# |
Date |
Type |
Current Affairs |
No. Of Views |
Status |
Action |
2211 |
10-07-2022 |
Odia |
- ଖାଦ୍ୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାରେ ପ୍ରଶଂସା ସାଉଁଟୁଥିବା ଭାରତରେ ୭୦.୫% ଲୋକ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ଅସମର୍ଥ। ଏହି ତଥ୍ୟ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ପକ୍ଷରୁ ରଖାଯାଇଛି।
- ବିଶ୍ୱରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ପାଇଁ ମୁଣ୍ଡପିଛା ଦୈନିକ ୩.୫୩୭ ଡଲାର ଆବଶ୍ୟକ ଥିବାବେଳେ ଏସିଆ ମହାଦେଶରେ ତାହା ସାମାନ୍ୟ ଅଧିକ ୩.୭୧୫ ଡଲାର ରହିଛି। ତେବେ ଭାରତରେ ଏହାର ପଡୋଶୀ ରାଷ୍ଟ୍ରଗୁଡିକ ତୁଳନାରେ ସବୁଠାରୁ କମ୍ ୨.୯୭୦ ଡଲାର ରହିଛି। ଭାରତରେ ୭୦.୫% ଲୋକ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ଅସମର୍ଥ ବୋଲି ରିପୋର୍ଟରେ ଦର୍ଶାଯାଇଛି।
- ଚଳିତ ମାସ ୧ ତାରିଖ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ଗଚ୍ଛିତ ବୈଦେଶିକ ମୁଦ୍ରା ୫ ବିଲିଅନ ଡଲାର ହ୍ରାସପାଇ ୫୮୮.୩୧ ବିଲିଅନ ଡଲାର ହୋଇଛି।
- କେରଳ ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଦୁଇ ଜଣଙ୍କ ମଧ୍ୟରେ ଯଦି ସହମତିରେ ଯୌନ ସମ୍ପର୍କ ସ୍ଥାପିତ ହୋଇଥାଏ ଓ ବିବାହ କରିବାକୁ ପୁରୁଷ ଜଣକ ମନା କରନ୍ତି ତେବେ ଏହାକୁ ଦୁଷ୍କର୍ମ ବୋଲି କୁହାଯିବ ନାହିଁ | ଜଷ୍ଟିସ୍ ଥୋମାସ୍ ତାଙ୍କ ଆଦେଶରେ କହିଛନ୍ତି, ସହମତିରେ ଦୁଇ ଜଣଙ୍କ ସମ୍ପର୍କକୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ ଅନୁଯାୟୀ ଦୁଷ୍କର୍ମ ବୋଲି ଧରାଯିବ ନାହିଁ, ଯେପର୍ଯ୍ୟନ୍ତ ଯୌନ ସମ୍ପର୍କର ସମ୍ମତି, ଧୋକା ଦେଇ ହୋଇନଥିବ |
- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମେନପୁରୀ ସାଂସଦ ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ହୋଇଯାଇଛି |
- କରୋନାଭାଇରସ୍ଦ୍ବାରା ଆକ୍ରାନ୍ତ ହେବା ପରେ ନୋବେଲ୍ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍ ସମ୍ପ୍ରତି ଶାନ୍ତିନିକେତନରେ ଚିକିତ୍ସାଧୀନ ଅଛନ୍ତି।
- ପଶ୍ଚିମବଙ୍ଗ ପ୍ରତି ନୂଆଦିଲ୍ଲୀ ଆର୍ଥିକ ଅବରୋଧ କରିଥିଲେ ବି ବୁଦ୍ଧି ବଳରେ ରାଜ୍ୟରେ ସବୁକିଛି ସୁଚାରୁରୂପେ ଚାଲିଛି ବୋଲି କହିବା ବେଳେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ। ଦେଲେ ସେ ସବୁ ଆଉ ଫେରସ୍ତ ମିଳିବ ନାହିଁ।
- ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାୟନ କରିଛନ୍ତି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରିବା ସହ ରାଷ୍ଟ୍ରପତିଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିବାବେଳେ ରାଜପକ୍ଷେ ପଳାୟନ କରିଛନ୍ତି । ସୁରକ୍ଷାକର୍ମୀମାନେ ତାଙ୍କୁ ନେଇ ନିରାପଦ ସ୍ଥାନରେ ଛାଡିଥିବା କୁହାଯାଉଛି।
- ଜାତୀୟ ବିଲ୍ଡିଂ ନିର୍ମାଣ କର୍ପୋରେସନ୍ର ପୂର୍ବତନ ସିଜିଏମ୍ ଡି.କେ. ମିତ୍ତଲଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି ।ତାଙ୍କ ନିକଟରୁ କୋଟି କୋଟି ନଗଦ ଟଙ୍କା, ଅଳଙ୍କାର, ଏବଂ ଅନ୍ୟାନ୍ୟ ଦସ୍ତାବିଜ ମିଳିଥିବା ସୂଚନା ମିଳିଛି । ମିଡିଆ ରିପୋର୍ଟ ମୁତାବିକ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି ।
- ବିଶ୍ୱର ଜନସଂଖ୍ୟାର ପ୍ରାୟ ୧.୯% ଯାଆଁଳା ଶିଶୁ ଅଟନ୍ତି । କିନ୍ତୁ ଆମ ଦେଶରେ ଏକ ଅଜବ ଗାଁ ଅଛି । ଏହି ଗାଁର ଜନସଂଖ୍ୟା ୨୦୦୦ ଥିବାବେଳେ ୪୦୦ ଯୋଡି ଯାଆଁଳା ଅଛନ୍ତି । ବୈଜ୍ଞାନିକମାନେ ମଧ୍ୟ ଏହି ଗାଁ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।କେରଳର ମାଲାପୁରାମ ଜିଲ୍ଲାର କୋଡିହି ଗ୍ରାମ
- ଆଉ ୫ ବର୍ଷରେ ପେଟ୍ରୋଲ, ଡିଜେଲ ବ୍ୟବହାର ବ୍ୟାନ ହେବ ଏବଂ ଦେଶ ମଧ୍ୟରେ ଏହାର ଆବଶ୍ୟକତା ରହିବ ନାହିଁ ବୋଲି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି ।
- ଜଗନ୍ ମୋହନ ରେଡ୍ଡୀ ଶନିବାର ଦିନ ଆନ୍ଧ୍ରପ୍ରଦେଶର ଶାସକ ଦଳ ଯୁବଜନ ଶ୍ରମିକା ରିଥୁ କଂଗ୍ରେସ (YSRC) ପାଇଁ ଆଜୀବନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।
- ବିକ୍ଷୋଭକାରୀଙ୍କ ଏକ ଦଳ ଶନିବାର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂହଙ୍କ ବ୍ୟକ୍ତିଗତ ବାସଭବନରେ ପ୍ରବେଶ କରି ନିଆଁ ଲଗାଇ ଦେଇଛନ୍ତି। ରାଷ୍ଟ୍ରପତି ଗୋତାବାୟା ରାଜପକ୍ସାଙ୍କ ନେତୃତ୍ୱରେ ସରକାର |
- ଦେବେନ୍ଦ୍ର ଫଡନାଭିସ୍, ମହାରାଷ୍ଟ୍ର ଡେପୁଟି ସିଏମ୍ କହିଛନ୍ତି ଯେ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ହେବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ସମସ୍ତ ସାଧାରଣ ପରିବହନ ବସ୍ ସ୍ୱଚ୍ଛ ଇନ୍ଧନରେ ଚାଲିବ।
- ଭାରତୀୟ କୋର୍ଟରେ ପାଖାପାଖି ପାଞ୍ଚ କୋଟି ମାମଲା ବିଚାରାଧୀନ ଅଛି ଏବଂ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଶନିବାର ଏଠାରେ କହିଛନ୍ତି।
- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶନିବାର କହିଛନ୍ତି ଯେ ଆସନ୍ତା ସପ୍ତାହରେ ତାଙ୍କ ଡେପୁଟି ଦେବେନ୍ଦ୍ର ଫଡନାଭିସ୍ଙ୍କ ସହ ଆଲୋଚନା ପରେ ସେ ତାଙ୍କର ମନ୍ତ୍ରୀ ପରିଷଦର ସମ୍ପ୍ରସାରଣ କରିବେ ଏବଂ ସେ ତାଙ୍କ କାର୍ଯ୍ୟକାଳ ସମାପ୍ତ କରିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।
- ଆରଏସଏସ (ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ) ଏହାର ଶତବାର୍ଷିକୀ ଉତ୍ସବ ଯୋଜନା ଉପରେ ଆଲୋଚନା କରିଛି ଏବଂ 2024 ସୁଦ୍ଧା RSS ଶାଖା ସଂଖ୍ୟାକୁ ଏକ ଲକ୍ଷକୁ ବୃଦ୍ଧି କରିବାକୁ ଯୋଜନା କରିଛି ।
- ଏକ କୋଟିରୁ ଅଧିକ ମୂଲ୍ୟର 25 ଟି ବିଳାସପୂର୍ଣ୍ଣ ଘଣ୍ଟା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଦ୍ଵାରା କପିଲ ୱାଡୱାନ, ଧୀରଜ ୱାଡୱାନ ଏବଂ ସ୍କାମ-ହିଟ୍ ଡିୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ କିମ୍ବା DHFL ସହିତ ଜଡିତ ଥିବା ସମ୍ପତ୍ତିରୁ ଜବତ କରାଯାଇଛି।
- ଶ୍ରୀଲଙ୍କାରେ ଜନତାଙ୍କ ବିରୋଧକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗୁଇନ୍ଦା ରିପୋର୍ଟ ଆଧାରରେ ଶୁକ୍ରବାର ରାତିରେ ରାଷ୍ଟ୍ରପତି ଭବନ ଛାଡ଼ି ପଳାୟନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଗୋଟାବାୟା ରାଜପାକ୍ଷେ ।
