିକ ବର୍ଷ ୨୦୨୫-୨୬ରେ ଓଡ଼ିଶାରୁ ୫୪୨୮.୬୭ କୋଟି ଟଙ୍କାର ସିଫୁଡ୍ ରପ୍ତାନି ହୋଇଛି। ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ଗତ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ରପ୍ତାନିରେ ଯଥାକ୍ରମେ ୯.୬୩ ପ୍ରତିଶତ ଓ ୧୧.୯୦ ପ୍ରତିଶତ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଯଶବୀର ସିଂହ କହିଛନ୍ତି।
-
10.ମାର୍କ ଜକରବର୍ଗଙ୍କ ସଂସ୍ଥା ‘ମେଟା’ ପାଇଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୁଜରାଟର ଜାମନଗରରେ ଏକ ଏଆଇ ଆଧାରିତ ଡାଟା ସେଣ୍ଟର୍ ସ୍ଥାପନ କରିବ।
-
11.ସିଙ୍ଗାପୁରର ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟ୍ୱର୍କ (ଜିଏଫ୍ଟିଏନ୍) ଭୁବନେଶ୍ବରରେ ଏହାର ପ୍ରଥମ କାର୍ଯ୍ୟାଳୟକୁ ଆଚାର୍ଯ୍ୟ ବିହାର ନିକଟସ୍ଥ ଓଡ଼ିଶା ଟେକ୍ନୋଲୋଜି ସେଣ୍ଟର୍ରେ ଖୋଲିଛି।
-
12.ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ମାତ୍ର ୧୨ ଦିନ ମଧ୍ୟରେ ରାଜ୍ୟର ୯୪.୩୭ ପ୍ରତିଶତ ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚାଇବାରେ ବୁଥ୍ ସ୍ତରୀୟ ଅଧିକାରୀମାନେ ସଫଳ ହୋଇଛନ୍ତି।
-
13.ଭାରତ ସରକାର ଷ୍ଟାରଲିଙ୍କ ସେବା ଆରମ୍ଭ ପାଇଁ ଅନୁମୋଦନକୁ ବନ୍ଦ କରିଦେଇଛନ୍ତି। ଏହାର ଅର୍ଥ ହେଉଛି ଷ୍ଟାରଲିଙ୍କ ବର୍ତ୍ତମାନ ପାଇଁ ଭାରତରେ ବାଣିଜି୍ୟକ କାର୍ଯ୍ୟ ଆରମ୍ଭ କରିପାରିବ ନାହିଁ ।
-
14.ବୁଧବାର ଓମାନ ଉପକୂଳରେ ଆକ୍ରମଣର ଶିକାର ହୋଇଥିବା ଏକ ବାଣିଜ୍ୟିକ ଜାହାଜରେ ଥିବା ୨୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ମଧ୍ୟରୁ ତିନି ଜଣ ନିଖୋଜ ଅଛନ୍ତି।
-
15.ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଫିଫା ବିଶ୍ୱକପ୍ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍ବଲ ବିଶ୍ୱକପ୍ ୩ ଦେଶର ୧୬ ଭେନ୍ୟୁରେ ହେବାକୁ ଯାଉଥିବା ବେଳେ ଏଥିରେ ସର୍ବାଧିକ ୪୮ ଦେଶ ଭାଗ ନେଉଛନ୍ତି।