ଆଜିର ଅନୁଚିନ୍ତା ......
ଆଘାତ ଏଭଳି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ, କାରଣ ଯେ ପର୍ଯ୍ୟନ୍ତ କାହାଠାରୁ କୌଣସି ଆଘାତ ନ ପାଇଥାଏ ସେପର୍ଯ୍ଯନ୍ତ ସଠିକ୍ ରାସ୍ତାକୁ ଆସି ପାରି ନ ଥାଏ । 1. କୋଭିଡ୍ ସମୟରେ ଭାରତୀୟ ଅତିଧନୀଙ୍କ ସମ୍ପତ୍ତି ପରିମାଣରେ ୨୦% ବୃଦ୍ଧି ଘଟିଥିବା ଜଣାଯାଇଛି। ଆଇଆଇଏଫ୍ଏଲ୍ ହୁରୁନ୍ ଧନୀ ତାଲିକାନୁଯାୟୀ, ୧୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିଧାରୀ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। 2. ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ପୂର୍ବରୁ ଓଡ଼ିଶାକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିବାବେଳେ ଏବେ କୋଭିଡ୍-୧୯ ପରିଚାଳନାରେ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (‘ହୁ’) ଓଡ଼ିଶାକୁ ପ୍ରଶଂସା କରିଛି ।
3. IPL2020: ରାଜସ୍ଥାନ ରାୟଲ୍ସକୁ ୩୭ ରନରେ ପରାସ୍ତ କରି ଆଇପିଏଲରେ ପ୍ରଥମ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ ।
4. ଖୁବ୍ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପ୍ଚେନ ଏମ.ଏସ୍.ଧୋନୀ । ଏକ ୱେବ୍ ସିରିଜରୁ ସେ ବଲିଉଡ ଏଣ୍ଟ୍ରିକରିବେ।
5. ଓଡ଼ିଶାରେ ଆସନ୍ତା ଅକ୍ଟୋବର ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ ଅଫିସ ଚାଲିବ।
6. ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ବୁଧବାର ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍ର ବ୍ୟାବହାରିକ ପରୀକ୍ଷଣ।
7. ଓଡ଼ିଶାରେ ଗାଡ଼ି କାଗଜପତ୍ର, ଡ଼୍ରାଇଭିଂ ଲାଇସେନ୍ସ ଧରି ବୁଲିବା ଝମେଲା ଶେଷ।ଡ଼ିଜିଟାଲ ଲକରରେ ରହିଥିବା ଏହି ପ୍ରମାଣପତ୍ର ହେବ ବୈଧ।
8. ନନ୍ଦକାନନକୁ ଦିନକୁ ଯାଇପାରିବେ ସର୍ବାଧିକ ୧୫ ଶହ ଲୋକ । 9. 28 ବର୍ଷ ପରେ ଆସିଲା ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ରାୟ, ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କଲେ ସ୍ୱତନ୍ତ୍ର କୋର୍ଟ।
10.ଗୁଗୁଲ ମିଟର ଯେଉଁ ମାଗଣା ସେବା ୩୦ ସେପ୍ଟେମ୍ବରରେ ଶେଷ କରାଯିବାକୁ ଘୋଷଣା ହୋଇଥିଲା ତାହାକୁ ମାର୍ଚ୩୧, ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ଘୁଞ୍ଚାଇ ଦେଇଛି । ଅର୍ଥାତ ଗ୍ରାହକମାନେ ଗୁଗୁଲ୍ ମିଟ୍ ମାଗଣା ସେବା ଆଉ ୬ ମାସ ପାଇପାରିବେ।