Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 29-06-2026 Odia
  1. 1.ପବିତ୍ର ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆଜି ଶ୍ରୀମନ୍ଦିର ପରିସରସ୍ଥିତ ସ୍ନାନବେଦୀରେ ଅୟୋଜନ ହେଉଛି। ଏହି ଅବସରରେ ଶ୍ରୀକ୍ଷେତ୍ର‌ରେ ଆନନ୍ଦଉଲ୍ଲାସରେ ପରିପୂର୍ଣ୍ଣ ହୋଇଛି। 

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହୋଇଛନ୍ତି। 

  3. 3.ସାମାଜିକ ପ୍ରଗତିରେ ଅଗ୍ରଣୀ ନେତୃତ୍ୱ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ‘ସିଏସ୍‌ଆର୍‌ ଭିଜନାରି ଲିଡର୍‌ ଅଫ ଦି ଇୟର୍‌- ୨୦୨୬’ ସମ୍ମାନ ମିଳିଛି। 

  4. 4. ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାରେ ୮ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନୁକଳ୍ପ ମିଶ୍ରା ଦାନ ଅର୍ଥ ଆତ୍ମସାତ୍‌ କରି ୪୦ ଲକ୍ଷ ଟଙ୍କାରେ ଅଯୋଧ୍ୟାରେ ଏକ ଘର କିଣିଥିବା ଅଭିଯୋଗ ହେଉଛି।

  5. 5.୨୦୨୪ ମସିହାରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଭାରତରେ ରହୁଥିବା ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏହି ବର୍ଷ ଶେଷ ସୁଦ୍ଧା ବାଂଲାଦେଶ ଫେରିବେ ।

  6. 6.ନାହ ଆଦିବାସୀ ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି ଯେ, ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ) ଗତ ଛଅ ବର୍ଷ ମଧ୍ୟରେ ସେମାନଙ୍କର ପାରମ୍ପରିକ ଚାରଣଭୂମି, ଶିକାର କ୍ଷେତ୍ର ଏବଂ କୃଷି ଜମିର ବିସ୍ତୃତ ଅଞ୍ଚଳ ଦଖଲ କରିଛି। ତେବେ ଏହି ଦାବିଗୁଡ଼ିକ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ନିଶ୍ଚିତ ହୋଇନାହିଁ।

  7. 7.ଆମେରିକା ସହିତ ସମ୍ପ୍ରତି ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ, ଇରାନ ସ୍ପଷ୍ଟ କରିଛି, ହର୍ମୁଜ୍ ପ୍ରଣାଳୀ ଉପରେ ତେହେରାନ ନିୟନ୍ତ୍ରଣ ବଜାୟ ରଖିବ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ତାଙ୍କ ଦେଶର ସେନା ଗୋଟିଏ ମାସ ପାଇଁ ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣକୁ ନେଇଛି।

  8. 8.ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ କରିଛି। ହଠାତ୍ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ପାକିସ୍ତାନ କହିଛି।

  9. 9.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସଦ୍ୟତମ ତଥ୍ୟ ଅନୁଯାୟୀ, ଜୁନ ୪ରୁ ୨୮ ପର୍ଯ୍ୟନ୍ତ ଦେଶରେ ସାଧାରଣତଃ ୧୪୧.୪ ମିଲିମିଟର ବର୍ଷା ହେବା କଥା, ମାତ୍ର ୭୭.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। 

  10. 10.ଇରାନ ପରିସଂଖ୍ୟାନ କେନ୍ଦ୍ର ତଥ୍ୟ ଅନୁସାରେ ଦେଶରେ ଖାଦ୍ୟସାମଗ୍ରୀ ଦର ଗତବର୍ଷ ତୁଳନାରେ ଦ୍ବିଗୁଣିତ ହୋଇଛି। ପାଉଁରୁଟି ଓ ଶସ୍ୟ ଦାମ୍‌ ୧୩୮.୮ ପ୍ରତିଶତ ବଢ଼ିଛି। ଦୁଗ୍ଧ, ଲହୁଣି ଓ ଅଣ୍ଡା ୧୫୧.୯ ପ୍ରତିଶତ ମହଙ୍ଗା ହୋଇଛି।

  11. 11.ସାଉଦି ଆରବର ରାସ୍ ତନୁରା ଅଞ୍ଚଳରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

  12. 12.ମିଡିଆ ରିପୋର୍ଟ ଅନୁଯାୟୀ, ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବଂ ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ଲୋକମାନେ ସତର୍କତା ଭାବରେ ନିଜ ପାଖରେ ନଗଦ ଟଙ୍କା ରଖିବା ଆରମ୍ଭ କରିଛନ୍ତି। ଏଭଳି ସମୟରେ ଅନେକ ଲୋକ ଡିଜିଟାଲ ପେମେଣ୍ଟ ସହିତ କିଛି ନଗଦ ଟଙ୍କା ମଧ୍ୟ ଘରେ ରଖିବାକୁ ନିରାପଦ ମନେ କରୁଛନ୍ତି।

  13. 13.ଗୃହ କ୍ରେତା ଫ୍ଲାଟ୍‌ର ଦଖଲ ପାଇବା ପରେ ମଧ୍ୟ ହସ୍ତାନ୍ତରରେ ହୋଇଥିବା ବିଳମ୍ବ ପାଇଁ କ୍ଷତିପୂରଣ ଦାବିର ନ୍ୟାୟିକ ସମାଧାନ ଚାହିଁପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

  14. 14.ସମଗ୍ର ୟୁରୋପ ମହାଦେଶ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳିତ ହେଉଛି। ପ୍ରବଳ ଗରମ ଯୋଗୁ ଗତ ବୁଧବାର, ଗୁରୁବାର, ଶୁକ୍ରବାର କେବଳ ଫ୍ରାନ୍ସରେ ପ୍ରାୟ ୪,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

  15. 15.ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।

15 Y
2 29-06-2026 English
  1. 1.Lakhs of devotees thronged to the sacred city of Puri in Odisha to witness the divine spectacle of 'Snana Purnima', the ritual bathing of holy triad -- Lord Jagannath, his elder brother Balabhadra and sister Subhadra -- at Jagannath Temple .

  2. 2.Following rituals such as Mangal Alati, Abakash Niti and Bimba Snana, the deities were bathed with 108 pitchers of sacred, fragrant water drawn from the mysterious Sunakua (Golden Well) located near the Maa Sitala Temple inside the Jagannath Temple complex.

