Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
221 20-05-2025 Odia
  1. 1.ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଭାରତ ଧର୍ମଶାଳା ନୁହେଁ। ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ।

  2. 2.ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତିଙ୍କୁ ସ୍ଥାୟୀ କିମ୍ବା ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି କିମ୍ବା ମାନ୍ୟତା ନିର୍ବିଶେଷରେ ସମ୍ପୂର୍ଣ୍ଣ ଓ ସମାନ ପେନ୍‌ସନ୍‌ ଦେବାକୁ ସୁପ୍ରିମ୍‌କୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।

  3. 3.ୟୁକୋ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସୁବୋଧ କୁମାର ଗୋୟଲଙ୍କୁ ଗିରଫ କରାଯାଇଛି। ସୁବୋଧଙ୍କ ବିରୋଧରେ ଏକ କମ୍ପାନୀକୁ ହଜାର ହଜାର କୋଟି ଟଙ୍କାର ଋଣ ହେରଫେର ଏବଂ ତା ବଦଳରେ ଲାଞ୍ଚ ଓ ଅନ୍ୟାନ୍ୟ ଅନୁଗ୍ରହ ଗ୍ରହଣ କରିବାର ଅଭିଯୋଗ ରହିଛି।

  4. 4.ଭାରତ-ପାକ୍‌ ଅସ୍ତ୍ରବିରତି  ପ୍ରସଙ୍ଗରେ ବିଦେଶ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ ଅସ୍ତ୍ରବିରତିରେ ଆମେରିକାର କୌଣସି ଭୂମିକା ନାହିଁ। 

  5. 5.ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡିଛି ଯାହା ତାଙ୍କ ହାଡ଼କୁ ବ୍ୟାପିଯାଇଛି। ବାଇଡେନ ମୂତ୍ରଜନିତ ସମସ୍ୟା ଅନୁଭବ କରିବା ପରେ ଶୁକ୍ରବାର ଏହି ରୋଗ ଚିହ୍ନଟ ହୋଇଥିଲା।

  6. 6.ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଉପରେ ପ୍ରାୟ  ୧୫ ମିନିଟ୍ ଧରି ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବାର ଦେଖାଯାଇଥିବା ଜଣାପଡ଼ିଛି। ଏହା ପରେ ମନ୍ଦିରରେ ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି।

  7. 7.ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି (ଇଣ୍ଡିଆନ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ) ନୂତନ ସ୍ଵରେଲ ଆପ୍ ଲଞ୍ଚ କରିଛି। ତଥାପି, ଏହି ମୋବାଇଲ୍ ଆପ୍ ବର୍ତ୍ତମାନ ଆଣ୍ଡ୍ରଏଡ୍‌ରେ ପରୀକ୍ଷଣ ମୋଡ୍‌ରେ ଅଛି ଏବଂ ଖୁବ୍‌ଶୀଘ୍ର ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।

  8. 8.ସୂତ୍ର ଅନୁସାରେ, ସରକାର ସଂସଦୀୟ ବୈଦେଶିକ ବ୍ୟାପାର କମିଟିକୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ପାକିସ୍ତାନର କୌଣସି ପରମାଣୁ ପ୍ରତିଷ୍ଠାନ ଉପର ଆକ୍ରମଣ କରିନାହିଁ।

  9. 9.ଓଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ୍‌ ଗ୍ରୁପ୍‌ ଅଧୀନ ଫାଲକନ୍‌ ଏଗ୍ରିଫ୍ରିଜ୍‌ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍‌ ପକ୍ଷରୁ ଗୁଜରାଟର ମେହସାଣାରେ ନୂଆ ଫ୍ରୋଜେନ୍‌ ପଟାଟୋ କାରଖାନା ସ୍ଥାପନ କରାଯାଇଛି। ଏହା ହେଉଛି ଦେଶର ସର୍ବବୃହତ୍‌ ଫ୍ରେଞ୍ଚ୍‌ ଫ୍ରାଇଜ୍‌ କାରଖାନା, ଯେଉଁଥିରେ ୩୫୦ ମିଟରର ବୃହତ୍ ଉତ୍ପାଦନ ଲାଇନ୍ ରହିଛି।

  10. 10.ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ୍‌ ପ୍ରକଳ୍ପ ଉପରେ ଚଳିତମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ।

  11. 11.ଏଜିଆର୍‌ରେ ରିହାତି ପାଇବା ପାଇଁ ଭୋଡାଫୋନ ଆଇଡିଆ ଓ ଏୟାରେଟଲ କରିଥିବା ଆବେଦନ ଏବଂ ଏଥିରେ ପକ୍ଷଭୁକ୍ତ ହେବାପାଇଁ ଟାଟା ଟେଲିସର୍ଭିସେସ୍‌ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

  12. 12.ସରକାରଙ୍କ ଏକାଧିକ ଅନୁକୂଳ ନୀତି ସହିତ ବଜାରରେ ଚାହିଦା ବୃଦ୍ଧି କାରଣରୁ ଭାରତର ସ୍ମାର୍ଟଫୋନ ରପ୍ତାନି ୨୦୨୪-୨୫ ଆର୍ଥିକବର୍ଷରେ ୫୫ ପ୍ରତିଶତ ବୃଦ୍ଧି ଘଟି ୨୪.୧୪ ବିଲିଅନ ଡଲାରରେ ପହଞ୍ଚିଛି। ୨୦୨୩-୨୪ରେ ଏହା ୧୫.୫୭ ବିଲିଅନ ଡଲାର ଏବଂ ୨୦୨୨-୨୩ରେ ୧୦.୯୬ ବିଲିଅନ ଡଲାରରେ ରହିଥିଲା।

  13. 13.ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୪-୧୪ରେ ଭାରତରୁ ବିଶ୍ବର ୧୦୫ଟି ଦେଶ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦ ଆମଦାନୀ କରୁଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ୧୩୦ରେ ପହଞ୍ଚିଛି।

  14. 14.ଓଡ଼ିଶାର ଭଦ୍ରକ ଜିଲ୍ଲାର ଏକ ପାରମ୍ପରିକ ମିଠା ସ୍ୱାଦିଷ୍ଟ ଖାଦ୍ୟ, ପ୍ରତୀକାତ୍ମକ ପାଳୁଆ ଲଡୁ, ପ୍ରତିଷ୍ଠିତ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ୍ ପାଇବାକୁ ଯାଉଛି। ଯାହା ଏହାର ସାଂସ୍କୃତିକ ଏବଂ ବାଣିଜ୍ୟିକ ଗୁରୁତ୍ୱକୁ ବୃଦ୍ଧି କରିବ।

  15. 15.ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ଉଦୟ ସିଂହ। ସେ ପୂର୍ବରୁ ବିଜେପିର ସାଂସଦ ଥିଲେ।

  16. 16.ସୁପ୍ରିମକୋର୍ଟ ବିଜୟ ଶାହଙ୍କ କ୍ଷମା ପ୍ରାର୍ଥନାକୁ ଖାରଜ କରିଛନ୍ତି କିନ୍ତୁ ତାଙ୍କ ତୁରନ୍ତ ଗିରଫଦାରୀ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଛନ୍ତି।

