| # |
Date |
Type |
Current Affairs |
No. Of Views |
Status |
Action |
| 1 |
16-12-2025 |
Odia |
-
1. ଟ୍ରମ୍ପପ୍ରଶାସନର ଏଚ୍-୧ବି ଭିସା ଫି ବୃଦ୍ଧିକୁ ଆମେରିକାର ୨୦ଟି ରାଜ୍ୟ ବିରୋଧ କରିଛନ୍ତି। ଏଚ୍-୧ବି ଭିସା ଫି ୧ ଲକ୍ଷ ଡଲାରକୁ ବୃଦ୍ଧି କରାଯିବା
-
2.ପାକିସ୍ତାନର ଲାହୋର ବିଶ୍ୱବିଦ୍ୟାଳୟ ପରିଚାଳନା ବିଜ୍ଞାନ (LUMS) ଦ୍ୱାରା ପ୍ରାଚୀନ ଭାଷା ସଂସ୍କୃତର ଆନୁଷ୍ଠାନିକ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି ପାଠ୍ୟକ୍ରମରେ ସଂସ୍କୃତ ଭାଷା ସହିତ ମହାଭାରତ ଏବଂ ଭଗବଦ ଗୀତା ଭଳି ପ୍ରାଚୀନ ଗ୍ରନ୍ଥଗୁଡ଼ିକର ଅଧ୍ୟୟନ ଅନ୍ତର୍ଭୁକ୍ତ ହେବ।
-
3.ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ଅତିକମରେ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାକୁ ବର୍ତ୍ତମାନର ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।
-
4.କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ‘ବିକଶିତ ଭାରତ ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା। କିନ୍ତୁ ନୂଆ ଜି ରାମ ଜି ଯୋଜନାରେ କୁହାଯାଇଛି ଯେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିବେ।
-
5.ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩ ପ୍ରତିଶତ, ସେମାନଙ୍କର ବ୍ରିଟିଶ ନାଗରିକତା ହରାଇପାରନ୍ତି।
-
6.ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର ଶୀର୍ଷ କମାଣ୍ଡର ରାଏଦ ସଇଦଙ୍କ ମୃତ୍ୟୁ ହୋଇଛି।
-
7.ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ଅଧିକାରୀ ହୋଇ ଦେଶ ସେବା କରିବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନୌସେନା ଏକାଡେମୀ ପରୀକ୍ଷା (ଏନଡିଏ ଏବଂ ଏନଏ) ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
-
8.ଓଡ଼ିଆ ପୁଅ ସୁମିତ ସିଂହ ଦୀର୍ଘ ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଚାଲି ଚାଲି ସୃଷ୍ଟି କରିଛନ୍ତି ଏକ ବିରଳ ବିଶ୍ଵ ରେକର୍ଡ। ସେ ଏହି ସମୟ ମଧ୍ୟରେ ଟ୍ରେଡ ମିଲ୍ରେ ୨୦୧ କିଲୋମିଟର ପଥ ଚାଲିଛନ୍ତି।
-
9.ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି ।
-
10.ଶିଶୁ କର୍କଟ ଚିକିତ୍ସା ନିମନ୍ତେ ଓଡିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ କ୍ୟାନକିଡ୍ସ କିଡ୍ସକ୍ୟାନ ମଧ୍ୟରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।
-
11.କେନ୍ଦ୍ରାପଡ଼ାରେ ଶୀତଳଭଣ୍ଡାର ଲୋକାର୍ପଣ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କଲେ ।
-
12.କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି।
-
13.ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଜାନୁଆରୀ ୧, ୨୦୨୬ରୁ ଲାଗୁ ହେବ ବର୍ଦ୍ଧିତ ଷ୍ଟାଇପେଣ୍ଡ।
-
14.ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’ । ବରମୁଣ୍ଡା ବସ୍ ଟର୍ମିନାଲ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ
-
15.ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍ ଡେଣ୍ଟିଷ୍ଟ୍ରି (ISPPD) ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି ।ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ।
-
16.କେନ୍ଦ୍ରୀୟ ମେକ୍ସିକୋରେ ଏକ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଛୋଟ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି।
-
17.ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବରରେ ବେକାରି ହାର ୫.୨ ପ୍ରତିଶତ ଥିଲା। ମୋଟ ଉପରେ ପୁରୁଷ ବେକାରି ହାର ଗତ ଅକ୍ଟୋବରର ୫.୧ ପ୍ରତିଶତ ତୁଳନାରେ ନଭେମ୍ବରରେ ୪.୬ ପ୍ରତିଶତକୁ ହ୍ରାସ ପାଇଛି।
-
18.ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ସୋମବାର ଏକ ଡଲାର ମୂଲ୍ୟ ୯୦ ଟଙ୍କା ୭୦ ପଇସା ହୋଇଯାଇଥିଲା।
-
19.ଧଉଳି ବୁଲିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଛନ୍ତି।
-
20.୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟିର ପରୀକ୍ଷା ସମୟ ବଦଳିଛି । ଏହାର ସମୟ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅପରାହ୍ନ ୧.୩୦ ରୁ ୪ଟା ଯାଏଁ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏବେ ଏହା ଅପରାହ୍ନ ୨ଟାରୁ ୪.୪୦ ଯାଏଁ ଅନୁଷ୍ଠିତ ହେବ।
|
19 |
Y |
|
| 2 |
16-12-2025 |
English |
-
1.President Droupadi Murmu has rejected the mercy petition of a man convicted of kidnapping, raping and killing a two-year-old girl in Maharashtra in 2012,
-
2.The bill to replace the MGNREGA framework with Viksit Bharat Guarantee for Rozgar and Ajeevika Mission (Grameen), or VB-G RAM G, has been introduced in Parliament.
