# |
Date |
Type |
Current Affairs |
No. Of Views |
Status |
Action |
2831 |
28-08-2021 |
Odia |
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଆସନ୍ତା ଅଗଷ୍ଟ ୩୦ରେ ପ୍ରଦାନ କରାଯିବ । ଏହି ସମ୍ମାନ ୨୦୧୯ ମସିିହା ପାଇଁ ଘୋଷଣା କରାଯାଇଛି । ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଅନନ୍ତ ମହାପାତ୍ର ଏବଂ ୨୦୨୦ ପାଇଁ ଓଡ଼ିଶୀ ନୃତ୍ୟ ଶିଳ୍ପୀ କୁମକୁମ ମହାନ୍ତି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ପାଇବେ । ସେହିପରି ଏକାଡେମୀ ପୁରସ୍କାର ପାଇଁ ୨୦୧୯ ଓ ୨୦୨୦ର ୧୬ ଜଣ ଲେଖାଏଁ କଳାକାର ମନୋନୀତ ହୋଇଛନ୍ତି ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ଯାରେ ବସିଥିବା କ୍ୟାବିନେଟ ବୈଠକରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ଇଲେକ୍ଟ୍ରିକ ଭେକ୍ୱିଲ ପଲିସି ବା ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧କୁ ମଞ୍ଜୁରୀ ମିଳିଛି ।
- ଓଡ଼ିଶା ସୋସିଆଲ୍ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଓଡ଼ିଶା ବାଲି ନୀତି-୨୦୨୧କୁ ମଧ୍ଯ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
- ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍ ମୋହର ବାଜିଛି । ଏଥିରେ ପ୍ରିନସିପାଲଙ୍କୁ ଡିଡିଓ କ୍ଷମତା ଦିଆଯାଇଛି ।ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନକୁ ମଞ୍ଜୁର କରିପାରିବେ ।
- ଓଡ଼ିଶା ସୋସିଆଲ୍ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
- ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଘୂର୍ଣ୍ଣିବଳୟ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବର୍ଷାର ତୀବ୍ରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ବିଭିନ୍ନ କାରଣ ପାଇଁ ସାରା ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
- ୫ଦିନ ଭିତରେ ୬୦୦ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍ କରିବା ଲାଗି ପରିବହନ ବିଭାଗକୁ କୁହାଯାଇଛି। ଏଥିରେ ବିନା ହେଲମେଟ୍ଧାରୀଙ୍କ ସଂଖ୍ୟା ଅଧିକ ରହିଛନ୍ତି। କେବଳ ୫୩୩ ଜଣ ବିନା ହେଲମେଟ୍ଧାରୀଙ୍କ ଲାଇସେନ୍ସ ବାତିଲ୍ କରିବା ଲାଗି କୁହାଯାଇଛି। ସେଭଳି ଚଳିତବର୍ଷ ୧୧ହଜାର ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ଲାଗି ଟ୍ରାଫିକ ପୁଲିସ ପରିବହନ ବିଭାଗକୁ ସୁପାରିସ କରିଛି। ଏହି ଆଧାରରେ ପରିବହନ ବିଭାଗ ଗାଡ଼ି ଚାଳକଙ୍କ ଲାଇସେନ୍ସକୁ ବାତିଲ କରୁଛି।
- ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ । କଟକ ବଡ ମେଡିକାଲରେ ସବୁଦାୟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ଯାହା ରାଜ୍ୟର ରୋଗୀମାନଙ୍କୁ ମାଗଣାରେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ଯୋଗାଇବ।
- ଭୁବନେଶ୍ୱରର ୪ଟି ବସ୍ତିରେ ଏବେ ୨୨୦ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଏବଂ ଡିଜିଟାଲ ପଢ଼଼ାର ସୁବିଧା ପହଞ୍ଚିପାରିଛି। ପିଲାମାନଙ୍କୁ ସୃଜନାତ୍ମକ ଢଙ୍ଗରେ ପାଠ ପଢ଼଼ାଇବା ପାଇଁ ସାଧାରଣ ପିଲାଙ୍କ ଭଳି ହାତରେ ମୋବାଲଲ୍ ଏବଂ କାନରେ ଇୟର୍ ଫୋନ୍ ଲଗାଇ ୟୁଟ୍ୟୁବ୍ରୁ ପାଠ ପଢ଼ୁଛନ୍ତି। ଏଥିପାଇଁ ସେମାନଙ୍କୁ ସାଂସଦ ଡ. ଅମର ପଟ୍ଟନାୟକ ୫୦ଟି ମୋବାଇଲ୍ ପ୍ରଦାନ କରିଥିଲେ। ଲକ୍ଡାଉନ୍ ସମୟରେ କ୍ଲାସ୍ରୁମ୍ର ଶିକ୍ଷାକୁ ଅନ୍ଲାଇନ୍ ଶିକ୍ଷା ମାଧ୍ୟମରେ ଯୋଗାଇବା ପାଇଁ ଏହା ସାଂସଦ ଶ୍ରୀ ପଟ୍ଟନାୟକଙ୍କର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।
- ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିଛନ୍ତି । ଅସହାୟଙ୍କ ସାହାଯ୍ୟ ପାଇଁ ଆମ ସୈନିକଙ୍କ ବଳିଦାନ ବ୍ୟର୍ଥ ହେବନି । ଅତିରିକ୍ତ ସେନା ସହ ଆଗକୁ ଉଦ୍ଧାର କାର୍ଯ୍ୟ ଜାରୀ ରହିବ ବୋଲି ସେ କହିଛନ୍ତି ।
- ଆଫଗାନିସ୍ତାନରେ ଥିବା ବିଶ୍ବର ସମସ୍ତ ଦୂତାବାସ ଖାଲି ହୋଇଯାଇଥିବାବେଳେ ଓ ୬୦ରୁ ଅଧିକ ରାଷ୍ଟ୍ର ସମେତ ଆର୍ଥିକ ସଂଗଠନଗୁଡ଼ିକ ସହାୟତା ବନ୍ଦ କରିଦେବା ପରେ ଏହି ମୌଳବାଦୀ ସଂଗଠନ ବିବ୍ରତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି।
- ଟୋକିଓ ପାରାଲିମ୍ପିକ୍ସର ମହିଳା ଟେବୁଲ ଟେନିସ ଖେଳାଳି ଭାବିନାବେନ ପଟେଲ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ସୋନାଲବେନ୍ ପଟେଲ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ଗ୍ରୁପ-ଏ ର ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଭାରତୀୟ ପାରା ଟେବୁଲଟେନିସ ଖେଳାଳି ଭାବିନାବେନ୍ ୩-୧ ଗେମରେ ଗ୍ରେଟ୍ ବ୍ରିଟେନର ସାକେଲଟନ ମିଗାନଙ୍କୁ ପରାସ୍ତ କରିଛନ୍ତି।
- ୟୁପି ସରକାର ୨୦୩୨ ଅଲିମ୍ପିକ୍ ପର୍ଯ୍ୟନ୍ତ କୁସ୍ତି ପାଇଁ ପ୍ରୋତ୍ସାହନ ଯୋଗାଇଦେବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
- ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ।
- ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ ସମୟରେ ଯୋବ୍ରା ବ୍ୟାରେଜ ଛକଠାରୁ ଏସସିବି ମେଡିକାଲ ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ଅନୁଧ୍ୟାନ କରିଥିଲେ। ଏହାସହ ତାଳଦଣ୍ଡା କେନାଲ କଡରେ ହେଉଥିବା ସୌନ୍ଦର୍ଯ୍ୟକରଣ କାମକୁ ମଧ୍ୟ ଦେଖିଥିଲେ। ଯୋବ୍ରା ବ୍ୟାରେଜ ଛକ ନିକଟରେ ଆଇ ଲଭ୍ କଟକ ସେଲଫି ପଏଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ଉଠାଇଥିଲେ।
- ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ଟିକା । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ୍ ନେବାର ତାରିଖ ଅତିକ୍ରମ କରିସାରିଛି । ସମୟସୀମା ଅତିକ୍ରମ ପରେ ବି ଟିକା ନେଲେ ଶରୀରରେ କାମ କରିବ । ବର୍ତ୍ତମାନ ଟିକାର ଅଭାବ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ସଠିକ୍ ସମୟରେ ଟିକା ନିଅନ୍ତୁ ।
- ଚଳିତ ଥର ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ୧୦ଟା ୩୦ରୁ ୧ଟା ୩୦ ଏବଂ ୪ଟାରୁ ୬ଟା ବିଧାନସଭା ଅଧିବେଶନ ବସିବ । ବିରୋଧୀ ଦଳ ନେତା ଚାହିଁଲେ ହସ୍ପିଟାଲରୁ ଭାଗ ନେଇପାରିବେ ।
- ଓଡ଼ିଶାରେ ଜନ୍ମିତ ସ୍ନାୟୁ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ମିଶ୍ର । ସେ ସ୍ନାୟୁ ସର୍ଜରୀ କ୍ଷେତ୍ରରେ ଆନ୍ତର୍ଜାତିକ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପାଇବାକୁ ମନୋନିତ ହୋଇଛନ୍ତି । ଏ ନେଇ ଆମେରିକାନ ଆସୋସିଏସନ୍ ଅଫ୍ ନ୍ୟୁରୋଲୋଜିକାଲ୍ ବା AANS ପକ୍ଷରୁ ସୂଚନା ଦିଆଯାଇଛି । ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।
- ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଭାରତ ଏବଂ ପାକିସ୍ତାନ ସେମାନଙ୍କ ଜଟିଳ ସମସ୍ୟା ସବୁ ସମାଧାନ ପାଇଁ ଏକାଠି ବସି କଥାବାର୍ତ୍ତା ହେବା ଉଚିତ।
- ଦେଶରେ ଶୁକ୍ରବାର ଦିନ ରେକର୍ଡ ସଂଖ୍ୟକ କରୋନା ଟିକା ଦିଆଯାଇଛି । ରାତି ୮ଟା ସୁଦ୍ଧା ଦେଶରେ ରେକର୍ଡ ୯୬ ଲକ୍ଷ ୪୩ ହଜାର ମାତ୍ରା (ଡୋଜ୍) ଟିକା ଦିଆଯାଇଛି । ଶୁକ୍ରବାର ଦିନ ରାତି ସୁଦ୍ଧା ଏହି ସଂଖ୍ୟା ୧ କୋଟି ଟପିଯିବାର ସମ୍ଭାବନା ରହିଛି
|
574 |
Y |
|
2832 |
28-08-2021 |
English |
- Anant Mohapatra (Acting & Direction) and Kumkum Mohanty (Odissi Dance) to receive the Akademi's highest honour- Kabisamrat Upendra Bhanja Award for 2019 and 2020, respectively.