  17. 17.ଜାପାନରେ ମିଳୁଥିବା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବର ନାମ ତଇୟୋ ନୋ ତମାଙ୍ଗୋ।ସାଧାରଣତଃ ଏହି ଆମ୍ବର ଆନ୍ତର୍ଜାତୀୟ ବଜାରରେ ଦାମ୍‌ ୨.୭ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ୍‌କୁ । ଭାରତରେ ତାଇୟୋ ନୋ ତମାଙ୍ଗୋ ପ୍ରଜାତିର ଗୋଟିଏ ଆମ୍ବର ମୂଲ୍ୟ ୨୧ ହଜାର ଟଙ୍କା । ପୂର୍ଣ୍ଣିଆରେ ଏହି ପ୍ରଜାତିର ଏକ ଗଛ ରହିଛି ପ୍ରାୟ ୨୫ ବର୍ଷ ହେବ ରହିଛି।

  18. 18.ମହାରାଷ୍ଟ୍ରର ଥାନେ ଜିଲାରେ ବିନା ଅନୁମତିରେ ମାନବ ଶୃଙ୍ଖଳ କରି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ ୧୦୦ଜଣରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

  19. 19.ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା.. ୨୩ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା।

  20. 20.ସବୁଠାରୁ ବ୍ୟୟବହୁଳ ଓଡିଆ ସିନେମା ହେବ ‘ଲ୍ୟାଣ୍ଡଫଲ’ । ଆମେ କୌଣସି ବାତ୍ୟା କଥା ନୁହେଁ, ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଯୋଡି  ଵିଶାଲ ମୋର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କାଙ୍କ ଆଗାମୀ ସିନେମା ‘ଲ୍ୟାଣ୍ଡଫଲ’  କଥା।

167 Y
222 20-05-2025 English
  1. 1.The Supreme Court Monday observed the country was not a “dharamshala” or a public shelter to accommodate foreign nationals from across the globe.

  2. 2.The Supreme Court Monday directed uniform pension benefits for all retired high court judges, irrespective of their mode of appointment or tenure, saying “one rank one pension has to be the norm in respect of a constitutional office”.

  3. 3.Schools near the India-Pakistan border in Jammu reopened Monday after nearly 12 days of closure due to recent hostilities. Institutions in 30 locations across Poonch, Rajouri, Jammu, Samba, and Kathua districts resumed as normalcy returns.

  4. 4.Former US President Joe Biden has been diagnosed with aggressive prostate cancer, his office says.

  5. 5.Mutual Fund assets surge 23 per cent or over Rs12 lakh crore year-on-year to reach a record of Rs 65.74 lakh crore in FY25.

  6. 6.Chief Minister Mohan Charan Majhi Monday claimed that around 85 per cent of the grievances he has received so far have been resolved, and the process of addressing citizens’ concerns will continue.

  7. 7.State Law minister Prithiviraj Harichandan Monday said the government has already started the process of identifying Bangladeshis staying illegally in different districts of the state.

  8. 8.The Supreme Court Monday pulled up Madhya Pradesh minister Vijay Shah for his remarks on Colonel Sofi ya Qureshi and constituted a three-member special investigation team to probe the FIR lodged against him.

  9. 9.Foreign Secretary Vikram Misri told a parliamentary committee Monday that the conflict between India and Pakistan was always in the conventional domain, and there was no nuclear signalling by the latter, sources said.

  10. 10. Uttar Pradesh government has launched a comprehensive state-wide campaign aimed at eradicating child labour by 2027, an official statement said Monday.

  11. 11.The Enforcement Directorate (ED) Monday said it has arrested former UCO Bank CMD Subodh Kumar Goel on money laundering charges in an alleged bank loan fraud case of more than Rs 6,200 crore linked to a Kolkata-based company.

  12. 12.China has announced plans to accelerate work on a “fl agship” dam in Pakistan to ease pressure on its all-weather ally, weeks after India placed the 1960 Indus Waters Treaty (IWT) in abeyance following the Pahalgam terror attack.

  13. 13.Falcon Agrifriz Foods Private Limited inaugurated its state-of-the-art, fully automated frozen potato products manufacturing facility in Mehsana, Gujarat.

  14. 14.The BCCI Monday termed as "speculative and imaginary" the report which claimed that it has decided to pull out of men's Asia Cup and women's Emerging Teams Asia Cup.

  15. 15.Abhishek Sharma smashed half a dozen sixes in his 20-ball 59 to ensure a convincing six-wicket win for Sunrisers Hyderabad and knock Lucknow Super Giants out of the IPL play-offs race here Monday.