-
3.A Bill for single education regulator to set up a 13-member body to regulate institutions of higher education was introduced in the Lok Sabha Monday with the government expressing willingness to refer it to a joint committee.
-
4.India has proposed a preferential trade agreement (PTA) with Mexico to help domestic exporters deal with the steep tariffs announced by the South American country.
-
5.The Election Commission is set to publish the draft electoral rolls for West Bengal on Tuesday, following the completion of the statewide Special Intensive Revision (SIR) ahead of the 2026 assembly polls.
-
6.The Enforcement Directorate has provisionally attached assets worth approximately Rs 5.41 crore in connection with an illegal immigration racket where people were sent illegally to the US through the hazardous "dunky" route.
-
7.The rupee Monday crashed to its lowest-ever level of 90.80 before settling at a fresh all-time low of 90.78 against the US dollar.
-
8.The Supreme Court Monday said it will list for hearing December 17 a plea related to worsening air pollution levels in Delhi-NCR.
-
9.The revised stipend structure will come into effect from January 1, 2026, benefiting around 120 (PG) students studying in government Ayurvedic and Homeopathic medical colleges across the state .
-
10.Lieutenant Harshit Deo, an offi cer of Indian Navy, was formally appointed as the Aide-De-Camp (ADC) to Governor Hari Babu Kambhampati Monday.
-
11.Senior Odisha Congress leader and former MLA Mohammed Moquim was expelled from the party after he challenged its state leadership, an OPCC leader said Monday.
-
12.The state government Monday extended the deadline for submission of applications for Krishi Vidya Nidhi, a scholarship aimed at making higher education accessible to the children of benefi ciaries under the CM-Kisan scheme, to December 20, 2025.
-
13.Himachal Pradesh Chief Minister Sukhvinder Singh Sukhu announced that there would be a complete ban on students carrying mobile phones in school premises from pre-nursery to Class XII from the upcoming academic session.
-
14.The Supreme Court issued a slew of directions to trial courts Monday to enhance the legibility of verdicts in criminal matters.
-
15.A newly recruited AYUSH doctor in Bihar was taken aback Monday when Chief Minister Nitish Kumar pulled the hijab (veil) off her face, while she was receiving her letter of appointment.
|
3 |
Y |
|
| 3 |
15-12-2025 |
Odia |
- 1.ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ମହଲରେ ସଂଦେହ କରାଯାଉଛି। କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ କରାଯାଇଛି ।
-
2.ନେପାଳରେ ୨୦୦ ଏବଂ ୫୦୦ ଟଙ୍କାର ଭାରତୀୟ ମୁଦ୍ରା ନୋଟ୍ ଏବେ ଚାଳିବ।
-
3.ଅଷ୍ଟ୍ରେଲିଆରାଜଧାନୀ ସିଡନୀର ବଣ୍ଡି ବିଚ୍ରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ଏକ ଉତ୍ସବ ଉପରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିବର୍ଷା କରିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି।
-
4. ଅଟିଜିମ୍ ଏବଂ ଅନ୍ୟାନ୍ୟ ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଯତ୍ନ, ପୁନର୍ବାସ ଏବଂ ସୁରକ୍ଷା ପାଇଁ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଏକ ଜାତୀୟ ବିଶେଷଜ୍ଞ କମିଟି ଗଠନ ପାଇଁ ଏକ ଆବେଦନର ସୁପ୍ରିମକୋର୍ଟ ଆଜି (ସୋମବାର) ଶୁଣାଣି କରିବେ।
-
5.ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ। ଆଇନଗତ ତତ୍ତ୍ବରେ ନୁହେଁ ସାଧାରଣ ନାଗରିକଙ୍କ ଜୀବନ୍ତ ଅନୁଭବରେ ଅଦାଲତର ଅସଲୀ ପରୀକ୍ଷା ନିହିତ ଥାଏ। ସମୟରେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି।
-
6.ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ୫୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିବେ ବୋଲି ଜଣାପଡିଛି।
-
7.ଭୋଟରଙ୍କ ନିକଟରୁ ଏନୁମେରେସନ ଫର୍ମ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଇସିଙ୍କ ପକ୍ଷରୁ ଚିଠା ତାଲିକା ପ୍ରକାଶ କରାଯାଇଛି। ତଦନୁଯାୟୀ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁରରେ ୪୪,୪୭୭ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଥିବା ଜଣାପଡିଛି।
