# |
Date |
Type |
Current Affairs |
No. Of Views |
Status |
Action |
1 |
12-09-2025 |
Odia |
- 1.ଉଭୟ କାଠମାଣ୍ଡୁ ମେୟର ବଲେନ ଶାହ ଓ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତିକାଳୀନ ସରକାରର ନେତୃତ୍ୱ ନେବା ପାଇଁ ମନା କରିବାରୁ ବିକ୍ଷୋଭକାରୀ ଜେନ୍-ଜେଡ୍ ନେପାଳ ବିଦ୍ୟୁତ୍ ପ୍ରାଧିକରଣର ଖ୍ୟାତନାମା ମୁଖ୍ୟ ଇଞ୍ଜିନିୟର କୁଲମାନ୍ ଘିସିଂଙ୍କୁ ମନୋନୀତ କରିଛି।
-
2.ଭାରତ-ନେପାଳ ସୀମାକୁ ଜଗି ରହିଥିବା ସଶସ୍ତ୍ର ସୀମା ବଳ ଅନ୍ତର୍ଜାତୀୟ ସୀମାର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦ ଜଣଙ୍କୁ ଧରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନେପାଳୀ, ଯେଉଁମାନେ ନିଜ ଦେଶରେ ଅଶାନ୍ତି ସମୟରେ ଜେଲ୍ ଭାଙ୍ଗି ପଳାୟନ କରିଥିବା ସନ୍ଦେହ କରାଯାଉଛି।
-
3.ଫେକ ନ୍ୟୁଜର ମୁକାବିଲା କରିବାକୁ ବର୍ତ୍ତମାନ ଥିବା ନିୟମାବଳୀ ଏବଂ ଆଇନର ସଂଶୋଧନ କରାଯିବା, ଦଣ୍ଡ ପରିମାଣ ବୃଦ୍ଧି କରାଯିବା ଏବଂ ଦାୟିତ୍ୱ ସ୍ଥିର କରାଯିବା ଉଚିତ୍।
-
4. ଓରାକେଲର ସହ-ପ୍ରତିଷ୍ଠାତା ଲାରି ଏଲିସନଙ୍କଠାରୁ ଶୀର୍ଷ ସ୍ଥାନ ହରାଇବା ପରେ ଏଲୋନ ମସ୍କ ବିଶ୍ୱର ଦ୍ବିତୀୟ ଧନୀ ବ୍ୟକ୍ତି ବନି ଯାଇଥିଲେ। ତାଙ୍କ ଶୀର୍ଷ ସ୍ଥାନକୁ ଅଧିକାର କରି ନେଇଥିଲେ ଲାରି ଏଲିସନ। ହେଲେ ମାତ୍ର କିଛି ଘଣ୍ଟାର ବ୍ୟବଧାନ ପରେ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି ମସ୍କ୍।
-
5. ଶ୍ରୀଲଙ୍କା ସଂସଦରେ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଦିଆଯାଉଥିବା ବିଶେଷ ସୁବିଧାସୁଯୋଗକୁ ଉଚ୍ଛେଦ କରିବା ପାଇଁ ଏକ ନୂତନ ଆଇନ ପ୍ରଣୟନ ହେବା ପରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ତାଙ୍କର ସରକାରୀ ବଙ୍ଗଳା ଛାଡିଛନ୍ତି।
-
6.ପୁରୀ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ତ ନିର୍ମାଣକୁ ସରକାର ଭାଙ୍ଗିବେ।
-
7.ରତ୍ନଭଣ୍ଡାର ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତରଣ ପ୍ରହସନ ଅକ୍ଟୋବର ମଧ୍ୟରେ ଶେଷ ହେବ।
-
8.ସରକାର ମହାନଦୀ ନଦୀତଟ ୨୪୦ କୋଟି ଖର୍ଚ୍ଚ ବିକାଶ ଯୋଜନାକୁ ଅନୁମୋଦନ କଲେ ।
-
9.ଆସନ୍ତା ୧୬ ତାରିଖରେ ସର୍ବଦଳୀୟ ବୈଠକ, ୧୮ରୁ ୨୫ ଯାଏ ଚାଲିବ ଓଡିଶା ବିଧାନସଭା ମୌସୁମୀ ଅଧିବେଶନ।
-
10.ବିଡିଓଙ୍କ ଆର୍ଥିକ କ୍ଷମତା ବଢ଼ିଲା ବିକାଶମୂଳକ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁମୋଦନ ଦେଇପାରିବେ।
-
11.ଫିଜିଓଥେରାପିଷ୍ଟମାନେ ନିଜ ନାମ ପୂର୍ବରୁ ଡାକ୍ତର ଶବ୍ଦ ବ୍ୟବହାର କରିପାରିବେ ନାହିଁ ।
-
12.ବିଗତ ୧୦ ଦିନରେ ଅବକାରୀ ବିଭାଗ କୋଟିଏ ୪୬ ଲକ୍ଷର ଗଂଜେଇ ଜବତ କଲେ। ୧୩୬ ଚାଲାଣକାରୀ ଗିରଫ, ୨୨୪ ମାମଲା ରୁଜୁ ହୋଇଛି ।
-
13.ଛତିଶଗଡ଼ ନାରାୟଣପୁର ଜିଲ୍ଲା ଆବୁଝମାଡ ଜଂଗଲର ୧୬ ଜଣ ମାଓବାଦୀମାନେ ଆତ୍ମସମର୍ପଣ କଲେ।
-
14.ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି। ଓଡ଼ିଶାରୁ ୨୩ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ।
-
15. ଜିଏସ୍ଟିରେ ହ୍ରାସ ଘୋଷଣା ପରେ କେଉଁ ଜିନିଷର ଦାମ୍ କେତେ କମିଛି ତାହା ଜାଣିବା ଲାଗି କେନ୍ଦ୍ର ସରକାର କମ୍ପାନିଗୁଡ଼ିକୁ ସେମାନଙ୍କ ଜିନିଷର ନୂଆ ଦର ତାଲିକା ମାଗିଛନ୍ତି। ସେମାନଙ୍କୁ ଉଭୟ ପୁରୁଣା ଓ ନୂଆ ଦରର ସୂଚନା ଜିଏସ୍ଟିର ଅଫିସିଆଲ୍ ୱେବସାଇଟ୍ରେ ଅପ୍ଲୋଡ୍ କରିବାକୁ କୁହାଯାଇଛି।
-
16.ଏସିଏମ୍ଇ ଗ୍ରୁପ୍ ପକ୍ଷରୁ ଗୋପାଳପୁରରେ ସ୍ଥାପନ କରାଯାଉଥିବା ଗ୍ରିନ୍ ଆମୋନିଆ କାରଖାନାକୁ ୨୦୨୯-୩୦ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। କାରଖାନା ସମ୍ପୂର୍ଣ୍ଣ ହେବା ପରେ ସେଥିରୁ ବାର୍ଷିକ ୦.୪ ନିୟୁତ ଟନ୍ ଗ୍ରିନ୍ ଆମୋନିଆ ଉତ୍ପାଦନ କରାଯିବ।
-
17.ସାଉଥ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'କୁଲି' ଏବେ ସିନେମା ହଲ୍ ପରେ ଓଟିଟିରେ ରିଲିଜ୍ ହୋଇଛି। ଏହି ଫିଲ୍ମଟି ବକ୍ସ ଅଫିସରେ ହ୍ରିତିକ୍ ରୋଶନଙ୍କ 'ୱାର୍ ୨' ସହିତ ମଧ୍ୟ ଟକ୍କର ଦେଇଥିଲା।
-
18.ଯୌନ କେଳେଙ୍କରୀରେ ଲିପ୍ତ କୁଖ୍ୟାତ ଅପରାଧୀ ଜେଫରୀ ଏପଷ୍ଟିନ ସହିତ ସମ୍ପର୍କ ରଖିଥିବା ଆମେରିକା ଦୂତାବାସରେ ଅବସ୍ଥାପିତ ବ୍ରିଟିଶ ଆମ୍ବାସାଡର ପିଟର ମାଣ୍ଡେଲସନଙ୍କୁ ହଟାଇଛି ବ୍ରିଟେନ।
-
19.ଆମେ ଆମର ସମ୍ବିଧାନ ପାଇଁ ଗର୍ବିତ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇ ବୁଧବାର ମତବ୍ୟକ୍ତ କରିଛନ୍ତି। ପ୍ରେସିଡେନ୍ସିଆଲ ରେଫରେନ୍ସ ଉପରେ ଶୁଣାଣି କରିବା ସମୟରେ ସେ କହିଛନ୍ତି ଯେ ଗୋଟିଏ ଦେଶର ସାମ୍ବିଧାନିକ ବିଧିବ୍ୟବସ୍ଥା ନଷ୍ଟ ହୋଇଗଲେ ତାହା ଅରାଜକତା ଆଡକୁ ଚାଲିଯାଏ।
-
20.ଏସିଆ କପ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ବାତିଲ କରିବା ପାଇଁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।
|
22 |
Y |
|
2 |
12-09-2025 |
English |
-
1.Prime Minister Narendra Modi will launch the Gyan Bharatam Portal on Friday at Vigyan Bhawan, New Delhi, kickstarting discussions on revitalising India's rich manuscript heritage at an international conference on traditional knowledge.
-