161 Y
223 19-05-2025 Odia
  1.  1. ଗଣତନ୍ତ୍ରର ତିନୋଟି ସ୍ତମ୍ଭ ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ସମାନ। ପ୍ରତ୍ୟେକ ସାମ୍ବିଧାନିକ ଅନୁଷ୍ଠାନ ଅନ୍ୟ ଅନୁଷ୍ଠାନ ପ୍ରତି ଦାୟିତ୍ବବୋଧ ଏବଂ ସମ୍ମାନ ପ୍ରଦର୍ଶନ କରିବା ଉଚିତ ବୋଲି ବାର୍ କାଉନସିଲ୍ ଅଫ୍ ମହାରାଷ୍ଟ୍ର ଏବଂ ଗୋଆ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି  କହିଛନ୍ତି.
  2. 2.ଆମେରିକୀୟ ଡାକ୍ତରମାନଙ୍କର ଏକ ଦଳ ବିଶ୍ୱର ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ କରିଛନ୍ତି। ଦକ୍ଷିଣ କାଲିଫର୍ଣ୍ଣିଆର ଡାକ୍ତରମାନେ ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ କରିଛନ୍ତି, ଯାହା ଦୁର୍ବଳ ମୂତ୍ରାଶୟ ରୋଗ ଥିବା ଲୋକଙ୍କ ପାଇଁ ଆଶା ସଂଚାର କରିଛି।
  3. 3.ଭାରତରୁ ଲସ୍‌ଏଞ୍ଜେଲ୍ସ, ସାନ୍‌ ଫ୍ରାନ୍‌ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
  4. 4.ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ ୧ ବିଲିୟନ ଡଲାର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ବେଲଆଉଟ ପ୍ୟାକେଜର ପରବର୍ତ୍ତୀ ପର୍ଯ୍ୟାୟ ଜାରି କରିବା ପାଇଁ IMF ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ରଖିଛି। ଏହା ସହିତ, IMF ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି।
  5. 5. ଅଣ-ନାଗରିକମାନଙ୍କ ଦ୍ୱାରା ବିଦେଶକୁ ପଠାଯାଉଥିବା ଅର୍ଥ ଉପରେ ୫ ପ୍ରତିଶତ ଟିକସ ଲାଗୁ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ନେଇ ଭାରତରେ ଚିନ୍ତା ବଢ଼ିବାରେ ଲାଗିଛି।ଏହା ଭାରତୀୟ ପରିବାର ଏବଂ ବିଦେଶୀ ମୁଦ୍ରା ଭଣ୍ଡାରକୁ ବିପୁଳ କ୍ଷତି ପହଞ୍ଚାଇପାରେ।
  6. 6. ୨୦୦୬ ମସିହାରେ ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଲସ୍କର-ଏ-ତୈବା କମାଣ୍ଡର ଅବୁ ସୈଫୁଲ୍ଲା ପାକିସ୍ତାନରେ ନିହତ ହୋଇଛି
  7. 7.କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ହେତୁ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଗିରଫ କରାଯାଇଛି। 
  8. 8.ଚଳିତ ବର୍ଷର ସଂସଦ ରତ୍ନ ପୁରସ୍କାର ୨୦୨୫ ଦେଶର ୧୭ ଜଣ ସାଂସଦଙ୍କ ପାଇଁ ଘୋଷଣା କରାଯାଇଛି।  ସେମାନ ମଧ୍ୟରୁ ମହାରାଷ୍ଟ୍ରର ୭ ଜଣ ସାଂସଦ ଏହି ପୁରସ୍କାର ପାଇବେ।
  9. 9.ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ଚାରମିନାର ଅଞ୍ଚଳର ଗୁଲଜାର ହାଉସ୍ ନିକଟରେ ଥିବା ଏକ କୋଠାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। 
  10. 10.ବୌଦ୍ଧ ଜିଲ୍ଲାବାସୀଙ୍କୁ ଉନ୍ନତ ଗମନାଗମନ ସୁବିଧା ଉପଲବ୍ଧ କରିବା ପାଇଁ ପ୍ରାୟ ୨୮ କୋଟି ଟଙ୍କା ମୂଲ୍ୟର ସଡ଼କ ପ୍ରକଳ୍ପ ପାଇଁ ନିକଟରେ ଶିଳାନ୍ୟାସ ଦିଆଯାଇଛି ।
  11. 11.ଜର୍ମାନୀରେ  ବିନା ପାଇଲଟରେ ଉଡ଼ୁଥିଲା ବିମାନ। ଯାତ୍ରୀଙ୍କୁ ନ ଥିଲା ସୂଚନା । ବିମାନରେ ୨୦୦ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟି ନ ଥିଲା। 
  12. 12.ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଶାଖା ଖୋଲିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ୱର ଏନଆଇଏ ଶାଖା ପ୍ରାରମ୍ଭିକ ଭାବେ ଭିଏସଏସ ନଗରରେ କାମ କରିବ।
  13. 13.ଭାରତର ପ୍ରଥମ ପରମାଣୁ ପରୀକ୍ଷଣର ୫୧ ତମ ବାର୍ଷିକୀ। ୧୯୭୪ ମେ’ ୧୮ରେ, ଦେଶ ପୋଖରାନରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା।
  14. 14.କୋରାପୁଟ ଜିଲା ନାରାୟଣପାଟଣାରେ କାଳବୈଶାଖୀ ଯୋଗୁ ରବିବାର ବର୍ଷା ପବନ ହୋଇଛି। ନାରାୟଣପାଟଣା ବ୍ଲକ୍‌ ଉପରଗୁମାଣ୍ଡି ଗାଁରେ ବଜ୍ରପାତ ଘଟି ୨୦ଟି ଛେଳି ମରିପଡିଥିବା ଜଣାପଡିଛି।
  15. 15.ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ମଧ୍ୟରେ ଡେଟିଂ ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି।
  16. 16.ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇ ଦେଇ ପ୍ଲେଅପରେ ନିଜ ସ୍ଥାନ ସୁରକ୍ଷିତ କରିଛି । ୨୦୦ ରନର ଲକ୍ଷ୍ୟକୁ ଗୁଜରାଟ ୧୯ତମ ଓଭରରେ ହାସଲ କରିନେଇଥିଲା 
  17. 17.ଭାରତ-ପାକିସ୍ତାନ ଅସ୍ତ୍ରବିରତି ଆଜି ଶେଷ ହୋଇଥିବା ବେଳେ ଏହାକୁ ନେଇ ତତ୍କାଳ  ସାମରିକ ଅପରେସନ୍ ମହାନିର୍ଦେଶକ (ଡିଜିଏମ୍‌ଓ)ସ୍ତରୀୟ ଆଲୋଚନା ହେବନାହିଁ ବୋଲି ଜଣାପଡ଼ିଛି। ଅସ୍ତ୍ରବିରତିକୁ ନେଇ ସେନା ସ୍ପଷ୍ଟ କରିଛି ଯେ, ମେ ୧୨ରେ ଡିଜିଏମ୍ଓ-ସ୍ତରୀୟ ଆଲୋଚନା ହୋଇଥିଲା ଏବଂ ଶତ୍ରୁତା ବନ୍ଦ କରିବା ପାଇଁ ହୋଇଥିବା ଚୁକ୍ତିର ‘କୌଣସି ଅବଧି ନାହିଁ’।
  18. 18.ମାୟାବତୀ ଆକାଶ ଆନନ୍ଦଙ୍କୁ ଦଳର ମୁଖ୍ୟ ଜାତୀୟ ସଂଯୋଜକ କରିବାକୁ ଘୋଷଣା କରିଛନ୍ତି। ତାଙ୍କୁ ଜଣେ ଷ୍ଟାର ପ୍ରଚାରକ ମଧ୍ୟ କରିଛନ୍ତି। ଆକାଶ ଆନନ୍ଦଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବିଏସ୍‌ପି ମୁଖ୍ୟ ଏକ ନୂତନ ପଦବୀ ସୃଷ୍ଟି କରିଥିଲେ। ଏହା ପୂର୍ବରୁ ବିଏସ୍‌ପିରେ ମୁଖ୍ୟ ସଂଯୋଜକ ପଦବୀ ଥିଲା।
  19. 19.ତୁର୍କୀ ଦ୍ୱାରା ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ସଲତାନାତ-ଏ-ବାଂଲାନାମକ ସଂଗଠନ ଏକ ବିଵାଦୀୟ ଗ୍ରେଟର ବାଂଲାଦେଶମାନଚିତ୍ର ପ୍ରକାଶ କରିଛି  ଏହି ମାନଚିତ୍ରରେ ଭାରତର ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳ (ଆସମ, ତ୍ରିପୁରା ଆଦି) ରାଜ୍ୟଗୁଡ଼ିକୁ ଗ୍ରେଟର ବାଂଲାଦେଶର ଅଂଶ ଭାବେ ଦର୍ଶାଯାଇଛି।
  20. 20.ସ୍ପୋଟିଫାଇ, ଏକ ଜଣାଶୁଣା ମ୍ୟୁଜିକ ଓ ପଡ଼କାଷ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ, ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି।
152 Y
224 19-05-2025 English
  1. 1.A blaze triggered by a suspected short circuit in a building near the iconic Charminar here Sunday left 17 people dead, with a majority of them being children.

  2. 2.The Odisha Police have started an investigation into the alleged links between Puri-based YouTuber Priyanka Senapati and Jyoti Malhotra, who was arrested on the charge of passing on sensitive information to Pakistani intelligence operatives, an officer said Sunday.

  3. 3.The state government has officially designated the National Investigation Agency (NIA) office in Bhubaneswar as a police station with jurisdiction across the entire state. The newly recognised police station will be located at the office of Superintendent of Police, In-charge of NIA police station, at VSS Nagar here.

  4. 4.The three pillars of democracy -- the judiciary, the legislature, and the executive -- are equal, and every organ of the Constitution must reciprocate and show respect to the other, The BR Gavai CJI  said.

  5. 5.ISRO Sunday failed to put its earth observation satellite in orbit after its trusted PSLV rocket developed a fault minutes after launch from the spaceport Sriharikota.

  6. 6.Lashkar-e-Taiba terrorist Razaullah Nizamani alias Abu Saiullah, who was the brain behind the 2006 attack on the RSS headquarters, was killed by unidentified gunmen in Sindh province of Pakistan Sunday, officials here said.

  7. 7.Cyber Police Sunday arrested three miscreants for allegedly duping a city resident of Rs10 lakh by luring him with high returns on his investments.

