1. ବୁଧବାର ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)ର ଏକ ବୈଠକରେ ଏ ନେଇ ନିଷ୍ପତ୍ତି ଅନୁସାରେ ଏଣିକି ବ୍ୟାଙ୍କ ଶାଖାଗୁଡ଼ିକ କାରବାର ଦିବସରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ (୪ ଘଣ୍ଟା) ଖୋଲାରହିବ। ଏହି ସମୟରେ ଟଙ୍କା ଜମା, ଉଠାଣ, ରେମିଟାନ୍ସ ଏବଂ ସରକାରୀ ଦେଣନେଣ ଭଳି ୪ଟି ମୌଳିକ ସେବା ପ୍ରଦାନ କରାଯିବ ।
2.ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ଶନିବାର ଦିନ ଶ୍ରେଷ୍ଠ ୨୦ ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଏକ ଅଂଶ ଭାବରେ ଅତି କମରେ ୨୫ ପ୍ରତିଶତ ଭାରତୀୟଙ୍କ ଟିକାକରଣ ଭାର ବହନ କରିବାକୁ ଆହ୍ବାନ କରିଛନ୍ତି।
3.ଗତକାଲି ଓଡ଼ିଶାର ୧୨ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଚ୍ବିଟ କରି ସୂଚନା ଦିଆଯାଇଛି। ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ ରହିଛି।
4. ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ। ଏଥିରେ ୨ ଲକ୍ଷରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ଉପକୃତ ହେବେ ।
5. ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଦିଲ୍ଲୀର ଅକ୍ସିଜେନ୍ ସଂକଟ ନେଇ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଲଟକାଇ ଦେବୁ ।
6.କରୋନା ମହାମାରୀ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
7. ଜଷ୍ଟିସ୍ ଏନ.ଭି. ରମଣା ଶନିବାର ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରମଣା ୨୦୨୨ ଅଗଷ୍ଟ ୨୬ ଯାଏ କାର୍ଯ୍ୟ କରିବେ।
8 ଗତରାତିରେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଜୟପୁର ଗୋଲ୍ଡେନ୍ ହସ୍ପିଟାଲ୍ରେ ‘ମେଡିକାଲ୍ ଅକ୍ସିଜେନ୍’ ନିଅଣ୍ଟ ହେବାରୁ ୨୦ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ନିର୍ଦେଶକ ଡାକ୍ତର ବାଲୁଜା କହିଛନ୍ତି।
9. ଭାରତୀୟ ମହିଳା କ୍ରିକେଟ ଦଳର ଦିନିକିଆ ଅଧିନାୟକ ମିତାଲି ରାଜ୍ ୨୦୨୨ ଦିନିକିଆ ମହିଳା ବିଶ୍ବକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ସଙ୍କେତ ଦେଇଛନ୍ତି।
10.ଭାରତୀୟ ସହରାଞ୍ଚଳର ୧୫ଟି ସହରର ୫ କୋଟି ଲୋକଙ୍କ ପାଖରେ ସୁରକ୍ଷିତ ଓ ସୁଲଭ ପାନୀୟ ଜଳ ଉପଲବ୍ଧ ହୋଇପାରି ନାହିଁ ବୋଲି ୟୁନିସେଫ୍ ଇଣ୍ଡିଆ ରିପୋର୍ଟରେ ଦର୍ଶାଯାଇଛି।
11. ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (BARC) ଶୁକ୍ରବାର କହିଛି ଯେ, ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ନ୍ୟୁଜ୍ ଚ୍ୟାନେଲଗୁଡିକ ବିଜ୍ଞାପନରେ ସର୍ବାଧିକ ଅଭିବୃଦ୍ଧି ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିଭି ନେଟଓ୍ବର୍କ ଗୁଡିକରେ କେବଳ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ୪୫୬ ମିଲିୟନ ସେକେଣ୍ଡର ବିଜ୍ଞାପନ ପ୍ରଦର୍ଶନ କରିଛନ୍ତି । ଯାହାକି ୨୦୧୮ ପରଠାରୁ ସର୍ବାଧିକ ।
12. କରୋନାରେ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟିକା କଳାବତୀ ଭୁରିଆଙ୍କ ମୃତ୍ୟୁ ହୋଇଛି। ମୃତ୍ୟୂ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା।