2.The Delhi government is considering lowering the legal age of drinking beer from 25 to 21, aiming to align the National Capital with neighbouring states and curb the sale of unregulated alcohol.
-
3.IT services giant Infosys on Thursday said its board has approved the company's largest-ever share buyback programme worth Rs 18,000 crore.
-
4.Calling itself the ‘custodian of the Constitution’, the Supreme Court (SC) Thursday asked if it could ‘sit idle’ if a constitutional functionary like Governor failed to discharge duties as it reserved the verdict on the presidential reference on grant of assent to Bills.
-
5.The rupee slumped 24 paise and closed for the day at an all-time low of 88.35 against the US dollar, as ongoing tariff issue between India and the US weighed heavily on the domestic currency’s vulnerability.
-
6.Chief Minister Mohan Charan Majhi Thursday approved the ambitious Mahanadi Riverfront Development Project, a flagship initiative to transform riverbanks into vibrant cultural, tourism, and ecological hubs. The three-year project (2025–26 to 2027–28) will be implemented with an estimated outlay of RS 240 crore.
-
7.Circulation of daily newspapers has registered a healthy growth of 2.77 per cent during January-June period of 2025, as compared to July-December period of the previous year, a release issued by the Audit Bureau of Circulations (ABC) said Thursday.
-
8.The state government has decided to establish a model ‘goshala’ (cow shelter) here to ensure the care and protection of stray cattle, Housing and Urban Development Minister Krushna Chandra Mahapatra said Thursday.
-
9.The state government Thursday said 23 pilgrims and tourists from the state, who were stranded in Nepal in the wake of violence, have been rescued and brought back to India through a special initiative.
-
10.Paradip is set to become home to Odisha’s fi rst mud crab hatchery, with the state government investing Rs2.31 crore in the project aimed at boosting aquaculture and supporting coastal livelihoods.
-
11. India Thursday urged its citizens to stay away from offers to join the Russian Army and demanded Moscow to end its practice of recruiting Indians as support staff into the Russian military.
-
12. India Thursday urged its citizens to stay away from offers to join the Russian Army and demanded Moscow to end its practice of recruiting Indians as support staff into the Russian military.
-
13.Prime Minister Narendra Modi Thursday visited Dehradun to review relief and rescue operations in the disaster-ravaged parts of Uttarakhand and announced a fi nancial assistance of Rs 1,200 crore for the affected areas.
-
14.South Korea’s president said Thursday that Korean companies will likely hesitate to make further investments in the United States unless Washington improves its visa system for their employees, as US authorities released hundreds of workers who were detained at a Georgia factory site last week.
-
15.DMK Panchayat President, Vinayagam Palaniswami, was arrested in Tamil Nadu's Tiruppur district for allegedly murdering a man who had flagged irregularities.
|
11 |
Y |
|
3 |
11-09-2025 |
Odia |
-
1.ପ୍ରଧାନ ବିଚାରପତି ବିଆର୍ ଗୱାଇ ତାଙ୍କ ମନ୍ତବ୍ୟରେ କହିଛନ୍ତି, ‘ଆମେ ଆମ ସଂବିଧାନକୁ ନେଇ ଗର୍ବ କରୁଛୁ, ପଡ଼ୋଶୀ ଦେଶଗୁଡ଼ିକରେ କ’ଣ ଚାଲିଛି ଦେଖନ୍ତୁ।’ ରାଷ୍ଟ୍ରପତିଙ୍କ ରେଫରେନ୍ସ ସହ ଜଡ଼ିତ ଏକ ମାମଲାର ଶୁଣାଣି ସମୟରେ ପ୍ରଧାନବିଚାରପତି ଏଭଳି ମନ୍ତବ୍ୟ ରଖିଛନ୍ତି।
-
2.ପଡ଼ୋଶୀ ଦେଶରେ ସୋସିଆଲ ମିଡିଆ ନିଷେଧାଦେଶ ଓ ଦୁର୍ନୀତି ବିରୋଧରେ ହିଂସାତ୍ମକ ବିକ୍ଷୋଭ ମଧ୍ୟରେ ଭାରତ ନେପାଳ ସହିତ ଏହାର ସୀମାରେ ସୁରକ୍ଷା କଡ଼ାକଡ଼ି କରିଛି। ଭାରତୀୟ ଅଞ୍ଚଳରେ ଅଶାନ୍ତି ବ୍ୟାପିବାକୁ ରୋକିବା ପାଇଁ ରାଜ୍ୟ ପୁଲିସ ଟିମ୍ ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି) ସହ ଯୋଗ ଦେଇଛି।