- ମାକ୍ସ ଗ୍ରୁପ୍ ସଂସ୍ଥା ଅନ୍ତରା ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାଯାଇଛି। ଏହାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ରଜିତ ମେହଟା କହିଛନ୍ତି, କୋଭିଡ ସମୟରେ ପ୍ରାୟ ୭୦% ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ସୁଯୋଗ ମିଳିନଥିଲା। ସେହି ସମୟରେ ୫୭% ବରିଷ୍ଠ ନାଗରିକ ମାନସିକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି ସର୍ବେକ୍ଷଣରେ ଦେଶର ବିଭିନ୍ନ ଭାଗରୁ ୬୦ ବର୍ଷରୁ ଅଧିକ ବୟସର ୨୧୦୦ ନାଗରିକଙ୍କୁ ସାମିଲ କରାଯାଇଥିଲା।
|
491 |
Y |
|
2212 |
09-07-2022 |
Odia |
- ଜମ୍ମୁ-କାଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ଅପରାହ୍ନ ୫.୩୦ରେ ବାଦଲ ଫାଟିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ନିଖୋଜ ଅଛନ୍ତି।
- ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ ଘଟିଛି। ଶନିବାର ସକାଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଶେଷରେ ତାଙ୍କର ପରଲୋକ ଘଟିଛି। ନାରା ସହରରେ ଏକ ସଭାରେ ଭାଷଣ ଦେଉଥିବାବେଳେ ତାଙ୍କ ଉପରକୁ ଗୁଳିଚାଳନା ହୋଇଥିଲା।
- ଲୋକପ୍ରିୟ ଅଭିନେତା ବିକ୍ରମଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବାରୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିକ୍ରମଙ୍କୁ ଚେନ୍ନାଇ ସ୍ଥିତ କାବେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିିଳିଛି।
- ଉତ୍ତରାଖଣ୍ଡ ରାମନଗରର ଦେଲା ନଦୀ କୂଳରେ ଏକ ବଡ ଅଘଟଣ ଘଟିଛି। ପଞ୍ଜାବରୁ ପତିଆଲା ନିବାସୀ ପର୍ଯ୍ୟଟକଙ୍କ କାର ଦେଲା ନଦୀର ଦ୍ରୁତ ପ୍ରବାହରେ ଭାସି ଯାଇଛି। ଫଳରେ ୯ ଜଣଙ୍କ ଜୀବନ ଚାଲି ଯାଇଛି। କାରରେ ଥିବା ୧୦ ପର୍ଯ୍ୟଟକ ଦେଲା ରାମନଗର ସ୍ଥିତ ରିସର୍ଟରେ ରହି ଫେରୁଥିଲେ।
- କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଗୁରୁବାର ଦିନ ମିଶନ ଅଲିମ୍ପିକ୍ସ ସେଲ (ଏମଓସି)ର ବୈଠକରେ ସେ ଏହି ସମୀକ୍ଷା କରିଥିଲେ। ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୧୫ ଜଣ ଭାରତୀୟ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ ।
- ମଧ୍ୟପ୍ରଦେଶର ଏକ ଘରୋଇ ବିଶ୍ୱବିଦ୍ୟାଳୟ (ଭିଆଇଟି ଭୋପାଳ)ରେ ହନୁମାନ ଚାଳିଶା ପଢ଼ିଥିବାରୁ ୭ ଜଣ ଛାତ୍ରଙ୍କ ଉପରେ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି | ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
- ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)ର ଜନୈକା ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଆଇଏଏସ୍ ଅଧିକାରୀ ସୟଦ ରିଆଜ ଅହମ୍ମଦଙ୍କୁ ଝାଡ଼ଖଣ୍ଡ ସରକାର ଶୁକ୍ରବାର ଦିନ ନିଲମ୍ବିତ କରିଛନ୍ତି।
- ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ମା ବିଜୟାମ୍ମା ଆଜି ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଝିଅକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।
- ପୁଲିସ ରୁଜୁ କରିଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ବିବୃତ ଭିଡିଓ ପ୍ରସାରଣ ମାମଲାରେ ‘ଜି ନିଉଜ୍’ର ଉପସ୍ଥାପକ ରୋହିତରଞ୍ଜନଙ୍କୁ ବର୍ତ୍ତମାନ ଗିରଫ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
- ସରକାରଙ୍କର ସମ୍ମାନଜନକ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦାୟିତ୍ବରେ ଥିବା ‘ଏନ୍ଏଚ୍ଏସ୍ଆର୍ସିଏଲ୍’ର ପରିଚାଳନା ନିର୍ଦେଶକ ସତୀଶ ଅଗ୍ନିହୋତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ରେଳବାଇ ବହିଷ୍କାର କରିଛି ବୋଲି ଗୁରୁବାର ଦିନ ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି।
- ଖାଇବା ତେଲ ଦର ଲିଟର ପିଛା ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ । ଏହି ଦର ହ୍ରାସ ପାଇଁ କେନ୍ଦ୍ର ସରକାର ଖାଇବାତେଲ ଉତ୍ପାଦନକାରୀ ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ।
- ଭାରତୀୟ ଜାତୀୟ ପତାକା ବିକ୍ରି ଉପରୁ ଜିଏସଟି ଛାଡ଼ କରାଯାଇଛି। ପୂର୍ବରୁ ସୂତା, ସିଲ୍କ, ଉଲ କିମ୍ବା ଖଦିରେ ନିର୍ମିତ ହାତ ତିଆରି ଜାତୀୟ ପତାକା ଉପରୁ ଜିଏସ୍ଟି ଛାଡ଼ ହୋଇଥିବା ବେଳେ ଏବେ ମେସିନ ତିଆରି ଓ ପଲିଷ୍ଟର ଜାତୀୟ ପତାକା ଉପରୁ ଜିଏସ୍ଟି ଛାଡ଼ କରାଯାଇଛି।
- ଆମ୍ନେଷ୍ଟି ଇଣ୍ଡିଆକୁ ୫୧.୭୨ କୋଟି ଟଙ୍କାର ଫାଇନ୍ କଲା ଇଡି, ପୂର୍ବତନ ସିଇଓ ଆକାର ପଟେଲଙ୍କୁ ଦେବାକୁ ହେବ ୧୦ କୋଟି ।
- ପାଞ୍ଚ ମାସ ପରେ ଟି-୨୦କୁ ପ୍ରତ୍ୟାବର୍ତ୍ତନ କରିବେ ବିରାଟ କୋହଲି, ଦ୍ଵିତୀୟ ମୁକାବିଲା ପୂର୍ବରୁ ନେଟ୍ସରେ ଝାଳବୁହା ଅଭ୍ୟାସ୍।
- ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ପହଣ୍ଡି ।
- ପ୍ରସିଦ୍ଧ ଶୈବକ୍ଷେତ୍ର ପ୍ରଭୁ ଶ୍ରୀଧବଳେଶ୍ୱର ପୀଠର ଭିତିଭୂମି ଓ ପାରିପାର୍ଶ୍ବିକ ଉନ୍ନତି କରାଯାଇ ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
- ଫିଲ୍ମ ମେକର ଲୀନା ମଣିମେକଲାଇଙ୍କ ବିରୋଧରେ ଥାନାରେ ଗୋଟିଏ ପରେ ଗୋଟିଏ ମାମଲା ହେଉଥିବା ବେଲେ ତାତିଲେଣି ହିନ୍ଦୁ ସଂଗଠନ। ଏପଟେ ଜଣେ ସନ୍ଥ ଫିଲ୍ମର ଏଭଳି ପୋଷ୍ଟରକୁ ବିରୋଧ କରି ଆତଙ୍କବାଦୀ ଭଳି ମତ ଦେଇଛନ୍ତି। ଫିଲ୍ମ ମେକରର ମୁଣ୍ଡ କାଟ କଲେ ୨୦ ଲକ୍ଷ ଟଙ୍କା ଦେବେ ବୋଲି ସେ ଘୋଷଣା କରିଛନ୍ତି।
- ଭାରତରେ ପ୍ରାୟ ୨ ହଜାରରୁ ଅଧିକ ୱେବ୍ସାଇଟ୍ ଉପରେ ସାଇବର ଆଟାକ ହୋଇଛି। ଏଥିରେ ମହାରାଷ୍ଟ୍ରର ଥାନେ ପୁଲିସ ଷ୍ଟେସନ୍ ଓ ଆନ୍ଧ୍ରପ୍ରଦେଶ ପୁଲିସ ୱେବ୍ସାଇଟ୍ ରହିଛି। ସେହିପରି ଆସାମର ଏକ ନ୍ୟୁଜ୍ ଚ୍ୟାନେଲ୍ ୱେବ୍ସାଇଟକୁ ମଧ୍ୟ ହ୍ୟାକ୍ କରିଛନ୍ତି ବିଦେଶୀ ହ୍ୟାକର। ଏପଟେ ପାକିସ୍ତାନରେ ଟିଭି ଚ୍ୟାନେଲ୍ରେ ହ୍ୟାକ୍ ନେଇ ମଧ୍ୟ ସୂଚନା ଦିଆଯାଇଛି।
- ଟଲିଉଡ୍ ଇଣ୍ଡଷ୍ଟ୍ରିରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦଙ୍କ ଗତକାଲି ଅର୍ଥାତ୍ ୭ ଜୁଲାଇରେ ପରଲୋକ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ । ହଠାତ୍ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟତଃ ୮୬ ବର୍ଷ ବୟସରେ ହୋଇଥିଲା।
- ଭିଜିଲାନ୍ସ ଜାଲରେ ତହସିଲଦାର। ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ। ସତ୍ୟ ସୁନ୍ଦର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି।