  8. 8.Ashoka University's head of political science department, Ali Khan Mahmudabad, was arrested Sunday after two FIRs were lodged on stringent charges, including endangering sovereignty and integrity, for his social media posts related to Operation Sindoor, police and his lawyer said at Sonipat (Haryana).

  9. 9.India continues to be the world's largest market for electric three-wheelers for a second year in a row as sales rose nearly 20 per cent to reach about 7 lakh vehicles in 2024, the International Energy Agency (IEA) said in a report.

  10. 10.Police have recovered four live bombs and sharp weapons that were lying on the Lanjipalli-Kamapalli road  Berhampur.

  11. 11.One of South Asia's oldest medical institutions, Grant Government Medical College (GMC) aka Sir JJ Hospital (Mumbai), turned 180 May 15, marking nearly two centuries of pioneering contributions to medical education and research in India.

  12. 12.In a pioneering initiative, Kerala has emerged as the first state in the country to make robotics education mandatory for all 4.3 lakh students of class 10, starting from the upcoming academic year June 2.

  13. 13.The Sikkim government has accelerated infrastructure development for the Kailash Mansarovar Yatra through Nathu La, a mountain pass in the Himalayas that connects the state with China's Tibet Autonomous Region

  14. 14. A large number of fake marksheets and degrees were recovered from a private university in Hapur district in Uttar Pradesh during a raid by a team of the UP Special Task Force.

  15. 15.Security forces Sunday destroyed 42 unexploded shells in different forward villages near the Line of Control in Poonch district of Jammu and Kashmir .

  16. 16.Israel launched “extensive” new ground operations in the Gaza Strip while airstrikes in a new offensive killed at least 103 people, including dozens of children, overnight and into Sunday, hospitals and medics said, and forced northern Gaza's main hospital to close.

  17. 17.Russia launched Sunday its largest drone attack on Ukraine since the start of the war, destroying homes and killing at least one woman a day before US President Donald Trump is due to discuss a proposed ceasefi re with Russia's Vladimir Putin.

  18. 18.Four levies soldiers were killed when militants attacked their check post in the restive Balochistan province's Khuzdar district along the strategic ChinaPakistan Economic Corridor (CPEC) route, police said.

  19. 19.India and the European Union (EU) chief negotiators have concluded another round of talks on the proposed free trade agreement (FTA) here and agreed to reach a deal in two phases. The 11th round of talks concluded on May 16.

  20. 20.Markets regulator Security Exchange Board of India (SEBI) has made the electronic book mechanism mandatory for all private placement debt issues of Rs20 crore or above and expanded the platform's scope to include Real Estate Investment Trusts (REITs) and Infrastructure Investment Trusts (InvITs).

128 Y
225 18-05-2025 Odia
  1. 1.ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରାଙ୍କିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବ‌ା ଏହି ଅନୁଷ୍ଠାନର ଭିତ୍ତିଭୂମି ବିକାଶ କରାଯିବ। ଅନୁଷ୍ଠାନକୁ ଋଣ ଓ କର୍ପୋରେଟ ଦାନ ମାଧ୍ୟମରେ ୨୦୮.୫ କୋଟି ମିଳିଛି। ଏହି ଅର୍ଥକୁ ବିନିଯୋଗରେ ଛାତ୍ରାବାସ, ଛାତ୍ରୀନିବାସ, ଅଧ୍ୟାପକ, କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ, ଗବେଷଣାକୁ ତ୍ବରାନ୍ବିତ ସହ ଅନ୍ୟାନ୍ୟ ପ୍ରକଳ୍ପ ସ୍ଥାପନ କରାଯିବ।

  2. 2.ୟୁଟ୍ୟୁବର୍‌ ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଜ୍ୟୋତି ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ୍‌ରେ ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି।

  3. 3. ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତିର ଅଧିକାର ଅକ୍ଷୁଣ୍ଣ ରଖିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀଜିଉଙ୍କ ସଂପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତଥା ଏ ସମ୍ପର୍କିତ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ଫଳପ୍ରଦ ଓ ପ୍ରଭାବୀ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  4. 4.ସଞ୍ଜୟ ଝାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧିମଣ୍ଡଳ ସର୍ବାଧିକ ମୁସଲିମ ଜନସଂଖ୍ୟା ବିଶିଷ୍ଟ ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ମାଲେସିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ୬ରୁ ୭ ଜଣ ସାଂସଦଙ୍କୁ ନେଇ ଗଠିତ ପ୍ରତ୍ୟେକ ପ୍ରତିନିଧିମଣ୍ଡଳ ପ୍ରାୟ ଚାରିରୁ ପାଞ୍ଚଟି ଦେଶ ଗସ୍ତ କରିବେ ବୋଲି ଆଶା କରାଯାଉଛି।

  5. 5.ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ ଉପରେ ନିଷ୍ପତ୍ତି ନେବା ଲାଗି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ଦେଶର ସର୍ବୋଚ୍ଚ ଅଦାଲତ ସମୟସୀମା ଧାର୍ଯ୍ୟ କରିପାରିବେ କି ନାହିଁ ସେ ନେଇ ଧାରା ୧୪୩(୧) ଅନୁଯାୟୀ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ ଲୋଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏପ୍ରିଲ ୮ ତାରିଖରେ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟରେ କହିଥିଲେ ଯେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପଠାଇଥିବା ବିଲ୍‌ଗୁଡ଼ିକୁ ତିନି ମାସ ମଧ୍ୟରେ ସମାଧାନ କରିବାକୁ ପଡ଼ିବ।

  6. 6.କର୍ଣ୍ଣାଟକର ବାଗଲକୋଟରେ ବିବାହ ସମୟରେ ମଙ୍ଗଳସୂତ୍ର ପିନ୍ଧାଉଥିବା ମାତ୍ରେ ବରର ହୃଦଘାତ ହୋଇଥିଲା। ବରର ବୟସ ମାତ୍ର ୨୫ ବର୍ଷ ଥିଲା।

  7. 7.ଓଡ଼ିଶାରେ ଟେଲିକମ୍‌ କମ୍ପାନିଙ୍କ ମାସିକ ଆୟ ପ୍ରାୟ ୬୮୮ କୋଟି ଟଙ୍କା ରହିଛି। ଗତବର୍ଷ ଜୁଲାଇରେ ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନିଗୁଡ଼ିକ ମୋବାଇଲ ଶୁଳ୍କ ବୃଦ୍ଧି କରିବା ପରେ ସେମାନଙ୍କ ଆୟ ବଢ଼ିଛି।

  8. 8.ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ, ଗତ ୫ ବର୍ଷରେ ୧୭୦୦ ମୃତ୍ୟୁ ଘଟିଛି ।

  9. 9.ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି, ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ।

  10. 10.ଭୁବନେଶ୍ୱର, କମାଣ୍ଡୋ ତାଲିମ ନେବା ପାଇଁ ଯାଇନଥିବାରୁ, ୧୦ଜଣ ଆରପିଏଫ ଯବାନ ଚାକିରିରୁ ନିଲମ୍ୱିତ ହୋଇଛନ୍ତି।

  11. 11.ଜୁନ ୨୨ରେ ଯାଜପୁରରେ ଟାଟା ପ୍ରକଳ୍ପର ଶୁଭାରମ୍ଭ ହେବ , ୩୪ ହଜାରଙ୍କୁ  ମିଳିବ ନିଯୁକ୍ତି  ସୁଯୋଗ ।