-
3.ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା ଭିତରେ ସରକାରଙ୍କ ଅର୍ଥନୈତିକ ନୀତିକୁ ବିରୋଧ କରି ହିଂସାତ୍ମକ ବିକ୍ଷୋଭ ଆରମ୍ଭ ହୋଇଛି। ଦେଶବ୍ୟାପୀ ବିକ୍ଷୋଭର ପ୍ରଥମ ଘଣ୍ଟାରେ ପ୍ରାୟ ୩୦୦ ଗିରଫଦାରୀ ହୋଇଥିବା ଗୃହମନ୍ତ୍ରୀ ଘୋଷଣା କରିଛନ୍ତି। ବିକ୍ଷୋଭ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ପ୍ରାୟ ୮୦,୦୦୦ ପୁଲିସ ନିୟୋଜିତ କରିବାକୁ ପଡ଼ିଛି।
-
4.ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ‘ଜେନ୍ ଜେଡ୍’ କାର୍ଯ୍ୟକର୍ତ୍ତାମାନେ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀଙ୍କୁ ଅନ୍ତରୀଣ ସରକାରର ନେତା ଭାବେ ଚୟନ କରିଛନ୍ତି। ଏହି ନିଷ୍ପତ୍ତି ୫,୦୦୦ରୁ ଅଧିକ ଯୁବକଙ୍କ ସହଭାଗିତାରେ ଦେଶବ୍ୟାପୀ ଭର୍ଚୁଆଲ୍ ବୈଠକରେ ନିଆଯାଇଛି।
-
5.ସାରା ଭାରତରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ଅକ୍ଟୋବରରୁ ଆରମ୍ଭ ହୋଇପାରେ ବୋଲି ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି। ଏ ବାବଦ ପ୍ରସ୍ତୁତି ଉପରେ ଆଲୋଚନା କରିବା ନିମନ୍ତେ ନିର୍ବାଚନ ଆୟୋଗ ରାଜ୍ୟ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।
-
6.ଭାରତ ସହ ବେପାର ଓ ଟାରିଫ୍ ପ୍ରସଂଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାସ୍ତବରେ ଚାହାନ୍ତି କ’ଣ? ଟାରିଫ୍ ଯୁଦ୍ଧ ଭିତରେ ଏପେଟ ଟ୍ରମ୍ପ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଜଣେ ଉତ୍ତମ ବନ୍ଧୁ ବୋଲି କହୁଛନ୍ତି। ଯଦି ୟୁରୋପୀୟ ଦେଶଗୁଡ଼ିକରେ ଆମେରିକା ସମାନ ଟାରିଫ୍ ବୋମା ଫୁଟାଇବା ତ ରୁଷୀୟ ତୈଳ କିଣିଥିବା ଭାରତ ଓ ଚୀନ ପରି ଦେଶ ଉପରେ ବି ୧୦୦ ପ୍ରତିଶତ ଟାରିଫ୍ ଲାଗିବ।
-
7.ଅନିଲ ଅଗ୍ରୱାଲଙ୍କ କମ୍ପାନି ବେଦାନ୍ତ ପକ୍ଷରୁ ଢେଙ୍କାନାଳରେ ଏକ ଆଲୁମିନିୟମ ସ୍ମେଲଟର ସ୍ଥାପନ କରାଯିବା ଘୋଷଣା କରାଯାଇଛି। ସେହି ପ୍ରକଳ୍ପ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଥିବା କମ୍ପାନିର ଆଲୁମିନିୟମ ବ୍ୟବସାୟର ସିଇଓ ରାଜୀବ କୁମାର କହିଛନ୍ତି।
-
8.ଟେଲିଗ୍ରାମ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପାଇଁ ବିପଦ ହୋଇପାରେ। ଆସନ୍ତୁ ଜାଣିବା ସେହି ୪ଟି ଦେଶ (ରୁଷ, ଚୀନ୍, , ଇରାନ, ପାକିସ୍ତାନ)ବିଷୟରେ ଯେଉଁଠାରେ ଟେଲିଗ୍ରାମ ବ୍ୟବହାର କରିବା ଏକ ଅପରାଧ ବୋଲି ବିବେଚନା କରାଯାଏ।
-
9.ରେଣୁକାସ୍ବାମୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶନ ଏବଂ ତାଙ୍କ ହିରୋଇନ୍ ପବିତ୍ରା ଗୌଡ଼ାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ନିକଟରେ କୋର୍ଟର ଦ୍ୱାରସ୍ଥ ହୋଇ ଦର୍ଶନ ଜେଲ ଭିତରର ଯନ୍ତ୍ରଣା ବଖାଣିଛନ୍ତି। ଜେଲରେ ଉପଯୁକ୍ତ ସୁବିଧା ନ ପାଇବାରୁ ଦର୍ଶନ ବିରକ୍ତ ହୋଇ ବିଚାରପତିଙ୍କ ସମ୍ମୁଖରେ କହିଛନ୍ତି, 'ମହାଶୟ ମୋ ଉପରେ ଦୟା କରନ୍ତୁ ମୋତେ ବିଷ ଦେବାକୁ ଆଦେଶ ଦିଅନ୍ତୁ।’
-
10.ରାଜ୍ୟ କ୍ୟାବିନେଟ ଭୁବନେଶ୍ୱର ଉନ୍ନୟନ ଅଞ୍ଚଳ (ବିଡିପିଏ)ରେ ଏକ ଆଧୁନିକ ଓ ସମାବେଶୀ ସହରୀ କେନ୍ଦ୍ର ଗଠନ ପାଇଁ ‘ନୂତନ ସହର’ (ନିୟୁ ସିଟି) ଯୋଜନାକୁ ସାମ୍ବିଧାନିକ ଅନୁମୋଦନ ଦେଇଛି।
-
11.ଓଡ଼ିଶା ସରକାର ଶୀଘ୍ର ଗୃହ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବୁଧବାର କହିଛନ୍ତି।
-
12.ଫିଚ୍ ରେଟିଂସ୍ ଭାରତର ଚଳିତ ଆର୍ଥିକ ବର୍ଷ (୨୦୨୫-୨୬) ପାଇଁ ଅର୍ଥନୈତିକ ବୃଦ୍ଧି ପୂର୍ବାନୁମାନକୁ ୬.୫%ରୁ ବୃଦ୍ଧି କରି ୬.୯% କରିଛି।
-
13.ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଝଗଡ଼ାରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର (୯ ସେପ୍ଟେମ୍ବର, ୨୦୨୫) ଦିନ କୋର୍ଟ କହିଛନ୍ତି ଯେ ପଡ଼ୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ କିମ୍ବା ଝଗଡ଼ା ଭଳି ଘଟଣା ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୦୬ ଅନୁଯାୟୀ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ପରିସରଭୁକ୍ତ ନୁହେଁ।
-
14.ରାଜ୍ୟ ସରକାର ସରକାରୀ ପଦବୀ ଓ ସେବାରେ ନିଯୁକ୍ତି ପାଇଁ ଆବେଦନ ଓ ପରୀକ୍ଷା ଫିସ୍ ପ୍ରଦାନ ବନ୍ଦ ନିୟମାବଳୀ, ୨୦୨୨କୁ ବାତିଲ କରି ନୂତନ ନିଷ୍ପତ୍ତି ନେଇଛନ୍ତି। ଏଣିକି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଭିନ୍ନକ୍ଷମ ବର୍ଗ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କଠାରୁ ନିଯୁକ୍ତି ସଂସ୍ଥାଗୁଡ଼ିକ ପରୀକ୍ଷା ଫିସ୍ ଆଦାୟ କରିବେ।
-
15.କଟକ ଗୁରୁଡ଼ିଝାଟିଆ ଥାନା କଷ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ । ଏଥିସହିତ ଘଟଣାସ୍ଥଳରୁ କ୍ଷୀର ଟ୍ୟାଙ୍କର ମଧ୍ୟ ଜବତ କରିଛି ପୋଲିସ। ହେଲେ ପୋଲିସ ଆସିବା ଦେଖି କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
|
35 |
Y |
|
4 |
11-09-2025 |
English |
-
1.Prime Minister Narendra Modi will visit Uttarakhand on Thursday to review the devastation caused by the relentless monsoon that has battered every district of the state.
