1. ପୂର୍ବ ତିନୋଟି ଷ୍ଟ୍ରେନ୍ ମିଳିତ ହୋଇ ଏକ ନୂତନ ଷ୍ଟ୍ରେନ୍ ବା ଟ୍ରିପଲ ମ୍ୟୁଟେସନ ସୃଷ୍ଟି ହୋଇଛି । ଯାହା ଡବଲ ମ୍ୟୁଟାଣ୍ଟ ତୁଳନାରେ ବହୁ ଅଧିକ କ୍ଷତିକାରକ।
2. ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର ରିଲିଜ୍ ହୋଇଛି ।
3. ବାହାରକୁ ବାହାରିବା ସମୟରେ କେଉଁ ମାସ୍କ ପିନ୍ଧିବେ ସେ ନେଇ ବିଶ୍ବସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମେଡିକାଲ ମାସ୍କ, ଫେବ୍ରିକ ମାସ୍କ, ଡବଲ ମାସ୍କ ପିନ୍ଧିବାକୁ ‘ହୁ’ ପରାମର୍ଶ ଦେଇଛି।
4. ପିପିଲି ଉପନିର୍ବାଚନ ତାରିଖ ମେ ୧୬ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ମେ ୧୯ରେ ଭୋଟ ଗଣତି ହେବ।ମେ ୧୩ରେ ଇଦ୍-ଉଲ୍-ଫିତର ପଡୁଥିବାରୁ ନିର୍ବାଚନ ତାରିଖ ଘୁଞ୍ଚିଥିବା ସୂଚନା ମିଳିଛି ।
5. ବୈଜ୍ଞାନିକଙ୍କ ଅନୁସାରେ, ପଶ୍ଚିମବଙ୍ଗରେ B.1.618 ଦ୍ରୁତଗତିରେ ବ୍ୟାପୁଛି । ପଶ୍ଚିମବଙ୍ଗରେ ଏହି ଭୂତାଣରୁ ସିକ୍ୱେନ୍ସ ମିଳିଛି । B.1.618 ଭ୍ୟାରିଏଣ୍ଟ ସହ ମେଳ ଖାଉଥିବା ଭାଇରସ୍ ଆମେରିକା, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର ଓ ଫିନଲ୍ୟାଣ୍ଡରେ ମିଳିଛି । ଦୁନିଆରେ ଏହି ଭାରିଏଣ୍ଟରେ ସଂକ୍ରମିତଙ୍କ ମଧ୍ୟରୁ ଭାରତରେ ୬୨.୫ ପ୍ରତିଶତ ଲୋକ ଅଛନ୍ତି ।
6. ମେ ପହିଲାରୁ ଟିକା ନେବା ପାଇଁ ଯୋଗ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସମସ୍ତ ହିତାଧିକାରୀ ଶନିବାରଠାରୁ ‘କୋଓ୍ଵିନ୍ ପ୍ଲାଟ୍ଫର୍ମ’ରେ ନାମ ପଞ୍ଜିକରଣ କରିପାରିବେ ବୋଲି ଗୁରୁବାର ଦିନ ‘ନ୍ୟାସ୍ନାଲ୍ ହେଲ୍ଥ୍ ଅଥରିଟି’ର (ଏନ୍ଏଚ୍ଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍. ଏସ୍. ଶର୍ମା କହିଛନ୍ତି।
7. ଦେଶବ୍ୟାପୀ କୋଭିଡ୍-୧୯ ପ୍ରସ୍ତୁତି ସଂକ୍ରାନ୍ତରେ କେତେକ ହାଇକୋର୍ଟରେ ଚାଲିଥିବା ଶୁଣାଣି ବିଷୟରେ ସୁପ୍ରିମ୍ କୋର୍ଟ ଗୁରୁବାର ଦିନ ‘ସୁଓ ମୋଟୋ’ ଜନସ୍ୱାର୍ଥ ମାମଲା ଉପସ୍ଥାପନ କରି ଅକ୍ସିଜେନ୍ ଏବଂ ଔଷଧ ଭଳି କୋଭିଡ୍ ଚିକିତ୍ସା ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ସବୁର ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଇଛନ୍ତି।
8. କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହେବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଡକ୍ଟର ଏ. କେ. ଓ୍ଵାଲିଆଙ୍କର ୭୨ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି।ଦିଲ୍ଲୀର ଆପୋଲୋ ହସ୍ପିଟାଲ୍ରେ କଂଗ୍ରେସ ନେତା ଓ୍ଵାଲିଆ ଚିକିତ୍ସାଧୀନ ଥିଲେ।.
