-
ଇନଷ୍ଟାଷ୍ଟ୍ ମେସେଜିଂ ଆପ୍ ହ୍ବାଟ୍ସଆପ୍ ୪୬ ଦିନ ମଧ୍ୟରେ ଭାରତରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଅଚଳ କରିଛି। ଜୁନ୍ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ କମ୍ପାନି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ସରକାରଙ୍କ ନୂଆ ଆଇଟି ନିୟମ ଅନୁଯାୟୀ କମ୍ପାନି ଦାଖଲ କରିଥିବା ରିପୋର୍ଟରେ ଏହା ଦର୍ଶାଇଛି।
-
କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ସୈୟଦ୍ ଅଲି ଶାହ ଗିଲାନୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ସେ ୯୧ ବର୍ଷ ବୟସରେ ଉପନୀତ ହୋଇଥିଲେ।
-
ଆଫଗାନିସ୍ତାନର ଏକମାତ୍ର ପ୍ରଦେଶ ପଂଜଶୀର ଏବେ ତାଲିବାନ ଦଖଲରେ ନାହିଁ। ପଞ୍ଜଶୀର ଦଖଲ କରିବାପାଇଁ ତାଲିବାନ ଗୋଷ୍ଠୀ ଏବେ ବିରୋଧୀ ବିଦ୍ରୋହୀ ବାହିନୀ ସହ ଲଢ଼ୁଛି। ଗତ ରାତିରେ ପ୍ରାୟ ୧୦୦୦ ଆତଙ୍କବାଦୀ ପଞ୍ଜଶୀରରେ ଆକ୍ରମଣ କରିଥିଲେ। ବିରୋଧୀ ବାହିନୀ ମଧ୍ୟ ପ୍ରଚଣ୍ଡ ଆକ୍ରମଣ କରିବାରୁ ୧୧୫ ତାଲିବାନ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ୨ ଶହରୁ ଅଧିକ ଆହତ ହୋଇଛନ୍ତି।
-
ପେଟ୍ରୋଲ୍ ଓ ଡିଜେଲ୍ର ଆକାଶଛୁଆଁ ଦର ସାଧାରଣ ଜନତାଙ୍କୁ ବହୁତ ବାଧୁଥିବା ବେଳେ ଏବେ ହାଣ୍ଡିଶାଳ ଉପରେ ସିଧାସଳଖ ମାଡ଼ କରାଯାଇଛି। ଆଜି ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ଦାମ୍ରେ ଆଉ ୨୫ ଟଙ୍କା ବୃଦ୍ଧି କରାଯାଇଛି।
-
ଭାରତୀୟ ରାଜସ୍ବ ସେବା (ଆୟ କର) ୧୯୮୫ ବ୍ୟାଚ୍ର ବରିଷ୍ଠ ଓଡ଼ିଆ ଅଧିକାରୀ ଜେବି ମହାପାତ୍ର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।
-
ଦିଲ୍ଲୀ ନଏଡାରେ ଭାଙ୍ଗିବ ୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର । ବେଆଇନ ନିର୍ମିତ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।।
-
ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ସୀମୀତ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
-
ହରିଶଙ୍କର-ନୃସିଂହନାଥ ମନ୍ଦିରରେ ବିକାଶମୂଳକ କାମ ୨୦୨୨ ସୁଦ୍ଧା ଶେଷ କରିବା ଲକ୍ଷ୍ୟ ।
-
ଦେଶବ୍ୟାପୀ ‘ଫିଟ୍ ଇଣ୍ଡିଆ କୁଇଜ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବାକୁ ଯୋଗାଇ ଦିଆଯିବ ସୁବିଧା ।
-
ରାଜ୍ୟର ମରୁଡି ସ୍ଥିତି ନେଇ ବିଧାନସଭାରେ ହଙ୍ଗାମା । ବିରୋଧୀ କହିଲେ ୨୭ଜିଲ୍ଲାରେ ପ୍ରଭାବିତ । ଉତ୍ତରରେ କୃଷି ମନ୍ତ୍ରୀ ସ୍ପଷ୍ଟ କଲେ ନାହିଁ, କେତେ ଜିଲ୍ଲାରେ ହୋଇଛି ମରୁଡି ।
-