-
2.Members of the Thadou tribe held a protest in Assam's Guwahati on Wednesday seeking justice for Thadou leader Nehkam Jomhao, who was tortured and killed by Kuki insurgents in Karbi Anglong last month.
-
3.Justice Shekhar Yadav of the Allahabad High Court said that due to the advent of mobile phones, communication between family members has come to an end, leading to loneliness and forcing people to commit suicide.
-
4.The Special Investigation team, which was probing a Pakistan national and his alleged connection with Assam Congress president Gaurav Gogoi's wife Elizabeth Coulburn, has submitted its report this evening to Chief Minister Himanta Biswa Sarma.
-
5.India continue unbeaten run with comfortable 4-2 win over Korea in their fi rst Super 4 stage match of women’s Asia Cup hockey.
-
6.The Election Commission will soon decide on the date to rollout special intensive revision on a pan-India basis and the exercise to clean up the voter list across states may take place before the end of the year, officials said Wednesday.
-
7.The Centre Wednesday told the Supreme Court that 90 per cent of the bills passed by state assemblies since 1970 have received gubernatorial assent within a month whereas assents were withheld by governors only in 20 instances of the total 17,150 bills.
-
8.The Odisha government has decided to conduct a field-level inquiry into the eligibility of around 2.85 lakh beneficiaries who were excluded from receiving the third instalment of the Subhadra scheme, Deputy Chief Minister Pravati Parida said Wednesday.
-
9.The state Cabinet, in its 26th meeting chaired by Chief Minister Mohan Charan Majhi Wednesday, approved five major proposals across various departments.
-
10.The Orissa High Court has directed the state government to pay an exemplary fine ofRs2 lakh to the decree holders in a civil case that dragged on for more than three decades.
-
11.According to Home department data, 5,649 people, including 119 students, died by suicide in 2021. The figure rose to 6,140, including 173 students, in 2022 and 5,989 in 2023.
-
12.Head injuries led to the death of at least 1,696 two-wheeler users in Odisha last year, all of whom were not using helmets while on road, according to data released by the Commerce and Transport (C&T) department Wednesday.
-
13.An adulterated milk manufacturing unit was busted in Cuttack district, police said Wednesday.
-
14.India has slammed Pakistan at the UN Human Rights Council, saying it doesn’t need lessons from a “terror sponsor” that continues to fi nance and shelter the very networks that threaten global security.
-
15.Nepalese troops Wednesday patrolled the streets to restore order and to quell possible violence “under the guise of agitation” as the Himalayan nation slowly returned to normalcy, a day after violent demonstrations forced Prime Minister KP Sharma Oli to resign.
|
23 |
Y |
|
5 |
10-09-2025 |
Odia |
-
1.ସିପି ରାଧାକ୍ରିଷ୍ଣନ ଏନ୍ଡିଏ ପ୍ରାର୍ଥୀ ଦେଶର ୧୫ତମ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୪୫୨ ଭୋଟ୍ ପାଇ ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ଅନ୍ୟପକ୍ଷରେ ମିଳିତ ବିରୋଧୀ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ୍ ମିଳିଛି।
-
2.୨୦୨୫ରେ ଭାରତୀୟ ପରିବାରଗୁଡ଼ିକର ହାରାହାରି ତ୍ରୈମାସିକ ଖର୍ଚ୍ଚ ୫୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏହି ଖର୍ଚ୍ଚ ୩ ବର୍ଷରେ ୩୩ ପ୍ରତିଶତ ବଢ଼ିଛି।
-
3.ସେମିକଣ୍ଡକ୍ଟରରେ ଓଡ଼ିଶାକୁ ଅଗ୍ରଣୀ ସ୍ଥାନରେ ରଖିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଭୁବନେଶ୍ବର ବିମାନବନ୍ଦର ପାଖରେ ଏକ ନୂଆ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ବିକାଶ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୦୦୦ ଏକର ଜମି ଚିହ୍ନଟ କରିଛନ୍ତି।
-
4.ଚେନ୍ନାଇ ଭାରତୀୟ ଜନତା ପାର୍ଟିର ପୂର୍ବତନ ତାମିଲନାଡୁ ସଭାପତି କେ. ଅନ୍ନାମଲାଇ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ଉପରେ ଖୋଲାଖୋଲି ଭାବରେ କହିଛନ୍ତି। ସେ ଦାବି କରିଛନ୍ତି ଯେ, ବିଜେପି ଏକାକୀ ୨୦୨୬ ବିଧାନସଭା ନିର୍ବାଚନ ଜିତିପାରିବ ନାହିଁ।
-
5.ଓଡ଼ିଶାରେ ଗଲା ଚାରି ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୧ ହଜାର ୯୧୯ ଜଣ। ଓଡ଼ିଶା ପୁଲିସର ବାର୍ଷିକ ରିପୋର୍ଟରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିବିଶେଷଙ୍କୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି। ଏକାଠି ରହୁଥିବା ଦମ୍ପତି, ଅଲଗା ରହୁଥିବା ଦମ୍ପତି, ବିବାହ ବିଚ୍ଛେଦ ହୋଇଥିବା ଦମ୍ପତି, ବିଧବା, ଅବିବାହିତ ଏବଂ ଅନ୍ୟାନ୍ୟ।
-
6.ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଇଲେକ୍ଟ୍ରିକ୍ ଯାନ ନୀତି ୨୦୨୫ର ଚିଠା ଜାରି କରାଯାଇଛି। ୨୦୩୦ ସୁଦ୍ଧା ସବୁ ପ୍ରକାର ଗାଡ଼ିରେ ଇଭି ଗ୍ରହଣୀୟତାକୁ ୫୦%ରେ ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