|
500 |
Y |
|
2213 |
09-07-2022 |
English |
- Former Prime Minister Shinzo Abe, Japan’s longest-serving leader, died Friday hours after he was shot while campaigning for a parliamentary election, shocking a country in which political violence is rare and guns are tightly controlled.
- A flash flood triggered by a cloudburst near the holy cave shrine of Amarnath in south Kashmir swept away scores of people, killing at least 13 and swamping tents and community kitchens with mud and rocks hurtling down a hillside, police and NDRF officials said.
- The Supreme Court Friday agreed to hear July 11 a fresh plea of the Uddhav Thackeray led faction challenging appointment of Eknath Shinde as Maharashtra CM. Advocate Desai has challenged the Governor’s June 30 decision to invite a coalition of the Shinde faction and the BJP to form government in Maharashtra.
- Emotional over the rousing welcome accorded to her in Odisha, her home state, NDA presidential nominee Droupadi Murmu Friday said that Chief Minister Naveen Patnaik kept his ‘rakhi’ promise by announcing his party's support for her candidature.
- Cyber fraudsters continue to cheat common people by creating fake social media accounts in the name of influential persons. Senior IAS officer and state development commissioner, Pradeep Kumar Jena is the latest target for the cyber criminals.
- The Higher Education department Friday directed all the colleges of the state including professional colleges to attend the training of the graduates under National Apprentice Training Scheme (NATS).
- The state Transport department Friday introduced the Smart Queue Management system at 15 Regional Transport Offices (RTOs).
- Vigilance sleuths Friday apprehended a tehsildar and an amin at Raruan tehsil office for accepting a bribe of `15,000 from a person in lieu of issuing a land patta.
- Tripura Chief Minister Manik Saha, who was elected to the state Assembly following the June 23 by-election, Friday took oath as the member of the Tripura Assembly.
- Greece’s annual inflation rate reached 12.1 per cent in June, hitting a 30-year record high in the country, the Hellenic Statistical Authority (ELSTAT) said Friday. The figure was up 0.8 percentage points from that in May. Greek inflation merely stood at one per cent in June 2021.
- Tata Motors Friday said its global wholesales, including that of Jaguar Land Rover, rose 48 per cent to 3,16,443 units in the first quarter of the current fiscal. The auto major had dispatched 2,14,250 units to dealers in the April-June quarter of 2021-22.\
- The Supreme Court Friday granted interim bail for five days to Alt News co-founder Mohammed Zubair in connection with a case registered against him by the Uttar Pradesh Police for a tweet, where he allegedly called Hindu seers 'hatemongers'.
- India reported 18,815 new coronavirus cases and 38 related deaths on Friday, the Union health ministry data showed. The death count stands at 5,25,343.
- The director of Hyderabad-based breast cancer surgeon, Dr P Raghu Ram has been conferred with an honorary Fellowship of the Royal College of Surgeons (FRCS) from Royal Colleges of Surgeons (RCS) of England.
- Karnataka Chief Minister Approves Rs 132 Crore To Provide Shoes, Socks To Government School Students
- The National Testing Agency (NTA) is expected to announce the Joint Entrance Examination (JEE) Main session 1 result by Saturday, July 9, on the official website-- jeemain.nta.nic.in.
- Amid sharp rise in COVID-19 cases in Odisha, as many as 27 students of Udayanath Autonomous College in Adaspur area of Cuttack district have tested positive for the virus.
- Andhra Pradesh chief minister Y.S. Jagan Mohan Reddy’s mother Y.S. Vijayamma on Friday resigned as honorary president of the YSR Congress to stand by her daughter Sharmila, who is now heading the YSR Telangana party in the neighbouring state. Announcing her decision to quit, she said she would always be close to Jagan Mohan Reddy.
- The Supreme Court on Friday restrained various states from taking coercive steps against TV news anchor Rohit Ranjan, who is facing multiple FIRs for playing a distorted clip of Congress leader Rahul Gandhi on July 1.
- CPM celebrates 109th birth anniversary of former Bengal chief minister Jyoti Basu.