  12. 12. ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟ ତୁର୍କୀ, ଆଜରବାଇଜାନ ସହିତ ସମସ୍ତ ଏମଓୟୁ ରଦ୍ଦ କଲା ।

  13. 13.କିଛି ମାସ ତଳେ ପିଆଜ, ଅଦା, ରସୁଣ ଦର ମହଙ୍ଗା ଥିଲା। ଏବେ ପୂର୍ବ ତୁଳନାରେ ଏସବୁର ଦର କମିଛି। ରସୁଣ କେଜି ୪୦୦ଟଙ୍କାରୁ ଖସି ୧୦୦ଟଙ୍କାରେ ପହଞ୍ଚିଛି। ଅଦା ପୂର୍ବରୁ କେଜି ୨୫୦ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ୭୦ଟଙ୍କା।  ପିଆଜ ୨୫, ଆଳୁ ୨୦ଟଙ୍କାରେ ବିକ୍ରି ହେଉଛି।

  14. 14.ଟେସ୍‌ଲା ସିଇଓ ତଥା ‘ଏକ୍ସ’ର ମାଲିକ ଏଲୋନ୍‌ ମସ୍କ ପୁଣି ଥରେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ନିଜର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍‌ର ନାମ ‘ଗୋର୍କଲନ୍‌ ରଷ୍ଟ୍‌’କୁ ପରିବର୍ତ୍ତନ କରିଥିବା ବେଳେ ଏବେ ସେଇ ନାମକୁ ବି ବଦଳାଇ ଦେଇଛନ୍ତି। ଏବେ ‘ଏକ୍ସ’ରେ ମସ୍କ ତାଙ୍କ ନାମ ରଖିଛନ୍ତି ‘କେକିୟସ୍‌ ମାସ୍କିମସ୍‌’।

  15. 15.ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ଵାରା ରବିବାର ସକାଳୁ ଆରମ୍ଭ ହୋଇଥିବା ସାଟେଲାଇଟ ଉତକ୍ଷେପଣ ମିଶନ ସଫଳ ହୋଇପାରି ନାହିଁ। ୧୦୧ତମ ମିଶନରେ ପିଏସଏଲଭି-ସି୬୧ ଯାନ ଦ୍ଵାରା ଇଓଏସ-୦୯ ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବାର ଥିଲା।

  16. 16.ଭାରତରେ ରହି ପାକିସ୍ତାନକୁ ସମର୍ଥନ କରୁଥିବା ୬୫ ଜଣଙ୍କୁ ଗିରଫ କରାଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିଛନ୍ତି।

  17. 17.ବର୍ତ୍ତମାନ ଆଉ ୨ ଜଣ ଆତଙ୍କୀଙ୍କୁ ଟ୍ରମ୍ପ ସିଧାସଳଖ ନିଜ ପ୍ରଶାସନରେ ସ୍ଥାନ ଦେଇଛନ୍ତି। ସେମାନଙ୍କୁ ହ୍ବାଉସ ଉପଦେଷ୍ଟା ବୋର୍ଡରେ ଟ୍ରମ୍ପ ନିଯୁକ୍ତ କରିଛି ।

  18. 18.ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ଆପ୍ କାଉନସିଳରମାନେ ଆମ ଆଦମି ପାର୍ଟିରୁ ଇସ୍ତଫା ଦେବା ସହ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ନାଁରେ ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି।

  19. 19.ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ ଆନୁଷ୍ଠାନିକ ଭାବରେ ଭାରତଠାରୁ ଦୁଇଟି ପ୍ରମୁଖ ସମର୍ଥନ ଲୋଡ଼ିଛି। ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଭିସା ଏବଂ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ଭିସା।

  20. 20.କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ବିସିସିଆଇ ମୁଖ୍ୟାଳୟରେ ତାଙ୍କ ନାମରେ ଏକ ବୋର୍ଡ ରୁମ ଉଦଘାଟନ କରିଥିଲେ। ଏହାକୁ ‘SRT 100’ ନାମ ଦିଆଯାଇଛି।

170 Y
226 18-05-2025 English
  1. 1.Israel launches major operation in Gaza Strip to pressure Hamas to release remaining hostages.

  2. 2.India is willing to cut 100 per cent tariffs on American goods, US President Donald Trump claims, saying trade deal is coming soon.

  3. 3.The government Saturday imposed port restrictions on the import of certain goods, such as readymade garments and processed food items, from Bangladesh, in response to similar curbs placed by Dhaka on certain Indian products last month.

  4. 4.The Shree Jagannath Temple Administration (SJTA) Saturday urged devotees to show utmost reverence to Mahaprasad, the sacred offering to Lord Jagannath, and avoid consuming it while seated at dining tables.

  5. 5. In a significant step to enhance emergency medical transport services in Odisha, a meeting was held here under the chairmanship of Commerce & Transport department Principal Secretary Usha Padhee, along with Health and Family Welfare department Commissioner-cum-Secretary.

  6. 6.The popular light and sound show at the 16th-century Samaleswari temple in Sambalpur city has resumed after six months, an official said.

  7. 7.Devastated by intense artillery shelling from across the Line of Control (LoC), several border residents of hamlets in the Khour-Pargwal sector of the Jammu district are pleading for government help after losing their homes, livestock, and livelihoods.

  8. 8.The Jammu and Kashmir government has approved a proposal for deploying former military personnel to safeguard vital infrastructure across the Union Territory, an offi cial said Saturday.

  9. 9. Strawberries, the fi rst fruit to ripen in the Kashmir Valley after winter, have arrived in local markets, but the mood among farmers is far from festive.

  10. 10.In a blend of beauty, culture, and environmental consciousness, Miss World 2025 contestants immersed themselves in Telangana’s natural and cultural heritage with a visit to the legendary 700-year-old banyan tree at Pillalamarri in Mahabubnagar district.

  11. 11.Civic authorities in Pimpri Chinchwad near Pune Saturday demolished 36 bungalows built illegally along the Indrayani River.

  12. 12.The Communist Party of India (Marxist) Saturday said it has agreed to be part of the all-party delegations for the government’s international outreach following the Pahalgam attack and Operation Sindoor in national interest despite having “reservations”, and again demanded a special session of Parliament.

  13. 13.For the first time in over 75 years after its formation in 1948, the Indian Union Muslim League (IUML) has inducted two women, one of them from the Dalit community, to its national leadership.

  14. 14.A massive fi re gutted more than 30 shanties in a slum area near the Wazirabad village Saturday afternoon, offi cials said.

  15. 15.Israel said Saturday that it has launched a major operation in the Gaza Strip to pressure Hamas to release remaining hostages, following days of strikes across the Palestinian territory that killed hundreds of people.

  16. Foreign Portfolio Investors (FPIs) continued their buying streak in Indian equities for the third straight session on Friday, mopping up shares worth Rs8,831.1 crore -- the highest single-day infl ow since March 27, according to provisional data from the National Stock Exchange (NSE) released Saturday.

  17. The cost for Indians in US sending money back home will rise, with their total annual outgo is likely to cross USD 1.6 billion as the Trump administration plans to impose a 5 per cent tax on outward remittances.

  18. Former India coach Ravi Shastri says Shubman Gill and Rishabh Pant are ideal candidates to captain India in the Test format, given that they have age on their side and already have the experience of leading IPL sides.

  19. The cost for Indians in US sending money back home will rise, with their total annual outgo is likely to cross USD 1.6 billion as the Trump administration plans to impose a 5 per cent tax on outward remittances.