  3. 3.Union Home Minister Amit Shah on Sunday launched the pilot project of the PM Family Care Tracker (PM-FCT) in Gujarat, describing it as an integrated digital platform that would monitor the health, nutrition, education and welfare of children from pregnancy until the age of 16 years.

  4. 4.An earthquake of magnitude 6.2 hit Afghanistan on Saturday evening, with strong tremors felt in Delhi, Jammu and Kashmir and several other North Indian states. 

  5. 5. Union Home and Cooperation Minister Amit Shah on Saturday said that Bharat Taxi plans to expand its cooperative mobility platform to more than 500 cities and towns across India within the next two years, describing the rollout as the next phase of the organisation's national expansion.

  6. 6.The Supreme Court on Monday declined to urgently hear a petition seeking an investigation into allegations of misappropriation and theft of donations made to the Ram Temple in Ayodhya, Uttar Pradesh.

  7. 7.India on Sunday strongly rejected Pakistan’s allegations linking it to the recent terrorist attack on the Pakistan Rangers headquarters in Karachi. 

  8. 8.Prime Minister Narendra Modi was awarded “Guardian of the Blue Horizon,” Seychelles’ highest presidential honour for leadership in environmental conservation and sustainable development during his three-day visit to the island nation.

  9. 9.ISKCON organized another untimely Ratha Yatra in Boston on Saturday, drawing sharp criticism from devotees and cultural observers for disregarding traditional Jagannath festival dates.

  10. 10.An MLA from Karur, Vijayabhaskar met Speaker JCD Prabhakar at the state secretariat this morning and tendered his resignation.

  11. 11.Former Bihar chief minister Rabri Devi has now begun vacating her bungalow at 10 Circular Road in Patna, with the deadline to leave the premises.

  12. 12.The State Bank of India had recommended removing the donation counting staff at the Ram temple in Ayodhya over a suspicion of theft three months ago.

  13. 13.The Faizabad Bar Association on Monday resolved that none of its members would represent the eight accused arrested in the alleged embezzlement of donations received at the Ram temple, warning that any lawyer violating the decision would face a Rs 5-lakh penalty.

  14. 14.Supreme Court Monday refused urgent hearing on a plea seeking a fair and time-bound probe into the alleged embezzlement of donations at the Ram temple in Ayodhya.

  15. 15. Ukraine kept up its heavy drone assault on Russia, setting fire to a major oil refinery in the south and killing at least two people, Russian authorities said Sunday. Ukraine has markedly stepped up its long-range attacks on Russian military industries and energy facilities.

6 Y
3 28-06-2026 Odia
  1. 1.ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ ଓଡ଼ିଶା ପୋଲିସକୁ ସମ୍ମାନିତ କରାଯିବ। ଆସନ୍ତା ଜୁଲାଇ ୫ ତାରିଖରେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନ୍ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମାନ ପ୍ରଦାନ କରିବେ।

  2. 2.ଆମେରିକୀୟ ପ୍ରଯୁକ୍ତି କମ୍ପାନିଙ୍କୁ ଟା‌ର୍ଗେଟ୍‌ କରି ଡିଜିଟାଲ ସର୍ଭିସ ଟିକସ ଲଗାଉଥିବା ଦେଶଗୁଡ଼ିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏସବୁ ଦେଶର ରପ୍ତାନି ଉପରେ ଆମେରିକା ୧୦୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ସେ କହିଛନ୍ତି।

  3. 3.ଭେନେଜୁଏଲାରେ ଜୁନ୍ ୨୫ରେ ଆସିଥିବା  ଶକ୍ତିଶାଳୀ ଭୂକମ୍ପଜନିତ ବିପର୍ଯ୍ୟୟ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି।  ପ୍ରକୃତିର ଏହି ପ୍ରଳୟଙ୍କରୀ  ତାଣ୍ଡବରେ ମୃତ୍ୟୁସଂଖ୍ୟା ୧ ହଜାର ଅତିକ୍ରମ କରିଥିବା ବେଳେ ୫୨ ହଜାରରୁ  ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି।

  4. 4.ଦିଲ୍ଲୀ ଏବଂ ଜମ୍ମୁ ଓ କାଶ୍ମୀର ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହାର ତୀବ୍ରତା ୬.୨ ରେକର୍ଡ କରିଛି।

  5. 5.ଏକ ନୂଆ ସର୍ବେକ୍ଷଣରେ ବିଶ୍ବରେ ୭୬% ଉତ୍ତରଦାତା ଟ୍ରମ୍ପଙ୍କ ଉପରେ ଅବିଶ୍ବାସ ପ୍ରକାଶ କରିଛନ୍ତି।

  6. 6.ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ସର୍ଭେ ୨୦୨୬ ମସିହା ଫେବ୍ରୁଆରି ୮ ରୁ ମେ ୧୩ ତାରିଖ ମଧ୍ୟରେ କରାଯାଇଥିଲା ଓ ଏଥିରେ ୩୬ ଟି ଦେଶର ୪୨,୧୫୧ ଜଣ ସାମିଲ ହୋଇଥିଲେ। ଅପରପକ୍ଷେ ପିଟିଆଇ ପ୍ରକାଶ କରିଛି ଯେ, ଭାରତୀୟ ଉତ୍ତରଦାତାଙ୍କ ମଧ୍ୟରେ ୫୧ % ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କୁ ପସନ୍ଦ କରିଛନ୍ତି।

  7. 7.ହରିୟାଣାର ଫରିଦାବାଦର ସେକ୍ଟର ୮ ପୁଲିସ ଷ୍ଟେସନର ଅସ୍ତ୍ରାଗାରରେ ରଖାଯାଇଥିବା ୩୨ଟି ଲାଇସେନ୍ସପ୍ରାପ୍ତ ଅସ୍ତ୍ର ଚୋରି ହୋଇଯାଇଛି।

  8. 8.ମେ ମାସରେ ଓଡ଼ିଶାରେ ନୂଆ ମୋବାଇଲ ସଂଯୋଗ ପ୍ରଦର୍ଶନ ଖରାପ ରହିଛି। ମାତ୍ର ୪୯,୦୬୧ ଜଣ ନୂଆ ମୋବାଇଲଗ୍ରାହକ ଯୋଡ଼ି ହୋଇଛନ୍ତି। ଏପ୍ରିଲରେ ରାଜ୍ୟରେ ୨ ଲକ୍ଷ ୫୨ ହଜାର ୮୫୯ ଜଣ ନୂଆ ମୋବାଇଲ ଗ୍ରାହକ ସୃଷ୍ଟି ହୋଇଥିଲେ।