|
531 |
Y |
|
2214 |
08-07-2022 |
Odia |
- ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଗୁରୁବାର ହରିୟାଣାର ଡାକ୍ତରାଣୀ ଗୁର୍ପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭବନରେ ଶିଖ୍ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି। ୪୮ ବର୍ଷୀୟ ମାନ୍ଙ୍କର ଏହା ହେଉଛି ଦ୍ବିତୀୟ ବିବାହ।
- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ଆୟୋଜିତ ମାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ୩ ଲକ୍ଷ ୨୫ ହଜାର ୯୧୯ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଏହା ହେଉଛି ବୋର୍ଡ ଇତିହାସରେ ସର୍ବକାଳୀନ ରେକର୍ଡ। ୨୦୨୧ରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୭୧ ହଜାର ୫୬୧ ଏବଂ ୨୦୨୦ରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୫୯ ହଜାର ୧୩୦।
- କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି।
- କୋଇଲା ମନ୍ତ୍ରଣାଳୟର କର୍ତ୍ତୃପକ୍ଷ ୬ ଜୁଲାଇ ୨୦୨୨ ରେ ପ୍ରକଳ୍ପ ପ୍ରସ୍ତାବକଙ୍କ ଉପସ୍ଥିତିରେ ଆର୍ଥିକ ବର୍ଷ ୨୦୨୨-୨୩ ର ପ୍ରଥମ ତିନିମାସ ମଧ୍ୟରେ କୋଇଲା ବ୍ଲକ୍ଗୁଡ଼ିକର ଉତ୍ପାଦନ ସମୀକ୍ଷା କରିଛନ୍ତି। ପ୍ରଥମ ତିନିମାସରେ ସମୁଦାୟ ୨୭.୭ ମିଲିୟନ ଟନ୍ କୋଇଲା ଉତ୍ପାଦନ ହୋଇଛି।
- ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗୁରୁବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ବ୍ରେକ୍ସିଟ୍, କୋଭିଡ୍ ଏବଂ ମାଉଣ୍ଟିଂ ସ୍କାଣ୍ଡାଲ୍ ମଧ୍ୟରେ ଛନ୍ଦି ହୋଇ ତିନି ବର୍ଷ ଦାୟିତ୍ୱରେ ରହିବା ପରେ କଞ୍ଜରଭେଟିଭ୍ ପାର୍ଟିର ନେତା ପଦ ଛାଡିଛନ୍ତି।
- କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କଲେ ।
- ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାରି ଆଧୁନିକ ଚିନ୍ତାଧାରା ସହ ଯୋଡିବା ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
- ନିତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ଜି-୨୦ର ନୂଆ ସେର୍ପା ହେବେ। ବର୍ତ୍ତମାନ ଏହି ପଦରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଅଛନ୍ତି।
- ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏଣିକି ଆନୁପାତିକ ବିଲ ବଦଳରେ ପ୍ରସ୍ତୁତ ହେବ ମାସିକିଆ ବିଲ ବୋଲି ନିଷ୍ପତି ନେଲା ଓଇଆରସି ।
- ସିଙ୍ଗାପୁରରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ମୋଟ୍ ୨ ଜଣଙ୍କୁ ଫାଶୀରେ ଝୁଲାଇ ଦିଆଯାଇଛି। ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଜଣଙ୍କୁ ଆଜି ସକାଳେ ଫାଶୀଦଣ୍ଡ ହୋଇଛି।
- ବିଦେଶୀ ହତିଆର କିଣିବା ପାଇଁ ଅର୍ଥ ପ୍ରଦାନ କରିବେ ୩ଟି ବ୍ୟାଙ୍କ - HDFC, ICICI ଓ Axis Bank ଉପରେ କେନ୍ଦ୍ର ସରକାରଙ୍କ ମୋହର ଲଗାଇଛନ୍ତି ।
- ଛତିଶଗଡ ସରକାର ରାଜ୍ୟର ବିଦ୍ୟାଳୟଗୁଡ଼ିକ ପାଇଁ ଶନିବାର ‘ବ୍ୟାଗ୍ଲେସ୍ ଡେ’ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ବ୍ୟାୟାମ, ଯୋଗ, କ୍ରୀଡା ପ୍ରତିଯୋଗିତା, ସାହିତ୍ୟ-ସାଂସ୍କୃତିକ କାର୍ଯ୍ୟକଳାପ, ବିଭିନ୍ନ କଳା ଶିକ୍ଷା ଆଦି କାର୍ଯ୍ୟକ୍ରମ କରାଯିବ।
- ଚୀନ୍ର ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନୀ VIVO ଟ୍ୟାକ୍ସ ଦେବାରୁ ବଞ୍ଚିବା ପାଇଁ ୬୨,୪୭୬ କୋଟି ଟଙ୍କା ଚିନ୍କୁ ପଠାଇଦେଇଥିବା ଇଡି କହିଛି ।
- ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲ ଏଚ୍ ସାରସ୍ବତଙ୍କୁ ମଧ୍ୟ ଚିଠି ମାଧ୍ୟମରେ ହତ୍ୟା ଧମକ ମିଳିଛି। ଏହି ଚିଠି ମିଳିବା ପରେ ପୁଲିସ ସତର୍କ ହୋଇ ତଦନ୍ତ ଆରମ୍ଭ କରିଛି। ଏଥି ସହିତ ଏଚ୍ ସାରସ୍ୱତଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି।
- ଦୁନିଆରେ ମଙ୍କିପକ୍ସ ମାମଲାରେ ୭୭ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ବିଶ୍ଵ ସ୍ଵାଥ୍ୟ ସଂଗଠନ ଚେତାବନୀ ଦେଇଛି ।
- କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା “ମିଶନ୍ ବାତ୍ସଲ୍ୟ” କାର୍ଯ୍ୟକାରୀ କରୁଛନ୍ତି, ଯାହା ପୂର୍ବରୁ ଶିଶୁ ସୁରକ୍ଷା ସେବା (ସିପିଏସ୍) ଯୋଜନା ଥିଲା ।
- ୨୦୧୪ ପରେ ଦେଶରେ ୫୦୦ ପ୍ରତିଶତ ବୃଦ୍ଧି ପାଇଛି ଘୃଣା ବିଦ୍ଵେଷକାରୀ ବୟାନବାଜି ।
- ଭାରତ ତଥା ଅନ୍ୟ ଦେଶରେ କରୋନା ଓମିକ୍ରନର ପ୍ରକରଣର ନୂଆ ଉପ ପ୍ରକରଣ ଠାବ ହୋଇଛି। ଏହି ପ୍ରକରଣର ନାମ ବିଏ ୨.୭୫। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।
- ହାର୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ (୫୧, ୪/୩୩) ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍ରେ ଜିତି ନେଇଛି ଭାରତ।
- ୨୦୧୭ ଜୁଲାଇ୬ରେ ଦେଶରେ ୧୪.୨ କିଗ୍ରା ବିଶିଷ୍ଟ ଏଲପିଜି ସିଲିଣ୍ଡର ମୂଲ୍ୟ ୫୬୪ ଟଙ୍କା ରହିଥିଲା। ଏଥିରେ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବରରେ ଏଲପିଜି ଦାମ ୧୦୭୯ ଟଙ୍କା ଛୁଇଁଛି। ଦେଶରେ ଗତ ୫ ବର୍ଷ ମଧ୍ୟରେ ଏଲ୍ପିଜି ଦାମ୍ ପ୍ରାୟ ଦୁଇଗୁଣା ମହଙ୍ଗା ହୋଇଛି।
|
514 |
Y |
|
2215 |
08-07-2022 |
English |
- British Prime Minister Boris Johnson Thursday said he was sad to announce his resignation as Conservative Party leader, triggering a leadership election for a new Tory leader who will go on to become the new PM
- A few days after a Plus III student of BJB Autonomous College here committed suicide alleging ragging, a Plus II student of BJB Junior College here Thursday levelled similar allegations against his senior hostel inmates.
- The Court of Additional District Judge (ADJ)- III Thursday dropped three charges slapped against the accused persons in DRDO espionage case under Official Secrets Act in Chandipur of Balasore district due to non-submission of supporting documents by the state Crime Branch (CB).
- A staggering 71 million more people around the world are experiencing poverty as a result of soaring food and energy prices that climbed in the weeks following Russia's invasion of Ukraine, the United Nations Development Programme (UNDP) said in a report Thursday.
- Cultural Wing of Department of Information & Public Relations holds a colourful devotional programme at Tourist Reception Centre (TRC) Jammu, Railway Station Jammu for Amarnath Yatra pilgrims.
- A special court in Mumbai remands 7 accused to National Investigation Agency custody till July 15 in connection with the murder of Amravati chemist Umesh Kolhe.
- Punjab CM Bhagwant Mann got married to Dr Gurpreet Kaur from Kurukshetra at his home on 07 Jul.
- PM Modi inaugurated and laid the foundation stone of multiple development projects worth 1800 crore rupees in his Parliamentary Constituency Varanasi on 07 Jul.
- Finance Minister Nirmala Sitharaman asked the NITI Aayog to prepare a report mapping all industrial activities, including defence corridors and pharma hubs, so that they can be incorporated under the PM Gati Shakti scheme.
- In a demolition drive conducted by the Bhubaneswar Smart City Limited (BSCL), around 55 unauthorised shops, cabins, and trolleys in the Sahid Nagar area were razed Thursday. These structures were encroaching on drains causing waterlogging in the city.
- Former NITI Aayog CEO Amitabh Kant will be the new Sherpa of G-20, replacing Union Minister Piyush Goyal as full-time sherpa required for India's presidency, sources said.
- Cyber-security researchers Thursday said they have discovered an “unprecedented, sophisticated” phishing technique that has been targeting government websites across the world, including Indian government's portal https://india.gov.in, extorting the affected users.
