# |
Date |
Type |
Current Affairs |
No. Of Views |
Status |
Action |
551 |
26-11-2024 |
Odia |
-
1.ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟିବ ନାହିଁ। ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନ ସଂଶୋଧନ କରାଯାଇ ଏହି ଦୁଇ ଶବ୍ଦକୁ ମୁଖବନ୍ଧରେ ସାମିଲକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି।
-
2.ମହିଳାଙ୍କ ପାଇଁ ନିଜ ଘର ହେଉଛି ସବୁଠୁ ବିପଜ୍ଜନକ ସ୍ଥାନ। ବିଶ୍ବରେ ଦୈନିକ ୧୪୦ ଜଣ ମହିଳା ଓ ଝିଅ ପ୍ରତିଦିନ ହତ୍ୟାର ଶିକାର ହେଉଛନ୍ତି। ଜାତିସଂଘ ମହିଳା ଏବଂ ଜାତିସଂଘ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ପକ୍ଷରୁ ମିଳିତଭାବେ ପ୍ରକାଶିତ ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।
-
3.ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ତଥା ସଂଖ୍ୟାଲଘୁ ସଂଗଠନ ବାଂଲାଦେଶ ସନାତନୀ ଜାଗରଣ ଜୋତେର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା ବିମାନ ବନ୍ଦରରେ ଗିରଫ କରାଯାଇଛି।
-
4.ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି।
-
5.ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଆଦାନୀ ଗ୍ରୁପରୁ ୧୦୦ କୋଟି ଟଙ୍କା ଦାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।
-
6.କେରଳରେ ଶିଶୁମାନଙ୍କ ସହ ଯୌନ ଶୋଷଣ ମାମଲା ବଢ଼ି ବଢ଼ି ଚାଲିଛି ଏବଂ ସେମାନେ ଘରେ ଏବଂ ସ୍କୁଲରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିଶୁ ଯୌନ ଶୋଷଣ ମାମଲାର ୨୧% ଘଟଣା ପିଲାଙ୍କ ଘରେ ଏବଂ ୪% ସ୍କୁଲରେ ଘଟିଥିବା ନେଇ ଜଣାପଡ଼ିଛି।
-
7.ମଣିପୁର ହିଂସା ଥମୁନି। ହିଂସା ବଢ଼ୁଥିବାରୁ ମଣିପୁର ସରକାର ୯ଟି ଜିଲ୍ଲାରେ ପୁଣିଥରେ ଇଣ୍ଟରନେଟ୍ କଟକଣା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
8.ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।
-
9.୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି।
-
10.ଝାଡ଼ଖଣ୍ଡରେ ୮୯ ପ୍ରତିଶତ ନବ ନିର୍ବାଚିତ ବିଧାୟକ କୋଟିପତି। କଂଗ୍ରେସ ଦଳର ରାମେଶ୍ବର ଓରାଓଁ ହେଉଛନ୍ତି ସବୁଠାରୁ ଧନୀ ବିଧାୟକ। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୪୨.୨୦ କୋଟି।
-
11.ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଆଣ୍ଡାମାନ ସାଗରରେ ଏକ ମାଛଧରା ଡଙ୍ଗାରୁ ପ୍ରାୟ ୫ ଟନ୍ ଡ୍ରଗ୍ସ ଜବତ କରିଛି |
-
12. ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍କୁ ଆଉ ଏକ ଶକ୍ତ ଝଟ୍କା ଲାଗିଛି। ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଆଦାନି ଗ୍ରିନ୍ ଏନର୍ଜିସ୍ ଲିମିଟେଡ୍ ଓ ଆଦାନି ଟୋଟାଲ୍ ଗ୍ୟାସ୍ରେ ପୁଞ୍ଜିନିବେଶ କରିଥିବା ଫ୍ରାନ୍ସର ସଂସ୍ଥା ଟୋଟାଲ୍ଏନର୍ଜିସ୍ ନୂଆ ପାଣ୍ଠି ଦେବା ଉପରେ ରୋକ ଲଗାଇଛି।
-
13.ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଦିବ୍ୟାଙ୍ଗଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କୁ ଋଣ ଦେବା ଲାଗି ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକୁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଆହ୍ବାନ ଦେଇଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ନଜରରେ ରଖି ଋଣ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି।
-
14.ସପ୍ତାହର ପ୍ରଥମ ଦିନରେ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତିର ଜବରଦସ୍ତ ବିଜୟ ନିବେଶଙ୍କ ଉତ୍ସାହକୁ ବଢାଇଦେଇଛି ।
-
15.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥତ୍କ ବ୍ୟାପାର କ୍ୟାବିନେଟ୍ କମିଟି ଆୟକର ବିଭାଗର ସ୍ଥାୟୀ ଅକାଉଣ୍ଟ ନମ୍ବରର ଦ୍ୱିତୀୟ ପର୍ଯ୍ୟାୟ (ପାନ୍ ୨.୦) ପ୍ରକଳ୍ପକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି।
-
16.କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେଶନ୍ସ (ସିଆଇଏସ୍ସିଇ) ୨୦୨୫ ବର୍ଷ ପାଇଁ ଆଇସିଏସ୍ଇ ଦଶମ ଶ୍ରେଣୀ ଏବଂ ଆଇସିଏସ୍ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ସୋମବାର କାର୍ଯ୍ୟସୂଚୀ ପ୍ରକାଶ କରିଛି।
-
17.ଆଇଫୋନ୍ ମାଧ୍ୟମରେ ନିରୂପଣ ହେଉଛି ମୁଖ ଗହ୍ବର କର୍କଟ। ଶୀଘ୍ର ରୋଗ ଚିହ୍ନଟ ଫଳରେ ଯଥାଶୀଘ୍ର ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରୁଛି। ଏଥିସହ ସମୟ ଓ ସମ୍ବଳ ମଧ୍ୟ ବଞ୍ଚାଯାଇପାରୁଛି। ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇପାରୁଥିବା ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍ଏଚଏସ୍) ଦାବି କରିଛି।
-
18.ନାଟୋ ମେଣ୍ଟରେ ୟୁକ୍ରେନର ଯୋଗଦାନକୁ ସେ ବିରୋଧ କରିନଥିଲେ ବହୁ ବର୍ଷ ଆଗରୁ ଋଷ୍-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥାନ୍ତା ବୋଲି ମତ ଦେଇଛନ୍ତି ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମାର୍କେଲ୍ ।
-
19.ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଚାଲିପାରିଲା ନାହିଁ ଗୃହ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
-
20.ବିହାରର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୩ ବର୍ଷ ବୟସରେ ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ୍ ଆଇପିଏଲର ଚୁକ୍ତି ହାସଲ କରିଛନ୍ତି। ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାର ବିଡ୍ କରି ବୈଭବଙ୍କୁ କିଣିଛି।
|
276 |
Y |
|
552 |
26-11-2024 |
English |
-
1.Prime Minister Narendra Modi is scheduled to undertake a threeday visit to the state from November 29 to attend an all-India conference of Director Generals of Police and Inspector Generals of Police in Bhubaneswar.
