Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
531 06-12-2024 Odia
  1. 1.ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବାହୁବଳୀ ରକେଟ୍ ପିଏସ୍ଏଲ୍‌ଭି ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ)ର ପ୍ରୋବା-୩ ଉପଗ୍ରହକୁ ସଫଳତାର ସହ ଉତ୍‌କ୍ଷେପଣ କରି ଏହାର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାନିତ କରିଛି।
  2. 2.ଅକ୍ଟୋବରରେ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୋଟ ୬୦ ଟନ୍ ସୁନା କିଣିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୭ ଟନ୍ ସୁନା ସହ ସବୁଠାରୁ ଆଗୁଆ ରହିଛି ବୋଲି ଗୁରୁବାର ଦିନ ବିଶ୍ୱ ସୁନା ପରିଷଦ (ଡବ୍ଲ୍ୟୁଜିସି) କହିଛି।

  3. 3.ମୁମ୍ବାଇର ଆଜାଦ ମୈଦାନରେ ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

  4. 4.ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରସଂଶା କରିଛନ୍ତି । ଭାରତରେ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। 

  5. 5.ସ୍ବତନ୍ତ୍ର ପରିଚୟ। ମିଲେଟ୍‌ରାଣୀ ଭାବେ ପରିଚୟ ଲାଭ କରିଥିବା କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକର ନୂଆଗୁଡା ଗାଁର ଭୂମିଆ ସମ୍ପ୍ରଦାୟର ମହିଳା ରାଇମତୀ ଘିଉରିଆଙ୍କୁ ଓୟୁଏଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯାଇଛି।

  6. 6.ଗାଜାର ଏକ ହସ୍ପିଟାଲ୍‌ ଉପରେ ଇସ୍ରାଏଲ ଆଜି ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦୧ ଜଣ ଆହତ ହୋଇଛନ୍ତି।  ନସିର ହସ୍ପିଟାଲ୍‌ ଉପରେ ଇସ୍ରାଏଲ ସେନା ବୋମାମାଡ଼ କରିଥିବା ହସ୍ପିଟାଲ୍‌ ନିର୍ଦ୍ଦେଶକ କହିଛନ୍ତି।

  7. 7.ଝାଡ଼ଖଣ୍ଡରେ ମନ୍ତ୍ରିମଣ୍ଡଳରେ ହେମନ୍ତ ସୋରେନ ସରକାରରେ ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ୬ ବିଧାୟକଙ୍କ ସମେତ ମୋଟ୍‌ ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

  8. 8.ଜିମରେ ବ୍ୟାୟାମ କରୁଥିବା ବେଳେ ହଠାତ ଛାତିରେ ହେଲା ଯନ୍ତ୍ରଣା। ଚଟାଣରେ ଟଳି ପଡ଼ିଲେ କୁସ୍ତିଯୋଦ୍ଧା ବିକ୍ରମ ପାରଖି। 

  9. 9.ଓଡିଶାରେ ପାରାଦୀପ, ଧାମରା ଓ ଗୋପାଳପୁରରେ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ଆଉ ୧୨ଟି ବନ୍ଦର ପ୍ରତିଷ୍ଠା କରିବା ଲାଗି ପ୍ରକ୍ରିୟା ଜାରି ରହିଛି ବୋଲି ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

  10. 10.ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଥିବାର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି। 

  11. 11.ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପାଞ୍ଚ ବର୍ଷରେ ୬୩୯୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। 

  12. 12.ବେଦାନ୍ତ  ଲାଞ୍ଜିଗଡ଼ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏଲପିଡିଏଏଫ୍) ଏବଂ ରାୟଗଡ଼ା ଓ କଳାହାଣ୍ଡିରେ ପ୍ରସ୍ତାବିତ ସିଜିମାଲି ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏସପିଡିଏଏଫ୍)ମାଧ୍ୟମରେ ଆଗାମୀ ୨୫ ବର୍ଷ ମଧ୍ୟରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି ।

  13. 13.ଏସ୍‌ସିବିରେ ବ୍ୟବହାର ହେଉଛି ୫୪ବର୍ଷ ତଳର (୧୯୭୦ ମସିହା) ମେସିନ୍‌।  ଅନେକ ଜଟିଳ ଅସ୍ତ୍ରୋପଚାର ବି ହେଉଛି। ବାରମ୍ବାର ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍‌(ଓଏମ୍‌ଏମ୍‌ସିଏଲ୍‌)କୁ ଏସ୍‌ସିବି କର୍ତ୍ତୃପକ୍ଷ ଚିଠି କରିଛନ୍ତି।

  14. 14.ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୧୨୧୫୫ କୋଟି ୭୩ଲକ୍ଷ ୫୧ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି। ଏବେ ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାରଙ୍କର ଆବଶ୍ୟକ ଥିବା ଟଙ୍କା ଏଥିରୁ ଖର୍ଚ୍ଚ ହୋଇପାରିବ।

  15. 15.ଦେଶରେ ପ୍ରତି ୩ କିଲୋମିଟର ଅଞ୍ଚଳରେ ଡାକଘର ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ୧୦ ହଜାର ୫୦୦ରୁ ଅଧିକ ନୂଆ ଡାକଘର ଖୋଲା ଯାଇଛି ଓ ସେଥି ମଧ୍ୟରୁ ୯୦ ପ୍ରତିଶତ ଗ୍ରାମାଞ୍ଚଳରେ ରହିଛି।

  16. 16.ଭାରତୀୟ ବାୟୁଯାନ ବିଧେୟକ ୨୦୨୪କୁ ରାଜ୍ୟସଭାରେ ମଜୁରୀ ମିଳିଛି ଫଳରେ ଏହା ସଂସଦର ଅନୁମୋଦନ ଲାଭ କରିଛି।