- A whopping `62,476 crore has been “illegally” transferred by smartphone maker Vivo to China in order to avoid payment of taxes in India, the Enforcement Directorate said Thursday, as it claimed to have busted a major money laundering racket involving Chinese nationals and multiple Indian companies.
- India on Thursday recorded at least 18,930 new coronavirus cases and 35 more virus-related deaths in the last 24 hours. The death count now stands at 5,24,305, according to the Union health ministry.
- The ten newly-elected members of the Maharashtra Legislative Council will take oath on Friday, an official said on Thursday.
- Shiv Sena's Arvind Sawant played down the choice of a new Chief Whip in Lok Sabha -- viewed largely as a precautionary measure to prevent a replay of the split that took place in the assembly.
- A court in Lucknow gave a two-year jail term to Bollywood actor and Congress leader Raj Babbar in a case involving the assault of a polling officer.
- The Central Bureau of Investigation (CBI) said on Thursday that it has arrested an executive director of Power Grid Corporation of India Ltd, Itanagar and five employees of a private company based in Noida in a bribery case.
- The Madras High Court on Thursday imposed a cost of ₹ 25,000 on a PIL petitioner P A Joseph, who requested for a direction to the Election Commission of India to freeze the AIADMK's "Two Leaves" symbol.
- A Chhattisgarh Police team camping in Noida to arrest a TV news anchor over a "doctored video" of Congress leader Rahul Gandhi is expected to return Thursday, with officials saying it is exploring legal options against its counterparts in UP.
|
520 |
Y |
|
2216 |
07-07-2022 |
Odia |
- କଟକ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍ କରିଥିବା ବେଳେ ୮,୬୯୯ ଜଣ ଫେଲ୍ ହୋଇଛନ୍ତି।
- ବୁଧବାର ଦୌଡ଼ରାଣୀ ପିଟି ଉଷା, ଖ୍ୟାତନାମା ସଂଗୀତ ବିଶାରଦ ଇଲୟାରାଜା, ଜନସେବୀ ବୀରେନ୍ଦ୍ର ହେଗଡେ ଓ ପ୍ରଚ୍ଛଦଲେଖକ-ନିର୍ଦ୍ଦେଶକ ଭି ବିଜୟେନ୍ଦ୍ର ପ୍ରସାଦଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି।
- ଭାରତୀୟ ତଟରକ୍ଷୀ ବାହିନୀ ବା କୋଷ୍ଟଗାର୍ଡ ପକ୍ଷରୁ ଜାହାଜର ୨୨ ଜଣ କ୍ରିଉ ମେମ୍ବର ଆରବ ସାଗରରେ ସଂକଟରେ ପଡ଼ିଥିବା ଜାହାଜ ଏମଟି-ଗ୍ଲୋବାଲ କିଙ୍ଗରୁ ଉଦ୍ଧାର ହୋଇଛନ୍ତି ।
- ଓଡ଼ିଆରେ ନାମ ଫଳକ ଲେଖି ନ ଥିବା ୮ଟି ପ୍ରତିଷ୍ଠାନ ବିରୋଧରେ ଓଡ଼ିଶା ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ଅନୁଯାୟୀ ଅଦାଲତରେ ମକଦ୍ଦମା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ।
- କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭିଙ୍କ ସହ ଜେଡିୟୁ ନେତା ରାମ ଚନ୍ଦ୍ର ପ୍ରସାଦ ସିଂହ ମଧ୍ୟ ମୋଦୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଦୁଇ ନେତାଙ୍କ ରାଜ୍ୟସଭା ସଦସ୍ୟତା ଭାବେ କାର୍ଯ୍ୟକାଳ ସମାପ୍ତ ହେଉଛି।
- ୟୁପିର ଯୋଗୀ ସରକାର ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଛନ୍ତି।
- ୨୦୧୫ରୁ ଦିଲ୍ଲୀରେ ବଳକା ରାଜସ୍ବ ରହୁଛି ବୋଲି ଭାରତର ‘କମ୍ପ୍ଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍’(ସିଏଜି) ରିପୋର୍ଟ ପ୍ରକାଶ କରିବାର ଦିନକ ପରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ଏହି ‘ସଂଖ୍ୟା’ ହେଉଛି ‘ଆମ୍ ଆଦ୍ମି ପାର୍ଟି’ ସାଧୁତାର ସବୁଠୁ ବଡ଼ ପ୍ରମାଣ।
- ରୁଷର ଦୁଇଟି ମିତ୍ର ଦେଶ-ଭାରତ ଓ ଚୀନ । ଏହି ଦୁଇ ଦେଶ ମାତ୍ର ୩ ମାସରେ ରୁଷଠାରୁ ୨୪ ବିଲିୟନ ଡଲାର ମୂଲ୍ୟର ତେଲ ଓ ଗ୍ୟାସ କିଣିଛନ୍ତି ।
- ଚୀନ୍ ନାଗରିକଙ୍କ ହାରାହାରି ଆୟୁ ଏବେ ୭୭.୯୩ ବର୍ଷ। ଚୀନ୍ ନାଗରିକଙ୍କ ହାରାହାରି ଆୟୁ ୨୦୧୯ରେ ୭୭.୩ ବର୍ଷ ଥିଲା କିନ୍ତୁ ଏବେ ଏହା ୭୭.୯୩ ବର୍ଷକୁ ବୃଦ୍ଧି ପାଇଛି।
- ଜଲନ୍ଧର ପୁଲିସ ୬୫ ବର୍ଷୀୟ ଜଙ୍ଗ୍ ବାହାଦୂରଙ୍କୁ ବୁଧବାର ଗିରଫ କରିଛି। ମହର୍ଷି ବାଲ୍ମିକୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
- ଭଗୱନ୍ତ ମାନ୍ ଗୁରୁବାର ଚଣ୍ତିଗଡ଼ ସ୍ଥିତ ତାଙ୍କ ଘରେ ଡା. ଗୁର୍ପ୍ରୀତ୍ କୌରଙ୍କୁ ବିବାହ କରିବେ । ବିବାହ ସମାରୋହରେ କେବଳ ନିଜର କିଛି ପ୍ରିୟଜନ ହିଁ ଉପସ୍ଥିତ ରହିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ବିବାହ ସମାରୋହରେ ଯୋଗ ଦେବେ।
- ନାଗାର୍ଜୁନ ବିଗ୍ ବସ୍ ତେଲୁଗୁ ସିଜନ୍-୬ର ଶୁଟିଂ ପାଇଁ ଫିଲ୍ମରୁ ଦୂରେଇ ରହିବେ। ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମାଧ୍ୟମରେ ବଲିଉଡ଼କୁ ପ୍ରତ୍ୟାବର୍ତ୍ତନ କରୁଥିବା ନାଗାର୍ଜୁନ ଇତି ମଧ୍ୟରେ ଆଉ କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ ନାହିଁ।
- ଦେଶର ମହାନ ଆଥଲେଟ୍ ପିଟି ଉଷା, ସଙ୍ଗୀତକାର ଇଲେୟାରାଜା, ଫିଲ୍ମର କାହାଣୀ ଲେଖକ ଭି. ରାଜେନ୍ଦ୍ର ପ୍ରସାଦ ଗାରୁ ଏବଂ ବୀରେନ୍ଦ୍ର ହେଗଡେଙ୍କୁ ସଂସଦର ରାଜ୍ୟସଭା (ଉଚ୍ଚସଦନ)କୁ ମନୋନୀତ କରାଯାଇଛି।
- ଓଲା କମ୍ପାନୀ ମାଲିକ ଭାବିଶ ଅଗ୍ରୱାଲ ଓଲା ଇଲେକ୍ଟ୍ରିକ ଉପରେ ଫୋକସ କରିବା ପାଇଁ ବିଭିନ୍ନ ପ୍ଲାଟଫର୍ମରୁ ପାଖାପାଖି ୫ଶହ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛନ୍ତି।
- ଜାତିସଂଘ ନିରାପତ୍ତା ପରିଷଦ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକର ଇଛା ଓ ଯୋଜନାକୁ ନେଇ ପରିଚାଳିତ ହେଉଛି। ତେଣୁ ଏଥିରେ ସଂସ୍କାର ଜରୁରୀ। ବେଜିଂରେ ଜାତିଂସଘ ପକ୍ଷରୁ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ରୁଷ ଏହା କହିଛି। ନିରାପତ୍ତା ପରିଷଦର ସଂସ୍କାର ସହ ଏଥିରେ ସଦସ୍ୟତା ପାଇଁ ଭାରତ ଓ ବ୍ରାଜିଲ ସପକ୍ଷରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।
- ଦ୍ୱିତୀୟ ଡୋଜ ନେଇ ସାରିଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ପାଇଁ ୯ ମାସ ପରିବର୍ତ୍ତେ ୬ ମାସ ବା ୨୬ ସପ୍ତାହ ଅପେକ୍ଷା କରିବାକୁ ପଡିବ । ସରକାରଙ୍କ ପକ୍ଷରୁ ଏହି ସୂଚନା ଦଆଯାଇ କୁହାଯାଇଛି ୧୮ ରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏବେ ୯ ମାସ ପରିବର୍ତ୍ତେ ୬ ମାସ ପରେ ବୁଷ୍ଟର ଡୋଜ ଦିଆଯିବ ।