-
2.The Council for the Indian School Certifi cate Examinations (CISCE) Monday released the schedule for ICSE (Class X) and ISC (Class XII) examinations.
-
3.The Bhubaneswar Municipal Corporation (BMC) Monday took a host of decisions to provide the citizens state-of-the-art amenities including installation of solar-powered water kiosks on major thoroughfares and construction of permanent sheds at key intersections in the City.
-
4.According to a report released by the Kerala State Commission for the Protection of Child Rights recently, 21 per cent of such cases were reported at children’s homes, and 4 per cent in schools.
-
5.AAP national convenor Arvind Kejriwal Monday announced that an additional 80,000 people in Delhi are now eligible for old-age pensions, bringing the total number of benefi ciaries to 5.3 lakh.
-
6.The Indian Coast Guard (ICG) seized a vessel with six Myanmarese crew carrying 6,000 kg of contraband Methamphetamine near Andaman and Nicobar Islands, an offi cial said Monday. The drugs were found packed in around 3,000 packets of 2 kg each, which are worth several crores of rupees in the international market.
-
7.The single-day coal despatch from commercial mines was the highest ever at 0.617 million tonne Sunday, a coal ministry statement said. “This represents a remarkable 36 per cent growth compared to the despatch of 0.453 MT on the same day last year.
-
8.French energy giant Total Energies SE Monday said it was not aware of the corruption investigation its partner Adani group’s founder chairman was facing in the US and that it is pausing fresh investments in the conglomerate pending the outcome of the charges.
-
9.India’s domestic air passenger traffic grew 5.3 per cent to 1.36 crore in October from 1.26 crore in the same month last year, aviation regulator DGCA’s monthly data showed Tuesday.
-
10.Preliminary results from an Iraqi national census, the fi rst in nearly 40 years, show that the population has grown to 45.4 million, the Prime Minister said Monday.
-
11.SP MP Zia-ur-Rehman Barq, party MLA Iqbal Mehmood’s son Sohail Iqbal booked, and 25 people arrested.
-
12.Policeman killed, 70 injured as former PM Imran Khan’s supporters clash with cops.
-
13.Seventy-one tigers died due to unnatural causes, including poaching and seizures, since 2021, the Environment Ministry said Monday.
-
14.Bihar’s Vaibhav Suryavanshi became the youngest-ever player to be signed by an IPL franchise at 13 years as Rajasthan Royals bought the prodigy for Rs 1.10 crore in the mega auction here Monday.
-
15.Jasprit Bumrah led a feisty bunch of Indian cricketers to their most dominant Test victory on Australian soil, winning by a massive 295 runs in a remarkable turnaround that will fi nd a pride of place among the country’s golden moments in international cricket.
|
231 |
Y |
|
553 |
25-11-2024 |
Odia |
-
1.ବାୟୁ ପ୍ରଦୂଷଣର ବଡ଼ ପ୍ରଭାବ ପଡ଼ୁଛି। ଏକ ଅନୁଧ୍ୟାନରୁ ଜଣାଯାଇଛି ବାୟୁ ପ୍ରଦୂଷଣ କାରଣରୁ ଭାରତ ବର୍ଷକୁ ୯୫୦୦ କୋଟି ଡଲାର (ବର୍ତ୍ତମାନ ମୂଲ୍ୟରେ ୮ ଲକ୍ଷ କୋଟିରୁ ଅଧିକ)ର ଆର୍ଥିକ କ୍ଷତି ବର୍ଷକୁ ସହୁଛି, ଯାହାକି ଭାରତର ଜିଡିପିର ୩ ପ୍ରତିଶତ। ଅନ୍ତର୍ଜାତୀୟ ପରାମର୍ଶଦାତା ଫାର୍ମ ଡଲବର୍ଗ ପକ୍ଷରୁ ୨୦୧୯ ମସିହା ପାଇଁ ଏହି ଆକଳନ କରାଯାଇଛି।
-
2.ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି।
-
3.ଆଜରବଇଜାନ୍ରେ ଅନୁଷ୍ଠିତ ଜାତିସଂଘର ସିଓପି୨ ଜଳବାୟୁ ସମ୍ମିଳନୀରେ ବିକାଶଶୀଳ ଦେଶଲାଗି ଜଳବାୟୁ ପାଣ୍ଠି ୩୦୦ ବିଲିଅନ୍ ଡଲାର ପର୍ଯ୍ୟନ୍ତ ବୃଦ୍ଧି ଲାଗି ସହମତି ହୋଇଛି। ହେଲେ ଏହି ରାଶି କମ୍ ଦର୍ଶାଇ ଭାରତ ପ୍ରଥମ ଦେଶ ଭାବେ ବୁଝାମଣାକୁ ବିରୋଧ କରିବା ସହ ପ୍ରତ୍ୟାଖ୍ୟାନ କରିଛି।
-
4.ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କରିଥିବା ଲାଞ୍ଚ ଅଭିଯୋଗ ସୁପ୍ରିମ୍କୋର୍ଟରେ ପହଞ୍ଚିଛି। ଆଇନଜୀବୀ ବିଶାଲ ତିୱାରୀ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।
-
5.ମହାରାଷ୍ଟ୍ର ବିଜୟକୁ ନେଇ ବିଜେପିରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଦେବେନ୍ଦ୍ର ଫଡ଼ନାବିସ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ଏନ୍ସିପି ଓ ଶିବସେନାକୁ ସଙ୍କେତ ଦିଆଯାଇଛି।
-
6.ଉତ୍ତରପ୍ରଦେଶର ସମ୍ଭଲରେ ମୁଗଲ ଯୁଗର ଏକ ଜାମା ମସଜିଦ୍ ସର୍ଭେ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରି ବ୍ୟାପକ ହିଂସା ହୋଇଛି। ସ୍ଥାନୀୟ ବାସିନ୍ଦା ଓ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି।