9. ‘ସିପିଆଇ(ଏମ୍)’ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଜ୍ୟେଷ୍ଠପୁତ୍ର ଆଶିଷ ୟେଚୁରୀ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇ ଗୁରୁବାର ସକାଳେ ମୃତ୍ୟୁବରଣ କରିଛନ୍ତି।ଟୁଇଟ୍ କରି ସୀତାରାମ ୟେଚୁରୀ ଏହି ଦୁଃସମ୍ବାଦ ଜଣାଇଛନ୍ତି।
10. ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ଅମ୍ଲଜାନ ଯୋଗାଣରେ ଦିଲ୍ଲୀକୁ ସହଯୋଗ କରିବ। କୋଭିଡ ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ସହାୟତା ମଧ୍ୟ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ସହାୟତା ଏବଂ ସହଯୋଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
11. ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ସେମାନେ ୧୪ ଦିନ କ୍ବାରେଣ୍ଟାଇନରେ ରହିବେ। ଯିଏ ଚାହିଁବ ପେଡ୍ କ୍ବାରେଣ୍ଟାଇନରେ ମଧ୍ଯ ରହିପାରିବେ। ୪୮ ଘଣ୍ଟା ପୂର୍ବରୁ ନେଗେଟିଭ ରିପୋର୍ଟ ଥିଲେ ଘରୋଇ ସଙ୍ଗରୋଧରେ ରହିପାରିବେ। ୨ ଡୋଜ୍ ଟିକା ନେଇଥିଲେ ବି ଗୃହ ସଙ୍ଗରୋଧରେ ରହିପାରିବେ।
12. ଏଣିକି କୌଣସି ଘରୋଇ ହସ୍ପିଟାଲ କୋଭିଡ ରାଗୀଙ୍କୁ ଫେରାଇ ପାରିବେ ନାହିଁ। ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ରହିବ। ଆବଶ୍ଯକ ପଡ଼ିଲେ ସବୁ ବେଡ କରୋନା ରୋଗୀଙ୍କ ପାଇଁ ବ୍ଯବହାର କରାଯିବ।
13. ଗୁରୁବାର ରାତିରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ତାଙ୍କ ସରକାର 18 ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ COVID-19 ଟିକା ପ୍ରଦାନ କରିବେ।
14. ରାଜନୈତିକ ଦଳଗୁଡିକ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କୋଭିଡ -19 ପ୍ରୋଟୋକଲ୍ର କଡା ଉଲ୍ଲଂଘନ ହେବା ପରେ ଗୁରୁବାର ଦିନ ନିର୍ବାଚନ ଆୟୋଗ ବଙ୍ଗଳାର ସମସ୍ତ ରୋଡ୍ ସୋ, ଶୋଭାଯାତ୍ରା ଏବଂ ବାଇକ୍ ରାଲି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଏହାର ଆଦେଶରେ ମତଦାନ ପ୍ୟାନେଲ କହିଛି ଯେ 500 ଜଣଙ୍କ ସୀମା ବାହାରେ କୌଣସି ସାଧାରଣ ସଭା ଅନୁମୋଦିତ ହେବ ନାହିଁ।
15. ରାଜଧାନୀ ଭୁବନେଶ୍ୱର ଚାରିପଟେ ନିର୍ମାଣ ହେବାକୁ ଥିବା ରିଙ୍ଗ୍ରୋଡ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ୬ ଲେନ୍ ବିଶିଷ୍ଟ ହେବାକୁ ଥିବା ଏହି ରିଙ୍ଗ୍ ରୋଡ୍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା, ଭୁବନେଶ୍ୱର , ଆଠଗଡ଼ , କଟକ , ଚୌଦ୍ୱାର ଦେଇ ଯିବ ଏହି ରିଙ୍ଗ୍ ରୋଡ୍ । ଜମି ଅଧି ଗ୍ରହଣ ପାଇଁ ରାଜ୍ୟ ସରକାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।