  17. 17.ଭାରତୀୟ କଣ୍ଠଶିଳ୍ପୀମାନେ ବେଶ୍‌ ଧନୀ। ଟି-ସିରିଜ୍‌ର ମାଲିକ କୁମାର ପରିବାରର ଝିଅ ତୁଲସୀ କୁମାର ଭାରତର ସବୁଠୁ ଧନୀ ଗାୟିକା। ଗାୟିକାଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୧୦ କୋଟି ଟଙ୍କା।

  18. 18.ଓଡ଼ିଆ ଫିଲ୍ମ ‘ସନାତନୀ’ର ମୋସନ୍ ପୋଷ୍ଟର ରିଲିଜ୍ ହୋଇଯାଇଛି । ବିଦିଶା କ୍ରାଫ୍ଟ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ ସିନେମା ‘ସନାତନୀ’, କର୍ମ ହିଁ ଧର୍ମର ମୋସନ୍ ପୋଷ୍ଟର ମୁକ୍ତିଲାଭ କରିଛି ।

  19. 19.ନାନା ପାଟେକର ଓ ଉତ୍କର୍ଷ ଶର୍ମା ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି।

  20. 20.ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଗୁରୁବାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମସ୍ତ ଭାଷଣକୁ ଗଣମାଧ୍ୟମ ଓ ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମରେ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।

232 Y
532 06-12-2024 English
  1. 1.Odisha Assembly was adjourned for about an hour Friday due to a din created by opposition Congress and BJD MLAs over the controversial Polavaram Dam project in neighbouring Andhra Pradesh.

  2. 2. The Reserve Bank of India Friday decided to keep the policy rate unchanged for the 11th time in a row but sharply lowered the GDP growth forecast to 6.6 per cent for the current fiscal, as against earlier projection of 7.2 per cent. 

  3. 3.A special tribunal in Bangladesh Thursday banned the publication of any speeches by former Prime Minister Sheikh Hasina, who is in exile in India after being ousted in August following mass protests.

  4. 4. Syrian insurgents entered the central city of Hama Thursday after days of intense clashes with government forces as they push forward with their week-long offensive that brought large parts of Syria under their control.

  5. 5.Jajang iron ore mine in the Joda mining circle of Keonjhar district is set to shut down reportedly due to the depletion of mineral reserves.

  6. 6.Seven-year-old Sanjisha Panda of Ramakrishnapur village under Abajhuna panchayat in this block of Balasore district has been crowned ‘Little Miss Northern Alberta Canada 2025’. By winning this prestigious title, Sanjisha has brought immense pride to both Odisha.

  7. 7.he Reserve Bank Friday enhanced the collateral-free agriculture loans limit to Rs 2 lakh per borrower from the existing Rs 1.6 lakh in view of inflation and rise in farm input costs.

  8. 8.Former terrorist Narain Singh Chaura, who opened fire at Shiromani Akali Dal leader Sukhbir Singh Badal outside the Golden Temple, was sent to a three-day police remand by a court in Amritsar Thursday.

  9. 9.Devendra Fadnavis was sworn-in as the new chief minister of Maharashtra while allies Eknath Shinde and Ajit Pawar took oath as deputy CMs at a grand ceremony in Mumbai

  10. 10.As many as 350 posts of High Court judges, almost a third of the sanctioned 1,114 positions, are lying vacant across the country.

  11. 11.The Indian Space Research Organisation (ISRO) Thursday successfully sent the European Space Agency (ESA) Proba-3 Sun observation mission atop the PSLV-C59 launch vehicle into space.

  12. .12.  Union Transport Minister Nitin Gadkari Thursday said that despite the government's continuous efforts to reduce deaths in road accidents, there have been 1.68 lakh road accident deaths this year. 

  13. 13.Hemant Soren took oath as Jharkhand Chief Minister for a record fourth time, he expanded his cabinet Thursday with 11 MLAs sworn in as ministers as they took the oath of office and secrecy. 

  14. 14.Bhutan King Jigme Khesar Namgyel Wangchuck received a warm welcome from External Affairs Minister (EAM) S. Jaishankar upon his arrival in New Delhi Thursday for his two-day official visit to India.

  15. 15.Sebi on Thursday restrained five entities, including Mishtann Foods and its promoter and CMD Hiteshkumar Gaurishankar Patel, from the securities markets till further orders for alleged financial mismanagement, fraudulent transactions.

238 Y
533 05-12-2024 Odia
  1. 1.ଅନ୍ତରୀଣ ସରକାରର ପ୍ରମୁଖ ପରାମର୍ଶଦାତା ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ୍‌ ଶେଖ୍‌ ହସିନାଙ୍କ ଶାସନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ସହ ତାଙ୍କୁ ଭାରତ  ପ୍ରତ୍ୟର୍ପଣ କରିବା ଦାବିକୁ ଦୋହରାଇଛନ୍ତି।

  2. 2.ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବର୍ନିଅର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିବ।

  3. 3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି।

  4. 4.ନୌସେନାର ଦମ୍; ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ଓ ଜେଟ୍‌ର ଗର୍ଜନରେ ପୁରୀର  ବ୍ଳୁ-ଫ୍ଳାଗ ବିଚ୍‌ କମ୍ପିଲା ।

  5. 5.ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ।

  6. 6.ଭୁବନେଶ୍ୱର ଏମ୍‌ସରେ ପୂର୍ବ ଭାରତରେ ପ୍ରଥମ ଅତ୍ୟାଧୁନିକ ୪-ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ପରୀକ୍ଷାଗାର ଉଦଘାଟିତ।