-
7.କିଟ୍ ସମଗ୍ର ଭାରତରେ ରିସର୍ଚ୍ଚ ଇନପୁଟ୍ ବର୍ଗରେ ୪ର୍ଥ ସ୍ଥାନରେ ରହିଛି ।
-
8.ଜାନୁଆରୀ ୩୧ ତାରିଖ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି କାର୍ଯ୍ୟ।
-
9.ଢେଙ୍କାନାଳ, ହିନ୍ଦୋଳ ବନାଞ୍ଚଳରେ ୧୦୦ରୁ ଅଧିକ ବଣୁଆ ହାତୀ ବୁଲୁଛନ୍ତି, ଭୟରେ ୫ ପଞ୍ଚାୟତବାସୀ ଅଛନ୍ତି ।
-
10.ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ’ରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ରାଜ୍ୟ ଐତିହ୍ୟ, ସାହିତ୍ୟ ଓ ପରମ୍ପରାର ପ୍ରଶଂସା କଲେ ।
-
11.ନଭେମ୍ବର ୨୮ରେ ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।
-
12.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ସେପ୍ଟେମ୍ବର ମାସରେ ଦେଶ କୋଟିଏରୁ ଅଧିକ ଗ୍ରାହକଙ୍କୁ ହରାଇଛି। କେବଳ ଓଡ଼ିଶାରେ ୧,୩୩,୪୬୩ ଜଣ ଗ୍ରାହକ ବଢ଼ିଛନ୍ତି।
-
13.ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍ସ ଗ୍ରୁପ୍ ଏବଂ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ ଚନ୍ଦ୍ର ରଥଙ୍କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି।
-
14.ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ୧୩ ମାସ ହେଲା ଯୁଦ୍ଧ ଲାଗିରହିଥିବାବେଳେ ଗାଜାଷ୍ଟ୍ରିପ୍ରେ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲାଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
-
15.ଆଦାନୀ ଗ୍ରୁପ୍ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪ ମଧ୍ୟରେ ଆଦାନୀ ଗ୍ରୁପ୍ ସମେତ ୭ଟି ବୃହତ୍ ବିଦ୍ୟୁତ୍ କମ୍ପାନୀ ସହ ଡିଲ୍ ହୋଇଥିଲା।
-
16.ଆଇପିଏଲ ନିଲାମରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳୀ,ଋଷଭ ପନ୍ତ ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଗଲେ।
|
268 |
Y |
|
554 |
25-11-2024 |
English |
-
1.Chief Minister Mohan Charan Majhi Sunday distributed `5,000 as part of the third phase of the fi rst instalment of the Subhadra Yojana, Odisha’s largest women empowerment programme, to more than 20 lakh new beneficiaries.
-
2.Three people were killed and scores of others, including around 20 security personnel, were injured as protesters opposing a court-ordered survey of a Mughal-era mosque here clashed with police Sunday.
-
3.Prime Minister Narendra Modi asserted Sunday that his government considers India’s eastern region as the country’s growth engine, while the area was considered backward earlier.
-
4. US SEC will have to serve the summons on Adani Group Founder and Chairman Gautam Adani and his nephew Sagar in the alleged USD 265 million (`2,200 crore) payoffs through proper diplomatic channels as it has no jurisdiction to summon a foreign national directly, according to sources.
-
5.The Biju Janata Dal (BJD) held a rally here Sunday, demanding the withdrawal of the Waqf (Amendment) Bill.
-
6.The Odisha government has been showcasing a new variety of ‘Karuna silk’ which is produced without harming silkworms and minus chemical dye at the International Trade Fair in New Delhi, an offi cial statement said
-
7.The Opposition Sunday asked the Centre to allow discussions in the Parliament on the US prosecutors’ bribery charges against the Adani Group even as Union minister Kiren Rijiju made it clear that the matters to be taken up in the two Houses will be decided by their authorised committees with the consent of the respective Chair.
-
8.The air quality index continued to fl uctuate between the “severe” and “very poor” categories in Delhi.
-
9.Hezbollah fi red about 250 rockets and other projectiles into Israel Sunday, wounding seven people in one of the militant group’s heaviest barrages in months, in response to deadly Israeli strikes in Beirut while negotiators pressed on with cease-fi re efforts to halt the all-out war.
-
10.India’s 26 major listed real estate fi rms have sold properties worth nearly Rs 35,000 crore during the September quarter with Godrej Properties reporting highest sales bookings.
-
11.Eight of the top-10 most valued domestic fi rms together added Rs 1,55,603.45 crore in market valuation last week, with HDFC Bank and Tata Consultancy Services emerging as the biggest gainers, in tandem with firm trend in equities.
-
12.The internationalisation of the unified payments interface (UPI) is progressing rapidly, as India emerges as a world leader in leveraging digital technologies for transformative change, according to a Reserve Bank of India (RBI) report.