  20. Odisha’s star sprinter Animesh Kujur stamped his authority in the men’s 100m and 200m sprint events with dominant wins in the Indian Grand Prix 2 here Saturday.

157 Y
227 17-05-2025 Odia
  1. 1.ଜର୍ଜିଆରେ ଜଣେ ୩୦ ବର୍ଷୀୟା ଗର୍ଭବତୀ ମହିଳା ଆଡ୍ରିଆନା ସ୍ମିଥ୍ଙ୍କୁ ଗତ ଫେବ୍ରୁଆରି ମାସରୁ ଡାକ୍ତର ‘ବ୍ରେନ୍‌ ଡେଡ୍‌’ ଘୋଷଣା କରିଛନ୍ତି। ସେ ଗତ ୩ ମାସ ହେଲା ଲାଇଫ୍‌ ସପୋର୍ଟରେ ଅଛନ୍ତି। ହେଲେ ଆମେରିକାର କଡ଼ା ଗର୍ଭପାତ ବିରୋଧୀ ନିୟମ ସକାଶେ ଏଭଳି ପରିସ୍ଥିତିରେ ବି ତାଙ୍କୁ ଗର୍ଭପାତର ଅନୁମତି ମିଳିନାହିଁ। 

  2. 2.ସାରା ବିଶ୍ବ ଭୂରାଜନୈତିକ ସଙ୍କଟ, ଟ୍ରମ୍ପଙ୍କ ଶୁଳ୍କ ଲଢ଼େଇ ଓ ଅନ୍ୟାନ୍ୟ କାରଣ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ସବୁ ସମସ୍ୟାଗୁଡ଼ିକୁ ସଫଳତାର ସହ ମୁକାବିଲା କରି ଭାରତ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଜାତିସଂଘ ଏହାକୁ ସ୍ପଷ୍ଟ କରିଛି। 

  3. 3. ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ପ୍ରଖ୍ୟାତ ସଂସ୍କୃତ ବିଦ୍ବାନ୍‌ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରିଥିଲେ।

  4. 4.ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ୍ କହିଛନ୍ତି ଯେ ତୁର୍କୀ ଓ ଅଜରବୈଜାନ୍ ସହ ସବୁ ବ୍ୟବସାୟ ବନ୍ଦ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି। 

  5. 5.ଭାରତର ଆକ୍ରମଣରେ ପାକିସ୍ତାନର କ୍ଷୟକ୍ଷତି ନେଇ ଶେଷରେ ସତ ବି ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ୍ ସରିଫ । ଅପରେସନ ସିନ୍ଦୂରର ୧୦ ଦିନ ପରେ ଏବଂ ଅସ୍ତ୍ରବିରତିର ୬ ଦିନ ପରେ ଆଜି ସେହେବାଜ୍ ସତକୁ ସ୍ବୀକାର କରିଛନ୍ତି । 

  6. 6.ପାକିସ୍ତାନ ନିଜର ସେନା ମୁଖ୍ୟାଳୟକୁ ରାୱଲପିଣ୍ଡିର ଚକଲାଲାରୁ ଇସଲାମାବାଦ ସ୍ଥାନାନ୍ତର କରିବାକୁ ବିଚାର କରୁଛି। ମେ’ ୧୦ ତାରିଖରେ ଭାରତୀୟ ବାୟୁସେନା ନୁର ଖାନ୍ ଏୟାରବେସ୍ ଉପରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଦ୍ବାରା ପ୍ରଚଣ୍ଡ ଆକ୍ରମଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

  7. 7.ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଶୁକ୍ରବାର ତାଙ୍କ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ଥ୍ରୋ ‌ଗୌରବ ଅର୍ଜନ କରିଥିବା ବେଳେ ‌ତାଙ୍କ ସହ ଫୋନ୍‌ ଯୋଗ‌େ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

  8. 8.ଭାରତର ଅନ୍ୟତମ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଭାରତୀୟ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। କମ୍ପାନି Demo@Home ନାମକ ଏକ ପ୍ରୟାସ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଘରେ ସ୍ମାର୍ଟଫୋନର ଅନୁଭବ କରାଇବା। 

  9. 9.ଭାରତର ଅନ୍ୟତମ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଭାରତୀୟ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। କମ୍ପାନି Demo@Home ନାମକ ଏକ ପ୍ରୟାସ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଘରେ ସ୍ମାର୍ଟଫୋନର ଅନୁଭବ କରାଇବା। 

  10. 10.ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର.. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..

  11. 11.ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ବଜ୍ରାଘାତରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ୪ ଜଣ, ଗଞ୍ଜାମରେ ୨ଜଣ, ଯାଜପୁରରେ ୨ ଜଣ ଓ ଗଜପତିରେ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।

  12. 12.ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି। 

  13. 13.ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁ ସପ୍ତାହକ ପାଇଁ ସ୍ଥଗିତ ହୋଇଥିଲା ଆଇପିଏଲ୍‌ଣ ୧୮ତମ ସଂସ୍କରଣ । ଏବେ ପୁଣିଥରେ ଫଟାଫଟ କ୍ରିକେଟ୍‌ର ରୋମାଞ୍ଚ ଫେରିଛି ।

  14. 14.ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ନୀରଜ ଚୋପ୍ରା ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ କରିଛନ୍ତି

  15. 15.୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି, କାଳବୈଶାଖୀ ସହ ବିଜୁଳି ଘଡଘଡି ବର୍ଷା ସମ୍ଭାବନା. 

160 Y
228 16-05-2025 Odia
  1. 1.ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୫ ଏପ୍ରିଲ ମାସରେ ଦେଶର ବେକାରୀ ହାର ୫.୧% ରହିଥିଲା। ଏପ୍ରିଲ ୨୦୨୫ରେ ୧୫ ବର୍ଷ ଏବଂ ତଦୁର୍ଦ୍ଧ ବୟସ୍କଙ୍କ ମଧ୍ୟରେ ବେକାରୀ ହାର ୫.୧% ରହିଥିବା ବେଳେ, ପୁରୁଷଙ୍କ ମଧ୍ୟରେ ଏହା ୫.୨% ଏବଂ ମହିଳାଙ୍କ ମଧ୍ୟରେ ୫.୦% ରହିଥିଲା।

  2. 2.ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନ ଛାଡ଼ିଲେ କ୍ଷମା ଦିଆଯିବନି ।

  3. 3.ପତ୍ନୀ ଯଦି ଶିକ୍ଷିତା ହୋଇଥାନ୍ତି ବା ସନ୍ତାନ ଜନ୍ମ ପୂର୍ବରୁ ରୋଜଗାର କରୁଥାନ୍ତି; ତେବେ ଏହି କାରଣରୁ ତାଙ୍କୁ ଭରଣପୋଷଣରୁ ବଞ୍ଚିତ କରାଯାଇପାରିବ ନାହିଁ। ପତ୍ନୀ ଯଦି ସନ୍ତାନ ପ୍ରସବ ବା ଯତ୍ନ ପାଇଁ ଚାକିରି ଛାଡ଼ିଥାନ୍ତି; ତାହାହେଲେ ପତି ତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ।

  4. 4.ସକାଳେ ସକାଳେ ଚାଇନାକୁ ଲାଗିଲା ଭୂକମ୍ପର ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ । ସକାଳ ୬ଟା ୨୯ ଭୂକମ୍ପ ଅନୁଭୂତ ସୂଚନା । ପଶ୍ଚିମ ଚାଇନାରେ ଲାଗିଛି ଏହି ଭୂକମ୍ପର ଝଟକା ।

