# |
Date |
Type |
Current Affairs |
No. Of Views |
Status |
Action |
251 |
05-05-2025 |
Odia |
-
1.ମୁମ୍ବାଇ ପୃଥିବୀର ସର୍ବାଧିକ କଲରାପତରିଆ ବାଘ ଘନତ୍ବ ଅଞ୍ଚଳ ବୋଲି ବାଘ ଗଣନାରୁ ଜଣାଯାଇଛି। ମୁମ୍ବାଇ ମହାନଗର ନିଗମ ଅଞ୍ଚଳର ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ (ଏସ୍ଜିଏନ୍ପି) ଏବଂ ଏହାର ଆଖପାଖ ଅଞ୍ଚଳରେ ୫୪ଟି କଲରାପତରିଆ ବାଘଙ୍କୁ ଚିହ୍ନଟ କରାଯାଇଛି।
-
2.୧୭ ଏପ୍ରିଲରେ, କେନ୍ଦ୍ର ସରକାର କୋର୍ଟକୁ ଜଣାଇଥିଲେ ଯେ ଏହା 'ୱାକଫ ବାଇ ୟୁଜର୍' ସମେତ କୌଣସି ୱାକଫ ସମ୍ପତ୍ତିକୁ ଡିନୋଟିଫାଇ କରିବ ନାହିଁ। ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ଆଜି (ସୋମବାର) କରିବେ।
-
3.ଭିଡିଓ କଲିଂ ପ୍ଲାଟଫର୍ମ ସ୍କାଇପ୍କୁ ମାଇକ୍ରୋସଫ୍ଟ ସମ୍ପୂର୍ଣ୍ଣ ବନ୍ଦ କରିଦେବ। ମେ’ ୫ରୁ ଏହି ସେବା ବନ୍ଦ ହୋଇଯିବ ବୋଲି କମ୍ପାନି ପୂର୍ବରୁ ସୂଚନା ଦେଇଥିଲା। ଗତବର୍ଷ ମାର୍ଚ୍ଚ ବେଳକୁ ସ୍ପାଇପ୍ର ବ୍ୟବହାରକାରୀ ସଂଖ୍ୟା ୨.୮ କୋଟିରୁ ଅଧିକ ଥିଲା।
-
4.କିମ୍ବଦନ୍ତୀ ନିବେଶକ ୱାରେନ୍ ବଫେଟ୍ ୯୪ ବର୍ଷ ବୟସରେ ନିଜ କମ୍ପାନି ବର୍କସାୟାର ହାଥାୱେର ସିଇଓ ପଦରୁ ଇସ୍ତଫା ଦେଇ ଅବସର ନେବାକୁ ଘୋଷଣା କରିଛନ୍ତି।
-
5.କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଏୟାର ଇଣ୍ଡିଆ ବିମାନ ଗତିପଥ ବଦଳିଲା। ଦିଲ୍ଲୀରୁ ତେଲ ଆଭିଭ ଯାଉଥିବା ବିମାନ ଅବୁ ଧାବି ଅଭିମୁଖେ ଗଲା। ତେଲ ଆଭିଭ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ସୂଚନା ପାଇ ଅବୁ ଧାବି ଯାତ୍ରା କରିଥିବା ସୂଚନା ମିଳିଛି।
-
6.କରାଚିରେ ତୁର୍କୀର ଯୁଦ୍ଧ ଜାହାଜ ‘ଟିସିଜି ବୁୟୁକାଡା’ ପହଞ୍ଚିଛି ।
-
7.ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ସୀମା ପୁନର୍ଗଠନ ପାଇଁ ଚଳିତ ବର୍ଷ ଜୁନ ୩୦କୁ ଶେଷ ତାରିଖ ଭାବେ ରଖାଯାଇଛି। ଜିଲା, ସବଡିଭିଜନ, ତହସିଲ, ରାଜସ୍ୱ ଗ୍ରାମ, ୟୁଏଲବି ସୀମା ନିର୍ଦ୍ଧାରଣ ଏବଂ ପୁନର୍ଗଠନ ପାଇଁ ବିଜ୍ଞପ୍ତି ଜାରି ହୋଇଛି।
-
8.କମିଶନରେଟ ପୁଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ଓ ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
-
9.ସ୍ୱତନ୍ତ୍ର ପୁଲିସ ଟିମ୍ ଗଞ୍ଜାମ ପୁଲିସ ଜିଲା ଅଧୀନ ୬ଟି ଥାନା ଇଲାକାରେ ଚଢଉ କରି ୧୮ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୧୭ଟି ବନ୍ଧୁକ, ୬୬ଟି ଗୁଳି,୪ଟି ଖୋକା ଓ ୧୬ଟି ମୋବାଇଲ ଜବତ କରିଛି।
-
10.ବଦ୍ରିନାଥସ୍ଥିତ ଶଙ୍କରାଚାର୍ଯ୍ୟ ଆଶ୍ରମରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ସ୍ଵାମୀ ଅବିମୁକ୍ତେଶ୍ଵରାନନ୍ଦ କହିଛନ୍ତି ଯେ, ରାହୁଲ ଗାନ୍ଧୀ ସଂସଦରେ ମନୁସ୍ମୃତିକୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହାଦ୍ଵାରା ସମ୍ପୂର୍ଣ୍ଣ ସନାତନ ଧର୍ମାବଲମ୍ବୀଙ୍କୁ ଆଘାତ ମିଳିଛି।
-
11.ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଯୋଗଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ୧୨୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଉତ୍ତରପ୍ରଦେଶର ବାରାଣସୀରେ ରହୁଥିଲେ।
-
12. ନିକଟରେ ଦିଲ୍ଲୀରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୯୮,୫୫୦ ଟଙ୍କାକୁ ଖସିଛି, ଯାହା ପୂର୍ବ ଦିନ ତୁଳନାରେ ୯୦୦ ଟଙ୍କା କମ।
-
13.ଇସ୍ରାଏଲର ବେନ୍ ଗୁରିଅନ ବିମାନବନ୍ଦର ନିକଟରେ ଆଜି ୟେମେନରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ରେ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।
-
14.ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ସଦ୍ଭାବନା ରାଷ୍ଟ୍ରଦୂତ ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି।
-
15.ଜମ୍ମୁ-କଶ୍ମୀରର ରାମବନ ଜିଲାର ବ୍ୟାଟେରି ଚଷ୍ମା ନିକଟରେ ଏକ ସେନା ଟ୍ରକ୍ ଘାଟିରୁ ପ୍ରାୟ ୨୦୦-୩୦୦ ମିଟର ତଳକୁ ଖସି ପଡ଼ିଛି। ଫଳରେ ୩ ଯବାନ ଶହୀଦ ହୋଇଛନ୍ତି।
-
16.ଆଜି ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ ଅନୁଗୁଳ, ସୁନ୍ଦରଗଡ଼, ଢ଼େଙ୍କାନାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି।
-
17.ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ବିଏସ୍ଏଫ୍କୁ ମିଳିବ 16ଟି ନୂତନ ବାଟାଲିୟନ, ଏହି ସୀମାରେ ଦୁଇଟି ଆଞ୍ଚଳିକ ମୁଖ୍ୟାଳୟ ଖୋଲିବ ।
-
18.ରାଜନାଥ ସିଂହ କହିଛନ୍ତି ଯେ ଦେଶ ବିରୁଦ୍ଧରେ ଆଖି ଉଠାଇଥିବା ଲୋକଙ୍କୁ ଉଚିତ ଜବାବ ଦିଆଯିବ। ସେ କହିଥିଲେ ଯେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ, ଆମର ସୀମାକୁ ସୁରକ୍ଷା ଦେବା ମୋର ଦାୟିତ୍ୱ।
-
19.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ ଦେଶରେ କ୍ରୀଡ଼ା ସଂସ୍କୃତି ଯେତେ ବୃଦ୍ଧି ପାଇବ, ଭାରତର "ନରମ ଶକ୍ତି" ସେତେ ବୃଦ୍ଧି ପାଇବ ଏବଂ ତାଙ୍କ ସରକାର ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନର ସ୍ୱପ୍ନକୁ ମନରେ ରଖି କ୍ରୀଡ଼ା ଭିତ୍ତିଭୂମିର ଆଧୁନିକୀକରଣ ଉପରେ ଧ୍ୟାନ ଦେଉଛି।
-
20.ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ହିନ୍ଦୁ ବିରୋଧୀ ଦଙ୍ଗା ସମ୍ପର୍କରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ନିଜର ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଛନ୍ତି। ଉଗ୍ରବାଦ ଓ ଆତଙ୍କବାଦର କବଳରେ ପଶ୍ଚିମବଙ୍ଗ କବଳିତ ହେବାକୁ ଯାଉଛି ବୋଲି ରିପୋର୍ଟରେ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି।
|
148 |
Y |
|
252 |
05-05-2025 |
English |
-
1.A missile fi red by Yemen’s Houthi rebels towards Israel Sunday landed near Ben Gurion Airport, the country’s main international airport.