-
13.The Manipur government scrapped its decision to reopen schools and colleges in Imphal Valley and Jiribam district Monday, offi cials said. Schools and colleges were shut in Imphal West, Imphal East, Thoubal, Bishnupur, Kakching, and Jiribam for about a week due to prohibitory orders issued in view of fresh violence in the state, they said
-
14.Low-cost airline Air India Express has announced an increase in fl ight operations from three major destinations in the northeast – Guwahati, Agartala and Imphal – as part of its winter schedule. This is part of the airlines’ expansion of winter services across the country
-
15.Resurrected generational talent Rishabh Pant pipped Shreyas Iyer to become the costliest buy in IPL’s history with a `27 crore winning bid from Lucknow Super Giants, while Venkatesh Iyer was the surprise show-stopper as teams expectedly broke the bank for marquee Indian players at the mega auction here Sunday.
|
265 |
Y |
|
555 |
24-11-2024 |
Odia |
-
1.ମହାରାଷ୍ଟ୍ରରେ ବିଜେପିର ବିପୁଳ ବିଜୟ ପରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବିଜୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ କଶ୍ମୀରରେ ପୁଣି ଧାରା ୩୭୦ର ପ୍ରାଚୀର ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି । କିନ୍ତୁ ଏହା କେବେବି ସମ୍ଭବ ନୁହେଁ ।
-
2.ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ ଝାଡ଼ଖଣ୍ଡ ରାଜନୀତିରେ ସେ ଜଣେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ।ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ୫୬ଟି ଆସନରେ ବିଜୟୀ ହେଉଛି।
-
3.ଚଳିତ ସପ୍ତାହର ଶେଷ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସେନ୍ସେକ୍ସରେ ୨୦୦୦ ପଏଣ୍ଟ ପାଖାପାଖି ବୃଦ୍ଧି ହୋଇଛି। ଦୀର୍ଘ ପାଞ୍ଚ ମାସ ପରେ ସେନ୍ସେକ୍ସରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି।
-
4.ମହାୟୁତ ପକ୍ଷରୁ ସିନ୍ଦେଙ୍କ ଘରେ ଗୋଟିଏ ବୈଠକ ବସିଥିଲା। ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।
-
5.ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।
-
6.ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି ମେଣ୍ଟ ୨୩୪ଟି ବିଜୟ ଲାଭ କରୁଥିବା ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୨୦ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୪ଟିରେ ଆଗରେ ରହିଛି।
-
7.କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡ଼ ଲୋକସଭା ଆସନରୁ ଉପନିର୍ବାଚନ ଜିତିଛନ୍ତି।
-
8.ବିଶ୍ଵର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର୍ କମ୍ପାନି ଟେସ୍ଲାର ସିଇଓ ଏଲନ୍ ମସ୍କ ଆମେରିକାର ଅର୍ଥନୀତିର ବିଶାଳ ଋଣ ଓ ଖର୍ଚ୍ଚକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
-
9.ଓଡିଶାରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଖୁବଶୀଘ୍ର ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। .
-
.10. ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ପଞ୍ଜୀକୃତ ୬୬ଟି ଗୋଶାଳାକୁ ପ୍ରଥମ ପର୍ଯ୍ୟାୟରେ ୮.୯୬ କୋଟି ଟଙ୍କାର ସହାୟତା ଦିଆଯାଇଛି।
-
11.ପୁଣି ଏକ ସାଇବର ଠକର ଚକ୍ରବ୍ୟୂହରେ ଫସିଛନ୍ତି ଜଣେ ମହିଳା ଇଞ୍ଜିନିୟର୍। ଦରିଆପାରି ବିଦେଶୀ ବନ୍ଧୁ ବେଶରେ ସାଇବର ଠକ ରଚିଥିବା ଚକ୍ରବ୍ୟୂହରେ ଫସି ମହିଳା ଇଞ୍ଜିନିୟର୍ଙ୍କ ୩୦ ଲକ୍ଷ ଟଙ୍କା ଉଡ଼ିଯାଇଛି।
-
12.ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି, ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ନଭେମ୍ବର ୨୪ ତାରିଖରେ ମିଳିବ ଟଙ୍କା।
-
13.ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ଶନିବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
-
14.ମୋଟ ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୫ ବ୍ୟାଚ୍ ଆଇଏଏସ୍ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ପ୍ରମୁଖ ସଚିବର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।
-
15.ବିଶ୍ୱର ପ୍ରତ୍ନତତ୍ତ୍ୱବିତଙ୍କୁ ମିଳିଛି ଏକ ବଡ଼ ସଫଳତା। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ୪ ହଜାର ୪୦୦ ବର୍ଷର ପୁରୁଣା ବର୍ଣ୍ଣମାଳା ବା ଆଲଫାବେଟ୍ ପାଇଛନ୍ତି, ଯାହାକୁ ପୂର୍ବ ସମୟର ଲୋକେ ବ୍ୟବହାର କରୁଥିଲେ।
|
226 |
Y |
|
556 |
23-11-2024 |
Odia |
-
1.ୟୁକ୍ରେନ୍ର ପୂର୍ବତନ ସେନାମୁଖ୍ୟ ତଥା ବର୍ତ୍ତମାନ ବ୍ରିଟେନରେ ଦେଶର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ଭାଲେରୀ ଜାଲୁଜନି କହିଛନ୍ତି ଯେ ବିଶ୍ୱ ପ୍ରକୃତରେ ତୃତୀୟ ବିଶ୍ୱଯୁଦ୍ଧରେ ପାଦ ରଖିସାରିଛି।
-
2.ୟୁକ୍ରେନ୍କୁ ଯୁଦ୍ଧାସ୍ତ୍ର ଯୋଗାଇ ପଶ୍ଚିମ ରାଷ୍ଟ୍ରମାନେ ରୁଷ୍ ପାଇଁ ବିପଦ ସୃଷ୍ଟି କରୁଛନ୍ତି ଏବଂ ଏଥିପାଇଁ ସେମାନଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଧମକ ଦେଇଛନ୍ତି।
-
3.୧୯୭୬ ମସିହାରେ ସମ୍ବିଧାନରେ ସଂଶୋଧନ କରାଯାଇ ସେଥିରେ ଯୋଡ଼ାଯାଇଥିବା ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ପରି ଶବ୍ଦର ବିଚାର ବିଭାଗୀୟ ସମୀକ୍ଷା କରାଯାଇଛି ଏବଂ ଜରୁରୀ ପରିସ୍ଥିତି ସମୟରେ ସଂସଦ ଯାହା କରିଛି ସେସବୁକୁ ଅବୈଧ ବୋଲି କହିପାରିବୁନି ବୋଲି ସୁପ୍ରିମ୍କୋର୍ଟ ଶୁକ୍ରବାର କହିଛନ୍ତି।