  5. 5."ମିଥ୍ୟା ଏବଂ ଭିତ୍ତିହୀନ ରିପୋର୍ଟ ମାଧ୍ୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବାର ସାମ୍ପ୍ରତିକ ପ୍ରୟାସକୁ ମୁତାକି ଦୃଢ଼ ପ୍ରତ୍ୟାଖ୍ୟାନକୁ ସ୍ୱାଗତ କରୁଛୁ’’ ବୋଲି ଜୟଶଙ୍କର କହିଛନ୍ତି।

  6. 6.ପାକିସ୍ତାନର ପରମାଣୁ ଅସ୍ତ୍ର ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାନ) ନିରୀକ୍ଷଣରେ ରହିବା ଉଚିତ ବୋଲି ରାଜନାଥ କହିଛନ୍ତି।

  7. 7.ପାକିସ୍ତାନର ପରମାଣୁ ଅସ୍ତ୍ରଭଣ୍ଡାରରୁ ବିକିରଣ  ହୋଇଥିବା ଦାବି ମଧ୍ୟ ହୋଇଛି। ତେବେ ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାନ) ସ୍ପଷ୍ଟ କରିଛି ଯେ ପାକିସ୍ତାନରେ କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ।  ପାକିସ୍ତାନର କିରାନା ହିଲ୍ସରେ ପରମାଣୁ ଅସ୍ତ୍ରଭଣ୍ଡାର ରହିଛି।  

  8. 8. ଆତଙ୍କବାଦ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ ତୁର୍କୀ ବିରୋଧ କରିବା ସହ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଭାରତ ବିରୋଧୀ ଲଢ଼େଇରେ ସାମିଲ ହେବାକୁ ଭାରତ ଗମ୍ଭୀରତାର ସହ ନେଇଛି।

  9. 9.ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ନିର୍ବାଚନରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସର୍ବସମ୍ମତି କ୍ରମେ ରାଜକୁମାର ନିର୍ବାଚିତ ହୋଇଛନ୍ତି। ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦକୁ ୬ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ମଣ୍ଡଳର ବରିଷ୍ଠ ଆଜୀବନ ସଦସ୍ୟ ଦୀପକ ମାଲବ୍ୟ, ନିରଞ୍ଜନ ରଥ, ରାଜେନ୍ଦ୍ର ଜେନା, ଅନୀତା ଗୋଏଲ, ନିମିଷା ଅମିନ ଓ ନୈନା ଭେକାରିଆ। 

  10. 10.ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତରେ ବହୁ ସଂଖ୍ୟକ ଆଇଫୋନ୍ ଉତ୍ପାଦନ କରିବାକୁ ଚାହୁଁଛି। ବିଶେଷକରି ଆମେରିକା ବଜାର ପାଇଁ ୨୦୨୬ ସୁଦ୍ଧା ଆଇଫୋନ ଭାରତରେ ନିର୍ମାଣ ପାଇଁ ଆପଲର ଯୋଜନା ଅଛି ।

  11. 11. ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି।

  12. 12.ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଓଡ଼ିଶା ସରକାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି।

  13. 13. ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ସମୟକୁ ଆଉ ୪ଦିନ ବୃଦ୍ଧି କରାଯାଇଛି। ବୁଧବାର ଦୁଇ ଦେଶର ସାମରିକ ଅଧିକାରୀ (ଡିଜିଏମଓ)ସ୍ତରରେ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ମେ ୧୮ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରାଯିବ।

  14. 14.ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ମିଜ ମନ୍ତବ୍ୟ ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ– ‘ମୁଁ କହିନି ମୁଁ କରିଥିଲି, କେବଳ ସମାଧାନରେ ସାହାଯ୍ୟ କରିଥିଲି’।

  15. 15.ତୁର୍କୀ ବିମାନ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କଲା ଭାରତ।

  16. 16.ଏସିଅର ଅଗ୍ରଣୀ ଥିଙ୍କ ଟ୍ୟାଙ୍କ୍‌ କାଉନସିଲ ଅନ୍‌ ଏନର୍ଜୀ, ଏନଭାଇରନମେଣ୍ଟ ଆଣ୍ଡ ଓ୍ବାଟର(ସିଇଇଡବ୍ଲ୍ୟୁ)ର ସିଇଓ ଡ. ଅରୁଣଭା ଘୋଷ ସିଓପି-୩୦(କୋଅପରେସନ ଅଫ୍‌ ପାର୍ଟିଜ)ର ଦକ୍ଷିଣ ଏସିଆ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି।

  17. 17.ବିଧାନସଭାରେ ଗୃହୀତ ହେଉଥିବା ବିଲ୍‌କୁ ଅନୁମୋଦନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ ଯେଉଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି, ସେହି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ ପଚାରି କୈଫିୟତ ଲୋଡିଛନ୍ତି।

  18. 18.ବିଜେପି ସାଂସଦ କଙ୍ଗନା ରାଣାୱତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନକୁ କଟାକ୍ଷ କରି ସୋସିଆଲ ମିଡିଆରେ ତାଙ୍କର ବ୍ୟକ୍ତିଗତ ମତ ପୋଷ୍ଟ କରିଥିଲେ, ଯାହାକୁ ସେ ଏବେ ଡିଲିଟ୍ କରିଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଫୋନ୍ କରି ଏପରି କରିବାକୁ କହିଥିଲେ।

  19. 19.ସ୍ପେନର ଫୁଟବଲ ଜଗତରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ବାର୍ସିଲୋନା ଏକ ରୋମାଞ୍ଚକର ମ୍ୟାଚରେ ଏସ୍ପାନିଓଲକୁ ପରାସ୍ତ କରି ୨୮ତମ ଲା ଲିଗା ଟାଇଟଲ ହାସଲ କରିଛି।

  20. 20.ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

152 Y
229 16-05-2025 English
  1. 1.The Odisha government Thursday declared unseasonal rains as state-specific disaster so that farmers can be compensated for crop loss.

  2. 2.The Bureau of Civil Aviation Security (BCAS) Thursday revoked the security clearance for Turkish company Celebi Airport Services India Pvt Ltd in the ‘interest of national security’.

  3. 3.US President Donald Trump Thursday claimed that India has offered to drop all tariffs on American goods.

  4. 4.At least 10 militants were killed in a gunfi ght with an Assam Rifl es’ unit in Manipur’s Chandel district.

  5. 5.Chief Minister Mohan Charan Majhi Thursday called upon development officers to ensure that developmental schemes effectively reach the grassroots. He said this while addressing the State-level Conference of Chief Development Officers (CDOs) and Block Development Officers (BDOs) at Lok Seva Bhawan.

  6. 6.The Centre has approved national highway projects worth Rs13,000 crore in Odisha during the ongoing 2025-26 fiscal, Works Minister Prithiviraj Harichandan said .

  7. 7.Schools in five Punjab districts bordering Pakistan reopened on Wednesday, six days after they were ordered to close in view of the military standoff between India and Pakistan, officials said.

  8. 8.Punjab Finance Minister Harpal Singh Cheema Wednesday asked the Centre to take immediate steps to regulate the use of methyl alcohol or methanol under the Industries (Development and Regulation) Act.

  9. 9.The Supreme Court Thursday directed all states and union territories to constitute special investigation teams to examine if any reserved forest land in possession of the revenue department was allotted to any private parties for non-forestry purpose.