-
2.The Border Security Force is all set to get the government’s final nod to raise 16 more battalions, comprising around 17,000 troopers, and set up two forward headquarters for its western and eastern commands guarding the Pakistan and Bangladesh frontiers, respectively.
-
3.Washington For nearly two decades, Tim Friede has voluntarily injected himself with the venom of some of the world’s deadliest snakes including cobras, mambas, kraits and taipans. , Friede has endured more than 200 bites and more than 700 injections of venom he prepared from some of the world’s deadliest snakes.
-
4.The portals of the Badrinath temple in Uttarakhand's Chamoli district were opened for devotees Sunday after a six-month closure. Amid Vedic chants, the doors of the temple dedicated to Lord Vishnu were opened at 6 am.
-
5.The Election Commission is developing a new digital interface for voters, poll offi cials and political parties which will integrate over 40 of its existing mobile and web applications.
-
6.Medical entrance exam NEET-UG was held at more than 5,400 centres around the country amid strict monitoring and security measures Sunday, offi cials said.
-
7.In a bid to ensure a disruption-free Census, the state government has officially announced that any changes to the boundaries of administrative units like districts, sub-divisions, tehsils, revenue villages and urban local bodies will be allowed only until June 30, 2025. The boundaries will be frozen July 1, 2025, as part of the preparations for the ensuing Census.
-
8.The Bhubaneswar Municipal Corporation (BMC) has installed a permanent, weather-resistant road shade at the AG traffic junction in the City.
-
9.Police have arrested six people for their alleged involvement in a Ra78-lakh cyber fraud case in Cuttack, an officer said Sunday.
-
10.Badagada police Sunday arrested a 22-year-old manservant for allegedly blackmailing and sexually assaulting the landlady and her minor daughter by threatening to upload their sensitive pictures on social media.
-
11.Ganjam police have arrested 18 persons and seized 17 pistols along with 66 live rounds during a special crackdown against illegal fi rearms across multiple locations in the district.
-
12.Two major intersections on the Delhi-Jaipur Expressway will soon be congestion-free as the construction work of two fl yovers will start by the end of June at the Manesar and Bilaspur intersections on the Expressway.
-
13.The Supreme Court is scheduled to hear Monday a batch of pleas challenging the Waqf (Amendment) Act's constitutional validity, weeks after the government paused two central aspects of the contentious law in the face of probing questions by the top court.
-
14. India has stanched the fl ow of water through the Baglihar Dam on the Chenab River and is planning similar measures at the Kishanganga Dam on the Jhelum River, a source said.
-
15.Foreign investors have injected Rs 4,223 crore in the country's equity market in April as they turned net buyers for the fi rst time in three months amid a blend of favourable global cues and robust domestic fundamentals.
-
16.In an unexpected move, the government has terminated services of KV Subramanian as the executive director at the International Monetary Fund (IMF) six months ahead of his three-year tenure.
-
17.The US is expected to push for sweeping changes in India’s policies, ranging from tariff reductions to regulatory overhauls, that could benefi t American fi rms and exporters, under the proposed bilateral trade agreement with India, think tank GTRI said Sunday.
-
18.India's diesel consumption surged nearly 4% in April after months of sharp decline as per the latest data available from the Petroleum Planning and Analysis Cell of Ministry of Petroleum and Natural Gas.
-
19.Lebanese voted Sunday in the country’s first local elections in almost a decade, months after a US-brokered ceasefi re ended a war between Israel and Hezbollah..
-
20.Bharti Airtel and Tata Group have terminated discussions for a merger of their direct-to-home (DTH) business, according to a Bombay Stock Exchange (BSE) fi ling Saturday.