-
4.ପ୍ରବାସୀ କଶ୍ମୀର ପଣ୍ଡିତଙ୍କ ଦ୍ଵାରା ସ୍ଥାପିତ ହୋଇଥିବା ୧୨ରୁ ଅଧିକ ଦୋକାନକୁ ଜମ୍ମୁ ଉନ୍ନୟନ କର୍ତ୍ତୃପକ୍ଷ (ଜେଡିଏ) ଉଚ୍ଛେଦ କରିଛି।
-
5.ରାଜସ୍ଥାନର ଝୁନଝୁନୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଶବ ବ୍ୟବଚ୍ଛେଦ ପରେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ମୃତଦେହକୁ ୪ ଘଣ୍ଟା ଧରି ଡିପ୍ ଫ୍ରିଜରେ ରଖାଯାଇଥିଲା, କିନ୍ତୁ ଶବ ସତ୍କାର ପାଇଁ ନିଆଯାଇଥିବା ବେଳେ ମୃତ ବ୍ୟକ୍ତି ଜଣକ ନିଶ୍ୱାସ ନେଉଥିବା ଦେଖିବାକୁ ମିଳିଥିଲା ।
-
6.ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରିବା ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିଚାର କରୁଛି।
-
7.ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ଏହି ଭଣ୍ଡାରରେ ୧୭.୭ ବିଲିଅନ ଡଲାର ହ୍ରାସ ଘଟି ୬୫୭.୮୯ ବିଲିଅନ ଡଲାରରେ ରହିଛି।
-
8.ଟେଲିକମ୍ ସେକ୍ଟର ନିୟାମକ ଟ୍ରାଇ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୨୪ ରେ ୭.୯ ମିଲିୟନ ବା ୭୯ ଲକ୍ଷ ଗ୍ରାହକ ହରାଇଛି।
-
9.ଆଦାନୀ ଗ୍ରୁପ୍ର ୭ଟି କମ୍ପାନିରେ ଏଲ୍ଆଇସି ସେୟାର କିଣିଛି। ଏହି ସେୟାର ମୂଲ୍ୟ ହ୍ରାସ ଫଳରେ ଏଲ୍ଆଇସିକୁ ୮୭୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି।
-
10.୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ନିଯୋଜିତ କରାଯାଇଛି ।
-
11.ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ।
-
12.ଆଜି ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର। ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର।
-
13.ପୂର୍ବତନ କ୍ରିକେଟର ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ପ୍ରେସିଡେଣ୍ଟ ନବଜୋତ ସିଂହ ସିଦ୍ଧୁ। ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ନବଜତ କୌର ସିଦ୍ଧୁ ଷ୍ଟେଜ୍-୪ କ୍ୟାନସରରୁ ସୁସ୍ଥ ହୋଇଥିବା ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
-
14. ଓଡ଼ିଶା ପର୍ବ-୨୦୨୪କୁ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା।
-
15.ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ ସରଳ ହେଲା ପରୀକ୍ଷା। ଛାତ୍ରୀଛାତ୍ର ୮୦ ମାର୍କରେ ଥିଓରି ପରୀକ୍ଷା ଓ ୨୦ ମାର୍କର ଆସେସ୍ମେଣ୍ଟ ପରୀକ୍ଷା ଦେବେ। ଏହି ୧୦୦ ମାର୍କରୁ ୨୪ ରଖିଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।
-
16.ଓଡିଶାର ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ଦେବା ସୁନିଶ୍ଚିତ ହେବ।
-
17.ଓଡିଶାରେ ବିଦ୍ୟୁତ୍ ଆଘାତରେ ଗତ ୬ବର୍ଷରେ ରାଜ୍ୟରେ ବିଦ୍ୟୁତ୍ ଆଘାତରେ ୯୬ ହାତୀଙ୍କ ଜୀବନ ଯାଇଥିବା ଜଣାପଡିଛି।
-
18.OTET (Odisha Teacher’s Eligibility Test) ୨୦୨୪ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ସେମାନେ ଡିଜିଟାଇଜ୍ଡ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।
-
19.ଲାଟିନ ଆମେରିକୀୟ ରାଷ୍ଟ୍ର ମେକ୍ସିକୋରେ ପାସପୋର୍ଟ ସବୁଠାରୁ ମହଙ୍ଗା ବୋଲି ଜଣାପଡିଛି। ମେକ୍ସିକୋରେ ପାସପୋର୍ଟ ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଭାରତୀୟ ମୁଦ୍ରାରେ ୧୯,୪୮୧.୭୫ ଟଙ୍କା ପୈଠ କରିବାକୁ ପଡିଥାଏ।
-
20.ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା।
|
222 |
Y |
|
557 |
23-11-2024 |
English |
-
1.The Supreme Court Friday said the State cannot be permitted to acquire citizens’ land without paying appropriate compensation.
-
2.A moment of pride for AIIMS Bhubaneswar here as department of Paediatric Surgery’s final-year senior resident Dr Manita Tamang was awarded the esteemed UC Chakroborty Award at the recently concluded IAPSCON 2024, held at AIIMS Rishikesh.
-
3.Tata Power Central Odisha Distribution Limited (TPCODL) recently achieved nine ‘Gold’ awards at the prestigious International Convention on Quality Control Circles (ICQCC) 2024.
-
4.The National Green Tribunal (NGT) has imposed an interim fi ne of `5 crore on a pharmaceutical unit in Punjab for “violation of environmental norms”.
-
5.The CBI fi led its fifth supplementary chargesheet in the NEET UG examination paper leak case Friday against fi ve persons.
-
6.In Hathras (UP) more than 100 monkeys perished after inhaling a pesticide sprayed in a food godown and were stealthily buried in a pit, police Friday said.
-
7. A fishing vessel collided with a submarine of the Indian Navy about 70 nautical miles off Goa coast and a massive rescue operation is underway to trace two missing crew members of the vessel.
-
8.In a left-handed compliment to Delhi Chief Minister Atishi, Lieutenant Governor V K Saxena Friday said she is "a thousand times better" than her predecessor Arvind Kejriwal.
-
9.A man declared dead by doctors woke up just as he was placed on the pyre much to the shock of those around but breathed his last a few hours later, the dramatic life and death story unfolding in Rajasthan's Jhunjhunu area .