  9. 9.ଭାରତ ପାଇଁ ଓପନଏଆଇର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ହେବେ ପ୍ରଭଜିତ ସିଂହ। ନିକଟରେ ଶ୍ରୀ ସିଂହ ଉବରର ଭାରତ ଓ ଦକ୍ଷିଣ ଏସିଆ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

  10. 10.ଶିମିଳିପାଳ ଅଭୟାରଣ୍ୟରୁ ଆସିଛି ଏକ ଖୁସିର ଖବର। ମହାରାଷ୍ଟ୍ରରୁ ଓଡ଼ିଶା ଅଣାଯାଇଥିବା ବାଘୁଣୀ ‘ଜିନ୍ନତ’ ଶିମିଳିପାଳ ଜଙ୍ଗଲରେ ନିଜ ଶାବକମାନଙ୍କ ସହ ନିର୍ଭୟରେ ବୁଲୁଥିବାର ଦୃଶ୍ୟ ଟ୍ରାପ୍ କ୍ୟାମରାରେ କଏଦ ହୋଇଛି।

  11. 11.ମହାରାଷ୍ଟ୍ରରେ ହେବାକୁ ଥିବା ଟିଇଟି(ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପୂର୍ବରୁ ପ୍ରଶ୍ନପତ୍ର ଅଭିଯୋଗ। ଆସନ୍ତାକାଲି ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା। କିନ୍ତୁ ୨୪ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ (MSEC) ପରୀକ୍ଷାକୁ ସ୍ଥଗିତ ରଖିଛି।

  12. 12.ଝାଡ଼ଖଣ୍ଡର ଧାନବାଦ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ସରକାରୀ ଚାକିରି ହାତେଇବାକୁ ଦୁଇ ପେଦାସାର ଅପରାଧୀଙ୍କ ସହାୟତାରେ ବାପାଙ୍କୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି।

  13. 13.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ ମଙ୍ଗଳ ହସ୍ପିଟାଲରେ ଜନ୍ମଗ୍ରହଣ କରୁଥିବା ପ୍ରତ୍ୟେକ ଶିଶୁଙ୍କୁ ସରକାରଙ୍କ ପକ୍ଷରୁ ୧ ଗ୍ରାମର ସୁନା ମୁଦି ଉପହାର ସ୍ୱରୂପ ଦିଆଯିବ। ଯଦିଓ ଏହି ଯୋଜନା ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ, କିନ୍ତୁ ଏହା ଜୁନ୍ ୨୨ (ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜନ୍ମଦିନ) ଠାରୁ ଲାଗୁ ହେବ ବୋଲି ଧରାଯିବ।

  14. 14.ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।

  15. 15.ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

14 Y
4 28-06-2026 English
  1. 1.The India Meteorological Department (IMD) forecasted heavy rainfall across Odisha till June 30 as the southwest monsoon remains active

  2. 2.Odisha Chief Minister Mohan Charan Majhi dismissed newly appointed OT&AS officer Bhimsen Tudu from government service after his arrest in a criminal case.

  3. 3.Veteran Ollywood cinematographer Dilip Ray, who shaped Odia cinema with his artistry, passed away at 72 while undergoing treatment in Bhubaneswar on Friday night.

  4. 4.The Maharashtra Teacher Eligibility Test (TET) 2026 has been postponed a day before it was scheduled to be held after authorities detected an alleged question paper leak.

  5. 5.POCSO Court sentenced Ajay Singh to 20 years in prison for raping a six-year-old girl in Banharpali police station area in 2025.

  6. 6.The general secretary of Shri Ram Janmabhoomi Teerth Kshetra Trust, Champat Rai, and its member Anil Mishra have resigned from their posts, the Trust said Saturday

  7. 7.Prime Minister Narendra Modi, who arrived in Seychelles on Saturday on a three-day visit, handed over an Indian-made patrol ship for its coastal security.

  8. 8.The US military said Saturday it had struck 10 targets in Iran at President Donald Trump's direction, continuing a string of attacks that have shaken the war's uneasy ceasefire.

  9. 9.US President Donald Trump could visit India in the early part of 2027, according to US Secretary of State Marco Rubio, who said preparations are underway following recent high-level discussions between Washington and New Delhi.

  10. 10.Bharat Taxi plans to expand its cooperative mobility platform to more than 500 cities and towns across India within the next two years,

  11. 11.The Central Bureau of Investigation (CBI), has attached assets worth Rs 53 crore belonging to former Assam Police DIG Prashanta Kumar Dutta, who is facing charges in a disproportionate assets case.

  12. 12.The death toll of Odia migrant workers in the ammonia gas leak at a seafood processing factory in Tamil Nadu’s Tiruvallur district has risen to 12 .

  13.  13.A communal clash has taken place at Dargah Maidan in Balasore city. More than 20 people have been reported injured in the clash.

  14. 14.A 39-year-old married woman was allegedly raped and murdered in Odisha’s Mayurbhanj district.

  15. 15.An earthquake struck northeastern Japan on Sunday morning. It was a strong 6.1 magnitude earthquake.

8 Y
5 27-06-2026 Odia
  1. ଇସ୍ରାଏଲ ଏବଂ ହେଜବୋଲା ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ବନ୍ଦ କରିବା ପାଇଁ ଦିନ ଦିନ ଧରି ଆଲୋଚନା ପରେ, ଇସ୍ରାଏଲ ଏବଂ ଲେବାନନ ଶୁକ୍ରବାର ୱାଶିଂଟନରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ଏକ ଢାଞ୍ଚା ସ୍ଵାକ୍ଷର କରିଛନ୍ତି।

  2. ନୂଆ ପ୍ରସ୍ତାବ ଅନୁଯାୟୀ, ଅନ୍ତ୍ୟୋଦୟ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ ୭ କିଲୋଗ୍ରାମ ଶସ୍ୟ ମିଳିବ, ତେବେ ଯେକୌଣସି ପରିବାର ପାଇଁ ମୋଟ ରାସନର ସର୍ୱାଧିକ ସୀମା ପ୍ରତି ମାସରେ ୩୫ କିଲୋଗ୍ରାମ ହିଁ ରହିବ।