  7. 7.ଡିସେମ୍ବର ୨୫ରେ ଆସିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା।

  8. 8.RBI କହିଲା, ଟଙ୍କିକିଆ ଛୋଟ କଏନ ଓ ୨ ଟଙ୍କିଆ କଏନ ଅଚଳ ହୋଇନି, ବଜାରରରେ ଚଳୁଛି ସବୁ କଏନ

  9. 9.ଭୂମିକମ୍ପରେ ଥରିଲା ମାଲକାନଗିରି, ରିକ୍ଟର ସ୍କେଲରେ ତୀବ୍ରତା ୫.୩

  10. 10.ଏଡ୍‌ଟେକ୍ କମ୍ପାନି ଅନ୍‌ଏକାଡେମିକୁ ୮୦୦ ନିୟୁତ ଡଲାରରେ କିଣିବା ଲାଗି ଆଲେନ୍ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ୍‌ କଥାବାର୍ତ୍ତା କରୁଛି। ଏହାପରେ ଉଭୟ ସଂସ୍ଥା ମଧ୍ୟରେ ମିଶ୍ରଣ ହେବାର ସମ୍ଭାବନା ରହିଛି।

  11. 11.ବିଶ୍ବର ସର୍ବବୃହତ୍‌ ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗରେ ଭିଏତ୍‌ନାମର ମହିଳା ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ଟ୍ରୁଓଙ୍ଗ ମାଇ ଲାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବେଆଇନ ଉପା‌ୟରେ ସେ ୧୨.୫ ବିଲିଅନ ଡଲାର (୧,୦୫,୯୩୬ କୋଟି ଟଙ୍କା)ର ଠକେଇ କରିଥିବା ଅଭିଯୋଗ ରହିଛି।

  12. 12.ଆପଲ୍‌ କମ୍ପାନିର ଆଇଫୋନ୍ ଉତ୍ପାଦନରେ ଭାରତ ପାଞ୍ଚ ବର୍ଷ ଭିତରେ ଚୀନ୍ ସମକକ୍ଷ ହୋଇଯିବ ବୋଲି ଆକଳନ କରାଯାଇଛି।

  13. 13.ଓଡିଶା ରାଜ୍ୟରେ ୨ ଲକ୍ଷ ୩୦ ହଜାର ଷଣ୍ଢ ଅଛନ୍ତି । ଷଣ୍ଢ ସଂଖ୍ୟା ହ୍ରାସ ପାଉଛି।

  14. 14.ପ୍ରୋବା-୩ ମହାକାଶଯାନରେ ତ୍ରୁଟି, ପିଏସଏଲଭି-ସି୫୯ ଉତକ୍ଷେପଣ ସମୟ ଘୁଞ୍ଚିଲା।

  15. 15.ଗୋମାଂସ ଉପରେ ଆସାମ ରାଜ୍ୟ ସରକାର ନିଷେଧାଦେଶ ଜାରି କଲେ ।

  16. 16.ବ୍ରାହ୍ମଣ ସମ୍ପ୍ରଦାୟ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୫ ପ୍ରତିଶତ ରହିଛନ୍ତି। ବର୍ତ୍ତମାନ ସମଗ୍ର ଦେଶରେ ୪ ଜଣ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ଭଜନଲାଲ ଶର୍ମା ,ହିମନ୍ତ ବିଶ୍ୱ ଶର୍ମା ମମତା ବାନାର୍ଜୀ ଓ ବର୍ତ୍ତମାନ ଦେବେନ୍ଦ୍ର ଫଡନାଭିସ୍ ସିଏମ୍ ।

  17. 17.ପୂର୍ବତଟ ରେଳତଟ ଅଧିନସ୍ଥ ତିନି ରେଳଡିଭିଜନ ମଧ୍ୟରୁ ୱାଲ୍‌ଟିୟର ହଟିବାକୁ ଯାଉଛି। ପୂର୍ବତଟ ରେଳତଟ ଅଧୀନରେ ଖୋର୍ଦ୍ଧା, ୱାଲ୍‌ଟିଟୟର ଓ ସମ୍ବଲପୁର ଡିଭିଜନ ରହିଛି।

  18. 18.ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୁଷ୍ପା-୨ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

  19. 19.ଫୋନପେ ଡେଙ୍ଗୁ ଓ ମ୍ୟାଲେରିଆ ପାଇଁ ଏକ ନୂଆ ଶସ୍ତା ବୀମା ପ୍ଲାନ୍ ନେଇଆସିଛି । ମାତ୍ର ୫୯ ଟଙ୍କା ପ୍ରତି ବର୍ଷ ହୋଇପାରେ । ଏହି ସ୍ବାସ୍ଥ୍ୟ ବୀମା ଯୋଜନା ଡେଙ୍ଗୁ, ମ୍ୟାଲେରିଆ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ପ୍ରଦାନ କରିଥାଏ ।

  20. 20.ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଡିଲେଡରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଗୋଲାପୀ ବଲରେ ଖେଳାଯିବ। 

255 Y
534 05-12-2024 English
  1. 1.Indian Navy’s efforts in empowering women are praiseworthy, President Droupadi Murmu said during the Navy Day celebrations at the Blue Flag Beach here, Wednesday

  2. 2.President Droupadi Murmu Wednesday stressed the need for extensive research in Ayurveda as it holds remedies for many diseases.

  3. 3.Devendra Fadnavis has been unanimously elected as the Maharashtra BJP legislature party leader at a meeting here Wednesday, paving the way for his appointment as the Chief Minister for the third non-consecutive term.

  4. 4.Assam government has decided to ban serving and consumption of beef in restaurants, hotels and public places.

  5. 5.In her fi rst public address after fl eeing Bangladesh four months back, ousted Prime Minister Sheikh Hasina has mounted a stinging attack on the country’s interim leader Muhammad Yunus, accusing him of perpetrating “genocide” and failing to protect minorities including Hindus.

  6.  6.France’s far-right and left-wing forces are expected to join together Wednesday to oust Prime Minister Michel Barnier’s government in a historic no-confi dence vote prompted by budget disputes.

  7. 7.The state has recorded a whopping 5.20 lakh dog bite cases between January 2023 and October 2024, according to data provided by the state government in the Assembly Wednesday.