-
8.ବିଜେପି ସଂସଦୀୟ ବୋର୍ଡ ବିହାର କ୍ୟାବିନେଟ୍ ମନ୍ତ୍ରୀ ନିତିନ ନବୀନଙ୍କୁ ଜାତୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି।
-
9.କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା ଝିଅକୁ ଜନ୍ମଦାତ୍ରୀ ବଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରି ଜଣେ ପଡ଼ୋଶୀଙ୍କ ଘରେ ରଖିଛନ୍ତି।
-
10.ଦେଶ ସ୍ଵାଧୀନତାର ୭୭ବର୍ଷ ପରେ ବି ଓଡିଶା ରାଜ୍ୟର ୬,୭୦୪ଟି ଗାଁକୁ ରାସ୍ତା ସଂଯୋଗ ହୋଇପାରିଲା ନାହିଁ। ଉନ୍ନତ ଜିଲା କୁହାଯାଉଥିବା ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲାର କେତେକ ଗାଁକୁ ରାସ୍ତା ନାହିଁ।
-
11.ମହମ୍ମଦ ମୋକିମ୍ ଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି କଂଗ୍ରେସରୁ ବହିଷ୍କୃତ କରାଯାଇଛି ।
-
12.କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ବିଜେପିର ଉତ୍ତରପ୍ରଦେଶ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।
-
13.୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ ଧୂଳି ଚଟାଇ ଦେଇଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଛନ୍ତି ଦକ୍ଷିଣଆଫ୍ରିକା ବ୍ୟାଟ୍ସମ୍ୟାନ। ଯାହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୧୭ ରନ କରି ଅଲଆଉଟ ହୋଇଯାଇଛି।
-
14.ଆର୍ଜେଣ୍ଟିନା ଫୁଟବଲ ସୁପର୍ଷ୍ଟାର ଲିଓନେଲ୍ ମେସିଙ୍କ କୋଲକାତା ସଲ୍ଟ ଲେକ୍ କାର୍ଯ୍ୟକ୍ରମରେ ଘଟିଥିବା ବ୍ୟାପକ ଭଙ୍ଗାରୁଜା ମାମଲାରେ ଆୟୋଜକ ଶତଦ୍ରୁ ଦତ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି।
-
15.ଆଗାମୀ ଦୁଇ ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ଉତ୍ତର ପ୍ରଦେଶ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି।
|
23 |
Y |
|
| 4 |
15-12-2025 |
English |
-
1.Chief Justice of India (CJI) Surya Kant Sunday said technology should amplify human judgment and not replace it.
-
2.Prime Minister Narendra Modi on Monday departed from Delhi on a three-nation tour, beginning with a visit to Jordan at the invitation of King Abdullah II ibn Al Hussein.
-
3.A comprehensive, one-year autopsy-based observational study conducted at AIIMS, Delhi, has found no evidence linking COVID-19 vaccination with sudden deaths among young adults.
-
4.ISRO has lined up seven launch missions by March next year. The first of the seven launches is expected to take place next week.
-
5.India ranks third in Stanford’s 2025 Global AI Vibrancy Index, highlighting rapid progress.
-
6.Gunmen opened fire at a Jewish holiday celebration at Sydney’s Bondi beach Sunday, killing at least 11 people.
-
7.The BJP Sunday appointed Nitin Nabin, a Cabinet minister in the Bihar government, as the party’s national working president.
-
8.Deputy Chief Minister KV Singh Deo Sunday underscored the need to embrace energy conservation not just as a habit but as a national duty.
-
9.The Centre has asked states to nominate women officers and those from Scheduled Caste (SC) and Scheduled Tribe (ST) for appointment in key posts on central deputation so that adequate representation can be provided to them.
-
10.A raging fire destroyed nearly 600 sacks of paddy stored on a threshing ground (Dhana Khala) at Jalia village under Udar panchayat of Deogaon block in Bolangir district.
-
11.Violence erupted at various places across Kerala, particularly in the northern districts, following the announcement of local body election results on December 13, police said Sunday.
-
12.Over 85 per cent of eligible voters exercised their franchise in the second phase of gram panchayat elections in Telangana Sunday.
-
13.A court here Sunday sent Satadru Datta, the chief organiser of the Lionel Messi football event at Salt Lake stadium where chaos erupted a day ago, to 14-day police custody.
-
14.The Trump administration will begin Monday enhanced screening and vetting of H-1B and its dependent H-4 visa applicants, including checks of their social media profiles.
-
15.India has been ranked third in Stanford University's 2025 Global AI Vibrancy tool, which shows progress made across seven pillars comprising research and development, talent, infrastructure, in a year.