|
131 |
Y |
|
253 |
04-05-2025 |
Odia |
-
1.୨୭ ବର୍ଷୀୟ ୟୁକ୍ରେନୀୟ ସାମ୍ବାଦିକା ଭିକ୍ଟୋରିଆ ରୋଶଚିନାଙ୍କର। ସେ ରୁଷିଆ ଅଧିକୃତ ଅଞ୍ଚଳରେ ରିପୋର୍ଟିଂ କରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା।
-
2.କଳାଟ ଜିଲ୍ଲାର ମାଙ୍ଗୋଚର ସହରରେ ଅନେକ ସରକାରୀ କୋଠା ବାଲୁଚ୍ ବିଦ୍ରୋହୀଙ୍କ ଦ୍ୱାରା କବଜା କରାଯାଇଛି।
-
3.ସିରିଆରେ ଇସ୍ରାଏଲ ଏବଂ ତୁର୍କୀ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ସିରିଆରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି।
-
4.ଭାରତୀୟ ନୌସେନା ଆରବ ସାଗରରେ ସତର୍କ ରହିଛି ଏବଂ ଯୁଦ୍ଧାଭ୍ୟାସ କରୁଛି। ଭାରତୀୟ ନୌସେନା ଶନିବାର ପାକିସ୍ତାନ ପାଇଁ ନିଜର ସାମୁଦ୍ରିକ କ୍ଷେତ୍ର ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି।
-
5.ବଦ୍ରିନାଥଧାମ, ଜଗନ୍ନାଥଧାମ, ରାମେଶ୍ୱରମ୍ ଏବଂ ଦ୍ୱାରକାଧାମକୁ ପ୍ରତ୍ୟେକ ଭାରତୀୟ ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି। ଭାରତୀୟ ରେଳବାଇ ଦ୍ୱାରା ‘ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍’ ଚଳାଚଳ କରାଯାଉଅଛି। ଚାରିଧାମକୁ ସଂଯୋଗ କରିବା ପାଇଁ ଭାରତୀୟ ରେଳବାଇ ପୂର୍ବରୁ ଦୁଇଥର ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍ ଚଳାଚଳ କରିସାରିଛି।
-
6.ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ସରକାରୀ କର୍ମଚାରୀମାନେ ଇଭି ଗାଡ଼ି ବ୍ୟବହାର କରିବା ଉଚିତ୍। ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯିବ। ବର୍ତ୍ତମାନ ଟ୍ୱିନ୍ ସିଟିର ବିଭିନ୍ନ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସରକାରୀ ଅଫିସକୁ ସୌରଶକ୍ତିରେ ପରିଚାଳନା କରାଯିବ।
-
7.ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଫେଡେରାଲ ନିର୍ବାଚନରେ ଅଧିକ ସଂଖ୍ୟାଗରିଷ୍ଠତା ସହ ବିଜୟୀ ହୋଇଛନ୍ତି। ୧୫୦ ଆସନ ବିଶିଷ୍ଟ ପ୍ରତିନିଧି ସଭାରେ ଲେବର ପାର୍ଟି ଅତି କମରେ ୮୪ଟି ଆସନ ହାସଲ କରିଛି।
-
8.ମୋବାଇଲରେ ଗେମ୍ ଖେଳିବା ଜଣେ ୧୯ବର୍ଷୀୟ ଯୁବକଙ୍କୁ ଭାରି ପଡିଛି । ଗୋଟିଏ କୋଠରୀରେ ନିଜକୁ ଅଲଗାକୁ ରଖି ପ୍ରତିଦିନ ୧୨ଘଣ୍ଟାରୁ ଅଧିକ ସମୟ ଧରି ଯୁବକ ଜଣଙ୍କ ଗେମ୍ ଖେଳୁଥିଲେ । ଫଳରେ ପକ୍ଷାଘାତ ହେବା ସହ ତାଙ୍କର ମେରୁଦଣ୍ଡର ଅସ୍ତ୍ରୋପଚାର କରିବାକୁ ପଡିଛି ।
-
9.ଭାରତ ପକ୍ଷରୁ ପାକିସ୍ତାନରୁ ଆମଦାନୀ ରପ୍ତାନୀ ବନ୍ଦ କରାଯାଇଛି । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ବ୍ୟାନ୍ କରିଛନ୍ତି ଭାରତ ସରକାର ।
-
10.ରାଜସ୍ଥାନର ଅନ୍ତର୍ଜାତୀୟ ସୀମାରେ ବିଏସ୍ଏଫ୍ର ବଡ଼ କାର୍ଯ୍ୟାନୁଷ୍ଠାନ, ପାକିସ୍ତାନୀ ରେଞ୍ଜର ଗିରଫ
-
11.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
-
12.ବଜରଙ୍ଗ ଦଳର ପୂର୍ବତନ ସଦସ୍ୟ ସୁହାସ ସେଟ୍ଟୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୮ ଜଣଙ୍କୁ ମାଙ୍ଗାଲୁରୁ ପୁଲିସ ଗିରଫ କରିଛି।
-
13.ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଏକପ୍ରକାର ବନ୍ଦ ହୋଇଯାଇଛି। ଗତ ୨ବର୍ଷ ହେବ କୌଣସି ବିଶେଷଜ୍ଞ ଦଳ ସଂପୃକ୍ତ ଜିଲ୍ଲାକୁ ଯାଇ ରୋଗୀ ସେବା ଦେଇ ନାହାନ୍ତି।
-
14.ଓଡ଼ିଶା ରାଜଭବନରେ ଏବେ ମାସକୁ ପ୍ରାୟ ୫୦ହଜାର ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ ହେଉଛି। ଆମେ ୧୫୦କିଲୋୱାଟ୍ର ସୌରଶକ୍ତି ପ୍ଲାଣ୍ଟ ବସାଇବା ପରେ ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଲ୍ ୪୫% କମିଛି। ଖୁବ୍ ଶୀଘ୍ର ଆମେ ୪୦୦ କିଲୋୱାଟ୍ର ସୌର ପ୍ଲାଣ୍ଟ ବସାଇବୁ। ଏହାଦ୍ବାରା ରାଜଭବନର ବିଦ୍ୟୁତ୍ ବିଲ୍ ବାବଦକୁ ଆଉ ଅର୍ଥ ଦେବାକୁ ପଡ଼ିବନି।
-
15.୨୦୨୩ ମେ’ ୧୯ ତାରିଖ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୮.୨୪% ନୋଟ୍ ଏବେ ଫେରାଇ ଦିଆଯାଇଛି ଏବଂ ୨୦୨୫ ଏପ୍ରିଲ ୩୦ରେ କାରବାର ଶେଷ ସୁଦ୍ଧା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବାହାରେ ଥିବା ନୋଟର ମୋଟ ମୂଲ୍ୟ ୬,୨୬୬ କୋଟି ଟଙ୍କାକୁ ଖସି ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
-
16.କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ିବା ଘଟଣାର ୩ଜଣିଆ କମିଟି ତଦନ୍ତ କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଇଞ୍ଜିନିୟର ଇନ୍ ଚିଫ୍ ଲକ୍ଷ୍ମୀକାନ୍ତ ପାଢ଼ୀ କମିଟି ମୁଖ୍ୟ ଥିବାବେଳେ ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦିଆଯିବ।
-
17.ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ସଦ୍ୟ ଟିଭି ସାକ୍ଷାତକାରରେ ପୁଣି ଥରେ ଭାରତକୁ ଏକ ଫମ୍ପା ଧମକ ଦେଇଛନ୍ତି। ଆସିଫ କହିଛନ୍ତି, ଯଦି ଭାରତ ସିନ୍ଧୁ ନଦୀ ଉପରେ କୌଣସି ବନ୍ଧ ନିର୍ମାଣ କରେ, ତେବେ ପାକିସ୍ତାନ ଆକ୍ରମଣ କରିବ।
-
18.ବୈଶ୍ୱିକ ଗଣମାଧ୍ୟମ ସ୍ବାଧୀନତା ୨୦୨୫ରେ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଥିବା ରିପୋର୍ଟର୍ସ ଓ୍ବିଦାଉଟ୍ ବର୍ଡର୍ସ (ଆର୍ଏସ୍ଏଫ୍) ପକ୍ଷରୁ ଶୁକ୍ରବାର ପ୍ରକାଶିତ ବାର୍ଷିକ ର଼୍ୟାଙ୍କିଙ୍ଗ୍ ରିପୋର୍ଟରେ କୁହାଯାଇଛି। ୧୮୦ଟି ଦେଶ ମଧ୍ୟରେ ଭାରତର ସୂଚକାଙ୍କ ୧୫୧ ରହିଛି।
-
19.ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ପରିଡ଼ା ମେ’ ମାସ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସେ ସୂଚନା ଦେଇଛନ୍ତି।