- Bihar police on Thursday got 1,605 sub-inspectors, including 596 women sub-inspectors, after they passed out of the police training academy at Rajgir in the presence of chief minister Nitish Kumar. This is the largest ever induction of officers in the state.
- A proposal to rename the Miyanganj village panchayat in Unnao district of Uttar Pradesh as Mayaganj has been sent to the state government following a resolution passed by the rural body.
- Days after the Supreme Court directed that political parties have to publish information regarding criminal antecedents of candidates on the homepage of their websites, the Election Commission has written to heads of recognised political parties saying that it has created a fund in which fines for contempt of court can be deposited for failing to comply with the apex court's directions.
- President Ram Nath Kovind on Thursday issued warrants appointing nine new judges to the Supreme Court, a day after the Prime Minister’s Office cleared the collegium’s recommendations.
- Each of the servitors of Puri Shree Jagannath temple will be given 600sqft of homestead land in the holy town and monetary assistance of Rs 2 lakh to construct their houses on the assigned plots.
- A delegation of Trinamul MPs met the top brass of the Election Commission of India in New Delhi on Thursday, urging it again to hold pending bypolls to seven Bengal’s Assembly seats now when the Covid-19 situation in the state is under control.
- The additional chief judicial magistrate’s court in Ranaghat has issued an arrest warrant against Mukul Roy for failing to appear before it personally as it had directed in connection with the murder of Trinamul MLA Satyajit Biswas in 2019.
- Five judges were appointed at Calcutta High Court on Thursday, raising the total number to 35 against the sanctioned strength of 72. Even after the appointment of the five, the posts of 37 judges will remain vacant at the court.
- Five airports in Jharkhand, including the Birsa Munda Airport in Ranchi, will soon be powered by solar energy, officials of Jharkhand Renewable Energy Development Agency (JREDA) said on Thursday, adding that the tender for this project has already been floated.
- Facebook has approached academics and policy experts about forming a commission to advise it on global election-related matters, said five people with knowledge of the discussions, a move that would allow the social network to shift some of its political decision-making to an advisory body.
- The decision to coat the Singhadwar of the 11th century shrine of Lord Lingaraj Temple with silver was announced by the Commissioner of Bhubaneswar Municipal Corporation (BMC) Sanjay Singh on Friday. Singh, along with officials from the Archaeological Survey of India (ASI) visited the temple to conduct a ground survey for the face lift of the shrine’s main entrance gate earlier in the day.
- Nine ECMO machines have been installed at SCB and it is the largest unit in eastern India. Critically ill patients no longer need to depend on other states to seek such advance treatment. The State government will bear the cost of the entire treatment.
- The CBSE wants to create career counsellor/ teacher dashboard and train them through a digital training session of 1 hour and 30 minutes duration.
- The JEE Advanced exam will be held in two shifts- first shift from 9:00 am to 12:00 noon (Paper-1) and second shift from 14:30 pm to 17:30 pm (Paper-2).
- The Delhi government will soon come out with "the most progressive" film policy in the country that will provide a massive boost to the entertainment industry, Chief Minister Arvind Kejriwal said on Wednesday.
- The Shiv Sena and BJP are linked by the "bond of Hindutva" but newcomers like Narayan Rane spoiled the relations between the two parties, Sena leader Sanjay Raut said here on Friday.
- Mumbai, which has been battling freak weather conditions and erratic rains over the last few years, launched an ambitious plan to tackle the impact of climate change.
- The Taliban have asked the United States to maintain a diplomatic presence in Kabul after the American pullout but Washington has yet to decide on its plans, US officials said Friday.
- About 12,500 people were evacuated from Afghanistan on Thursday, raising the total number of evacuees amid the Taliban takeover of Kabul to roughly 105,000 since August 14, the White House said on Friday.