  8. 8.Four persons were arrested for allegedly gangraping a 14-year-old girl at Mahulpali area in Sambalpur district late Saturday night.

  9. 9. Delhi’s women helpline 181 received over 2.41 lakh calls between July and November 2024.

  10. 10.The apex court in September 2023 stayed the criminal defamation proceedings against Murugan on a complaint fi led by Chennai-based Murasoli Trust for his alleged defamatory statements at a press conference in December, 2020.

  11. 11.Araijeet Singh Hundal slammed four goals as defending champions India defeated arch rivals Pakistan 5-3 in the summit clash to win a hat-trick of titles in the men’s junior Asia Cup here Wednesday.

  12. 12.The rupee slumped by 7 paise to hits its lowest-ever closing level of 84.75 against the US dollar Wednesday amid a strengthening greenback and increase in crude prices.

  13. 13.India voted in favour of a UN General Assembly resolution that called for the withdrawal of Israel from the Palestinian territory occupied since 1967, including East Jerusalem, and reiterated the call for achieving a comprehensive, just and lasting peace in West Asia.

  14. 14.Rise in dependence on smartphones and their excessive usage are adversely impacting relationships between parents and children in India, a survey commissioned that According to the survey, 76 per cent of parents and 71 per cent of children agree that they cannot live without their smartphones.

  15. 15.The ISRO has rescheduled the launch of PSLV-C59 to Thursday due to an “anomaly” detected in the PROBA-3 spacecraft, the agency announced Wednesday, minutes before the scheduled launch.

202 Y
535 04-12-2024 Odia
  1. 1.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗାଜା ଆତଙ୍କବାଦୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ଦାୟିତ୍ୱ ଗ୍ରହଣ କରିବା ବେଳକୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଇ ନ ଥାଏ ତେବେ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ।

  2. 2.ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲା ସର୍ବାଧିକ ରହିଥିବା ନେଇ ଆମେରିକୀୟ କ୍ଲାଉଡ୍‌ ସିକ୍ୟୁରିଟି କମ୍ପାନୀ ଜେଡ୍‌ସ୍କେଲର ପ୍ରକାଶ କରିଛି।

  3. 3.ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ନୌସେନା ଦିବସରେ ଯୋଗଦେବା, ଭୁବନେଶ୍ବରରେ ଜୁଡିସିଆଲ କୋର୍ଟର ଲୋକାର୍ପଣ କରିବା ଭଳି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେବେ।

  4. 4.ସଂସଦରେ ଉସ୍ଥାପନ କରାଯାଇଥିବା ତଥ୍ୟ ଏହା କହୁଛି। ବର୍ଷକ ପୂର୍ବେ ଦେଶରେ ୨,୫୭,୯୪୦ ଏଟିଏମ୍ ଥିଲା। ଚଳିତ ବର୍ଷ ‌ସେପ୍ଟେମ୍ବର ୩୦ ସୁଦ୍ଧା ସେହି ସଂଖ୍ୟା ୨,୫୫,୦୭୮କୁ ହ୍ରାସ ପାଇଛି।

  5. 5.ଦକ୍ଷିଣ କୋରିଆରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଫଳରେ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଥିଲେ। ତେବେ ଏହାର ୬ ଘଣ୍ଟା ପରେ ଏହାକୁ ସେ ରାଷ୍ଟ୍ର ବିରୋଧୀ ତତ୍ତ୍ୱଙ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହଟାଇ ଦେଇଛନ୍ତି।

  6. 6.ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ପଛରେ ରହିଯାଇଛି। ଗତ ୫ ବର୍ଷ ମଧ୍ୟରେ ଦେଶକୁ ମୋଟ ୨୬୨୫୩୭.୯ ନିୟୁତ ଡଲାର ଆସିଥିବାବେଳେ ଏଥିରୁ ଓଡ଼ିଶାକୁ ମାତ୍ର ୧୭୨.୩୨ ନିୟୁତ ଡଲାର  (୧୪୫୯ କୋଟି ଟଙ୍କା) ଆସିଛି।

  7. 7. ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ ଚାପ ବୃଦ୍ଧି ପାଇଛି।

  8. 8.ବାତ୍ୟା ଫେଙ୍ଗଲ୍ ତାମିଲନାଡୁର ୧୪ଟି ଜିଲ୍ଲାରେ ବିନାଶ ଘଟାଇବା ସହିତ ୧.୫ କୋଟି ଲୋକଙ୍କୁ ପ୍ରଭାବିତ କରିଛି। ୨.୧୧ ଲକ୍ଷ ହେକ୍ଟର ଚାଷ ଜମିରେ ଜଳମଗ୍ନ ହୋଇଛି। ବାତ୍ୟା ଯୋଗୁ ଭିତ୍ତିଭୂମିରେ ବଡ଼ ଧରଣର କ୍ଷୟକ୍ଷତି ଘଟିଛି।

  9.  9.ଚଳିତ ନବନିର୍ବାଚିତ ସପ୍ତଦଶ ଓଡିଶା ବିଧାନସଭାରେ ୭୩% କୋଟିପତି ବିଧାୟକ ଥିବାବେଳେ ସେମାନେ ନିୟମିତ ବ୍ୟବଧାନରେ ବାରମ୍ବାର ନିଜର ଦରମା ବୃଦ୍ଧି ଦାବି କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

  10. 10.ଲୋକ ସଭାରେ ମଙ୍ଗଳବାର ବ୍ୟାଙ୍କିଂ ଆଇନ୍‌ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହି ବିଲ୍‌ରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ ନୋମିନି ଯୋଡ଼ିବାର ବ୍ୟବସ୍ଥା କରାଯାଇଛି।

  11. 11.ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଗତ ନଭେମ୍ବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଉକ୍ତ ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ଆମ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

  12. 12.ଗତ ତିନି ବର୍ଷରେ ୨୩୩ ଓଡ଼ିଆ ଲୋକ ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇ ଜୀବନ ହରାଉଛନ୍ତି ।

  13. 13.ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି ୧୮ ପ୍ଲଟ ସହିତ ପ୍ରାୟ ଏକ କେଜିଏ ସୁନା ନିଜ ସମ୍ପତ୍ତିରେ ଯୋଡ଼ିଛନ୍ତି।.

