Manage Current Affairs
Latest Current Affairs Listing
# | Date | Type | Current Affairs | No. Of Views | Status | Action |
---|---|---|---|---|---|---|
3161 | 05-04-2021 | English |
|
726 | Y | |
3162 | 04-04-2021 | Odia | 1.ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ‘କଳିଙ୍ଗ ରତ୍ନ’ ପୁରସ୍କାର ପ୍ରଦାନ କରାଯାଇଛି। ‘କଳିଙ୍ଗ ରତ୍ନ’ ପୁରସ୍କାରରେ ଦେବୀ ସରସ୍ୱତୀଙ୍କ ଏକ ରୂପା ପ୍ରତିମୂର୍ତ୍ତି ଏବଂ ସାରଳା ସାହିତ୍ୟ ସଂସଦର ଏକ ତମ୍ବା ଫଳକ ରହିଥିଲା। 2.ଉତ୍ତରପ୍ରଦେଶର କାନପୁର ଗ୍ରାମାଞ୍ଚଳର ମାଡୋଲି ସିଏଚ୍ସିରେ କରୋନା ଟିକା ଜାରି ସମୟରେ ଟିକା ଦେଉଥିବା ନର୍ସ ଜଣକ ଫୋନରେ କଥା ହେଉଥିବା ଏଏନଏମ କମଲେଶ ଦେବୀଙ୍କୁ ଗୋଟିଏ ବଦଳରେ ଦୁଇଥର କରୋନା ଟିକା ଲଗାଇଥିଲେ। 3.ଶ୍ରମିକମାନେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋଧ ଗାଁରେମହେନ୍ଦ୍ର ପଣ୍ଡାଙ୍କ ଘରେ ଏକ ପାଇଖାନା ଟାଙ୍କି ମାଟି ଖୋଳୁଥିବା ବେଳେ ଏକ ପୁରୁଣା ଢାଳ ପାଇଥିଲେ । ଉକ୍ତ ନୋଟା ମଧ୍ୟରୁ ବାହାରିଥିଲା ବ୍ରିଟିଶ୍ ଅମଳ ଅର୍ଥାତ ୧୮ଶହ ମସିହାର ଶହ ଶହ ରୂପା ମୁଦ୍ରା । 4.ଏପ୍ରିଲ ୪ ତାରିଖ ପରଠାରୁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ପ୍ରତି ରବିବାର ଦିନ ମନ୍ଦିର ପରିସରର ସମ୍ପୂର୍ଣ୍ଣ ପରିମଳ କରାଯିବ। 5.ଗଞ୍ଜାମ ଜିଲାପାଳ ଦଣ୍ଡନାଟ ନେଇ କଟକଣା ଜାରି କଲେ । ଦଣ୍ଡନାଟରେ କେବଳ ୨୫ଜଣ ଦଣ୍ଡୁଆଙ୍କୁ ଅନୁମତି ଦିଆଯାଇଛି। 6.ସ୍ବତନ୍ତ୍ର ରିଲିଫ୍ କମିଶନର ରାଜ୍ୟର ୧୦ ଜିଲାରେ ପୁଣିଥରେ ‘ନାଇଟ କର୍ଫ୍ୟୁ’ ଲାଗୁ କରିବାକୁ ନିର୍ଦେଶ ଜାରି କରିଛନ୍ତି। ଅପ୍ରିଲ ୫ରୁ ବରଗଡ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲାରେ ‘ନାଇଟ୍ କର୍ଫ୍ୟୁ’ ଲାଗୁ କରାଯିବ। 7.କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟରେ ୪୨୨ଟି ଇଥାନଲ୍ ପ୍ରକଳ୍ପ ସ୍ଥାପନକୁ ନୀତିଗତ ମଂଜୁରୀ ପ୍ରଦାନ କରିଛନ୍ତି। 8.ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଜଷ୍ଟିସ ସଞ୍ଜୁ ପଣ୍ଡା, ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। 9.ଆସନ୍ତା ୨୦୨୨ ମସିହା ସୁଦ୍ଧା ଭାରତର ସ୍ୱାସ୍ଥ୍ୟସେବା ଶିଳ୍ପ ୩୭୨ ମିଲିୟନ୍ ଡଲାର ଛୁଇଁବ। ଗତ ୫ ବର୍ଷ ମଧ୍ୟରେ ଦେଶରେ ସ୍ୱାସ୍ଥ୍ୟସେବା ଶିଳ୍ପ କ୍ଷେତ୍ରରେ ୨୨ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ନୀତି ଆୟୋଗ ତା’ର ସଦ୍ୟତମ ରିପୋର୍ଟରେ ସୂଚନା ଦେଇଛି। 10.