|
14 |
Y |
|
| 5 |
14-12-2025 |
Odia |
-
1.ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର (ସିଆଇସି) ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରାଜ କୁମାର ଗୋଏଲ ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ।
-
2.ପ୍ରତିବର୍ଷ ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତିବର୍ଷ ୨ ଲକ୍ଷ ଭାରତୀୟ ବିଦେଶରେ ବସବାସ କରୁଛନ୍ତି ଏବଂ ଭାରତୀୟ ନାଗରିକତା ଛାଡୁଛନ୍ତି। ଗତ ପାଞ୍ଚ ବର୍ଷର ତଥ୍ୟକୁ ଦେଖିଲେ, ୯ ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ଛାଡିଛନ୍ତି ।
-
3.ରାଜ୍ୟରେ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ୭ଲକ୍ଷ ୨୮ହଜାର ୭୨୯ ଆବେଦନକାରୀ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ବୟସ ପ୍ରମାଣପତ୍ରରେ ତ୍ରୁଟି ଓ ସରକାରୀ ବାବୁମାନେ ଆବେଦନର ଯାଞ୍ଚ ପାଇଁ ଅଧିକ ସମୟ ନେଉଥିବାରୁ ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବା ସୂଚନା ମିଳିଛି।
-
4. ଭାରତରୁ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଶେଷ କରିବାପାଇଁ ଦାବି କରି ଆଜି ‘ଆମେରିକା ପ୍ରତିନିଧି ସଭା’ର ୩ ଜଣ ସଦସ୍ୟ ଏକ ପ୍ରସ୍ତାବ ଆଣିଛନ୍ତି। ଟ୍ରମ୍ପଙ୍କ ଭାରତ ବିରୋଧୀ ଶୁଳ୍କ ନୀତି ଆମେରିକୀୟ କର୍ମଚାରୀ, ଗ୍ରାହକ ଏବଂ ଭାରତ- ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ପାଇଁ କ୍ଷତିକାରକ ବୋଲି ସେମାନେ ଦାବି କରିଛନ୍ତି।
-
5.ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍ ଭଳି ଇନଷ୍ଟାଣ୍ଟ ମେସେଜିଂ ଆପ୍ ପାଇଁ “ସିମ୍ ବାଇଣ୍ଡିଂ” କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ସୋସିଆଲ ମିଡିଆ ଏବଂ ମେସେଜିଂ ପ୍ଲାଟଫର୍ମଗୁଡ଼ିକୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୯୦ ଦିନ ସମୟ ଦିଆଯାଇଛି। “ସିମ୍ ବାଇଣ୍ଡିଂ” ନିୟମ ଫେବୃଆରୀ ୨୦୨୬ରେ କାର୍ଯ୍ୟକାରୀ ହେବ।
-
6.୨୦୨୫ରେ ମନ୍ଦିର ଓ ପର୍ବପର୍ବାଣିଠାରୁ ଆରମ୍ଭ କରି ରେଳ ଷ୍ଟେସନ, ରାଜନୈତିକ ରାଲି ଓ କ୍ରୀଡ଼ା ଉତ୍ସବରେ ୮ଟି ଦଳାଚକଟା ଘଟିଛି ଏବଂ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି।
-
7.ରାମଲୀଳା ମଇଦାନରେ କଂଗ୍ରେସ ଦଳ ଏସଆଇଆର ବିରୋଧରେ ରବିବାର ଏକ ବଡ଼ ରାଲି କରୁଛି।
-
8.ଗୁଜୁରାଟର ମେହସାଣା ଜିଲ୍ଲାର ଏକ ଦମ୍ପତି ଏବଂ ସେମାନଙ୍କର ତିନି ବର୍ଷର ଝିଅକୁ ଲିବିଆରେ ବନ୍ଧକ ରଖାଯାଇଥିଲା, ଯାହାଙ୍କ ଠାରୁ ୨ କୋଟି ଟଙ୍କା ମଗାଯାଇଥିଲା। ପରିବାର ପର୍ତ୍ତୁଗାଲ ଯାଉଥିଲେ।
-
9.ଭାରତୀୟ ଜନତା ପାର୍ଟି(ବିଜେପି) ନେତୃତ୍ୱାଧୀନ ଏନ୍ଡିଏ କେରଳ ତିରୁଅନନ୍ତପୁରମ୍ କର୍ପୋରେସନରେ ବିଜେପି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି।
-
10.ଇଣ୍ଡିଗୋର ବିମାନ ଚଳାଚଳ ସ୍ବାଭାବିକ ହୋଇଛି। କ୍ରମାଗତ ଦ୍ବିତୀୟ ଦିନ ପାଇଁ ଇଣ୍ଡିଗୋର ବିମାନ ଉଡ଼ାଣ ୨୦୦୦ରୁ ଅଧିକ ରହିଛି। ୧୨ ତାରିଖରେ କମ୍ପାନି ୨୦୫୦ରୁ ଅଧିକ ବିମାନ ଉଡ଼ାଣ କରିଛି। କେବଳ ୨ଟି ବିମାନ ବାତିଲ ହୋଇଥିଲା।
-
11.ଚଳିତବର୍ଷ ସୁନା ଓ ରୁପା ଦରର ଅସ୍ବାଭାବିକ ବୃଦ୍ଧି ଜାରି ରହିଛି। ଗତ ୩ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଭୁବନେଶ୍ବର ବଜାରରେ ପାଖାପାଖି ୭୦୦୦ ଟଙ୍କା ମହଙ୍ଗା ହୋଇଯାଇଛି।
-
12.ଚଳିତ ବର୍ଷ ନଭେମ୍ବରରେ ଓଡିଶା ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ବିଯୁକ୍ତ ୧.୨୯ ପ୍ରତିଶତ ସ୍ତରକୁ ଖସିଯାଇଛି।
-
13.ଭଦ୍ରକରେ ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାର ଆଶା ସଞ୍ଚାର ହୋଇଛି।
-
14.ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ ବ୍ରିଜ ପରିସରରେ ଚାଲିଥିବା ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀର ଦ୍ଵିତୀୟ ଦିବସରେ ଗୋପାଳପୁର କଲେଜରେ ଫ୍ରାଟେରନିଟି ପାର୍କ ସ୍ଥାପନ ପାଇଁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି ।
-
15.ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ ବଡ଼ ହଙ୍ଗାମା । ମେସିଙ୍କୁ ଦେଖି ନପାରିବାରୁ ପ୍ରଶଂସକ ମାନଙ୍କ ମଧ୍ୟରେ ବଡ଼ ବିଶୃଙ୍ଖଳା ଦେଖା ଦେଇଛି ।
|
26 |
Y |
|
| 6 |
14-12-2025 |
English |
-
1.Former IAS officer Raj Kumar Goyal will be sworn in as Chief Information Commissioner (CIC) by President Droupadi Murmu Monday.