  3. ଏନ୍‌ଡିଏର ସଂଖ୍ୟା ୩୦୦ ପାର କରିବା ପରେ ସରକାରଙ୍କ ସଂଖ୍ୟାଗତ ସ୍ଥିତି ଆହୁରି ସୁଦୃଢ଼ ହୋଇଛି। ଯଦିଓ ସରକାର ପୂର୍ବରୁ ମଧ୍ୟ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ କାର୍ଯ୍ୟ କରୁଥିଲା, ତଥାପି ବର୍ତ୍ତମାନର ସଂଖ୍ୟା ବୃଦ୍ଧି ରାଜନୈତିକ ଦୃଷ୍ଟିରୁ ଏହାକୁ ଅଧିକ ଶକ୍ତିଶାଳୀ କରିଛି।

  4. ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଓ ଭୋଗରାଇ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ ହୋଇପଡ଼ିଛି। ଉଭୟ ବ୍ଲକ୍‌ର ୧୧ଟି ଗାଁ ପ୍ରତି ସବୁଠାରୁ ଅଧିକ ବିପଦ ରହିଛି। ଏପରି ସମୟରେ ଜଳସମ୍ପଦ ବିଭାଗ ୩୧ କୋଟି ଟଙ୍କାର ୪ଟି ତଟସୁରକ୍ଷା ପ୍ରକଳ୍ପର ଅନୁମୋଦନ ପାଇଁ ସରକାରଙ୍କ ପାଖକୁ ପଠାଇଛି।

  5. ମିଛରେ ପତ୍ନୀ ନିଖୋଜ ଥିବା ଦର୍ଶାଇ ହାଇକୋର୍ଟରେ ହେବୟସ କର୍ପସ ପିଟିସନ ଦାୟର କରିଥିବା ସ୍ଵାମୀ୫୦ ହଜାର ଟଙ୍କା ତଣ୍ଡ ଗଣିବେ। ପତ୍ନୀ ନିଜ ଇଚ୍ଛାରେ ସ୍ବାମୀଙ୍କ ଘର ଛାଡ଼ି ଚାଲିଯାଇଛନ୍ତି। ପତ୍ନୀଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଅପହରଣ କରିଥିବା ସ୍ଵାମୀ ଅଭିଯୋଗ କରିଥିବା ବେଳେ ଏଥିରେ କୌଣସି ସତ୍ୟତା ନାହିଁ।

  6. ରାଜ୍ୟ ସରକାର ଡମଣାରେ ଏକ ନୂଆ ଆଇଟି ପାର୍କ ସ୍ଥାପନ କରିବାକୁ ଯାଉଛନ୍ତି। ରାଜ୍ୟରେ ପୂର୍ବରୁ ଥିବା ଇନ୍‌ଫୋସିଟି ଓ ଇନ୍‌ଫୋଭ୍ୟାଲିର ମଝି ଅଞ୍ଚଳରେ ଏହି ପାର୍କକୁ ସ୍ଥାପନ କରାଯାଉଛି। ପ୍ରାୟ ୨୫ ଏକର ଜମିରେ ନିର୍ମାଣ କରାଯାଉଥିବା ଏହି ନୂଆ ଆଇଟି ପାର୍କରେ ସୂଚନା ପ୍ରଯୁକ୍ତି, ତତ୍‌ସଂକ୍ରାନ୍ତ ସଂସ୍ଥା, ସେମିକଣ୍ଡକ୍ଟର ଓ ଏଆଇ କମ୍ପାନିଗୁଡ଼ିକୁ ସ୍ଥାନ ପ୍ରଦାନ କରାଯିବ।

  7. ଜୁନ୍‌ ୧୯ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯୬୩ ନିୟୁତ ଡଲାର ବୃଦ୍ଧି ହୋଇ ୬୭୨.୫୮୭ ବିଲିଅନ ଡଲାରରେ ପହଞ୍ଚିଛି।

  8. ଜର୍ମାନୀର କାର୍‌ ନିର୍ମାତା ଫକ୍ସୱାଗନ ଏକ ଲକ୍ଷ କର୍ମଚାରୀ ଛଟେଇ କରିବା ବିଷୟରେ ଯୋଜନା କରୁଛି। ଆସନ୍ତା ପାଞ୍ଚ ବର୍ଷ ପାଇଁ କମ୍ପାନିର ନିବେଶରେ ମଧ୍ୟ ୧୫ ପ୍ରତିଶତ ହ୍ରାସ କରିବାକୁ ସିଇଓ ଓଲିଭର ବ୍ଲୁମ୍‌ ଲକ୍ଷ୍ୟ ରଖିଛନ୍ତି।

  9. ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ପ୍ରହାର: ଦ ଉଜ୍ଜ୍ୱଳ ନିକମ ଷ୍ଟୋରି’ର ଟିଜର ମୁକ୍ତି ପାଇଛି। ଟିଜର ମୁକ୍ତି ପାଇବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

  10. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ସ୍କୁଲ୍ ବହି ତ୍ରୁଟିକୁ ନେଇ ବଡ ଆକ୍ସନ ନେଇଛନ୍ତି । କମିଟି ସୁପାରିସ୍ ଅନୁଯାୟୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢୀ ନିଲମ୍ବିତ ହୋଇଥିବା ବେଳେ ଆଉ ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁ ନିଲମ୍ବିତ ହୋଇଛନ୍ତି।

  11.  ଭାରତରେ ବର୍ଷକୁ ପାଖାପାଖି ୧ ଲକ୍ଷ ୨୦ ହଜାର ଲୋକଙ୍କ ଜୀବନ ଫ୍ଲୁ ନେଉଥିବା ଆକଳନରୁ ଜଣାପଡ଼ିଛି। ଫ୍ଲୁ ହେଉଥିବା ବ୍ୟକ୍ତିଙ୍କ ଠାରେ ଜ୍ବର, କମ୍ପ, ଦେହ ବିନ୍ଧା, ଥକ୍କାପଣ, କାଶ, ଗଳା ସଂକ୍ରମଣ, ନାକରୁ ପାଣି ବୋହିବା ଆଦି ଲକ୍ଷଣ ଦେଖା ଦେଇଥାଏ।

  12. ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

  13. ମହିଳା ଟି୨୦ ବିଶ୍ବକପ୍‌ରେ ଭାରତ ୪ର୍ଥ ମ୍ୟାଚ୍‌ରେ ୩ୟ ବିଜୟ ହାସଲକରି ସେମିଫାଇନାଲ ଖେଳିବା ଆଶା ବଜାୟ ରଖିଛି। ସ୍ପିନରଙ୍କ ସଫଳତା ଏବଂ ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ବଳରେ ଗୁରୁବାର ବାଂଲାଦେଶକୁ ୫ ୱିକେଟ୍‌ରେ ଭାରତୀୟ ମହିଳା ଦଳ ପରାସ୍ତ କରିଛି।