ବ୍ରହ୍ମପୁର, ଏମକେସିଜି ମେଡିକାଲ କଲେଜ ଖେଳ ପଡ଼ିଆ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ୩.୪ କିଲୋ ଅଫିମ ଜବତ ହୋଇ ଥିବା ସହ ତାଙ୍କଠାରୁ ୪୦ ହଜାର ଟଙ୍କା ମଧ୍ୟ ଜବତ କରିଛି ଅବକାରୀ ବିଭାଗ। 11.କରୋନା ମହାମାରୀ ସମୟରେ ଉନ୍ନତ ପ୍ରଦର୍ଶନ କରି ଗଂଜାମ ଜିଲ୍ଲାର ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିର ଦୁଇଟି ବ୍ଲକ୍ ହିଞ୍ଜଳିକାଟୁ ଓ ଶେରଗଡ଼ ବ୍ଲକ ଏବଂ ୪ଟି ପଚାଂୟତ ବଡ଼ଖଣ୍ଡି, ରାମଚନ୍ଦ୍ରପୁର, ଆଡ଼ପଡା ଓ ବଡ଼ବୋରସିଙ୍ଗି ପଚାଂୟତକୁ ଜାତୀୟ ପଚାଂୟତ ପୁରସ୍କାରରେ ସମ୍ମାନିତ କରାଯାଇଛି। 12.ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଶନିବାର ଦିନ ଏକ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। 13.ବିପି କାନୁନଗୋ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବାର ସମସ୍ତ ଆଶା ହ୍ରାସ କରି 2 ଏପ୍ରିଲରେ କାର୍ଯ୍ୟକାଳ ଶେଷ ହେବା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି। 14.କୋଭିଡ୍ -19 ବୃଦ୍ଧି ମଧ୍ୟରେ ଯାତ୍ରୀବାହୀ ଯାତାୟାତକୁ ପରିଚାଳନା କରିବା ପାଇଁ ଭାରତୀୟ ରେଳବାଇ 11 ଏପ୍ରିଲରୁ 14 ଏପ୍ରିଲ ମଧ୍ୟରେ ହରିଦ୍ୱାର ରେଳ ଷ୍ଟେସନରେ କୋଉଣସି ଟ୍ରେନକୁ ଅଟକାଇବାକୁ ନଦେବାକୁ ନିଷ୍ପତ୍ତି ନେଇଛି। 15.ହିମାଚଳ ପ୍ରଦେଶର ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ 15 ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶନିବାର ଦିନ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି। 16. ଆଦାନୀ ଏଣ୍ଟରପ୍ରାଇଜେସ୍ ଶୁକ୍ରବାର ଦିନ କହିଛି ଯେ ଏହା ଜାତୀୟ ରାଜପଥ ପ୍ରାଧିକରଣ (NHAI) ରୁ ଓଡିଶାରେ 1,169.10 କୋଟି ଟଙ୍କା ରାଜପଥ ପ୍ରକଳ୍ପ ରହିଛି । 17.ତିନିଜଣ ବରିଷ୍ଠ ବିଜେପି ବିଧାୟକ - ଜନନାରାୟଣ ମିଶ୍ର, ମୋହନ ମାଝହି ଏବଂ ବିଷ୍ଣୁ ସେଠୀଙ୍କୁ ବାଚସ୍ପତିଙ୍କ ଜୋତା ଫିଙ୍ଗିଥିବା ଅଭିଯୋଗରେ ଚାଲିଥିବା ବିଧାନସଭା ଅଧିବେଶନରୁ ନିଲମ୍ବିତ କରାଯାଇଛି। 18.ଶନିବାର ନିର୍ବାଚନ ଆୟୋଗର ତଥ୍ୟରୁ ଜଣାପଡିଛି ଯେ ନନ୍ଦିଗ୍ରାମ ମତଦାନ ହାର 88.01 ପଞ୍ଜିକୃତ କରିଥିବାବେଳେ ବୁଥଗୁଡିକର ଏକ ଚତୁର୍ଥାଂଶରୁ ଅଧିକ ମତଦାନ 90 ରୁ ଅଧିକ ପଞ୍ଜିକୃତ ହୋଇଛି। 19.ଦେଶରେ ପରିଚାଳିତ COVID19 ଟିକା ର ମାତ୍ରା 3 ଏପ୍ରିଲ 21 ରେ 7.3 କୋଟି ମାର୍କ ଅତିକ୍ରମ କରିଛି | 20.ଓଡିଶା ଷୋଡଶ ବିଧାନସଭାର ଷଷ୍ଠ ତଥା ବଜେଟ ଅଧିବେଶନ ଶନିବାର ଦିନ ସମାପ୍ତ ହୋଇଛି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଏବଂ ଆଉ ୮ଟି ବିଲ୍ ପାରିତ ହୋଇଛି। |