-
10.Commenting on this recognition, Acharya Balkrishna, General Secretary of Patanjali Yogpeeth said, “Patanjali University is an A+ grade accredited institution.
-
11.The ethnic violence between Meitei and Kuki communities in Manipur has claimed 258 lives since May last year, the state government's Security Advisor Kuldiep Singh said Friday.
-
12.Researchers have developed an AI-based tool that can predict episodes of mood disorder in patients using only sleep-wake data recorded by wearable devices such as smart watches.
-
13.Ten Naxalites were killed in an encounter with security personnel in Chhattisgarh’s Sukma district .
-
14.Kashika Misra, a 17-year-old golf prodigy from Odisha, has made history by becoming the first Odia girl to win an Indian Golf Union (IGU) championship.
-
15.Aahaan Mishra of Odisha bagged a double crown in the Major Sandeep Mohapatra Memorial KDTA AITA Championship Series tennis tournament which concluded Friday at the Kalinga Stadium tennis complex here.
|
219 |
Y |
|
558 |
22-11-2024 |
Odia |
-
1.ଦକ୍ଷିଣ ଆମେରିକୀୟ ଦେଶ ଗୁୟାନାରେ ୨ ଦିନିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ସେ ଗୁୟାନା ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ।
-
2.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ସିଙ୍ଗାପୁର ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତ ସମୟରେ ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ, ଭିଏତନାମ ଓ ଜାପାନ ଭଳି ଦେଶର ୪୦୦ରୁ ଅଧିକ ନିବେଶକଙ୍କ ସହ ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା ହୋଇଛି।
-
3.ଜ୍ୟୋତିର୍ବିଜ୍ଞାନୀମାନେ ଟ୍ରାନଜିଟ୍ ପଦ୍ଧତିରେ ଏକ ସର୍ବକନିଷ୍ଠ ଗ୍ରହକୁ ଠାବ କରିଛନ୍ତି। ଆଇଆର୍ଏଏସ୍ ୦୪୧୨୫+୨୯୦୨ବି ନାମକ ଏହି ଶିଶୁ ଗ୍ରହର ବୟସ ମାତ୍ର ୩ ନିୟୁତ ବର୍ଷ ଏବଂ ଏହା ୪୩୦ ଆଲୋକବର୍ଷ ଦୂରରେ ନବଜାତ ନକ୍ଷତ୍ରରେ ପରିପୂର୍ଣ୍ଣ ଏକ ନକ୍ଷତ୍ରୀୟ ନର୍ସରୀ ଟାଉରସ୍ ମଲିକ୍ୟୁଲାର କ୍ଲାଉଡ୍ରେ ବାସ କରେ।
-
4.ସିରିଆର ପାଲମିରା ସହର ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୬୮ ଜଣ ଇରାନ ସମର୍ଥକ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଇରାନ ସମର୍ଥକ ସିରିଆ ଗୋଷ୍ଠୀର ୪୨ ଜଣ, ୨୬ ଜଣ ବିଦେଶୀ
-
5.ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଆଇଏଏସ୍ ମନିଷ ଅଗ୍ରୱାଲ ବିଚାର (ଟ୍ରାଏଲ୍)ର ସମ୍ମୁଖୀନ ହେବେ। ସୁପ୍ରିମକୋର୍ଟରୁ ଶ୍ରୀ ଅଗ୍ରୱାଲଙ୍କୁ ଝଟକା ଲାଗିଛି।
-
6.ମଣିପୁରର ଥାଙ୍ଗମୈବନ୍ଦ ବିଧାନସଭା ଆସନର ଜେଡିୟୁ ବିଧାୟକ ଜୟକିଷନ ସିଂହଙ୍କ ଘରେ ନିକଟରେ ଆନ୍ଦୋଳନକାରୀମାନେ ଆକ୍ରମଣ କରି ଲୁଟପାଟ କରିଥିଲେ। ଏହି ଆକ୍ରମଣ ସମୟରେ ବିଧାୟକଙ୍କ ଘରୁ ପ୍ରାୟ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି।
-
7.ହିଣ୍ଡେନ୍ବର୍ଗର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିବାର କିଛି ମାସ ବିତି ନଥିବା ବେଳେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ୨୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ଭଳି ସାଂଘାତିକ ଅଭିଯୋଗ ଆଣିଛି।
-
8. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ଅପରାଧର ଅଭିଯୋଗ ଆସିଛି ।
-
9.ବିଧାନସଭାର ଶୀତକାଳୀନ ଅଧିବେଶନ ୨୬ରୁ ଆରମ୍ଭ,୨୩ରେ ମନ୍ତ୍ରୀ ପରିଷଦ ବୈଠକ,୨୬ରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ।
-
10.୨ଟି ପର୍ଯ୍ୟାୟରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିସାରିଛି। ଆଉ ୩ଦିନର ଅପେକ୍ଷା ପରେ ୨୦ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ।
-
11.ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆରମ୍ଭ।ଏପର୍ଯ୍ୟନ୍ତ ୨୯୫୯ ଛାତ୍ରଛାତ୍ରୀ ଅନୁଷ୍ଠାନରେ ନାମଲେଖାଇ ସାରିଲେଣି।
-
12.ବଙ୍ଗୋପସାଗରରେ ଘନେଇଲା ପୁଣି ବାତ୍ୟା ଆଶଙ୍କା, ଓଡ଼ିଶାରେ ପଡି ନ ପାରେ ପ୍ରଭାବ।
-
13.ଉତ୍କଳ ,ରମାଦେବୀ ମହିଳା ଓ ଗଙ୍ଗାଧର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା। ଆସନ୍ତା ୨୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରୁଛି। ଏହାର ଦୁଇ ଦିନ ପରେ ଅର୍ଥାତ୍ ୨୫ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଓ ୨୬ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ୍. ନାଗରାଜୁଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।
-
14.ନଭେମ୍ବର ୩୦ ସୁଦ୍ଧା ଆଧାର ଆଧାରିତ ଓଟିପି ଜରିଆରେ ହେବ ୟୁଏଏନ ସକ୍ରିୟକରଣ।
-
15.ଓଡ଼ିଶା ଛତିଶଗଡ ସୀମାରେ ଦୁଇ ରାଜ୍ୟ ପୁଲିସର ମିଳିତ କୁମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀକୁ ମିଳିଛି ସଫଳତା। ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।
-
16.ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମଲା ହୋଇଛି। ଖାଇବର ପଖତୁନଖ୍ୱାରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।
-
17.ୟୁକ୍ରେନ୍ ଉପରକୁ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ।
-
18.ଆମେରିକାର ମେରିଲ୍ୟାଣ୍ଡରେ ନାବାଳକ ଛାତ୍ର ସହ ଶାରିରୀକ ସମ୍ପର୍କ ରଖି ୩୦ ବର୍ଷ ପାଇଁ ଜେଲ ଯାଇଛନ୍ତି ଜଣେ ଶିକ୍ଷୟିତ୍ରୀ।
-
19. ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ରୋକ୍ ହାଇକୋର୍ଟ ଲଗାଇଛନ୍ତି।
-
20. ଓଡ଼ିଶାରେ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
|
252 |
Y |
|
559 |
22-11-2024 |
English |
-
1.The International Criminal Court (ICC) issued arrest warrants Thursday for Israeli Prime Minister Benjamin Netanyahu and his former defence chief, as well as a Hamas leader, Ibrahim Al-Masri, for alleged war crimes and crimes against humanity in the Gaza conflict.