-
7.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବ୍ୟବସାୟିକ ସମସ୍ୟାର ସମାଧାନ ପାଇଁ ଆଲୋଚନା ପୁଣି ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।
-
8.ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶ ଗ୍ରୀସ୍ ନିଜର ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଏବଂ ଏହାକୁ ବୃଦ୍ଧି କରିବା ପାଇଁ ୧.୬ ବିଲିୟନ ୟୁରୋର ଏକ ବଡ଼ ପ୍ୟାକେଜ୍ ଆଣିଛି। ଏହି ଯୋଜନା ଅନ୍ତର୍ଗତ, ସରକାର ପିଲାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଟିକସ ଛାଡ଼ ସମେତ ଅନେକ ପ୍ରୋତ୍ସାହନମୂଳକ ପଦକ୍ଷେପ ଘୋଷଣା କରିଛନ୍ତି।
-
9.ନେପାଳରେ ହିଂସାତ୍ମକ ଆନ୍ଦୋଳନ ଲଗାତାର ଦ୍ଵିତୀୟ ଦିନରେ ଜାରି ରହିଥିବାବେଳେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଏବଂ ତାଙ୍କ ପତ୍ନୀ ଅର୍ଜୁ ରାଣା ଦେଉବାଙ୍କ ଉପରେ ଆନ୍ଦୋଳନକାରୀ ଆକ୍ରମଣ କରିଛନ୍ତି।
-
10.ନେପାଳରେ ବିସ୍ଫୋରକ ସ୍ଥିତି ଉପୁଜିଛି। ଆନ୍ଦୋଳନକାରୀ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଏବଂ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି।
-
11.ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ସତ୍ତ୍ବେ ବିକ୍ଷୋଭକାରୀଙ୍କ ରାଗ ଶାନ୍ତ ହୋଇନାହିଁ । ସ୍ଥିତିକୁ ଦେଖି ଏବେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି।
-
12.କଟକ ଦୌରା ଜଜ୍ ଅଦାଲତଙ୍କ ଜାମିନ ମଞ୍ଜୁର ନିର୍ଦ୍ଦେଶରେ ଦୁଇ ଜାମିନଦାରଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ କୁଟୁମ୍ବ/ସଂପର୍କୀୟ ହୋଇଥିବେ ବୋଲି ରଖାଯାଇଥିବା ସର୍ତ୍ତକୁ ହାଇକୋର୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
13.ଓଡିଶା ରାଜ୍ୟରେ ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ ଶୂନ୍ୟ ସହନଶୀଳ ନୀତିରେ ଆମକୁ ଯେକୌଣସି ସ୍ତରକୁ ଯାଇ କାର୍ଯ୍ୟ କରିବାକୁ ପଡ଼ିବ। ସେହିପରି ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସିସି ଟିଭି ଲଗାଯିବ। ଏଥିପାଇଁ ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
-
14.ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ହ୍ରଦର ପରିବେଶଗତ ଅବନତିଜନିତ ପରିସ୍ଥିତି ସମ୍ପର୍କରେ ଓଡ଼ିଶା ପରିବେଶ ସମିତି(ଓଇଏସ୍) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭାରତର ଏହି ପ୍ରଥମ ରାମସାର ସ୍ଥଳୀ ତଥା ଏସିଆର ସର୍ବବୃହତ୍ ଲବଣାକ୍ତ ହ୍ରଦ ବର୍ତ୍ତମାନ ବିପଦର ସମ୍ମୁଖୀନ ହେଉଛି।
-
15.ଏମ୍କେସିଜିରେ ଏକ ବିରଳ ଅସ୍ତ୍ରୋପଚାର ଏମ୍କେସିଜି ବଡ଼ଡାକ୍ତରଖାନା ଇଏନ୍ଟି ବିଭାଗୀୟ ମୁଖ୍ୟ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଜଣେ ବୃଦ୍ଧଙ୍କ ଖାଦ୍ୟନଳୀରୁ ୨୩ ସେମିର ଏକ ଦାନ୍ତକାଠିକୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଯାଇଛି।
-
16.ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଏକ କଠୋର ପଦକ୍ଷେପ ନେଇଛନ୍ତି। ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି। ତାଙ୍କୁ ଆଇନର ଦ୍ୱାରସ୍ଥ ହେବାକୁ ପଡିଛି। ଅଭିନେତ୍ରୀ ତାଙ୍କ ଅନୁମତି ବିନା ତାଙ୍କ ନାମ ଏବଂ ମୁହଁର ବ୍ୟବହାରକୁ ନେଇ ଆପତ୍ତି ଉଠାଇଛନ୍ତି।
-
17.ଆକ୍ସନରେ ବାଣୀବିହାର କର୍ତ୍ତୃପକ୍ଷ। ଅଣଛାତ୍ରଙ୍କୁ ହଟାଇ ୩ ନମ୍ବର ହଷ୍ଟେଲକୁ ସୋମବାର ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ହଷ୍ଟେଲର ମରାମତି ପରେ ଛାତ୍ରଙ୍କୁ ରୁମ୍ ଆଲ୍ଟମେଣ୍ଟ କରାଯିବ ବୋଲି ସୂଚନା ମିଳିଛି।
-
18.ଭଏସ ଅଫ ପାକିସ୍ତାନ ମାଇନୋରିଟି (VOPM) ଅନୁଯାୟୀ, ୨୦୨୫ ବର୍ଷର ପ୍ରଥମାର୍ଦ୍ଧରେ ୨୧୩୦ଟି ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ ୧୦୩ଟି ଶିଶୁଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ୨୦୧୮ ରୁ ୨୦୨୩ ମଧ୍ୟରେ ଶିଶୁମାନଙ୍କ ବିରୁଦ୍ଧରେ ୨୨ ହଜାର ଯୌନ ହିଂସା ମାମଲା ରିପୋର୍ଟ ହୋଇଛି। କେବଳ ୨୦୨୨ ରେ ୪୨୫୩ ଜଣ ଶିଶୁ ପ୍ରଭାବିତ ହୋଇଥିଲେ। ଗୋଷ୍ଠୀ କହିଛି ଯେ ପ୍ରତିଦିନ ହାରାହାରି ୧୨ ଜଣ ଶିଶୁ ଯୌନ ନିର୍ଯାତନାର ଶିକାର ହେଉଛନ୍ତି।
-
19.ଇସ୍ରାଏଲର ପ୍ରତିରକ୍ଷା ନୀତି ବିଶେଷଜ୍ଞ ଜାକି ଶାଲୋମ ତାଙ୍କ ଦେଶକୁ ଭାରତଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଛନ୍ତି। ଜାକି କହିଛନ୍ତି ଯେ ଇସ୍ରାଏଲ ମଧ୍ୟ ଆମେରିକାର ଶୁଳ୍କ ବିରୋଧରେ ଭାରତ ଯେପରି ଠିଆ ହେଉଛି ସେଥିରୁ କିଛି ଶିଖିବା ଉଚିତ।
-
20.ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ, ସୁନା ଏବଂ ରୂପାରେ ଏକ ବିରାଟ ବୃଦ୍ଧି ଘଟିଛି। ମଙ୍ଗଳବାର ୨୪ କ୍ୟାରେଟ ସୁନା ୧୩୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧,୧୦,୨୯୦ ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚିଛି।
|
55 |
Y |
|
6 |
10-09-2025 |
English |
-
1.NDA candidate CP Radhakrishnan was elected the next vice president of India Tuesday as he bagged 452 votes against the opposition candidate B Sudershan Reddy’s 300, winning the contest with a bigger than expected margin, indicating cross-voting from the rival camp.
-
2.Prime Minister Narendra Modi Tuesday announced an immediate relief of Rs1,500 crore for rain-affected Himachal Pradesh. He took stock of the situation in both the states in the wake of floods and landslides and also conducted aerial surveys of the affected areas.
-
3.French President Emmanuel Macron named loyalist Sebastien Lecornu, a one-time conservative protege who rallied behind his 2017 presidential run, as prime minister Tuesday, defying expectations he might tack towards the left.