  14. 14.ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଯାଇଛି।

  15. 15.ଦଶମ ଇଣ୍ଡିଆ ଗ୍ରୀନ୍‌ ଉତ୍ପାଦନ ଚ୍ୟାଲେଞ୍ଜ (ଆଇଜିଏମ୍‌ସି) କାର୍ଯ୍ୟକ୍ରମରେ ଜେଏସ୍‌ଏଲ୍‌ର ହିସାର ୟୁନିଟକୁ ସମ୍ମାନଜନକ ସ୍ବର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି।

260 Y
536 04-12-2024 English
  1. 1.President Droupadi Murmu, who arrived here Tuesday on a fi veday visit to the state, unveiled a statue of Santali writer and educator Pandit Raghunath Murmu in the Capital City.

  2. 2.The Centre’s proposal to set up a strategic oil reserve near Chandikhole in Jajpur district has failed to make any headway as the state government is yet to take a call on closure of black granite mines on the foothills of Dankari hills under Dharmasala block, a report said.

  3. 3.Two National Institute of Technology (NIT), Rourkela faculty members represented India at the recently-concluded 9th BRICS Young Scientist Forum (YSF) 2024 held in Russia.

  4. 4.University Grants Commission (UGC) chairman M Jagadesh Kumar said recently that higher education institutions should adopt the semester system instead of holding annual examinations for better evaluation of students and improving their learning process.

  5. 5.Former CBI director Vijay Shankar breathed his last Tuesday after prolonged illness, his family said. He was 76.

  6. 6.The Indian Cyber Crime Coordination Centre (I4C), a wing of the Ministry of Home Affairs, has identifi ed and blocked more than 1,700 Skype IDs and 59,000 WhatsApp accounts used for digital fraud, Lok Sabha was informed Tuesday.

  7. 7.Chief Justice of India Sanjiv Khanna Tuesday recused himself from hearing a batch of pleas challenging the exclusion of the CJI from the panel meant for selecting the chief election commissioner and election commissioners.

  8. 8.Delhi High Court's Chief Justice Manmohan was Tuesday appointed as a judge of the Supreme Court.

  9. 9.President-elect Donald Trump is demanding the immediate release of Israeli hostages still being held in Gaza, saying that if they are not freed before he is sworn into office for a second term there will be “HELL TO PAY.”

  10. 10.South Korean President Yoon Suk Yeol declared martial law late Tuesday. Parliament voted to lift the declaration, with the National Assembly .

  11. 11.The RBI has asked banks to ‘urgently’ reduce the number of inoperative or frozen accounts by taking necessary steps and also report their numbers quarterly.

  12. 12.The Lok Sabha Tuesday passed the Banking Laws (Amendment) Bill, 2024, which allows bank account holders to have up to four nominees in their accounts.

  13. 13.India has recorded a sharp increase in exports for several key product categories with the country maintaining or improving its rank among the top ten global suppliers.

  14. 14.PhonePe Tuesday announced the launch of a new and affordable insurance plan for dengue and malaria on its platform, starting at just Rs59 per year. The affordable health coverage plan offers comprehensive year-round coverage of up to Rs1 lakh for medical expenses related to vector and air-borne diseases.

  15. 15.The Supreme Court Tuesday stayed the death sentence of a 30-year–old man convicted of the rape and murder of a 19-year-old engineering student in Jharkhand’s capital Ranchi.

240 Y
537 03-12-2024 Odia
  1. 1. ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇବେ ନୌବୀର। ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ନୌସେନାର ଏହି ପରାକ୍ରମକୁ ଦେଖିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।

  2. 2.ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି।

  3. 3.ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶକ୍ତିସିଂହ ଗୋହିଲ କହିଛନ୍ତି ଯେ ଭୂପେନ୍ଦ୍ର ଝାଲା ନାମକ ଏହି ବିଜେପି କର୍ମୀ ଲୋକଙ୍କୁ ୨ ବର୍ଷରେ ଟଙ୍କା ଡବଲ କରିବ କହି ପ୍ରାୟ ୬ ହଜାର କୋଟି ନେଇ ଫେରାର ହୋଇଯାଇଛନ୍ତି ।

  4. 4.ଆଫ୍ରିକାର ଦେଶ ଗିନିରେ ଏକ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ  ସଂଘର୍ଷ ଓ ଦଳାଚକଟା ରେ ୫୬ ଜଣ ଲୋକ ପ୍ରାଣ ହରାଇଛନ୍ତି। 

  5. 5.ରାଜନୀତି ହେଉଛି ଅସନ୍ତୁଷ୍ଟ ଲୋକମାନଙ୍କ ସାଗର, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଏବଂ ବର୍ତ୍ତମାନର ପଦଠାରୁ ଉଚ୍ଚ ପଦ ପାଇଁ ଇଚ୍ଛା କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସୋମବାର କହିଛନ୍ତି।

  6. 6.ନଭେମ୍ବର ମାସରେ ଓଡ଼ିଶାରେ ୪୭୦୪ କୋଟି ଟଙ୍କାର ଜିଏସ୍‌ଟି( ‌ସାମଗ୍ରୀ ଓ ସେବା ଟିକସ) ଆଦାୟ ହୋଇଛି। ଗତବର୍ଷ ନଭେମ୍ବରରେ ଏହି ରାଶି ୪୨୯୫ କୋଟି ଟଙ୍କା ରହିଥିଲା।

