1.ବିଶ୍ବରେ ପ୍ରତ୍ୟେକ ଦିନ ହାରାହାରି ୧୨ ହଜାର ସଂକ୍ରମିତ ପ୍ରାଣ ହରାଉଛନ୍ତି। ଅର୍ଥାତ୍ ପ୍ରତି ଘଣ୍ଟାରେ ୫୦୦ ଏବଂ ପ୍ରତି ମିନିଟରେ ୮ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି।
2.ହୁ ହୁ ହୋଇ ବଢୁଥିବା ସଂକ୍ରମଣର ମୁଖ୍ୟ କାରଣ କରୋନା କଟକଣା ନମାନିବା ବୋଲି ରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି।
3.ରାଜ୍ୟସଭା RACକୁ ଡକ୍ଟର ଅମର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ରିସର୍ଚ୍ଚ ଆଡଭାଇଜରୀ କମିଟି-RACକୁ ମନୋନୀତ ହୋଇଛନ୍ତି ।
4.ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ରବିବାର ସକାଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।
5.ଆଇପିଏଲ ୨୦୨୧ରେ ବିଜୟ ଧାରା ଜାରି ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସକୁ ୩୮ ରନରେ ପରାସ୍ତ କରିଛି।
6.ଶ୍ରୀଲିଙ୍ଗରାଜ ମନ୍ଦିରରୁ କିଛି ସେବାୟତ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲିଙ୍ଗରାଜ ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି।
7.୧୮ ତାରିଖରୁ ୧୯ ତାରିଖ ସକାଳ ୮ଟା ୩୦ ଯାଏ ରାଜ୍ୟର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି ହୋଇଛି।
8.୨୦୨୧ ଏପ୍ରିଲ ୨୭, ୨୮ ଓ ୩୦ରେ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
9.ଚେତକ ସ୍କୁଟର ଇଲେକ୍ଟ୍ରିକ୍ ଗାଡି ରୂପରେ ବଜାରକୁ ଆସିଛି। ବୁକିଂ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଏହି ଇଲେକ୍ଟ୍ରିକ୍ ସ୍କୁଟର ବୁକିଂ ଶେଷ ହୋଇଯାଇଛି।
10.ଦେଶର ଅନେକ ରାଜ୍ୟରେ ଅକ୍ସିଜେନ୍ର ଘୋର ଅଭାବ ଖବର ସାମ୍ନାକୁ ଆସୁଛି। ଗତକାଲି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରାଇବା ସହ ବେଡ୍ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରେଲଓ୍ଵେ ଲିକ୍ଵିଡ୍ ମେଡିକାଲ ଅକ୍ସିଜେନ୍(ଏଲଏମଓ) ଓ ଅକ୍ସିଜେନ୍ ଏକ୍ସପ୍ରେସ୍ ଚଳାଇବାକୁ ଯୋଜନା କରିଛି। ଏଥିରେ ଅକ୍ସିଜେନ ଯୋଗାଣ ହେବ। ଏହି ଟ୍ରେନଗୁଡିକର ଅବାଧ ଯାତାୟତ ପାଇଁ ଗ୍ରୀନ କରିଡର କରାଯାଉଛି।
11.ପ୍ରସିଦ୍ଧ ସାହିତ୍ୟକାର ଏବଂ ଉପନ୍ୟାସକାର ନରେନ୍ଦ୍ର କୋହଲିଙ୍କ ୮୧ ବର୍ଷ ବୟସରେ ଶନିବାର ଦିନ ଦେହାନ୍ତ ହୋଇଛି ।
12.ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବେଳେ ହରିୟାଣାର କୁରୁକ୍ଷେତ୍ରରେ କୃଷକ ବିରୋଧ ପ୍ରଦର୍ଶନ କରି ବିଜେପି ସାଂସଦ ନୟାବ ସିଂ ସାଇନିଙ୍କୁ କଳା ପତାକା ଦେଖାଇଥିଲେ।
13.ରେଳବାଇ "ଅମ୍ଳଜାନ ଏକ୍ସପ୍ରେସ" ଟ୍ରେନ୍ ଚଳାଇବାକୁ ସ୍ଥିର ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି।
14. ସମସ୍ତ ରାଜ୍ୟର ଜନସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ 162 ପ୍ରେସର ସୁଇଙ୍ଗ୍ ଆଡସର୍ପସନ୍ (PSA) ପ୍ଲାଣ୍ଟ ସ୍ଥାପନ ପାଇଁ କେନ୍ଦ୍ର ଅନୁମତି ଦେଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
15. ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ମୁହାଁ ହେଲାଣି। ରାଜ୍ୟରୁ ୪,୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
16. ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି।
17. ୧୭ପୋର୍ଟେବଲ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ ଟେକ୍ନୋଲୋଜି (ପିଡିଏଫ୍) ର ବିକାଶରେ ପ୍ରମୁଖ ସଫ୍ଟୱେର୍ କମ୍ପାନୀ ଆଡୋବ୍ ଇନ୍କୋର ସହ-ପ୍ରତିଷ୍ଠାତା ଚାର୍ଲ୍ସ ଚକ୍ ଗେସ୍କେଙ୍କର ଦେହାନ୍ତ ହୋଇଛି। ସେ 81 ବର୍ଷ ହୋଇଥିଲେ।
18. ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜନତା ଦଳ (ୟୁନାଇଟେଡ୍) ବିଧାୟକ ମେୱାଲାଲ ଚଉଧୁରୀଙ୍କର ଦେହାନ୍ତ ହୋଇଛି ବୋଲି ଦଳ ସୂତ୍ରରୁ ପ୍ରକାଶ।
19. ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାଚି ସିଂ ରାୱତଙ୍କର ଏଠାରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ରବିବାର ଦିନ 71 ବର୍ଷ ଦେହାନ୍ତ ହୋଇଛି.
20. ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ୍ ରବିବାର ଟ୍ୱିଟ୍ କରି କହିଛନ୍ତି ଯେ ମମତା ବାନାର୍ଜୀ ଆଉ କୋଲକାତାରେ ପ୍ରଚାର କରିବେ ନାହିଁ।