969 | Y | |
3163 | 04-04-2021 | English |
|
697 | Y | |
3164 | 03-04-2021 | English |
|
740 | Y | |
3165 | 03-04-2021 | Odia |
|
640 | Y | |
3166 | 02-04-2021 | Odia |
|
641 | Y | |
3167 | 02-04-2021 | English |
|
691 | Y | |
3168 | 01-04-2021 | English |
|
737 | Y | |
3169 | 01-04-2021 | Odia |
|
632 | Y | |
3170 | 31-03-2021 | Odia | କରୋନାକୁ ରୋକିବାକୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ କରୋନା ଟିକା ଦିଆଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟରେ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଇବେ ରାଜ୍ୟ ସରକାର। ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ୯୦ ଗୋଟି ମେଗା ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ ସରକାର ହାତକୁ ନେଇଛନ୍ତି । ଓଡିଶାର ରାଜଧାନୀରେ ୧୯୪ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ବିଜେପିର ପୂର୍ବତନ ଉପାଅଧ୍ୟକ୍ଷ ଜିଏସ ବାୱା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ୫୮ ବର୍ଷୀୟ ଏହି ଭାଜପା ନେତା ଦିଲ୍ଲୀର ଫତେହ ନଗରରେ ରହୁଥିଲେ। ବିଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ମଙ୍ଗଳବାରଓଡିଶାର ବାରିପଦା ଲିଷ୍ଟରେ ରହିଥିବା ଜଣାପଡ଼ିଛି। ବାରିପଦାରେ ତାମମାତ୍ରା ୪୪.୬ ଥିଲା। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE)ର ତଥ୍ୟ ଅନୁଯାୟୀ, ଫେବୃଆରୀ ୨୦୨୧ରେ ବେକାରୀ ହାର ୬.୯ ପ୍ରତିଶତରେ ପହଞ୍ଚିଛି । ରେଲଓ୍ଵେ ରାତ୍ରି ସମୟରେ ଯାତ୍ରୀଙ୍କୁ ମୋବାଇଲ ଓ ଲ୍ୟାପଟପ୍ ଚାର୍ଜିଂ କରିବାକୁ ଆଉ ଅନୁମତି ଦେଇନପାରେ। କିଛି ଟ୍ରେନରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିବା ପରେ ରେଲଓ୍ଵେ ଏହି ପଦକ୍ଷେପ ନେବାକୁ ବିବଶ ହେବାକୁ ପଡିଛି। ହରିଦ୍ୱାରର ଏକ ଆଶ୍ରମରେ ଅବସ୍ଥାନ କରୁଥିବା ୩୨ ତୀର୍ଥଯାତ୍ରୀ ମଙ୍ଗଳବାର କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ରାଷ୍ଟ୍ରପତିଙ୍କର ବାଇପାସ୍ ସର୍ଜରୀ ସଫଳତାର ସହ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । କେନ୍ଦ୍ର ସରକାର କୋଭିଡ୍-୧୯ର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ(ଡିଏଲ), ପଞ୍ଜୀକରଣ ପ୍ରମାଣପତ୍ର(ଆରସି) ପରି କାଗଜପତ୍ରର ବୈଧତାକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ରାଜଧାନୀ ଗାନ୍ଧି ନଗରରେ ରଜତ ତୋଳା କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ତାଙ୍କୁ ତରାଜୁରେ ରୂପା ସହ ଓଜନ କରାଯାଇଥିଲା। ପରେ ମୋଟ ରୂପା ଓଜନ ୮୫ କେଜି ଥିବା ଜଣାପଡିଛି। ଏହି ରୂପାକୁ ସେ ରାଜ୍ୟର ପଶୁଧନ କଲ୍ୟାଣ ଲାଗି ସମର୍ପିତ କରିଛନ୍ତି। କର୍ଣ୍ଣାଟକରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଓ ରାଲି ଉପରେ କଟକଣା ଜାରି କରାଯାଇଛି। ଗତ ବର୍ଷ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତ ଇଞ୍ଚେ ବି ଜମି ହରାଇନାହିଁ ବୋଲି ସେନାମୁଖ୍ୟ ଜେନେରାଲ ଏମଏମ ନାରାଓ୍ବାଣେ କହିଛନ୍ତି । ଏପ୍ରିଲ ପହିଲାରୁ ଅଚଳ ହେବ ସ୍ବୟଂଚାଳିତ ବିଲ୍ ପୈଠ ବ୍ୟବସ୍ଥା, ଆକାଉଣ୍ଟରୁ ଟଙ୍କା କାଟିବା ପୂର୍ବରୁ ମେସେଜ ପଠାଇ ଅନୁମତି ମାଗିବ ବ୍ୟାଙ୍କ ପରୀକ୍ଷାଗାରରୁ ଲିକ୍ ହୋଇ ବ୍ୟାପିବା ନୁହେଁ, ବାଦୁଡ଼ି କିଂବା ଅନ୍ୟ ପ୍ରାଣୀଙ୍କ ମାଧ୍ୟମରେ କରୋନାଭାଇରସ୍ ମାନବ ଶରୀରରେ ପ୍ରବେଶ କରିଥିବାର ମନେହୁଏ ବୋଲି ‘କୋଭିଡ୍-୧୯’ର ଉତ୍ପତ୍ତି ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଚୀନ୍ କରିଥିବା ମିଳିତ ଅଧ୍ୟୟନରୁ ଜଣାପଡ଼ିଛି। ତାମିଲନାଡୁରେ ଆୟକର ବିଭାଗର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି), ବିଧାୟକ ଆର. ଚନ୍ଦ୍ରଶେଖରଙ୍କ ଡ୍ରାଇଭର ଆଲାଗାରାସାମୀଙ୍କ ଘରେ ଚଢ଼ାଉ କରି ୧ କୋଟି ଟଙ୍କା ଜବତ କରିଛି । ମିଆଁମାରରେ ସେନା ବିରୋଧରେ ଚାଲିଥିବା ବିରୋଧକୁ ନଜରରେ ରଖି ଆମେରିକା ପକ୍ଷରୁ ବଡ ଘୋଷଣା କରାଯାଇଛି | ଆମେରିକା ସୋମବାର ମିଆଁମାର ସହିତ ବାଣିଜ୍ୟ ଚୁକ୍ତି ସ୍ଥଗିତ ରଖିଛି। ମହାରାଷ୍ଟ୍ର ସରକାର ରାଜ୍ୟର ଜଙ୍ଗଲ ଅଫିସର ଦୀପାଳି ଚୌହାନଙ୍କ ଆତ୍ମହତ୍ୟା ଘଟଣାରେ ମେଲଘାଟ ସଂରକ୍ଷିତ ଜଙ୍ଗଲ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀଙ୍କୁ ନିଲମ୍ବନ କରିଛନ୍ତି। ଭାରତରେ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହର ପ୍ରଭାବ ମେ ମାସ ଶେଷପର୍ଯ୍ୟନ୍ତ ଲାଗି ରହିପାରେ। ଏହି ସମୟ ମଧ୍ୟରେ ଦେଶରେ ପ୍ରାୟ ୨୫ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି। କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବା କର – ଜିଏସଟି କ୍ଷତିପୂରଣ ବାବଦକୁ ୩୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତ ୨୭ ମାର୍ଚ୍ଚରେ ଏହି କ୍ଷତିପୂରଣ ବାବଦକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅର୍ଥ ଦିଆଯାଇଥିବା ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି। |
622 | Y |