|
608 |
Y |
|
2833 |
27-08-2021 |
Odia |
- ତାଲିବାନ ଆଗରୁ ସର୍ବକ୍ଷମା ଘୋଷଣା କରିଥିଲା କିନ୍ତୁ ଗୁରୁବାର ଦିନ ଅଚାନକ ତାଲିବାନ ପୂର୍ବତନ ରାଷ୍ଟ୍ରପତି କର୍ଜାଇଙ୍କ ସମେତ ଆଫଗାନିସ୍ତାନର ଜଣାଶୁଣା ୱାରଲର୍ଡ୍ ତଥା ଜାତୀୟ ବୁଝାମଣା ପରିଷଦର ଅଧ୍ୟକ୍ଷ ଅବଦୁଲ ଅବଦୁଲାଙ୍କୁ ଗୃହବନ୍ଦୀ କରିଛି ।
- କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଏଥିରେ ଅତି କମରେ ୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଆମେରିକାର ସୈନିକ ଏବଂ ଡାକ୍ତରୀ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ବିସ୍ଫୋରଣ ପାଇଁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍ ନିଜକୁ ଦାୟୀ କରିଛି।
- ୩୦ ପ୍ରତିଶତ ପାଠ୍ୟକ୍ରମ କମିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ। ଏକାଦଶରେ ୩ଟି ଇଣ୍ଟରନାଲ୍ ପରୀକ୍ଷା ହେବ ଏବଂ ଗୋଟିଏ ବାର୍ଷିକ ପରୀକ୍ଷା ହେବ।
- ତୃତୀୟ ଲହରରେ ଓଡ଼ିଶା ଉପରେ ଅଧିକ ପ୍ରଭାବନ ପଡିବ ନାହିଁ । କାନପୁର ଆଇଆଇଟି ଓଡ଼ିଶା ପାଇଁ ଆଶ୍ବସ୍ତିକର ରିପୋର୍ଟ ଦେଇଛି । ଯଦି ଭୂତାଣୁ ରୂପ ବଦଳାଏ ତେବେ ତୃତୀୟ ଲହରର ଅଧିକ ପ୍ରଭାବଶାଳୀ ହେବ । ବିଶେଷଜ୍ଞଙ୍କ କହିବା ମୁତବାକ ସେପ୍ଟେମ୍ବର ଓ ଅକ୍ଟୋବର ତୃତୀୟ ଲହର ଆସିବ । ଦେଶରେ ଦୈନିକ ୪ରୁ ୫ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେବେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ତେଣୁ ଏପରି ସ୍ଥିତିରେ ଆଗୁଆ ମୁକାବିଲା ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
- ଭାରତର ଜାତୀୟ ରାଜଧାନୀ ଦିଲ୍ଲୀ ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ବର ଏକ ନମ୍ବର ନଗରୀ ହିସାବରେ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଛି। ବିଶ୍ବର ୧୫୦ଟି ନଗରୀ ଉପରେ ବିଶ୍ଳେଷଣ କରାଯିବା ପରେ ଜଣାପଡ଼ିଛି
- ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ୬ ଶହ ବର୍ଗଫୁଟ୍ ଲେଖାଏଁ ଜମି ଓ ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ଦିଆଯିବ।
- ପୂର୍ବତନ ସିବିଆଇ ନିର୍ଦ୍ଦେଶକ ତଥା ୧୯୬୮ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ଉମାଶଙ୍କର ମିଶ୍ରଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି।
- କେନ୍ଦ୍ରର ଅନୁମୋଦନ ପରେ ୯ଜଣ ଜଜଙ୍କୁ ସୁପ୍ରିମକୋର୍ଟ ଜଜ୍ ଭାବେ ମିଳିବ ପଦୋନ୍ନତି । ସୁପ୍ରିମ୍କୋର୍ଟରେ ବିଚାରପତି ନିଯୁକ୍ତି ଲାଗି ସୁପ୍ରିମ୍କୋର୍ଟ କଲେଜିୟମ୍ ୯ ଜଣ ବିଚାରପତିଙ୍କ ନାମ ସୁପାରିସ କରିଥିଲା। ୯ ଜଣଙ୍କ ମଧ୍ୟରେ ରହିଛନ୍ତି ୩ ମହିଳା ବିଚାରପତି। କେନ୍ଦ୍ର ସରକାର ଏହି ୯ ଜଣଙ୍କ ନାମକୁ ଅନୁମୋଦନ ଦେଇଥିବା ଜଣାପଡ଼ିଛି। ଏହି ୯ ଜଣଙ୍କ ନିଯୁକ୍ତି ପରେ ଆଉ ମାତ୍ର ଗୋଟିଏ ବିଚାରପତି ପଦ ଖାଲି ରହିବ।
- ପ୍ରଥମ ଭାରତୀୟ ଭାବେ ଓଡ଼ିଶା ଜନ୍ମିତ ସ୍ନାୟୁ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ମିଶ୍ର ପାଇବେ ସମ୍ମାନଜନକ AANS ପୁରସ୍କାର, ଆମେରିକା ସୋସାଇଟି ପକ୍ଷରୁ ଘୋଷଣା ।
- ଦେଶରେ ଆରମ୍ଭ ହେଲା ଅସଂଗଠିତ ଶ୍ରମିକମାନଙ୍କ ପଞ୍ଜୀକରଣ, ଇ-ଶ୍ରମ ପୋର୍ଟାଲ ଉନ୍ମୋଚନ କଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।
- ବ୍ୟାଙ୍କ କର୍ମଚାରଙ୍କୁ ସୀତାରମଣଙ୍କ ଉପହାର; ୩୦ ପ୍ରତିଶତ ବଢିଲା ପେନସନ ରାଶି ।
- କେବିସି ସିଜିନ-୧୩: ପ୍ରଥମ କରୋଡପତି ହେଲେ ଦୃଷ୍ଟିହୀନ ହିମାନୀ ବୁନ୍ଦେଲା ।
- ବନ୍ଦ ହେଲା Yahoo ର ନ୍ୟୁଜ ୱେବସାଇଟ୍, ବିଦେଶୀ କମ୍ପାନୀଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ବାଧ୍ୟ ହୋଇ ଏଭଳି ନେଲେ ନିଷ୍ପତ୍ତି ।
- ଆଉ କେବଳ ୭୧ ଦିନ, ବିଧାୟକ ନହେଲେ ଚାଲିଯିବ ମମତାଙ୍କ ମୁଖ୍ୟମନ୍ତ୍ରୀ ପଦ, ପୁଣି ଥରେ ଇସିଙ୍କ ଦ୍ଵାରସ୍ଥ ହେଲା ଟିଏମସି ।
- ପଞ୍ଜାବରେ ବଢୁଛି ଆପର ଲୋକପ୍ରିୟତା, ଦଳରେ ଯୋଗଦେଲେ ପଞ୍ଜାବର ପୂର୍ବତନ ଶିକ୍ଷାମନ୍ତ୍ରୀ ଜାଥେଦାର ସେବା ସିଂ ସେଖୱାନ ।
- ୫ କୋଟି ଦାମ୍ର ଘଣ୍ଟା ପିନ୍ଧି ନଜର ଆସିଲେ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ସମ୍ପୂର୍ଣ୍ଣ ପ୍ଲାଟିନମରେ ନିର୍ମିତ ଏହା ହେଉଛି ଏକ ବିରଳ ଘଣ୍ଟା । ଯାହାର ନାମ ପାଟେକ ଫିଲିପେ ନାଟିଲସ୍ ପ୍ଲାଟିନମ୍ ୫୭୧୧ ।
- ଗୁରୁବାର ଇଂଲଣ୍ଡ ପୂର୍ବଦିନର ସ୍କୋର୍ ୧୨୦/୦ରୁ ଖେଳିଥିବା ବେଳେ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଦେଜା ପ୍ରଥମରୁ ଦୁଇଟି ୱିକେଟ୍ ଦେବାରୁ ଭାରତ ପ୍ରତ୍ୟାବର୍ତନର ସୁଯୋଗ ପାଇଥିଲା। ରୋରି ବର୍ଣ୍ଣସ (୬୧)ଙ୍କୁ ଜନ୍ମଦିନରେ ଶତକ ହାସଲ କରିବାରୁ ସୁଯୋଗ ନ ଦେଇ ବୋଲ୍ଠଡ କରି ଦେଇଥିଲେ ସାମି। ଦୃଢ଼ ଭାବେ ଖେଳୁଥିବା ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହସିବ୍ ହମିଦ୍ (୬୮)ଙ୍କୁ ଜାଦେଜା ପ୍ଲେଡ୍ ଅନ୍ ବୋଲ୍ଡ କରି ଦେଇଥିଲେ।
- “କୋଭିସିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ନେଇ ଆଲୋଚନା ହେଉଛି। । ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ ଇନ୍ ଇଣ୍ଡିଆ (NTAGI)ରେ ମଧ୍ୟ ଏନେଇ ଆଲୋଚନା ହୋଇନାହିଁ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ NTAGI ରେ ମଧ୍ୟ ଏହା ଉପରେ ଆଲୋଚନା କରାଯିବ।
- ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଏବେ ହକିର କ୍ରେଜ୍ କାହିଁରେ କଣ। ଓଡ଼ିଶା ହକି ପାଇଁ ଏକ ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା କୋଚ୍ ନିଯୁକ୍ତି କରିବାକୁ ରାଜ୍ୟସରକାର ଚିନ୍ତା କରୁଛନ୍ତି। ମହାନ ହକି କିମ୍ବଦନ୍ତୀ ଜୁଡେ ଫେଲିକ୍ସ ଓଡ଼ିଶା ହକିର ମଙ୍ଗ ଧରିପାରନ୍ତି।
- ବିଶ୍ବର ଏକ ନମ୍ବର ପାରାବ୍ୟାଡମିଣ୍ଟନ୍ ତାରକା ତଥା ଟୋକିଓ ପାରାଲିମ୍ପିକ୍ସର ଅନ୍ୟତମ ପଦକ ଦାବିଦାର ପ୍ରମୋଦ ଭଗତ ଏବଂ ତାଙ୍କ ପୁରୁଷ ଯୁଗଳ ସାଥୀ ମନୋଜ ସରକାର ଏକକ ବର୍ଗର ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି।
|
535 |
Y |
|
2834 |
27-08-2021 |
English |
- Nine new judges, including three women, whose appointments to the Supreme Court have been cleared by the Centre, are likely to be sworn-in on August 31 by Chief Justice of India (CJI) N V Ramana.
- Former Director of Central Bureau of Investigation (CBI) Uma Shankar Mishra, a 1968-batch IPS officer of Odisha cadre, passed away on 26th Aug 21.
- The Karnataka government has placed a request to IT companies operating in the surrounding areas of Outer Ring Road (ORR) to extend the Work From Home (WFH) period till December next year.