  14. କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନରେ କର୍ଣ୍ଣାଟକର ସିନ୍ଧୁଶ୍ରୀ ଜି. ଏକ ନୂଆ ରେକର୍ଡ କରିଛନ୍ତି। ସେ ଏବଂ ଅନ୍ୟ କେତେକ ଆଥଲେଟ୍ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା (ଏସିଆନ୍ ଗେମ୍ସ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି। 

  15. ସାଧାରଣତଃ ଜୁନ୍ ଶେଷ ସପ୍ତାହରେ ଭାରତର ବିସ୍ତୃତ ଅଞ୍ଚଳ ଉପରେ ଘନ ବର୍ଷା-ମେଘ (ବର୍ଷା ଉତ୍ପନ୍ନକାରୀ ମେଘ) ଦେଖିବାକୁ ମିଳେ। କିନ୍ତୁ ସଦ୍ୟ ପ୍ରକାଶିତ ଉପଗ୍ରହ ଚିତ୍ରରେ ଦେଶର ମଧ୍ୟ, ଉତ୍ତର ଓ ପୂର୍ବାଞ୍ଚଳର ବଡ଼ ଅଂଶରେ ବର୍ଷା-ମେଘର ପରିମାଣ ଅସ୍ୱାଭାବିକ ଭାବେ କମ୍ ଥିବା ଦେଖାଯାଇଛି।

30 Y
6 27-06-2026 English
  1. 1.President Donald Trump Friday threatened a 100 per cent tax on imports from any country that imposes a tax on digital services from United States companies.

  2. 2.Washington: US President Donald Trump Friday blamed Iran for carrying out a drone strike on a cargo ship in the Strait of Hormuz, calling it a "foolish violation" of the ceasefire agreement with the US.

  3. 3.The Government of India has, for the first time, officially disclosed the names of six Indian military personnel who lost their lives during Operation Sindoor, in May 2025.

  4. 4.The NCERT has released a revised Class 9 Social Science textbook that introduces a detailed chapter on the 1975-77 Emergency while omitting the Preamble to the Constitution and references to the terms “secular” and “secularism.”

  5. 5. Senior IPS officer Mahesh Dixit has been appointed as the new Director of the Intelligence Bureau (IB).

  6. 6.Siachen Base Camp is set to be connected to the power grid for the first time by September 15.

  7. 7.Vishwa Hindu Parishad International President Alok Kumar has called for a thorough police investigation, strict accountability and stronger administrative systems to safeguard devotees' offerings.

  8. 8.The Odisha government will soon introduce a new State Film Policy to boost the Odia cinema industry and will take the necessary steps for the establishment of at least one or two cinema halls in every block of the state to promote the Odia film industry.

  9. 9.The state's investment performance, stating that since June 2024, Odisha has approved 477 industrial projects worth nearly Rs 9.5 lakh crore, with the potential to generate employment for around six lakh people.

  10. 10.Odisha Legislative Assembly has constituted various committees for the financial year 2026-27. Pramila Mallik, the Opposition Chief Whip, as Chairperson of the powerful Public Accounts Committee (PAC). The 12-member committee.

  11. 11.A defence technology startup based in Surat has delivered 100 indigenous Kamikaze drones to the Indian Army within 60 days

  12. 12.The Embassy of India in Doha on Friday said that the mortal remains of all 12 Indian nationals who lost their lives in the tragic industrial accident at Ras Laffan Industrial City in Qatar have now been repatriated to India.

  13. 13.Odisha government Friday suspended four senior officials over errors found in school textbooks and initiated disciplinary proceedings against six assistant directors.

  14. 14.AICC president Mallikarjun Kharge has appointed Lalji Desai as the new in-charge of the Congress party in Odisha.

  15. 15.The Odisha Vigilance today arrested a Livestock Inspector in Odisha’s Nabarangpur district on charges of accepting Rs 80,000 as bribe from a beneficiary of the Mukhyamantri Kamadhenu Yojana.

14 Y
7 26-06-2026 English
  1. 1.Caracas (Venezuela) At least 164 people have died, and 971 were injured after a pair of powerful quakes rocked Venezuela, Acting President Delcy Rodriguez said Thursday

  2. 2.Malkangiri: Officials of the Odisha Forest Department Thursday seized 311 turtles during a raid in Malkangiri district and arrested three persons

  3. 3.State Film Awards for 2023 and 2024 have been announced. For 2023, 'Pushkara' and 'My Sweet House Wife' have been nominated for the best film award. For 2024, the film 'Ashram' won, while Hollywood's chocolate boy Babushan and actress Debjani were adjudged the best.

  4. 4.Odisha's daughter Sonia Behera has been considered eligible for the three-year Diploma in Dramatics (2026-2029) course of the country's highest drama institution, the Rashtriya Natya Vidyalaya (NSD), New Delhi.

  5. 5.The Special Investigation Team (SIT) in the Ram temple donation money misappropriation case in Ayodhya has named eight accused, including Tinnu Yadav and Anukalp Mishra, in connection with the allegations of theft and misappropriation of donations.

  6. 6.The Maharashtra government is now planning to make it mandatory to include the date of birth of both the bride and groom in the wedding invitation card.

  7. 7. Election Commission officials Thursday said that Indian passports continue to be among the 12 valid supporting documents required by voters to prove their eligibility to be on the voters' list under the ongoing special intensive revision of electoral rolls.

  8. 8.Sujatha Karthikeyan joins BJD. She formally joined the party in the presence of Naveen Patnaik.

  9. 9.Students will get free new school bags. Children from nursery to class III will get these bags.

  10. 10.The government has revised the passport fee structure through an amendment to the Passports Rules, 1980, increasing application fee for an ordinary fresh passport containing 36 pages from Rs 1,500 to Rs 2,500. The new rules will come into force with effect from  from July 1, 2026.

  11. 11.The central  government has lifted all sector-wise restrictions on non-domestic packaged LPG supply.

  12. 12.The new textbooks for classes 1 to 8 prepared by state governments based on the National Education Strategy-2020 have exceeded the error limit. While earlier books on grammar, literature, mathematics, English, geography etc. had over 2,000 errors, the revised books also contain a large number of errors.