-
20.ପହଲଗାମରେ ୨୬ଜଣ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ବେଳେ ଦେଶର ପ୍ରତିରକ୍ଷା ବିଭାଗ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହେଇଛି। ଏଭଳି ସ୍ଥିତିରେ ଭାରତର ସମସ୍ତ ସୀମାନ୍ତବର୍ତ୍ତୀ ରାଜ୍ୟରେ ଜଳ, ସ୍ଥଳ ଓ ଆକାଶପଥରେ ପ୍ରତିରକ୍ଷା ବିଭାଗ ସଜାଗ
|
197 |
Y |
|
254 |
03-05-2025 |
Odia |
-
1.ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକ ରେଗୁଲାର୍, ଏକ୍ସ ରେଗୁଲାର୍ ଓ ପତ୍ରବିନିମୟ ଛାତ୍ରଛାତ୍ରୀଙ୍କ ମୋଟ ପାସ୍ ହାର ରହିଛି ୯୪.୬୯ ପ୍ରତିଶତ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।
-
2.ମାଲକାନଗିରି ଜିଲ୍ଲା ଚଳିତ ବର୍ଷ ଦଶମ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛି। ଚଳିତ ବର୍ଷ ଜିଲ୍ଲାରେ ୯୬.୪୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ତେବେ ଜିଲ୍ଲା ଟପ୍ପର ହୋଇଛନ୍ତି ଦୁଇ ଯାଆଁଳା ଭାଇ। ସେମାନେ ହେଲେ ଡାନିଏଲ ଲେଙ୍କା ଏବଂ ଡମ୍ବରୁ ଲେଙ୍କା। ଦୁହେଁ ୫୬୦ ଆଣି ଜିଲ୍ଲା ଟପ୍ପର ହୋଇଛନ୍ତି।
-
3.ଗୋଆର ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଏଥିରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
-
4.ଭାରତ ସରକାରଙ୍କ ଦ୍ୱାରା ସ୍ୱଳ୍ପକାଳୀନ ଭିସା ପ୍ରତ୍ୟାହାର ପରେ ଭାରତ ପଟେ ଫସି ରହିଥିବା ନିଜ ନାଗରିକଙ୍କୁ ସ୍ୱଦେଶ ଫେରିବା ପାଇଁ ପାକିସ୍ତାନ ଶୁକ୍ରବାର ଅଟାରୀ-ୱାଘା ସୀମା ଖୋଲିଛି।
-
5.ଜଣେ ପିଓକେ ଜନ୍ମିତ ବ୍ୟକ୍ତିଙ୍କ ନିକଟରେ ଭାରତୀୟ ପାସପୋର୍ଟ, ଆଧାର କାର୍ଡ ଏବଂ ଭୋଟର ଆଇଡି ଥିଲେ ସୁଦ୍ଧା ତାଙ୍କ ପରିବାର ସଦସ୍ୟଙ୍କୁ ଭାରତ ଛାଡ଼ିବାକୁ କୁହାଯାଇଛି। ତେବେ ସମ୍ପୃକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆଜି ସୁପ୍ରିମ୍କୋର୍ଟ ଆଶ୍ବସ୍ତି ପ୍ରଦାନ କରି ତାଙ୍କ ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇ ଦେଇଛନ୍ତି।
-
6.ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଘନିଷ୍ଠ ଅବସରପ୍ରାପ୍ତ ମେଜର ଜେନେରାଲ ଏଏଲ୍ଏମ୍ ଫଜଲୁର ରେହମାନ କହିଛନ୍ତି, ଯଦି ନୂଆଦିଲ୍ଲୀ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ତାଙ୍କ ଦେଶ ଭାରତର ସାତଟି ଉତ୍ତର-ପୂର୍ବ ରାଜ୍ୟ ଉପରେ ଆକ୍ରମଣ କରି ଦଖଲ କରିନେବା ଉଚିତ ।
-
7. ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଥିଲେ ଯେ ଯିଏ ଆସାମରେ ରହି 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେବ, ତା'ର ଗୋଡ ଭାଙ୍ଗି ଦିଆଯିବ।
-
8.ପାକିସ୍ତାନରୁ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କ ଓକିଲ ମୋମିନ୍ ମଲିକ ଭାରତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି,‘ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ପାକିସ୍ତାନ ଫେରାଇ ଦିଆଯାଉ।
-
9.ରାଜ୍ୟରେ ୬ଟି ନୂଆ ହୋଟେଲ୍ ଓ ରିସୋର୍ଟ ସ୍ଥାପନ କରାଯିବ। ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଏହି ହୋଟେଲ୍ଗୁଡ଼ିକୁ ସ୍ଥାପନ କରାଯିବ। ସିଙ୍ଗଲ୍ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ସମେତ ୩୮୯୮.୫୪ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି।
-
10.ଏନପିସିଆଇ ତା’ର ଏପ୍ରିଲ ୨୬ ତାରିଖର ସର୍କୁଲାରରେ କହିଛି ଯେ ୨୦୨୫ ମସିହା ଜୁନ ୧୬ ରୁ, ୟୁପିଆଇ ଉପଭୋକ୍ତାମାନେ ଟ୍ରାନଜାକସନର ସ୍ଥିତି ଯାଞ୍ଚ କରିବା କିମ୍ବା ପେମେଣ୍ଟ ଫେରାଇବା ସମୟରେ ତୁରନ୍ତ ପ୍ରତିକ୍ରିୟା ଆଶା କରିପାରିବେ। ଟ୍ରାନଜାକସନ ସ୍ଥିତି ଯାଞ୍ଚ କରିବା ପାଇଁ ପ୍ରତିକ୍ରିୟା ସମୟକୁ ୩୦ ସେକେଣ୍ଡରୁ କମାଇ ୧୦ ସେକେଣ୍ଡ କରାଯାଇଛି।
-
11.ରାଜ୍ୟରେ IPS ସ୍ତରରେ ବଡ଼ ଅଦଳବଦଳ। ସୁଶାନ୍ତ କୁମାର ନାଥଙ୍କୁ ମିଳିଲା ବଡ଼ ଦାୟିତ୍ୱ। ନୂଆ ଜେଲ ଡିଜି ହେଲେ ସୁଶାନ୍ତ ନାଥ। କେନ୍ଦ୍ର ଡେପୁଟେଶନରୁ ଫେରିବା ପରେ ମିଳିଲା ନୂଆ ନିଯୁକ୍ତି।
-
12.ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍ କରାଯାଇଛି।
-
13.ଲସ୍କର-ଇ-ତାଏବାର ମୁଖ୍ୟ ହାଫିଜ ସୟିଦର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛନ୍ତି ପାକିସ୍ତାନ ସରକାର ଓ ଆଇଏସଆଇ। ୨୬/୧୧ ଓ ପହଲଗାମ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ପାକିସ୍ତାନରେ ବେଶ ସୁରକ୍ଷିତ ଭାବେ ରହିଛି।
-
14.ସରପଞ୍ଚଙ୍କ ସ୍ଵାମୀ ଏବଂ ଶ୍ଵଶୁରଙ୍କୁ ହତ୍ୟା। ଗୁଣପୁର ପଦ୍ମପୁର ଥାନା ସାରିଗାଡା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଲିକିଟିପଦର ସରପଞ୍ଚଙ୍କ ସ୍ଵାମୀ ଏବଂ ଶ୍ଵଶୁରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
-
15.ଆସନ୍ତା ୬ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। କାଳବୈଶାଖୀ ଅନେକ ଜିଲାରେ ତାଣ୍ଡବ ରଚିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ୮ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ୨୨ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
|
184 |
Y |
|
255 |
03-05-2025 |
English |
- 1.The state government Friday approved 19 projects worth `3,898 crore, which are expected to generate employment for over 7,400 people.