  7. 7.ଶମ୍ଭୁ ଓ ଖାନାଉରି ସୀମାରେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ଆନ୍ଦୋଳନ ସମୟରେ ସାଧାରଣ ଲୋକ ଯେଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

  8. 8.୨୦୨୩ ବ୍ୟାଚ୍‌ କର୍ଣ୍ଣାଟକ କ୍ୟାଡରର ୨୬ ବର୍ଷୀୟ ଯୁବ ଆଇପିଏସ୍‌ ଅଫିସର୍‌ ହର୍ଷ ବର୍ଦ୍ଧନ ରବିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ନିକଟରେ ତାଙ୍କର ଟ୍ରେନିଂ ଶେଷ ହୋଇଥିଲା।

  9. 9.ଅମୃତସରର ସ୍ବର୍ଣ୍ଣ ମନ୍ଦିରର ଅକାଳ ତଖତ ସାହିବ ସୋମବାର ସୁଖବୀର ସିଂହ ବାଦଲଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିଛି । ଦଣ୍ଡାଦେଶ ଅନୁସାରେ ସୁଖବୀର ବାଦଲଙ୍କୁ ବ ବାଥରୁମ ସଫା କରିବାକୁ ପଡିବ ।

  10. 10.ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ୍ ହୋଇଥିବା ପାନୀୟ ଜଳ ଓ ମିନେରାଲ୍ ଓ୍ବାଟରକୁ 'ହାଇ ରିସ୍କ ଫୁଡ୍' ଅର୍ଥାତ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପାନୀୟ ଭାବେ ବର୍ଗୀକରଣ କରିବାକୁ ନିଷ୍ପତ୍ତି ନେଇଛି ।

  11. 11.ଓଡିଶା ରାଜ୍ୟରେ ବିଜେପି ସରକାର ଆସିବା ପରେ ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି।

  12. 12.ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୫.୪ ପ୍ରତିଶତ ସହ ଦୁଇ ବର୍ଷର ନିମ୍ନ ସ୍ତରକୁ ଖସିଯାଇଛି। ଜିଡିପି ହିସାବ ଲାଗି ୨୦୧୧-୧୨କୁ ଆଧାର ବର୍ଷ ଭାବେ ବ୍ୟବହାର କରାଯାଉଥିଲା। 

  13. 13.ଆଦାନୀଙ୍କ ସଂସ୍ଥା ଆଦାନୀ ପାୱାରଠାରୁ ବାଲାଂଦେଶ ଅଧା ବିଜୁଳି କିଣିବାକୁ ନିଷ୍ପତ୍ତି ନେଇଛି। ଶୀତଦିନ ଲାଗି ବିଦ୍ୟୁତ ଚାହିଦା କମ୍ ଥିବାରୁ ଅଧା ବିଜୁଳି ଦେବାକୁ କମ୍ପାନିକୁ ବାଂଲାଦେଶ କହିଛି।

  14. 14.ଆଇଆଇଟି ମାଡ୍ରାସରେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ପଢ଼ୁଥିବା ଜଣେ ଛାତ୍ରଙ୍କୁ ‘ଜେନ୍ ଷ୍ଟ୍ରିଟ୍‌’ ନାମକ ଏକ କମ୍ପାନି ବାର୍ଷିକ ୪.୩ କୋଟି ଟଙ୍କାରେ ଚାକିରି ପ୍ରସ୍ତାବ ଦେଇଛି।

  15. 15.ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍‌ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍‌ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍‌ ବିଭିନ୍ନ ଔଷଧକୁ ପ୍ରତିରୋଧ କରୁଥିବା ବ୍ୟାକ୍ଟେରିଆଗୁଡ଼ିକର ମୁକାବିଲା କରିପାରିବ।

212 Y
538 03-12-2024 English
  1. 1.State govt has formed a task force for formation of Southern Odisha Development Council (SODC), says CM Mohan Charan Majhi

  2. 2.Electronics and IT minister Mukesh Mahaling said Monday that the government will ensure Internet facilities are available in all villages of Odisha by March 2025.

  3. 3.The government and Opposition parties reached an agreement Monday to break the impasse in Parliament with dates announced for discussions on the Constitution in the Lok Sabha and the Rajya Sabha.

  4. 4.As many as 6,368 cases of cyber frauds have been registered in the state during the last three years (2021 to 2023) wherein crooks swindled Rs125.63 crore from people.

  5. 5.Chief Minister Mohan Charan Majhi Monday informed the Assembly that 769 cases related to rape of minors were reported in the state during the fi ve months since June 10.

  6. 6.Of the 500-tonne of solid waste generated in the Bhubneswar City every day, around 30-tonne constitutes plastic waste, a report by India Clean Air Network (ICAN) reveals.

  7. 7.The Supreme Court Monday refused to relax the emergency measures under Stage 4 of the Graded Response Action Plan (GRAP) dealing with air pollution in the national capital unless a consistent downward trend was noticed in the AQI level.

  8. 8.The construction of the Delhi-Dehradun expressway, which will drastically reduce the travel time between the two cities, is in its final stages.

  9. 9.IPS officer Harsh Bardhan, who died in a road accident in Karnataka while on his way to take up his first posting, had cleared the civil services examination in his maiden attempt, sources close to his family said Monday.

  10. 10.Germany will remain Ukraine’s strongest supporter in Europe  said  Olaf Scholz , Chancellor,Germany.

  11. 11. India’s manufacturing sector growth fell to a joint 11-month low of 56.5 in November, restricted by competitive conditions and inflationary pressures amid a softer increase in factory orders, a monthly survey said Monday.

  12. 12.Retirement fund body EPFO has invested `34,207.93 crore in exchange traded funds (ETFs) during the April-October period this fi scal year, Parliament was informed Monday.

  13. 13.About 70-75 per cent of GST revenues collected in 2023-24 fi scal year came from the 18 per cent slab, while just 5-6 per cent came from the 12 per cent bracket, Parliament was informed Monday.