  13. 13. Nearly five decades after the Emergency was declared in India, the NCERT  has incorporated the subject into a Class IX Social Science textbook for the first time.

  14. 14.A landmark verdict by the Delhi High Court has paved the way for the audit of electricity distribution companies (DISCOMs) by the Comptroller and Auditor General (CAG). After this verdict, there has been a growing demand for a CAG audit of the four DISCOMs run by Tata Power in Odisha.

  15. 15.A low pressure area is likely to form over the north Bay of Bengal around July 3 under the influence of an upper-air cyclonic circulation expected to develop over the northwest Bay of Bengal off theOdisha  coast,

10 Y
8 26-06-2026 Odia
  1. 1.ଭୀଷଣ ଗ୍ରୀଷ୍ମପ୍ରବାହରେ ୟୁରୋପରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫ୍ରାନ୍ସରେ ତାପମାତ୍ରା ୪୪.୩ ଡିଗ୍ରି ସେଲସିୟସ୍‌ରେ ପହଞ୍ଚି ଦେଶର ଇତିହାସର ସର୍ବାଧିକ ସ୍ତରକୁ ଛୁଇଁଛି। ପ୍ୟାରିସରେ ମଧ୍ୟ ୪୦.୯ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି।

  2. 2.ଭେନେଜୁଏଲାରେ ଆସିଥିବା ଶତାବ୍ଦୀର ସବୁଠାରୁ ଭୟଙ୍କର ଯୁଗ୍ମ ଭୂକମ୍ପ (ତୀବ୍ରତା ୭.୧ ଓ ୭.୫) ଅନେକ ଅଟ୍ଟାଳିକାକୁ ମାଟିରେ ମିଶାଇ ଦେଇଛି।

  3. 3.ପାସ୍‌ପୋର୍ଟ ଲାଗି ଆବେଦନ କରିବାକୁ ହେଲେ ଆସନ୍ତା ଜୁଲାଇ ୧ରୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସ୍‌ପୋର୍ଟ ସମ୍ପର୍କିତ ଫି ବୃଦ୍ଧି କରାଯାଇଛି। ଏକ ୩୬ ପୃଷ୍ଠା ବିଶିଷ୍ଟ ପାସ୍‌ପୋର୍ଟ ପାଇଁ ଫି ୨୫୦୦ ଟଙ୍କା ଓ ତତ୍କାଳ ଫିକୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପାସ୍‌ପୋର୍ଟ ନିୟମ ୧୯୮୦ରେ ଆବଶ୍ୟକ ସଂଶୋଧନ କରି ଫି’ ବଢ଼ାଯାଇଛି।

  4. 4.୨୦୨୩ ଓ ୨୦୨୪ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।୨୦୨୪ ବର୍ଷ ପାଇଁ ଚଳଚ୍ଚିତ୍ର ‘ଆଶ୍ରମ’ ବାଜିମାତ କରିଥିବା ବେଳେ ଓଲିଉଡର ଚକୋଲେଟ୍ ବୟ ବାବୁଶାନ ଓ ଅଭିନେତ୍ରୀ ଦେବଜାନୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

  5. 5.ଓଡ଼ିଶାର ମାଟିର ଝିଅ ସୋନିଆ ବେହେରା। ଦେଶର ସର୍ବୋଚ୍ଚ ନାଟ୍ୟ ଶିକ୍ଷାନୁଷ୍ଠାନ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (NSD), ନୂଆଦିଲ୍ଲୀର ତିନି ବର୍ଷିଆ ଡିପ୍ଲୋମା ଇନ୍ ଡ୍ରାମାଟିକ୍ସ (୨୦୨୬–୨୦୨୯) ପାଠ୍ୟକ୍ରମ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଝିଅ ଭାବେ ଏନଏସଡିର ମୁଖ୍ୟ କ୍ୟାମ୍ପସରେ ପ୍ରବେଶ କରି ସେ ଏକ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି।

  6. 6.ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲାରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଦ୍ୱାରା କରାଯାଇଥିବା ଦାନର ଚୋରି ଏବଂ ହେରଫେର ଅଭିଯୋଗ ସହିତ ଜଡ଼ିତ ଟିନ୍ନୁ ଯାଦବ ଏବଂ ଅନୁକଳ୍ପ ମିଶ୍ରଙ୍କ ସମେତ ଆଠ ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରିଛି।

  7. 7.ମହାରାଷ୍ଟ୍ର ସରକାର ଏବେ ବିବାହ ନିମନ୍ତ୍ରଣ କାର୍ଡରେ ବର ଏବଂ କନ୍ୟା ଉଭୟଙ୍କ ଜନ୍ମ ତାରିଖ ଅନ୍ତର୍ଭୁକ୍ତ କରିବାକୁ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି।

  8. 8.ବେସରକାରୀ ସଂଗଠନ (ଏନ୍‌ଜିଓ)ଗୁଡ଼ିକ ଦ୍ବାରା ବିଦେଶୀ ଅନୁଦାନ ଗ୍ରହଣ ଓ ତାହାର ବିନିଯୋଗ ନେଇ ଥିବା​‌ ନିୟମରେ ସଂଶୋଧନ ଆଣିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ନୂତନ ନିୟମ ଅନୁଯାୟୀ କୌଣସି ଏନ୍‌ଜିଓର ପଦାଧିକାରୀ ଯଦି ବିଦେଶୀ ନାଗରିକ ହୋଇଥାନ୍ତି ତେବେ ସେହି ଏନ୍‌ଜିଓକୁ ସାଧାରଣ ଭାବେ ପଞ୍ଜୀକୃତ କରାଯିବ ନାହିଁ। ସେହିପରି ଏଭଳି ଏନ୍‌ଜିଓକୁ ବିଦେଶୀ ଅନୁଦାନ ସଂଗ୍ରହ କରିବାକୁ ସ୍ବତଃସ୍ଫୂର୍ତ୍ତ ଭାବେ ଅନୁମତି ମିଳିବ ନାହିଁ।

  9. 9.ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି।

  10. 10.ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍‌। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍‌ ମିଳିବ। ଶୀଘ୍ର ବଣ୍ଟନ କରିବାକୁ ଡିଇଓ ଏବଂ ଡିପିସିଙ୍କୁ ଓସେପାର ଚିଠି ଲେଖିଛି।