- Andhra Pradesh state government has sanctioned Rs 10 lakh for each child who lost both the parents due to corona.
- The Civil Aviation Ministry has signed a memorandum of understanding (MoU) with the Adani Group for providing services, including customs, immigration and security, at the Jaipur, Guwahati and Thiruvananthapuram airports.
- 1,808 farmers, who have been found ineligible under the Pradhan Mantri Kisan Samman Nidhi Yojana (PM KISAN), have been asked to return the financial aid received by them. The aid amounts to Rs 1.88 crore in the district
- India could talk with a new government in Afghanistan if it is inclusive and has representation of all sections of the society of Afghanistan. Experts have suggested all diplomatic resources be used to ensure that Afghanistan does not become a hub of anti-India activity.
- India has sought “more clarity” from the US on the price fixation, maintenance and transfer of technology in the proposed $3 billion (around Rs 22,000 crore) deal to acquire 30 armed MQ-9B Predator drones, which are designed for long-range precision strikes against hostile targets on land and sea.
- India and Russia have signed defence deals worth $15 billion in the past three years with big-ticket purchases such as the S-400 missile system, said Viktor N Kladov, director for international cooperation and regional policy.
- India on 26 Aug (Thursday) strongly condemned the deadly bomb explosions near the Kabul airport and said the attacks reinforced the need for the world to stand unitedly against terrorism.
- The Taliban is not allowing 140 Afghan Hindus and Sikhs to visit India on the occasion of the 400th birth anniversary of Sikh Guru Tegh Bahadur, Delhi-based think tank Indian World Forum claimed on 26 Aug (Thursday).
- The Taliban has been showing off its own "special forces" on social media, soldiers in new uniforms equipped with looted American equipment who contrast sharply with the image of the usual Afghan insurgent.
- An ISIS suicide bomber was responsible for the explosion outside the Kabul airport. According to a local reporter, a suicide attacker blew himself up in the middle of a large crowd at the airport.
- United Nations Secretary-General Antonio Guterres condemned the terror attack near Hamid Karzai International Airport and expressed his support for the victims of the blast.
- Tokyo Paralympics 2020: Indian paddler Bhavinaben Patel progressed to the Round of 16 in the women's singles Class 4 table tennis event with a hard-fought 3-1 victory over Great Britain's Megan Shackleton at the Tokyo Paralympics .
- Swimmer Suyash Jadhav will miss Friday's 200m individual medley SM7 event in the Paralympic Games as he is suffering from cold and sore throat. His COVID-19 test report is, however, negative.
- The Indian contingent has sent its largest contingent yet, with 54 Paralympic athletes contesting in 9 sports across the competition
- Chadalavada Anandha Sundhararaman Bhavani Devi, who is widely known as Bhavani Devi (born 27 August 1993), is an Indian sabre fencer.
- Like last year, Class 11 and 12 students will study the reduced 70% syllabus in view of the pandemic. It was decided that the students will appear four exams in each year, informed Tushar Kanti Tripathy, CHSE Secretary. He further stated Class 11 students will appear three internal exams and one annual exam. The junior colleges will conduct the four exams for Class 11 students. Similarly, Class 12 students will appear three internal exams conducted by the junior colleges. However, the final annual exam for the students will be done by CHSE, he added.
- Alleging threat to his life due to "political conspiracy", Lok Janshakti Party leader and Union Minister Pashupati Kumar Paras has written a letter to Home Minister Amit Shah and urged that he should be given "Z Plus" security
|
585 |
Y |
|
2835 |
26-08-2021 |
English |
-
The Bangladesh Telecom Regulatory Commission (BTRC) has ordered the Department of Telecommunication (DoT) to ban internet games like PubG and Freefire. The action follows an instruction by the High Court of Bangladesh to shut down the dangerous and harmful apps and softwares on the internet for three months.
-
Pakistan on 24 Aug received 2.75 billion from the International Monetary Fund (IMF) under a Special Drawing Rights (SDR) programme to support low-income countries hit by the coronavirus.
-
The CISF has clarified that the young officer, Somnath Mohanty, who asked actor Khan to follow security protocol at the Mumbai airport, has not been reprimanded. CISF DG has presented Mohanty cash award of Rs 5,000 and a citation for his ‘exemplary professionalism’.
-
Over 600 people have been evacuated from Afghanistan till now. India evacuated the people on several flights from Kabul, Dushanbe and Doha. The mission to evacuate people from Kabul has been named as " Operation Devi Shakti ".
-
India and the Philippines conducted a naval exercise in the South China Sea on August 23, 2021. This exercise was conducted five days after conducting a similar drill with Vietnam in the region. Indian and Vietnamese navies had conducted the naval exercise on 18 August.
-
The Cabinet has approved the highest ever Fair and Remunerative Price of 290 rupees per quintal for Sugarcane. The Minister said this will be immensely beneficial to five lakh workers employed in sugar mills and related ancillary activities.
-
PM Modi on 25 Aug chaired the meeting of the 37th edition of PRAGATI, the ICT-based multi-modal platform for pro-active governance and timely implementation, involving Centre and State governments. In the meeting, nine agenda items were taken for review including eight projects and one scheme.
-
Jal Shakti Ministry begins SUJALAM, a 100 days campaign as part of Azadi Ka Amrit Mahotsav celebrations. The Campaign will help in management of the wastewater. It will boost the momentum of Swachh Bharat Mission Gramin phase -2 activities through community participation and it will increase awareness about ODF-plus activities. The focus area of this campaign is to ensure that all newly emerging Households in the village have access to toilets.
-
On August 27, the President will unveil a statue of Dr. Sampurnanand, former Chief Minister of Uttar Pradesh and inaugurate an Auditorium at the Capt Manoj Pandey Sainik School in Lucknow & will also grace the 26th convocation of the Sanjay Gandhi Postgraduate Institute of Medical Sciences, Lucknow.
-
The Adani Group has announced prices for procuring apple for its CA stores. Compared to last year, the prices announced for premium apple are around 20 per cent less this time – the opening price for the premium apple last year was Rs 88 per kg. This time, it is Rs 72. The apple growers are not happy and some are even threatening to boycott the corporate giant.
-
Andhra Pradesh has sought Krishna river water sharing between it and Telangana at 70:30 ratio for the present water year 2021-22
-
Senior IPS officer Pankaj Singh was on 25 Aug, appointed director general of the Border Security Force.
-
The Central Armed Police Forces (CAPF) in India, for the first time, will be equipped with Bureau of Indian Standard (BIS) marked level-5 bullet resistance jackets by September end, a move by the Central government in line with Prime Minister Narendra Modi's vision of 'Aatmanirbhar Bharat'.
-
The Bangladesh Telecom Regulatory Commission (BTRC) has ordered the Department of Telecommunication (DoT) to ban internet games like PubG and Freefire. The action follows an instruction by the High Court of Bangladesh to shut down the dangerous and harmful apps and softwares on the internet for three months.
-
Pakistan on 24 Aug received 2.75 billion from the International Monetary Fund (IMF) under a Special Drawing Rights (SDR) programme to support low-income countries hit by the coronavirus.
-
With only around 14 per cent of the adult population stands fully vaccinated against the Covid-19 to date in the country, the Centre has asked all the states to accelerate the administration of the second dose.
-
Only 16 per cent of the targeted adult population in the Odisha has been immunised completely, as they have taken the full dosage. In Odisha, of the targeted 3.1 crore adult population, a total of over 49.71 lakh have been administered with two doses, whereas a total of 1.59 cr have been partially inoculated (taken only 1 dose). The data shows when over 51 per cent of the targeted adult population in the State have been partially immunised, only over 16 per cent stands fully vaccinated.
-
The Economic Offences Wing (EOW) of Odisha Crime Branch said that self-proclaimed Godman Bijayananda Choudhury alias Swami Bijayanandaji Maharaj had earlier defrauded a Ganjam-based contractor of Rs 25 lakh.
-
Students from the University Law College, Capital Law College, MS Law and The Law College had alleged that they were being forced to appear the pending four semesters- 7th, 8th, 9th and 10th- in the ensuing six months in offline mode.