-
4.Nepal reeled under a serious political crisis Tuesday as Prime Minister KP Sharma Oli and President President Ramchandra Paudel resigned in the face of massive anti-government protests.
-
5.Rajyalaxmi Chitrakar, the wife of Nepal’s ex-prime minister Jhalanath Khanal, died Tuesday, say media reports, after protesters, led by Gen Z, trapped her in their home and set the house on fi re.
-
6.Gold prices skyrocketed by `5,080 to hit an all-time high of Rs1,12,750 per 10 grams in the national capital Tuesday in line with strong global trends .
-
7.Director General of Police (DGP) Yogesh Bahadur Khurania expressed concern over the poor conviction rate in crimes against women in Odisha and asked police officers to expedite investigations, improve evidence handling and treat victims with empathy.
-
8.Tamil Nadu Deputy Chief Minister Udhayanidhi Stalin Monday inaugurated a series of development projects worth around Rs 30 crore at the Virugambakkam canal, in a move aimed at strengthening Chennai’s flood preparedness ahead of the Northeast Monsoon.
-
9.The two children of Bollywood actor Karisma Kapoor Tuesday moved the Delhi High Court seeking share in their late father Sunjay Kapur’s assets reportedly worth Rs30,000 crore.
-
10.Kalinga Nagar in Jajpur district slipped seven places to rank 19th among 39 cities with population less than three lakh (Category-III), while Rourkela ranked 17th, a drop in five places, in the list of 39 cities with population between three lakh and 10 lakh (Category-II) , according to Swachh Vayu Sarvekshan-2025 rankings published Tuesday that assessed efforts to improve the air quality.
-
11.Six family members of people who died in the 2008 Malegaon bomb blast have moved the Bombay High Court, challenging a special court judgment acquitting the seven accused in the case, including former BJP MP Pragya Singh Thakur and Lt Col Prasad Purohit.
-
12.A central panel monitoring the National Clean Air Programme (NCAP) has directed authorities in Delhi and Noida, which are lagging in pollution control fund utilisation, to take immediate corrective measures.
-
13.Air India and IndiGo are among the airlines that cancelled their flights connecting Kathmandu Tuesday as the airport in Nepal’s capital has been temporarily closed amid massive anti-government protests in the neighbouring nation. Nepal Airlines also cancelled its flight from Delhi to Kathmandu Tuesday.
-
14.Bollywood actor Aishwarya Rai Bachchan Tuesday urged the Delhi High Court to protect her personality rights and restrain online platforms from illegally using her name, images and AIgenerated pornographic content.
-
15.Thailand’s infl uential former Prime Minister Thaksin Shinawatra was sent to prison Tuesday after the Supreme Court ruled his hospital detention was a ploy to avoid jail, a major blow for a powerful family that has dominated politics for two decades .
|
44 |
Y |
|
7 |
09-09-2025 |
Odia |
-
1.ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ରବିବାର ରୁଷ୍କୁ ସମର୍ଥନ କରୁଥିବା ଦେଶମାନଙ୍କ ଉପରେ ଆମେରିକାର ଶୁଳ୍କକୁ ଯଥାର୍ଥ ବୋଲି କହିଛନ୍ତି।
-
2.ଦିଲ୍ଲୀ ପୀତମପୁରାର ଆଶିଷ ଏବଂ ବନ୍ଦନା ନାମକ ଜଣେ ଜୈନ ଦମ୍ପତି ସେମାନଙ୍କ ୫ ମାସର ଭ୍ରୂଣକୁ ଦିଲ୍ଲୀ ଏମ୍ସକୁ ଦାନ କରିଛନ୍ତି। ବନ୍ଦନାଙ୍କର ରୁଟିନ୍ ଚେକଅପ୍ ସମୟରେ ତାଙ୍କ ଗର୍ଭସ୍ଥ ଶିଶୁର ହୃଦ୍ସ୍ପନ୍ଦନ ଚାଲୁନଥିବା ଜଣାପଡ଼ିବାପରେ ବନ୍ଦନା ଏବଂ ତାଙ୍କ ସ୍ବାମୀ ଭ୍ରୁଣ ଦାନ କରିବାକୁ ଚାହିଥିଲେ।
-
3.ସଂଶୋଧିତ ଭୋଟର ତାଲିକାରେ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ସଂକ୍ରାନ୍ତରେ ପରିଚୟ ପ୍ରମାଣ ପାଇଁ ଆଧାର କାର୍ଡକୁ ଏକ ଦଲିଲ ଭାବରେ ଗ୍ରହଣ ଆଧାରକୁ ଦ୍ୱାଦଶ ଡକୁମେଣ୍ଟ ଭାବରେ ବିବେଚନା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
4.ଫେସବୁକ୍, ଏକ୍ସ, ୟୁଟ୍ୟୁବ୍ ସମେତ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ନିଷିଦ୍ଧକୁ ନେପାଳବାସୀ ଜୋର୍ଦାର୍ ବିରୋଧ କରି ସୋମବାର ନେପାଳ ରାଜଧାନୀ କାଠମାଣ୍ଡୁ ସମେତ ଅନ୍ୟ ସହରରେ ବଡ଼ଧରଣର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି।
-
5.ଦିଲ୍ଲୀର ଏକ କୋର୍ଟ ଆଦାନୀ ଏଣ୍ଟରପ୍ରାଇଜେସକୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ କିଛି ସାମ୍ବାଦିକ, କର୍ମୀ ଏବଂ ବିଦେଶୀ ସଂଗଠନକୁ କମ୍ପାନୀ ବିରୁଦ୍ଧରେ ସତ୍ୟାସତ୍ୟ ଯାଞ୍ଚ ହୋଇନଥିବା ଏବଂ ମାନହାନିକାରୀ ସୂଚନା ଏବଂ ଖବର ପ୍ରକାଶନ, ସେୟାର କିମ୍ବା ପ୍ରସାରଣ କରିବାରୁ ନିଷେଧ କରିଛନ୍ତି।
-
6.ନେପାଳ ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପୃଥ୍ବୀ ସୁବା ଗୁରୁଙ୍ଗ କହିଛନ୍ତି ଯେ ସୋମବାର (୮ ସେପ୍ଟେମ୍ବର ୨୦୨୫) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତି ନିଆଯାଇଛି।
-
7.ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ରଙ୍କ କବ୍ଜାରେ ଥିବା ୫ଟି ଛାତ୍ରାବାସର ୨୧୮ ରୁମ୍ ଅଣଛାତ୍ର ମୁକ୍ତ ହୋଇଛି।
-
8.କଟକ ବଡ଼ ଡାକ୍ତରଖାନାର ନୂଆ କୋଠା ନିର୍ମାଣ ଅବଧିକୁ ଦୁଇ ଠିକାସଂସ୍ଥା ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି। ଚୁକ୍ତି ଖିଲାପ ହେଉଥିବାରୁ ସଂସ୍ଥା ବିରୋଧରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି) ପକ୍ଷରୁ ୨୪୬ କୋଟି ଟଙ୍କା ଜରିମାନା ଲଗାଯାଇଛି।
-
9.ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ (୬୮)ଙ୍କ ସୋମବାର ଚେନ୍ନାଇର ଏମ୍ଜିଏମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୃ ହୋଇଛି।
-
10.୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିଲେ ।
-