ଚର୍ଚ୍ଚାରେ ରାଷ୍ଟ୍ରପତି ବାଇଡେନ୍ ଓ ଘନିଙ୍କ ଶେଷ ଫୋନ୍ କଲ୍ । ତାଲିବାନୀଙ୍କ ସହ ୧୦ହଜାରରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଥିବା ନେଇ ବାଇଡେନଙ୍କୁ ସୂଚାଇଥିଲେ ଘନି ।
-
ପଞ୍ଜସିର ନେତାଙ୍କ ସହ ତାଲିବାନର ଆଲୋଚନା ବିଫଳ, ଲଢେଇ ଜୋରଦାର ହେବା ଆଶଙ୍କା ।
-
କରୋନା ନୂଆ ମ୍ୟୁଟାଣ୍ଟକୁ ନେଇ ଚର୍ଚ୍ଚା ! ଚୀନ, ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ସମେତ ୭ଟି ଦେଶରେ ବ୍ୟାପୁଛି ନୂଆ ଭ୍ୟାରିଆଣ୍ଟ ।
-
-ଭାରତରେ ନାହିଁ କୋଭିଡ-୧୯ର C.1.2 ଭାରିଏଣ୍ଟ, ସାରା ବିଶ୍ୱରେ ମିଳିଛି ମାତ୍ର ୧୦୦ଟି ପ୍ରମାଣ: ସ୍ୱାସ୍ଥ୍ୟମନ୍ତ୍ରାଳୟ ।
-
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ବିରାଟ କୋହଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା, ଜୋ ରୁଟ୍ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍।
-
ଶେଷରେ ହାତ ଟେକିଦେଲା ତାଲିବାନ, ଫେଲ ମାରିଲା ସମସ୍ତ ପ୍ଲାନ୍, ଶାନ୍ତି ପାଇଁ ଅପିଲ : ପଞ୍ଜଶୀର ଘାଟିରେ ପୁରାଇଦେଲେନି ମାସୁଦ ସେନା ।
-
ତାଲିବାନୀଙ୍କୁ କ୍ରିକେଟ୍ ଖୁବ୍ ପସନ୍ଦ : ଟେଷ୍ଟ ମ୍ୟାଚ୍ ଖେଳିବାକୁ ଆଫଗାନିସ୍ତାନ ଟିମକୁ ଦେଲା ଅନୁମତି ।
-
ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ସହାୟତାରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ଭିତ୍ତିଭୂମି ପ୍ରସ୍ତୁତ ହେଉଛି । ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ଏହି ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେଉଛି। ଇସ୍ରୋ ଅଧ୍ୟକ୍ଷ ଡ. କେ.ଶିବନ ଏହି ପ୍ରକଳ୍ପର ତଦାରଖ କରୁଛନ୍ତି। ଗତମାସ ୨୬ ତାରିଖରେ ଇସ୍ରୋ ଏହି ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛି।
-
ବୁଧବାର ଖେଳାଯାଇଥିବା ଏସ୍ଏଲ-୩ ପୁରୁଷ ଏକକ ଗ୍ରୁପ-ଏ ପ୍ରଥମ ମ୍ୟାଚରେ ପ୍ରମୋଦ ନିଜର ଅନ୍ୟତମ ଭାରତୀୟ ଯୁଗଳ ଯୋଡ଼ିଦାର ମନୋଜ ସରକାରଙ୍କୁ ୨-୧ ସେଟ୍ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍କୁ ପ୍ରମୋଦ ୨୧-୧୦ରେ ଅତି ସହଜରେ ଜିତି ନେଇଥିଲେ।
-
ଆମେରିକା ଆଫଗାନିସ୍ତାନରୁ କେବଳ ଯେ ତାଲିବାନ ଭୟରେ ନିଜ ସୈନ୍ୟମାନଙ୍କୁ ସମୟ ପୂର୍ବରୁ ପ୍ରତ୍ୟାହାର କରିନେଇଛି ତାହା ନୁହେଁ, ଏଥିସହିତ ଏହା ତାଲିବାନ ଆତଙ୍କି ଗୋଷ୍ଠୀଙ୍କ ପାଇଁ ପ୍ରାୟ ୮୫ ବିଲିଅନ ଡଲାର ମୂଲ୍ୟର ସାମରିକ ସରଞ୍ଜାମ ଆଫଗାନିସ୍ତାନରେ ଛାଡିଯାଇଛି। ପୂର୍ବରୁ କେବଳ ଏକେ ୪୭ ଭଳି ଆଗ୍ନେୟାସ୍ତ୍ରରେ ଆତଙ୍କରାଜ ଚଳାଇଥିବା ତାଲିବାନ ପାଇଁ ଏହା ବରଦାନ ସଦୃଶ ହୋଇଛି।