- ଚଳିତ ଶିକ୍ଷା ବର୍ଷରୁ ସମସ୍ତ କଲେଜରେ ଅଧ୍ୟାପକମାନେ ନିର୍ଦ୍ଧାରିତ ସମୟରେ ଶିକ୍ଷାନୁଷ୍ଠାନ ଆସିବା ସହିତ ଅତି କମ୍ ୭ ଘଣ୍ଟା ସେମାନେ ଉପସ୍ଥିତ ରହିବେ। ନିୟମିତ ସେମାନେ ଯେପରି ପିଲାଙ୍କ କ୍ଲାସ ନେଉଛନ୍ତି ଏ ନେଇ କଲେଜର ଅଧ୍ୟକ୍ଷ କିମ୍ବା ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀ ସୁନିଶ୍ଚିତ କରାଇବେ। ସେହିପରି ପ୍ରତ୍ୟେକ ପିଲାଙ୍କ ଉପସ୍ଥାନ ସର୍ବନିମ୍ନ ୭୫ ପ୍ରତିଶତ ରହିବା ନିତାନ୍ତ ଜରୁରୀ।
- ପୁଣି ଥରେ ବୁଧବାର ଦିନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ୧୪.୨ କେଜି ଏଲ୍ପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଛି।
- ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା ପରେ , ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ମଧ୍ୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରାଉରକେଲାର ବାସନ୍ତୀ କଲୋନୀରେ ସନ୍ତୋଷ ପାତ୍ର ଘରେ ବେକରେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
- ରାଜସ୍ଥାନର ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ହତ୍ୟା କରାଯିବା ପରେ ଏବେ ରାଜସ୍ଥାନର ରାଜସମନ୍ଦରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆଙ୍କ ଉପରେ ଆକ୍ରମଣ ହୋଇଛି।
|
511 |
Y |
|
2217 |
07-07-2022 |
English |
- The government Wednesday nominated four noted personalities, including celebrated athlete P T Usha and music maestro Ilaiyaraaja, from as many southern states to the Rajya Sabha, in what is being seen as the ruling BJP's big outreach to recognise prominent figures from south India.
- The Union Health Ministry has reduced the gap between the second and precaution dose of Covid-19 vaccine for all beneficiaries from nine to six months following a recommendation by NTAGI.
- Cooking gas LPG price was hiked by `50 per cylinder, the eighth increase in rates in the last one year.
- A sevenyear-old girl was allegedly raped in Kendrapara district by six juveniles, police said Wednesday.
- The driver of a cash deposit van carrying cash to refill the ATMs in Boden and Sinapali blocks of this district decamped with `57 lakh cash and the vehicle, Wednesday.
- The Higher Education Department Wednesday released the schedule for Common PG Entrance Test-2022 for admission into State Public Universities and Colleges for Post Graduation (PG) Courses. According to the notification, the Common PG Entrance Test2022 will start from August 1 and will continue till August 13.
- A few days after actress Rashmirekha Ojha was found hanging in her rented house in Nayapalli area here, her rumoured boyfriend Santosh Patra allegedly committed suicide at Basanti Colony in Rourkela, Wednesday.
- Phulbani MLA Angada Kanhar (BJD) cleared his Class X board examination, the results of which was declared Wednesday. The 58-year-old lawmaker secured 72 per cent marks.
- China Wednesday expressed hope that India will conduct the ongoing investigations into the Chinese mobile manufacturer firm Vivo in accordance with the law and regulations and provide a “truly fair” and “non-discriminatory” business environment to China’s firms.
- The Indian Coast Guard (ICG) Wednesday rescued 22 crew members from a sinking merchant vessel off the Porbandar coast in Gujarat in a sea-air coordinated operation.
- Punjab Chief Minister Bhagwant Mann is going to tie knot for the second time Thursday at a private ceremony amidst the presence of AAP’s top leadership, including national convenor Arvind Kejriwal.
- Mukhtar Abbas Naqvi and R C P Singh resigned from the Union Cabinet Wednesday, a day before the completion of their Rajya Sabha term.
- The Secretary-General of the Organization of Petroleum Exporting Countries, Mohammad Barkindo, 63, has died late Tuesday in Abuja.
- Finance ministry Wednesday released the fourth instalment of revenue deficit grant of Rs 7,183 crore to 14 states for the current fiscal during 2022-23 are Andhra Pradesh, Assam, Himachal Pradesh, Kerala, Manipur, Meghalaya, Mizoram, Nagaland, Punjab, Rajasthan, Sikkim, Tripura, Uttarakhand and West Bengal.
- At least 16,159 new coronavirus cases reported in the last 24 hours in India, taking the total number of COVID-19 cases to 4,35,47,809. India also recorded 28 deaths on Wednesday, bringing the total number of deaths to 5,25,270.
- The Rajasthan cabinet on Wednesday decided to give government jobs to the sons of Kanhaiya Lal who was hacked to death inside his shop in Udaipur.
- Multiple police cases have been filed in Assam against Leena Manimekalai, the director of the documentary "Kaali" whose poster has caused huge controversy.
- Delhi government schools will soon have CCTV cameras installed and the live feed will be shared with parents, according to sources.
- Women and Child Development Minister Smriti Irani has been given the additional charge of the Ministry of Minority Affairs.
- Civil Aviation Minister Jyotiraditya Scindia has been given the additional charge of the Ministry of Steel.