-
The State Transport Commissioner has written to all Regional Transport Officers (RTOs) for stringent enforcement of traffic rules and to achieve 100 per cent DL suspension of the drivers who defy the rules.
|
567 |
Y |
|
2836 |
26-08-2021 |
Odia |
- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ ୧୩୦ ଜଣ ସଂକ୍ରମିତ ହୋଇଛନ୍ତି। ଏଥିସହିତ ସଂଗରୋଧରୁ ୪୯୨ ଓ ସ୍ଥାନୀୟ ସଂକ୍ରମିତ ୩୫୭ ଜଣଙ୍କୁ ଚିହ୍ନଟ କରାଯାଇଛି।
- କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ଫାମିଲି ପେନ୍ସନ୍ରେ ବୃଦ୍ଧି କରିଛନ୍ତି। ପେନ୍ସନ୍ଭୋଗୀମାନେ ଶେଷ ବେତନର ୩୦% ରାଶିକୁ ପେନ୍ସନ୍ ଆକାରରେ ପାଇବେ।
- ଏଣିକି ନିୟମ ଖିଲାପ କଲେ ଆଉ ବର୍ତ୍ତି ପାରିବେନି ଗାଡ଼ି ଚାଳକ । ପ୍ରଥମ ଥର ନିୟମ ଭାଙ୍ଗିଲେ ବି ବାତିଲ ହୋଇଯିବ ଲାଇସେନ୍ସ, ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିସନର ।
- ରାଜ୍ୟ ପର୍ଯ୍ୟଟନରେ ସ୍ଥାନ ପାଇବ କରଂଜକୋଟ । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ
- ରାଜ୍ୟର ୨ଟି ବେଳାଭୂମିରେ ନିର୍ମାଣ ହେବ ବିଚ୍ ସେକ । ଗୋପାଳପୁର ଓ ସୋନପୁର ବେଳାଭୂମିରେ ଗୋଆର ଅନୁଭବ କରିବେ ପର୍ଯ୍ୟଟକ ।
- ଦେଶରେ ୬୦ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଗକୁ ବଢୁଛି ଟିକାକରଣ ।
- କାନାରା ବ୍ୟାଙ୍କର ୧.୫୯% ଅଂଶ ଅଧିଗ୍ରହଣ କଲେ ରାକେଶ ଝୁନଝୁନୱାଲା
- ସାଂସଦ ଓ ବିଧାୟକମାନେ ସଂପୃକ୍ତ ଥିବା ମାମଲାକୁ ନେଇ ଇଡି ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। କହିଲେ, ମାମଲା ପକାଇ ନ ରଖି ତୁରନ୍ତ ଦାଖଲ କର ଚାର୍ଜସିଟ୍ ।
- ଭାରତର ଗୁରୁତର ବ୍ୟାଟିଂ ବିପର୍ଯ୍ୟୟ : ପ୍ରଥମ ଇଂନିସରେ ମାତ୍ର ୭୮ ରନରେ ଅଲଆଉଟ, ଦୁଇ ଅଙ୍କ ଛୁଇଁପାରିଲେନି ୯ ବ୍ୟାଟ୍ସମ୍ୟାନ୍ । ଇଂଲଣ୍ଡ ୪୨ ରନରେ ଆଗୁଆ ।
- ଇପ୍ରୋକ୍ ଅନ୍ତର୍ଜାତୀୟ ପୁରସ୍କାର ଘୋଷିତ: ପୁରସ୍କୃତ ହେବେ ଓଡ଼ିଆ ଚିତ୍ରଶିଳ୍ପୀ ରବୀନ୍ଦ୍ର ଶବର ।
- ଦକ୍ଷିଣ ଭାରତର ପ୍ରମୁଖ ଏନବିଏଫସି, ଆଇସିଏଲ ଫିନକର୍ପ ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ୧୦ଟି ନୂତନ ଶାଖା ଖୋଲିବା ସହ ଉତ୍ତର ଓ ପୂର୍ବ ଭାରତୀୟ ବଜାରରେ ପ୍ରବେଶ କରିଛି ।
- ଭାରତ ପାଇଁ ବିପଦ ବଢାଇପାରେ ତାଲିବାନ ! ଜବାବ ଦେବାକୁ ସେନା ପ୍ରସ୍ତୁତ: ସିଡିଏସ୍ ।
- ଏ ବର୍ଷ ବଢ଼ିବନି ଯୁକ୍ତ ୨ ନାମଲେଖା ଫି’: ସେଲ୍ଫ ଫାଇନାନ୍ସ ଓ ବେସରକାରୀ କଲେଜକୁ ନିର୍ଦ୍ଦେଶ ।
- ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି। ଏଣିକି ଆପଣମାନେ ଟିକା ପାଇଁ ହ୍ବାଟସ ଆପରେ ସ୍ଲଟ ବୁକ କରି ପାରିବେ। ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା ପାଇପାରିବେ। ହ୍ବାଟସ ଆପର ନୂଆ ଫିଚର ‘MyGov Corona Helpdesk’
- ଶୀର୍ଷ ଅଦାଲତରେ ନିଯୁକ୍ତି ନିମନ୍ତେ ‘ସୁପ୍ରିମ୍ କୋର୍ଟ କଲିଜିୟମ୍’ ସୁପାରିସ କରିଥିବା ସମସ୍ତ ୯ଜଣ ବିଚାରପତିଙ୍କ ନାମକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହି ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ବିଚାରପତି।
- ଏବେ ‘ହମିଦ୍ କର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର’କୁ ନ ଯିବା ଲାଗି କାବୁଲ୍ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଆମେରିକୀୟ ନାଗରିକମାନଙ୍କୁ ପରାମର୍ଶ ଦେଇଥିବା କଥା ବିଳମ୍ବିତ ବୁଧବାରେ ଦୂତାବାସ ଜାରି କରିଥିବା ‘ସିକ୍ୟୁରିଟି ଆଲର୍ଟ’ରୁ ଜଣାପଡ଼ିଛି।
- ତାଲିବାନର ଆଫଗାନିସ୍ତାନ ଦଖଲକୁ ଆଇଏସଆଇଏସ, ଅଲ୍କାଏଦା, ଜୈସ-ଇମହମ୍ମଦ ଓ ଲସ୍କର -ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନ ଗୁଡିକ ପ୍ରଶଂସା ଓ ସମର୍ଥନ କରୁଥିବାରୁ ଏହାର ସୁଦୂର ପ୍ରସାରୀ ପ୍ରଭାବ ଏହାର ପଡୋଶୀ ରାଷ୍ଟ୍ରମାନଙ୍କ ଉପରେ ପଡିପାରେ ବୋଲି ଆଶଙ୍କା କରିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ।
- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ଗତକାଲି କହିଥିଲେ ଯେ ଭାରତରେ କରୋନା ଏବେ ମହାମାରୀ ନହୋଇ ସ୍ଥାନୀୟ ରୋଗରେ ପରିଣତ ହୋଇଛି। ଏହା ପୂରା ଜନସଂଖ୍ୟା ଉପରେ ପ୍ରଭାବ ପକାଇବ ନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ, ଗୋଷ୍ଠୀ ଅଥବା କିଛି ସମୟ ପାଇଁ ପ୍ରଭାବୀ ରହିବ। ଅନ୍ୟ ଫ୍ଲୁ ଭଳି ଏହା ଲୋକଙ୍କ ସହିତ ରହିବ।
- ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା ଦିଆଯିବ। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଅନୁରୋଧ କରିଛି କେନ୍ଦ୍ର। ଏନେଇ ସବୁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟ।
- ଭାରତକୁ ଆସିବା ପାଇଁ ସମସ୍ତ ଆଫଗାନିସ୍ତାନ ନାଗରିକଙ୍କୁ କେବଳ ଜରୁରୀକାଳୀନ ଭିସା ବା ଇ-ଭିସା ଯୋଗାଇ ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଅନେକ ଆଫଗାନିସ୍ତାନ ନାଗରିକଙ୍କ ପାସପୋର୍ଟ ଜବତ କିମ୍ବା ହଜିଯିବା ଖବର ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
|
527 |
Y |
|
2837 |
25-08-2021 |
English |
- The Competition Commission of India imposed `200 crore fine on Maruti Suzuki for indulging in unfair trade practices. The fine has been slapped for "indulging in anti-competitive conduct of resale price maintenance in the passenger vehicle segment by way of implementing discount control policy vis-à-vis dealers," the CCI said Monday.
- Raigad Magistrate Court has granted bail to Union Minister Narayan Rane in one of the FIRs filed against him for allegedly making derogatory statements against Maharashtra Chief Minister Uddhav Thackeray.
- According to the latest reports, a Ukrainian plane that landed in Kabul to evacuate Ukraine nationals has been hijacked by Taliban rule Afghanistan.
- US President Joe Biden on Tuesday told Group of Seven (G7) leaders that the United States aimed at completing Afghan evacuation by August 31
- Tamil Nadu BJP General Secretary KT Raghavan submitted his resignation from the party post after a sting operation from a party member showed him making an inappropriate video call to a female party member.
- The University Grants Commission (UGC) in its latest circular has directed universities and colleges across the country to prepare a calendar of events and arrange regular competitions, hackathons, workshops on cyber security/ cyber-crimes in campuses. The move is ostensibly aimed at honing skills among students to counter or learn methods to deal with the new age crimes.
- The Supreme Court has been informed that a total of 151 cases are pending against sitting and former MPs/MLAs in special CBI courts across the country, and as many as 58 cases are punishable with life imprisonment. However, in nearly one-third of the cases, the trial is moving at snail's pace - charges have not been framed, though offences were committed several years back.
- The three copies of Guru Granth Sahib will be taken to Guru Arjan Dev Ji Gurdwara in New Mahavir Nagar here, according to people coordinating the evacuation efforts with the Indian government.
- The Uttar Pradesh government has withdrawn 77 cases relating to the Muzaffarnagar riots without giving any reasons, the Supreme Court was told on Tuesday.
- The Uttar Pradesh Police has given a clean chit to Aam Aadmi Party MP Sanjay Singh and two other party workers in a hate speech case registered in Muzaffarnagar last year, officials said on Tuesday.
- The Indian Space Research Organisation has come out with an 'Announcement of Opportunity' (AO), seeking proposals towards scientific analysis and utilisation of data from all experiments of the Chandrayaan-2 orbiter.
- A 24-year-old woman, who had set herself ablaze in front of the Supreme Court's gates in New Delhi on August 16, died on Tuesday. She had accused BSP MP Atul Rai of raping her in Varanasi and then alleged that the police were harassing her.
- SITTING AND former legislators are involved in 122 cases arising out of offences under Prevention of Money Laundering Act, 2002 and are being probed by Enforcement Directorate (ED), according to data presented to Supreme Court on Tuesday.They include 51 sitting and former MPs and 71 sitting and former MLAs and MLCs.
- India’s first mRNA vaccine against coronavirus – developed by Pune-based Gennova Biopharmaceuticals Ltd (part of Emcure group of companies) – has been found to be safe and it has been given the go-ahead from the Drugs Controller General of India (DCGI) to move into Phase II and III of clinical trials.
- Singh, a 2004-batch Indian Administrative Service (IAS) officer of the Bihar cadre, has been appointed as joint secretary in the ministry for a combined tenure of seven years against the newly created post.
- The Navy mentioned that India and the Philippines “share a very robust defence and security partnership built over several years and spanning across all domains”
- A 49-year-old legislator from Odisha has proved this proverb correct as he cleared the matriculation exam after repeated failed attempts.
- As many as 887 persons, including 131 who are below 18 years of age, tested positive for COVID-19 during the last 24 hours in Odisha while a total of 68717 samples were tested in the state, yesterday. The Test Positivity Rate (TPR) for the day stood at 1.29%.
- The results of Offline Matric Examination-2021 conducted by the Board of Secondary Education (BSE) were announced. The students’ pass percentage in the Class-10 Improvement Examination stood at 80.83.
- The National Council of Educational Research & Training (NCERT) has developed an ‘Alternative Academic Calendar’ for all the stages of school education for the year, 2020-21.As the schools are closed this year too due to lockdowns and other restrictions, the students are compelled to continue their studies from home.
|
590 |
Y |
|
2838 |
25-08-2021 |
Odia |
- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୮୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ବର୍ଷରୁ କମ୍ ୧୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
- ତାଲିବାନର ବରିଷ୍ଠ ନେତାଙ୍କୁ ଲୁଚି ଲୁଚି ଭେଟିଲେ ସିଆଇଏ ନିର୍ଦ୍ଦେଶକ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ।
- ସରକାରୀ ସ୍କୁଲରେ ହେବ ସ୍ମାର୍ଟ ପାଠ, ଗଂଜାମ ଜିଲ୍ଳାରେ ୫୦ଟି ସ୍କୁଲରେ ନିର୍ମାଣ ହୋଇଛି ସ୍ମାର୍ଟ ଶ୍ରେଣୀ ଗୃହ ।
- ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ, ୟୁପିର ସାଂସଦ ଓ ପୋଲିସଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ ।
- ପ୍ରକାଶ ପାଇଲା ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷାଫଳ ପ୍ରକାଶ: ପାସ୍ ହାର ୮୦.୮୩ %
- ବେଆଇନ ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା, ୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ
- ଛତିଶଗଡ-ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୨ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା
- ୧.୫ କୋଟି ମୋବାଇଲ ଗ୍ରାହକଙ୍କ ସହିତ ଓଡ଼ିଶାରେ ଜିଓ ୧ ନମ୍ବର ସ୍ଥାନରେ ।
- ଆଫଗାନିସ୍ତାନରୁ ଭାରତୀୟଙ୍କୁ ମୁକୁଳାଇବା ଅପରେସନର ନାମ ଦିଆଗଲା ‘ଦେବୀଶକ୍ତି’ ।
- ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ଦୀର୍ଘ ୪୫ମିନିଟର ଆଲୋଚନା; ଅଫାଗାନିସ୍ତାନକୁ ନେଇ ଚିନ୍ତା ପ୍ରକଟ କଲେ ଦୁଇ ଦେଶ ।
- ଜାତୀୟ ଶିକ୍ଷା ନୀତିର ପ୍ରଥମ ବର୍ଷ ଉପଲବ୍ଧି ପୁସ୍ତକ ଓ ୪ଟି ନୂଆ ଉପକ୍ରମର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ।
- RBI ଜାରି କଲା ନୂଆ ଗାଇଡଲାଇନ୍ PPS, ଏଣିକି Cheque କ୍ଲିୟରିଂ ବେଳେ ଡିଟେଲ୍ସ ନଦେଲେ ବ୍ୟାଙ୍କ କରିଦେବ ରିଜେକ୍ଟ ।
- କୋର୍ଟରେ ହାଜର ହେବା ପରେ କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ମିଳିଲା ଜାମିନ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ଅଡୁଆରେ ଫସିଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ।
- ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାକରାଯାଇଛି । ଆଜି ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଂଜ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବଜ୍ରପାତ ବର୍ଷା ହେବାର ସମ୍ଭାବନା ରହିଛି ।