  11. 11.ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍‌ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ ବିମାନବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାଜଧାନୀ କାରାକାସଠାରୁ ଆରମ୍ଭ କରି ବିଭିନ୍ନ ସହରରୁ ସାମ୍ନାକୁ ଆସିଥିବା ଭିଡିଓରେ ସେହି ଭୟାବହ ପ୍ରଳୟର ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳୁଛି। ୟୁଏସ ଜିଓଲଜିକାଲ ସର୍ଭେ (USGS) ର ଆକଳନ ଅନୁସାରେ, ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ହୋଇପାରେ।

  12. 12.କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ ସମସ୍ତ କ୍ଷେତ୍ର-ୱାରି କଟକଣା ଉଠାଇ ଦେଇଛନ୍ତି।

  13. 13.ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ, ସାହିତ୍ୟ, ଗଣିତ, ଇଂଲିଶ, ଭୂଗୋଳ ଆଦି ବିଭିନ୍ନ ବହିରେ ୨ହଜାରରୁ ଅଧିକ ଭୁଲ୍‌ ବାହାରିଥିବାବେଳେ ପରବର୍ତ୍ତୀ ସମୟରେ ପ୍ରସ୍ତୁତ ସଂଶୋଧିତ ବହିରେ ମଧ୍ୟ ବ୍ୟାପକ ଭୁଲ୍‌ ବାହାରୁଛି।

  14. 14.ଭାରତୀୟ କ୍ରିକେଟ୍‌ ଦଳର ପେସ୍‌ ବୋଲର ଆକାଶ ଦୀପ ସିଂହ ବୁଧବାର ତାଙ୍କ ଜିଲାର ଅକ୍ଷିତା ରାଜ୍‌ଙ୍କୁ ବିବାହ କରିଛନ୍ତି।

  15. 15.ଦିଲ୍ଲୀ ହାଇକୋର୍ଟଙ୍କ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନି (ଡିସ୍‌କମ୍‌)ଗୁଡ଼ିକର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ଦ୍ବାରା ଅଡିଟ୍‌ ପାଇଁ ବାଟ ଖୋଲିଛି। ଏହି ରାୟ ପରେ ଓଡ଼ିଶାରେ ଟାଟା ପାୱାର ଦ୍ବାରା ପରିଚାଳିତ ଚାରିଟି ଡିସ୍‌କମ୍‌ର ସିଏଜି ଅଡିଟ୍‌ କରିବା ଦାବି ଜୋର ଧରିଛି।

25 Y
9 25-06-2026 English
  1. 1.The US Senate passed a war powers resolution on Iran, restricting President Donald Trump from launching further military operations in Iran without congressional approval.

  2. 2.Qatari authorities on Monday confirmed that 12 Indian nationals have died in the Ras Laffan incident on Sunday night, the Embassy of India in Qatar stated.

  3. 3.Keir Starmer on Monday announced that he is stepping down as the British Prime Minister and leader of the governing Labour Party.

  4. 4.The world-famous Shri Mahakaleshwar Jyotirlinga Temple in Ujjain continues its remarkable financial ascent, recording an impressive revenue of approximately Rs 1414 crore in the ongoing financial year 2025-26.

  5. 5.The Odisha government on Wednesday directed all District Collectors and District Disaster Management Authorities (DDMAs) to conduct immediate fire safety audits of educational institutions, coaching centres, and skill development hubs across the state.

  6. 6.The Mission Shakti Department on organised the State-level Subhadra Shakti Vision Summit at Mission Shakti Bhawan, Bhubaneswar, bringing together around 330 Executive Committee members of District Level Federations (DLFs) from all 30 districts of Odisha.

  7. 7.Around 1,000 buses will be deployed to carry devotees from various places to the Holy City puri during the annual festival, including the Rath Yatra, Bahuda Yatra and Suna Besha. The authorities will not collect toll fees from buses and other vehicles at Pipli toll gate to ensure smooth travel of devotees. 

  8. 8.State-run Maharatna steel giant SAIL said it supplied 5,700 tonnes of special steel for three recently commissioned Indian Navy vessels. 

  9. 9.500 robotic knee implants have been performed at Care Hospital in Visakhapatnam Health City in a year.

  10. The price of silver in the state has fallen below Rs 2.5 lakh per kg. On Wednesday, its price fell by Rs 10,000 to Rs 2,40,000. The price of silver has fallen by Rs 45,000 since the 16th of this month.

  11. 11.Crude oil prices have fallen below $75 per barrel for the first time since the Iran war began in February this year. Brent crude prices fell 3.01 percent to $74.76 per barrel on Wednesday.

  12. 12.The rescue of a mother cobra and 28 baby cobras from a toilet in Bant has sent shockwaves through the region.

  13. 13.A special hospital for kidney and urology is going to be opened in Khandagiri. The Asian Institute of Nephrology and Neurology (AINU), a Hyderabad-based institution, will open this hospital.

  14. 14.Ethanol-blended petrol is completely safe. It is being used successfully in various countries of the world like America, Brazil and Japan, the Ministry of Oil has clarified.

  15. 15.Hockey India has announced the 24-member junior women's squad for the exposure tour of the United Kingdom, scheduled from July 5 to 14.

15 Y
10 25-06-2026 Odia
  1. 1.ଆମେରିକା-ଇସ୍ରାଏଲ ବିମାନ ଆକ୍ରମଣରେ ପ୍ରାଣ ହରାଇଥିବା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଶରୀର ଏବେ ବି ସୁରକ୍ଷିତ ରଖାଯାଇଛି। ତାଙ୍କ ଅନ୍ତିମ ସଂସ୍କାର ଜୁଲାଇ ୯ ତାରିଖରେ ଅନୁଷ୍ଠିତ ହେବ। ଇରାନ ରାଷ୍ଟ୍ରପତି ପେଜେଶକିୟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ ।

  2. 2. ଭେନଜୁଆଲରେ ବୁଧବାର ସନ୍ଧ୍ୟାରେ ଅଳ୍ପ ସମୟ ମଧ୍ୟରେ ଦୁଇଟି ବଡ଼ଭୂମିକମ୍ପ ଅନୁଭୂତ ହୋଇଛି। ରାଜଧାନୀ କାରାକାସରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି।

  3. 3.​​ କତର‌ରେ ରାସ ଲଫାନ ଶିଳ୍ପାଞ୍ଚଳରେ ନିକଟରେ ହୋଇଥିବା ଏକ ବିସ୍ଫୋରଣରେ ୧୨ ଭାରତୀୟଙ୍କ ସମେତ ମୋଟ୍‌ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ କତର ଏମିର୍‌ ଶେଖ ତମିମ ବିନ୍‌ ହମଦ ଅଲ ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି।