- 2. A Soviet-era spacecraft meant to land on Venus in the 1970s is expected to soon plunge uncontrolled back to Earth, possibly within the first two weeks of May.
- 3. Students of Stewart School, Cuttack have excelled in ICSE and ISC exams, with Tanisha Nayak securing the highest mark in the school in ICSE with 98.4 per cent.
- 4. Uncertainty continues over the proposal to declare areas surrounding the Similipal National Park in Mayurbhanj district as an eco-sensitive zone (ESZ) despite repeated efforts by the Forest department to move the process forward under provisions of the Environment Protection Act, 1986.
- 5. After months of anticipation, the sacred portals of Baba Kedarnath were opened for public darshan Friday.
- 6. The Supreme Court Friday directed authorities not to deport to Pakistan six members of a family, who allegedly overstayed their visa, till their citizenship claim is verified.
- 7. Delhi Chief Minister Rekha Gupta Friday inaugurated 400 new electric buses under the Delhi Electric Vehicle Initiative (DEVI).
- 8. At least 35,000 lives were lost in India due to exposure to extreme hot and cold temperatures between 2001 and 2019, a new study has found.
- 9. India will be asking global multilateral agencies, including the IMF, to have a relook at funds and loans provided to Pakistan, as New Delhi seeks to corner the neighbouring state diplomatically following the dastardly terror attack in Pahalgam last month which killed 26 tourists.
- 10. Prime Minister Shehbaz Sharif Friday urged brotherly countries, including Saudi Arabia, to impress upon India to de-escalate and defuse tensions heightened after the Pahalgam terror attack that killed 26 people.
- 11. Caterham, who is 115, became the world’s oldest living person, according to the Gerontology Research Group, after Sister Inah Canabarro, a Brazilian nun and teacher, died Wednesday at the tender age of 116.
- 12. India’s markets regulator has alleged Pranav Adani, director of several Adani group companies and the nephew of the billionaire founder, shared price sensitive information and breached regulations aimed at preventing insider trading, according a document reviewed by Reuters.
- 13. The Income Tax department has notifi ed ITR form 3 to be fi led by individuals and HUFs having income from business or profession.
- 14. Prime Minister Narendra Modi Friday inaugurated and laid the foundation for projects worth Rs 58,000 crore here that included relaunching the construction of the greenfi eld capital city of Amaravati, which he said was not a mere city but a dream come true.
- 15. Air Marshal Narmdeshwar Tiwari, a distinguished fighter pilot with more than 3,600 hours of flying experience, Friday took charge as the new Vice Chief of the Air Staff. He succeeds Air Marshal S P Dharkar, who superannuated April 30.
|
109 |
Y |
|
256 |
02-05-2025 |
Odia |
-
1.ଉତ୍ତର ପ୍ରଦେଶର ଅଯୋଧ୍ୟାର ହନୁମାନଗଡ଼ୀରେ ୩୦୦ ବର୍ଷ ପରେ ଏକ ପରମ୍ପରା ଭାଙ୍ଗି ଯାଇଛି ଏବଂ ପୀଠର ମୁଖ୍ୟ ମହନ୍ତ ପ୍ରେମଚନ୍ଦ ଦାସ ମନ୍ଦିର ପରିସରରୁ ବାହାରକୁ ଆସିଛନ୍ତି।
-
2.ୟୁକ୍ରେନ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ, ରୁଷ ଏବଂ ଉତ୍ତର କୋରିଆ ମଧ୍ୟରେ ଏକ ବଡ଼ ଚୁକ୍ତି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି।
-
3. ଆମେରିକା ଭାରତକୁ ୧୩୧ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ସାମରିକ ହାର୍ଡୱେୟାର ଏବଂ ଲଜିଷ୍ଟିକ୍ସ ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି।
-
4.ନିକଟରେ ସମାପ୍ତ ଏପ୍ରିଲ୍ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗୁରୁବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଜିଏସଟି ତଥ୍ୟରୁ ଏହା ଜଣାପଡ଼ିଛି ।
-
5.ପାକିସ୍ତାନର ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ବୁଧବାର ଭାରତକୁ ଚେତାବନୀ ଦେଇଛନ୍ତି ଯେ, "ଯଦି ଭାରତ ଆକ୍ରମଣ କରେ, ତେବେ ଏହାର କଡ଼ା ଏବଂ ସୁଚିନ୍ତିତ ଜବାବ ଦିଆଯିବ। ଆକ୍ରମଣର ସ୍ଥାନ ଭାରତ ସ୍ଥିର କରିବ, କିନ୍ତୁ ଏହା କେଉଁଠାରେ ଶେଷ ହେବ ତାହା ଆମେ ସ୍ଥିର କରିବୁ।"
-
6.କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ସର୍କୁଲାର ଅନୁଯାୟୀ ଦେଶରେ ବେଳାଭୂମି ୩୫୩୭.୨୧ କିଲୋମିଟର ବଢ଼ି ୧୧,୦୯୮.୮୧ କିମି ହୋଇଛି। ନୂଆ ପଦ୍ଧତିରେ ହିସାବ କରାଯିବା ପରେ ବେଳାଭୂମିର ଲମ୍ବ ବଢ଼ିଛି। ଓଡ଼ିଶାରେ ୫୭୪.୭୧ କିମିର ସୁଦୀର୍ଘ ବେଳାଭୂମି ଥିବା ଏଥିରେ ଉଲ୍ଲେଖ କରାଯାଇଛି। ପୂର୍ବ ହିସାବ ଅନୁସାରେ ରାଜ୍ୟର ବେଳାଭୂମି ଲମ୍ବ ୪୮୦ କିମି ଥିଲା।
-
7. ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ୨୦୨୫-୨୬ ଋତୁ ପାଇଁ ଆଖୁର ଉଚିତ୍ ଓ ଲାଭଦାୟକ ମୂଲ୍ୟ (ଏଫ୍ଆର୍ପି) କ୍ୱିଣ୍ଟାଲ ପିଛା ୪.୪୧ ପ୍ରତିଶତ ବୃଦ୍ଧି କରି ୩୫୫ ଟଙ୍କା କରିବାକୁ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି।
-
8.କିଟ୍ ଛାତ୍ରୀନିବାସ ଭିତରେ ନେପାଳୀ ଛାତ୍ରୀ ଜୀବନ ହରାଇଥିବା ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୃତ ଛାତ୍ରୀ ପ୍ରୀଶା ଶାହ ନେପାଳର ବୀରଗୁଂଜର ବାସିନ୍ଦା।
-
9.ଭାରତୀୟ ସଙ୍ଗୀତ ପାକିସ୍ତାନରେ ବ୍ୟାନ୍ ହେଲା । ଭାରତୀୟ ଗୀତ ଉପରେ କଟକଣା ପାକିସ୍ତାନ ଲଗାଇଲା । ଏଫଏମ ରେଡିଓରେ ବାଜିବନି ଭାରତୀୟ ଗୀତ । ଭାରତର ଗୀତ ପାକିସ୍ତାନରେ ବ୍ୟାନ ନେଇ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନର ନିଷ୍ପତ୍ତି ନେଇଛି ।