  10. 10.Trinamool Congress MLA Tapas Saha, whose name had surfaced in connection with the West Bengal school recruitment scam, passed away at a Kolkata hospital

  11. 11. ISRO will launch its 101st satellite May 18, its Chairman V Narayanan announced Thursday, and asserted that the space agency's programmes were planned to ensure the safety and security of the country.

  12. 12.The Supreme Court Thursday directed the Centre to set up on "top priority basis" dedicated POCSO courts to exclusively deal with cases of sexual offences against children.

  13. 13.Prime Minister Narendra Modi Thursday stressed on modernising the fi sheries sector through smart harbours and markets, and the use of drones to transport and market the catch.

  14. 14.There was a wide variation in time taken by governors to give assent to bills in 2024 and around 18 per cent bills across states took more than three months to get the fi nal clearance, a report by thinktank PRS Legislative Research said.

  15. 15.President Donald Trump said Thursday that the United States was getting very close to securing a nuclear deal with Iran, and Tehran had “sort of” agreed to the terms.

115 Y
230 15-05-2025 Odia
  1. 1.ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ପ୍ରତ୍ୟୁଷରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜୈସ୍‌-ଏ-ମହମ୍ମଦର ତିନି ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି।

  2. 2.ବଲୋଚ ନେତାମାନେ ବଲୁଚିସ୍ତାନକୁ ପାକିସ୍ତାନଠାରୁ ସ୍ଵାଧୀନ ଘୋଷଣା କରିଛନ୍ତି। ବରିଷ୍ଠ ବଲୋଚ ନେତା ମୀର୍‌ ୟାର୍ ବଲୋଚ ବୁଧବାର ଏହି ଅଞ୍ଚଳରେ ଦଶନ୍ଧି ଧରି ଚାଲିଥିବା ହିଂସା, ଜବରଦସ୍ତ ନିଖୋଜ ଓ ମାନବାଧିକାର ଉଲ୍ଲଂଘନକୁ ଦର୍ଶାଇ ପାକିସ୍ତାନରୁ ସ୍ୱାଧୀନତା ଘୋଷଣା କରିଛନ୍ତି।

  3. 3.ତୁର୍କୀ  ୩୫୦ରୁ ଅଧିକ ଡ୍ରୋନ୍ ଦ୍ୱାରା ଭାରତ ବିରୋଧରେ ଯୁଦ୍ଧରେ ପାକିସ୍ତାନକୁ ସାହାଯ୍ୟ କରିବା ସହ  ଅପରେଟର୍‌ମାନଙ୍କୁ ମଧ୍ୟ ପାକିସ୍ତାନ ପଠାଇଥିଲେ। 

  4. 4.କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ଅପମାନଜନକ, ସାମ୍ପ୍ରଦାୟିକ ଓ ଲିଙ୍ଗଗତ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବାକୁ ରାଜ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  5. 5.ରାଷ୍ଟ୍ରପତି ଶାସନ ବଳବତ୍ତର ଥବା ମଣିପୁରର ବିଭିନ୍ନ ସ୍ଥାନରେ ପୁଲିସ ଓ ସେନାବାହିନୀର ମିଳିତ ଚଢ଼ଉରେ ୧୮ ଉଗ୍ରବାଦୀ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣରେ  ଅସ୍ତ୍ରଶସ୍ତ୍ର ଓ  ନିଶା ସାମଗ୍ରୀ ଜବତ କରାଯାଇଛି। 

  6. 6. ଅପରେସନ ସିନ୍ଦୂର ସମୟରେ ଭାରତୀୟ ନୌସେନା କରାଚୀ ନିକଟରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ସମେତ ୩୬ଟି ଆଗଧାଡ଼ିର ନୌସେନା ଜାହାଜ ଓ ଅନେକ ବୁଡ଼ାଜାହାଜ ମୁତୟନ କରିଥିଲା। ଆରବ ସାଗରରେ ୮ରୁ ୧୦ଟି ଯୁଦ୍ଧ ଜାହାଜ ସହ କ୍ୟାରିୟର ବ୍ୟାଟେଲ ଗ୍ରୁପ୍ ଆଇଏନ୍ଏସ୍ ବିକ୍ରାନ୍ତ ମୁତୟନ ହୋଇଥିବା ସୂଚନା ମିଳିଛି।

  7. 7.ଆଇଜି ଡ୍ରୋନ୍ସ, ବନ୍‌ଭି ଏରୋ ଓ ଆନାଡ୍ରୋନ୍‌ ସିଷ୍ଟମ୍‌ସ ଭଳି ଓଡ଼ିଆ ଉଦ୍ୟୋଗୀଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଷ୍ଟାର୍ଟଅପ୍ ସେନାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଶକ୍ତିଶାଳୀ ଡ୍ରୋନ୍ ଯୋଗାଇବାରେ ଆଗରେ ରହିଛନ୍ତି। 

  8. 8.ଉତ୍ତର ପ୍ରଦେଶର ଜେୱାରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ କରିଛନ୍ତି। 

  9. 9.ଚଳିତ ବର୍ଷର ଏପ୍ରିଲ୍ ମାସରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୫୦ ପ୍ରତିଶତକୁ ହ୍ରାସ ପାଇଛି। ମାସକ ପୂର୍ବରୁ ତାହା ୩.୨୧ ପ୍ରତିଶତ ଥିଲା। ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଦରଦାମ୍‌ ସ୍ଥିତିରେ ସୁଧାର ଘଟିଛି। ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୨.୫୭ ପ୍ରତିଶତକୁ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ୨.୨୫ ପ୍ରତିଶତକୁ ହ୍ରାସ ପାଇଛି। 

  10. 10.ମୟୂରଭଞ୍ଜ ଜିଲାର ଜଶୀପୁର ବ୍ଲକର ଅଁଳାବେଣୀ ଗ୍ରାମରେ ଖଇରିବନ୍ଧନ ନଦୀ ଉପରେ ଖଇରିବନ୍ଧନ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୯୭,୬୭,୯୮,୭୫୫/- ଟଙ୍କାର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି।

  11. 11.ଆରକ୍ଷଣ ନୀତି ଅନୁସାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫–୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ।

  12. 12.ଭାରତ ସଫଳତାର ସହ ଏକ ନୂଆ କମ୍ ମୂଲ୍ୟର କାଉଣ୍ଟର-ଡ୍ରୋନ ସିଷ୍ଟମ ‘ଭାର୍ଗବାସ୍ତ୍ର’ର ପରୀକ୍ଷଣ କରିଛି, ଯାହା ବୃଦ୍ଧି ପାଉଥିବା ଡ୍ରୋନ ସ୍ୱାର୍ମର ବିପଦକୁ ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ ଅଗ୍ରଗତି ଅଟେ।

  13. 13.ଜାତୀୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU) ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଥିବା ଶୈକ୍ଷିକ ଚୁକ୍ତିନାମା (MoU) ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

  14. 14.୨୦୨୫ ଏପ୍ରିଲ ୧ରୁ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଝିଅ ଜନ୍ମ ହେଲେ ମା’ଙ୍କୁ ମିଳିବ ୧୨ ହଜାର ଟଙ୍କା।

  15. 15.ପ୍ରଫେସର ଡାକ୍ତର ଗୌତମ ଶତପଥୀ କଟକ ବଡ ମେଡିକାଲ ଭାରପ୍ରାପ୍ତ ଅଧିକ୍ଷକ ନିଯୁକ୍ତ ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

169 Y