|
669 |
Y |
|
2218 |
06-07-2022 |
Odia |
- ଭାରତୀୟ ନୌସେନା ପାଇଁ ୨୬ଟି ଲଢୁଆ ବିମାନ କିଣାଯିବାକୁ ଯୋଜନା କରାଯାଉଛି । ନୌସେନାର ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ରେ ଏସବୁ ଯୁଦ୍ଧବିମାନକୁ ମୁତୟନ କରାଯିବ । ବିମାନ କ୍ରୟ ଦୌଡ଼ରେ ରହିଛନ୍ତି ଫ୍ରାନ୍ସର ରାଫେଲ ଓ ଆମେରିକାର ଏଫ/ଏ ୧୮ ସୁପର ହର୍ନେଟ୍ ।
- ରାଷ୍ଟ୍ରପତି ନିର୍ବାଚନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ)ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟ୍ ପାଇ ଜିତିବେ ବୋଲି ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । କିନ୍ତୁ ଆରଜେଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।
- ସ୍ପାଇସ୍ ଜେଟ୍ର କାଣ୍ଡଲା-ମୁମ୍ବାଇ ବିମାନ ମଙ୍ଗଳବାର ଦିନ ୨୩,୦୦୦ ଫୁଟ ଉଚ୍ଚତାରେ ଉଡୁଥିଲା ବେଳେ ବିମାନଟିର ୱିଣ୍ଡସିଲ୍ଡ (ବାହ୍ୟ କାଚ) ଫାଟି ଯାଇଥିଲା। ଫଳରେ ବିମାନଟକୁ ମୁମ୍ବାଇ ବିମାନବନ୍ଦରରେ କଲା ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥିଲା।
- ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ୪ ରୁ ୮ ତାରିଖ ମଧ୍ୟରେ ରାଇଗଡ଼, ରତ୍ନଗିରି, ସିନ୍ଦୁଦୂର୍ଗ ଜିଲ୍ଲାରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା । ପୂରା ମହାରାଷ୍ଟ୍ରରେ ସମୁଦାୟ ୮ଟି ଏନିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛି । ନାଗପୁର, ଚିପୁନ ଏବଂ ନାଲଦରେ ଗୋଟାଏ ଲେଖାଏ ଏନଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ ଟିମ୍ ମୁମ୍ବାଇରେ ନିୟୋଜିତ ହୋଇଥିବା ସୂଚନା ରହିିଛି ।
- ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଅଲଫ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରକୁ ଏକ ବଡ ଝଟକା ଦେଇଛି । କୋର୍ଟ ଜୁବେରର ଜାମିନ ଆବେଦନକୁ ଖାରଜ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଦିଲ୍ଲୀ ପୋଲିସ ୨୦୧୮ରେ ଟ୍ୱିଟରରେ ଆପତ୍ତିଜନକ ପୋଷ୍ଟ ଲେଖିଥିବାରୁ ଜୁନ୍ ୨୭ରେ ଅଲଫ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଗିରଫ କରିଥିଲା । ଗତ ଶନିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।
- ହଷ୍ଟେଲ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରୀ ଅସୁସ୍ଥ। କୋଇଡ଼ା ବ୍ଲକ ଫଟାଟାଙ୍ଗର ଆଶ୍ରମ ସ୍କୁଲର ହଷ୍ଟେଲ ଛାତ୍ରୀ ଅସୁସ୍ଥ। ଅସୁସ୍ଥ ଛାତ୍ରୀମାନଙ୍କୁ ବଣାଇ ଓ ୨ ଗୁରୁତରଙ୍କୁ ଆର୍ଜିଏଚ ସ୍ଥାନାନ୍ତର। ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଛାତ୍ରୀ ଅସୁସ୍ଥ ହୋଇଥିଲେ।
- ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏହି ୪ ବିଶ୍ଵସ୍ତଙ୍କ ପାଇଁ ବିଦ୍ରୋହୀ ହେଲେ ବିଧାୟକ। ମଙ୍ଗଳବାର ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଜଣେ ବିଦ୍ରୋହୀ ଶିବସେନା ବିଧାୟକ ଏଭଳି ଅଭିଯୋଗ କରିଛନ୍ତି।
- ଚୀନ ମୋବାଇଲ କମ୍ପାନି ସାଓମି ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଇନାର ମୋବାଇଲ୍ ଫୋନ୍ ନିର୍ମାତା ଭିଭୋ ଏବଂ ଏହା ସହ ଜଡିତ ଅନ୍ୟ କମ୍ପାନି ଉପରେ ଚଢ଼ାଉ କରିଛି। ଆଜି ଇଡି ଟିମ୍ ଦେଶରେ ଥିବା ଭିଭୋର ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି |
- ହାଇଦ୍ରାବାଦର ସଂସ୍ଥା କେୟାର ହସ୍ପିଟାଲ୍ସ ଗ୍ରୁପ୍ ଇନ୍ଦୋରର ସିଏଚ୍ଏଲ୍ ହସ୍ପିଟାଲ୍ସକୁ ଅଧିଗ୍ରହଣ କରିଛି। ଏହି ଅବସରରେ କେୟାର ହସ୍ପିଟାଲ୍ସର ଗ୍ରୁପ୍ ସିଇଓ ଯଶଦୀପ ସିଂହ କହିଛନ୍ତି ଯେ ସିଏଚ୍ଏଲ୍ ହସ୍ପିଟାଲ୍ ଜରିଆରେ ଆମେ କେନ୍ଦ୍ରୀୟ ଭାରତରେ ଉଚ୍ଚ ମାନର ରୋଗୀ ସେବା ପ୍ରଦାନ କରିପାରିବୁ।
- ଦେଶର ବୃହତ୍ତମ ଯାତ୍ରୀବାହୀ କାର ନିର୍ମାଣକାରୀ କମ୍ପାନି ମାରୁତି ସୁଜୁକୀ ଆସନ୍ତା ୭ରୁ ୧୦ ବର୍ଷ ମଧ୍ୟରେ ପେଟ୍ରୋଲ ଗାଡ଼ି ନିର୍ମାଣ ସଂପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି । ପେଟ୍ରୋଲ ବଦଳରେ ହାଇବ୍ରିଡ୍, ଇଲେକ୍ଟ୍ରିକ, ସିଏନଜି ଗାଡ଼ି ନିର୍ମାଣ ପାଇଁ କମ୍ପାନି ଲକ୍ଷ୍ୟ ରଖିଛି ।
- ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
- କେନ୍ଦ୍ରାପଡା ଜିଲ୍ଲାରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ୭ ବର୍ଷର କୁନି ଝିଅକୁ ୬ ଜଣ ନାବାଳକ ଗଣଦୁଷ୍କର୍ମ ଘଟଣା ଏବେ ଜିଲ୍ଲାକୁ ନିନ୍ଦିତ କରିଛି।
- ରାଜ୍ୟରେ ୧ ଲକ୍ଷ ୩ହଜାର ୭୩୧କିଲୋମିଟର ଆରଡି ରୋଡ୍ ଅଛି ।୨୦୨୧-୨୨ ଆର୍ଥିକ ବର୍ଷରେ ଏସବୁର ମରାମତି ପାଇଁ ୧ ହଜାର ୨୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି କିଲୋମିଟର ପିଛା ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୬୨ ହଜାର ଟଙ୍କା ।
- ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏନଏଫଏସଏର ଏହି ରାଙ୍କିଂରେ ଓଡ଼ିଶା ପୁଣି ପ୍ରଥମ ସ୍ଥାନ ଅଧିକାର କରିଛି । ଓଡିଶାର ଇଣ୍ଡେକ୍ସ ସ୍କୋର ୦.୮୩୬ ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ।
- ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ଟିମ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଜୋ ରୁଟ୍ (୧୪୨ *) ଏବଂ ଜନି ବେୟାରଷ୍ଟୋ ୧୧୪ *) ଙ୍କ ମଧ୍ୟରେ ୨୬୯ ରନ୍ ଭାଗିଦାରୀ ହେତୁ ଇଂଲଣ୍ଡ ତିନି ୱିକେଟ୍ ହରାଇ ୩୭୮ ରନ୍ ଲକ୍ଷ୍ୟ ହାସଲ କରିଥିଲା। ଏହା ସହିତ ପାଞ୍ଚ ଟେଷ୍ଟ ସିରିଜ୍ ୨-୨ ରେ ବରାବାର ହେଇଛି।
- ଆଗାମୀ ୫ଦିନ ପର୍ଯ୍ଯନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୪ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
- ବୁଧବାର ଇଣ୍ଡିଆନ ଓଏଲ ଏମିତି ଏକ ଇଣ୍ଡୋର ସୋଲାର କୁକିଂ ସିଷ୍ଟମ ଲଞ୍ଚ୍ କରିଛନ୍ତି ଯାହା ସୌର ଶକ୍ତିରେ ଚାଲିବ। ଏହାକୁ ସୌର ଚୁଲା କୁହାଯାଏ। ରୋଷେଇ କରିବାରେ ଏହା ବେଶ ସହାୟକ ହେବ। ଚୁଲାର ବିଶେଷତ୍ଵ ଏହାକୁ ଚାର୍ଜ କରାଯାଇ ପାରିବ। ଚୁଲାକୁ କିଣିବା ବ୍ୟତୀତ ରକ୍ଷଣାବେକ୍ଷଣ ଉପରେ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏହାର ନାମ ‘ସୂର୍ଯ୍ୟ ନୂତନ’ ରଖାଯାଇଛି। ବର୍ତ୍ତମାନ ଏହି ସୂର୍ଯ୍ୟ ନୂତନ ଚୁଲାର ମୂଲ୍ୟ ୧୫ ହଜାର ଟଙ୍କା ରହିଛି।
- କେନ୍ଦ୍ର ସରକାରଙ୍କ ବିରୋଧରେ ଆଇନର ମୋର୍ଚ୍ଚା ଖୋଲିଛି ଟୁଇଟର। ସୋସିଆଲ ମିଡିଆ କମ୍ପାନୀ ନିଜ ପ୍ଲାଟଫର୍ମରୁ ଆପତ୍ତିଜନକ କଣ୍ଟେଣ୍ଟ୍ ହଟାଇବା ପାଇଁ ଭାରତ ସରକାରଙ୍କ କିଛି ଆଦେଶକୁ ଅଦାଲତରେ ଚ୍ୟାଲେଞ୍ଜ କରିଛି।
- ନାଟୋର ୩୦ ସହଯୋଗୀ ଦେଶ ସ୍ୱୀଡେନ ଏବଂ ଫିନଲ୍ୟାଣ୍ଡକୁ ସଦସ୍ୟ କରିବା ପାଇଁ ପ୍ରୋଟକଲ ଉପରେ ହସ୍ତାକ୍ଷାର କରିଛନ୍ତି ।
- ବିଶ୍ୱ ବ୍ୟାଙ୍କର ରିପୋର୍ଟକୁ ଆଧାର କରି ବିଜନେସ ଷ୍ଟାଣ୍ଡାର୍ଡ ପ୍ରକାଶ କରିଥିବା ଏକ ଖବର ଅନୁସାରେ, ବ୍ରିଟେନଠୁ ଭାରତ କେବଳ ୧୩ ବିଲିୟନ ଡଲାର ପଛରେ ରହିଛି । କିନ୍ତୁ ଆର୍ଥିକ ଅଭିବୃଦ୍ଧିରେ ବ୍ରିଟେନଠାରୁ ବହୁ ଆଗରେ ରହିଛି ଭାରତ । ତେବେ ବିଶେଷଜ୍ଞଙ୍କ କହିବା କଥା ଏହା କେବଳ ଗୋଟିଏ ବର୍ଷର କଥା ଏବଂ ଭାରତ ଖୁବଶୀଘ୍ର ପୁଣି ଥରେ ବ୍ରିଟେନକୁ ପଛରେ ପକାଇବ ।
|
482 |
Y |
|
2219 |
06-07-2022 |
English |
- Cuttack-based DRIEMS, the premier technical institution, will be accorded the unitary university status in Odisha. The state government in this regard has cleared the DRIEMS University, Odisha Act 2022 in Assembly yesterday.
- Tech giant Google on Tuesday expanded its News Initiative Training Network to include five new languages: Punjabi, Assamese, Gujarati, Odia and Malayalam.
- In the first ever 'State Ranking Index' under the National Food Security Act (NFSA) released on Tuesday, Odisha has topped the list of general category states while Tripura topped the list of special category states
- India on Tuesday recorded 13,086 fresh coronavirus cases, taking the total number of COVID-19 cases to 4,35,31,650. India's death count rose to 5,25,242 with 19 new coronavirus deaths in the last 24 hours.
- A woman student in the Odisha state capital was found hanging at her rented house in Acharya Vihar area on Tuesday, police said.
- The Delhi government's debt increased by nearly seven per cent in the four-year period up to 2019-20 although it maintained a revenue surplus, according to a CAG audit report tabled in the Assembly on Tuesday.
- The Toronto-based Aga Khan Museum, which landed in trouble for the inappropriate depiction of Hindu Gods, has expressed deep regret for "inadvertently causing offence" to members of the Hindu and other faiths.
- Deputy Speaker of Delhi Assembly asked Marshals to remove all BJP MLAs from the Assembly after disruption over a debate on the issue raised by AAP MLAs over letters written for posting of DTC drivers.
- The Jharkhand High Court rejected a petition filed by Rahul Gandhi for quashing of a defamation case against him. Rahul Gandhi in one of his speech during 2019 Lok Sabha Polls said, "All people with Modi as their surnames are thieves."
- Days after he resigned as the Chief Minister of Maharashtra, Uddhav Thackeray on Tuesday said Eknath Shinde, who led the rebellion with party MLAs to bring down Maha Vikas Aghadi (MVA) government, backstabbed him.
- The Delhi government's draft aggregator policy mandates transition to an all-electric fleet for cab companies, food delivery firms and e-commerce entities by April 1, 2030 and proposes a fine of ₹ 50,000 per vehicle.
- UN human rights chief Michelle Bachelet and the United States both called Tuesday for a swift investigation into the deadly clashes at mass protests in Uzbekistan.
- Canada became the first country to formally ratify Finland and Sweden's accession to NATO in an accelerated process completed shortly after member nations signed off on the nuclear-armed alliance's expansion on Tuesday.
- Sri Lankan Prime Minister Ranil Wickremesinghe on Tuesday said that the island country aimed to reduce the inflation rate to between 4 and 6 per cent by 2025.
- Sri Lankan President Gotabaya Rajapaksa on Tuesday left parliament after members of the opposition hooted against him amid a deepening economic crisis in the country.
|
536 |
Y |
|
2220 |
05-07-2022 |
English |
-
As many as 334 more persons tested positive for COVID-19 in Odisha during the last 24 hours.Out of the 334 cases, 53 are children below 18 years of age. Khurda district reported highest 187 fresh infections.
- While issuing the Covid SOP for the malls and business establishments, the Bhubaneswar Municipal Corporation (BMC) stated hand sanitizers and thermal screening must be kept mandatorily at the entry point.
- Five Aam Aadmi Party MLAs on Monday were inducted as ministers in the Punjab government as Chief Minister Bhagwant Mann expanded his cabinet. It was the first Cabinet expansion since the party came to power in Punjab.
- Maharashtra Chief Minister Eknath Shinde said he had been suppressed for a long time and rebellion led by him was a fallout of unfair treatment meted out to him, an apparent reference to his old association with the Uddhav Thackeray-led Shiv Sena.
- Newly-elected Rajinder Nagar Member of Legislative Assembly (MLA) Durgesh Pathak took oath of office on the first day of the Delhi Assembly session here on Monday.
- The Centre said Monday the use of cellular signal jammer, GPS blocker or other signal jamming device is illegal, except specifically permitted by the government, warning ecommerce platforms against illegally selling such wireless mobile jammers online.
- Noted Bengali film director, Tarun Majumdar, an Padma Shri awardee, passed away at a city hospital here Monday. He was 91. Besides Padma Shri, he had won multiple honours like National Award, Bengal Film Journalists' Association Award and Filmfare Awards (East).
- Chief Minister Naveen Patnaik virtually interacted with two-time Grammy Award-winning Indian music composer and environmentalist Ricky Kej during his talk on “My Earth Song” at the Convention Centre of Lok Seva Bhavan in Bhubaneswar, Monday, as part of the 25th Odisha Knowledge Hub Lecture Series. Senior officials of the state government were also present at the event.
- A youth Monday ended his life after losing lakhs by playing online games. The victim has been identified as Debendra Parida, son of Bhagaban Parida of Bhuasuni village under Balikuda police limits in Jagatsinghpur district.
- The National Commission of Women (NCW) has written a letter to the Yogi Adityanath government in Uttar Pradesh seeking action against Samajwadi Party (SP) president Akhilesh Yadav for his tweet against suspended BJP leader Nupur Sharma.
- NCP leader Ajit Pawar was Monday named the leader of Opposition in Maharashtra Assembly. He succeeds BJP's Devendra Fadnavis, who was sworn in as Deputy CM June 30. Speaker Rahul Narvekar announced that Pawar will take over as Leader of Opposition in the Assembly, adding NCP has emerged as the single largest opposition party in the 288-member House.
- The process of filing nominations for the August 6 Vice-Presidential polls will start from Tuesday and go on till July 19.
- Rashtriya Janata Dal president and former Bihar Chief Minister Lalu Prasad was admitted to Patna's Paras hospital Monday morning after his condition worsened following a fall from the stairs.
- The Crime Branch team of Valsad Police Sunday night raided a BJP leader's liquor party and arrested 41 persons including a minor. All have undergone medical examination and investigation is going on.
- The Delhi Assembly Monday passed bills pertaining to over 66 per cent hike in salaries and allowances of its members, the first raise in last 11 years for the legislators who are considered the lowest-paid lawmakers in the country.
- Union Health Minister Mansukh Mandaviya Monday informed that 90 per cent of India’s adult population has been fully vaccinated with both vaccine doses against Covid-19.
- India on Monday reported at least 16,135 fresh coronavirus cases, taking the total number of Covid cases to 4,35,18564. India's death tally rose to 5,25,223 with 24 new coronavirus deaths in the last 24 hours.
- The Supreme Court agreed to hear on July 11 a fresh plea of Uddhav Thackeray faction challenging the decision of newly-elected Speaker of the Maharashtra legislative assembly to recognise the new party whip of Shiv Sena rebels led by Eknath Shinde.
- Prime Minister Narendra Modi on Monday launched numerous digital portals and said that India's leading the fourth industrial revolution. He said, "India is not just part of the Industry 4.0 Revolution but is actually leading it."
- Prime Minister Narendra Modi will visit his Lok Sabha constituency of Varanasi on July 7. He will inaugurate and lay foundation stone of multiple development initiatives worth over ₹ 1,800 crore.
|
475 |
Y |
|