-
2.Iran has arrested Nobel Peace Prize laureate Narges Mohammadi.
-
3.Delhi Air Pollution: All 40 monitoring stations in Delhi show 'red', meaning AQI in the 'severe' category. Rohini in North West Delhi recorded AQI of 499, followed by Jahangirpuri and Vivek Vihar reporting AQI at 495.
-
4.The construction company building the 850 MW Rattle Hydropower project in Jammu and Kashmir's Kishtwar district announced on Saturday that it may have to abandon the Rs 3,700 crore project due to persistent political interference.
-
5.Gold and silver prices witness a sharp surge in the domestic market this week, tracking strong gains in global bullion markets.
-
6.Archaeologists in Turkey have uncovered one of the most important finds from Anatolia’s early Christian era: a fresco of a Roman-looking Jesus as the ‘Good Shepherd.’
-
7.Stateowned steel maker SAIL Saturday said it recorded a 14 per cent year-on-year growth in sales at 12.7 million tonnes (MT) in April-November 2025.
-
8.A patrolling team from Lingaraj police station arrested a man Friday for allegedly peddling brown sugar and seized 6.14 grams of the contraband from his possession near the Kedar Gauri bus stop .
-
9.The Uttar Pradesh government Friday said the NAFED is set to open 50 urad procurement centres across 17 districts of the state, where farmers will be able to sell their produce at a minimum support price of Rs7,800 per quintal.
-
10.More than 1.28 lakh people in Mumbai were bitten by stray dogs in 2024.
-
11.The Centre has significantly constricted the financial lifelines of Naxals with seizure of assets worth Rs 92 crore through a multi-agency coordinated action.
-
12.With the Cabinet approving a Bill to rename the Mahatma Gandhi National Rural Employment Guarantee Act (MGNREGA), the Congress Saturday questioned the need for renaming the scheme and asked “what is wrong with the name Mahatma Gandhi” that the government had to take this step.
-
13.The European Union agreed Friday to indefinitely freeze Russian central bank assets held in Europe, removing a big obstacle to using the cash to help Ukraine defend itself against Russia.
-
14.Nifty 50 and Nifty Midcap 150 emerged as best-performing indices in November, with a growth of 1.87 per cent and 1.59 per cent, respectively, a report said Saturday
-
15.Temasek-backed e-commerce enablement platform Shiprocket has fi led updated draft papers with markets regulator Sebi to raise a little over Rs2,342 crore through its initial public offering (IPO).
|
12 |
Y |
|
| 7 |
13-12-2025 |
Odia |
-
1.ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜରୀ ପ୍ରଦାନ କରିଛି। ୨୦୨୭ରେ ହେବାକୁ ଯାଉଥିବା ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।
-
2.ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶୁକ୍ରବାର ରାହୁଲ ଗୃହରେ ପ୍ରସ୍ତାବ ଦେଇଥିବାବେଳେ ସରକାର ଏଥିରେ ସମ୍ମତି ପ୍ରକାଶ କରିଛନ୍ତି।
-
3.ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ ୩୦ରୁ ପୁଣି ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ଲୋକାୟୁକ୍ତ ଆଇନକୁ କାର୍ଯ୍ୟକାରୀ କରୁନଥିବା ପ୍ରତିବାଦରେ ଏଭଳି ଅନଶନ ଆରମ୍ଭ କରିବେ ବୋଲି ଆନ୍ନା କହିଛନ୍ତି।
-
4.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ହୋଇପଡିଥିବାରୁ ତାଙ୍କୁ ଗୁରୁବାର ରାତିରୁ ଭେଣ୍ଟିଲେଟରରେ ରଖାଯାଇଛି।
-