  14. 14.The Reserve Bank Monday said 98.08 per cent of the `2,000 banknotes have been returned to the banking system, and only `6,839 crore worth such notes are still with the public.

  15. 15.The Delhi High Court sought the Enforcement Directorate’s (ED) response Monday on a plea moved by AAP leader Manish Sisodia challenging a trial court’s order taking cognisance of a chargesheet fi led in a money-laundering case linked to the alleged excise policy scam.

  16. 16.A Delhi court Monday fixed December 9 for the recording of statements of two former police offi cials as witnesses in a 1984-anti Sikh riots case against Congress leader Jagdish Tytler.

  17. 17.Civil services coaching teacher and motivational speaker Avadh Ojha joined the Aam Aadmi Party Monday in the presence of party chief Arvind Kejriwal and senior leader Manish Sisodia.

  18. 18.Odisha Chief Minister Mohan Charan Majhi told the Assembly Monday that 123 Maoists and 11 security personnel were killed in encounters in different parts of the state since 2014

  19. 19.India is set to experience a milder winter with fewer cold wave days, the weather office said Monday and forecast above-normal minimum temperatures during the season.

  20. 20.India’s Paralympic champion Nitesh Kumar has been nominated for the Men’s Para-Badminton Player of the Year honour as Olympic champions Denmark’s Viktor Axelsen, South Korea’s An Se Young headlined BWF Annual Awards nominations

237 Y
539 02-12-2024 Odia
  1. 1.ଆରଏସଏସ ମୁଖ୍ୟ ମୋହନ ଭାଗବତ ଜନସଂଖ୍ୟାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଚିନ୍ତାର ବିଷୟ । ଏଥିପାଇଁ ଗୋଟିଏ ପରିବାରରେ ଅତି କମରେ ୩ ଟି ସନ୍ତାନ ହେବା ଉଚିତ ।

  2. 2.ତିନି ଦିନ ବ୍ୟାପୀ ରାଜଧାନୀରେ ଚାଲିଥିବା ଡିଜି ଆଇଜିପି ସମ୍ମିଳନୀ ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଦିଲ୍ଲୀ ଫେରିଯାଇଛନ୍ତି।

  3. 3.ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏହା ସହ ସେ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି।

  4. 4.ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ଗତ ନଭେମ୍ବର ମାସରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟି ୧ ଲକ୍ଷ ୮୨ ହଜାର କୋଟିରେ ପହଞ୍ଚିଛି । 

  5. 5.କ୍ରମାଗତ ୫ ମାସ ଧରି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି।ବାଣିଜ୍ୟିକ ସିଲିଣ୍ଡରର ଦରରେ ୧୬.୫୦ଟଙ୍କା ବୃଦ୍ଧି ପାଇଛି। 

  6. 6.ରାଜ୍ୟ ଓ୍ବକଫ୍‌ ବୋର୍ଡ ଗଠନ ପାଇଁ ପୂର୍ବ ସରକାର ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି।

  7. 7.ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି।

  8. 8.ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍‌ଲାଇନ୍‌ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍‌ ବ୍ୟବହାରକାରୀଙ୍କ ଉପରେ ପଡ଼ିବ।

  9. 9.ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ର ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିରେ ପ୍ରତ୍ନତାତ୍ତ୍ବିକ ଖନନ କାର୍ଯ୍ୟ ଆରମ୍ଭ ହୋଇଛି।

  10. 10.ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି ୧୨ ଶହ ୧୫ କୋଟି ଟଙ୍କା। ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ପରିବହନ ବିଭାଗରେ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ।ଅନାଦେୟ ଜରିମାନ ଅର୍ଥ ଆଦାୟ କରିବାକୁ ଏବେ ୱାନ୍ ଟାଇମ୍ ସେଟେଲମେଣ୍ଟ ବା OTS ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର।

  11. 11.୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉଦ୍‌ଘାଟିତ ହୋଇଛି।

  12. 12.ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍‌ ଆସିବା ଏକ ପ୍ରକାର ବନ୍ଦ ରହିଥିବାବେଳେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ ଆଳୁ ଗାଡି ଆସି ରାଜ୍ୟରେ ପହଞ୍ଚିବ।

  13. 13.ଚଳିତବର୍ଷ ହାରାହାରି ବିବାହ ଖର୍ଚ୍ଚ ୩୬.୫ ଲକ୍ଷ ଟଙ୍କା ଥିବାବେଳେ ବିଶେଷ ବିବାହସ୍ଥଳ (ଡେସ୍‌ଟିନେସନ୍‌ ୱେଡିଂ) ଖର୍ଚ୍ଚ ହାରାହାରି ୫୧ ଲକ୍ଷ ଟଙ୍କା ରହିଛି। ଗତବର୍ଷ ତୁଳନାରେ ୨୦୨୪ରେ ବିବାହ ଖର୍ଚ୍ଚ ପ୍ରାୟ ୭ପ୍ରତିଶତ ବୃଦ୍ଧିପାଇଛି।

  14. 14.ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ କାର୍ଯ୍ୟକ୍ରମ ଶେଷ ହୋଇଛି। ବିଜୁ ପଟ୍ଟନାୟକ ଟାଉନ ହଲରେ ଚାଲିଥିଲା ଚୟନ ପ୍ରକ୍ରିୟାରେ ଭୁବନେଶ୍ଵର ପ୍ରଧାନଙ୍କୁ ନୂଆ କଂସ ଭାବେ ମନୋନୀତ କରିଛନ୍ତି ୩ ଜଣିଆ ବିଚାରକ କମିଟି।

