ଆଜିର ଅନୁଚିନ୍ତା-----
ରାଜା ସବୁବେଳେ ମୁକ୍ତ। ରାଜାର ଚିନ୍ତା ଏବଂ ଚେତନା ସମଗ୍ର ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଭଲ ହେଉ କି ମନ୍ଦ, ରାଜ୍ୟର ଉନ୍ନତି ଅବନତି ପାଇଁ ସ୍ବୟଂ ରାଜ୍ୟମୁଖ୍ୟ ଉତ୍ତରଦାୟୀ।
1.ସଂକ୍ରମଣ ବଢ଼ି ଚାଲିଛି। ବିଶ୍ବରେ ୩ କୋଟି ୩୬ ଲକ୍ଷ ୧୮ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇ ସାରିଥିବାବେଳେ ୧୦ ଲକ୍ଷରୁ ଅଧିକଙ୍କ କରୋନାରେ ମୃତ୍ୟୁ ହୋଇଛି। ବିଶ୍ବରେ ଏବେ ବି ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି।
2. . ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ଏକାଦଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି ।
3. ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ପାଇଁ ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।
4. ନଭେମ୍ବର ୩ରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ, ଅକ୍ଟୋବର ୧୬ ସୁଦ୍ଧା ନାମାଙ୍କନ ଦାଖଲ।
5. ଚୀନ ବିରୋଧରେ ଅଷ୍ଟ୍ରେଲିଆ କରିବ ଭାରତକୁ ସହଯୋଗ’ ସୂଚନା ଦେଲେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ ।
6. -ଶ୍ରୀଲଙ୍କା ସରକାର ର ବଡ଼ ପଦକ୍ଷେପ, ଦେଶରେ ଗୋହତ୍ୟା ଓ ଅନ୍ୟ ପଶୁଙ୍କ ବଳି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ତେବେ କେବଳ ସେହି ଲୋକମାନେ ବିଫ୍ କିଣିପାରିବେ ଯେଉଁମାନେ ଏହାକୁ ଖାଇଥାନ୍ତି ।
7. ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଲକଡାଉନ୍ ପରଠୁ ଏବେସୁଦ୍ଧା ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ଆୟ କରୁଛନ୍ତି । ତାଙ୍କ ନେଟ୍ ଓ୍ୱର୍ଥ ବା ମୋଟ୍ ସମ୍ପତ୍ତି ବୃଦ୍ଧି ପାଇ ୬,୫୮,୪୦୦ କୋଟିରେ ପହଁଚିଛି ।
8. ୧୯୫୯ ମସିହାର ଏଲଏସି ସଂଜ୍ଞାକୁ ଚୀନ୍ ଗ୍ରହଣ କରୁଛି ବୋଲି କହିଛି। ତେବେ ଚୀନର ଏଭଳି ବୟାନକୁ ଭାରତ ଦୃଢ଼ ବିରୋଧ କରିଛି। ଚୀନ ପକ୍ଷରୁ ଏକପାଖିଆ ଭାବେ ନିରୂପିତ ହୋଇଥିବା ୧୯୫୯ ମସିହାର ଏହି ସଂଜ୍ଞା ଭାରତ ପକ୍ଷରେ କଦାପି ଗ୍ରହଣୀୟ ନୁହେଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି।
9. ସରକାରୀ ଜୀବନ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ୨୫% ଅଂଶଧନ ବିକ୍ରି କରିବା ଉପରେ ସରକାର ବିଚାର କରୁଛନ୍ତି। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ଲୋଡ଼ାଯିବ।
10. ଆମାଜନ୍ ପକ୍ଷରୁ ଡେଲିଭରି ଷ୍ଟେସନ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଉତ୍ସବ ଚାହିଦା ପୂରଣ କରିବା ଲାଗି କଂପାନି ୨୦୦ ନୂଆ ଡେଲିଭରି ଷ୍ଟେସନ ଯୋଡ଼ିଛି। ଡେଲିଭରିକୁ ସୁଦୃଢ଼ କରିବା ଲାଗି ଆଇ ହାଭ୍ ସ୍ପେସ୍ ଅଭିଯାନ ଅଧୀନରେ କଂପାନି ୩୫୦ ସହରର ୨୮,୦୦୦ରୁ ଅଧିକ କିରାନା ଦୋକାନକୁ ଯୋଡ଼ିଛି।