5.ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ HDFC ବ୍ୟାଙ୍କର UPI ସେବା ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୩ ତାରିଖରେ ଅସ୍ଥାୟୀ ଭାବରେ କିଛି ସମୟ ବନ୍ଦ ରହିବ। ସେହିପରି ଡିସେମ୍ବର ୨୧ ତାରିଖରେ ବି ୟୁପିଆଇ ସେବା କିଛି ସମୟ ପାଇଁ ବନ୍ଦ ରହିବ ।
-
6.ଡିସେମ୍ବର ୧୨, ୨୦୨୫ ରେ, ଏମସିଏକ୍ସରେ ମାର୍ଚ୍ଚ ୫ ତାରିଖ ଏକ୍ସପାରି ପାଇଁ ରୁପା କିଲୋଗ୍ରାମ ପିଛା ୧,୯୬,୯୫୮ରେ ଖୋଲିଥିଲା ଓ କାରବାର ଶେଷ ବେଳକୁ ରୁପା ୧,୯୮,୯୪୨ ରେ ବନ୍ଦ ହୋଇଥିଲା। ଦିନ ମଧ୍ୟରେ ରୁପା ୨,୦୧,୩୮୮ ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।
-
7.କୋଇଲା କ୍ଷେତ୍ରରେ ସରକାର ବଡ଼ ନିଷ୍ପତ୍ତି ନେଇ କୋଇଲା ନିଲାମ ପାଇଁ କୋଲ୍ ସେତୁ ୱିଣ୍ଡୋକୁ ମଞ୍ଜୁର କରିଛନ୍ତି। ଏଥିରେ କୌଣସି ଚୂଡ଼ାନ୍ତ ବ୍ୟବହାର ସର୍ତ୍ତ ରଖାଯାଇନାହିଁ। ଶିଳ୍ପ ସଂସ୍ଥାଗୁଡ଼ିକ ଏହା ଜରିଆରେ ଦୀର୍ଘକାଳୀନ ଭିତ୍ତିରେ କୋଇଲା କିଣିପାରିବେ।
-
8.ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ)କୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।
-
9.୨୦୨୬ ଋତୁ ପାଇଁ ଉପଯୁକ୍ତ ହାରାହାରି ଗୁଣବତ୍ତା ବିଶିଷ୍ଟ ମିଲ୍ ହୋଇଥିବା ନଡ଼ିଆ ଶସର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୪୪୫ ଟଙ୍କା ବୃଦ୍ଧି ପାଇ ୧୨,୦୨୭ ଟଙ୍କା ଏବଂ ବଲ୍ ନଡ଼ିଆ ଶଶର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ପାଇ ୧୨,୫୦୦ ଟଙ୍କା ହୋଇଛି।
-
10.ଚଳିତ ବର୍ଷ ନଭେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ବିଯୁକ୍ତ ୧.୨୯ ପ୍ରତିଶତ ସ୍ତରକୁ ଖସିଯାଇଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗ୍ରାମାଞ୍ଚଳ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୧.୮୫ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ତାହା ୦.୨୬ ପ୍ରତିଶତ ରହିଛି।
-
11.ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅଧୀନ ଚିଲତଇଳା ଆଦିବାସୀ ଆଶ୍ରମ ବିଦ୍ୟାଳୟରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ରଙ୍କୁ ଯାଜପୁରଜିଲ୍ଲା ଛତିଆ ଅଞ୍ଚଳରୁ ଠାବ କରାଯାଇଛି।
-
12.ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇଯାଇଛି ।
-
13.ଓଡିଶାରେ ଏଣିକି ସାଇବର ତଦନ୍ତକୁ ଆହୁରି ଶାଣିତ କରିବା ଲାଗି ରାଜ୍ୟର ୩୪ଟି ସାଇବର ଥାନାରେ ଫୋରେନ୍ସିକ୍ ୟୁନିଟ୍ ସ୍ଥାପନ ହେବ। ଏଥିରେ ୧୭୦ଜଣ ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ।
-
14.ଆସାମ କ୍ରିକେଟ ଆସୋସିଏସନର ସମ୍ପାଦକ ସନାତନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଚାରି ଜଣ ଖେଳାଳି(ଅମିତ ସିହ୍ନା ଇଶାନ ଅହମ୍ମଦ, ଅମନ ତ୍ରିପାଠି ଏବଂ ଅଭିଷେକ ଠାକୁର)ଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଏହି ଚାରି ଜଣ ଖେଳାଳି କ୍ରିକେଟରେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଜଡିତ ଥିଲେ।
-
15.ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କୁ କୋଲକାତାରେ ହଜାର ହଜାର ପ୍ରଶଂସକ ଉଲ୍ଲସିତ ସ୍ୱାଗତ କରିଛନ୍ତି। ମେସି ତାଙ୍କର ତିନି ଦିନିଆ ଚାରି ସହର ବିଶିଷ୍ଟ GOAT ଇଣ୍ଡିଆ ଟୁର୍ ୨୦୨୫ ପାଇଁ କୋଲକାତାରେ ପହଞ୍ଚିଛନ୍ତି।
|
40 |
Y |
|
| 8 |
13-12-2025 |
English |
-
1.The Union Cabinet has cleared Rs11,718 crore for the first-ever the 2027 digital census, marking a major technological shift in India’s 16th decadal population count. About 30 lakh enumerators will collect micro-level household data through mobile apps, supported by a new Census Management & Monitoring System.
-
2.The rupee depreciated by 17 paise to close at an all-time low of 90.49 against the US dollar.
-
3.Veteran Congressman Shivraj Patil, who served as the Lok Sabha speaker and was Union home minister during the 26/11 attacks, passed away at his hometown Latur at the age of 90 in Maharashtra .
-
4.The Odisha government is working on a policy to lease out land for renewable energy (RE) projects, as part of its push to meet ‘Net Zero’ commitments, a senior official said Thursday.