  15. 15.ଓଡିଶାରେ ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ୬୫ଟି ହାତୀଙ୍କ ଜୀବନ ଗଲାଣି। ବିଦ୍ୟୁତ୍‌ ଆଘାତରେ ମରିଥିବା ୨୩ ହାତୀଙ୍କୁ ବାଦ୍‌ ଦେଲେ ଟ୍ରେନ୍‌ ଦୁର୍ଘଟଣାରେ ୩ଟି ମରିଛନ୍ତି। ହର୍ପିସ୍‌ ଭୂତାଣୁ ଆକ୍ରାନ୍ତରେ ତିନି, ଅନ୍ୟାନ୍ୟ ରୋଗରେ ୧୨, ବୟସାଧିକ କାରଣରୁ ୧୧, ନିଜ ନିଜ ଭିତରେ ଲଢ଼େଇ କରି ୪ଟି ହାତୀଙ୍କ ଜୀବନ ଯାଇଛି।

  16. 16.ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ମଞ୍ଚରେ କଳାକାର ଜିଅନ୍ତା ଘୁଷୁରି ମାରି ଖାଇବା ଓ ସାପ ଖେଳକୁ ନେଇ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 

  17. 17.ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି।

  18. 18.ମଧ୍ୟପ୍ରଦେଶର ସୌନ୍ଧା ଗୋହଦରେ ରହୁଥିବା କମଲା ବାଇଙ୍କ ପେଟରେ ଗତ ଦୁଇବର୍ଷ ହେବ ଯନ୍ତ୍ରଣା ହେଉଥିଲା। କମଲା ବାଇଙ୍କ ପେଟ ଭିତରେ ଏକ କଇଁଚି ରହିଥିବା ଦେଖିବାକୁ ପାଇଥିଲେ ସ୍କାନ କରିଥିବା ଡାକ୍ତର। ପରେ ପୁଣିଥରେ ଅସ୍ତ୍ରୋପଚାର କରି ସୁର‍କ୍ଷିତ ଭାବେ ଏହି କଇଁଚିକୁ ପେଟରୁ ବାହାର କରାଯାଇଛି।

  19. 19.ମିଳିତ ଜାତିସଂଘର ୧୭ତମ ସଂଖ୍ୟାଲଘୁ ଅଧିବେଶନରେ  ଉଇଘର ମୁସ୍‌ଲିମ ସଂପ୍ରଦାୟ ଉପରେ ଚୀନର ଦମନଲୀଳା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି।

  20. 20.ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଇରାନ ଆଣବିକ ପରୀକ୍ଷା କରିବାକୁ ଚାହୁଁଛି। ବାସ୍ତବରେ ଇରାନରୁ ଦୁଇଟି ବଡ଼ ଖବର ଆସିଛି । ପ୍ରଥମ ଖବର ହେଉଛି ଇରାନ ୬୦୦୦ନୂତନ ସେଣ୍ଟ୍ରିଫୁଗ୍ ସ୍ଥାପନ କରିବ ଏବଂ ଦ୍ୱିତୀୟରେ ଇରାନ ଏହାର ଆଣବିକ ସିନ୍ଧାନ୍ତକୁ ବଦଳାଇପାରେ। 

213 Y
540 02-12-2024 English
  1. 1.President-elect Donald Trump Saturday warned BRICS countries against any move to replace the US dollar and has sought a commitment from the nine-member group that includes India, Russia, China, and Brazil.

  2. 2.In a shocking display of inhuman behaviour, an actor consuming a live pig on the stage during a drama performance has sparked widespread outrage in the state.

  3. 3.Chief Minister Mohan Charan Majhi inaugurated the annual Konark Dance Festival and International Sand Art Festival in Puri Sunday.

  4. 4.Potato prices in the state will be stabilised soon after arrival of 300 trucks loaded with the tuber from Uttar Pradesh Monday, Potato prices in the state will be stabilised soon after arrival of 300 trucks loaded with the tuber from Uttar Pradesh Monday.

  5. 5.Amid tight security, members of a judicial commission Sunday visited the Shahi Jama Masjid Sambhal and other areas that witnessed violence over a court-ordered survey of the Mughal-era mosque.

  6. 6.The India Meteorological Department (IMD) Sunday issued a red alert for four districts in the state, forecasting extremely heavy rains December 2.

  7. 7.Republican President-elect Donald Trump said Saturday he wanted former National Security offi cial and loyalist Kash Patel to lead the FBI, signaling an intent to drive out the bureau’s current director, Christopher Wray.

  8. 8.Dozens of ISKCON members who possessed valid travel documents were turned back Sunday by Bangladesh’s immigration police from Benapole border crossing when they tried to cross into India, a media report said.

  9. 9.Gross GST collections grew 8.5 per cent to over Rs1.82 lakh crore in November on higher revenues from domestic transactions.

  10. 10. Jet fuel, or ATF, price Sunday was hiked by 1.45 per cent and rates of commercial LPG used in hotels and restaurants increased by Rs16.5 per 19-kg cylinder in the monthly revision done in line with international oil price trends

  11. 11.Foreign direct investment in India rose by 45 per cent year-on-year to USD 29.79 billion in April-September this fi scal on healthy infl ows in services, computer, telecom and pharma sectors, according to government data.

  12. 12.India’s overall coal production rose by 7.2 per cent to 90.62 million tonnes (MT) in November compared to 84.52 MT in the same month of last year, the coal ministry said in a statement Sunday.

  13. 13.ISRO's trusted workhorse Polar Satellite Launch Vehicle (PSLV) will blast off from Sriharikota spaceport in Andhra Pradesh December 4 carrying ESA's Proba-3 mission, the Indian space agency said Sunday.

  14. 14.A whopping 1.3 crore digital life certifi cates were generated during a month-long special campaign by the government to further simplify the process for pensioners across the country.

  15. 15.Top seeded Indians PV Sindhu and Lakshya Sen showcased their class and dominance to clinch the women’s and men’s singles titles, respectively, at the Syed Modi International badminton tournament Lucknow Sunday

261 Y