- ସ୍ବାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ମହିଳା ଫୁଟବଲ ଦଳ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ପରିବାର ସହ ୭୫ଜଣିଆ ଦଳ ଆଫଗାନିସ୍ତାନ ମହିଳା ଫୁଟବଲ ଖେଳାଳି ଦେଶ ଛାଡ଼ି ଅଷ୍ଟ୍ରେଲିଆ ପଳାଇ ଯାଇଛନ୍ତି।
- ସାରା ଦେଶରେ ପୂର୍ବତନ ଓ ବର୍ତ୍ତମାନର ସାଂସଦ ତଥା ବିଧାୟକଙ୍କ ବିରୋଧରେ ସିବିଆଇରେ ୧୫୧ ଟି ମାମଲା ଲମ୍ବିତ ଥିବା ବେଳେ ୫୮ଟି ମାମଲାରେ ଆଜୀବନ କାରାଦଣ୍ଡର ପ୍ରାବଧାନ ମଧ୍ୟ କରାଯାଇଛି ।
- ତାଲିବାନର ବର୍ବରତା ପାଇଁ ଆତଙ୍କିତ ଆଫଗାନ ନାଗରିକ । ଅନେକ ଦେଶ ସେମାନଙ୍କ ନାଗରିକଙ୍କୁ ଆଫଗାନିସ୍ତାନରୁ ନେଇଯାଉଛନ୍ତି । ଏହାମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ସେନା ମୁଖ୍ୟ ଓ୍ୱାଲି ମହମ୍ମଦ ଅହମଦାଇ କାବୁଲ ବିମାନବନ୍ଦରରେ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।
- କୋଭିଡ-୧୯ ମହାମାରୀ ଯୋଗୁ ୨୦୨୦ ମସିହାରେ ବିକାଶଶୀଳ ପ୍ରଶାନ୍ତ-ଏସିୟା କ୍ଷେତ୍ରର ଅନୁନ୍ୟ ୭୫ରୁ ୮୦ ନିୟୁତ ଲୋକେ ଅତ୍ୟାଧିକ ଦାରିଦ୍ର୍ୟତାର ଶିକାର ହୋଇଛନ୍ତି। ଏସିୟାନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମଙ୍ଗଳବାର ଜାରି କରିଥିବା ନୂଆ ରିପୋର୍ଟରେ ଏହା କହିଛନ୍ତି। କେବଳ ଏତିକି ନୁହେଁ ମହାମାରୀ କ୍ଷେତ୍ରର ଶତତ ବିକାଶ ଲକ୍ଷ (ଏଡିଜି)ରେ ପ୍ରମୁଖ ବିକାଶ ଲକ୍ଷପୁରଣରେ ମସ୍ତ ବଡ ବିପଦ ବୋଲି ସତର୍କ କରାଇ ଦେଇଛନ୍ତି।
- ସୂଚନା ଓ ପ୍ରଯୁକ୍ତି କମ୍ପାନୀ ଇନଫୋସିସ୍ ମାର୍କେଟ କ୍ୟାପିଟାଲ ମଙ୍ଗଳବାର ୧୦୦ ବିଲିୟନ ଡଲାରରେ ପହଞ୍ଚିଥିଲା। ସେୟାର ବଜାରର ଖେଳ ମାତ୍ର କିଛିକ୍ଷଣ ପାଇଁ ହେଉ ପଛେ ମଙ୍ଗଳବାର ଇନଫୋସିସ୍ ବଜାର ପୁଞ୍ଜିକୁ ୧୦୦ ବିଲିୟନ ଡଲାରରେ ପହଞ୍ଚାଇଥିଲା। ଏହା ସହ ଏମକ୍ୟାପ୍ରେ ଇନଫୋସିସ୍ ଦେଶର ଚତୁର୍ଥ ସଂସ୍ଥାରେ ପରିଣତ ହୋଇଛି।
- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଯେଉଁମାନେ ମହାମାରୀରେ ଚାକିରି ହରାଇଛନ୍ତି ସେ ସମସ୍ତଙ୍କ EPFO ଆକାଉଣ୍ଟକୁ କେନ୍ଦ୍ର ସରକାର ୨୦୨୨ ଯାଏଁ PF ଅଂଶଧନ ଜମା କରିବେ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଛି ଯେ, ଯେଉଁମାନଙ୍କର ଇପିଏଫ୍ଓ ଆକାଉଣ୍ଟ ପଞ୍ଜିକରଣ ଥିବ କେବଳ ସେହିମାନଙ୍କୁ ଏହି ସୁବିଧାର ଲାଭ ମିଳିବ ।
|
563 |
Y |
|
2839 |
24-08-2021 |
English |
- An expert panel, set up by an institute under the Ministry of Home Affairs (MHA), has predicted a third wave of Covid-19 hitting the country anytime between September and October
- An Army selection board has cleared the way for promotion of five women officers to Colonel rank after they completed 26 years of "reckonable service", the Defence Ministry said on Monday
- The National Human Rights Commission (NHRC) issued notices to the Centre, Assam and Mizoram over the deadly border clash between the two Northeastern states in July
- The Indian Council of Medical Research will set up an advanced molecular diagnostic centre for fungi at AIIMS, Bhubaneswar. An amount of Rs 2.5 crore is being sanctioned by the ICMR
- Union minister Raosaheb Danve on Sunday said the Railways has suffered losses to the tune of Rs 36,000 crore during the coronavirus pandemic.
- Over 720 children in child care institutions in 11 states and Union Territories have contracted COVID-19 till now and no fatalities have been reported, according to data from the country's apex child rights body.
- Finance Minister Nirmala Sitharaman on Monday announced a Rs 6 lakh crore National Monetisation Pipeline (NMP) that will look to unlock value in infrastructure assets across sectors ranging from power to road and railways.
- A selection board of the Indian Army has cleared the way for promotion of five women officers to the rank of Colonel (Time Scale) after completion of 26 years of service. This is the first time that women officers serving with the Corps of Signals, Corps of Electronic and Mechanical Engineers (EME) and the Corps of Engineers have been approved to the rank of Colonel.
- The finance ministry on Monday asked Infosys Ltd. to allocate more resources for the Income Tax department’s new e-filing portal it developed and set 15 September as the deadline for fixing the glitches that marred the portal’s functioning since its launch in June.
- With an estimated demand for over 2 million professionals by 2025, India could reach 1.7-1.8 million cloud talent pool with a fairly aggressive skilling roadmap, a Nasscom-Draup report said
- India may record an unprecedented 600,000 new infections a day if the country fails to boost the pace of vaccination and avert a third coronavirus wave, according to a new study.
- Stern action will be taken against doctors in government hospitals in Uttarakhand if they prescribe branded medicines to patients coming to hospitals instead of generic drugs, Director General Health Tripti Bahuguna said.
- The UK PM Boris Johnson is expected to ask US President Joe Biden to keep American forces in Afghanistan beyond 31 August in order to allow evacuation flights to continue.
- India will be represented at the Tokyo Paralympics by its biggest ever contingent. India are expected to win in excess of 10 medals at Tokyo Paralympics
- A selection board of the Indian Army has cleared the way for promotion of five women officers to the rank of Colonel (Time Scale) after completion of 26 years of service.
- Railways cancels 68 trains in view of farmers’ agitation in Punjab. Agitating sugarcane farmers in Punjab have blocked highway, and railway tracks in Jalandhar since August 19, demanding clearance of their dues.
- AP CM Y.S. Jagan Mohan Reddy directed housing officials to start construction of houses under ‘Pedalandiriki Illu’ scheme for the poor from October 25.
- Union Finance Minister Nirmala Sitharaman on Monday set September 15 as the deadline for the Infosys CEO Salil Parekh to set right the glitches faced by taxpayers in accessing the new income tax portal
- The Finance Minister said, by bringing in private participation, Govt is going to monetize assets better and with whatever resource obtained by monetization, Government will be able to put in for further investment into infrastructure building.
- The clinical trial participants of Covishield and Covaxin will be issued vaccination certificate through Co-WIN app, Union Health Minister Mansukh Mandaviya announced on Monday.