-
5.Residents of Daringbadi in Kandhamal distrixt are questioning the accuracy of the India Meteorological Department’s (IMD) temperature gauge after the hill town reported visible frost for two consecutive days despite offi cial readings of 7°C Thursday and 6.5°C Friday.
-
6.The Delhi government has notified the Delhi School Education (Transparency in Fixation and Regulation of Fee) Act, 2025, bringing into effect a new framework for regulating fees in private schools.
-
7.Meta India Friday named Aman Jain as the new head of public policy, tasking him with steering policy strategy and engagements in a market the US-headquartered social media giant considers strategic.
-
8.The scheme the Mahatma Gandhi National Rural Employment Guarantee will now be renamed as 'Poojya Bapu Grameen Rozgar Yojna', and the number of workdays under it would be increased from 100 days at present to 125 days.
-
9.The Election Commission has deployed ‘special roll observers’ in eight states to oversee the ongoing Special Intensive Revision of electoral rolls.
-
10.The Gen Z movement in Nepal that led to the fall of the K P Sharma Oli-led government caused damage worth Rs 84.45 billion and led to the deaths of 77 people, according to a report.
-
11.Thailand’s Parliament was dissolved Friday for new elections early next year as the country engaged in deadly fi ghting with Cambodia.
-
12.Silver prices strengthened for the third straight day and jumped Rs 5,100 to hit a new peak of Rs 1,99,500 per kilogram in the national capital Friday.
-
13. Odisha State Cooperative Milk Producers’ Federation Limited (Omfed) has been honoured with the ‘Trust Brand of Odisha’ award by Network18 at its ‘Atmanirbhar Odisha’ event held Thursday.
-
14.Finance Minister Nirmala Sitharaman had proposed to raise the foreign investment limit to 100 per cent from the existing 74 per cent in the insurance sector.
-
15.IndiGo said on Friday that it has estimated the compensation amount will exceed Rs 500 crore for customers whose flights were cancelled within 24 hours of departure and who were left severely stranded at certain airports across the country.
|
19 |
Y |
|
| 9 |
12-12-2025 |
Odia |
-
1.୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଓଡ଼ିଶାର ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୯୯ କୋଟି ୯୦ ଲକ୍ଷ ଟଙ୍କା ଏବଂ ସାତକୋଶିଆର ବିକାଶ ଲାଗି ୯୯ କୋଟି ୯୯ ଲକ୍ଷ ଟଙ୍କା ମଞ୍ଜୁର କରିଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩୧.୯୨ କୋଟି ଟଙ୍କା ଜାରି କରାଯାଇଛି।
-
2.ମଧ୍ୟପ୍ରଦେଶ ଏବେ ମାଓ ହିଂସାରୁ ମୁକ୍ତ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ଜୋନରେ ସକ୍ରିୟ ସମସ୍ତ ୪୨ ଜଣ ମାଓବାଦୀ ୪୨ ଦିନ ମଧ୍ୟରେ ଆତ୍ମସମର୍ପଣ କରିଛନ୍ତି।
-
3.କ୍ରେମଲିନ୍ ବିବୃତ୍ତି ଅନୁଯାୟୀ, ପୁଟିନ୍ ଭେନେଜୁଏଲା ପ୍ରତି ରୁଷର ସମର୍ଥନକୁ ପୁନଃନିର୍ମାଣ କରିଛନ୍ତି।
-
4.ମ୍ୟାମାରର ପଶ୍ଚିମ ରାଖାଇନ ରାଜ୍ୟର ମ୍ରାଉକ୍ ୟୁ ସହରରେ ଥିବା ଏକ ସରକାରୀ ହସ୍ପିଟାଲ୍ ଉପରେ ସାମରିକ ବିମାନର ଆକ୍ରମଣରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି।
-
5.ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି ମେକ୍ସିକୋ। ଆସନ୍ତା ୨୦୨୬ରୁ ଏହି ନୂଆ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ।
-
6. ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଭରମୌରସ୍ଥିତ ତାଣ୍ଡାର ଘଞ୍ଚ ଜଙ୍ଗଲରେ ଏକ ବିରଳ "ଧଳା ମାଙ୍କଡ଼" ଦେଖାଦେଇଛି। ପ୍ରଥମ ଥର ପାଇଁ ଏଭଳି ଏକ ମାଙ୍କଡ଼ ଦେଖାଯାଇଛି।
-
7.ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ଉନ୍ନତ ପ୍ରଯୁକ୍ତିବିଦ୍ୟା ବିକ୍ରୟକରିବାକୁ ଅନୁମୋଦନ ଦେଇଛି ।
-
8.ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମହାନିର୍ଦେଶକ ଫୈଜ ହମୀଦଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।
-
9.ସମ୍ବାଦର ଜୟପୁର ସଂସ୍କରଣର ସବ୍ ଏଡିଟର ଯୁବ ସାମ୍ବାଦିକ ଅଶୋକ ପଲେଇଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି।
-
10.ଓଡ଼ିଶାରେ ଶୀତ ଲହରୀ ବଢ଼ିବାରେ ଲାଗିଛି। ସେମିଲିଗୁଡ଼ାରେ ତାପମାତ୍ରା ରେକର୍ଡ ସର୍ବନିମ୍ନ ୩ ଡିଗ୍ରି ସେଲସିୟସକୁ ଖସି ଆସିଛି। ସେହିପରି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି।
-
11.ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କୃଷି ଭବନରେ ନାଗରିକତା (ସଂଶୋଧନ) ଆଇନ,୨୦୧୯ ଅନୁଯାୟୀ ବିଭିନ୍ନ ଦେଶରୁ ଆସିଥିବା ୩୫ ଜଣ ଆବେଦନ କାରୀଙ୍କୁ ନାଗରିକତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।
-