11.ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି। ଷଷ୍ଠ ବାର୍ଷିକ ଚେନ୍ଆନାଲିସିସ୍ ବିଶ୍ବସ୍ତରୀୟ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରୁ ଏହା ଜଣାପଡ଼ିଛି।
-
12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୦.୫୦ ପ୍ରତିଶତ କମ୍ ହେବ ବୋଲି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି ଅନନ୍ତ ନାଗେଶ୍ବରନ ଆକଳନ କରିଛନ୍ତି।
-
13.ଜିଏସ୍ଟି ପରିଷଦ ବିଭିନ୍ନ ସାମଗ୍ରୀ ଉପରୁ ଟିକସ କମ୍ କରିବା ପରେ ଆଗକୁ ଅନେକ ଜିନିଷ ଶସ୍ତା ହେବାକୁ ଯାଉଛି। ଆସନ୍ତା ପୂଜାରେ କେବଳ ସହରାଞ୍ଚଳରେ ଲୋକମାନେ ୨.୧୯ ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ ବୋଲି ଆଶା କରାଯାଉଛି।
-
14.ଭାରତ ସରକାର ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମ ଟିକ୍ଟକ୍ ଉପରେ ଲାଗୁ ବ୍ୟାନ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି।
-
15.ସାଧାରଣତଃ ଦକ୍ଷିଣ ଭାରତୀୟ ମହିଳାମାନେ କେଶରେ ଗଜରା ଲଗାଇବାକୁ ପସନ୍ଦ କରିଥାନ୍ତି। ତେବେ ମାଲୟାଲମ ଅଭିନେତ୍ରୀ ନାଭ୍ୟା ନାୟାରଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ୧୫ ସେ.ମି. ଲମ୍ବା ମଲ୍ଲୀଫୁଲର ଗଜରା ପିନ୍ଧିଥିବାରୁ ଅଷ୍ଟ୍ରେଲିଆର ମେଲବୋର୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ଉପରେ ୧୯୮୦ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୧.୧୪ ଲକ୍ଷ ଟଙ୍କା)ର ଜରିମାନା କରାଯାଇଛି।
|
86 |
Y |
|
8 |
09-09-2025 |
English |
-
1.The Supreme Court Monday directed the Election Commission (EC) to include Aadhaar as a 12th prescribed document for establishing the identity of a voter in Special Intensive Revision (SIR) .
-
2.Utkal University authorities, with the help of Commissionerate Police, launched a massive drive to evict non-students staying illegally in several hostels in the campus for a prolonged period and vacated nearly 200 rooms.
-
3.MLA Rajendra Dholakia, aged 68 who was suffering from kidney-related ailments, died at a hospital in Chennai Monday.
-
4.Ukraine’s President Volodymyr Zelenskyy has said that it is the “right idea” to impose tariffs on countries making deals with Russia, without naming India.
-
5.State’s Chief Information Commissioner (SCIC) has directed the Odisha Public Service Commission (OPSC) to reveal interview marks to a candidate who was not selected for the post of an assistant teacher in 2022.
-
6.The Governor Hari Babu Kambhampati has reappointed Prof Pravat Kumar Roul as the Vice-Chancellor for a second term.
-
7.Governor Hari Babu Kambhampati Monday urged the Coffee Board and the Koraput district administration to draw up comprehensive plans for expanding coffee cultivation in the region.
-
8.RSS general secretary Dattatreya Hosabale was admitted to AIIMS Jodhpur after he suddenly fell ill due to high blood pressure.
-
9.The Punjab Cabinet Monday decided to provide Rs20,000 as compensation for each acre of crops damaged and also gave its nod to a scheme allowing farmers to extract and sell sand deposited in their fields after the floods.
-
10. China’s growing civilian defence AI ties, backed by hundreds of civilian companies and universities outside the traditional defence technology network, may pose a major challenge for the US, an American think tank warned.
-
11.India has cut down the local remedies exhaustion period for Israeli investors to three years from the earlier fi ve years under the Bilateral Investment Agreement (BIA) signed Monday between the two countries.
-
12.Benchmark stock indices Sensex and Nifty closed with gains in a volatile session powered by buying in auto and consumer discretionary shares and a firm trend in global markets.
-
13.Gold and silver prices rebounded to scale fresh record highs in the domestic futures market, tracking a rally in the global markets fuelled by weak US labour data and rising expectations of an interest rate cut by the Federal Reserve.
-
14.Navneet Kaur and Mumtaz Khan dazzled with a hat-trick each as India stormed into the Super 4s with a commanding 12-0 victory over Singapore in the women's Asia Cup hockey tournament.
-
15.India marked their debut appearance in the CAFA Nations Cup with a third-place finish, defeating higher-ranked Oman 3-2 on penalties for their first-ever victory against the West Asian side here Monday.
|
68 |
Y |
|
9 |
08-09-2025 |
Odia |
-
1.ରୁଷ୍ ପ୍ରାୟ ୮ ଶହ ଡ୍ରୋନ୍ ଏବଂ ୧୩ଟି କ୍ଷେପଣାସ୍ତ୍ର ଦ୍ଵାରା କିବ୍କୁ ଟାର୍ଗେଟ୍ କରିଛି। ଏହି ଆକ୍ରମଣରେ କିବ୍ର ‘କ୍ୟାବିନେଟ୍ ଭବନ’ ଭୀଷଣ କ୍ଷତିଗ୍ରସ୍ତ ହୋଇଛି।
-
2.ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି)ରେ ବିଭାଜନ ରୋକିବା ପାଇଁ ସେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।
-
3.ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତର ଲବି ଏଜେଣ୍ଟ୍ ଜେସନ୍ ମିଲର୍ ଭେଟିଛନ୍ତି। ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ମିଲର୍ ମୋଦୀ ସରକାରଙ୍କ ପାଇଁ ଲବି କରୁଥିବା ଜଣେ ସ୍ବୀକୃତିପ୍ରାପ୍ତ ବିଦେଶୀ ଏଜେଣ୍ଟ।
-
4.ବିହାରରେ ନିକଟରେ ହୋଇଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଆଧାର କରି ଦେଶବ୍ୟାପୀ ଭୋଟର ତାଲିକାରେ ସ୍ଵତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ଆରମ୍ଭ କରିବାକୁ ନିର୍ବାଚନ କମିସନ (ଇସି) ପ୍ରସ୍ତୁତି ଚଳାଇଛନ୍ତି। ଏହି ଅଭିଯାନ ଚଳିତ ମାସ ଶେଷ କିମ୍ବା ଅକ୍ଟୋବର ପ୍ରାରମ୍ଭରେ ଆରମ୍ଭ ହେବ।
-