|
577 |
Y |
|
2840 |
24-08-2021 |
Odia |
- ତାଲିବାନ ଚାହୁଁଛି ଯେ, ଆମେରିକା ଅଗଷ୍ଟ ୩୧ ସୁଧା ଏୟାରପୋର୍ଟରୁ ତା’ର ସୈନିକଙ୍କୁ ହଟାଉ । ନିର୍ଧାରିତ ସମୟ ମଧ୍ୟରେ ସେନା ନହଟାଇଲେ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି ।
- ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ତେବେ ୫ଟି ପର୍ଯ୍ୟାୟରେ ପ୍ରାୟ ୫୦ଟି ସ୍କୁଲର ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି।ଦ୍ୱିତୀୟ ପର୍ଯ୍ୟାୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ହିଞ୍ଜିଳିରେ ହୋଇଛି।
- ଆସନ୍ତା ୨୬ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ ଆଫଗାନିସ୍ତାନ ସ୍ଥିତି ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।
- ନୟାଗଡର କୁନି ଝିଅ ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ପରୀର ବାପା, ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପ୍ରଥମେ ରିଟ୍ ପିଟିସନ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଆବେଦନ କରାଯାଇଥିଲା ।ହାଇକୋର୍ଟରେ ଆବେଦନ କରିବାକୁ ପରୀର ବାପା, ମାଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।
- ଆଫଗାନିସ୍ତାନର ଫାଜର ଅଞ୍ଚଳରେ କରାଯାଇଥିବା ଆକ୍ରମଣରେ ୫୦ ତାଲିବାନ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣଙ୍କୁ ବନ୍ଦୀ କରି ଦିଆଯାଇଥିବା ଜଣାଯାଇଛି।
- ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟ ଅନୁସାରେ ଓଡ଼ିଶାରେ ଅଗଷ୍ଟ ୨୩ ସୁଦ୍ଧା ମାତ୍ର ୫୮୪ ମିଲିମିଟର ବର୍ଷା ହୋଇଛି ଯାହାକି ସ୍ବାଭାବିକଠାରୁ ୩୧ ପ୍ରତିଶତ ନିଅଣ୍ଟ । ଓଡ଼ିଶାର ମୋଟ ୩୦ ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ବର୍ଷା ନିଅଣ୍ଟ ରହିଛି । ଏସବୁ ଜିଲ୍ଲାରେ ବର୍ଷା ନିଅଣ୍ଟ ପରିମାଣ ୫୯ ପ୍ରତିଶତରୁ ୨୦ ପ୍ରତିଶତ ମଧ୍ୟରେ ରହିଛି ।
- ନୋଏଡାର ମୋନିକା ଅଗ୍ରଓ୍ୱାଲ କୃଷକଙ୍କ ଆନ୍ଦୋଳନକୁ ନେଇ ସୁପ୍ରିକୋର୍ଟରେ ଆବେଦନ କରିଥିଲେ ।ଶୁଣାଣି କରି କୋର୍ଟ କହିଛନ୍ତି ଯେ, କଣ ପାଇଁ ରାସ୍ତା ବନ୍ଦ ଅଛି । ପ୍ରଦର୍ଶନ କରିବାକୁ ମନା ନାହିଁ । କିନ୍ତୁ ରାସ୍ତାଗୁଡିକୁ ବନ୍ଦ କରିବା ଅନୁଚିତ । ଏ ବାବଦରେ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ରାସ୍ତା ଅବରୋଧ ଶେଷ କରିବାକୁ କୋର୍ଟ କହିଛନ୍ତି । ଏହାସହ କୋର୍ଟ କେନ୍ଦ୍ର ସରକାରଙ୍କୁ ଘଟଣାର ସମାଧାନ ବାବଦରେ ପ୍ରଶ୍ନ ପଚାରିବା ସହ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
- ଟୋକିଓ ଅଲିମ୍ପିକ୍ରେ ବ୍ରୋଞ୍ଜ ମେଡାଲ ଜିଣିଥିବା ହକି ପ୍ଲେୟରଙ୍କ ମଧ୍ୟରେ ସାମିଲ ପଞ୍ଜାବର ଖେଳାଳିଙ୍କ ନାଁରେ ବିଦ୍ୟାଳୟର ନାଁ ପରିବର୍ତ୍ତନ ହେବାକୁ ଯାଉଛି।ଟିମ୍ର ଅଧିନାୟକ, ଉପଅଧିନାୟକ, ମିଡିଲ୍ ଫିଲ୍ଡର ଏମିତି ପ୍ରାୟ ୧୦ ଖେଳାଳିଙ୍କ ନାଁରେ ୧୦ ସ୍କୁଲର ନାମକରଣ ହୋଇଛି । ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ଶିଙ୍ଗଲା ସୂଚନା ଦେଇଛନ୍ତି ।
- ମୋଦି ସରକାର ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ ଡେଂଟାଲ ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକତୋରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ)ର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ଐତିହାସିକ ନିଷ୍ପତି ନେଇଛନ୍ତି। ଅଣସଂରକ୍ଷଣ କ୍ଷେତ୍ରରେ ସିଟକୁ ହ୍ରାସ କରାନଯାଇ ନିଆଯାଇଥିବା ଏହି ପଦକ୍ଷେପ ଦ୍ୱାରା ପଛୁଆ
- ଏବେ ବି ଆଫଗାନିସ୍ତାନରେ ପ୍ରାୟ ୧୫ ହଜାର ଆମେରିକୀୟ ନାଗରିକ ଏବଂ ସେମାନଙ୍କୁ ସହଯୋଗ କରୁଥିବା ୫୦ ହଜାର ଆଫଗାନ ନାଗରିକ ରହିଛନ୍ତି। ସେମାନଙ୍କୁ କାବୁଲ ବିମାନ ବନ୍ଦର ଦେଇ ସ୍ଥାନାନ୍ତର କରିବାକୁ ହେବ।
- କଟକ ବଡ଼ ଡାକ୍ତରଖାନାରେ ମିଳିବ ବ୍ୟୟବହୁଳ ଏକମୋ ଚିକିତ୍ସା। ଆସନ୍ତା ୨୭ ତାରିଖରେ ଏସସିବିରେ ଏକମୋ ୟୁନିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
- ଭୁବନେଶ୍ୱରର ଝାରପଡ଼ାରେ ନିର୍ମାଣ ହେବ ଅତ୍ୟାଧୁନିକ ପାର୍କ। ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ପାର୍କର ଆଜି ଶିଳାନ୍ୟାସ କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ସୂଚନା ଅନୁଯାୟୀ, ପାର୍କରେ ବରିଷ୍ଠ ନାଗରିକଙ୍କ ପାଇଁ ଯୋଗ ମଣ୍ଡପ ଓ ଚେୟାର ବ୍ୟବସ୍ଥା, ଜିମ, ପିଲାଙ୍କ ପାଇଁ ଖେଳ ଉପକରଣ, ପାନୀୟ ଜଳ ବ୍ୟବସ୍ଥା ଓ ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଆଲୋକୀକରଣ ବ୍ୟବସ୍ଥା ରହିବ ।
- ଟୋକିଓରେ ଆୟୋଜନ ହେବ ୨୦୨୦ ପାରାଅଲମ୍ପିକ୍ସ। ପ୍ରାୟ ୯ଟି ପ୍ରତିଯୋଗିତାରେ ୫୪ ଜଣ ପାରା ଆଥଲେଟ ଭାରତକୁ ପ୍ରତିନିଧିତ୍ୱ କରିବେ । ପାରାଅଲମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବଡ ଭାରତୀୟ ଦଳ । ୨୨ଟି କ୍ରୀଡାରେ ୫୯୩ଟି ଇଭେଣ୍ଟ ଆୟୋଜନ କରାଯିବ ।
- ଆୟକର ବିଭାଗର ନୂଆ ପୋର୍ଟାଲ୍ରେ ଦେଖାଦେଇଥିବା ତ୍ରୁଟିଗୁଡ଼ିକର ସମାଧାନ କରିବାରେ ଇନ୍ଫୋସିସ୍ ବିଫଳ ହୋଇଛି। କାହିଁକି ଏହି ସମସ୍ୟା ଲାଗି ରହିଛି ତାହା ଜଣାଇବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଇନ୍ଫୋସିସ୍ର ସିଇଓ ଶଲିଲ୍ ପାରେଖଙ୍କୁ ସମନ ଜାରି କରାଯାଇଛି
- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା କୃଷକ ନେତା ହୃଦାନନ୍ଦ ରାଉତଙ୍କ ସୋମବାର ୯୪ ବର୍ଷ ବୟସରେ ଭଦ୍ରକ କଲେଇ ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ନିଜ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।
- ଆମ ଦେଶର ୩୬୩ ସାଂସଦ ଏବଂ ବିଧାୟକଙ୍କ ନାମରେ ହତ୍ୟା ମାମଲାଭଳି ଗୁରୁତର ଅଭିଯୋଗ ରହିଛି। ଏଥିରେ କେନ୍ଦ୍ରର ୩୩ ଜଣ ମନ୍ତ୍ରୀ ଏବଂ କେତେକ ରାଜ୍ୟର ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର୍) ତାହାର ରିପୋର୍ଟରେ ଏହି ତଥ୍ୟା ସାମ୍ନାକୁ ଆଣିଛି।
- ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆସନ୍ତାକାଲି(ସୋମବାର) ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ(ପିଇଟି) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଖାଲିଥିବା ୨ହଜାର ୫୫ ହିନ୍ଦୀ ଶିକ୍ଷକ, ୧ ହଜାର ୩୦୪ ସଂସ୍କୃତ ଶିକ୍ଷକ ଏବଂ ୧ ହଜାର ୨୬୦ ପିଇଟି ପଦକୁ ମିଶାଇ ପ୍ରଥମ ପର୍ଯ୍ୟାୟର ୪ ହଜାର ୬୧୯ଟି ଶିକ୍ଷକ ପଦ ପୂରଣ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ।
- ପୋଲିସର ପୁନା ନର୍କମ ଅଭିଯାନ ପରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ । ଦିର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିଲେ ।
- ଶିଳ୍ପପତି ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍ ବଜାର ନିୟାମକ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ଠାରୁ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। ସେବି ଆଦାନୀ ୱିଲମାରର ଆଦାନୀ ଗ୍ରୁପ୍ କମ୍ପାନୀର ଆଇପିଓ ଉପରେ ପ୍ରତିବନ୍ଧକ ଲଗାଇଛି।
- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କନୌଟ୍ ପ୍ଲେସରେ ଦେଶର ପ୍ରଥମ ସ୍ମଗ୍ ଟାୱାରର ଉଦଘାଟନ କରିଛନ୍ତି। ଏହି ଟାୱାର ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରତି ସେକେଣ୍ଡରେ ୧୦୦୦ ଘନ ମିଟର ବାୟୁକୁ ବିଶୁଦ୍ଧ କରିବ ।
|
544 |
Y |
|