-
10.କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୮ ପ୍ରତିଶତକୁ ବୃଦ୍ଧି କରାଯାଉ।
-
11.ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ ହୋଇଛି । ଜଣେ କବି ଏବଂ ସାହିତ୍ୟକାର ଭାବେ ସେ ବେଶ୍ ଲୋକପ୍ରିୟ ଥିଲେ । ସେ ଘରେ ଆରତୀ କରୁଥିବା ସମୟରେ ତାଙ୍କ କପଡାରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ ।
-
12.ଆନ୍ଧ୍ରପ୍ରଦେଶର ସୀମାଞ୍ଚଳସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପରିସରରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ଚାପ ହୋଇ ୮ଜଣଙ୍କ ଜୀବନ ଯାଇଛି।
-
13.ଆନ୍ଧ୍ରପ୍ରଦେଶର ସୀମାଞ୍ଚଳସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପରିସରରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ଚାପ ହୋଇ ୮ଜଣଙ୍କ ଜୀବନ ଯାଇଛି।
-
14.ଆସନ୍ତା ରଥଯାତ୍ରା ଉତ୍ସବ ସମୟରେ ପୁରୀକୁ ସଂଯୋଗ କରିବା ପାଇଁ ଅତି କମରେ ୩୬୫ଟି ବିଶେଷ ଟ୍ରେନ୍ ଚଳାଚଳ କରିବ।
-
15.ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଭାରତକୁ ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ବିଶ୍ୱବ୍ୟାପୀ କେନ୍ଦ୍ର ହେବାରେ କେହି ରୋକିପାରିବେ ନାହିଁ। ଏହାର ବିଷୟବସ୍ତୁ, ଜନସଂଖ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ସହିତ, ଭାରତ ଖୁବ ଶୀଘ୍ର ଏହି ଶିଳ୍ପରେ ରାଜତ୍ୱ କରିବ।
-
16.ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରାଜ୍ୟର ଏକାଧିକ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଯେଉଁଥିରେ ମେ ୭ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି, ପ୍ରବଳ ପବନ ଏବଂ ଏକାନ୍ତ ଭାରୀ ବର୍ଷାର ପୂର୍ବାନୁମାନ କରାଯାଇଛି।
-
17.ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’। ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ‘ସହଯୋଗ’।
-
18.ଭକ୍ତମାନଙ୍କ ପାଇଁ ଶୁକ୍ରବାରଠାରୁ କେଦାରନାଥ ଧାମର ଦ୍ୱାର ଖୋଲାଯାଇଛି। ପ୍ରଥମ ଦିନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ କେଦାରନାଥ ଧାମରେ ପହଞ୍ଚିଥିଲେ।
-
19.ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନରେ ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି। ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ହେବ ।
-
20.କ୍ରିକେଟ କେନିୟା(ସିକେ) ଆସନ୍ତା ସେପ୍ଟେମ୍ବରରେ ନିଜସ୍ଵ ଫ୍ରାଞ୍ଚାଇଜ୍ଭିତ୍ତିକ ଲିଗ୍ ଆରମ୍ଭ କରିବ। ଦେଶରେ କ୍ରିକେଟ୍କୁ ପୁନର୍ଜୀବିତ କରିବା ଏହି ଲିଗ୍ର ଲକ୍ଷ୍ୟ।
|
196 |
Y |
|
257 |
02-05-2025 |
English |
-
1.In the aftermath of the brutal terror attack in Pahalgam that claimed 26 lives, including many tourists, the United States has strongly backed Prime Minister Narendra Modi and expressed unwavering support for India in its fight against terrorism.
-
2.Pakistan Army has been firing at various Indian positions along the LoC since Thursday night, with India responding effectively to the provocation.
-
3. West Bengal Board of Secondary Education has declared WB Board 10th Result 2025 on May 2, 2025.
-
4.A Nepali undergraduate student found dead in her hostel room in Bhubaneswar’s Kalinga Institute of Industrial Technology (KIIT) on Thursday evening, the second such case in less than three months.
-
5.NCERT drops all portions on Mughals, Delhi Sultanate from Class 7 books, adds Maha Kumbh
-
6.The US Department of Health and Human Services (HHS) and the National Institutes for Health (NIH) have announced the launch of Generation Gold Standard, a next-generation universal vaccine platform designed to combat pandemic-prone viruses.
-
7.In a move to boost Odisha’s civil aviation capabilities, Chief Minister Mohan Charan Majhi chaired a high-level meeting on ‘Flight Operations and Network Building Management’ at Lok Seva Bhawan on Wednesday.
-
8.The Board of Secondary Education (BSE) Odisha will declare the Class 10 (Matric) examination results on Friday at 4 PM. Students can access their scores online from 6 PM onwards via the official website www.bseodisha.ac.in.
-
9. In a bid to enhance the delivery of welfare schemes to the urban poor, the Odisha Government launched a new initiative titled ‘Sahajog’ (meaning cooperation which will initially be implemented in 44 municipalities across eight districts.
-
10.Prof. Chakradhar Tripathi, the Vice Chancellor of Central University of Odisha (CUO) in Koraput, has resigned from his post.
-
11.Girls in Odisha have outperformed boys in both Class X and Class XII examinations conducted by the Council for the Indian School Certificate Examinations (CISCE), New Delhi.
-
12.The Odisha Vigilance arrested Krishna Nayak, Superintendent of Excise, Dhenkanal, after she failed to provide a satisfactory explanation for ₹3 lakh in unaccounted cash recovered from her possession.
-
13.Odisha Chief Minister Mohan Charan Majhi launched the ‘Odisha Shramik Sathi’ mobile app, aiming to provide key welfare services to construction workers at their fingertips.
-
14.The Odisha government has taken a major step toward addressing the grievances of depositors affected by the closure of the Bhubaneswar Urban Cooperative Bank.
-
15.Odisha Chief Minister Mohan Charan Majhi has unveiled ambitious redevelopment plans for SCB Medical College and Hospital in Cuttack, elevating it to an AIIMS++ level institution.