  4. 4.କୋଟିପତି ବର। ୧୭ କୋଟି ଟଙ୍କାର ପ୍ରାସାଦରେ ହୋଇଥା’ନ୍ତା ବାହାଘର । ପୁଣେର ଲୋହାଗଡ଼ ଦୁର୍ଗ ୨୬ ବର୍ଷୀୟ ରିଅଲ ଇଷ୍ଟେଟ୍ ବ୍ୟବସାୟୀ କେତନ ବିଶାଲ ଅଗ୍ରୱାଲଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନଥିଲା। ତାଙ୍କୁ ତାଙ୍କ ଭାବୀ ସ୍ତ୍ରୀ ମୃତ୍ୟୁମୁଖକୁ ଠେଲି ଦେଇଥିଲେ। ପୁଣେ ଗ୍ରାମୀଣ ପୁଲିସ ଏହି ଭୟଙ୍କର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି।

  5. 5.ରଥଯାତ୍ରା ବେଳେ  ପିପିଲି ଟୋଲ୍‌ ଗେଟ୍‌ରେ କୌଣସି ଯାନକୁ ଫି ଦେବାକୁ ପଡିବ ନାହିଁ । ଲୋକଙ୍କ ଆବଶ୍ୟକତା ଦେଖି ଦିନରାତି ବସ୍‌ ଚାଲିବ । ମାଳତିପାଟପୁରରେ ବାହାର ଗାଡ଼ି ପାର୍କିଂ କରାଯିବ ।

  6. 6.ଓଡ଼ିଶା ସରକାର ରାଜ୍ୟର ସମସ୍ତ ସ୍କୁଲ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ କେନ୍ଦ୍ରରେ ବାଧ୍ୟତାମୂଳକ ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

  7. 7.ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଚଢ଼ାଉ ବେଳେ ୧୨ଟି ଜମି, ବିଳାସପୂର୍ଣ୍ଣ ଘର, ଗାଡ଼ି, ନଗଦ ଟଙ୍କା ଓ ଅନ୍ୟାନ୍ୟ ସମ୍ପତ୍ତି ଠାବ ହୋଇଛି।

  8. 8.ପୂର୍ବତନ ସରକାର ସମୟରେ ‘ବିକଶିତ ଗ୍ରାମ ବିକଶିତ ଓଡ଼ିଶା’ରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଧାରରେ ଭିଜିଲାନ୍ସର ୨୪ଟି ଟିମ୍‌ ଆଜି କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁର ଜିଲ୍ଲାର ୫୦ଟି ଗ୍ରାମରେ ଚଢ଼ଉ କରିଛନ୍ତି। ଭିଜିଲାନ୍ସ ବିଭାଗର ଏହି ୨୪ଟି ଟିମ୍‌ରେ ୮୧ ଜଣ ଅଧିକାରୀ ଅଛନ୍ତି।

  9. 9.ବିଶାଖାପାଟଣା ହେଲ୍‌ଥସିଟିରେ ଥିବା କେୟାର ହସ୍ପିଟାଲ୍‌ରେ ବର୍ଷକ ମଧ୍ୟରେ ୫୦୦ ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ କରାଯାଇଛି।

  10. 10.ରାଜ୍ୟରେ ରୁପା କେଜି ଅଢ଼େଇ ଲକ୍ଷ ଟଙ୍କାରୁ କମ୍‌ ହୋଇଛି। ବୁଧବାର ଏହାର ଦାମ୍‌ ୧୦ ହଜାର ଟଙ୍କା କମ୍‌ ହେବାରୁ ତାହା ୨,୪୦,୦୦୦ ଟଙ୍କାକୁ ଖସିଆସିଛି। ଚଳିତ ମାସ ୧୬ ତାରିଖରୁ ରୁପା ମୂଲ୍ୟରେ ୪୫ ହଜାର ଟଙ୍କାର ହ୍ରାସ ଘଟିଛି।

  11. 11.ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ୧୦୦ କୋଟି ଟଙ୍କା ଫେରାଇବାକୁ ପଳାତକ ଅର୍ଥନୈତିକ ଅପରାଧୀ ତଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ୧୩ ହଜାର କୋଟି ଟଙ୍କା ଠକେଇର ଅଭିଯୁକ୍ତ ନିରବ ମୋଦୀଙ୍କୁ ଲଣ୍ଡନର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  12. 12.ଚଳିତ ବର୍ଷ ଫେବ୍ରୁଆରିରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୭୫ ଡଲାରକୁ ହ୍ରାସ ପାଇଛି। ବୁଧବାର ବ୍ରେଣ୍ଟ୍‌ କ୍ରୁଡ୍‌ ଦର ବ୍ୟାରେଲକୁ ୩.୦୧ ପ୍ରତିଶତ ହ୍ରାସ ପାଇ ୭୪.୭୬ ଡଲାର ଥିଲା।

  13. 13.ବନ୍ତ ଏକ ଶୌଚାଳୟ ଭିତରୁ ଗୋଟିଏ ମା’ ନାଗୁଣୀ ସହିତ ୨୮ଟି ନାଗ ଛୁଆ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

  14. 14. କିଡ୍‌ନି ଓ ୟୁରୋଲୋଜି ବିଭାଗର ଏକ ସ୍ବତନ୍ତ୍ର ହସ୍ପିଟାଲ୍‌ ଖଣ୍ଡଗିରିରେ ଖୋଲିବାକୁ ଯାଉଛି। ହାଇଦ୍ରାବାଦର ସଂସ୍ଥା ଏସିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ‌ନେଫ୍ରୋଲୋଜି ଆଣ୍ଡ୍‌ ନ୍ୟୁରୋଲୋଜି (ଏଆଇଏନ୍‌ୟୁ) ଏହି ହସ୍ପିଟାଲ୍‌କୁ ଖୋଲିବ।

  15. 15.ଇଥାନଲ ମିଶ୍ରଣ କରାଯାଇଥିବା ପେଟ୍ରୋଲ ସମ୍ପୂର୍ଣ୍ଣ ସୁରକ୍ଷିତ। ଆମେରିକା, ବ୍ରାଜିଲ ଓ ଜାପାନ ଭଳି ବିଶ୍ବର ବିଭିନ୍ନ ଦେଶରେ ତାହା ସଫଳତାର ସହ ବ୍ୟବହାର ହେଉଛି ବୋଲି ତୈଳ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଥିଲା।

33 Y