12.ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍ ପର୍ଯ୍ୟଟନ ଋତୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପାଇସ୍ ଜେଟ୍ ଅଧିକ ୧୦୦ଟି ବିମାନ ଉଡାଣ କରିବ।
-
13.ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା ଭୁବନେଶ୍ବରରେ ଖୋଲିବ। ଏ ସମ୍ପର୍କିତ ପ୍ରସ୍ତାବକୁ ସିଏଜିଙ୍କ ମଞ୍ଜୁରି ମିଳିଛି। ଆସନ୍ତା ବର୍ଷ ଏପ୍ରିଲ ୧୫ରୁ ତାହା କାର୍ଯ୍ୟକ୍ଷମ ହେବ।
-
14.କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ପକ୍ଷରୁ ବ୍ରହ୍ମପୁର ଓ ବାଲେଶ୍ବରରେ ହସ୍ପିଟାଲ୍ ସ୍ଥାପନ କରିବା ଲାଗି ଜମି ଅଧିଗ୍ରହଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଉଭୟ ସ୍ଥାନରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ କରିବା ଲାଗି ୫ ଏକର ଲେଖାଏଁ ଜମି ଅଧିଗ୍ରହଣ କରାଯାଉଛି।
-
15.କଶ୍ମୀରର ଅନେକ ଅଂଶକୁ ପତଳା କୁହୁଡ଼ି ଘୋଡାଇ ଦେଇଛୀ। ଜୋଜି ଲା ପାସରେ ସର୍ବନିମ୍ନ ତାପମାତ୍ରା -୧୮.୦ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା। ଜମ୍ମୁରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ସେଲସିୟସ ଥିଲା।
|
42 |
Y |
|
| 10 |
12-12-2025 |
English |
-
1.Mexico’s Congress has approved a Bill that seeks to impose tariffs of up to 50 per cent on imports from India, China, Brazil and several other countries with which the North American nation doesn’t have free trade agreements.
-
2.The Election Commission (EC) Thursday extended the timeline for Special Intensive Revision (SIR) in five states and one Union Territory (UT) following requests from the chief electoral officers.
-
3.The Central government has approved over Rs199 crore for developing tourism infrastructure in the Hirakud and Satkosia regions of Odisha, with Rs131.92 crore already released to the state.
-
4.Researchers at the National Institute of Technology (NIT) Rourkela have developed a robotic system designed to interact with people in the most human-like manner.
-
5.Rockets will be launched from Kulasekarapattinam in Tamil Nadu from 2027, ISRO chairman V Narayanan said Thursday. India’s second space-port is currently under construction in TN’s Tuticorin district to handle Small Satellite Launch Vehicle (SSLV) launches
-
6.With the surrender of two Naxalites in Balaghat district, Madhya Pradesh Chief Minister Mohan Yadav claimed Thursday that the state was free of the Maoist menace.
-
7.A Delhi court Thursday granted interim bail from December 16 to 29 to former JNU student Umar Khalid to attend his sister's wedding.
-
8.The CBI has filed a chargesheet against 13 individuals for allegedly running “digital arrest” cyber fraud scams.
-
9.US President Donald Trump announced the launch of a million-dollar “Gold Card” offering a pathway for immigrants to US citizenship, saying that it is a “shame” that students from India and China have to go back to home countries.
-
10.Bangladesh will hold parliamentary elections February 12, authorities said, its first national vote since a deadly student-led uprising forced then Prime Minister Sheikh Hasina to flee to India last year.
-
11.Odisha government has appointed 37,916 people after assuming office last year and is committed to fulfilling its promise of filling 65,000 government posts within the fi rst two years.
-
12.Chief Minister Mohan Charan Majhi Thursday handed over citizenship certificates to 35 eligible applicants from Nabarangpur district under the provisions of the Citizenship (Amendment) Act (CAA), 2019.
-
13.A new office of the Comptroller and Auditor General (CAG) of India – Eastern Region will start functioning from the City Bhubneswar, April 15, 2026.
-
14.More than 30 Hero Stones and memorial pillars—worshipped locally as village deities—Hero Stones (Bira Shilas) bearing old Odia inscriptions has been discovered at Malisahi village under Gadakharada Gram Panchayat of Kanasa Block in Puri district.
-
15.Of the 147 MLAs, only CPI(M)’s lone member from Bonai constituency in Sundargarh district Laxman Munda has opposed the nearly threefold hike in lawmakers. MLA will get : Salary of Rs90,000 plus allowances — Rs75,000 constituency, Rs50,000 conveyance, Rs10,000 books, Rs20,000 electricity, Rs50,000 travel, Rs35,000 medical and Rs15,000 telephone.
|
20 |
Y |
|