-
ଚଳିତବର୍ଷ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପୁରୀ ସହରରେ ତିନିଦିନିଆ କର୍ଫ୍ୟୁ ଜାରି କରିଛି। ଜୁଲାଇ ୧୨ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଥିବାରୁ ପୂର୍ବଦିନ ରାତିରୁ ଅର୍ଥାତ୍ ଜୁଲାଇ ୧୧ ତାରିଖ ରାତି ୮ଟାରୁ ପୁରୀ ସହରରେ କର୍ଫ୍ୟୁ ଲଗାଯିବ। ସାରା ସହରରେ ୧୪୪ ଧାରା ଜାରି ହେବ।
-
ଆଜି ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ରାଜ୍ୟରେ ‘କୋଭିସିଲ୍ଡ’ ଟିକାର ଅଭାବ ପାଇଁ ଏକାଧିକ ଜିଲ୍ଲାରେ ଟିକାକରଣ ବନ୍ଦ କରିବାକୁ ପଡ଼ୁଛି। ଏପରିକି ଟିକାକରଣ ଅଧିବେଶନ ମଧ୍ୟ କମିବାରେ ଲାଗିଛି
-
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଓ ଉଚ୍ଚ ବିଦ୍ୟାଳୟ(୬ଷ୍ଠରୁ ଅଷ୍ଟମ)ର ସମସ୍ତ ଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ଏସ୍ସି ଓ ଏସ୍ଟି ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ବଣ୍ଟାଯିବ। ଜଣେ ପିଲା ପିଛା ୪୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ବଣ୍ଟନ କରାଯିବ।
-
କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। କିଏ ଅଗଷ୍ଟ ମାସରେ ଆସିବ କହୁଛନ୍ତି ତ ଆଉ କିଏ ସେପ୍ଟେମ୍ବର-ଅକ୍ଟୋବରରେ। ଏକାଧିକ ୟୁରୋପୀୟ ଦେଶରେ ତୃତୀୟ ଲହର ଆସି ସାରିଲାଣି।
-
ବିଶ୍ବରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂକ୍ରାନ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଗତ ସପ୍ତାହରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି। କିନ୍ତୁ ସାପ୍ତାହିକ ମୃତ୍ୟୁ ଗତ ଅକ୍ଟୋବର ଠାରୁ ସର୍ବନିମ୍ନ ରହିଛି।
-
ଦେଶର ନୂଆ ରେଳମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଗୁରୁବାର ଦାୟିତ୍ବ ଗ୍ରହଣ କରିଛନ୍ତି ।
-
ଓଡ଼ିଶା ଅଲମ୍ପିଆନ୍ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିଲେ ୬କୋଟି, ରୌପ୍ୟ ବିଜେତାଙ୍କୁ ୪କୋଟି ଏବଂ କାଂସ୍ୟ ପଦକ ପାଇଲେ ୨.୫କୋଟି ଟଙ୍କା ପୁରସ୍କାର ମିଳିବ ।
-
ଓଡ଼ିଶାରୁ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ-ମୁଖ୍ୟମନ୍ତ୍ରୀ ।
-
ଚାଷୀଙ୍କ ସହାୟତା ପାଇଁ ୧ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ, ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବାକୁ ୧ଲକ୍ଷ କୋଟି ।
-
ରାଜ୍ୟରେ ଅଣ-ସ୍ନାତ୍ତକ ଛାତ୍ରଛାତ୍ରୀଙ୍କ ପାଇଁ କଳା, ବିଜ୍ଞାନ, ବାଣିଜ୍ୟର ୧୧ଟି ବିଷୟରେ ଆରମ୍ଭ ହେବ ଇ-ଶିକ୍ଷାଦାନ ବ୍ୟବସ୍ଥା,
-
କଂଗ୍ରେସର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ୮୭ ବର୍ଷ ବୟସରେ ପରଲୋକ ।
-
ଟୋକିଓରେ ବଢ଼ୁଛି କରୋନା ସଂକ୍ରମଣ : ଜରୁରୀ କାଳୀନ ପରିସ୍ଥିତି ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ ।
-
ନୂଆ କ୍ୟାବିନେଟର ବଡ ଘୋଷଣା: କୋଭିଡ-୧୯ ଜରୁରୀ ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କା ମଂଜୁର।
-
କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ । ଏହାର ଅନ୍ୟ ବିକଳ୍ପ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ । ଗୁରୁବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହା କହିଛନ୍ତି ।
-
ବାମଦଳର ଆସନ୍ତା ୧୫ ତାରିଖ “ଓଡିଶା ବନ୍ଦ” ଡାକରାକୁ ସମର୍ଥନ କରିବ କଂଗ୍ରେସ-ନିରଞ୍ଜନ ।
-
ସାରା ବିଶ୍ବ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ହିଁ କାଳିଆ ଠାକୁରଙ୍କୁ ଦର୍ଶନ କରିବେ।
-
ଏଣିକି ଘରେ ବସି ଜମି କିଣିବିକା ପାଇଁ ଆରମ୍ଭ ହେବ ସଂପୂର୍ଣ୍ଣ ଅନ ଲାଇନ ପକ୍ରିୟା । ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।
-
ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ।
-
ଘାଟିରେ ସେନାକୁ ବଡ ସଫଳତା । କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ସହ ମିଶି କଲେ ଏନକାଉଣ୍ଟର । ନିପାତ ହେଲେ ଲସ୍କର-ଇ-ତୋଇବା ଏବଂ ହିଜବୁଲ ମୁଜାହୁଦ୍ଦିନର ୫ ଆତଙ୍କୀ ।
-
ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟି କଲାଣି ଡେଲ୍ଟା,ଗତ ଦୁଇ ସପ୍ତାହରେ ଚିହ୍ନଟ ହୋଇଥିବା ମାମଲାର କେବଳ ୫୨ ପ୍ରତିଶତ ଡେଲ୍ଟା ବୋଲି ଜଣାପଡ଼ିଛି।