13. ଅକ୍ସିଜେନ୍ ଅଭାବ ଯୋଗୁଁ ବତ୍ରା ହସ୍ପିଟାଲ ଏମ୍ଡି ଏସ୍ସିଏଲ୍ ଗୁପ୍ତା କହିଛନ୍ତି,‘ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି, ଯେଉଁଠାରେ ଅକ୍ସିଜେନ ଉବଲବ୍ଧ ଅଛି ରୋଗୀଙ୍କ ସମ୍ପର୍କୀୟମାନେ ସେଠାକୁ ତୁରନ୍ତ ନେଇଯାଆନ୍ତୁ । ଏହାକୁ ଆସୁଥିବା ସମସ୍ତ ରୋଗୀ ନିଜର ଭଳି । ଏହି ସଙ୍କଟ ସମୟରେ ଆମେ କିଛି ସାହାଯ୍ୟ କରିପାରୁ ନାହୁଁ । ରୋଗୀଙ୍କୁ ବଞ୍ଚାଇବାକୁ ଚାହିଁଲେ ବି ଆମେ ବଞ୍ଚାଇପାରୁନାହୁଁ । ଦୟାକରି ମୋ ରୋଗୀଙ୍କ ଜୀବନ ବଞ୍ଚାନ୍ତୁ’।
14. ପୁଣେର ଏକ ପରିବାରର ୪ ସଦସ୍ୟଙ୍କ ଜୀବନ ନେଇଛି କରୋନା। ୮ ଦିନରେ ୪ ସଦସ୍ୟ ପ୍ରାଣ ହରାଇଥିବା ବେଳେ ପରିବାରର ବଡ଼ ବୋହୂ ଜୀବିତ ଅଛନ୍ତି । ସେ ଭେଣ୍ଟିଲେଟର ସପୋର୍ଟରେ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
15 ଆମେରିକା ପାଖରେ କୋଟି କୋଟି ସଂଖ୍ୟାର ଆଷ୍ଟ୍ରାଜେନେକା ଓ ଅନ୍ୟାନ୍ୟ କୋଭିଡ୍ ଟିକା ମହଜୁଦ ରହିଛି। ଏହି ଟିକା ସମେତ ବିଭିନ୍ନ ଜୀବନ ରକ୍ଷାକାରୀ ଭେଷଜ ସାମଗ୍ରୀ ଭାରତ ଓ ବ୍ରାଜିଲ ପରି ଭୀଷଣ ଭାବେ ପ୍ରଭାବିତ ରାଷ୍ଟ୍ରଙ୍କୁ ପଠାଇବା ଲାଗି ଚାମ୍ବର ଅଫ୍ କମର୍ସ ଵାସିଂଟନକୁ ବାଧ୍ୟ କରିଛି ବୋଲି ସଂସ୍ଥାର ଉପାଧ୍ୟକ୍ଷ ତଥା ଆନ୍ତର୍ଜାତିକ ବ୍ୟାପାର ମୁଖ୍ୟ ମାଇରନ୍ ବ୍ରିଲିଆଣ୍ଟ୍ କହିଛନ୍ତି।
16. ଗୁଜୁରାଟର ସୁରତରେ କରୋନା ମହାମାରୀର ଭୟାବହତା ଏମିତି ହୋଇଛି ଯେ ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ମଶାଣିରେ ଜାଗା ଅଭାବ ଦେଖାଦେଇଛି | କାଠ ସଙ୍କଟ ଯୋଗୁଁ ଅଳ୍ପ କାଠ ସହ ଆଖୁ ଛେଦାର ବ୍ୟବହାର କରାଯାଉଛି |
17. ଉତ୍ତରାଖଣ୍ଡର ଚାମୋଲି ଗର୍ୱାଲ୍ ଜିଲ୍ଲା ଅନ୍ତର୍ଗତ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ସୁମନା ଗାଁ ନିକଟରେ ଶୁକ୍ରବାର ଦିନ ଏକ ତୁଷାର କ୍ଷେତ୍ର ବା ‘ଗ୍ଲେସିଅର୍’ ଫାଟିବା ଘଟଣାରେ ଅନ୍ୟୂନ ୮ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଅନ୍ୟ ୬ଜଣ ବ୍ୟକ୍ତି ଆହତ ହୋଇଛନ୍ତି।ଘଟଣାସ୍ଥଳରେ ଭାରତୀୟ ସେନା ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଇ ୪୩୦ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି।
18. ମହାରାଷ୍ଟ୍ର କରୋନା ମୃତ୍ୟୁରେ ଗତକାଲି ୩୫ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟରେ ଗତକାଲି ସର୍ବାଧିକ ୭୭୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗୁରୁବାର ଦିନ ୫୬୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ମୁମ୍ବାଇରେ ୭୨ କରୋନା ମୃତ୍ୟୁ ହୋଇଛି।
19. ପାଠ୍ୟକ୍ରମରେ ମହିଳା କେନ୍ଦ୍ରିକ ବିଷୟବସ୍ତୁକୁ ବଢାଇବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ବିଭିନ୍ନ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
20. ଶନିବାର ବିଳମ୍ବିତ ସଂଧ୍ୟାରେ ଭାରତ ବାୟୋଟେକ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ ଡୋଜ୍ ପିଛା ୬୦୦ ଟଙ୍କା ରହିବା ବେଳେ ଘରୋଇ ହସ୍ପିଟାଲ୍ ଲାଗି ଏହା ୧୨୦୦ ଟଙ୍କା ରହିବ। ତେବେ ଟିକାର ଘରୋଇ ଦର ଓ ରପ୍ତାନି ଦର ଅଲଗା ରହିଛି। ଅନ୍ୟ ଦେଶକୁ କୋଭାକ୍ସିନ୍ ରପ୍ତାନି ହେବ ଏବଂ ଏହାର ଦର ୧୧୨୩ରୁ ୧୪୯୮ ଟଙ୍କା ମଧ୍ୟରେ ରହିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି।