Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
171 15-06-2025 Odia
  1. 1.ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷାଫଳ ପ୍ରକାଶ ପାଇଛି। ରାଜସ୍ଥାନର ମହେଶ କୁମାର ଦେଶରେ ଟପର୍‌ ହୋଇଛନ୍ତି। ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜସ୍ଥାନର ସର୍ବାଧିକ ଛାତ୍ର ରହିଥିବା ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

  2. 2.ଚଳିତଥର ନିଟ୍-ୟୁଜି ପରୀକ୍ଷା ଦେବାକୁ ଓଡ଼ିଶାରୁ ୬୧ ହଜାର ୧୧୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୯ ହଜାର ୨୩୮ଜଣ ପରୀକ୍ଷା ଦେଇଥିବା ବେଳେ ୩୧ ହଜାର ୬୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି।‌ ଓଡ଼ିଶାର ଏକମାତ୍ର ପରୀକ୍ଷାର୍ଥୀ ଭାବେ ସ୍ନେହାଶିଷ ଦାସ ସର୍ବଭାରତୀୟ ସ୍ତରରେ ୬୦ତମ ସ୍ଥାନରେ ରହିବ‌ା ସହ ରାଜ୍ୟ ଟପର୍‌ ହୋଇଛନ୍ତି।

  3. 3.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଘୋଷଣା କରିଛି ଯେ, ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଆକ୍ସମ୍-୪ ଅଭିଯାନ ଏବେ ଜୁନ୍ ୧୯, ୨୦୨୫ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ ଏକ୍ସ ଫାଲକନ୍ ୯ ରକେଟ୍‌ରେ ଲଞ୍ଚ ହେବାକୁ ଯାଉଛି।

  4. 4.ଇସ୍ରାଏଲର ନୂଆ ଆକ୍ରମଣରେ ଇରାନର ଦୁଇ ଜଣ ଉଚ୍ଚପଦସ୍ଥ ଜେନେରାଲ ନିହତ ହୋଇଥିବା ଇରାନ ନିଶ୍ଚିତ କରିଛି। ଶନିବାର ସକାଳେ ତେଲ ଅବିବରେ ଇରାନର କ୍ଷେପଣାସ୍ତ୍ର ଓ ରକେଟ୍ ମାଡ଼ ହୋଇଥିବା ବେଳେ ଜେରୁଜେଲମ୍ ଓ ଇସ୍ରାଏଲର ଅନ୍ୟାନ୍ୟ ସ୍ଥାନରେ ବି‌େସ୍ଫାରଣ ହୋଇଥିଲା।

  5. 5.ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇ ଇସ୍ରାଏଲ ଆଜି ଚେତାବନୀ ଦେଇଛି ଯେ ଯଦି ତେଲ ଅଭିଭ୍‌ ଉପରେ ଆକ୍ରମଣ ଜାରି ରହେ ତା’ହେଲେ ତେହରାନ ଜଳିଯିବ।

  6. 6.ଅଶୋଧିତ ତେଲ (ବ୍ରେଣ୍ଟ୍‌ କ୍ରୁଡ୍‌) ଦର କାରବାରର କିଛି ସମୟ ମଧ୍ୟରେ ୧୦ ପ୍ରତିଶତ ବଢ଼ିଯାଇଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦରରେ କିଛିଟା ହ୍ରାସ ଘଟି ବ୍ୟାରେଲ୍‌ ପିଛା ଦର ୭୪.୨୩ ଡଲାରରେ ରହିଛି।

  7. 7.ଏଆଇ ୧୭୧ ବିମାନ ନମ୍ବରକୁ ମଧ୍ୟ ହଟାଇ ଦିଆଯିବ। ଅହମଦାବାଦରୁ ଲଣ୍ଡନ ଗଟୱିକ୍‌କୁ ଆସନ୍ତା ୧୭ ତାରିଖରୁ ଉଡ଼ାଣ କରିବାକୁ ଥିବା ବିମାନର ନମ୍ବର ଏଆଇ ୧୭୧ ପରିବର୍ତ୍ତେ ଏଆଇ ୧୫୯ ହେବ। ଏଥିପାଇଁ ବିମାନ ଟିକେଟ ବୁକିଂରେ ଆବଶ୍ୟକ ପରିବର୍ତ୍ତନ ଶୁକ୍ରବାରଠାରୁ କରାଯାଇଛି।

  8. 8.ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଥଯାତ୍ରା ପରଦିନଠୁ ୨୮ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନେ ଗୁଣ୍ଡିଚା ଯାତ୍ରା କରିବେ। ରତ୍ନଭଣ୍ଡାରର ବାକିଆ କାମ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ। ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସାରିବାକୁ ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଡ. ଅରବିନ୍ଦ ପାଢ଼ୀ।

  9. 9.ଗତବର୍ଷ ତୁଳନାରେ ହୀରାକୁଦ ଜଳଭଣ୍ଡାରରେ ଅଧିକ ପାଣି ରହିଥିବା ସତ୍ତ୍ବେ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ପାଣି ଛଡ଼ାଯିବାରେ ଏଥର ପ୍ରାୟ ଏକ ସପ୍ତାହ ବିଳମ୍ବ ହୋଇପାରେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

  10. 10.ଓଡ଼ିଶା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆ ପଦକ୍ଷେପ ନିଆଯାଉଛି। କୋଷ୍ଟଗାର୍ଡ ପକ୍ଷରୁ ଓଡ଼ିଶା ଉପକୂଳରେ ୨ଟି ରାଡାର୍‌ ଷ୍ଟେସନ୍‌ ପ୍ରତିଷ୍ଠା କରାଯିବ। ଗୋପାଳପୁରରେ ମୋବାଇଲ୍‌ ସର୍ଭିଲାନ୍‌ସ ବ୍ୟବସ୍ଥା ରହିବ ଏବଂ ଭୁବନେଶ୍ବରରେ କୋଷ୍ଟାଲ୍‌ କମାଣ୍ଡ୍‌ କେଣ୍ଟ୍ରୋଲ୍‌ ସିଷ୍ଟମ୍ ଗଠନ କରାଯିବ।

  11. 11.ରାଜ୍ୟ ସରକାର ୫ବର୍ଷରେ ଦେଢ଼ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବାକୁ ଘୋଷଣା କରିଥିବାବେଳେ ପ୍ରଥମ ବର୍ଷରେ ପ୍ରାୟ ୨୮ହଜାର ନିଯୁକ୍ତି ଦେଇଛନ୍ତି। ଏଥିପାଇଁ ୯ଟି ନିଯୁକ୍ତି ମେଳା ଆଯୋଜନ କରାଯାଇଥିଲା। ରାଜ୍ୟ ସରକାର ଦ୍ବିତୀୟ ବର୍ଷ ଆରମ୍ଭରୁ ପୁଣି ନିଯୁକ୍ତି ମେଳା କରି ୯୬୦ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି।

  12. 12.ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଗୃହ ଋଣ ସୁଧ ହାର ହ୍ରାସ କରାଯାଇଛି। ରିଜର୍ଭ ବ୍ୟାଙ୍କ ‌ରେପୋ ହାର ୦.୫୦ ପ୍ରତିଶତ ହ୍ରାସ କରିବା ପରେ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି।

  13. 13.ଚୀନ୍‌ର ଏକ ପଦକ୍ଷେପ ବିଶ୍ୱର ବହୁଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ଏଥି ପାଇଁ ଚୀନ୍ ବହୁ ବର୍ଷ ଧରି ପ୍ରସ୍ତୁତ ହେଉଥିଲା ଏବଂ ଏହାକୁ ଏକ ରଣନୈତିକ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଚାହୁଁଥିଲା। ସୁଯୋଗ ପାଇବା ମାତ୍ରେ, ଚୀନ୍ ରେୟାର ଆର୍ଥ ଚୁମ୍ବକର ରପ୍ତାନି ବନ୍ଦ କରିଦେଇଛି।

  14. 14.ନାଇଜେରିଆରେ ଗଣହତ୍ୟା। ଅତିକମ୍‌ରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ହୋଇଥିବା ସୂଚନା ମିଳିଛି। ନାଇଜେରିଆର ବେନ୍ୟୁ ରାଜ୍ୟରେ ଏଭଳି ଅଘଟଣ ଘଟିଛି।

  15. 15.କେଦାରନାଥ ନିକଟରେ ରବିବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରଟି କେଦାରନାଥର ଗୌରୀକୁଣ୍ଡ ଜଙ୍ଗଲରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୫ ଯାତ୍ରୀ ଓ ୨ ପାଇଲଟଙ୍କୁ ମିଶାଇ ମୋଟ ୭ ଜଣ ଥିଲେ। ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

137 Y
172 15-06-2025 English
  1. 1.The National Testing Agency (NTA) declared the results of National Eligibility cum Entrance Test (NEET) 2025 for admission into undergraduate medical courses across India.While Mahesh Kumar from Rajasthan topped the examination followed by Madhya Pradesh's Utkarsh Awadhiya and Maharashtra's Krishang Joshi, Snehasis Das from Odisha secured 60th position in top 100-list in NEET All India Rank becoming the state topper.

  2. 2.All seven people on board, including a 23-month-old infant and the pilot, lost their lives when a helicopter en route from Kedarnath Dham to Guptkashi crashed early Sunday morning in the Gaurikund area of Uttarakhand's Rudraprayag district.

  3. 3.An official of the Employees Provident Fund Organisation (EPFO) in Odisha was arrested by the CBI for taking a bribe of Rs 10,000 from a chartered accountant for approving applications about two companies, an official said on Saturday. 

  4. 4.The Shree Jagannath Temple Administration (SJTA) has urged the Archaeological Survey of India (ASI) to expedite the repair and conservation work of Srimandir Ratna Bhandar in order to ensure it is completed by July 6, offi cial sources said, Saturday.

  5. 5.The Crime Branch (CB) has made signifi cant progress in the Rs 1.08-crore digital arrest scam with the arrest of two more fraudsters from Gujarat, bringing the total number of arrests in the case to six, offi cial sources said Saturday.

  6. 6.Prime Minister Narendra Modi is scheduled to participate in a Triranga Yatra and hold a roadshow before attending an event marking the fi rst anniversary of the BJP's maiden government in Odisha June 20, a senior minister said

  7. 7.FPIs bring in Rs3,346.94 crore into the Indian stock markets this week, as investor confidence rises after RBI’s rate cut decision.

  8. 8.South Africa won the World Test Championship against titleholder Australia by five wickets after knocking off the last 69 runs required on the fourth morning of the fi nal Saturday.

  9. 9.In a major development, the security forces in joint operations, have recovered 328 rifl es and around 9,300 different types of ammunition in restive Manipur, offi - cials said here Saturday.

  10. 10.The lone Aam Aadmi Party (AAP) MLA Mehraj Malik Saturday announced withdrawal of his support to the National Conference-led government in Jammu and Kashmir.

  11. 11.Rebel Akali leader and former Punjab minister Sikandar Singh Maluka was Saturday re-inducted into the party fold. According to a statement issued by the Shiromani Akali Dal, Maluka rejoined the party in the presence of party chief Sukhbir Singh Badal

  12. 12.Prime Minister Narendra Modi will undertake a three-nation tour starting Sunday, during which he will take part in the G7 Summit in Canada, and visit Cyprus and Croatia to shore up India’s bilateral cooperation with these two countries.

  13. 13.Israel’s surprise attack on Iran had an obvious goal of sharply disrupting Tehran's nuclear programme and lengthening the time it would need to develop an atomic weapon.

  14. 14.A man posing as a police offi cer shot and killed a Minnesota lawmaker and her husband in a brazen attack at their home early Saturday, and a second lawmaker and his wife were wounded in a separate shooting in what Gov. Tim Walz described as “targeted political violence.”

  15. 15. Indian gymnast Pranati Nayak clinched a bronze medal in the vault fi nal at the 12th Senior Women's Asian Artistic Gymnastics Championships in Jecheon, South Korea, Saturday.

103 Y
173 14-06-2025 Odia
  1. 1.କ୍ରୋଏସିଆର ଜଣେ ସଙ୍ଗୀତ ଶିକ୍ଷକ ଫ୍ରାନୋ ସେଲାକଙ୍କ ଜୀବନ ଏକ ଫିଲ୍ମ କାହାଣୀଠାରୁ କମ ନୁହେଁ। ୧୯୨୯ ମସିହାରେ ଜନ୍ମ ହୋଇଥିବା ସେଲାକ ସାତ ଥର ମୃତ୍ୟୁକୁ ଜୟ କରିଛନ୍ତି ଅର୍ଥାତ୍‌ ମୃତ୍ୟୁମୁଖରୁ ଫେରି ଆସିଛନ୍ତି। ଶେଷରେ ଲଟେରୀରେ ପ୍ରାୟ ୧୦ କୋଟି ଟଙ୍କା (୧ ମିଲିୟନ ଡଲାର) ଜିତି ଦୁନିଆରେ ଚର୍ଚ୍ଚିତ ହୋଇଛନ୍ତି।

  2. 2.ଇସ୍ରାଏଲ ଆକ୍ରମଣରେ ଇରାନ ରିଭଲ୍ୟୁସନରୀ ଗାର୍ଡ ମୁଖ୍ୟ ହୁସେନ ସଲାମୀଙ୍କ ସମେତ ୨୦ରୁ ଅଧିକ ଶୀର୍ଷ କମାଣ୍ଡର ନିହତ ହେବା ଇରାନକୁ ସ୍ତବ୍ଧ କରିଦେଇଛି।

  3. 3.ଇରାନର ସାମରିକ ଓ ଆଣବିକ ପ୍ରତିଷ୍ଠାନ ସମେତ ଏକାଧିକ ଅଞ୍ଚଳରେ ଇସ୍ରାଏଲର ମାରାତ୍ମକ ଏୟାର୍‌ ଷ୍ଟ୍ରାଇକ୍ ଭୀ‌ଷଣ ବିପର୍ଯ୍ୟୟ ଘଟାଇଛି। ଇରାନର ୧୦୦ ଟାର୍ଗେଟ୍‌ ଧ୍ବଂସ କରିଥିବା ଇସ୍ରାଏଲ ଦାବି କରିଛି।

  4. 4.ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍ କ୍ଷେତ୍ରକୁ ଦୁଇଟି ବଡ଼ ପ୍ରକଳ୍ପ ଆସିଛି। ଖୋର୍ଦ୍ଧାରେ ୮୮୫ କୋଟି ଟଙ୍କା ନିବେଶରେ ଏମ୍‌ଏଏସ୍‌ ଇଣ୍ଡିଆ କ୍ଲଥିଂ ଏହାର ପ୍ରୋସେସିଂ ମିଲ୍‌ ସ୍ଥାପନ କରିବ। ଇସୋଲୟଡ୍‌ ଇଞ୍ଜିନିୟରିଂ ଟେକ୍ନୋଲୋଜିସ୍‌ ତରଫରୁ ଯାଜପୁରରେ ୫୧ କୋଟି ଟଙ୍କା ନିବେଶରେ ଏକ ସେରାମିକ୍ ଫାଇବର୍‌ କାରଖାନା ସ୍ଥାପନ କରାଯିବ।

  5. 5.ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ୩୧ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଦୈନିକ ତାଲିମ୍‌ ଭତ୍ତା ୨୮ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ୨୦୨୫ ମେ’ ପହିଲାଠାରୁ ଲାଗୁ ହେବ। ଓଡ଼ିଶାରେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ୭୦୦ରୁ କମ୍ ଅଛି।

  6. 6.ବୋଇଂ କମ୍ପାନି ଦ୍ବାରା ନିର୍ମିତ ୭୮୭-୮ ଡ୍ରିମଲାଇନର୍‌ ବିମାନର ଭୟଙ୍କର ଦୁର୍ଘଟଣା ଅହମଦାବାଦରେ ହେବାର ପ୍ରଭାବ କମ୍ପାନିର ସେୟାର ମୂଲ୍ୟ ଉପରେ ମଧ୍ୟ ପଡ଼ିଛି। ଆମେରିକାରେ ଏହି କମ୍ପାନିର ସେୟାର ମୂଲ୍ୟ ଆଜି ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

  7.  7.ତେହେରାନ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଖାମେନି ସଶସ୍ତ୍ର ବାହିନୀର ନୂତନ ଚିଫ୍ ଅଫ୍ ଷ୍ଟାଫ୍ ଭାବରେ ଅବଦୋଲରହିମ୍ ମୁସାଭି, ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସର ନୂତନ କମାଣ୍ଡର ଭାବରେ ମହମ୍ମଦ ପାକ୍ପୌର ଏବଂ ଖତମ୍ ଅଲ୍-ଅନବିୟା କେନ୍ଦ୍ରୀୟ ମୁଖ୍ୟାଳୟର ନେତୃତ୍ୱ ନେବା ପାଇଁ ଅଲି ସାଦମାନିଙ୍କୁ ନାମିତ କରିଛନ୍ତି।

  8. 8.ଦେଶର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୨.୮୨%କୁ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ। ଖାଦ୍ୟ ମୂଲ୍ୟରେ ନିୟନ୍ତ୍ରଣ ପାଇଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ବୁଧବାର ଏନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

  9. 9.ପଲ୍ଲୀର ଆମ୍ବର ସ୍ୱାଦ ଚାଖିବେ ଦିଲ୍ଲୀବାସୀ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ଦେଶର ରାଜଧାନୀ ଦିଲ୍ଲୀକୁ ୨୦ କୁଇଣ୍ଟାଲ ମଲ୍ଲିକା ଓ ଆମ୍ରପଲ୍ଲୀ ଆମ୍ବ ଯାଇଛି।

  10. 10.ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଲାଗିରହିବ ବର୍ଷା। ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ରାଜ୍ୟର ଅନେକ ଜିଲ୍ଲାରେ ହେବ ମୌସୁମି ବର୍ଷା। ସେପଟେ ୨୦ ତାରିଖ  ଯାଏଁ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ଓ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।

  11. 11.ମର୍ସିଡିଜ-ବେଞ୍ଜ ଭାରତୀୟ କାର ବଜାରରେ ଏହାର ସୁପର ଲଗଜରୀ ଏସୟୁଭି ଏଏମଜି ଜି ୬୩ର ଏକ ନୂତନ କଲେକ୍ଟର ସଂସ୍କରଣ ଲଞ୍ଚ କରିଛି। ବିଶେଷ କଥା ହେଉଛି ଏହି ନୂତନ ସଂସ୍କରଣର କେବଳ ୩୦ ୟୁନିଟ୍ ବିକ୍ରୟ ପାଇଁ ଉପଲବ୍ଧ ହେବ।

  12. 12.ପୁରୀ ରେଳ ଷ୍ଟେସନରେ ମକ୍ ଡ୍ରିଲ୍। ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଯାତ୍ରୀ ପୁରୀ ଆସିବାକୁ ଥିବାରୁ ଯଦି ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ କିଭଳି ମୁକାବିଲା କରିହେବ ସେ ନେଇ ଓଡ଼ିଶା ପୁଲିସ ଓ ରେଲୱେ ସୁରକ୍ଷା ବାହିନୀ ଏହି ମକ୍ ଡ୍ରିଲ କରିଛନ୍ତି।

  13. 13.ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଶୁଭ ଉଦଘାଟନର ଆୟୋଜନ କରାଯାଇଥିଲା। ୨୧ ଜୁନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

  14. 14.କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ।୧୧ ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ କରାଯିବ। ଏହା ଦ୍ୱାରା ୧୦,୫୮୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

  15. 15.ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ନେତା ବିଜୟ ରୂପାନୀ ମଧ୍ୟ ଏହି ବିମାନରେ ଥିବାରୁ ବଞ୍ଚି ପାରିଲେ ନାହିଁ। ପୂର୍ବରୁ ମଧ୍ୟ ବିଜୟଙ୍କ ପରିବାର ସହିତ ଏପରି ଏକ ଅକାଳ ଦୁର୍ଘଟଣା ଘଟିଥିଲା। ତା’ପରେ ତାଙ୍କ ପୁଅର ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

129 Y
174 14-06-2025 English

 

 

  1. 1.India has abstained again on a General Assembly resolution critical of Israel, saying that the efforts should be focused on bringing the two sides in the Gaza conflict closer to find a solution based on dialogue and diplomacy.

  2. 2.In a tragedy that claimed the lives of 241 passengers, only one man survived the Air India flight crash in Ahmedabad, Vishwas Kumar Ramesh. Currently undergoing treatment at Civil Hospital in Ahmedabad, Ramesh is reported to be in stable condition. 

  3. 3.Israel launched blistering attacks on the heart of Iran’s nuclear and military infrastructure Friday, deploying warplanes and drones previously smuggled into the country to attack key facilities and kill top generals and scientists -- a barrage it said was necessary before its adversary got any closer to building an atomic weapon.

  4. 4.The state Crime Branch (CB) has arrested a woman from West Bengal for her alleged involvement in a `75.10-lakh investment fraud case, an official said Friday.

  5. 5.The Supreme Court Friday pulled up a litigant for filling repeated pleas and rejected his petition seeking revocation of the ‘Z’ plus security cover provided to industrialist Mukesh Ambani and his family members, saying arm-twisting of the court’s process cannot be allowed.

  6. 6.India has asked Indian Rare Earths Limited (IREL) to suspend a 13-year-old agreement on rare earth exports to Japan and to safeguard supplies for domestic needs, sources said, aiming to reduce India's dependence on China.

  7. 7.The State Level Single Window Clearance Authority (SLSWCA), chaired by Chief Secretary Manoj Ahuja, has approved 17 investment proposals worth Rs 3,878.86 crore in Odisha.

  8. 8. Odisha government has announced plans to open Jan Poshan Kendras in every panchayat across the state. These centres will provide essential food items such as rice, atta, sugar, salt, and pulses at subsidised rates.

  9. 9.The state government Friday hiked the daily duty allowance of civil defence volunteers from Rs31 toRs150, officials said. Similarly, the daily training allowance of volunteers has been enhanced to Rs140 from Rs28. Chief Minister Mohan Charan Majhi approved a proposal in this regard. The new allowance will be implemented retrospectively from May 2025, the Chief Minister's Offi ce (CMO) said.

  10. 10.Assam Chief Minister Himanta Biswa Sarma Friday said that shootat-sight orders will be in force at night in Dhubri district, bordering Bangladesh, as a communal group is trying to create disturbances which the government will not tolerate.

  11. 11.Prathamesh Arvind Rajeshirke, a 2021-batch IAS officer, has been appointed as the Commissioner of Berhampur Municipal Corporation (BeMC), said the notification. Rajeshirke was earlier serving as the Sub-Collector of Balasore with additional charge of Executive Officer, Balasore Municipality.

  12. 12.The State Water Informatics Centre (SWIC), under the Department of Water Resources, in collaboration with the Indian Institute of Technology, Bhubaneswar (IIT BBSR) organised a technical workshop on ‘Introduction of Best Practices in Data Management and Digitization for Water Resources Monitoring using Artificial Intelligence (AI)’ .

  13. 13.A fast track court here sentenced 16 men to life imprisonment for the murder of a local BJP leader in an altercation three years ago, a counsel said Friday.

  14. 14. Aviation watchdog DGCA Friday ordered enhanced safety inspection of Air India's Boeing 787 Dreamliner fl eet powered by GEnx engines, a day after 241 people onboard died in the plane crash in Ahmedabad.

  15. 15. The International Finance Corporation and the World Bank have approved a concessional loan of $700 million for a major mining and resource development initiative in Pakistan, according to a media report.

92 Y
175 13-06-2025 Odia
  1. 1.ଅହମଦାବାଦ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର୍‌ ଇଣ୍ଡିଆ ବିମାନଟି ଉଡ଼ାଣ ପାଇଁ ଆବଶ୍ୟକ ବେଗ ହାସଲ କରିବାରେ ବାଧା ସୃଷ୍ଟି ହୋଇଥାଇପାରେ ଏବଂ ଉଭୟ ଇଂଜିନ୍‌ ଫେଲ୍‌ କରିବା ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବୋଇଂ ୭୮୭-୮ ଡ୍ରିମ୍‌ଲାଇନର୍‌ ବିମାନରେ ୨୩୦ ଜଣ ଯାତ୍ରୀ, ୧୦ ଜଣ କ୍ରୁ ମେମ୍ବର ଏବଂ ଦୁଇ ଜଣ ପାଇଲଟଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ। 

  2. 2.ଗୁରୁବାର ଅପରାହ୍ଣରେ ଘଟିଥିବା ଏୟାର୍ ଇଣ୍ଡିଆ ବିମାନ (ଏଆଇ-୧୭୧) ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ବିମାନରେ ୧.୨୫ ଲକ୍ଷ ଲିଟର ଇନ୍ଧନ ଥିଲା। ନିଆଁ ଏତେ ଦ୍ରୁତ ଗତିରେ ଲାଗିଥିଲା ଯେ ସେମାନଙ୍କୁ ବଞ୍ଚାଇବାର କୌଣସି ସୁଯୋଗ ନଥିଲା।

  3. 3.ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଇଏ କେବଳ ଜଣେ ହିଁ ଯାତ୍ରୀ ଯିଏ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୧୧-ଏ ସିଟରେ ବସିଥିବା ଯାତ୍ରୀ ରମେଶ ବିଶ୍ବାସ କୁମାର ବିମାନରୁ ଡେଇଁ ପଡିବା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

  4. 4.ଇରାନ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଆକ୍ରମଣର କାରଣ ଜଣାପଡ଼ି ନ ଥିଲେ ହେଁ ଇସ୍ରାଏଲର ଏହି ପଦକ୍ଷେପ ଆଉ ଏକ ଯୁଦ୍ଧର ସଙ୍କେତ ଦେଇଛି। 

  5. 5.୨୦୨୯ ସାଧାରଣ ନିର୍ବାଚନଠାରୁ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି।

  6. 6.ଦେଶର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୨.୮୨%କୁ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ। ଖାଦ୍ୟ ମୂଲ୍ୟରେ ନିୟନ୍ତ୍ରଣ ପାଇଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି।

  7. 7.ଭାରତରେ ମୋଟ ଟେଲିଫୋନ୍ ସଂଯୋଗ ମାର୍ଚ୍ଚ ୨୦୧୪ରେ ୯୩.୩ କୋଟିରୁ ବୃଦ୍ଧି ପାଇ ଏପ୍ରିଲ ୨୦୨୫ରେ ୧୨୦+ କୋଟିରେ ପହଞ୍ଚିଛି। ଭାରତରେ ସାମଗ୍ରିକ ଟେଲି-ଘନତା ଯାହା ମାର୍ଚ୍ଚ ୨୦୧୪ରେ ୭୫.୨୩% ଥିଲା, ତାହା ଅକ୍ଟୋବର ୨୦୨୪ରେ ୮୪.୪୯%କୁ ବୃଦ୍ଧି ପାଇଛି।

  8. 8.ସ୍ଵାମୀଙ୍କ ଶାରୀରିକ ଦୁର୍ବଳତା/ଅକ୍ଷମତା ପ୍ରସଙ୍ଗରେ ଆକ୍ଷେପ କରି ମନ୍ତବ୍ୟ ଦେବା ଓ ତାଙ୍କର ଏଭଳି ସ୍ଥିତି ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଏକ ପ୍ରକାର ମାନସିକ ନୃଶଂସତା। ବିବାହ ବିଚ୍ଛେଦ ନିର୍ଦ୍ଦେଶ ପ୍ରଦାନ ପାଇଁ ଏପରି କାରଣ ପର୍ଯ୍ୟାପ୍ତ ଆଧାର ବୋଲି ହାଇକୋର୍ଟ କହିଛନ୍ତି। 

  9. 9.ଲମ୍ବା ଆଇନଗତ ଲଢ଼େଇ ପରେ ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ କୋର୍ଟରେ ହାଜର ହୋଇ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିଲେ।

  10. 10.ସରକାରୀସ୍ତରରେ ଏଥର ରଜ ପାଳନ ହେବ। ସରକାର ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ‘ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ’ନାଁରେ ଚଳିତ ବର୍ଷ ରଜ ପାଳିତ ହେବ। ଏନେଇ ସବୁ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଏହି ଚିଠିରେ ଏସ୍‌ପି ଜାରି କରାଯାଇଛି। 

  11. 11.ଗତ ମେ’ ମାସ ୩୦ ତାରିଖ ଦିନ ଖଣି ବ୍ୟବସାୟଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତରେ ଧରାପଡ଼ି ଜେଲ୍‌ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। 

  12. 12.ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଛି।  ପ୍ରଥମ ପର୍ଯ୍ୟାୟ ମେଧା ତାଲିକା..  କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍‌ଅଫ୍‌ ତାଲିକା ପ୍ରକାଶ.। ସର୍ବାଧିକ କଟ୍‌ଅଫ୍‌ ସହ ଆଗରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ।

  13. 13.ଭିଜାଲାନ୍ସ ଜାଲରେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ଜଣେ ଅଧିକାରୀ । ୧୦ ହଜାର ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ଧରିଛି ସିବିଆଇ ।

  14. 14.ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଥିବା ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ଡକାୟତି ହୋଇଛି। ବ୍ୟାଙ୍କର ୪ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୭ ଲକ୍ଷ ୫୨ ହଜାର ଟଙ୍କା ଲୁଟି ନେଇଛନ୍ତି । 

  15. 15.ରିପୋର୍ଟ ଅନୁସାରେ, ଦୁନିଆରେ ବୋଇଂ ବିମାନର ପ୍ରାୟ ୬ ହଜାର ଦୁର୍ଘଟଣା ଓ ଅଘଟଣ ସାମିଲ ଅଛି । ଏଥିରୁ ୪୧୫ ବଡ଼ ଆକାରର । ଏହି ସବୁ ଦୁର୍ଘଟଣାରେ ଅତି କମରେ ୯୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ସାରା ଦୁନିଆରେ ଉଡାଣ ଭରୁଥିବା ବିମାନ ମଧ୍ୟରେ ୪୦୦୦ରୁ ଅଧିକ ବିମାନ ବୋଇଂ ୭୩୭-୮୦୦ । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଏସିଆ, ୟୁରୋପ ଓ ଉତ୍ତର ଆମେରିକାର ପରି ପ୍ରମୁଖ ମହାଦେଶରେ ବୋଇଂ ବିମାନକୁ ଅଧିକ ବ୍ୟବହାର କରାଯାଇଥାଏ ।

133 Y
176 13-06-2025 English
  1. 1.Indian Space Research Organisation (ISRO) is working closely with Axiom Space, NASA, SpaceX as they responsibly address the ISS Zvezda module observation causing the Ax-4 delay.

  2. 2.Captain Sumeet Sabharwal and First Officer Clive Kunder are among 241 passengers and crew killed in the Air India plane crash in Ahmedabad on Thursday afternoon. Together, they had 9,300 hours of flying experience.

  3. 3.A passenger on board the London-bound Air India fl ight that crashed near the Ahmedabad airport Thursday afternoon survived the horrific incident in a miraculously way, a doctor at the city civil hospital said.

  4. 4.At least five MBBS students, one PG resident doctor and the wife of a superspecialist doctor of the BJ Medical College in Ahmedabad were killed and over 60 medical students injured when an Air India plane crashed into the college complex.

  5. 5.India ranked 129 last year out of 146 countries. “India ranks 131st in the Global Gender Gap Index 2025 rankings, with an overall gender parity score of 64.4 per cent. Compared to the 2024 edition.

  6. 6.The UN refugee agency says the number of people forcible displaced by violence and persecution around the world has risen to more than 122 million, up by about 2 million from last year and a near-doubling over the last decade.

  7. 7.The Palestinian death toll from the 20-month Israel-Hamas war passed 55,000, the Gaza Health Ministry said Wednesday, and hospitals said at least 21 people were killed while on their way to aid distribution sites.

  8.  8.As part of the celebration of his government’s completion of one year in office, Chief Minister Mohan Charan Majhi Thursday flagged off the ‘Vikas Vahan’, vehicles to make people across Odisha aware of the welfare schemes launched by the BJP regime at the Centre and in the state.

  9. 9.In a significant move towards ensuring punctuality and accountability at government offices, the state government has directed all the departments to install biometric attendance systems where they are yet to be installed.

  10. 10.Chief Minister Mohan Charan Majhi Thursday flagged off direct flight services to Abu Dhabi from Biju Patnaik International Airport (BPIA).

  11. 11.State Higher Education department has released the Phase-I merit list for admissions to Undergraduate (UG) (Plus III) courses for the academic session 2025–26. The list was offi cially published at 11am Thursday.

  12. 12.To mark the World Day Against Child Labour, the state government Thursday launched the innovative ‘Radio on Wheels’ initiative, along with a 15-day state-wide awareness campaign to raise public awareness and encourage collective action against child labour.

  13. 13.People are facing an acute water shortage in several parts of Himachal Pradesh's Hamirpur district as intense summer heat continues to deplete water sources, forcing residents to rely on costly private water suppliers.

  14. 14. Punjab-based social media infl uencer Kanchan Kumari was found dead in an abandoned car in the parking lot of Adesh University in Bathinda district, police said Thursday.

  15. 15. China Thursday hinted at holding talks with India over its restrictions on export of rare earth materials, saying it is willing to enhance dialogue and cooperation with relevant countries to keep industrial supply chains stable.

105 Y
177 12-06-2025 Odia
  1. 1.ନାଇଟ୍ ଫ୍ରାଙ୍କ ଗ୍ଲୋବାଲ୍ ୱେଲଥ୍ ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ କୋଟିପତି ବ୍ୟକ୍ତିଙ୍କ (HNWIs) କେନ୍ଦ୍ର ଭାବେ ଉଭା ହୋଇଛି। ଯେଉଁଠାରେ ୮୫,୬୯୮ ଜଣ ଲୋକଙ୍କର ମୋଟ ସମ୍ପତ୍ତି ୧୦ ମିଲିୟନ ଡଲାରରୁ ଅଧିକ।

  2. 2.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲାର ସିଇଓ ଏଲନ ମସ୍କ ଗତ କିଛି ଦିନ ଧରି ପରସ୍ପର ବିରୋଧରେ ଖୋଲାଖୋଲି କଥା କହୁଛନ୍ତି। ମସ୍କ ଏକ ପୋଷ୍ଟରେ ଟ୍ରମ୍ପଙ୍କୁ ସମାଲୋଚନା କରି କହିଥିଲେ, ସେ ମୋ ବିନା ନିର୍ବାଚନ ହାରି ଯାଇଥାନ୍ତେ। ମସ୍କ ଏକ୍ସ ପୋଷ୍ଟ ମାଧ୍ୟମରେ ତାଙ୍କ ପୋଷ୍ଟ ପାଇଁ ଦୁଃଖ ପ୍ରକାଶ କରିଥିଲେ। 

  3. 3.ଡ଼ିଶା ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପେନସନ୍ ଗ୍ରହଣ କରିବାକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଘରେ ପେନସନ୍ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ।

  4. 4.ବିହାରର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଚଳିତ ବର୍ଷ ହେବାକୁ ଥିବା ବିହାର ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛି ଆମ୍ ଆଦମୀ ପାର୍ଟି। ତେବେ ପାର୍ଟି ସଭିଙ୍କୁ ଚକିତ କରି ସମସ୍ତ ସିଟ୍‌ରେ ଲଢିବାକୁ ଘୋଷଣା କରିଛି। 

  5. 5.କ୍ୟାବିନେଟ ବୈଠକରେ ରେଳ ମନ୍ତ୍ରଣାଳୟର ଦୁଇଟି ମହତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ସମୁଦାୟ ୬,୪୦୫ କୋଟି ଟଙ୍କା ଖର୍ଚ୍ଚ ହେବ। ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର ସାତ ଜିଲ୍ଲାକୁ ସାମିଲ କରି ଭାରତୀୟ ରେଲଓ୍ଵେର ଦୁଇଟି ମଲଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। 

  6. 6.ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ରଥଯାତ୍ରା ପରଦିନ ଅର୍ଥାତ୍‌ ୨୮ ତାରିଖରୁ ପୁଣି ଆରମ୍ଭ ହେବ।

  7. 7.ପୁରୀ ସ୍ନାନ ପୂର୍ଣ୍ଣିମାରେ ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ  ବରିଷ୍ଠ ସେବାୟତଙ୍କୁ ହତ୍ୟା । ପୁରୀ ଗୁଡିଆ ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ । 

  8. 8.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ବାଣିଜ୍ୟ ଚୁକ୍ତିର ଅଂଶ ଭାବେ, ଚାଇନା ଆମେରିକାକୁ ଦୁର୍ଲଭ ପୃଥିବୀ ଖଣିଜ ପୂର୍ବରୁ ଯୋଗାଇବ ଏବଂ ଚାଇନା ଛାତ୍ରମାନଙ୍କ ପାଇଁ ଭିସା ମଞ୍ଜୁର କରିବ।

  9. 9.୨୦୨୦ ସୁଦ୍ଧା ସମଗ୍ର ବିଶ୍ୱରେ ମୁସଲମାନଙ୍କ ସଂଖ୍ୟା ୨ ବିଲିୟନ ଥିବା ବେଳେ ୨୦୧୦ରେ ଏହା ୧.୭ ବିଲିୟନ ଥିଲା, ଯାହା କି ୨୧% ବୃଦ୍ଧିକୁ ଦର୍ଶାଉଛି। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱର ଜନସଂଖ୍ୟା ମାତ୍ର ୧୦% ବୃଦ୍ଧି ପାଇଛି। ଫଳରେ ଦଶନ୍ଧି ମଧ୍ୟରେ ବିଶ୍ୱ ଜନସଂଖ୍ୟାରେ ମୁସଲମାନ ଭାଗ ୨୪%ରୁ ୨୬%କୁ ବୃଦ୍ଧି ପାଇଛି।

  10. 10.ଲଗାତାର ପଞ୍ଚମ ଦିନ ପାଇଁ ଆମେରିକାର ଦ୍ବିତୀୟ ବୃହତ୍ତମ ସହର ଲସ୍ ଏଞ୍ଜେଲସ୍‌ରେ ବିକ୍ଷୋଭ ଜାରି ରହିଥିବାରୁ ଜରୁରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଶନିବାରଠାରୁ ୪ ଦିନରେ ୨୦୦ରୁ ଅଧିକ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି।

  11. 11. କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ପକ୍ଷରୁ ଏକ ‘ହତ୍ୟା ତାଲିକା’ ଜାରି କରାଯାଇଛି। ଏହି ତାଲିକାରେ, ଇସ୍ରାଏଲ୍‌କୁ ସମର୍ଥନ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ, ଉପରାଷ୍ଟ୍ରପତି‌ ଜେଡି ଭାନ୍‌ସ ଓ ଟେକ୍‌ ବିଲିୟନେୟାର ଏଲନ୍‌ ମସ୍କଙ୍କ ସମେତ କେତେକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। 

  12. 12. ନ୍ୟ‌ାସନାଲ୍ ଆଲୁମିନିୟମ୍ କମ୍ପାନି ନାଲ୍‌କୋର ନୂଆ ନିର୍ଦ୍ଦେଶକ (ଅର୍ଥ) ଭାବେ ଅଭୟ କୁମାର ବେହୁରିଆ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଓ ଆକାଉଣ୍ଟସ୍‌) ଭାବେ କାର୍ଯ୍ୟ କରୁଥିଲେ। 

  13. 13. ଭାରତରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୩୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