-
2.A Maoist was killed and a policeman was injured during a gunfi ght between security forces and red rebels in Jineliguda forest near the Odisha-Chhattisgarh border, police said Thursday.
-
3.Billionaire Gautam Adani has been charged by US prosecutors for allegedly being part of an elaborate scheme to pay USD 265 million (about Rs2,200 crore) bribe to Indian offi cials in exchange for favourable terms for solar power contracts.
-
4.The state government Thursday commenced the celebrations of the 125th birth anniversary of former chief minister Utkal Keshari Harekrushna Mahtab.
-
5.The Ministry of Ayush, in collaboration with Vedanta Aluminium, has expanded its ‘Swarna Prashan’ initiative to Rayagada district. ‘Swarna Prashan' is an ancient Ayurvedic practice that involves administering a blend of gold particles, honey, and ghee to children, which is believed to improve memory, boost immunity.
-
6.The rupee depreciated 8 paise to settle at an all-time low of 84.50 against the US dollar Thursday, dragged down by massive selloff in domestic equity markets and surging crude oil prices amid a volatile geopolitical situation.
-
7.Achyuta Samanta, the visionary founder of Kalinga Institute of Industrial Technology (KIIT), Kalinga Institute of Social Sciences (KISS), and Kalinga Institute of Medical Sciences (KIMS) has been recently honoured with the prestigious lifetime achievement award by the World Academy of Art and Culture (WAAC).
-
8.Delhi Lieutenant Governor VK Saxena Thursday distributed appointment letters to 47 survivors of the 1984 anti-Sikh riot.
-
9.The Delhi High Court Thursday refused to stay for now the proceedings against former CM and AAP chief Arvind Kejriwal in a money laundering case linked to purported irregularities in the state Excise Policy 2021-22.
-
10.As Parliament gears up for a stormy start next week over the Adani issue, the government has listed 16 Bills, including one to amend the waqf law and fi ve new ones, for the winter session.
-
11.A draft text released early Thursday on a new climate finance package for the developing world was rejected by every single country signatory to the UN climate convention.
-
12.India added 16.4 gigawatt (GW) of solar capacity during JanuarySeptember 2024, posting a 167 per cent year-on-year rise on account of commissioning of delayed projects, Mercom Capital said.
-
13.Private telcos Reliance Jio, Bharti Airtel and Vodafone Idea cumulatively lost over one crore wireless subscribers in September, even as state-owned BSNL surprised with net adds of almost 8.5 lakh mobile users, as per monthly data released by TRAI.
-
14.Odisha began their campaign Thursday in style in the Santosh Trophy football tournament routing Madhya Pradesh 6-1 in a match played at the GNDU Stadium in Amritsar.
-
15.As Australian tennis star Nick Kyrgios prepares to step back onto the court after a two year injury hiatus, he has said that modern tennis is a bit ‘bland at the moment’ as new crop of players are each other’s best mates.
|
211 |
Y |
|
560 |
21-11-2024 |
Odia |
-
1.ଡିଜିଟାଇଜେସନ ଅଭିଯାନ ଜରିଆରେ ୫.୮ କୋଟି ଜାଲ ରାସନ କାର୍ଡକୁ ହଟାଇବାରେ କେନ୍ଦ୍ର ସରକାର ସଫଳ ହୋଇଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଜରିଆରେ ୮୦.୬ କୋଟି ହିତାଧିକାରୀଙ୍କୁ ରାସନ ଦିଆଯାଉଛି।
-
2.ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୫୮.୨୨% ପ୍ରତିଶତ ମତଦାନ ହୋଇଥିବା ବେଳେ ଝାଡ଼ଖଣ୍ଡରେ ୬୭.୫୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଶନିବାର (୨୩ ତାରିଖ) ଉଭୟ ରାଜ୍ୟରେ ଭୋଟ୍ ଗଣତି ହେବ।