|
125 |
Y |
|
258 |
01-05-2025 |
Odia |
-
1.ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କଲା ଭାରତ। ପାକିସ୍ତାନର ସବୁ ଉଡାଣ ଉପରେ ଲାଗିଲା କଟକଣା।
-
2.ପାକିସ୍ତାନରେ ଭୂକମ୍ପର ଝଟକା। ରିକ୍ଟଟ ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ। ଭୂକମ୍ପ ନେଇ ସ୍ପଷ୍ଟ କରିଛି ଏନସିଏସ। ଭୂକମ୍ପରେ ଏଯାଏଁ କ୍ଷୟକ୍ଷତିର କୌଣସି ଖବର ନାହିଁ।
-
3.ଢାକାକୁ ବିଶ୍ୱର ରିକ୍ସା ରାଜଧାନୀ କୁହାଯାଏ। ସମ୍ପ୍ରତି ବାଂଲାଦେଶର ରାଜଧାନୀ ଢାକାର ରାସ୍ତାଗୁଡ଼ିକରେ ରିକ୍ସା ଚାଳକମାନେ ବେପରୁଆ ଭାବରେ ଗାଡ଼ି ଚାଳନା କରୁଛନ୍ତି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଅଟୋରିକ୍ସାଗୁଡ଼ିକ ପ୍ରତିଦିନ ଲୋକଙ୍କ ଜୀବନ ନେଉଛନ୍ତି।
-
4.କେନ୍ଦ୍ରୀୟ କୋଲକାତାର ଫଲପଟ୍ଟି ମଛୁଆ ନିକଟରେ ଆଜି ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି।
-
5.ଆମେରିକାର ୱାସିଂଟନ ନିକଟରେ ମହୀଶୂରର ବିଜୟନଗରସ୍ଥିତ ଏକ ରୋବୋଟିକ୍ସ କମ୍ପାନି ହୋଲୋୱାର୍ଲ୍ଡର ସିଇଓ ଥିବା ୫୭ ବର୍ଷୀୟ ହର୍ଷବର୍ଦ୍ଧନ କିକେରୀ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ତାଙ୍କ ପତ୍ନୀ ଓ ପୁଅଙ୍କୁ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
-
6.ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଦୀଘାରେ ପ୍ରତିଷ୍ଠା ହୋଇଛି ନୂଆ ଜଗନ୍ନାଥ ମନ୍ଦିର । ୩ ଠାକୁରଙ୍କ ପ୍ରତିମୂର୍ତ୍ତି ରାଜସ୍ଥାନର ଗୋଲାପୀ ବାଲିପଥରରେ ନିର୍ମାଣ କରାଯାଇଛି । ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ଭବ୍ୟ ମନ୍ଦିର ୨୦ ଏକର ଜମିରେ ପଶ୍ଚିମବଙ୍ଗ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି କରିଛନ୍ତି ।
-
7.ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ନେଇ ନିଷ୍ପତ୍ତି ନେଇଛି।
-
8.ନରେନ୍ଦ୍ର ମୋଦୀଙ୍କ ଋଷ ଗସ୍ତ ବାତିଲ। ମେ’ ୯ ତାରିଖ ମସ୍କୋରେ ଭିକ୍ଟ୍ରି ଡେ ପରେଡରେ ଭାଗ ନେବେ ନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା।
-
9.ଅକ୍ଷୟ ତୃତୀୟ ଅବସରରେ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ ୫୧ ଲକ୍ଷ ଚାଷୀ.. ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ।
-
10.ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାକୁ ନେଇ ସୁପ୍ରିମକୋର୍ଟ ଆସନ୍ତାକାଲି (ଗୁରୁବାର) ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଉପରେ ଶୁଣାଣି କରିବେ।
-
11.ଭାରତର ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚ ୨୦୨୫ରେ ୩.୭୩%କୁ ହ୍ରାସ ପାଇଛି, ଯାହା ଫେବୃଆରୀର ୪.୦୧% ତୁଳନାରେ କମ୍ ଅଟେ।
-
12.କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ବାଲେଶ୍ୱର ଓପିଆଇଡି ଅଦାଲତ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
-
13.ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରିକରଛି।
-
14.ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିବା ନେଇ ବୁଧବାରଠୁ ସର୍ଭେ ଆରମ୍ଭ ହୋଇଛି। ଏହି ସର୍ଭେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବ। ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ। ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯିବ । ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।
-
15. ଆଇପିଏଲ୍ ୨୦୨୫ରେ ପଞ୍ଜାବ କିଙ୍ଗ୍ସର ସ୍ପିନ୍ ମାଷ୍ଟର ଯୁଜବେନ୍ଦ୍ର ଚହଲ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଭୟଙ୍କର ପ୍ରଦର୍ଶନ କରି ମ୍ୟାଚକୁ ଓଲଟପାଲଟ କରିଦେଇଛନ୍ତି।
|
153 |
Y |
|
259 |
01-05-2025 |
English |
-
1.In a major decision, the government Wednesday announced that caste enumeration will be included in the next census exercise in a “transparent” manner and slammed the Opposition parties for using caste survey as a “political tool”.
-
2.India Wednesday closed its airspace for flights operated by Pakistan airlines in a fresh retaliatory move amid escalating tensions with the neighbouring country following the Pahalgam terror attack.
-
3.Chief Minister Mohan Charan Majhi Wednesday disbursed `1,025 crore for 51 lakh farmers under the CM-KISAN Assistance Scheme during ‘Krushak Dibas’ held on the occasion of ‘Akshaya Tritiya’ .
-
4.The construction of the three chariots for the annual Rath Yatra and the 21-day Chandan Yatra began on the auspicious occasion of Akshaya Tritiya here Wednesday.
-
5.Chief Minister Mohan Charan Majhi Wednesday laid the foundation stone for a project worth Rs7 crore for development and beautification of poet Jayadev’s birthplace at Kendubilwa village in Khurda district.
-
6.The Odisha government announced an investment of nearly Rs9,200 crore to upgrade healthcare infrastructure by redeveloping four major medical institutions, officials said Wednesday.
-
7.In India, youths and older adults are flourishing more those middle-aged, a study of over 2 lakh people across 22 countries has suggested.
-
8. At least four persons from Jagatsinghpur district were among the 14 killed in the devastating fi re at a hotel in central Kolkata, family sources claimed.
-
9.Mahant Prem Das Wednesday became the fi rst head priest of Ayodhya's Hanuman Garhi in over 300 years to step outside the revered temple's premises as he led a procession to the Ram temple on Akshaya Tritiya festival.
-
10.Wedding-related businesses in Delhi are expected to surpass Rs 1,000 crore in one day as the national capital is witnessing around 21,000 marriages to coincide with Akshaya Tritiya -- an auspicious day in the Hindu calender.
-
11.Defence Minister Rajnath Singh will represent India at Russia’s Victory Day parade May 9 that will mark the 80th anniversary of the Soviet victory over Germany in the Second World War, official sources said Wednesday.
-
12.In a resounding testament to the extensive work done by The Art of Living at the grassroots in border villages, in skill-based rehabilitation of jail inmates, and holistic transformation of schools, the organization has been awarded Best NGO of the Year - 2025 at the prestigious Global CSR & ESG Awards organized by Brand Honchos and Indian CSR Awards in New Delhi.
-
13.The Union government has revamped the National Security Advisory Board (NSAB), appointing former RAW chief Alok Joshi as its new head, along with six other members.
-
14.Twenty-one Manipur MLAs have written to Prime Minister Narendra Modi and Union Home Minister Amit Shah separately, urging them to form a “popular government” in the northeastern state, which is now under the President’s rule, to ensure peace and normalcy.
-
15.Prime Minister Narendra Modi will not attend the 80th anniversary celebrations of Victory Day to be held in Moscow next month.