5.ଆମେରିକାର ଶୁଳ୍କ ଏବଂ ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ, ବିଶ୍ୱ ସ୍ତରରେ ଏକ ନୂଆ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ବିରୁଦ୍ଧରେ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ ଏକାଠି ହେବାକୁ ଯାଉଛନ୍ତି। ତିନି ଦେଶର ସେନା ସେପ୍ଟେମ୍ବର ୧୫ରୁ ମିଳିତ ସାମରିକ ଅଭ୍ୟାସ କରିବେ।
-
6.ଲୋହିତ ସାଗରରେ କେବଲ୍ କଟିବା କାରଣରୁ ବିଶ୍ଵ ଇଣ୍ଟରନେଟ୍ ଟ୍ରାଫିକ୍ର ୧୭ ପ୍ରତିଶତ ପ୍ରଭାବିତ ହୋଇଛି। ଏହି ଅପ୍ଟିକାଲ ଫାଇବର କେବଲ୍ ମାଇକ୍ରୋସଫ୍ଟର କ୍ଲାଉଡ ପ୍ଲାଟଫର୍ମ ଆଜ୍ୟୁର୍ର। ଏହି କମ୍ପାନି ୟୁରୋପ ଏବଂ ଏସିଆରେ ଇଣ୍ଟରନେଟ୍ ସେବା ଯୋଗାଇଥାଏ।
-
7.କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର) ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧.୨ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ।
-
8.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଏର ଏକ ଏଫଆଇଆରରୁ ଜଣାପଡିଛି ଯେ, ଶଶିକଳା ୨୦୧୬ରେ ବିମୁଦ୍ରାକରଣ ସମୟରେ ଏକ ଚିନି କାରଖାନା କିଣିବା ପାଇଁ ପୁରୁଣା ନୋଟର ୪୫୦ କୋଟି ଟଙ୍କାର ବିପୁଳ ପରିମାଣର ଟଙ୍କା ଦେଇଥିଲେ। ଏହାକୁ ବ୍ୟାଙ୍କ ଠକେଇ ଏବଂ ବେନାମୀ ସମ୍ପତ୍ତି ସହିତ ମଧ୍ୟ ଯୋଡ଼ା ଯାଉଛି।
-
9.ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ୨୭ରେ ହେବାକୁ ଥିବା ସ୍ଵତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି)ର ପ୍ରଶ୍ନପତ୍ରର ଢାଞ୍ଚା (ପାଟର୍ନ) ବଦଳିବ ନାହିଁ। କିନ୍ତୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ।
-
10.ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗାଁର ଜଣେ ୧୦ ବର୍ଷର ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଗାଁ ପାଖ ନାଳରୁ ଉଦ୍ଧାର ହୋଇଛି। ଦୁଷ୍କର୍ମ କରି ନାଳରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
-
11.କେନ୍ଦ୍ର ସରକାର ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛନ୍ତି। ଏଥିରେ ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ ଇପ୍କା ଲାବୋରେଟୋରୀ ଅନ୍ତର୍ଭୁକ୍ତ।
-
12.ଆଇଫୋନ୍ ୧୭ ସିରିଜର ବିଶ୍ୱବ୍ୟାପୀ ଲଞ୍ଚ ପୂର୍ବରୁ ଆପଲ୍ ଭାରତରେ ଗତ ଆର୍ଥିକ ବର୍ଷରେ ୯ ବିଲିୟନ ଡଲାରରୁ ଅଧିକ ବିକ୍ରି ହାସଲ କରି ନୂଆ ମାଇଲଖୁଣ୍ଟ ଛୁଇଁଛି।
-
13.ଭାରତୀୟ ଏଡଟେକ୍ ପ୍ଲାଟଫର୍ମ ଫିଜିକ୍ସଓ୍ଵାଲା ୩,୮୨୦ କୋଟି ଟଙ୍କା ($୪୩୭ ନିୟୁତ) ମୂଲ୍ୟର ଆଇପିଓ ପାଇଁ ଡ୍ରାଫ୍ଟ ପେପର ଦାଖଲ କରିଛି। ଏଡଟେକ୍ କ୍ଷେତ୍ରରେ ମାନ୍ଦାବସ୍ଥା ସତ୍ତ୍ଵେ ନୂଆ ଲିଷ୍ଟିଂ ବଜାର ଗତି ପାଇଛି।
-
14.ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଓଡ଼ିଶାରେ ଆସନ୍ତା ୭ ରୁ ୧୩ ସେପ୍ଟେମ୍ବର ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ହେବାର ସମ୍ଭାବନା ରହିଛି।
-
15.ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଭାରତ ହକି ଏସିଆ କପ୍ ଟାଇଟଲ ଜିତିଛି। ଚତୁର୍ଥ ଥର ପାଇଁ ଭାରତ ଏସିଆ କପ୍ ଟ୍ରଫି ଜିତିଛି।
|
92 |
Y |
|
10 |
08-09-2025 |
English |
-
1.Filmmaker Anuparna Roy, who made her debut with ‘Songs of Forgotten Trees’, bagged the Best Director award at the Venice International Film Festival.
-
2.The Supreme Court is scheduled to hear Monday a batch of petitions challenging the June 24 decision of the Election Commission to conduct Special Intensive Revision (SIR) of electoral rolls in poll-bound Bihar.
-
3.The Odisha Excise department carried out intensive enforcement drives across the state September 6, seizing illicit goods worth Rs1.42 crore. The raids resulted in 264 cases being registered and 183 arrests.
-
4.Five persons, including two women, were arrested in Bhubaneswar Sunday as an inter-state cyber fraud racket was busted, police said. A fallout among the members of the gang over the share of crime proceeds led to a kidnapping, unravelling the entire case, they said.
-
5.Uttar Pradesh is set to unveil ‘Anokhi Duniya’, the world’s first-ever park crafted entirely from ceramic waste, according to officials.
-
6. Opposition MPs would be briefed Monday on the procedure to vote in the September 9 vice presidential polls, sources in the INDIA bloc said Sunday.
-
7.A Class IX girl was allegedly raped inside a car by a man in Kandhamal district, police said Sunday.
-
8.Russia attacked with 810 drones and decoys, Ukraine’s air force said, adding it shot down 747 drones and four missiles.
-
9.Japan’s Prime Minister Shigeru Ishiba announced Sunday that he will resign following growing calls from within his party to take responsibility for a historic defeat in July’s parliamentary election.
-
10.The year-long birth centenary celebrations of legendary singer Bhupen Hazarika will commence Monday, with the Assam government and various other organisations set to pay tributes to the maestro.
-
11.Gold and silver prices surged sharply over this week, pushing gold to Rs1.06 lakh per 10 grams and silver beyond Rs1.23 lakh per kilogramme.
-
12.Foreign investors pulled out Rs12,257 crore ($1.4 billion) from Indian equities in the first week of September, weighed down by a stronger dollar, US tariff concerns, and persistent geopolitical tensions.
-
13.World number one Aryna Sabalenka retained her US Open crown with a battling 6-3 7-6(3) win over American eighth seed Amanda Anisimova in the US Open women's fi nal Saturday, underlining her claim as the modern queen of the hardcourt.
-
14.Hockey India has announced Rs3 lakh each to players after the men's team won the Asia Cup. The support staff members of the Indian men's team will also receive Rs 1.5 lakh each
-
15.Indian football is showing signs of returning to normalcy as the All India Football Federation’s executive committee has confirmed that the Super Cup will be held from October 25.
|
77 |
Y |
|