-
3.ଯଦି କେବେ ଯୁଦ୍ଧ କିଂବା ଜଳବାୟୁ ପରିବର୍ତ୍ତନ ଭଳି ମହାସଂକଟର ସମ୍ମୁଖୀନ ହୋଇ ମାନବ ପ୍ରଜାତି ଲୋପ ପାଇଯାଏ, ତେବେ ପୃଥିବୀରେ ଅକ୍ଟୋପସ୍ମାନେ ରାଜୁତି କରିବେ ବୋଲି କେତେକ ଅଗ୍ରଣୀ ବୈଜ୍ଞାନିକ କହୁଛନ୍ତି।
-
4.ବ୍ୟାଙ୍କ ଜରିଆରେ ବୀମାର ଭୁଲ ବିକ୍ରି (ମିସ୍ ସେଲିଂ)କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚିନ୍ତା ପ୍ରକଟ କରିଛନ୍ତି। ମିସ୍ ସେଲିଂ ହେଉଛି ଯେଉଁ ଗ୍ରାହକଙ୍କ ପାଇଁ ଯେଉଁ ବୀମା ଦରକାର ନୁହେଁ, ତାହା ତାଙ୍କୁ ଯେକୌଣସି ପ୍ରକାରରେ ବୁଝାଇଶୁଝାଇ ବିକ୍ରି କରିବା।
-
5.ବିଶ୍ବର ବିଭିନ୍ନ ଦେଶ ଉପରେ ଥିବା ଋଣ ୧୦୦ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଗଲାଣି ଯାହା ବିଶ୍ବର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୯୩ ପ୍ରତିଶତ। ଏଥିରେ ଆମେରିକା ଓ ଚୀନ୍ର ଭାଗ ଅଧିକ ରହିଛି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି।
-
6.ଗୁଗୁଲକୁ ଏକ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି। ବାସ୍ତବରେ, ଗୁଗୁଲ କ୍ରୋମ୍ ଇଣ୍ଟରନେଟ ବ୍ରାଉଜରକୁ ବଞ୍ଚାଇବା ପାଇଁ ଆମେରିକାର ନ୍ୟାୟ ବିଭାଗ ଯଥା ଡିଓଜେ ଦ୍ୱାରା ଚାପ ସୃଷ୍ଟି କରାଯାଇପାରେ। ଏହି ମାମଲାରେ କୋର୍ଟ ନିଜର ରାୟ ଦେଇପାରନ୍ତି ବୋଲି କୁହାଯାଉଛି।
-
7.୨୦୨୫ରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ କାଶ୍ମୀର ସହିତ ଜାତୀୟ ରାଜଧାନୀକୁ ସିଧାସଳଖ ସଂଯୋଗ କରିବ।
-
8. ଏଆର୍ ରହମାନଙ୍କ ଛାଡପତ୍ର ଘୋଷଣା ପରେ ତାଙ୍କ ଟ୍ରୁପ୍ ର ଗୀତାରିଷ୍ଟ ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀ ହାର୍ଟଙ୍କ ଠାରୁ ଛାଡପତ୍ର ଘୋଷଣା କରିଛନ୍ତି।
-
9.ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ (ସିଏସ୍ଓ) ସୁରେଶ ପାଣିଗ୍ରାହୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରିଛି।
-
10.ଆସନ୍ତା ବର୍ଷ ଜାନୁଆରିରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ ଓଡ଼ିଶା ଆସିବେ। ସିଙ୍ଗାପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି।
-
11.ଓଡିଶାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ‘ନିରାମୟ’ କେନ୍ଦ୍ରକୁ ୨୪ଘଣ୍ଟା ଖୋଲା ରହିବ। ଏଥିରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
-
12.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୫ ଫେବ୍ରୁଆରି ୧୫ରୁ ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରେ ରହିଛି।
-
13.ମାଲକାନଗିରିରେ ଅପରେସନ ଗ୍ରୀନ କ୍ଲିନ ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ତରଫରୁ ମାଥିଲି ଥାନା ଅନ୍ତର୍ଗତ ମାଡକାପଦର ପଞ୍ଚାୟତର ଶୁକ୍ରିପୁଟ ଗ୍ରାମ ପାର୍ଶ୍ଵ ଜଙ୍ଗଲରେ ଚଢ଼ଉ କରା ୨୪ ଏକର ଜମିରେ ଚାଷ କରାଯାଇଥିବା ୩୬୦୦୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩,୬୦,୦୦,୦୦୦(ତିନି କୋଟି ଷାଠିଏ ଲକ୍ଷ) ଟଙ୍କା ହେବ ବୋଲି ଜଣାପଡ଼ିଛି।
-
14. ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ ତାରିଖକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
15.ବର୍ତ୍ତମାନ କାନାଡା ଏକ ନୂଆ ଘୋଷଣା କରିଛି।ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବ। ସେ ଭାରତ ଯାତ୍ରା କରୁଥିବା ଲୋକଙ୍କୁ ଯାଞ୍ଚ କରିବାରେ ‘ଅତ୍ୟଧିକ ସତର୍କତା’ ବିଷୟରେ କହିଛନ୍ତି।
-
16.ଦୀର୍ଘ ୧୫ ବର୍ଷ ହେଲା ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରି ରାଜ କରୁଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି । ଏପରି ଜଣେ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ କିଛି ଯୁବକ ବିଚ୍ ରାସ୍ତା ଅତି ନିର୍ମମ ଭାବେ ପିଟି ପିଟି ମାରି ଦେଇଛନ୍ତି।
-
17.୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି।
-
18.ଗୋ-ଚାଲାଣକାରୀଙ୍କୁ ପିଛା କରିବା ବେଳେ ହେଲା ମୁହାଁମୁହିଁ ସ୍ଥିତି। ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କଲେ ଗୋ-ଚାଲାଣକାରୀ । ମାତ୍ର ପୁଲିସ୍ ଫାଙ୍କା ଗୁଳି ଚଳାଇଲା। ଏଥିସହ ୨ ଗୋଚାଲାଣକାରୀଙ୍କୁ ଅଟକ ରଖିଥିବା ବେଳେ ୨୬ ଗୋରୁଙ୍କୁ ଉଦ୍ଧାର କରିଛି। ଏପରି ଏକ ହାଇଡ୍ରାମା ସିନ୍ ଗତ ରାତିରେ କଟକ ଜିଲ୍ଲା ବାଙ୍କୀ ଟି- ବ୍ରିଜ୍ ପାଖରେ ଘଟିଛି।
-
19.ଚୀନର ହାଙ୍ଗଝୌ ସହରରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସମ୍ପନ୍ନ ଏକ ରୋବର୍ଟ ସାଙ୍ଘାଇ ରୋବଟିକ୍ସ କମ୍ପାନୀର ଏକ ଶୋ’ ରୁମ୍ରୁ ୧୨ଟି ବଡ ରୋବଟ୍କୁ ଅପହରଣ କରିନେଇଛି।
-
20.ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ଫାଇନାଲରେ ଚାଇନାକୁ ୧-୦ ଗୋଲ୍ରେ ହରାଇ ଭାରତୀୟ ଦଳ ବିଜୟୀ ହୋଇଛି।
|
264 |
Y |
|