|
174 |
Y |
|
260 |
30-04-2025 |
Odia |
-
1.ଭାରତର ବିଶ୍ୱସ୍ତ ବନ୍ଧୁ ରୁଷ୍ ଆଜି ଏକ ଚକିତକାରୀ ପଦକ୍ଷେପ ନେଇ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ରୁଷ୍ ଆଜି ନିଜର ଅତ୍ୟାଧୁନିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଚୀନ୍କୁ ପ୍ରଦାନ କରିଛି।
-
2.ପହଲଗାମ ଆକ୍ରମଣରେ ପ୍ରତିଶୋଧ ପାଇଁ ବ୍ଲୁ ପିଣ୍ଟ ପ୍ରସ୍ତୁତ। ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଲେ ପ୍ରଧାନମନ୍ତ୍ରୀ । ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ । ପ୍ରତିରକ୍ଷା ମନ୍ତ୍ରୀ, ଏନଏସଏ, ସିଡିଏସ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ।
-
3.ପେଗାସସ୍ ମାମଲା ସହ ଜଡ଼ିତ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଆଜି କହିଛନ୍ତି ଯେ, କେନ୍ଦ୍ର ସରକାର ଜାତୀୟ ନିରାପତ୍ତା ପାଇଁ ସ୍ପାଇୱେର ବ୍ୟବହାର କରିବା ଭୁଲ୍ ନୁହେଁ।
-
4.ଜମ୍ମୁ-କାଶ୍ମୀର ସରକାର କାଶ୍ମୀରର ୮୭ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୪୮ଟିକୁ ବନ୍ଦ କରିଦେଇଛନ୍ତି।
-
5.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗୱାଇଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ୨୦୨୫ ମେ ୧୪ ତାରିଖରୁ ଜଷ୍ଟିସ୍ ଗୱାଇ ଦେଶର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।
-
6. ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଜଣଙ୍କୁ ଛାଡି ସମସ୍ତ ପାକିସ୍ତାନୀଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦେଲେ।
-
7.ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରବଣ ଜିଲ୍ଲାରେ ଆଜି ବି ମୋବାଇଲ ଟାୱର ବ୍ୟବସ୍ଥା ନଥିଲା। ନକ୍ସଲଙ୍କର ତାଗିଦ ଯୋଗୁଁ ଲୋକେ ମୋବାଇଲ ଧରିବାକୁ ଭୟ କରୁଥିଲେ। ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଗୁଞ୍ଜେପର୍ତ୍ତି ଗ୍ରାମରେ ସୋମବାର ଦିନ ଏକ ମୋବାଇଲ ଟାୱର ସ୍ଥାପନ କରାଯାଇଛି।
-
8.ଏବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୧୬ ହଜାର କୋଟି ଟଙ୍କାର ବେପାର ହେବ ବୋଲି ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡସ୍ମିଥ କନ୍ଫଡେରେସନ ପକ୍ଷରୁ କୁହାଯାଇଛି।
-
9.ପହଲଗାମ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷାକୁ ନଜରରେ ରଖି ଉତ୍ତରାଖଣ୍ଡରେ ଆରମ୍ଭ ହେଉଥିବା ଚାରଧାମ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରା ମାର୍ଗରେ ପ୍ରାୟ ୬ ହଜାର ପୁଲିସକର୍ମୀ, ୧୭ କମ୍ପାନୀ ସଶସ୍ତ୍ର ବାହିନୀ ଓ ୧୦ କମ୍ପାନୀ ଅର୍ଦ୍ଧସୈନିକ ବଳ ନିୟୋଜିତ ହୋଇଛନ୍ତି ।
-
10.ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା। ଶିଶୁ ବାଟିକା, ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ‘ଯାଦୁପେଡି’ ଦିଆଯିବ ।
-
11.କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ମେ’ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ନଦୀ ନାଳଗୁଡ଼ିକରେ ଥିବା କୁମ୍ଭୀର ବସା ବାନ୍ଧି ଅଣ୍ଡା ଦେବେ।
-
12.ଅକ୍ଷୟତୃତୀୟା , ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ ଋତୁ ନିମନ୍ତେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ସହାୟତା କିସ୍ତି ଟଙ୍କା ପ୍ରଦାନ କରିବେ।
-
13.ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୧୦ ଟଙ୍କା ବୃଦ୍ଧି ପାଇଲା । ସରକାର ରାଜ୍ୟରେ ଶ୍ରମିକଙ୍କ ଦରମା ବୃଦ୍ଧି କରିଛନ୍ତି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୫୨ରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୦୨ରୁ ୫୧୨ ଟଙ୍କାକୁ ବୃଦ୍ଧି ପାଇଛି।
-
14.ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଏପ୍ରିଲ ୩୦ ଅକ୍ଷୟ ତୃତୀୟା ଠାରୁ ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଘଣ୍ଟାରେ ଖବର ଶୀର୍ଷକ ପ୍ରସାରଣ କରାଯିବ।
-
15.ଆପଲ ତାମିଲନାଡୁରେ ଟାଟା ଇଲେକ୍ଟ୍ରୋନିକ୍ସର ଏକ ନୂତନ ପ୍ଲାଣ୍ଟରେ ଆଇଫୋନ ଉତ୍ପାଦନ ଆରମ୍ଭ କରିଛି, ଏବଂ ବେଙ୍ଗାଲୁରୁରେ ଫକ୍ସକନ ଦ୍ୱାରା ପରିଚାଳିତ ଦ୍ୱିତୀୟ ପ୍ଲାଣ୍ଟ ଆସନ୍ତା ମାସରୁ ଶିପମେଣ୍ଟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।
-
16.ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ସମସ୍ତ ଅପରେଟିଂ ମାର୍କେଟରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି। କମ୍ପାନୀ ଘୋଷଣା କରିଛି ଯେ, ଗତ ୧୫ ମାସରେ ଉତ୍ପାଦନ ଖରଚ ବୃଦ୍ଧି ହେତୁ ଲିଟର ପିଛା ୨ ଟଙ୍କା ମୂଲ୍ୟ ବୃଦ୍ଧି କରାଯାଇଛି।
-
17.ଭାରତ ହେଉଛି ବିଶ୍ୱର ବୃହତ ଦେଶଗୁଡ଼ିକ ମଧ୍ୟରେ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥନୀତି। ଚଳିତ ବର୍ଷ ୧୫ଟି ଦେଶର ଅର୍ଥନୀତି ଭାରତଠାରୁ ତୀବ୍ରତର ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଆଇଏମଏଫ ଅନୁସାରେ, ଭାରତର ଅର୍ଥନୀତି ଚଳିତ ବର୍ଷ ୬.୨ ପ୍ରତିଶତ ହାରରେ ବୃଦ୍ଧି ପାଇବ।
-
18.୨୦୨୬ ସୁଦ୍ଧା ମିଳିମିଳା ଏବଂ ରୁବେଲାକୁ ସମ୍ପୂର୍ଣ୍ଣ ରୂପେ ପରାହତ କରିବା ପାଇଁ ଓଡ଼ିଶା ସଂକଳ୍ପବଦ୍ଧ। ସେହିପରି ଟିକାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍-୫) ଅନୁଯାୟୀ ଓଡ଼ିଶା ୯୦.୫% ଟିକାକରଣ କଭରେଜ୍ ହାସଲ କରିପାରିଛି।
-
19.ବେଙ୍ଗାଲୁରୁର ସିଦ୍ଧେହଲ୍ଲି ଗାଁର ହନୁମନ୍ତରାଇ ମନ୍ଦିରରେ ପୂଜା କରୁଥିବା ନରସିଂହ ମୂର୍ତ୍ତି ଏବେ ଏକ ନୂତନ ପରିଚୟ ସୃଷ୍ଟି କରୁଛନ୍ତି। ମୂର୍ତ୍ତି ଦାବି କରିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭାବରେ AI ସାହାଯ୍ୟରେ ନିର୍ମିତ ବିଶ୍ୱର ପ୍ରଥମ କନ୍ନଡ ଫିଲ୍ମ ତିଆରି କରିଛନ୍ତି। ଏହି ଫିଲ୍ମକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ରୁ ମଧ୍ୟ ଅନୁମୋଦନ ମିଳିଛି।
-
20.କଲମ୍ବୋରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଭାରତୀୟ ମହିଳା ଦଳ ୧୫ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ତ୍ରିରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳାରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି।
|
167 |
Y |
|