  14. 14.ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସତର୍କମୂଳକ ପଦ‌କ୍ଷେପ ଗ୍ରହଣ କରାଯାଉଛି।  ଏହି କ୍ରମରେ ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କୁ ଭେଟିବାକୁ ଥିବା ମନ୍ତ୍ରୀ, ନେତା ଓ ଅଧିକାରୀମାନେ ନିଜର ଆର୍‌ଟି ପିସିଆର୍‌ ଟେଷ୍ଟ୍‌ କରାଇବା ବାଧ୍ୟତାମୂଳକ।

  15. 15.ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନୂଆ ଏମ୍‌ଡି ଓ ସିଇଓ ଭାବେ ଆର୍‌ ଦୋରାଇସ୍ବାମୀଙ୍କ ନାମକୁ ଆର୍ଥିକ ସେବା ପ୍ରତିଷ୍ଠାନ ବୋର୍ଡ (ଏଫ୍‌ଏସ୍‌ଆଇବି) ସୁପାରିସ କରିଛି। 

  16. 16.ମୋହନ ମାଝୀ ସରକାର ଏକ ନୂଆ ଘୋଷଣା କରିଛନ୍ତି। ‘ନମୋ ଏକ୍ସପ୍ରେସୱେ’ ନିର୍ମାଣ କରି ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳକୁ ସଂଯୋଗ କରିବାକୁ ସରକାର ଯୋଜନା କରୁଛନ୍ତି।

  17. 17.ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁନ ୧୨ ତାରିଖରେ ଆମେରିକାରେ ପହଞ୍ଚିବେ। ମୁନିରଙ୍କୁ ଆମେରିକୀୟ ସେନାର ୨୫୦ତମ ବାର୍ଷିକୀ ପାଳନରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। 

  18. 18. ଚାଇନା ସରକାର ଏବେ ଖୋଲାଖୋଲି ଭାବରେ ଏହାର ନାଗରିକମାନଙ୍କୁ କାମ ଛାଡି ପିଲା ଜନ୍ମ କରିବାକୁ କହୁଛନ୍ତି।

  19. 19.ଚଳିତ ବର୍ଷରୁ ଓଡିଶାରେ  ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିଲା। କିନ୍ତୁ ଏବେ ସେଥିରେ କୋହଳ କରାଯାଇଛି। ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ, ସେମାନେ ମଧ୍ୟ ଆଡ୍‌ମିଶନ କରିପାରିବେ।

  20. 20.ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। 

142 Y
178 12-06-2025 English
  1. 1.Thousands of devotees congregated at Odisha’s Puri town to witness the Snana Jatra (bathing ritual) and Hati Besha (Elephant Attire) of Lord Jagannath.

  2. 2. The Cabinet Committee on Economic Affairs (CCEA), chaired by Prime Minister Narendra Modi, on Wednesday approved two multi-tracking projects across the Indian Railways network entailing an investment of Rs. 6,405 crore. 

  3. 3.Rajasthan Director General of Police (DGP) and Odisha-born IPS Utkal Ranjan Sahoo has been appointed as the new Chairman of the Rajasthan Public Service Commission (RPSC). 

  4. 4.Union Minister for Agriculture & Farmers Welfare and Rural Development Shivraj Singh Chouhan on Monday laid the foundation stone for the Global Centre of Excellence on Millets at ICAR - Indian Institute of Millets Research (IIMR) in Hyderabad. 

  5. 5.The Odisha government has launched an intensive 10-day campaign to ensure all elderly citizens aged 70 years and above are enrolled under the Ayushman Vay Vandana Yojana.

  6. 6.The Odisha government has asked the district administrations to make the necessary arrangements for the doorstep delivery of pensions to the beneficiaries who are facing difficulties to reach panchayat offices to collect the same.

  7. 7. Five Grameen Dak Sevaks (GDSs) have been arrested in Odisha for allegedly submitting forged educational certificates to secure government jobs.

  8. 8. Despite heightened security in Puri for the ‘Snana Purnima’ ritual at the Shree Jagannath Temple, the broad daylight murder of an elderly servitor has shocked residents and raised serious questions about law and order.

  9. 9.The Kerala High Court has issued summons to AICC general secretary Priyanka Gandhi Vadra on a plea challenging her election from the Wayanad Lok Sabha seat in the bypoll held there last year.

  10. 10.Calling it "shocking", the Supreme Court on Wednesday refused to quash the criminal proceedings against a former judicial officer accused of sexually abusing his minor daughter.

  11. 11.Indian men's hockey team goes down 3-4 to Argentina, its third consecutive defeat in the European leg of the FIH Pro League.

  12. 12.Only Aadhaar authenticated users will be able to book tickets under the Tatkal scheme from July 1, 2025, onwards, the Railway Ministry said in an announcement

  13. 13.The Union Public Service Commission (UPSC) Wednesday declared the results of Civil Services (Preliminary) Examination 2025. The prelimi

  14. 14.Pope Leo XIV’s appointment of Bishop Joseph Lin Yuntuan, recognized by China, marks a key step in Vatican-Beijing dialogue under the 2018 accord, continuing Pope Francis’ controversial diplomatic initiative

  15. 15.After a two-month outfl ow, Gold Exchange Traded Fund (ETF) experienced a net infl ow of `292 crore in May driven by resilient gold prices and sustained global uncertainties.

107 Y
179 11-06-2025 Odia
  1. ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ୧୪ ଦିନିଆ ବିଜ୍ଞାନ ଅଭିଯାନରେ ଆସୁଥିବା ଆକ୍ସମ୍-୪ ମିସନ୍‌ର ୪ ମହାକାଶଚାରୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ଆକ୍ସମ୍-୪ ମିସନ୍‌ର ଉତ୍‌କ୍ଷେପଣକୁ ଏବେ ସ୍ତଗିତ ରଖାଯାଇଛି। 

  2. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇମିଗ୍ରେସନ ପ୍ରବର୍ତ୍ତନ ନୀତି ବିରୋଧରେ ଲସ୍‌ ଏଞ୍ଜେଲେସ୍‌ରେ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ଭୟାନକ ରୂପ ନେଇଛି ଏବଂ  ଗୃହଯୁଦ୍ଧ ଭଳି ସ୍ଥିତି ଦେଖିବାକୁ ମିଳିଛି। ସହରରେ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ସୋମବାର ଆମେରିକା ସେନା ପ୍ରାୟ ୭୦୦ ନୌସୈନିକଙ୍କୁ ଲସ୍ ଏଞ୍ଜେଲେସ୍‌ରେ ଅସ୍ଥାୟୀ ଭାବେ ମୁତୟନ କରିଛି। 

  3. ଏକ ନୂଆ ୟୁଏନ ଜନସଂଖ୍ୟିକ ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବା ଆଶା କରାଯାଉଛି, ଯାହା ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାବେ ଆଗରେ ରହିଛି।

  4. କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ଯେ ଏସି ଗୁଡ଼ିକର ମାନକ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଓ ୨୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାକୁ ବିଚାର କରାଯାଉଛି । ପ୍ରଥମେ ଏହାକୁ ଏକ ପରୀକ୍ଷାମୂଳକ ପ୍ରୟୋଗଭାବେ ଲାଗୁ କରାଯିବ । ଏହା ଏ ଧରଣର ପ୍ରଥମ ପ୍ରୟୋଗ ବୋଲି ସେ କହିଛନ୍ତି।

  5. କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି।

  6. ମୁଖ୍ୟମନ୍ତ୍ରୀ ବର୍ଷକର ରିପୋର୍ଟ କାର୍ଡ ରଖିଲେ। ୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିଛୁ।୨୪ ବର୍ଷରେ ଯାହା ହୋଇ ନଥିଲା ୨୪ ମିନିଟ୍ ନିଷ୍ପତ୍ତିରେ ତାହା ହୋଇ ପାରିଲା।

  7. ଘୋଷଯାତ୍ରା  ଆସନ୍ତା ଜୁନ ୨୭ ତାରିଖରେ,ରଥ ଉପରକୁ ମୋବାଇଲ ନେବା ଓ ଅଣସେବାୟତ ଚଢିବା ମନା।

  8. ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ଫଳ, ୫୫ ହଜାର ୩୬୨ ପରୀକ୍ଷାର୍ଥୀଙ୍କୁ ରାଙ୍କ  ମିଳିଲା

  9. ଗାଇସିଲେଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ୮ ହଜାର ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଗିରଫ।

  10. କଟକ ରାସ୍ତାରେ ଅଳିଆ ପକାଇଲେ ଜୋରିମାନା, ଘରୋଇଙ୍କୁ  ୧୦୦, ବ୍ୟବସାୟୀଙ୍କୁ ୨୦୦ ଟଙ୍କା ତଣ୍ଡ ଦେବାକୁ ପଡିବ ।

  11. ୟୁନୂସ ସରକାରଙ୍କୁ ବାଂଲାଦେଶ ଷ୍ଟୁଡେଣ୍ଟ ଲିଗ ମୁଖ୍ୟଙ୍କ ଟାର୍ଗେଟ, ପାକିସ୍ତାନ ପ୍ରତି ଘନିଷ୍ଠତା ଓ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ ଉଠାଇ ଘେରିଲେ।

  12. କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଅନ୍ୟମାନଙ୍କ ସହ ଜଡ଼ିତ ମୁଦା ଦୁର୍ନୀତି ମାମଲାରେ ପିଏମ୍‌ଏଲଏ ଅଧୀନରେ ଏହି ସମ୍ପତ୍ତି   ଜବତ ହୋଇଛି। ଏଥିସହ ମୁଦା ଦୁର୍ନୀତି ମାମଲାରେ  ମୋଟ୍‌ ୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ ହେଲାଣି।

  13.   ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର, ଜୁନ୍ ୧୨ ତାରିଖରୁ ଆବୁଧାବିକୁ  ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ଆରମ୍ଭ ହେବ। 

  14. ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ଏବଂ ଅନ୍ୟ ୧୧ ଜଣ ଅନ୍ତର୍ଜାତୀୟସ୍ତରର ସ୍ଵେଚ୍ଛାସେବୀଙ୍କୁ ଅଟକ ରଖିଛି ଇସ୍ରାଏଲ।

  15. ଗ୍ରୀକ୍‌-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ମାଇକେଲ୍‌ ଜେର୍‌ଭୋସ ୪୯୯ ଦିନ ମଧ୍ୟରେ ବିଶ୍ୱର ୧୯୫ଟି ଦେଶ ଭ୍ରମଣ କରି ରେକର୍ଡ ସ୍ଥାପନ କରିଛନ୍ତି। ତେବେ ଏହି ଯାତ୍ରାର ଉଦ୍ଦେଶ୍ୟ କେବଳ ରେକର୍ଡ ସ୍ଥାପନ କରିବା ନ ଥିଲା ବୋଲି ଜେର୍‌ଭୋସ୍‌ କହିଛନ୍ତି।

177 Y
180 11-06-2025 English
  1. 1.OJEE toppers for different courses: B. Pharm. - Jatin Meher ,Lateral Entry-Tech. (Dip) - Gourab Swain, Lateral Entry-Tech. (B.Sc.) - Sakshi Kumari, Lateral Entry-Pharm - Sagarika Dash, MBA -  Anurag Mishra, MCA / M.Sc. (Comp. Sc.) S Siseendri, Int. MBA - Ansuman Pati.

  2. 2.Altogether 55,362 out of 80,324 candidates, who had appeared for the Odisha Joinjt Entrance Examination (OJEE), 2025,

  3. 3.President Trump's trade wars are expected to hit economic growth this year in US and other nations, predicts World Bank

  4. 4.According to a new UN demographic report, India’s total fertility rate has fallen below the replacement rate. UNFPA’s 2025 State of World Population (SOWP) Report.

  5. 5.The Israeli navy attacked docks in Yemen's rebel-held port city of Hodeida Tuesday, likely damaging facilities that are key to aid shipments to the hungry, war-wracked nation.

  6. 6.Odisha Vigilance today arrested Junior Engineer Susmita Oram of Gaisilet block in Bargarh district while she was accepting a bribe of ₹8,000 from a contractor.

  7. 7.India's population is estimated to reach 1.46 billion in 2025, continuing to be the highest in the world, according to a new UN demographic report.

  8. 8. Delhi on Tuesday recorded its highest maximum temperature of the season at 43.8 degrees Celsius, 3.6 notches above the season's average, the India Meteorological Department (IMD) said.

  9. 9.Rajnath Singh on Tuesday said the Pahalgam terror strike was not just an attack on our people but also an assault on the social unity of India, as he asserted that Operation Sindoor carried out in retaliation was the "biggest action" against terror..

  10. 10.The Supreme Court rejected a petition by a lawyer convicted of abusing a woman judicial officer in a court in Delhi.

  11. 11President Donald Trump's trade wars are expected to slash economic growth this year in US and around the world, World Bank forecast Tuesday

  12. 12.Odisha CM Inaugurates New DCP Office in Bhubaneswar, Distributes 425 Two-Wheelers.

  13. 13.Several mid-level bureaucrats were reshuffl ed by the Jammu and Kashmir government as it ordered the transfer and posting of 134 offi cials with immediate effect Tuesday.

  14. 14.Four “illegal” mazars, including the prominent Lakkar Shah Baba mazar, located in the core area of the Katarniaghat Wildlife Sanctuary in Bahraich district, were demolished, an offi cial said Monday.

  15. 15.The CBI has arrested a Central Goods and Services Tax (CGST) superintendent in Uttar Pradesh for allegedly accepting a Rs 1 lakh bribe for waiving penalty on a private company, officials said.

126 Y